spot_img
Home Blog Page 1719

ନିଟ୍ ପେପର ଲିକ୍ ମାମଲାରେ ଆଉ ଜଣେ ଗିରଫ

ନୂଆଦିଲ୍ଲୀ : ନିଟ୍ ପେପର୍ ଲିକ୍ ମାମଲାରେ ଦିନକୁ ଦିନ ଧରା ପଡୁଛନ୍ତି ଜଣକ ପରେ ଜଣେ ଅଭିଯୁକ୍ତ। ଏହି ମାମଲାରେ ଏବେ ସିବିଆଇ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସଲଭର୍ ତଥା ସମାଧାନକାରୀ। ଶନିବାର ସିବିଆଇ ଭିଲଓ୍ୱାଡା ସ୍ଥିତ ମେଡିକାଲ କଲେଜରେ ଏମ୍ବିବିଏସ୍ ପଢ଼ୁଥିବା ସନ୍ଦୀପକୁ ପଚରାଉଚରା କରିଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଏଠାରେ କୋର୍ଟ ସନ୍ଦୀପଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛନ୍ତି।

ସନ୍ଦୀପଙ୍କ ପୂର୍ବରୁ ସିବିଆଇ ରାଜସ୍ଥାନରୁ କୁମାର ମଙ୍ଗଲମ ବିଷ୍ଣୁ ଏବଂ ଦୀପେନ୍ଦ୍ର ଶର୍ମାଙ୍କୁ ଗିରଫ କରିଥିଲା।ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପାଟନା AIIMS ର ଚାରିଜଣ ଛାତ୍ରଙ୍କ ସମେତ ସମାଧାନକାରୀ ଭାବରେ କାର୍ଯ୍ୟ କରିଥିବା ମୋଟ ୯ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଛି।ନିଟ୍ ପେପର୍ ଲିକ୍ ମାମଲାରେ ଗୁରୁବାର ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ଚାର୍ଜସିଟରେ ୧୩ ଜଣଙ୍କ ନାଁ ଦେଇଛି ସିବିଆଇ। ଚାରିଜଣ ପ୍ରାର୍ଥୀ, ଜଣେ ଜୁନିୟର ଇଞ୍ଜିନିୟର ଏବଂ ଦୁଇ କିଙ୍ଗପିନଙ୍କ ନାମ ରହିଛି। ଏହି ଘଟଣାରେ କିଛି ଛାତ୍ରଙ୍କ ବାପା-ମା’ଙ୍କ ନାମ ମଧ୍ୟ ସାମିଲ ଅଛି।

‘ସାରେଗାମା ଓଡ଼ିଆ‘ର ଶୁଭାରମ୍ଭ : ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ପାଇଁ ହେବ ‘ୱାନ୍ ଷ୍ଟପ୍ ଡେଷ୍ଟିନେସନ’

ଭୁବନେଶ୍ୱର : ଭୁବନେଶ୍ୱର ମେଫେୟାର ହୋଟେଲରେ ଭାରତର ପ୍ରତିଷ୍ଠିତ ମ୍ୟୁଜିକ ଲେବଲ୍ ସାରେଗାମା ପକ୍ଷରୁ ଏକ ନୂଆ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ “ସାରେଗାମା ଓଡ଼ିଆ”ର ଶୁଭାରମ୍ଭ ହୋଇଯାଇଛି ।ଏହି ନୂଆ ଓଡ଼ିଆ ଚ୍ୟାନେଲ ଦ୍ବାରା ବିବିଧ କ୍ଷେତ୍ରରେ ସଙ୍ଗୀତର ଆବଶ୍ୟକତାକୁ ପୂରଣ କରାଯାଇପାରିବ। ‘ସାରେଗାମା ଓଡ଼ିଆ’ରେ ବିବିଧ, ମନଲୋଭା ଏବଂ ଆକର୍ଷଣୀୟ ସଙ୍ଗୀତ ବିଷୟବସ୍ତୁ ସ୍ଥାନ ପାଇବ । ଯେଉଁଥିରେ ଓଡ଼ିଆ ସଙ୍ଗୀତର ଅପାର ପ୍ରତିଭା ଓ ଐତିହାସିକ ଐତିହ୍ୟ ପ୍ରଦର୍ଶିତ ହେବ। ଏହି ଚ୍ୟାନେଲରେ ରୁଚି ଅନୁଯାୟୀ ପାରମ୍ପରିକ ଲୋକଗୀତ ଠାରୁ ଆରମ୍ଭ କରି ଆଧୁନିକ ଗୀତକୁ ନେଇ ସଙ୍ଗୀତ ପରିବେଷଣ କରାଯିବ। ଓଡ଼ିଶା ବଜାରରେ ପ୍ରବେଶ କରି, ସାରେଗାମା ନୂତନ ସଙ୍ଗୀତ ସହ ଓଡ଼ିଶାରେ ନିଜର ଏକ ଦୃଢ଼ ଉପସ୍ଥିତି ସୃଷ୍ଟି କରି ଦର୍ଶକଙ୍କ ଆବଶ୍ୟକତା ପୂରଣ କରିବାକୁ ଲକ୍ଷ୍ୟ ରଖିଛି। ଏହି ଚ୍ୟାନେଲର ଶୁଭାରମ୍ଭରେ ଓଡ଼ିଶାର କେତେକ ଆକର୍ଷଣୀୟ ଗୀତମାନ ପ୍ରଦର୍ଶିତ କରାଯାଇଥିଲା।

 

ପ୍ଯାରିସ ଅଲିମ୍ପିକ୍ସରେ ଦମଦାର ହେବ ଟକ୍କର, କ୍ଵାର୍ଟର ଫାଇନାଲରେ ଗ୍ରେଟବ୍ରିଟେନକୁ ଭେଟିବ ଭାରତ

ନୂଆଦିଲ୍ଲୀ : ପ୍ଯାରିସ୍ ଅଲିମ୍ପିକସ କ୍ଵାର୍ଟର ଫାଇନାଲରେ ଆଜି ଭାରତ ଇଂଲଣ୍ଡ ଟକ୍କର। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟ ରଖିଛି ଭାରତ। ଭାରତୀୟ ହକି ଟିମ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ଭେଟିବ। ମଧ୍ୟାହ୍ନ ସାଢେ ୧ଟାରେ ସମୟରେ ଖେଲାଯିବ ଏହି ମ୍ୟାଚ। ଭାରତ ଶେଷ ଗ୍ରୁପ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇଥିଲା। ଏହି ବିଜୟ ପରେ ଭାରତ ଗ୍ରୁପ ବିର ଦ୍ୱିତୀୟ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି। ବେଲଜିୟମ ୧ନଂ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ତୃତୀୟ ଓ ଆର୍ଜେଣ୍ଟିନା ଗ୍ରୁପ ବିରୁ ୪ର୍ଥ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

ଗ୍ରୁପ ଏରୁ ଜର୍ମାନୀ, ନେଦରଲ୍ୟାଣ୍ଡ୍ସ, ଗ୍ରେଟ ବ୍ରିଟେନ ଓ ସ୍ପେନ କ୍ୱାର୍ଟରକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବେଲଜିୟମ କ୍ୱାର୍ଟର ଫାଇନାଲରେ ସ୍ପେନକୁ ଭେଟିବାକୁ ଥିବା ବେଳେ ଭାରତ ସହ ଗ୍ରେଟ ବ୍ରିଟେନର ଲଢ଼େଇ ହେବ। ସେହିପରି ନେଦରଲ୍ୟାଣ୍ଡ୍ସର ମୁକାବିଲା ଅଷ୍ଟ୍ରେଲିଆ ସହ ଓ ଜର୍ମାନୀ ଗ୍ରୁପ ବିର ୪ର୍ଥ ଦଳ ଆର୍ଜେଣ୍ଟିନାକୁ ଭେଟିବ।ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ଶୁକ୍ରବାର ହରାଇଥିଲା। ଏହି ବିଜୟ ସହ ଦଳର ମନୋବଳ ଦୃଢ଼ ରହିଛି। ତେଣୁ ଦଳ ଆଜି ଦମଦାର ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶା କରିଛନ୍ତି। ଗ୍ରେଟ ବ୍ରିଟେନ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଜର୍ମାନୀ ଠାରୁ ୦-୨ ଗୋଲରେ ପରାସ୍ତ ହୋଇଛି।

ଭାରତ ତା’ର ଅଲିମ୍ପିକ୍ସ ଅଭିଯାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩-୨ ଗୋଲ ବିଜୟରୁ ଆରମ୍ଭ କରିଥିଲା। ଏହାପରେ ଦଳ ଆର୍ଜେଣ୍ଟିନା ସହ ମ୍ୟାଚ୍କୁ ୧-୧ରେ ଡ୍ର ରଖିଥିଲା। ତୃତୀୟ ମ୍ୟାଚ୍ରେ ଭାରତୀୟ ଟିମ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡକୁ ୨-୦ ଗୋଲରେ ମାତ ଦେଇଥିଲା। କିନ୍ତୁ ୪ର୍ଥ ମ୍ୟାଚ୍ରେ ଶକ୍ତିଶାଳୀ ବେଲଜିୟମ ସହ କଡ଼ା ସଂଘର୍ଷ କରି ୧-୨ରେ ହାରି ଯାଇଥିଲା। କିନ୍ତୁ ଶେଷ ମ୍ୟାଚରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ହରମନପ୍ରୀତ ସିଂହଙ୍କ ଭାରତୀୟ ଟିମ ୩-୨ରେ ହରାଇ ଇତିହାସ ସୃଷ୍ଟି କରିଥିଲା।

ଉତ୍ତରପ୍ରଦେଶ ଇଟାୱାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୭ ଜଣଙ୍କ ମୃତ୍ଯୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଇଟାୱାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାରକୁ ଧକ୍କା ଦେଲା ବସ। ଏଥିରେ ୭ ଜଣଙ୍କ ମୃତ୍ଯୁ ଘଟିଛି। ଇଟାୱା ନିକଟରେ ଘଟିଛି ଏହି  ଦୁର୍ଘଟଣା। ୨୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ରାଏବରେଲିରୁ ଦିଲ୍ଲୀ ଯାଉଥିବା ଏକ ଡବଲ ଡେକର ବସ୍ କାରକୁ ଧକ୍କା ଦେଇଥିଲା। ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ ୱେରେ କାରଟି ଡିଭାଇଡରକୁ ଧକ୍କା ଦେଇ ରଙ୍ଗ ରୁଟକୁ ଚାଲିଆସିଥିଲା। ଏହାପରେ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସଟି ରାସ୍ତାର ୨୦ ଫୁଟ ତଳକୁ ଖସି ପଡିଥିଲା। ବସର ୪ ଜଣ ଯାତ୍ରୀଙ୍କ ମୃତ୍ଯୁ ଘଟିଥିବାବେଳେ କାରରେ ଥିବା ୩ ଜଣ ଯାତ୍ରୀଙ୍କ ମୃତ୍ଯୁ ଘଟିଛି। ଘଟଣାସ୍ଥଳରେ ଇଟାଓା ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବାଂଲାଦେଶରେ ଅସହଯୋଗ ଆନ୍ଦୋଳନ; ଅଶାନ୍ତ ଜର୍ଜରିତ ବାଂଲାଦେଶରେ ପୁଣି ଅସ୍ଥିରତା

ନନ୍ଦିଘୋଷ ବ୍ୟୁରୋ : ଅଶାନ୍ତ ଜର୍ଜରିତ ବାଂଲାଦେଶରେ ପୁଣି ଅସ୍ଥିରତା । ଆଜିଠାରୁ ଦେଶବ୍ଯାପୀ ଅସହଯୋଗ ଆନ୍ଦୋଳନ କରିବେ ଆନ୍ଦୋଳନକାରୀ । ୯ ଦଫା ଦାବିରେ ତଥା ପାତରଅନ୍ତର ନୀତି ଦାବିରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଅସହଯୋଗ ଆନ୍ଦୋଳନ କରିବାକୁ ଡାକରା ଦିଆଯାଇଛି । ଶନିବାର ଏନେଇ ସାରା ଦେଶରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା ।

ସେପଟେ କୋଟା ବିରୋଧୀ ଆନ୍ଦୋଳନରେ ଗିରଫ ହୋଇଥିବା ୪୩ ପରୀକ୍ଷାର୍ଥୀଙ୍କୁ ଜାମିନ ଦେଇଛନ୍ତି ଅଦାଲତ । ସେପଟେ ଯାତ୍ରାବାରୀ ଅଞ୍ଚଳରେ ଆନ୍ଦୋଳନରେ ପ୍ରାଣ ହରାଇଥିବା ହାସନ ମେହେଦି ସମେତ ଅନ୍ଯ କେତେକ ସାମ୍ବାଦିକଙ୍କୁ ହତ୍ଯା ପ୍ରତିବାଦରେ ସରକାରଙ୍କୁ ସାମ୍ବାଦିକ ଦେଇଛନ୍ତି ଚେତାବନୀ । ମୃତ ସାମ୍ବାଦିକଙ୍କ ପରିବାରକୁ ତୁରନ୍ତ ସହାୟତା, ଦୋଷୀଙ୍କୁ ଦଣ୍ଡ ଦାବି କରିଛନ୍ତି ସାମ୍ବାଦିକ । ଦେଶରେ ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ଗତ ଶୁକ୍ରବାର କରଓ୍ବାନ ବଜାରରେ ସାମ୍ବାଦିକମାନେ କରିଥିଲେ ମାନବ ଶୃଙ୍ଖଳ ।

ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବାବେଳେ ଏହାକୁ ଦମନ କରିବା ଲାଗି ସରକାରଙ୍କ କଠୋର ଆଭିମୁଖ୍ଯ ବିରୋଧରେ ତାତିଛନ୍ତି ଆନ୍ଦୋଳନକାରୀ । ଏହି ଅସହଯୋଗ ଆନ୍ଦୋଳନବେଳେ କର ଓ ଲେଭି ବର୍ଜନ, ବିଦ୍ଯୁତ, ଗ୍ୟାସ, ପାଣି ଓ ଅନ୍ଯାନ୍ୟ ବିଲ୍ ନ ଭରିବା, ସମସ୍ତ ଘରୋଇ ଓ ସରକାରୀ ପ୍ରତିଷ୍ଠାନ, କୋର୍ଟ ବନ୍ଦ କରିବା ଲାଗି ଆହ୍ବାନ ଦେଇଛନ୍ତି ଆନ୍ଦୋଳନକାରୀ ।

ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଦିନିକିଆ ଲଢେଇ

ନୂଆଦିଲ୍ଲୀ :  ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ । କଲମ୍ବୋ ପ୍ରେମଦାସା ଷ୍ଟାଡିୟମରେ ଅପରାହ୍ଣ ୨ଟା ୩୦ରେ ଖେଳାଯିବ ମ୍ଯାଚ । ପ୍ରଥମ ମ୍ଯାଚ ଟାଇ ପରେ ମ୍ଯାଚ ହାତେଇବା ଚକ୍କରରେ ଟିମ ଇଣ୍ଡିଆ । କ୍ଯାପନେଟ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତ । ଶୁକ୍ରବାର ଖେଳାଯାଇଥିବା ୩ଟିକିଆ ସିରିଜର ପ୍ରଥମ ମ୍ଯାଚ ଅଳ୍ପକେ ହାତଛଡ଼ା କରିଥିଲା ଭାରତ । ଶ୍ରୀଲଙ୍କାର ୨୩୦ ରନ୍କୁ ପିଛା କରି ଭାରତ ମଧ୍ୟ ସମାନ ସ୍କୋରରେ ଅଟକିଯାଇଥିଲା ।

ପ୍ରଥମ ମ୍ୟାଚ୍ ଟାଇ ରହିବାରୁ ଏବେ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଭାରତକୁ ବିଜୟ ହାସଲ କରିବାକୁ ପଡ଼ିବ । ତେଣୁ ଗୌତମ ଗାମ୍ଭିରଙ୍କ ସହ ମିଶି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ରୋହିତ ବାହିନୀ । ସେପଟେ ଟି-୨୦ ସିରିଜ ହାରିବା ପରେ ଘରୋଇ ମାଟିରେ ଏକଦିବସୀୟ ସିରିଜ୍ ଜିତିବା ଲକ୍ଷ୍ଯରେ ରହିଛି ସିଂହଳୀ ବାହିନୀ । ପ୍ରଥମ ମ୍ଯାଚ ଟାଇ ଥିବାରୁ ଦ୍ବିତୀୟ ମ୍ଯାଚ ଜିତି ସିରିଜ ନିଜ ସପକ୍ଷରେ କରିବାକୁ ଭରପୁର ଚେଷ୍ଟା କରିବ ଶ୍ରୀଲଙ୍କା । ଚରିତ ଅସଲଙ୍କାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଦଳ ।

ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି, ବନ୍ୟାଜଳ ଘେରରେ ବାଲୁଘାଟ ଅଞ୍ଚଳର ୬ଟି ଘର

ରାଉରକେଲା : ରାଉରକେଲା ସହର ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବ୍ରାହ୍ମଣୀ ନଦୀର ବନ୍ୟାଜଳ ବାଲୁଘାଟ ଅଞ୍ଚଳରେ ପ୍ରବେଶ କରିଛି । ବାଲୁଘାଟ ଅଞ୍ଚଳର ୬ ଟି ଘର ଵନ୍ୟାଜଳ ଘେରରେ ରହିଛି । ଲଗାଣ ଵର୍ଷା ଯୋଗୁଁ ମନ୍ଦିରା ଡ୍ୟାମର ଜଳସ୍ତର ବୃଦ୍ଧି ପାଉଥିବାରୁ ମନ୍ଦିରା ଡ୍ୟାମର ୧୧ ଟି ଗେଟ ୪ ଫୁଟ ଯାଏଁ ଖୋଲା ଯାଇଛି। ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। ମନ୍ଦିରା ଡ୍ୟାମର ଜଳସ୍ତର ୬୮୨.୬୦ ଫୁଟ ରହିଛି।

ଆଜି ଫ୍ରେଣ୍ଡସିପ୍ ଡେ’, ବନ୍ଧୁଙ୍କ ଲାଗି ଦିନଟିଏ

ଭୁବନେଶ୍ୱର : ଆଜି ବନ୍ଧୁତ୍ୱ ଦିବସ। ବନ୍ଧୁଙ୍କ ଲାଗି ଦିନଟିଏ। ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବରେ ଫ୍ରେଣ୍ଡସିପ ଡେ’ ବା ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ବହୁ ବର୍ଷ ତଳୁ ବନ୍ଧୁତ୍ୱର ଏହି ପବିତ୍ର ଦିବସ ପାଳନ ଚାଲିଆସିଛି। ଯୁବପିଢିଙ୍କ ପାଇଁ ବହୁତ ଖାସ୍ ଦିନ ହୋଇଥିବାରୁ ଯୁବବର୍ଗ ଏହାକୁ ଆନନ୍ଦରେ ପାଳନ କରିବେ। ଫ୍ରେଣ୍ଡସିପ ଡେ’ର ଇତିହାସ ଆରମ୍ଭ ହୋଇଥିଲା ଆମେରିକାରୁ। ଜୀବନରେ ବନ୍ଧୁର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଆମେରିକୀ କଂଗ୍ରେସରେ ୧୯୩୫ରେ ଫ୍ରେଣ୍ଡସିପ୍ ଡେ’ ପାଳିବାକୁ ଘୋଷଣା କରାଯାଇଥିଲା। ଆମେରିକୀ କଂଗ୍ରେସର ଏହି ଘୋଷଣା ପରେ ବିଭିନ୍ନ ରାଷ୍ଟ୍ରରେ ପୃଥକ୍ ଦିନରେ ଫ୍ରେଣ୍ଡସିପ୍ ଡେ’କୁ ପାଳନ କରାଗଲା । ତେବେ ଭାରତରେ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହର ପ୍ରଥମ ରବିବାର ବନ୍ଦୁତ୍ବ ଦିବସ ପାଳନ ହୋଇଥାଏ। ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ସୁସମ୍ପର୍କର ବାର୍ତ୍ତା ଦେଇଥାଏ ଏହି ଦିବସ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବନ୍ଧୁତ୍ବ ନିଜର ଗରିମା ବଜାୟ ରଖିଥାଏ।

ଆଜି ଚିତାଲାଗି ଅମାବାସ୍ଯା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗିହେବ ରତ୍ନ ଚିତା

ପୁରୀ : ଆଜି ଚିତାଲାଗି ଅମାବାସ୍ଯା । ଶ୍ରୀମନ୍ଦିରରେ ପାଳିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ଶ୍ରାବଣ କୃଷ୍ଣ ଅମାବାସ୍ଯା ତିଥିରେ ଶ୍ରୀବିଗ୍ରହଙ୍କୁ ଲାଗିହେବ ରତ୍ନ ଚିତା । ଶ୍ରୀଜଗନ୍ନାଥଙ୍କୁ ହୀରା, ବଳଭଦ୍ରଙ୍କୁ ନୀଳା ଓ ସୁଭଦ୍ରାଙ୍କୁ ମାଣିକ୍ଯ ଚିତା ଲାଗି କରାଯିବ । ରଥଯାତ୍ରା ସମୟରେ ରତ୍ନଚିତା ଓଲାଗି କରାଯାଇ ସୋଲ ଚିତା ଧାରଣ କରି ଘୋଷଯାତ୍ରାରେ ଯାଇଥିଲେ ଶ୍ରୀଜୀଉ । ଘୋଷଯାତ୍ରା ସରିଥିବାରୁ ଆଜି ସୋଲ ଚିତା ବଦଳରେ ରତ୍ନ ଚିତା ଲାଗି କରିବେ ଶ୍ରୀବିଗ୍ରହ । ଅପରାହ୍ଣରେ ଭୋଗମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ଣ ୨ଟାରୁ ସଂଧ୍ଯା ୬ ଟା ଯାଏଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।

ପୋଲିସ ବିରୋଧରେ ଏକାଠି ହେଲେ ଶିକ୍ଷକ

ନନ୍ଦିଘୋଷ ବ୍ୟୁରୋ: ପୋଲିସ ବିରୋଧରେ ଏକାଠି ହେଲେ ଶିକ୍ଷକ । ସ୍କୁଲରୁ ଶିକ୍ଷକଙ୍କୁ ଉଠାଇନେବା ଘଟଣାରେ ପ୍ରତିବାଦ । ୩ଦିନ ମଧ୍ଯରେ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ । ଗତକାଲି ସୋର ପୋଲିସ ରାଧାନାଥ ପ୍ରାଥମିକ ବିଦ୍ୟାଳୟର ୧୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର କର୍ମଚାରୀଙ୍କୁ ଉଠାଇ ଥାନାରେ ଅଟକ ରଖିଛି । ପ୍ରତିବାଦରେ ଆଜି ସୋର ଶିକ୍ଷକ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଡ଼କାଇ ପୋଲିସର କାର୍ଯ୍ଯକୁ ନିନ୍ଦା କରିବା ସହ କାର୍ଯ୍ଯାନୁଷ୍ଠାନ ଦାବି କରାଯାଇଛି । ୩ ଦିନ ମଧ୍ଯରେ ପଦକ୍ଷେପ ନିଆ ନଗରେ ପାଠପଢା ବନ୍ଦକରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିବାତୁ ଚେତାବନୀ ଦିଆଯାଇଛି । ଏହା ଶିକ୍ଷକ ଜାତି ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ।