spot_img
Home Blog Page 1742

ବିଜେଡ଼ି ବିଧାୟକ ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ ଶଂଖ ଭବନରେ ପହଞ୍ଚିଲେ ଦଳ ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜେଡିର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଶଙ୍ଖ ଭବନରେ ପହଞ୍ଚିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଏଥିରୁ ନୂଆ କରି ଜିତିଥିବା ବିଧାୟକଙ୍କୁ ବିଧାନସଭା, ଏହାର କାର୍ଯ୍ୟ ଶୈଳୀ ସମ୍ପର୍କରେ ଜାଣିବାକୁ ପାଇବେ ବୋଲି ନବୀନ କହିଛନ୍ତି । ଏହାସହ ସେ ରାଜ୍ୟର ବିଜେପି ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ।

ବିଧାନସଭା ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ରାଜନୈତିକ ଉଦ୍ଦେଶ୍ୟ ଥିଲା ଏବଂ ଏହା ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଯଥେଷ୍ଟ ସମ୍ମାନ ଦେଇ ନଥିଲା। ତେଣୁ ବିଧାନସଭା ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ବିଜେଡି ଓହରିଯାଇଥିଲା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ନିବନିର୍ବାଚିତ ବିଧାୟକମାନଙ୍କୁ ବିଧାନସଭାରେ କାର୍ଯ୍ୟ ପ୍ରଣାଳୀ ଓ କାର୍ଯ୍ୟ ପରିଚାଳନାର ନିୟମ ସମ୍ପର୍କରେ ଅବଗତ କରାଇବା ପାଇଁ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । କେବଳ ଗୃହର ସୁରୁଖୁରୁରେ ପରିଚାଳନା ପାଇଁ ନୁହେଁ ବରଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ ଏହି ନିୟମ ପ୍ରଣୟନ କରାଯାଇଛି । ତେଣୁ ଜଣେ ବିଧାୟକ ଭାବରେ ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିବା ପାଇଁ ଆପଣଙ୍କୁ ନିୟମ- ଉପଦେଶ, ପରମ୍ପରା, ପରମ୍ପରା ସହିତ ଭଲ ଭାବରେ ଅନୁସରଣ କରିବାକୁ ପଡିବ ।
ସମ୍ବିଧାନ ସଭାରେ ଭାରତ କାହିଁକି ସଂସଦୀୟ ଶାସନକୁ ପସନ୍ଦ କରେ ତାହାର କାରଣ ବର୍ଣ୍ଣନା କରି ଡ. ବିଆର ଆମ୍ବେଦକର କହିଥିଲେ ଯେ ସଂସଦୀୟ ଗଣତନ୍ତ୍ରରେ ସରକାର ବିଧାନସଭା ପାଇଁ ଗ୍ରହଣୀୟ ହୋଇଥିବା ବେଳେ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ବିଧାନସଭାରେ ଉତ୍ତରଦାୟୀ ନକରି କାର୍ଯ୍ୟନିର୍ବାହୀର ସ୍ଥିରତା ଉପରେ ଆଧାରିତ ।
ବିଧାନସଭା ପ୍ରତି ସରକାରଙ୍କ ଉତ୍ତରଦାୟିତ୍ୱ ପ୍ରଶ୍ନ ପଚାରିବା, ମୁଲତବୀ ଓ ଅନାସ୍ଥା ପ୍ରସ୍ତାବ, ଦୃଷ୍ଟି ଆକର୍ଷଣ ନୋଟିସ୍, ସ୍ବତନ୍ତ୍ର ଇତ୍ୟାଦି ଅନେକ ପ୍ରସ୍ତାବ ଆଗତ କରି ପ୍ରୟୋଗ କରାଯାଏ। ଏଗୁଡ଼ିକ ଅନ୍ୟ।ନ୍ୟ ଆଇନଗତ ଉପକରଣର ଏକ ଅଂଶ ଯାହାକୁ ଆପଣ ସମସ୍ତେ ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା ଉଚିତ୍ | ଏହାବ୍ୟତୀତ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଉଠାଇବାରେ ଶୂନ୍ୟକାଳର ସମ୍ପୂର୍ଣ୍ଣ ଉପଯୋଗ କରିବା ଉଚିତ୍ ।
ମିନି ଆସେମ୍ବଲି କୁହାଯାଉଥିବା ଆମ ବିଧାନସଭାର ଅନେକ କମିଟି ମଧ୍ୟରେ କିପରି କାର୍ଯ୍ୟ କରିବାକୁ ହେବ ତାହା ମଧ୍ୟ ଆମକୁ ବୁଝିବାକୁ ପଡିବ । ସେଠାରେ ମଧ୍ୟ ସେହି କମିଟିଗୁଡ଼ିକୁ ପଠାଯାଉଥିବା ଅନେକ ବିଲ୍ ର ଯାଞ୍ଚକୁ ସୁଦୃଢ଼ କରିବାରେ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ।
୫୧ ବିଧାୟକ ଥିବା ବିଜେଡି ଏକ ଶକ୍ତିଶାଳୀ ବିରୋଧୀ ଦଳ ଗଠନ କରିଛି। ତେଣୁ ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ ସେହି ଉପକରଣଗୁଡ଼ିକୁ ବ୍ୟବହାର କରିବା ପାଇଁ ଆମେ କୌଣସି କସରତ ଛାଡିବା ଉଚିତ ନୁହେଁ ।
ଗଣତନ୍ତ୍ରରେ ସରକାର ହେଉଛି ‘ଆମେ ଜନତା’ର ଏବଂ ବିରୋଧୀମାନେ ମଧ୍ୟ ‘ଆମେ ଜନତା’କୁ ଜନାଦେଶ ଦେଉଛନ୍ତି। ତେଣୁ ବିରୋଧୀ ଦଳ ମଧ୍ୟ ସରକାରଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ ବିରୋଧୀଙ୍କୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଆମକୁ ସର୍ବଦା ସତର୍କ ଓ ସକ୍ରିୟ ରହିବାକୁ ପଡ଼ିବ।

ବାସ୍ତବରେ ଏକ ଜୀବନ୍ତ ବିରୋଧୀ ହିଁ ଗଣତନ୍ତ୍ରର ସର୍ବୋତ୍ତମ ରକ୍ଷକ। ଆପଣମାନଙ୍କ ମଧ୍ୟରୁ ଅନେକ ଅନେକ ଥର ବିଧାୟକ ଅଛନ୍ତି ଏବଂ କେତେକଙ୍କୁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ମିଳିଛି । ବିଧାନସଭାରେ ବିଧାୟକ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ଆପଣଙ୍କ ପାଖରେ ଅଛି । ସେହି ଅଭିଜ୍ଞତା ଆପଣଙ୍କୁ ସରକାରଙ୍କୁ ଉତ୍ତରଦାୟୀ କରିବାରେ ବହୁତ ସାହାଯ୍ୟ କରିବ । ଆପଣ ନୂଆ ଆସୁଥିବା ଲୋକଙ୍କୁ ମଧ୍ୟ ମାର୍ଗଦର୍ଶନ କରିବା ଉଚିତ୍ ।
ଓଡିଶା ବାସୀ ଆମକୁ ବିଧାନସଭାକୁ ପଠାଇଛନ୍ତି. ତେଣୁ ଓଡିଶା ଏବଂ ଓଡିଶା ବାସୀଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ଆମେ ଲଢେଇ ଜାରି ରଖିବା. ଜନସାଧାରଣଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ କୌଣସି ଆପୋଷ ବୁଝାମଣା ହେବା ଉଚିତ ନୁହେଁ। ମୁଁ ଆଶା କରୁଛି ଓରିଏଣ୍ଟେସନ୍ ପ୍ରୋଗ୍ରାମ ଅତ୍ୟନ୍ତ ଫଳପ୍ରଦ ଏବଂ ଉପଯୋଗୀ ହେବ

ଶଙ୍ଖ ଭବନରେ ନବୀନ, ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କରିବେ ଉଦଘାଟନ

ଭୁବନେଶ୍ବର: ଶଙ୍ଖ ଭବନରେ ପହଞ୍ଚିଲେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଉ କିଛି ସମୟ ପରେ ବିଜେଡି ନବ ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କରିବେ ଉଦଘାଟନ । ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ଜ୍ଞାନ ଦେବେ ଦଳର ପୁରୁଖା ବିଧାୟକ ଓ ପୂର୍ବତନ ବିଧାୟକ ।

ନୂଆ ବିଧାୟକଙ୍କୁ ଗୃହର ଗରିମା, ଗୃହରେ ଆଲୋଚନା ଶୈଳୀ, କାର୍ଯ୍ୟପନ୍ଥା ବାବଦରେ ପ୍ରଶିକ୍ଷଣ ଦିଆଯିବ । ଗଠନମୂଳକ ବିରୋଧି ଦଳ ଭାବେ ସରକାରଙ୍କୁ ଶାଣିତ ସମାଲୋଚନାର କଳା କୌଶଳ ଶିଖାଯିବ । ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ମ୍ଯାଟର ଅଫ ପବ୍ଲିକ ଇମ୍ପୋରଟାନ୍ସ ଉପରେ ପ୍ରଶିକ୍ଷଣ ଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର । ହାଉସ କମିଟି, ଷ୍ଟାଣ୍ଡିଂ କମିଟି, ସୋସିଆଲ ମିଡିଆ ସମ୍ପର୍କରେ ବି ତାଲିମ ପ୍ରଦାନ କରାଯିବ ।

ILS ବୈଜ୍ଞାନିକ ସନ୍ଦିପ ମିଶ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ଆଇଏଲଏସ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ଘରୁ ଉଦ୍ଧାର ହେଲା ମୃତଦେହ । ସ୍ତନ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ଥିଲା ଉଲ୍ଲେଖନୀୟ ଅବଦାନ।

ଆଜି ସକାଳୁ ସନ୍ଦିପଙ୍କୁ ନିଜ ଘରୁ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବର୍ତ୍ତମାନ ସନ୍ଦିମଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି ।

ପୁଅ ଓ ଝିଅକୁ ଚାକିରି କରାଇ ଦେବାକୁ କହି ମହିଳାଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୁକ୍ତ କୋର୍ଟ ଚାଲାଣ

ଟିଟିଲାଗଡ଼: ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ଠକକୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ ପୋଲିସ । ଘଟଣାଟି ଘଟିଛି ଟିଟିଲାଗଡ ବ୍ଲକ ପଡାରେ ।

ଅଭିଯୋଗ ଅନୁସାରେ ଟିଟିଲାଗଡ ବ୍ଲକ ପଡାର ଗୀତାଞ୍ଜଳି ମୁଣ୍ଡାଙ୍କ ଠାରୁ ସୁରଜ ପାଣ୍ଡେ ପୁଅ ଓ ଝିଅକୁ ଚାକିରି କରେଇ ଦେବା ନାଁରେ ୨୪ ଲକ୍ଷ ଟଙ୍କା ନେଇଥିଲା । ଏହାସହ ମୋବାଇଲ ଓ ଏକ ସ୍କୁଟି ମଧ୍ୟ ନେଇଥିଲା ।  ଝିଅକୁ ANM ନର୍ସିଂ ଓ ପୁଅକୁ ରେଲଓ୍ବେ ଲୋକ ପାଇଲଟରେ ଚାକିରି କରେଇ ଦେବାକୁ କହିଥିଲା । ତେବେ ଗୀତାଞ୍ଜଳିଙ୍କର ସୁରଜ ଉପରେ ସନ୍ଦେହ ହୋଇଥିଲା । ଏନେଇ ସେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଠକେଇ ପ୍ରମାଣ ମିଳିବା ପରେ ପୋଲିସ ସୁରଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ନୟାଗଡ଼ର ୪ ଜେଲରେ ଚଢ଼ାଉ, ପ୍ରଚୁର ପରିମାଣରେ ନିଶାଦ୍ରବ୍ୟ ଜବତ

ନୟାଗଡ଼: ନୟାଗଡ଼ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ l ଜିଲ୍ଲାର ମୁଖ୍ୟ ଜେଲ ସମେତ ରଣପୁର, ଦଶପଲ୍ଲା, ଖଣ୍ଡପଡା ସବଜେଲରେ ହୋଇଛି ଚଢ଼ାଉ । ଜେଲ ଭିତରେ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ ମିଳିବା ପରେ ନୟାଗଡ଼ ଏସପି ରାହୁଲ ଜୈନ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ପୋଲିସ ଅଧିକାରୀ, ସ୍ଥାନୀୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ନେଇ ଏହି ଚଢ଼ାଉ କରାଯାଇଛି ।

ଚଢ଼ାଉ ବେଳେ ନୟାଗଡ଼ ଜେଲ ଭିତରେ ପୁଳା ପୁଳା ଗୁଟଖା ପୋଲିସ ହାତରେ ଲାଗିଛି । ଏହାସହ ଅନ୍ତେବାସୀଙ୍କଠାରୁ ପ୍ରାୟ ୧୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ସେହିପରି ବିଡି, ସିଗାରେଟ, ଖଇନି ଓ ଦିଆସିଲି ମଧ୍ୟ ଜବତ କରାଯାଇଛି ।

ଜେଲ ଭିତର ଏ ସବୁ ଦ୍ରବ୍ୟ ନେବାକୁ ଅନୁମତି ନାହିଁ । ତେବେ ଜେଲ୍ ଭିତରକୁ ଏହା କେମିତି ଆସିଲା ତାହାର ତନାଘନା ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତମାନଙ୍କ ସହ ଜେଲର କେଉଁ କେଉଁ କର୍ମଚାରୀ ସମ୍ପୃକ୍ତ ଅଛନ୍ତି ତାହାର ଯାଞ୍ଚ କରାଯାଉଛି ।

ସ୍କୁଲ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୫୦ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା: ସେଣ୍ଟ ଜାଭିୟର ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ।  ପାଟକୁରା ଡେରାବିଶ ବ୍ଲକ ଅସୁରେଶ୍ୱର ରାସ୍ତା କେନାଲ ନଦୀ ବନ୍ଧରେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ସେଣ୍ଟ ଜାଭିୟର ସ୍କୁଲ ବସଟି ୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯିବା ସମୟରେ ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲା । ବସ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ଗୁଳି ମାରିଲା ସ୍ବାମୀ

ବଲାଙ୍ଗୀର: ମଦ ନିଶା କଲା ବେକାବୁ । ମଦ ଆଗରେ ତୁଛ ହୋଇଗଲା ସମ୍ପର୍କରେ । ମଦ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ଗୁଳି ମାରିଲା ସ୍ବାମୀ । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଟେଙ୍ଗରା ଗାଁରେ ।

ମିଳିଥିବା ସୂଚନା ଅନୁସାରେ, ଟେଙ୍ଗରା ଗାଁର ଅଭିଯୁକ୍ତ ମଦ ପିଇବା ପାଇଁ ସ୍ତ୍ରୀକୁ ଟଙ୍କା ମାଗିଥଇଲା । ହେଲେ ମହିଳା ଜଣଙ୍କ ଟଙ୍କା ଦେବାକୁ ରୋକଠୋକ ମନା କରିଦେଇଥିଲେ । ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ ମହିଳାଙ୍କୁ ଉପରକୁ ଗୁଳିମାଡ଼ କରିଛି ।

ମହିଳାଙ୍କ ଜଙ୍ଘରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ମୁରିବାହାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଥାନାରେ ଏତଲା ପରେ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଆଜି ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ତିନିଦିନ ଅତିପ୍ରବଳ ବର୍ଷା

ଭୁବନେଶ୍ବର:  ଆଜି ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ନେବ ଲଘୁଚାପର ରୂପ । ପ୍ରଭାବରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ ଏବଂ ମାକାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

୨୬ ତାରିଖରେ କେନ୍ଦୁଝର ଏବଂ ମୟୂରଭଞ୍ଜାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ୨୭ ଓ ୨୮ ତାରିଖରେ ବର୍ଷା କମିବା ସହ ୨୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ପୁଣି ନିର୍ଧୁମ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ଜୁନ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଆଜି ଅଭିଯୁକ୍ତ ସଞ୍ଜୟର ପଲିଗ୍ରାଫ ଟେଷ୍ଟ

କୋଲକାତା: ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା । ମୁଖ୍ଯ ଅଭିଯୁକ୍ତ ସଞ୍ଜୟ ରୟର ଆଜି ହେବ ପଲିଗ୍ରାଫ ଟେଷ୍ଟ । ଗତକାଲି ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷଙ୍କ ସମେତ ୬ ଜଣଙ୍କ ହୋଇଛି ଟେଷ୍ଟ ।  ଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ ଫରେନସିକ ସାଇନ୍ସ ଲାବରେଟୋରୀର ଏକ ମେଡିକାଲ ଟିମ କରିଛନ୍ତି ପଲିଗ୍ରାଫ ଟେଷ୍ଟ ।

ସେମିନାର ହଲରୁ ମିଳିଥିବା ଫିଙ୍ଗରପ୍ରିଣ୍ଟ ଅନୁସାରେ ୨ ଜଣ ପ୍ରଥମ ବାର୍ଷିକ ପିଜି ଟ୍ରେନି ଛାତ୍ରଙ୍କର ହୋଇଛି ଟେଷ୍ଟ । ସେପଟେ କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ତଦନ୍ତ ଯୋଗ୍ଯ ନଥିକୁ ସିବିଆଇକୁ ହସ୍ତାନ୍ତର କରିଛି ଏସଆଇଟି ।  ଆର୍ଥିକ ଅନିୟମିତତାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ ।

ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳରେ ହୋଇଥିବା ଅନିୟମିତତାର ତଦନ୍ତ କରିବ ସିବିଆଇ । ସେପଟେ ସଞ୍ଜୟର ବାଇକକୁ ଜବତ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟ ଅଗଷ୍ଟ ୯ ତାରିଖ ରାତିରେ ମେଡିକାଲ ଭିତରକୁ ପ୍ରବେଶ କରୁଥିବାର ସିସିଟିଭି ଭିଜୁଆଲ ସିବିଆଇ ପାଇଥିଲା ।

ଆଜି ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ନବ ନିର୍ବାଚିତ ବିଜେଡି ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ଆଜି ବିଜେଡି ବିଧାୟକମାନେ ନେବେ ଗୁରୁମନ୍ତ୍ର । ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବ କର୍ମଶାଳା । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କର୍ମଶାଳାର କରିବେ ଉଦଘାଟନ । ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ଜ୍ଞାନ ଦେବେ ଦଳର ପୁରୁଖା ବିଧାୟକ ଓ ପୂର୍ବତନ ବିଧାୟକ ।

ନୂଆ ବିଧାୟକଙ୍କୁ ଗୃହର ଗରିମା, ଗୃହରେ ଆଲୋଚନା ଶୈଳୀ, କାର୍ଯ୍ୟପନ୍ଥା ବାବଦରେ ପ୍ରଶିକ୍ଷଣ ଦିଆଯିବ । ଗଠନମୂଳକ ବିରୋଧି ଦଳ ଭାବେ ସରକାରଙ୍କୁ ଶାଣିତ ସମାଲୋଚନାର କଳା କୌଶଳ ଶିଖାଯିବ । ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ମ୍ଯାଟର ଅଫ ପବ୍ଲିକ ଇମ୍ପୋରଟାନ୍ସ ଉପରେ ପ୍ରଶିକ୍ଷଣ ଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର । ହାଉସ କମିଟି, ଷ୍ଟାଣ୍ଡିଂ କମିଟି, ସୋସିଆଲ ମିଡିଆ ସମ୍ପର୍କରେ ବି ତାଲିମ ପ୍ରଦାନ କରାଯିବ ।

ବିଜେଡିର ୫୧ ବିଧାୟକଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ୧୯ ଜଣ ବିଧାନସଭାକୁ ଆସିଥିବା ବେଳେ ୧୪ ବିଧାୟକ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଏମାନେ ଶାସକ ଦଳରେ ଥିବା ବେଳେ ଏଥର ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ବିରୋଧୀ ଦଳ ଭାବେ ସରକାରଙ୍କୁ ଗଠନମୂଳକ ସମାଲୋଚନା ପାଇଁ ବିଜେଡି ସୁପ୍ରିମୋ ଆହ୍ବାନ ଦେଇଛନ୍ତି ।

ବିଧାନସଭା ପକ୍ଷରୁ ଆୟୋଜିତ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ଯକ୍ରମ ଭଳି ଆୟୋଜନ କରିବା ଓ ରାଜନୈତିକ ସ୍ୱାର୍ଥ ଥିବା ଅଭିଯୋଗ କରି ବିଜେଡି ଏହାକୁ ବର୍ଜନ କରିଥିଲା ।