spot_img
Home Blog Page 1755

ବିରମହାରାଜପୁର ଥାନା ଭିତରେ କେମିତି ହେଲା ସାପ ଧରାଳିଙ୍କ ମୃତ୍ଯୁ?

ନନ୍ଦିଘୋଷ ବ୍ୟୁରୋ: ବିରମହାରାଜପୁର ଥାନା ଭିତରେ କେମିତି ହେଲା ସାପ ଧରାଳିଙ୍କ ମୃତ୍ଯୁ। ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ସାପ ଧରି ଜଂଗଲରେ ନଛାଡି ଥାନା ପରିସରକୁ କାହିଁକି ଆସିଥିଲେ ସେ ନେଇ ତଦନ୍ତ ହେବ । ସୋନପୁର ଡିଏଫଓଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍। ଅନ୍ଯପକ୍ଷରେ ଥାନା ପରିସରରେ ପୋଲିସମାନଙ୍କ ଆଗରେ ଦେଖାଇଥିଲେ ସାପ ଖେଳ ଦେଖାଇବାକୁ କିଏ ଦେଇଥିଲା ଅନୁମତି, ତାକୁ ନେଇ ପ୍ରଶ୍ନ ଉଠିଛି। ବୁଦ୍ଧିଜୀବୀଙ୍କ ପ୍ରଶ୍ନର ପୋଲିସ ଆଗରେ ଚାଲି ନଥିଲା ତ ମୃତ୍ଯୁର ଖେଳ। ଏବେ ପ୍ରଶ୍ନ ସାପ ଧରାଳିଙ୍କ ମୃତ୍ଯୁ ପାଇଁ ଦାୟୀ କିଏ ?

ସାପ ଚୋଟରେ ଗୌର କୁମ୍ଭାରଙ୍କ ମୃତ୍ଯୁ ପରେ ଏମିତି ଅନେକ ପ୍ରଶ୍ନ ବନ ବିଭାଗକୁ ଘାରିଛି। ଆଉ ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ବନ୍ଯପ୍ରାଣୀ ପିସିସିଏଫ ସୋନପୁର ଡିଏଫଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ସାପ ଧରାଳିଙ୍କୁ ତାଲିମ ଦେବା ପାଇଁ ବନ ବିଭାଗ ଆଣିବ ସର୍ପ ଆପ୍ । ଏସଆରସି ଓ ବନ୍ୟପ୍ରାଣୀ ପିସିସିଏଫଙ୍କ ସହଯୋଗରେ ଏହି ତାଲିମ ପ୍ରଦାନ କରାଯିବ । ତାଲିମ ବ୍ୟବସ୍ଥା ସହ ତାଲିମପ୍ରାପ୍ତ ସାପ ଧରାଳିଙ୍କୁ ଯୋଗେଇ ଦିଆଯିବ ସାପ ଧରା କିଟ୍ । ଏହାସହ ସାପ

ସେପଟେ ଗୌରଙ୍କ ମୃତ୍ଯୁ ପରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି।  ଚମ୍ପାମାଳ ଗାଁର ଜଣଙ୍କ ଘରେ ଲୁଚି ରହିଛି ନାଗ। ଏ ଖବର ପାଇବା ପରେ ସାପ ଧରିବାକୁ ପହଞ୍ଚି ଯାଇଥିଲେ ଗୌର। ନାଗକୁ ଧରିବା ପରେ ପହଞ୍ଚିଥିଲେ ବୀରମାହାରାଜପୁର ଥାନାରେ । ଆଉ ଏ ହେଉଛି ତାପରର ଦୃଶ୍ଯ। ଥାନା ଭିତରେ ଆରମ୍ଭ ହୋଇ ଯାଇଥିଲା ସାପଖେଳ। ଅଧିକାଂଶ ଥାନା କର୍ମଚାରୀଙ୍କ ହାତରେ ମୋବାଇଲ୍। ଉତ୍ସାହିତ ହୋଇ ପଡିଥିଲେ ଗୌର। ଖାକି ବାବୁଙ୍କ ଆଗରେ ବାହାଦୁରୀ ଦେଖାଇବାକୁ ଆରମ୍ଭ କରି ଦେଇଥିଲେ ଖେଳ। ଚାଲିଲା ମୃତ୍ଯୁର ଲାଇଭ୍ ଖେଳ। ନାଗ ଚୋଟରେ ରକ୍ତାକ୍ତ ହୋଇଥିଲେ ଗୌର। ଆଉ ମେଡିକାଲ୍ ପହଞ୍ଚି ଚିକିତ୍ସା କରିବା ବେଳକୁ ଶବ ପାଲଟି ଯାଇଥିଲେ ଗୌର। ଆଶ୍ଚର୍ଯ୍ଯର କଥା ହେଲା କେହି ବି ରୋକି ନଥିଲେ ଗୌରଙ୍କୁ।

ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସାପ ଖେଳ ଏକ ଦଣ୍ଡନୀୟ ଅପରାଧ । ତେବେ କେଉଁ ପରିସ୍ଥିତିରେ ଥାନା ଭିତରେ ଚାଲିଥିଲା ସାପ ଖେଳ। ଏହି ଅଭାବନୀୟ ଘଟଣାକୁ ନେଇ ସାରା ଜିଲ୍ଲାରେ ସୃଷ୍ଟି ହୋଇଛି ଆଲୋଡନ । ଥାନା ପରିସରରେ ସାପ ଖେଳ ଦେଖି ଉପଭୋଗ କରୁଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗ ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ । ହେଲେ ଶୁଣନ୍ତୁ ବୀରମହାରାଜପୁର ଏସଡିପିଓଙ୍କ ପ୍ରତିକ୍ରିୟା।

 

ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚିବା ପରେ ଏମିତି କହୁଛି ଅଷ୍ଟ୍ରେଲିଆ

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ଆଫଗାନିସ୍ତାନ ଏବଂ ବାଲାଂଦେଶ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳା ଯାଉଥିବାବେଳେ ଆଫଗାନିସ୍ତାନ ବିଜୟୀ ହୋଇ ଟି-୨୦ ବିଶ୍ବକପର ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ସେପଟେ ସୋମବାର ଅଷ୍ଟ୍ରେଲିଆକୁ ଭାରତ ହରାଇ ସେମିରେ ପ୍ରବେଶ କରିଛି । ଆଜିର ମ୍ୟାଚରେ ଯଦି ବାଲାଂଦେଶ ବିଜୟୀ ହୋଇଥାଆନ୍ତା ତାହେଲେ ଅଷ୍ଟ୍ରେଲିଆର ସେମି ରାସ୍ତା ଖୋଲିଥାନ୍ତା । ମାତ୍ର ଆଫଗାନିସ୍ତାନ ବିଜୟୀ ହେବାପରେ ଧୋକ୍କାରେ ସେମିଫାଇନାଲରେ ପହଞ୍ଚିଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୋଚ ଜୋନାଥନ ଟ୍ରଟଙ୍କ ଇଶାରାରେ ମ୍ୟାଚ ଜାଣିଶୁଣି ବିଳମ୍ବ କରିବା ସହ ବର୍ଷା ହେବା ଆଫଗାନିସ୍ତାନକୁ ସୁହାଇଥିବା ଚର୍ଚ୍ଚା ହେଉଛି । ଗୁଲବୁଦ୍ଦିନ ସ୍ଲିପରେ ଛିଡ଼ା ହୋଇଥିବାବେଳେ ହଠାତ ଯନ୍ତ୍ରଣା ଅନୁଭବ କରିବା ଭଳି ଗଡ଼ି ପଡ଼ିଥିଲେ । ଖେଳ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା । କାରଣ ବର୍ଷା ହୋଇଥିଲା ।  ତେବେ ଟ୍ରଟ ଏହି ଇଶାରା ଦେଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

https://twitter.com/i/status/1805457637489742058

ତେବେ ଆହତ ହୋଇଥିବା ଗୁଲବୁଦ୍ଦିନ ଫିଲ୍ଡ ବାହାରକୁ ଯାଇଥିଲୋ । ଏବଂ ପରବର୍ତ୍ତୀ ସମୟରେ ସେବୋଲିଂ ମଧ୍ୟ କରିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ମ୍ୟାଚ ଜିତିବା ପରେ ଗୁଲବୁଦ୍ଦିନ ନଏବ ଦୃତଗତି ଦୌଡ଼ିଥିଲେ । ଯାହାକୁ ନେଇ ଅଷ୍ଟ୍ରେଲିଆର ଖେଳାଳିମାନେ ପ୍ରଶ୍ନ ଉଠାଇଛନ୍ତି । ଜାଣିଶୁଣି ଏଭଳି କରାଯାଇଥିବା ମଧ୍ୟ କୁହିଛନ୍ତି । ଏପରିକି ପୂର୍ବତନ କ୍ରିକେଟରମାନେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ମହିଳା ବେଶ ହୋଇ ଆତ୍ମହତ୍ୟା କଲେ ଏୟାରପୋର୍ଟ ଟ୍ରାଫିକ କଣ୍ଟ୍ରୋଲ  ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ଆଶିଷ ଚୌସାଲୀ

ନନ୍ଦିଘୋଷ ବ୍ୟୁରୋ; ଓଠରେ ଲିପଷ୍ଟିକ୍, କପାଳରେ ବିନ୍ଦି ଓ ମହିଳା ପୋଷାକ ପିନ୍ଧି ATC ଅଫିସରଙ୍କ ଆତ୍ମହତ୍ୟା। ଉତ୍ତରାଖଣ୍ଡର ପନ୍ତନଗର ବିମାନବନ୍ଦରରେ ଏୟାରପୋର୍ଟ ଟ୍ରାଫିକ କଣ୍ଟ୍ରୋଲ  ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ଆଶିଷ ଚୌସାଲୀ ଏହିପରି ମହିଳା ବେଶ ଧାରଣ କରି ନିଜ ଜୀବନ ହାରି ଦେଇଛନ୍ତି। ୩୫ ବର୍ଷୀୟ ଆଶିଷ ପିଥୋରାଗଡର ବାସିନ୍ଦା। ସେ ବିମାନବନ୍ଦର କମ୍ପ୍ଲେକ୍ସରେ ଥିବା ସରକାରୀ ବାସଭବନରେ ରହୁଥିଲେ। ଗତକାଲି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହ ପାର୍ଟି କରିବା ପରେ ଶୋଇବାକୁ ନିଜ ରୁମକୁ ଯାଇଥିଲେ ଆଶିଷ। କିନ୍ତୁ ସକାଳେ କବାଟ ଖୋଲି ନଥିଲେ କି ବାହାରୁ ଡାକିଲେ ବି ଶୁଣିନଥିଲେ । ଫଳରେ ସେଠାରେ ରହୁଥିବା ତାଙ୍କ ସାଙ୍ଗ ବାଧ୍ୟ ହୋଇ କବାଟ ଭାଙ୍ଗିଥିଲେ।

ଏହାପରେ ଯାହା ଦେଖିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସିଲିଂର ଆଶିଷଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା। ବଡ଼ କଥା ହେଉଛି କି, ସେ ଶେଷ ସମୟରେ ଜଣେ ବିବାହିତ ମହିଳାଙ୍କ ପରି ବେଶ ଧାରଣ କରିଥିଲେ। ମେକଅପ୍ ନେବା ସହ ଲିପଷ୍ଟିକ୍, ବିନ୍ଦି ଲଗାଇଥିଲେ, ଏପରିକି ମହିଳାଙ୍କ ପୋଷାକ ମଧ୍ୟ ପିନ୍ଧିଥିଲେ, ଯାହାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଏହା ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହ ଘେରରେ ଥିବାବେଳେ ଆଶିଷଙ୍କ ପରିଚିତ ଲୋକେ ତାଙ୍କ ମଧ୍ୟରେ ପୂର୍ବରୁ କେବେ ମହିଳାଙ୍କ ଗୁଣ ଦେଖିନଥିବା କହିଛନ୍ତି।

ବାସ୍ତବରେ ଏହା ସେକ୍ସ ଡିଜଅର୍ଡର୍ ନା ଏହା ପଛରେ ଆଉ କିଛି କାରଣ ଅଛି ସେନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ଆଶିଷଙ୍କ ଶରୀରରେ କୌଣସି କ୍ଷତି ନଥିବା ବେଳେ ଶେଷ ସମୟରେ ଜଣେ ବିବାହିତା ମହିଳାଙ୍କ ବେଶ ହୋଇ କାହିଁକି ମୃତ୍ୟୁକୁ ଗ୍ରହଣ କଲେ ତାର ରହସ୍ୟ ଉନ୍ମୋଚନ କରିବାକୁ ଚେଷ୍ଟା କରୁଛି ପୁଲିସ।

ଜାଣନ୍ତୁ ଏଥର କାହିଁକି ଲୋକସଭା ବାଚସ୍ପତି ପଦ ଉପରେ ଦିଆଯାଉଛି ଅଧିକ ଗୁରୁତ୍ବ ?

ନନ୍ଦିଘୋଷ ବ୍ୟୁରୋ: ଏଥର ବାଚସ୍ପତି ପଦର ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । କାରଣ ବିଜେପିର ନିଜସ୍ବ ବହୁମତ ନାହିଁ। କେନ୍ଦ୍ରରେ ମେଣ୍ଟ ସରକାର। ତେଣୁ ସମସ୍ତଙ୍କୁ ନେଇ ମନେଇ ବୁଝେଇ ଗୃହ ଚଳାଇବାକୁ ପଡ଼ିପାରେ। କେନ୍ଦ୍ର ସରକାର ବା କହିବାକୁ ଗଲେ ବିଜେପିର ଏକଚାଟିଆ ମନମାନି ଚଳିବ ନାହିଁ। ୯୦ ଦଶକରୁ ଯେପରି ୨୦୧୪ ଯାଏ ମେଣ୍ଟ ସରକାରର ଅସ୍ଥିରତା ଥିଲା, ଏଥର ମଧ୍ଯ ସେପରି ଦେଖିବାକୁ ମିଳିପାରେ। ତେଣୁ ବିଜେପି ବାଚସ୍ପତି ପଦ ନିଜ ପାଖରେ ରହିବାକୁ ଚାହୁଁଛି ଏବଂ ଗତ ଥର ଗୃହ ଚଳାଇବାର ଦକ୍ଷତା ଓ ଅଭିଜ୍ଞତା ଥିବା ଓମ୍ ବିର୍ଲାଙ୍କୁ ଏଥର ମଧ୍ଯ ପ୍ରାର୍ଥୀ କରିଛି। ଆଗରୁ ଟିଡିପି ଓ ଜେଡିୟୁ ମଧ୍ଯ ନିଜର ସାଂସଦଙ୍କୁ ବାଚସ୍ପତି କରିବାକୁ ଚାହୁଁଥିଲେ। କାରଣ ଏପରି ହେଲେ ଅକସ୍ମାତ ଦଳ ବିଭାଜନର ଆଶଙ୍କା ଦେଖାଦେଲେ, ସେ ହୁଏତ ସମ୍ଭାଳି ନେବେ। ତୁରନ୍ତ କିଛି ନିଷ୍ପତ୍ତି ନେବେ ନାହିଁ। ବିରୋଧୀଙ୍କ ପାଖରେ ସଂଖ୍ଯା ନ ଥିଲେ ମଧ୍ଯ ସେମାନେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇଛନ୍ତି। ପ୍ରକୃତରେ ସେମାନେ ଉପବାଚସ୍ପତି ପଦ ଦାବି କରୁଥିଲେ। ଏଥିରେ ଏନଡିଏ ଟାଳଟୁଳ ନୀତି କରିବାରୁ ଓ କିଛି ସ୍ପଷ୍ଟ ନ କରିବାରୁ ବିରୋଧୀ ବୋଧହୁଏ ଆଶଙ୍କା କରିଥିଲେ, ଉପବାଚସ୍ପତି ପଦ ମିଳିବ ନାହିଁ। ତେଣୁ ଶେଷରେ ସେମାନେ ବାଚସ୍ପତି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇ କେ ସୁରେଶଙ୍କୁ ପ୍ରାର୍ଥୀ କରିଛନ୍ତି।

ସଂକ୍ଷପରେ ଜାଣନ୍ତୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ହୋଇଥିବା କେ ସୁରେଶଙ୍କ ସମ୍ପର୍କରେ..

ନନ୍ଦିଘୋଷ ବ୍ୟୁରୋ: କେ ସୁରେଶ ହେଉଛନ୍ତି ଜଣେ କଂଗ୍ରେସ ସାଂସଦ । ସେ ଆଠ ଥର ହେଲାଣି ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ମାଭେଲିକରା ଆସନରୁ ସେ ଏଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଆସନରୁ ସେ ୪ ଥର ହେଲାଣି ନିର୍ବାଚିତ ହୋଇ ଆସୁଛନ୍ତି। ତା ପୂର୍ବରୁ ଅଧୁର ଆସନରୁ ୪ ଥର ଜିତିଥିଲେ। କେ ସୁରେଶ ଜଣେ ଦଳିତ ନେତା। ପ୍ରଥମେ ସେ ୧୯୮୯ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହି ଦିନରୁ ଆଜି ପର୍ଯ୍ଯନ୍ତ ସେ ମାତ୍ର ଦୁଇ ଥର ହାରିଛନ୍ତି। ୧୯୯୮ ଓ ୨୦୦୪ରେ ସେ ହାରି ଯାଇଥିଲେ।

କିନ୍ତୁ ୨୦୦୯ରେ ପୁଣି ଜିତି କେନ୍ଦ୍ର ମନ୍ତ୍ରୀ ହୋଇଥିଲେ। ସେ କଂଗ୍ରେସ କାର୍ଯ୍ଯକାରିଣୀର ଜଣେ ସ୍ବତନ୍ତ୍ର ନିମନ୍ତ୍ରିତ ସଭ୍ଯ। କେରଳର ପିସିସି ସଭାପତି ମଧ୍ଯ ଥିଲେ। ଏଆଇସିସିର ସାଧାରଣ ସଂପାଦକ ମଧ୍ଯ ଥିଲେ କେ ସୁରେଶ । ଏଇ ନିର୍ବାଚନରେ ସେ ସିପିଆଇର ପ୍ରାର୍ଥୀଙ୍କୁ ହରାଇ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରୋଟେମ୍ ସ୍ପିକର ଭାବେ ତାଙ୍କର ନାଁ ମଧ୍ଯ ଚର୍ଚ୍ଚାକୁ ଆସିଥିଲା। ଯେହେତୁ ସେ ସର୍ବାଧିକ ୮ ଥର ଲୋକସଭାକୁ ନିର୍ବାଚନତ ହୋଇଛନ୍ତି, ସେଥିପାଇଁ କେ ସୁରେଶଙ୍କୁ ପ୍ରୋଟେମ୍ ସ୍ପିକର ବା ଅସ୍ଥାୟୀ ବାଚସ୍ପତି କରାଯାଉ ବୋଲି ଖୋଲାଖୋଲି ଦାବି କରିଥିଲେ ବିରୋଧୀ ପକ୍ଷ।

ଏହି ଦାବିକୁ ଅଣଦେଖା କରି ଏନଡିଏ ବିଜେପିର କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରୋଟେମ୍ ସ୍ପିକର ଭାବେ ବାଛିଥିଲା। ସେ ଲଗାତର ସପ୍ତମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଶାସକ ଦଳ ପକ୍ଷରୁ ଯୁକ୍ତି ଦର୍ଶା ଯାଇଥିଲା ଯେ, ଭର୍ତ୍ତୃହରି ମହତାବ ଲଗାତର ଭାବେ ଜିତି ଆସୁତିବା ବେଳେ କେ ସୁରେଶ ମଝିରେ ଦୁଇ ଥର ହାରିଛନ୍ତି।

ଜେଲରେ ରହିବେ କେଜ୍ରିଓ୍ବାଲ, ଲାଗିଲା ହାଇକୋର୍ଟ ଝଟକା

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁଣି ସେହି ଜେଲରେ ରହିବେ । ତଳ କୋର୍ଟ ଦେଇଥିବା ରାୟ ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ । ତଳ ଅଦାଲତ କେଜ୍ରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିଥିବାବେଳେ ହାଇକୋର୍ଟ ଏହାକୁ ବାତିଲ କରିଛନ୍ତି ।  ହାଇକୋର୍ଟ କହିଛନ୍ତି କି, ଆମେ ଉଭୟ ପକ୍ଷର ଶୁଣାଣି କରିଛୁ । ତଳ ଅଦାଲତ ଇଡି ଡକ୍ୟୁମେଣ୍ଟକୁ ବିଚାରକୁ ନେଇ ନଥିଲେ । ଜଷ୍ଟିସ୍ ସୁଧୀର କୁମାର ଜୈନଙ୍କ ଖଣ୍ଡପୀଠ ରାଉଜ୍ ଆଭିନ୍ୟୁ କୋର୍ଟର ଫୈସଲା ଉପରେ ରୋକ୍ ଲଗାଇଛନ୍ତି । କୋର୍ଟ ଏହି ମାମଲାରେ ଶୁଣାଣି କରି କହିଛନ୍ତି ଯେ, ତଳ କୋର୍ଟର ଅବକାଶକାଳୀନ ବେଞ୍ଚ କେଜ୍ରିୱାଲଙ୍କୁ ଜାମିନ୍ ଦେବା ସମୟରେ ନିଜ ବିବେକର ବ୍ୟବହାର କରିଥିଲେ । ହେଲେ ତଳ କୋର୍ଟ ଇଡିର ଦସ୍ତାବିଜ ଉପରେ ଗୁରୁତ୍ୱ ଦେଇନଥିଲେ । ତେଣୁ ତଳ କୋର୍ଟର ରାୟ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ ।

ସପ୍ତାହକ ଭିତରେ ରାଜଧାନୀରେ ସରିବ ଡ୍ରେନ ବାରିକେଡ କାମ

ଭୁବନେଶ୍ବର: ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ। ଏନେଇ ସୂଚନା ଦେଲେ ବିଏମସି କମିଶନର ପ୍ରଭାକର ପାଟିଲ। ସପ୍ତାହକ ଭିତରେ ସରିବ ଡ୍ରେନ ବାରିକେଡ କାମ । ଭୁବନେଶ୍ଵର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ ରହିଛି । ସେଥିରୁ BMC ଅଧୀନରେ ୧୩୮୦ କିଲୋମିଟର ଡ୍ରେନ ଅଛି । ଏହା ଭିତରୁ ୨୭ କିଲୋମିଟର ମୁକୁଳା ଡ୍ରେନ ରହିଛି । ସବୁ ମୁକୁଳା ଡ୍ରେନ ଚିହ୍ନଟ ହୋଇଛି ।

ଯୁଦ୍ଧକାଳୀନ ଭିତ୍ତିରେ ସ୍ଲାବ୍ କାମ ସରିବ । କିଛି ସ୍ଥାନରେ ଡ୍ରେନ ଉପରେ ଜବରଦଖଲ ରହିଛି । ବିଭିନ୍ନ ବିଭାଗ ସହ ସମନ୍ଵୟ ବୈଠକ କରାଯାଇ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି। ବ୍ୟାରିକେଡ଼ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଛି । ସପ୍ତାହକ ଭିତରେ ଏସବୁ ସ୍ଥାନରେ ବ୍ୟାରିକେଡ଼ ଲାଗିବ ବୋଲି ରାଜେଶ ପ୍ରଭାକର କହିଛନ୍ତି।

ସେହିପରି ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ୍। ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ।

ରାମ ମନ୍ଦିର ଛାତରୁ ପାଣି ପଡିବାର ଏ ଟୁ ଜେଡ୍‌ ସତ କହିଲେ ନିର୍ମାଣ ସମିତି ଅଧ୍ୟକ୍ଷ

0

ଅଯୋଧ୍ୟା: ରାମ ମନ୍ଦିରରେ ରାମଲଲାଙ୍କ ଗର୍ଭଗୃହରୁ ପାଣି ବାହାରିବା ସମସ୍ୟା ଓ ମନ୍ଦିର ଛାତରୁ ପାଣି ବୋହିବା ଖବରରେ ମୁହଁ ଖୋଲିଛନ୍ତି ରାମ ମନ୍ଦିର ଭବନ ନିର୍ମାଣ ସମିତି ଅଧ୍ୟକ୍ଷ  । ଏସବୁ ଖବରରୁ ପରଦା ହଟାଇଛନ୍ତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର  । ପ୍ରଥମ ବର୍ଷାରେ ମନ୍ଦିର ଛାତରୁ କାହିଁକି ବର୍ଷା ଜଳ ପଡିଲା ଓ ଗର୍ଭଗୃହରେ କଣ ସତରେ ଜଳ ନିଷ୍କାସନର ସମସ୍ୟା ରହିଛି କି ?

ସେ କହିଛନ୍ତି ମନ୍ଦିର ପରିସରରେ ପାଣି ଲିକେଜ ସମସ୍ୟା ନୁହେଁ  । ମୁଁ ଖୋଦ ଏନେଇ ନୀରିକ୍ଷଣ କରିଛି  । ନିର୍ମାଣଧୀନ ମଣ୍ଡପ ଛାତର ଦ୍ବିତୀୟ ମହଲା କାମ ଏବେବି ବାକି ରହିଛି  । ଦ୍ବିତୀୟ ମହଲା ଛାତ ପଡିବା ପରେ ହିଁ ବର୍ଷାଜଳ ମନ୍ଦିର ମଧ୍ୟରେ ଆଉ ପ୍ରବେଶ କରିବ ନାହିଁ  ।

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଗୁଡ ମଣ୍ଡପ ଛାତରେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇ ସେମାନଙ୍କୁ ଖରା ଓ ବର୍ଷାରୁ ରକ୍ଷା କରିବା ପାଇଁ ସୁବିଧା କରାଯାଇଛି  । ବିଦ୍ୟୁତ ଅଣ୍ଡରଗ୍ରାଉଣ୍ଡ ୱାଇରିଂରେ ଏବେ ବି ତାର ବିଛାଇବା ବାକି ଅଛି  । ଯେଉଁଥିପାଇଁ ପାଇପ ଖୋଲା ଅଛି  । ଆଉ ଏହି ପାଇପ ଜରିଆରେ ତଳେ ସ୍ବିୱେଜରେ ପାଣି ପଶିଛି  । ନିର୍ମାଣରେ କୌଣସି ପ୍ରକାର ଅଭାବ କରାଯାଇନି ବୋଲି କହିଛନ୍ତି ଅଧ୍ୟକ୍ଷ  ।

ଗର୍ଭଗୃହ ଭଗବାନ ରାମଙ୍କ ସ୍ନାନ ଓ ଶୃଙ୍ଗାର ଜଳ ରହିଥାଏ  । ସାଧୁସନ୍ଥଙ୍କ ମତ ଅନୁସାରେ ଭଗବାନଙ୍କ ସ୍ନାନ ଜଳକୁ ଏକ କୁଣ୍ଡରେ ଏକତିତ୍ର କରାୟାଇଥାଏ  । ଶ୍ରଦ୍ଧାଳୁଙ୍କ ଚାହିଦାକୁ ଦେଖି ତାଙ୍କୁ ସ୍ନାନ ଜଳ ଯୋଗାଇ ଦିଆଯାଏ  । ସେହିପରି ମନ୍ଦିରର ଚଟାଣ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି  ଯେ ପାଣି ସ୍ବତଃ ଚାଲିଯିବାର ବ୍ୟବସ୍ଥା ରହିଛି  । ମନ୍ଦିରରେ ମଣ୍ଡପର ଡାହାଣ ଓ ବାମ ପାର୍ଶ୍ବ ଖୋଲା ରହିଛି  । ଏଣୁ ପ୍ରବଳ ବର୍ଷା କାରଣରୁ ମଣ୍ଡପରେ ଛିଟା ପଡିପାରେ  । କିନ୍ତୁ ନିର୍ମାଣରେ ତ୍ରୁଟି କାରଣରୁ ମନ୍ଦିର ପରିସରକୁ ପାଣି ଆସିବା ଅସମ୍ଭବ କଥା   ।

 

ଲୋକସଭା ବାଚସ୍ପତି ପାଇଁ ହୋଇପାରିଲାନି ସହମତି, ପ୍ରଥମ ଥର ହେବ ନିର୍ବାଚନ

0

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ପାଇଁ ହୋଇପାରିଲା ନାହିଁ ସହମତି। ୧୯୪୬ ପରେ ପ୍ରଥମ ଥର ପାଇଁ ହେବ ନିର୍ବାଚନ। ମଇଦାନରେ ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ଓ ଇଣ୍ଡିଆ ପ୍ରାର୍ଥୀ କେ ସୁରେଶ। କେ ସୁରେଶ ଏଥର ଅଷ୍ଟମ ଥର ସାଂସଦ ଭାବେ କଂଗ୍ରେସ ତରଫରୁ ଲୋକସଭାକୁ ନିର୍ବାଚିତ ହୋଇ ଆସିଛନ୍ତି।

ସହମତି ସୃଷ୍ଟି କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସଂସଦୀୟ ବ୍ଯାପାର ମନ୍ତ୍ରୀ କିରଣ ରିଜିଜୁଙ୍କୁ ଏନଡିଏ ତରଫରୁ ଦାୟିତ୍ଵ ଦିଆଯାଇଥିଲା। ବିରୋଧୀ ପକ୍ଷ ଓମ୍ ବିର୍ଲାଙ୍କୁ ବାଚସ୍ପତି ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ତା ବଦଳରେ ପାରମ୍ପରିକ ଭାବେ ଉପବାଚସ୍ପତି ବିରୋଧୀଙ୍କ ମଧ୍ଯରୁ ଜଣକୁ କରାଯାଉ ବୋଲି ଦାବି କରିଥିଲା।

କିନ୍ତୁ ଶେଷ ପର୍ଯ୍ଯନ୍ତ ଏନଡିଏ ତରଫରୁ ଏ ନେଇ କିଛି ସ୍ପଷ୍ଟ କରାଯାଇନଥିଲା। ଶେଷରେ କେ ସୁରେଶ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।

ବ୍ରିଟେନ ଜେଲରୁ ମୁକ୍ତ ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ

ଲଣ୍ଡନ: ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ ମୁକ୍ତ । ମୁକ୍ତି ଲାଗି ଆମେରିକା କୋର୍ଟ ନିକଟରେ ଦୋଷ ସ୍ବୀକାର କରିବାକୁ ପ୍ରତିଶ୍ରୁତି ଦେବା ପରେ ତାଙ୍କୁ ବ୍ରିଟେନ ଜେଲରୁ ମୁକ୍ତି ଦିଆଯାଇଛି । ସେ କୋର୍ଟ ନିକଟରେ ସାମରିକ ଗୁପ୍ତ ତଥ୍ଯ ପ୍ରଦାନ କରିବେ ବୋଲି କହିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଆମେରିକା ଅଧୀନସ୍ଥ ନର୍ଦର୍ଣ୍ଣ ମାରିଆନା ଆଇଲ୍ଯାଣ୍ଡର ଏକ କୋର୍ଟରେ ଆସେଞ୍ଜ ସମସ୍ତ ଗୁପ୍ତ ତଥ୍ଯ ଦାଖଲ କରିବେ ବୋଲି ଦସ୍ତାବିଜ ଦାଖଲ ପରେ ତାଙ୍କୁ ମୁକ୍ତି ଦିଆଯାଇଛି ।

ବୁଧବାର ସେ କୋର୍ଟରେ ହାଜର ହୋଇ ସମସ୍ତ ତଥ୍ଯ ଦାଖଲ କରିବେ । ତଥ୍ଯ ଚୋରି ମାମଲାରେ ସେ ବର୍ତ୍ତମାନ ସୁଦ୍ଧା ୫ ବର୍ଷ ବ୍ରିଟେନ କୋର୍ଟରେ ସଜା ଭୋଗିସାରିଥିବାବେଳେ ସେ ମୋଟ ୬୨ ମାସ ଦଣ୍ଡ ଭୋଗିବେ । ପରେ ସେ ନିଜ ଦେଶ ଅଷ୍ଟ୍ରେଲିଆ ଫେରିବେ ।

୨୦୧୦ରୁ ଆମେରିକାର ଅନେକ ଗୋପନ ତଥ୍ଯ ପ୍ରକାଶ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଆମେରିକା ମାମଲା ଦାୟର କରିଥିଲା । ସେହିପରି ୨୦୧୦ରେ ଆସେଞ୍ଜଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା ସୁଇଡେନ । ଇରାକ ଓ ଆଫଗାନିସ୍ତାନ ଯୁଦ୍ଧ ସମ୍ପର୍କରେ ଅନେକ ତଥ୍ଯ ପ୍ରକାଶ କରି ଆମେରିକାର ଜାତୀୟ ନିରାପତ୍ତାକୁ ବିପନ୍ନ କରିଥିବା ଅଭିଯୋଗରେ ଆସେଞ୍ଜ ଗିରଫ ହେବା ପରେ ସାରା ବିଶ୍ବରେ ଏହାର ପ୍ରତିବାଦ କରାଯାଇଥିଲା ଏବଂ ବାକ୍ ସ୍ବାଧୀନତା ଅଭିଯାନର ହିରୋ ପାଲଟି ଯାଇଥିଲେ ।

୨୦୧୯ରେ ୧୮ଟି ମାମଲାରେ ତାଙ୍କୁ ଆମେରିକାର ଏକ ଫେଡେରାଲ ଗ୍ରାଣ୍ଡ ଜୁରୀ ଦୋଷୀ ସାବ୍ଯସ୍ତ କରିଥିଲା । ଏପ୍ରିଲ ୨୦୧୯ରୁ ସେ ଲଣ୍ଡନର ବେଲମାର୍ସ ଜେଲରେ କାଳ କାଟୁଥିଲେ । ପୂର୍ବରୁ ସୁଇଡେନ ହାତରେ ପ୍ରତ୍ଯର୍ପଣ ନିଷ୍ପତ୍ତି ପ୍ରତିହତ କରିବା ଲାଗି ସେ ଇକୁଏଡରର ଲଣ୍ଡନ ଦୂତାବାସରେ ୭ ବର୍ଷ ରହିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଯେଉଁ ତଥ୍ଯକୁ ଆସେଞ୍ଜ ପ୍ରକାଶ କରିଥିଲେ ସେଥିରେ ଥିଲା ୨୦୦୭ର ଏକ ଭିଡିଓ । ସେଥିରେ ବାଗଦାଦରେ ଆମେରିକା ବାହିନୀର ଗୁଳିମାଡରେ କିପରି ରଏଟର୍ସର ୨ ସାମ୍ବାଦିକଙ୍କ ସମେତ କିଛି ନାଗରିକଙ୍କ ମୃତ୍ୟୁର ଦୃଶ୍ଯ ରହିଥିଲା ।

୧୯୧୭ ଗୁପ୍ତଚର ଆଇନ ଅନୁସାରେ ଆସେଞ୍ଜଙ୍କ ବିରୋଧରେ ମାମଲା ଦାୟର କରିଥିଲା ଆମେରିକା । ଜୁନ ୨୦୨୨ରେ ତାଙ୍କର ପ୍ରତ୍ଯର୍ପଣ ଲାଗି ବ୍ରିଟିଶ ସରକାର ଅନୁମତି ଦେଇଥିଲେ । ସେପଟେ ଆସେଞ୍ଜଙ୍କ ବିରୋଧରେ ଚାଲିଥିବା ମାମଲାକୁ ରଦ୍ଦ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ବିଭିନ୍ନ ମହଲରୁ ଜୋରଦାର ଚାପ ପଡୁଥିଲା । ଗତ ୨୦୨୪ ଫେବ୍ରୁଆରୀରେ ଆସେଞ୍ଜଙ୍କୁ ମୁକ୍ତି ଦେବା ଲାଗ ଆମେରିକା ନିକଟରେ ଅନୁରୋଧ କରିଥିଲେ ଅଷ୍ଟ୍ରେଲିଆ ସରକାର ।

୨୦୧୦ରୁ ୨୦୧୧ ମଧ୍ଯରେ ଆମେରିକାର ସାମରିକ ତଥ୍ଯ, ଯୁଦ୍ଧ ସମ୍ପର୍କିତ ତଥ୍ଯ ଓ କୂଟନୈତିକ ବିବରଣୀକୁ ପ୍ରକାଶ କରିଥିଲେ ଆସେଞ୍ଜ । ବାଗଦାଦରେ ହୋଇଥିବା ଏୟାରଷ୍ଟ୍ରାଇକର ଏକ ଫୁଟେଜ ପ୍ରକାଶ ପାଇବା ପରେ ଆମେରିକାର ପ୍ରତିରକ୍ଷା ଇତିହାସରେ ଚହଳ ସୃଷ୍ଟି ହୋଇଥିଲା ।