spot_img
Home Blog Page 1743

ଡବଲ ଇଞ୍ଜିନ ସରକାର ଖଣି ପ୍ରାଧାନ୍ୟ ଓଡିଶାରୁ କୋଇଲା ରୟାଲିଟି ବୃଦ୍ଧି କରନ୍ତୁ : ପ୍ରଶନ୍ନ ଆଚାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରେ ରାଜ୍ଯ ସରକାରଙ୍କ ସମସ୍ତ ଦାବି କେନ୍ଦ୍ର ସରକାର ଗ୍ରହଣ କରିଥିବେ ବୋଲି ଆଶା କରିଛି ବିଜେଡି । ଆଜି ଏ ନେଇ ଏକ ପ୍ରେସମିଟ କରି ବିଜେଡି ରାଜ୍ଯବାସୀଙ୍କ ତରଫରୁ ଶୁଭ ଖବର ଆଶା କରିଛି । ଦିଲ୍ଲୀରେ ମୁଖ୍ଯମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ଭେଟିଛନ୍ତି । ବିକଶିତ ଓଡ଼ିଶା ପାଇଁ କଣ ଆଲୋଚନା କଲେ ତାହା ଓଡ଼ିଶା ବାସୀ ଚାହିଁ ବସିଛନ୍ତି। ରାଜ୍ଯରେ ଡବଲ ଇଞ୍ଜିନ ସରକାର ହେଲା।

ତେଣୁ ଓଡି଼ଶାର ଦାବି ସବୁ ଗ୍ରହଣୀୟ ହେବ ବୋଲି ବିଜେଡି ଆଶା କରିଛି । ପ୍ରତି ତିନି ବର୍ଷରେ ଥରେ କୋଇଲା ରୟାଲଟି ବୃଦ୍ଧି ହୋଇଥାଏ । କିନ୍ତୁ ୨୦୧୩ ପରଠାରୁ ଆଉ କୋଇଲା ରୟାଲଟିରେ ବୃଦ୍ଧି ହୋଇନି । ବହୁଦିନରୁ ଦାବି ହେଉଥିବା କୋଇଲା ରୟଲଟିରେ ବୃଦ୍ଧି ହେବ ବୋଲି ଆଶା କରିଛି ବିଜେଡି । ସେହିପରି ସ୍ବତନ୍ତ୍ର ରାଜ୍ଯ ପାହ୍ଯା ଦାବି ମଧ୍ଯ କେନ୍ଦ୍ର ସରକାର ପୂରଣ କଲେ ଓଡି଼ଶା ଏକ ବିକଶିତ ରାଜ୍ଯ ଗଠନ ଦିଗରେ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ ବୋଲି ବିଜେଡି ଆଶା କରିଛି ।

ସେହିପରି ଦିଲ୍ଲୀରେ ବିଜେଡି ପ୍ରସଙ୍ଗ ଭିତ୍ତିକ ସମର୍ଥନ କରିଆସିଛି। ଓଡ଼ିଶା ସ୍ବାର୍ଥ ବାଧା ପ୍ରାପ୍ତ ହେଲେ ଦଳ ବିରୋଧ କରିବ । ନିଟ ଏକ ଉଦବେଗ ଜନିତ ପ୍ରସଙ୍ଗ। ଏହାକୁ ବିରୋଧ କରି ବିଜେଡି ସଂସଦରେ ତାର ଉତ୍ତର ରଖିସାରିଛି । ବିଧାନସଭାରେ ଓଡ଼ିଶା ସ୍ବାର୍ଥକୁ ନେଇ ସାଲିସ କରାଯିବନି ବୋଲି କହିଛି ବିଜେଡି । ଅଣଓଡ଼ିଆ ମୁଖ୍ୟ ଶାସନ ସଚିବଙ୍କ ନିଯୁକ୍ତି ନେଇ ବିଜେଡି ପ୍ରଶ୍ନ ଉଠାଇଛି । ଓଡ଼ିଆ ଅସ୍ମିତା କଥା ଯେଉଁମାନେ କହୁଥିଲେ ସେମାନେ ଏପରି କାମ କରିଛନ୍ତି । ତେଣୁ ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଲାଣି । ଆଗକୁ ଦେଖନ୍ତୁ କଣ ହେଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ।

ନିଟ୍ ପ୍ରଶ୍ନ ପତ୍ର ଲିକ ଘଟଣା: ଗର୍ଜିଲା SFI ଛାତ୍ର ସଙ୍ଗଠନ

ଭୁବନେଶ୍ୱର: ନିଟ୍ ପରୀକ୍ଷାରେ ହୋଇଥିବା ପ୍ରଶ୍ନ ପତ୍ର ଲିକ ଘଟଣାକୁ କେନ୍ଦ୍ର କରି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛି SFI ଛାତ୍ର ସଙ୍ଗଠନ। ଭୁବନେଶ୍ୱରରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ନିଟ୍ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ ଘଟଣାରେ ସିବିଆଇ ବଦଳରେ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ କରି ଯାଞ୍ଚ କରିବାକୁ ଦାବି ହୋଇଛି।

ନିଟ୍ ପ୍ରବେଶିକା ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଜାଲିଆତି କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ବିଫଳତା। ଏହାଦ୍ବାରା ହଜାର ହଜାର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଏସଏଫଆଇ।

ସରିଲା ଶ୍ରଦ୍ଧାଳୁଙ୍କ ଅପେକ୍ଷା ଆଜିଠୁ ଆରମ୍ଭ ବାବା ଅମରନାଥଙ୍କ ର୍ତୀଥଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ସରିଲା ଶ୍ରଦ୍ଧାଳୁଙ୍କ ଅପେକ୍ଷା ଆଜିଠାରୁ ଆରମ୍ଭ ହେଲା ବାବା ଅମରନାଥଙ୍କ ର୍ତୀଥଯାତ୍ରା। ଜାମ୍ମୁକାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥିତ ଅମରନାଥ ଗୁମ୍ଫା ମନ୍ଦିରକୁ ଏହି ବାର୍ଷିକ ତୀର୍ଥଯାତ୍ରା ଅଗଷ୍ଟ ୧୯ ପର୍ଯ୍ଯନ୍ତ ଚାଲିବ । ଶ୍ରୀନଗର ଠାରୁ ୧୪୧ କିଲୋମିଟର ଦୂରରେ ଥିବା ଏହି ମନ୍ଦିରକୁ ବାଲ୍ଟାଲ ଏବଂ ପହଲଗାମ ଦୁଇଟି ମାର୍ଗ ଦେଇ ଯାଇପାରିବେ ଶ୍ରଦ୍ଧାଳୁ । ଏହି ଯାତ୍ରା ଜାମ୍ମୁ କାଶ୍ମୀର ସରକାର ଏବଂ ଶ୍ରୀ ଅମରନାଥ ଜୀ ଶ୍ରୀକ୍ଷେତ୍ର ବୋର୍ଡଅମରନାଥ ମନ୍ଦିର ହିନ୍ଦୁମାନଙ୍କର ଅନ୍ୟତମ ପବିତ୍ର ମନ୍ଦିର ଭାବରେ ଜଣାଯାଏ।

ଏହି ମନ୍ଦିରରେ ୫୧ଟି ଶକ୍ତିପୀଠ ରହିଛି । ଏହି ସ୍ଥାନରେ ଭଗବାନ ଶିବ ଦେବୀ ପାର୍ବତୀଙ୍କୁ ଜୀବନ ଏବଂ ଅନନ୍ତତାର ରହସ୍ୟ କହିଥିଲେ ବୋଲି କିମ୍ବଦନ୍ତୀରେ ବର୍ଣ୍ଣନା କରାଯାଇଛି। ଏହି ମନ୍ଦିର ଅଧିକାଂଶ ବର୍ଷ ବରଫରେ ଆଚ୍ଛାଦିତ ହୋଇ ରହିଥାଏ ଏବଂ ପଡୁଥିବା ଟୋପା ଟୋପା ପାଣିବୁନ୍ଦାରୁ ଶିବଲିଙ୍ଗ ସୃଷ୍ଟି ହୁଏ। ଗ୍ରୀଷ୍ମ ଋତୁରେ ମନ୍ଦିରଟି ଖୁବ୍ କମ୍ ସମୟ ପାଇଁ ଖୋଲା ଯାଇଥାଏ । ୪୦ ମିଟର ଉଚ୍ଚତାରେ ଥିବା ଶିବଲିଙ୍ଗକୁ ଦେଖିବା ପାଇଁ ଭକ୍ତଙ୍କୁ ୩୫ରୁ ୪୮ କିଲୋମିଟର ଯିବାକୁ ପଡିଥାଏ, ଯେଉଁଥି ପାଇଁ ଯାତ୍ରାର ପ୍ରଥମ ଦିନରୁ ହିଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ।

ଗରିବଙ୍କ ପାଇଁ ସଞ୍ଜିବନୀ ସାଜିଛି BSKY କାର୍ଡ

ଖୋର୍ଦ୍ଧା: ଗରିବଙ୍କ ପାଇଁ ସଞ୍ଜିବନୀ ସାଜିଛି BSKY କାର୍ଡ। ରାଜ୍ୟରେ ଅର୍ଥ ଅଭାବରୁ ଚିକିତ୍ସା ହୋଇ ନ ପାରି ଅନେକ ଗରିବ ଗ୍ରାମାଞ୍ଚଳ ରୋଗୀ ଅନେକ ସମସ୍ୟା ଭୋଗୁଥିଲେ। କିନ୍ତୁ ପୂର୍ବରୁ ନବୀନ ସରକାର ପ୍ରଚଳନ କରିଥିବା BSKY କାର୍ଡରେ ମିଳୁଛି ଉନ୍ନତମାନର ସେବା। ଘରୋଇ ମେଡିକାଲରେ ମାଗଣାରେ ପାଇପାରୁଛନ୍ତି ଚିକିତ୍ସା।

ବିଶେଷ କରି ଗ୍ରାମାଞ୍ଚଳ ରୋଗୀ ମାନେ ଏହି BSKY କାର୍ଡକୁ ବ୍ୟବହାର କରି ହୃଦ୍ ରୋଗ ପରି ଜଟିଳ ବ୍ୟୟବହୁଳ ରୋଗର ଚିକିତ୍ସା ପାଇପାରୁଛନ୍ତି। BSKY କାର୍ଡକୁ ବ୍ୟବହାର ଭୁବନେଶ୍ୱରରେ ଥିବା ସନ୍ ସାଇନ୍ ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରିବାକୁ ହୃଦରୋଗ ବିଶେଷଜ୍ଞ ମାନେ ପରାମର୍ଶ ଦେଇଥିଲେ। ରାଜ୍ୟରେ ହୃଦରୋଗରେ ଆକ୍ରାନ୍ତ ହେଉଥିବା ରୋଗୀ ମାନେ ଏହି କାର୍ଡର ସଦୁପଯୋଗ କରିବାକୁ ଡାକ୍ତର ମାନେ ସାମ୍ବାଦିକ ସମ୍ମିଳନୀରେ ମତ ଦେଇଥିଲେ।

ରାଜ୍ଯର ସବୁ ବ୍ଲକରେ ଖୁବ୍ ଶୀଘ୍ର ଶୀତଳ ଭଣ୍ଡାର ଖୋଲାଯିବ: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଚିନ୍ତା ବଢାଉଛି ଦରଦାମ ବୃଦ୍ଧି । ଦରଦାମ ବୃଦ୍ଧିକୁ ନେଇ ମୁହଁ ଖୋଲିଲେ ବିଭାଗୀୟ ମନ୍ତ୍ରୀ । କଣ୍ଟ୍ରୋଲକୁ ଆସୁଛି ଦରଦାମ । ପିଆଜ ୪୦ ଟଙ୍କା ଭିତରେ ରହିଥିବା ବେଳେ ଆଳୁ ୩୫ ଟଙ୍କା ଭିତରେ ରହିଛି । ନାସିକରୁ ପିଆଜ ଓ ପଶ୍ଚିମବଙ୍ଗରୁ ଆଳୁ ଆସୁଛି । ସେଠି ବି ଦର ଅଧିକ ରହିଛି ।

ବର୍ତ୍ତମାନ ସବୁ ବେପାରୀଙ୍କ ବିଲ ଯାଞ୍ଚ କରାଯାଉଛି । ଖୁଚୁରା ବେପାରୀ ଯଦି ଅଧିକ ଦାମରେ ପନିପରିବା ବିକ୍ରି କରିବେ ତେବେ ତାଙ୍କ ଉପରେ ଆକ୍ସନ ନିଆଯିବ। ଏଥିସହିତ ରାଜ୍ଯର ସବୁ ବ୍ଲକରେ ଖୁବ୍ ଶୀଘ୍ର ଶୀତଳ ଭଣ୍ଡାର ଖୋଲାଯିବ ନେଇ କହିଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମ୍ବାଦିକ ଗିରଫ

ନୂଆଦିଲ୍ଲୀ: ଦିନକୁ ଦିନ ନିଟକୁ ନେଇ ଆସୁଛି ଚାଞ୍ଚଲ୍ଯକର ତଥ୍ଯ। ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି ସିବିଆଇ। ଝାଡ଼ଖଣ୍ଡ ହଜାରିବାଗରୁ ଗିରଫ ସାମ୍ବାଦିକର ନାଁ ଜମାଲୁଦ୍ଦିନ ବୋଲି ସୂଚନା ମିଳିଛି। ସେପଟେ ସିବିଆଇ ପକ୍ଷରୁ ଗୁଜରାଟର ଗୋଧ୍ରା, ଖେଡା, ଆନନ୍ଦ ଓ ଅହମ୍ମଦାବାଦରେ ସର୍ଚ୍ଚ ଅପରେସନ କରିଛି ସିବିଆଇ। ଗତ ଜୁନ୍ ୨୭ରେ ନିଟ-ୟୁଜି ପେପର ଲିକ୍ ମାମଲାରେ ବିହାର ପାଟନାରୁ ପ୍ରଥମେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ସିବିଆଇ। ସେମାନେ ହେଲେ ମନୀଷ ପ୍ରକାଶ ଓ ଆଶୁତୋଷ। ଆଶୁତୋଷ ସହାୟତାରେ ମନୀଷ ପ୍ରକାଶ ଲର୍ଣ୍ଣ ପ୍ଲେ ସ୍କୁଲ ସହ ସମ୍ପର୍କିତ ଏକ ଛାତ୍ରାବାସରେ ପରୀକ୍ଷାର୍ଥୀମାନଙ୍କୁ ରଖିବା ବ୍ଯବସ୍ଥା କରିଥିଲା। ଗତ ଜୁନ ୨୮ରେ ସିବିଆଇ ଝାଡଖଣ୍ଡ ହଜାରିବାଗର ଓଏସିସି ସ୍କୁଲର ପ୍ରିନ୍ସିପାଲ ଓ ଭାଇସପ୍ରିନ୍ସିପାଲଙ୍କୁ ଗିରଫ କରିଥିଲା।

ନିଟ ପେପର ଲିକ୍ ମାମଲାରେ ସିବିଆଇ ୬ଟି ମାମଲାର ତଦନ୍ତ କରୁଛି। ବିହାର, ଗୁଜରାଟ, ମହାରାଷ୍ଟ୍ର ଓ ରାଜସ୍ଥାନର ୩ଟି ମାମଲାର ତଦନ୍ତ କରୁଛି ସିବିଆଇ। ଏହି ପରୀକ୍ଷାକୁ ନେଇ ଅନେକ ଅନିୟମିତତା ଅଭିଯୋଗ ଆସିଥିଲା। ପରେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଛି। ଦେଶର ୫୭୧ଟି ସହରର ୪ ହଜାର ୭୫୦ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା ଏବଂ ୨୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀର ପ୍ରତିବାଦ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀର ପ୍ରତିବାଦ। ଦିଲ୍ଲୀରେ ଶୁଭିଲା ଆପ୍ ଗର୍ଜନ। ବିଜେପି ମୁଖ୍ୟାଳୟ ନିକଟରେ ପ୍ରତିବାଦ କରିଛନ୍ତି ଆପ୍ କର୍ମୀ। ଦିଲ୍ଲୀ ମଦନୀତି ମାମଲାରେ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ପରେ ସିବିଆଇ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହି ଗିରଫ ପ୍ରତିବାଦରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆପ୍ କର୍ମୀ। କେନ୍ଦ୍ରୀୟ ଦିଲ୍ଲୀର ଡିଡିୟୁ ମାର୍ଗ ନିକଟରେ ଆପ୍ କର୍ମୀ ବିକ୍ଷୋଭ କରିବାକୁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଛି ପୋଲିସ।

ଆନ୍ଦୋଳନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନାରେ ଅର୍ଦ୍ଧସାମରିକବାହିନୀ ମୁତୟନ କରାଯାଇଛି। ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଆପ୍ କର୍ମୀଙ୍କ ଅଭିଯୋଗ-ମିଥ୍ଯା ମାମଲାରେ କେଜ୍ରିୱାଲଙ୍କୁ ଇଡି ଓ ସିବିଆଇ ଗିରଫ କରିଛି।

‘ବାଇକ ଚଳାଇବା ବେଳେ ହେଲମେଟ ନ ପିନ୍ଧିଲେ ଦରମା ବନ୍ଦ’

ଗଜପତି: ଶିକ୍ଷକଙ୍କୁ ମୋହନା ବିଇଓଙ୍କ କଡ଼ା ତାଗିଦ। ଗାଡ଼ି ଚଳାଇବା ବେଳେ ହେଲମେଟ ନପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ। ବନ୍ଦ ହେବ ଦରମା। ଏଭଳି ନିଆରା ପଦକ୍ଷେପ ନେଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଳକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା । ବାଇକରେ ବିଦ୍ୟାଳୟ ଯିବା ସମୟରେ ହେଉ କିମ୍ବା ଅନ୍ୟ ସବୁବେଳେ ହେଲମେଟ ପିନ୍ଧିବାକୁ ତାଗିଦ କରିଛନ୍ତି ବିଇଓ। ଏନେଇ  ମୋହନା ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜଣାଇବା ସହ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସିସିଙ୍କୁ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଏଥିସହ ଡିଇଓଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ। ଯଦି କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ ଏହି ନିର୍ଦ୍ଦେଶକୁ ଅବମାନନା କରି ବିନା ହେଲମେଟରେ ବାଇକ ଚଳାଇବାର ନଜରକୁ ଆସନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ସମ୍ପୃକ୍ତ ଶିକ୍ଷକଙ୍କ ଗୋଟିଏ ମାସର ଦରମା ବନ୍ଦ ପାଇଁ ପଦକ୍ଷେପ ନିଆଯିବ ।

ଗତ କିଛି ବର୍ଷ ହେଲା ବାଇକ ଦୁର୍ଘଟଣାରେ ଅନେକ ଶିକ୍ଷକଙ୍କ ମୃତ୍ୟୁ ଘଟିଛି ।  ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ଏଭଳି ପଦେକ୍ଷପ ନେଇଥିବା କହିଛନ୍ତି ବିଇଓ।

ଦିଲ୍ଲୀରେ ଦୀର୍ଘ ୮୮ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି ବର୍ଷା। ଦୀର୍ଘ  ୮୮ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା। ଗୋଟିଏ ଦିନରେ ଏତେ ପରିମାଣର ବର୍ଷା କେବେ ହୋଇ ନଥିବା ସୂଚନା ମିଳିଛି। ସେପଟେ ଆସନ୍ତା ୫ ଦିନରେ ପୁଣି ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେଣେ ଦିଲ୍ଲୀରେ ବର୍ଷାଜନିତ ମୃତ୍ଯୁସଂଖ୍ଯା ହୋଇଛି ୬।

ଦ୍ବାରକା, ପାଲମ, ବସନ୍ତ ବିହାର, ବସନ୍ତ କୁଞ୍ଜ, ଗୁରୁଗାଓଁ, ଫରିଦାବାଦ, ମାନେସର ଆଦି ଅଞ୍ଚଳରେ ସ୍ଥିତି ଅଧିକ ଘନୀଭୂତ ହୋଇଛି। ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଥିବା ବେଳେ ଅନେକ ଗଛ ଉପୁଡି ପଡିଛି। ବିଦ୍ଯୁତ ସମସ୍ଯା ଜାରି ରହିଥିବା ବେଳେ ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ଯା ତୀବ୍ର ହୋଇଛି। ରାଜ୍ଯପାଳ ଭିକେ ସକ୍ସେନା ସ୍ଥିତି ସମୀକ୍ଷା କରିଛନ୍ତି। ବହୁ ରାସ୍ତାରେ କାର ବୁଡିଯିବା ଦେଖାଯାଇଛି। ଶହ ଶହ ଯାନବାହନ ରାସ୍ତାରେ ଅଟକି ରହିଛନ୍ତି। ଲକ୍ଷାଧିକ ଲୋକ ଜଳଘେରରେ ରହିଛନ୍ତି।
ସେପଟେ ମହାନଗରୀ ମୁମ୍ବାଇରେ ବି ହୋଇଛି ଜଳବନ୍ଦୀ। ରାସ୍ତାଘାଟରେ ଜମିଛି ପାଣି। ହଜାର ହଜାର ଯାନବାହନ ରାସ୍ତାରେ ଅଟକିଛି। ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଛି।

ଲଦାଖରେ ଟ୍ୟାଙ୍କ ଅଭ୍ୟାସ ବେଳେ ଅଘଟଣ, ଭାସିଗଲେ ୫ ଯବାନ

ଲଦାଖ: ଲଦାଖ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଅଘଟଣ। ଯବାନମାନେ ଦୌଲତ ବେଗ ଓଲଡି ନିକଟରେ ନଦୀ ପାର ହେଉଥିବା ବେଳେ ଭାସିଗଲା ସେନା ଟ୍ଯାଙ୍କ। ନଦୀରେ ଅକସ୍ମାତ ଫ୍ଲାସ ଫ୍ଲଡ ଆସିବାରୁ ଭାସି ଯାଇଥିଲା ଟ୍ଯାଙ୍କ। ଦୁର୍ଘଟଣାରେ ୫ ସୈନ୍ଯଙ୍କ ମୃତ୍ଯୁ ସୂଚନା। ମୃତକଙ୍କ ମଧ୍ଯରେ ଜଣେ ଜୁନିଅର କମିଶନ ଅଫିସର ବା ଜେସିଓ ରହିଥିବା ସୂଚନା ମିଳିଛି। ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଯବାନମାନେ ଟି-୭୨ ଟ୍ଯାଙ୍କରେ ଟ୍ରେନିଂ ମିସନରେ ଯାଇ ମନ୍ଦିର ମୋର୍ ଇଲାକାରେ ନଦୀ ପାର ହେଉଥିଲେ। ହଟାତ୍ ଫ୍ଲାସ ଫ୍ଲଡ ଆସିବାରୁ ଭାସି ଯାଇଥିଲା ଟ୍ଯାଙ୍କ। ସେଠାରେ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଲେହଠାରୁ ୧୪୮ କିଲୋମିଟର ଦୂରରେ ଘଟିଛି ଅଘଟଣ।

ଏହି ଘଟଣାକୁ ନେଇ ଶୋକବ୍ଯକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଗତ କିଛି ଦିନ ଧରି ଲଦାଖ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଅନେକ ନଦୀରେ ଫ୍ଲାସ ଫ୍ଲଡ ଆସିବା ଦେଖାଯାଉଛି। କୁଲ୍ଲୁ ଓ କାନୁର ଜିଲ୍ଲାରେ ବ୍ଯାପକ ଲ୍ଯାଣ୍ଡ ସ୍ଲାଇଡ ହେବା ଦେଖିବାକୁ ମିଳୁଛି।