spot_img
Home Blog Page 1751

ଆଜି ସଂସଦର ମିଳିତ ଅଧିବେଶନ, ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ:  ଆଜି ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୮ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ହେବ ଆଲୋଚନା। ଜୁଲାଇ ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଦେବେ ଉଦବୋଧନ। ଚଳିତ ଅଧିବେଶନରେ ଜିରୋ ଆୱାର ଓ ପ୍ରଶ୍ନକାଳ ରଖାଯାଇନାହିଁ। ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ନୂଆ ସଂସଦ ଭବନରେ ଆରମ୍ଭ ହୋଇଥିବା ଏହି ଅଧିବେଶନରେ କିନ୍ତୁ ସୃଷ୍ଟି ହେବ ହଟ୍ଟଗୋଳ। ନିଟ-ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ସାରା ଦେଶରେ ତୁମ୍ବିତୋଫାନ ଜାରି ରହିଥିବାବେଳେ ସଂସଦରେ ଏହାର ପ୍ରଭାବ ପଡିବା ଆଶଙ୍କା କରାଯାଉଛି।

ପ୍ରଶ୍ନପତ୍ର ଲିକ, ଏମଏସପି ଆଦି ପ୍ରସଙ୍ଗରେ କେନ୍ଦ୍ରକୁ ଜୋରଦାର ଟାର୍ଗେଟ କରିପାରନ୍ତି ବିରୋଧୀ। ଲୋକସଭା ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହୋଇଥିବାବେଳେ ଉପବାଚସ୍ପତି ପଦବୀ ଲାଗି ପ୍ରକ୍ରିୟା ଆରମ୍ଭ ହେବ। ବର୍ତ୍ତମାନ ଏନଡିଏରେ ୨୯୩ ସଦସ୍ଯ ଥିବାବେଳେ ଇଣ୍ଡିଆ ମେଣ୍ଟର ସଦସ୍ଯ ସଂଖ୍ଯା ରହିଛି ୨୩୪। କେବଳ ବିଜେପିର ୨୪୦ ସଦସ୍ଯ ଥିବାବେଳେ କେବଳ କଂଗ୍ରେସର ସଦସ୍ଯ ସଂଖ୍ଯା ରହିଛନ୍ତି ୯୯।

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ଉପପ୍ରଧାନମନ୍ତ୍ରୀ  ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ଯବସ୍ଥା ବିଗିଡ଼ିବାରୁ ଗତକାଲି ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ହସ୍ପିଟାଲର ଜେରିଆଟିକ ବିଭାଗରେ ତାଙ୍କୁ ଅବଜର୍ଭବେସନରେ ରଖାଯାଇଛି । ସ୍ବାସ୍ଥ୍ଯ ବିଶେଷଜ୍ଞମାନେ ତାଙ୍କ ସ୍ବାସ୍ଥ୍ଯବସ୍ଥାକୁ ଅହରହ ଯାଞ୍ଚ କରୁଛନ୍ତି ।

ତେବେ ଭାରତୀୟ ରାଜନୀତିର ଜଣେ ପରିଚିତ ଚେହେରା ଲାଲକୃଷ୍ଣ ଆଡଭାନୀ । ସାମ୍ବାଦିକତାରୁ ସଂଘ, ସଂଗଠନରୁ ସକ୍ରୀୟ ରାଜନୀତିର ସେ ଅଭୁଲା ଚେହେରା। ନଭେମ୍ବର ୮ ତାରିଖ ୧୯୨୭ ମସିହାରେ ପାକିସ୍ତାନର କରାଚୀରେ ସେ ଜନ୍ମଗ୍ରହଣ କରିଥିଲେ ।  ୧୯୭୦ରେ ପ୍ରଥମଥର ଲାଗି ଦିଲ୍ଲୀରୁ ସଂସଦର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଆଡଭାନୀ। ସେ ଲୋକସଭାକୁ ୫ ଥର ଓ•ରାଜ୍ୟସଭାରେ ୪ ଥର ସାଂସଦ ଭାବେ କାର୍ଯ୍ୟ ତୁଲାଇଛନ୍ତି। ୨୦୦୨ ଜୁନରୁ ୨୦୦୪ ମସିହା ମେ’ ମାସ ପର୍ଯ୍ୟନ୍ତ ସେ ଉପପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ତାଙ୍କର ସଂସଦୀୟ କାର୍ଯ୍ୟ ସର୍ବଦା ଅନୁକରଣୀୟ ଏବଂ ସମୃଦ୍ଧିରେ ଭରପୁର ରହିଛି।  ୩ ଥର ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ପଦରେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି। ଚଳିତବର୍ଷ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଛି ।

ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନନ୍ଦିଘୋଷ ବ୍ୟୁରୋ: ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ସେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭଗର ମନ୍ତ୍ରୀ ମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ମନ୍ତ୍ରୀ ମାନଙ୍କ ସହିତ ଆହୁରି ଅନେକ ବିଭାଗର ମନ୍ତ୍ରୀ ମାନଙ୍କୁ  ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସଭାରେ  ଗୃହର ନେତା ଜଗତ ପ୍ରକାଶ ନଡ୍ଡା ଓ ଅନ୍ୟ ବରିଷ୍ଠ ନେତ୍ରୁ ବୃନ୍ଦଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଏହି ଗସ୍ତ  ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଷୟ ଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବେ।

ଶାବଳରେ ପିଟିପିଟି ମହିଳାଙ୍କୁ ମାରିଦେଲେ ପଡୋଶୀ

ନନ୍ଦିଘୋଷ ବ୍ୟୁରୋ: ଜମିବାଡ଼ି ବିବାଦରୁ ନିର୍ମମ ହତ୍ଯା। ଶାବଳରେ ପିଟିପିଟି ମହିଳାଙ୍କୁ ମାରିଦେଲେ ପଡୋଶୀ l କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗାଁରେ ଘଟିଛି ବୀଭତ୍ସ ହତ୍ଯା । ମୃତକ ୫୨ ବର୍ଷୀୟା ସୁଶୀଳା ନାୟକ l ଅଭିଯୋଗ ଅନୁସାରେ, ସୁଶୀଳା ନାୟକଙ୍କ ଜମିରେ ପଡୋଶୀ ସୁନାକର ନାୟକଙ୍କ ପରିବାର ଏକ ପାଇଖାନା ନିର୍ମାଣ କରିଥିଲେ l ଏହାକୁ ନେଇ ଗତ ଦୁଇବର୍ଷ ଧରି ଉଭୟ ପରିବାର ଭିତରେ ବିବାଦ ଲାଗି ରହିଥିଲା l ଉଭୟ ପକ୍ଷ ରାଜକନିକା ଥାନାରେ ବିବାଦର ସମାଧାନ ପାଇଁ ପହଞ୍ଚିଥିଲେ l କିଛି ସାକ୍ଷୀଙ୍କୁ ଆଣିବାକୁ ପୋଲିସ ଦୁଇ ପରିବାରଙ୍କୁ କହିଥିଲା । ସୁଶୀଳା ଏବଂ ତାଙ୍କ ପରିବାର ଲୋକେ ଘରେ ପହଁଞ୍ଚିବା ପରେ  ପଡୋଶୀ ରକ୍ତମୁଖା ହୋଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ l ପଡ଼ୋଶୀ ସୁନାକର ନାୟକ, ମହେଶ୍ଵର ନାୟକ, ଅନୁସୂୟା ନାୟକଙ୍କ ଆକ୍ରମଣରେ ସୁଶୀଳା ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ସୁଶୀଳାଙ୍କ ପୁତୁରା ମନୋରଞ୍ଜନ ନାୟକ ଓ ପବିତ୍ର ନାୟକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅରବିନ୍ଦ କେଜରିୱାଲଙ୍କୁ ୩ ଦିନ ରିମାଣ୍ଡରେ ନେଲା ସିବିଆଇ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୩ ଦିନ ଲାଗି ରିମାଣ୍ଡରେ ନେଲା ସିବିଆଇ। ଦିଲ୍ଲୀ ମଦନୀତି ମାମଲାରେ କରିବ ଛାନବିନ। ସେପଟେ ପତ୍ନୀ ସୁନୀତା କହିଛନ୍ତି ଦେଶରେ ଚାଲିଛି ତାନାଶାହୀ ଓ ଏମର୍ଜେନସି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ସିବିଆଇ ଗିରଫ କରିଛି। ଏହା ଆଗରୁ ତାଙ୍କୁ ଇଡି ଗିରଫ କରିଥିଲା। ଏବେ ସେ ତିହାର ଜେଲରେ ଅଛନ୍ତି। ଦିଲ୍ଲୀ ମଦ ଦୁର୍ନୀତିର ମନି ଲଣ୍ଡ୍ରିଂ ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ କେଜରିୱାଲଙ୍କୁ ଇଡି ଗିରଫ କରିଥିଲା। ଜୁନ୍ ୨୦ ତାରିଖରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା ଇଡି। ତଳ କୋର୍ଟଙ୍କ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ କେଜରିୱାଲ। କିନ୍ତୁ ତାଙ୍କୁ ପୁଣି ସିବିଆଇ ଗିରଫ କରିବାକୁ ସେ ପୂର୍ବ ଆବେଦନକୁ ପ୍ରତ୍ଯାହାର କରିଛନ୍ତି। ଅନ୍ଯପଟେ ତାଙ୍କୁ ତିହାର ଜେଲରୁ ଆଣି ରାଉଜ ଆଭେନ୍ଯୁ କୋର୍ଟରେ ହାଜର କଲାବେଳେ ତାଙ୍କ ସ୍ବାସ୍ଥ୍ଯବସ୍ଥା ବିଗିଡିଯାଇଛି । ଶରୀରରେ ଶର୍କରା ସ୍ତର ବଢିଯିବାରୁ ସେ ଅସୁସ୍ଥ ହୋଇପଡିଥିଲେ । ତେବେ ୫ ଦିନିଆ ରିମାଣ୍ଡ ମାଗିଛି ସିବିଆଇ । ପଚରା ଉଚରା ପାଇଁ ୫ ଦିନିଆ ରିମାଣ୍ଡ ଦରକାର ବୋଲି କହିଛନ୍ତି ସିବିଆଇ ଓକିଲ ।

ସଂସଦରେ ବିଜେଡିର ସ୍ବର ଆହୁରି ହେବ ଶାଣିତ

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ବିଜେଡିର ସ୍ବର ଆହୁରି ଶାଣିତ ହେବ । ଓଡ଼ିଶାର ହକ ପାଇଁ ଆବଶ୍ୟକ ପଡ଼ିଲେ ଗୃହରେ ଜୋରଦାର ପ୍ରତିବାଦ କରିବା ସହ ଗୃହ ମଧ୍ୟ ଭାଗକୁ ଆସି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭାର ୯ ଜଣ ସାଂସଦଙ୍କୁ ଗୁରୁମନ୍ତ୍ର ଦେବା ପରେ ବିଭିନ୍ନ ପ୍ରସଙ୍ଗ ଗୃହରେ ଉଠାଇବା ପାଇଁ ସାଂସଦମାନେ ପୂରାଦମରେ ପ୍ରସ୍ତୁତ ଅଛନ୍ତି। ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଲଗାତର ଯେଉଁ ଅନ୍ୟାୟ କରି ଚାଲିଛନ୍ତି ଏବଂ ଓଡ଼ିଶାବାସୀଙ୍କ ହକକୁ ଅଣଦେଖା କରିଛନ୍ତି ତାକୁ ନେଇ ଗୃହରେ ଗର୍ଜନ କରିବ ବିଜେଡି।

ଓଡ଼ିଶା ପ୍ରତି ଅନ୍ୟାୟ ହେଉଛି । ଆଉ ବରଦାସ୍ତ କରିବେନି ଓଡ଼ିଶାବାସୀ । ରାଜ୍ୟସଭାରେ ଓଡ଼ିଶାର ସ୍ବାର୍ଥ  ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିବ ବିଜେଡି । ଗୃହରେ ବିରୋଧୀ ଦଳର ଭୂମିକା ତୁଲାଇବା ସହ ହକ ପାଇଁ ଆବଶ୍ୟକ ପଡ଼ିଲେ ଗୃହର ମଧ୍ୟ ଭାଗକୁ ଆସି ପ୍ରତିବାଦ କରିବ । ଗୁରୁବାରରୁ ସଂସଦ ଅଧିବେଶନ ଆରମ୍ଭ ହେଉଛି । ତା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଂସଦମାନଙ୍କୁ ନେଇ ଯେଉଁ ରଣନୀତି ପ୍ରସ୍ତୁତ କରିଛନ୍ତି ତାକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ ବୋଲି ସାଂସଦ ମୁନା ଖାଁ କହିଛନ୍ତି । ବାରମ୍ବାର ଦାବି ସତ୍ତ୍ବେ କାହିଁକି ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଅବହେଳା ଜାରି ରଖିଛନ୍ତି ଗୃହରେ ତାର ଜବାବ ମାଗିବ ବିଜେଡି।

ସ୍ବତନ୍ତ୍ର ରାଜ୍ୟପାହ୍ୟା, ଆବାସ ଘର, ଜାତୀୟ ରାଜପଥ, ଓଡ଼ିଶାର ପ୍ରତି ବ୍ଲକରେ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ,  ସମ୍ବଲପୁର, କୋରାପୁଟ, ବାଲେଶ୍ବରରେ ଏମସ ପ୍ରତିଷ୍ଠା, ଆଇଟି ପାର୍କ,  ହୋ, ମୁଣ୍ଡାରୀ ପରି ଭାଷାକୁ ଶାସ୍ତ୍ରୀ୍ୟ ଭାଷାର ମାନ୍ୟତା, ସବୁ ଜିଲ୍ଲାକୁ ରେଳ ସଂଯୋଗ, ଧାନର ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି କରିବା,  କେନ୍ଦୁପତ୍ରରୁ ଜିଏସଟି ଛାଡ କରିବା, କୋଇଲା ରୟାଲିଟି ସଂଶୋଧନ କରିବା, ମୋବାଇଲ ଟାଓ୍ବାର ବସାଇବା, ବାକି ଥିବା ଅର୍ଥ ଦେବା, ଅଧାପନ୍ତରିଆ ଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟଶେଷ କରିବା ପରି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ବିଜେଡି ଉଠାଇବ । ଏହାସହ ୩୩  ପ୍ରତିଶତ ମହିଳା ସଂରକ୍ଷଣକୁ ତୁରନ୍ତ ଉଭୟ ବିଧାନସଭା ଓ ଲୋକସଭାରେ କାର୍ଯ୍ୟକାରୀ କରିବାକୁ ଦାବି କରିବ ବିଜେଡି ।

ରାଜ୍ୟରେ ବିଜେଡିର ୯ଜଣ ସାଂସଦ ଓଡ଼ିଶାବାସୀଙ୍କ ସ୍ବର ସାଜିବାକୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି । ରାଜ୍ୟ ଓ ଦେଶର ସ୍ବାର୍ଥ ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗରେ ଗୃହରେ ବିତର୍କରେ ଭାଗନେଇ ବଳିଷ୍ଠ ଯୁକ୍ତି ବାଢିବାକୁ ସାଂସଦମାନେ ପ୍ରସ୍ତୁତ ରହିଛନ୍ତି

ଖାଁ ଖାଁ ବ୍ରହ୍ମପୁର ପରିବା ବଜାର

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ସହରରେ ପରିବା ଦରରେ ଲାଗିଛି ନିଆଁ । କିଲେ ପରିବା କିଣିବାକୁ ଭୟ କରୁଛନ୍ତି ଖାଉଟି । ଆଳୁ, ପିଆଜ ଓ ଟମାଟ ଦର ବି ଆକାଶ ଛୁଆଁ ହୋଇଛି । ଏଭଳି ପରିସ୍ଥିତି ପାଇଁ ଗ୍ରାହକ ଚିନ୍ତାରେ ପଡିଛନ୍ତି । ପ୍ରଶାସନ ଦର ନିୟନ୍ତ୍ରଣ ପାଇଁ କୌଣସି ଉଦ୍ୟମ କରୁନଥିବା ଅଭିଯୋଗ କରିଛନ୍ତି ଖାଉଟି।

ଖାଁ ଖାଁ ବ୍ରହ୍ମପୁର ପରିବା ବଜାର । ନାହିଁ ଗ୍ରାହକଙ୍କ ଭିଡ଼ । ଶଭୁନି ବ୍ୟବସାୟୀଙ୍କ ଡାକ । ଅଢେଇଶ ପରିବାରେ ପକେଟ ଖାଲି ହୋଇଯାଉଥିବା ଅଭିଯୋଗ । କିଛି ଦିନ ହେଲା ପନିପରିବା ଦର ଆଶାତୀତ ଭାବେ ବୃଦ୍ଧି ପାଇଛି  । ବିଭିନ୍ନ ପରିବା ଦର ଏବେ ଆକାଶଛୁଆଁ ହୋଇଛି । ଟମାଟ ଓ କାଙ୍କଡ଼ କିଲୋ ପ୍ରତି ୮୦ ଟଙ୍କା, ଫୁଲକୋବି ୭୦ ଟଙ୍କା, ପୋଟଳ , ସଜନା ଛୁଇଁ ଓ ଫୁଲକୋବି ୬୦ ଟଙ୍କା ରହୁଛି । ବାଇଗଣ  ୭୦ଟଙ୍କା ଥିବା ବେଳେ ଅଦା ୨୦୦ ଟଙ୍କା , ରସୁଣ ୧୪୦ ଟଙ୍କା, ପେପସିକମ୍ ୧୨୦ ଟଙ୍କା ଓ ବିନ୍ସ ୧୦୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ପନିପରିବା କିଣିବା ବେଳକୁ ଖୁବ୍ ବାଧୁଛି । ପନିପରିବା ଦର ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନଥିରବା ଅଭିଯୋଗ ହୋଇଛି ।

ଆମଦାନି କମ ଯୋଗୁ ପରିବା ଦର ବୃଦ୍ଧି ପାଉଥିବା କୁହାଯାଇଛି । ଏପଟେ ଚାଷ କ୍ଷେତ୍ରରେ ବି ପାଣିର ଅଭାବ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା କହିଛନ୍ତି ଚାଷୀ ଓ ବ୍ୟବସାୟୀ । ପୂର୍ବରୁ ଖାଉଟି ମାନେ ଶହେ ଟଙ୍କାରେ ଗୋଟିଏ ବ୍ୟାଗ୍ ପରିବା ଘରକୁ ନେଉଥିବା ବେଳେ ଏବେ ପାଞ୍ଚଶହ ଟଙ୍କାରେ ବି ପରିବା ଆଖିକୁ ଦେଖାଯାଉନଥିବା କହିଛନ୍ତି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ  ଅଞ୍ଚଳର ପନିପରିବା ଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ମୃତ ଶିଶୁ କନ୍ୟାକୁ ମେଡିକାଲରେ ଛାଡ଼ି ଚାଲିଗଲେ..

ନନ୍ଦିଘୋଷ ବ୍ୟୁରୋ: ୩ ବର୍ଷର ମୃତ ଶିଶୁ କନ୍ଯାକୁ ସ୍ଵାସ୍ଥ୍ଯ କେନ୍ଦ୍ରରେ ଛାଡି ଫେରାର ମାରିଲେ ଅଜଣା ବ୍ଯକ୍ତି । ଏଭଳି ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସୁନାବେଡା ସ୍ୱାସ୍ଥ୍ୟ କେନ୍ଦ୍ରରେ । ଜଣେ ଅଜଣା ବ୍ଯକ୍ତି ବାଇକରେ ମୃତ ଶିଶୁକୁ ଆଣି ହଠାତ ମେଡିକାଲରେ ଛାଡି ଚାଲିଗଲେ । ତେବେ ୩ ବର୍ଷର ଝିଅ ଟି କିଏ ,କାହାର ,ଓ କିପରି ମୃତ୍ଯୁ ହେଲା ପଚାରିବା ବେଳେ ଉଭାନ ହୋଉଗଲେ ବ୍ୟକ୍ତି ଜଣଙ୍କ । ଘଟଣା ସ୍ଥଳରେ ପୋଲିସର ଛାନବିନ୍ ଜାରି । ଖବର ପାଇ ସୁନାବେଡା ଏସଡିପିଓ ମେଡିକାଲରେ ପହଞ୍ଚି ଘଟଣା ଯାଞ୍ଚ କରିଥିଲେ। ଏଥି ସହିତ ତଦନ୍ତ ପରେ ଘଟଣାର ସତ୍ଯାସତ୍ଯ ଜଣାପଡିବ ବୋଲି କହିଛନ୍ତି ସୁନାବେଡା ଏସଡିପିଓ ମନୋବ୍ରତା ଶତପଥି ।

ଜାଣନ୍ତୁ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ନିର୍ମାଣ ପଛର ପୌରାଣିକ କାହାଣୀ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଖଲ୍ଲିକୋଟର ଜଗନ୍ନାଥ ମନ୍ଦିର। ମନ୍ଦିର ୧୮୬୭ ମସିହାରେ ନିର୍ମିତ ହୋଇଥିବା ନେଇ ଇତିହାସ କୁହେ। ସେସମୟର ରାଜା ଜଗନ୍ନାଥ ମର୍ଦ୍ଧରାଜ ଦେଓ ମନ୍ଦିର କାମ ଆରମ୍ଭ କରିଥିଲେ। ନାରାୟଣ ମର୍ଦ୍ଧରାଜ ଦେଓଙ୍କ ସମୟରେ ଶେଷ ହୋଇଥିଲା ଏହି କାମ। କୁହାଯାଏ ପ୍ରାୟ ୧୦୦ ବର୍ଷ ଲାଗିଥିଲା ମନ୍ଦିର କାମ ଶେଷ ହେବାକୁ। ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁସାରେ ଏଠାରେ ବି ହୁଏ ରଥଯାତ୍ରା। ହଜାର ହଜାର ଶ୍ରଦ୍ଧାଳୁ ରଥଯାତ୍ରା ଦେଖିବାକୁ ଏକାଠି ହୁଅନ୍ତି।

ରାଜ ରାଜୁଡା ସମୟରୁ ନିର୍ମିତ ଗଞ୍ଜାମ ଖଲ୍ଲିକୋଟର ଜଗନ୍ନାଥ ମନ୍ଦିର। ମନ୍ଦିର ନିର୍ମାଣ ପଛରେ ରହିଛି ପୌରାଣିକ କାହାଣୀ।  ଜଗନ୍ନାଥ ଶ୍ରୀକ୍ଷେତ୍ର ଛାଡ଼ି ଚିଲିକା ନଇରେ ବାଣପୁର ଆସିଥିଲେ। ଏହାପରେ ଆଠଗଡ଼ ମାରଦା ଯାଇଥିଲେ।  ଠିକ୍‌ ସେହି ସମୟରେ ଖଲ୍ଲିକୋଟର ଜଗନ୍ନାଥ ମର୍ଦ୍ଧରାଜ ଦେଓ ଜଗନ୍ନାଥ ମନ୍ଦିର କାମ ଆରମ୍ଭ କରିଥିଲେ। ପୁରୀ ଶ୍ରୀ ଜଗନ୍ନାଥଙ୍କୁ ମନ୍ଦିରରୁ ବାରମ୍ବାର ସ୍ଥାନାନ୍ତରିତ ହେବାକୁ ପଡୁଥିଲା। ସେତେବେଳେ ଗଜପତି ରାଜା ସମସ୍ତ ସାମନ୍ତ ମାନଙ୍କୁ ନିଜ ନିଜ ଅଞ୍ଚଳରେ ଜଗନ୍ନାଥ ମନ୍ଦିର କରିବାକୁ କହିଥିଲେ। ଏହାପରେ ସବୁ ଗଡ଼ଜାତ ଅଞ୍ଚଳରେ ଜଗନ୍ନାଥ ମନ୍ଦିର ଆରମ୍ଭ ହୋଇଥିଲା। ଖଲ୍ଲିକୋଟର ଏହି ଜଗନ୍ନାଥ ମନ୍ଦିର ହେବାକୁ ପ୍ରାୟ ୧୦୦ ବର୍ଷ ସମୟ ଲାଗିଥିଲା। ଜଗନ୍ନାଥ ମର୍ଦ୍ଧରାଜ ଦେଓ ଆରମ୍ଭ କରିଥିବା ମନ୍ଦିର କାର୍ଯ୍ୟ ନାରାୟଣ ମର୍ଦ୍ଧରାଜ ଦେଓଙ୍କ ସମୟରେ ଶେଷ ହୋଇଥିଲା। ମନ୍ଦିର ୧୮୬୭ ମସିହାରେ ନିର୍ମିତ ହୋଇଥିବା ନେଇ ଇତିହାସ କୁହେ।

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରଠୁ ଏଠାରେ ରଥଯାତ୍ରା ହୋଇଆସୁଛି । ପ୍ରଥମେ ଗୋଟିଏ ରଥ ହେଉଥିଲା । ଗୋଟିଏ ରଥରେ ତିନି ଠାକୁର ବିଜେ ହେଉଥିଲେ । ସେହି ରଥକୁ ହାତୀ ପଛରୁ ଠେଲୁଥିଲା । ପରବର୍ତ୍ତୀ ସମୟରେ ତିନୋଟି ରଥ କରାଗଲା।

ପୁରୀ ମନ୍ଦିରରେ ରଥଯାତ୍ରା ଭଳି ବିଭିନ୍ନ ରୀତିନୀତି ଅନୁସାରେ ଏଠାରେ ମଧ୍ଯ ରଥଯାତ୍ରା ହୋଇଥାଏ। ପ୍ରତିଦିନ ଠାକୁରଙ୍କୁ ପୂଜା କରାଯିବା ସହ ଏଠାରେ ଶ୍ରାଦ୍ଧମେଳା ହୋଇଥାଏ। ଜିଲ୍ଲା ଓ ଜିଲ୍ଲା ବାହାରରୁ ଅନେକ ଭକ୍ତ ଆସି ଏଠାରେ ଶ୍ରାଦ୍ଧ କରିଥାନ୍ତି। ଶ୍ରାଦ୍ଧମେଳା ସହ ପିଣ୍ଡଦାନ ମଧ୍ୟ ବହୁ ଆଡ଼ମ୍ବର ସହକାରେ ହୋଇଥାଏ। ଏହି ମନ୍ଦିରର ରଥଯାତ୍ରା ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରରୁ ଭକ୍ତ ମାନେ ଆସିଥାନ୍ତି।

 

 

ନବୀନ ପଟ୍ଟନାୟକଙ୍କ ଯୋଗୁଁ ପୂରଣ ହୋଇଛି ଦୀର୍ଘ ଦିନର ସ୍ଵପ୍ନ

ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କ ଯୋଗୁଁ ପୂରଣ ହୋଇଛି ଦୀର୍ଘ ଦିନର ସ୍ଵପ୍ନ l ଉପାନ୍ତରେ ସୁନ୍ଦର ଚକାଚକ୍ ପିଚୁ ରାସ୍ତା ପାଇଲେ ଅଞ୍ଚଳବାସୀ l କଳାହାଣ୍ଡି ଗୋଲାମୁଣ୍ଡା ଗଣ୍ଡାମେର ପଞ୍ଚାୟତ ବାବେଗୁଡା ଗାଁରେ ଥିଲା ପକ୍କାରାସ୍ତା ସମସ୍ଯା। ବିଜେଡି ସରକାର ସମୟରେ ଲୋକଙ୍କ ଅଭିଯୋଗ ଶୁଣି ପକ୍କାରାସ୍ତା ପାଇଁ ଅର୍ଥ ମଞ୍ଜୁର କରିଥିଲେ ନବୀନ ପଟ୍ଟନାୟକ।

ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ। ଗାଁକୁ ଲମ୍ବିଲା ଚକାଚକ୍ ରାସ୍ତା। ଯାତାୟତରେ ରହୁନି କୌଣସି ସମସ୍ଯା। କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ଉପାନ୍ତ ଗାଁକୁ ପକ୍କା ରାସ୍ତା ମିଳିବା ପରେ ଲୋକଙ୍କ ଖୁସି କହିଲେ ନସରେ। ଗଣ୍ଡାମେର ପଞ୍ଚାୟତ ବାବେଗୁଡା ଗାଁରେ ପକ୍କାରାସ୍ତା ସମସ୍ଯା ଥିଲା। ଅତ୍ଯାବଶ୍ଯକ କାମ ପାଇଁ ଯିବାଆସିବାରେ ଲୋକେ ହଇରାଣ ହେଉଥିଲେ। ବିଭିନ୍ନ ସମୟରେ ପକ୍କାରାସ୍ତା ପାଇଁ ଦାବି ପରେ ଶେଷରେ ନବୀନ ପଟ୍ଟନାୟକ ଅର୍ଥ ମଞ୍ଜୁର ପରେ ରାସ୍ତାକାମ ଆରମ୍ଭ ହୋଇଥିଲା।

ବିଜୁ ଏକ୍ସପ୍ରେସ ଠାରୁ ଗଣ୍ଡାମେର ଦେଇ ବାବେଗୁଡା ଯାଇଥିବା ଏହି ରାସ୍ତା ପାଇଁ ୩ କୋଟି ୫୮ ଲକ୍ଷ ୧୯ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ ଦାୟିତ୍ଵ ନେଇଥିଲା l କିଛି ସ୍ଥାନରେ କଂକ୍ରିଟ ହୋଇଥିବା ବେଳେ କିଛି ସ୍ଥାନରେ ପିଚୁ ରାସ୍ତା ନିର୍ମାଣ ହୋଇଛି l ଏହି ରାସ୍ତା ଦେଇ ୧୦ରୁ ଉର୍ଦ୍ଧ୍ବ ଗାଁର ଲୋକେ ଯାତାୟାତ କରୁଛନ୍ତି। ସରକାର ସିନା ବଦଳିଯାଇଛି ହେଲେ ସମସ୍ୟାରେ ଥିବା ଉପାନ୍ତ ବାସି ସୁନ୍ଦର ଚକାଚକ୍ ରାସ୍ତା ପାଇ ଏବେ ବି ନବୀନ ବାବୁଙ୍କ ବିକାଶକୁ ମନେ ପକାଉଛନ୍ତି l