spot_img
Home Blog Page 1756

ଆଜି ଚିତାଲାଗି ଅମାବାସ୍ଯା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗିହେବ ରତ୍ନ ଚିତା

ପୁରୀ : ଆଜି ଚିତାଲାଗି ଅମାବାସ୍ଯା । ଶ୍ରୀମନ୍ଦିରରେ ପାଳିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ଶ୍ରାବଣ କୃଷ୍ଣ ଅମାବାସ୍ଯା ତିଥିରେ ଶ୍ରୀବିଗ୍ରହଙ୍କୁ ଲାଗିହେବ ରତ୍ନ ଚିତା । ଶ୍ରୀଜଗନ୍ନାଥଙ୍କୁ ହୀରା, ବଳଭଦ୍ରଙ୍କୁ ନୀଳା ଓ ସୁଭଦ୍ରାଙ୍କୁ ମାଣିକ୍ଯ ଚିତା ଲାଗି କରାଯିବ । ରଥଯାତ୍ରା ସମୟରେ ରତ୍ନଚିତା ଓଲାଗି କରାଯାଇ ସୋଲ ଚିତା ଧାରଣ କରି ଘୋଷଯାତ୍ରାରେ ଯାଇଥିଲେ ଶ୍ରୀଜୀଉ । ଘୋଷଯାତ୍ରା ସରିଥିବାରୁ ଆଜି ସୋଲ ଚିତା ବଦଳରେ ରତ୍ନ ଚିତା ଲାଗି କରିବେ ଶ୍ରୀବିଗ୍ରହ । ଅପରାହ୍ଣରେ ଭୋଗମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ଣ ୨ଟାରୁ ସଂଧ୍ଯା ୬ ଟା ଯାଏଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।

ପୋଲିସ ବିରୋଧରେ ଏକାଠି ହେଲେ ଶିକ୍ଷକ

ନନ୍ଦିଘୋଷ ବ୍ୟୁରୋ: ପୋଲିସ ବିରୋଧରେ ଏକାଠି ହେଲେ ଶିକ୍ଷକ । ସ୍କୁଲରୁ ଶିକ୍ଷକଙ୍କୁ ଉଠାଇନେବା ଘଟଣାରେ ପ୍ରତିବାଦ । ୩ଦିନ ମଧ୍ଯରେ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ । ଗତକାଲି ସୋର ପୋଲିସ ରାଧାନାଥ ପ୍ରାଥମିକ ବିଦ୍ୟାଳୟର ୧୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର କର୍ମଚାରୀଙ୍କୁ ଉଠାଇ ଥାନାରେ ଅଟକ ରଖିଛି । ପ୍ରତିବାଦରେ ଆଜି ସୋର ଶିକ୍ଷକ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଡ଼କାଇ ପୋଲିସର କାର୍ଯ୍ଯକୁ ନିନ୍ଦା କରିବା ସହ କାର୍ଯ୍ଯାନୁଷ୍ଠାନ ଦାବି କରାଯାଇଛି । ୩ ଦିନ ମଧ୍ଯରେ ପଦକ୍ଷେପ ନିଆ ନଗରେ ପାଠପଢା ବନ୍ଦକରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିବାତୁ ଚେତାବନୀ ଦିଆଯାଇଛି । ଏହା ଶିକ୍ଷକ ଜାତି ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ।

ହାଇଦ୍ରାବାଦରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ହାଇଦ୍ରାବାଦରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ । କୁମାରପଡାର ପହଲ୍ଲାଦ ନାଏକ ଦୁଇ ମାସ ତଳେ ଗାଁ ଲୋକଙ୍କ ସହ ହାଇଦ୍ରାବାଦକୁ ଦାଦନ ଖଟି ଯାଇଥିଲେ। ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ହାଇଦ୍ରାବାଦ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ନିଜ ଖର୍ଚ୍ଚରେ ମୃତଦେହ ଗାଁକୁ ଆଣିଥିଲେ । ମୃତଦେହ ପହଞ୍ଚିବା ପରେ ପରିବାର ଓ ଗାଁରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ । ପହଲ୍ଲାଦଙ୍କ ପରିବାର ମାଟି ତିଆରି ସାମଗ୍ରୀ କରି ଜୀବନ ଅତିବାହିତ କରନ୍ତି । ଅନ୍ୟପକ୍ଷରେ ସେ ଯେଉଁ କମ୍ପାନୀରେ କାମ କରୁଥିଲେ ସେ କୋଣସି କ୍ଷତିପୂରଣ କିମ୍ବା ସହାୟତା ଦେଇନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଶୋକକୁଳ ପରିବାର କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି ।

କେଦାରନାଥରେ ଫସିଥିବା କେନ୍ଦୁଝରର ୪ କାଉଡିଆଙ୍କୁ କରାଯାଇପାରେ ଏୟାରଲିଫ୍ଟ

ନନ୍ଦିଘୋଷ ବ୍ୟୁରୋ: କେଦାରନାଥରେ ଫସିଥିବା କେନ୍ଦୁଝରର ୪ କାଉଡିଆଙ୍କୁ କରାଯାଇପାରେ ଏୟାରଲିଫ୍ଟ। ଏନେଇ ରୁଦ୍ରପ୍ରୟାଗ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।  ରୁଦ୍ରପ୍ରୟାଗ ଜିଲ୍ଲାପାଳଙ୍କ ସହ ରେସ୍କ୍ୟୁ ପ୍ରସଙ୍ଗରେ କଥା ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ।  ପାଗ ଅନୁକୂଳ ହେଲେ ସେମାନଙ୍କୁ ଉଦ୍ଧାର କରାଯିବା ସମ୍ଭାବନା ରହିଛି। କାଉଡିଆଙ୍କ ମଧ୍ଯରେ ତେଲକୋଇ ବ୍ଲକର ୩ଜଣ ଓ ସଦର ବ୍ଲକର ଜଣେ ଥିବା ସୂଚନା ମିଳିଛି। ଗତ ୨୭ ତାରିଖରୁ ଯାଇଥିଲେ ତେବେ ରାସ୍ତାରେ ଭୂସ୍ଖଳନ ହେବାରୁ ଖାଇବା ପିଇବାକୁ ନପାଇ ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି ।ଦୀର୍ଘ ୪ ଜଣ ହେବ ସେମାନେ ଫସି ରହିଥିବା ଖବର ମିଳିଛି।ସେମାନେ ହେଲେ ତେଲକୋଇ ସରୁଆଳିର କାର୍ତିକେଶ୍ୱର ଖିଲାର, ଜଗମୋହନପୁରର ସଦାନନ୍ଦ ସାହୁ, ଦୋବଲାପାଳ ଚନ୍ଦ୍ରଶେଖରପୁରର ମହେଶ୍ୱର ପ୍ରଧାନ ଏବଂ କେନ୍ଦୁଝର ସଦର ବ୍ଲକ କେମ୍ପସଢାର ଋଷିନାଥ ମହାନ୍ତ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବାବେଳେ ସେମାନେ ଖାଇବା ପିଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେଠାରେ ପ୍ରାୟ ୨୦୦ରୁ ଅଧିକ ଲୋକ ଫସି ରହିଥିବା ପରିବାର ଲୋକେ କହିଛନ୍ତି।ତେଲକୋଇ ଜଗମୋହନପୁର ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ପ୍ରଧାନ ତେଲକୋଇ ତହସିଲଦାରଙ୍କୁ ଏବାଦରେ ଲେଖି ପ୍ରସାଶନର ପଦକ୍ଷେପ ଲୋଡିଛନ୍ତି। ତେଲକୋଇ ତହସିଲଦାର ଅନୁପମା ମୁର୍ମୁ ଏବାବଦରେ ଜିଲ୍ଲା ପ୍ରଶାସନକୁ ଜଣାଇ ଥିବା କହିଛନ୍ତି। ପରିବାର ଲୋକେ ଚିନ୍ତାରେ ରହିଛନ୍ତି।

କାର ଉପରେ ଓଲଟିପଡ଼ିଲା ଟ୍ରେଲର

ନନ୍ଦିଘୋଷ ବ୍ୟୁରୋ: କାର ଉପରେ ଓଲଟିପଡ଼ିଲା ଟ୍ରେଲର। ଦୁର୍ଘଟଣା ପରେ ଜଳୁଛି କାର। ଭୁବନେଶ୍ଵର-କଟକ ମଧ୍ୟରେ ୧୬ ନମ୍ବର ଜାତୀୟ ପଥରେ ଘଟିଛି ଏ ଦୁର୍ଘଟଣା। ଜାତୀୟ ରାଜପଥ ର ବାଲିକୁଦା ଛକରେ କାର ଉପରେ ଓଲଟି ପଡିଲା ଟ୍ରଲର। ଜାତୀୟ ରାଜପଥରେ ଟ୍ରାଫିକ ଜାମ। ଘଟଣାସ୍ଥଳରେ ପହଁଚି ଟ୍ରାଫିକ ନିୟତ୍ରଣ କରୁଛି କଟକ ସଦର ପୋଲିସ।

ଜାଣନ୍ତୁ ରିଆଲିଟି ସୋ ‘ବିଗ୍‌ ବସ୍‌ ଓଟିଟି ୩’ବିଜେତା ସନା ମକବୁଲଙ୍କୁ ମିଳିଲା କଣ

ନନ୍ଦିଘୋଷ ବ୍ୟୁରୋ: ରିଆଲିଟି ସୋ ‘ବିଗ୍‌ ବସ୍‌ ଓଟିଟି ୩’ର ଫାଇନାଲରେ ସନା ମକବୁଲ ଟ୍ରଫି ଜିତିଛନ୍ତି। ଫାଇନାଲରେ ଟପ୍‌-୫ ଫାଇନାଲିଷ୍ଟ ରଣବୀର ଶୋରି, ନାଜି, ସାଇ କେଟାନ ରାଓ, ସାନା ମାକବୁଲ ଏବଂ କ୍ରିତିକା ମଲିକ ଥିଲେ। ତେବେ ରାପର୍‌ ନାଜି ‘ବିଗ୍‌ ବସ୍‌ ଓଟିଟି ୩’ର ରନର୍‌ ଅପ ହୋଇଛନ୍ତି। ସନା ରାପର୍‌ ନାଜିଙ୍କୁ ପରାସ୍ତ କରି ସିଜନ ୩ର ଟ୍ରଫି ହାତେଇଛନ୍ତି। ଟ୍ରଫି ସହିତ ସନାଙ୍କୁ ମଧ୍ୟ ୨୫ ଲକ୍ଷ ଟଙ୍କା ମିଳିଛି। ‘ବିଗ୍‌ ବସ୍‌ ଓଟିଟି ୩’ର ବିଜେତା ହେବା ପରେ ସନା ବେଶ୍‌ ଖୁସି ଦେଖାଯାଉଥିଲେ। ଏବେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଉଛନ୍ତି।

୧୩ ଜୁନ୍ ୧୯୯୩ରେ ଜନ୍ମ ହୋଇଥିବା ସନା, ଜଣେ ମଡେଲ ଓ ଅଭିନେତ୍ରୀ। ସନାଙ୍କର ଜନ୍ମ ମୁମ୍ବାଇରେ। ପ୍ରଥମେ ସନା ଖାଁ ଥିଲା ତାଙ୍କ ନାଁ, ପରେ ସନା ଖାଁରୁ ହେଲେ ସନା ମକବୁଲ । ସ୍କୁଲରେ ପଢିବା ସମୟରୁ ହିଁ ସେ ଛୋଟ ଛୋଟ ପିଲାଙ୍କୁ ଟ୍ଯୁସନ୍ କରିବା ଆରମ୍ଭ କରିଥିଲେ । କାହା ଉପରେ ନିର୍ଭର କରିବାକୁ ଚାହୁଁ ନଥିଲେ ସନା । ୧୦୦ ୨୦୦ ଟଙ୍କାରେ ସେ ପିଲାଙ୍କୁ ପାଠ ପଢ଼ାଉଥିଲେ।  ସେ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସ୍କୁଲିଂ ପରେ ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍ କରିଲେ ସନା । ପରେ ସେ ଟେଲିଭିଜନ୍ ଦୁନିଆରେ ପାଦ ଥାପିଲେ। ସେ ୨୦୦୯ରେ ‘MTV Teen Diva’ରେ ଭାଗ ନେଇଥିଲେ। ୨୦୧୨ରେ ଫେମିନା ମିସ୍ ଇଣ୍ଡିଆରେ ଫେମିନା ମିସ୍ ବିୟୁଟିଫୁଲ୍ ସ୍ମାଇଲ ଟାଇଟଲ୍ ହାତେଇଥିଲେ ସନା। ୨୦୨୧ରେ ଖତରୋଁ କେ ଖିଲାଡି ୧୧ରେ ସନାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ଖୁବ୍ କମ୍ ସମୟ ଭିତରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ସନା। ଏମିତିକି ଧାରାବାହିକ ‘ଇସ୍ ପ୍ଯାର କୋ କ୍ଯା ନାମ୍ ଦୁଁ’ ରେ ଲାବଣ୍ଯା ଚରିତ୍ରରେ ଖୁବ୍ ପ୍ରଶଂସା ସାଉଁଟିଛନ୍ତି। ସେହିପରି ‘ଆଦତ ସେ ମଜବୁର’, ‘ବିଶ୍ବ’ ରେ ବି ଦେଖିବାକୁ ମିଳିଲା ସନାଙ୍କୁ। ଏହାଛଡା ଅନେକ ମ୍ଯୁଜିକ୍ ଭିଡିଓରେ ବି ନଜର ଆସିଛନ୍ତି ସନା। ୨୦୨୦ରେ ଏକ ବଡ଼ ଅଘଟଣ ଘଟିଯାଇଥିଲା ସନାଙ୍କ ସହ, ଯେଉଁଥିପାଇଁ ସନାଙ୍କ ଚେହେରାର କିଛି ଅଂଶ ପ୍ଲାଷ୍ଟିକ ସର୍ଜରୀ କରିବାକୁ ପଡିଲା। ଏହାପରେ ୨୦୧ରେ ଖତରୋଁ କେ ଖିଲାଡିରେ ଦେଖିବାକୁ ମିଳିଲା ସନାଙ୍କୁ।  ଆଉ ଏବେ ସନା ଜିତିଛନ୍ତି ବିଗବସ୍ ଓଟିଟି ୩ର ବିଜେତା ।

 

ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।   ଲୋକସେବା ଭବନରେ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପ୍ରସଙ୍ଗରେ ସମୀକ୍ଷା କରି ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଗୁଡିକ ଉପରେ ଗୁରୁତ୍ୱପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଆଗାମୀ ୫ ବର୍ଷରେ ରାଜ୍ୟରେ ୩.୫ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ରଗୁଡିକରେ ଅଧିକ ନିଯୁକ୍ତି ସମ୍ଭାବନା ରହିଛି। ତେଣୁ ଏ ସବୁ କ୍ଷେତ୍ରରେ କିପରି ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏ ସବୁ କ୍ଷେତ୍ରରେ ଓଡିଆ ଉଦ୍ୟୋଗୀମାନଙ୍କୁ ଶିଳ୍ପ ସ୍ଥାପନ ପାଇଁ ଉତ୍ସାହିତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ବିଭିନ୍ନ ଆଗ୍ରହୀ ଶିଳ୍ପ ସଂସ୍ଥା ସହିତ ଆଲୋଚନା କରାଯାଇ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ।ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ବିଭିନ୍ନ କ୍ଷେତ୍ରର ଶିଳ୍ପ ପ୍ରତିଷ୍ଠାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉପସ୍ଥାପନା କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୯୮୯ଟି ଶିଳ୍ପ ପ୍ରତିଷ୍ଠା ପାଇଁ ଆବେଦନ ଆସିଥିବା ବେଳେ ୬୭୪ଟି ପ୍ରକଳ୍ପ ସିଙ୍ଗିଲ ୱିଣ୍ଡୋ ଅଥରିଟି ଦ୍ୱାରା ଅନୁମୋଦନ ପାଇଛି। ସେଥି ମଧ୍ୟରୁ ୩୫୨ଟି ପ୍ରକଳ୍ପକୁ ଜମି ହସ୍ତାନ୍ତର କରାଯାଇଛି। ଏତଦ୍ ବ୍ୟତିତ ୧୮୩ଟି ପ୍ରକଳ୍ପ ଶିଳ୍ପ ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି। ୭୪ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି।ସେହିପରି ରାଜ୍ୟରେ ୧୨ଟି ବୈଦେଶିକ ପୁଞ୍ଜି ବିନିଯୋଗ ପ୍ରସ୍ତାବ ରହିଛି । ୪୧ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ନିବେଶ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଚୌଦ୍ଵାରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ଚୌଦ୍ଵାରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ। କେରଳ ବିଭୀଷିକାରେ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତ୍ଯୁ ଘଟିଥିଲା। ୱାୟନାଡରେ ଗତକାଲି ତାଙ୍କର ମୃତଦେହ ଓଡ଼ିଶା ଅଭିମୁଖେ ବାହାରିଥିଲା। ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗାଁରେ ଆସି ପହଞ୍ଚିଛି ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ। ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ମାଟିରୁ ପୁଅକୁ ଝୁରୁଛି ସାରା ଗାଁ। ଆମ୍ବୁଲାନ୍ସ ଯୋଗେ ଆସି ପ୍ରଥମେ ହାଇଟେକ ମେଡିକାଲରେ ପହଞ୍ଚିଥିଲା ମୃତଦେହ। ଏହାପରେ ଡାକ୍ତରଙ୍କ ଘର ଚୌଦ୍ଵାରରେ ଆସି ପହଞ୍ଚିଛି ମୃତଦେହ। ଗତକାଲି ଦିନ ୧୧ଟାରେ କେରଳରୁ ସଡ଼କପଥରେ ଆସି ପହଞ୍ଚିଛି ମୃତଦେହ। ଓଡ଼ିଶା ପରିବାର ସଂଗଠନ ସହାୟତାରେ ଆସିଲା ଡାକ୍ତରଙ୍କ ମୃତଦେହ।

ଜାଇକା କାମ ନସରୁଣୁ ସମସ୍ଯା, କଟକ ନୂଆପଡା-ଖାନନଗର ରାସ୍ତାରେ ଫାଟିଲା ସ୍ବରେଜ ଚାମ୍ବର

ନନ୍ଦିଘୋଷ ବ୍ୟୁରୋ: ଦବିଲା କଟକ ଖାନନଗର ନୂଆପଡା ଦେଇ ଯାଇଥିବା ମୁଖ୍ୟ ରାସ୍ତା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ୱାଟକୋ ସ୍ୱରେଜ ପ୍ରକଳ୍ପ ଚାମ୍ବର ଚାରିପଟେ ୧୦ ଫୁଟ ଗର୍ତ୍ତ ସାଙ୍ଗକୁ ୨୦ ଫୁଟ ଦବିଗଲା ରାସ୍ତା । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ସ୍ବରେଜ ଲାଇନ ଦବିବା ପରେ ଅଞ୍ଚଳରେ ଆତଙ୍କିତ ହୋଇଛନ୍ତି ଲୋକେ । ଏଥିପାଇଁ ପ୍ରକଳ୍ପ ଯନ୍ତ୍ରୀ ଓ ନିର୍ମାଣକାରୀ ସଂସ୍ଥାକୁ ଦାୟୀ କରିଛନ୍ତି ଅଞ୍ଚଳବାସ । ସେପଟେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ମରାମତି କରାଯାଇଥିବାବେଳେ ଖୁବଶୀଘ୍ର ବୈଠକ ଡାକି ସମୀକ୍ଷା କରାଯିବ ବୋଲି କହିଛନ୍ତି ମେୟର ।

ଜାଇକା କାମ ନ ସରୁଣୁ ସମସ୍ଯା । ରାସ୍ତାରେ ଭୁସୁଡିଲା ସ୍ବରେଜ୍ ଚାମ୍ବର । ସହରରେ ସୃଷ୍ଟି ହେଲା କୃତ୍ରିମ ବନ୍ଯା । ରାସ୍ତା ଦବିବାରୁ ଯାତାୟାତ ଠପ୍ । ସଂସ୍ଥା ଉପରେ ଅସନ୍ତୋଷ ଝାଡ଼ିଲେ ଅଞ୍ଚଳବାସୀ । କଟକ ଜାଇକା ସ୍ୱରେଜ ପ୍ରକଳ୍ପ ନସରୁଣୁ ନୂଆପଡା-ଖାନନଗରଦେଇ ଜାତୀୟ ରାଜପଥକୁ ପଡ଼ିଥିବା ରାସ୍ତାରେ ଭୁସୁଡ଼ିଯାଇଛି ପ୍ରକଳ୍ପ ଚାମ୍ବର । ରାସ୍ତାରେ ୧୦ ଫୁଟ ଗର୍ତ୍ତକୁ ୨୦ ଫୁଟ ମୁଖ୍ୟ ରାସ୍ତା ଧସି ଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ୱାଟକୋ କତୃପକ୍ଷ ଓ ନିର୍ମାଣକାରୀ ସଂସ୍ଥା ଏଲଆଣ୍ଡଟିକୁ ଦୋଷାରୋପ କରିଛନ୍ତି । ପ୍ରକଳ୍ପ ଅଞ୍ଚଳର ଚାରିପଟେ ବାଲି ପରିବର୍ତ୍ତେ ଖୋଲାଥିବା ମାଟି ଭର୍ତ୍ତି କରାଯାଇଛି ।  ଫଳରେ ବର୍ଷା ସାଙ୍ଗକୁ ନଦୀରେ ପାଣି ବଢ଼ିବାରୁ ମାଟି ଦବି ଏପରି ସ୍ଥିତି ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ଜନଗହଳି ରାସ୍ତାରେ ହଠାତ ରାସ୍ତା ଭୁସୁଡି ପଡ଼ିବାପରେ ନିଶ୍ଚିତ ବିପଦରୁ ରକ୍ଷା ପାଇଛନ୍ତି ଅନେକ ଯାତ୍ରୀ । ମୁଖ୍ୟ ରାସ୍ତାରେ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯାତାୟାତ ସମ୍ପୂର୍ଣ ବନ୍ଦ ରହିଛି । ସ୍ବରେଜ ଭୁସୁଡିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ବର୍ଷା ଆରମ୍ଭରୁ ଯଦି ଏପରି ଅବସ୍ଥା, ତେବେ ଆଗକୁ କଣ ହେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ସେପଟେ ମେୟରଙ୍କ ସମେତ ତୁରନ୍ତ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗର୍ତ୍ତ ମରାମତି କରିବା ସହିତ ଏହାର ସମସ୍ତ ପଏଣ୍ଟ ଯାଞ୍ଚ ପାଇଁ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ଏହି ସମସ୍ୟା ସାମ୍ନାକୁ ଆସୁଥିବାରୁ ବୈଠକ କରି ଏହାର ସ୍ଥାୟୀ ସମାଧାନ ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

 

ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ବିଜୁ ସ୍କିଲ ଡେଭଲପମେଣ୍ଟ ସେଣ୍ଟର, ଅଣକୁଶଳୀରୁ କୁଶଳୀ କରିବା ଲକ୍ଷ୍ଯ

ନନ୍ଦିଘୋଷ ବ୍ୟୁରୋ: ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ବିଜୁ ସ୍କିଲ ଡେଭଲପମେଣ୍ଟ ସେଣ୍ଟର।  ମୟୁରଭଞ୍ଜରେ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲା ବିଜୁ ସ୍କିଲ ଡେଭଲପମେଣ୍ଟ ସେଣ୍ଟର। ଏଠାରେ ହଜାର ହଜାର ଶିକ୍ଷାର୍ଥୀଙ୍କୁ ସିଲେଇ ସହ ଅନ୍ଯନ୍ଯ ପ୍ରଶିକ୍ଷଣ ଯୋଗାଇ କୁଶଳୀ କରାଯାଏ। ପ୍ରଶିକ୍ଷଣ ପରେ ପିଲାଙ୍କୁ  ଭୂବନେଶ୍ଵର କିମ୍ବା ବଂଗାଲୁରୁରେ ଗାରମେଣ୍ଟ କମ୍ପାନୀରେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଛି। ମୟୂରଭଂଜ ଜିଲ୍ଲାରେ ଏହିଭଳି ୩ଟି ଦକ୍ଷତା ବିକାଶ କେନ୍ଦ୍ର ରହିଛି। ଯାହା ଆଜିବି ସୁରୁଖୁରରେ ଚାଲିଛି।

ଯୁବକ ଯୁବତୀମାଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାର ବିକାଶ ପାଇଁ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲା ବିଜୁ ସ୍କିଲ ଡେଭଲପମେଣ୍ଟ ସେଣ୍ଟର। ପିଲାଙ୍କୁ ଅଣକୁଶଳୀରୁ କୁଶଳୀରେ ପରିଣତ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା କେନ୍ଦ୍ର। ଦେଶର ବିଭିନ୍ନ ସ୍ଥାନରେ ଥିବା ବଡ ବଡ କମ୍ପାନୀମାନଙ୍କ ସହ ଏମୋୟୁ ସ୍ଵାକ୍ଷର କରି ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ସେମାନଙ୍କୁ ଭିନ୍ନ ଭିନ୍ନ କମ୍ପାନୀରେ ନିଯୁକ୍ତି ଦାୟିତ୍ବ ନେଇଥିଲେ ସରକାର। ମୟୂରଭଂଜ ବାରିପଦା ବାଂକିଶୋଳ ଠାରେ ଥିବା ଏହି ଦକ୍ଷତା ବିକାଶ କେନ୍ଦ୍ରରେ ଆଜିବି ସୁରୁଖୁରରେ ଚାଲିଛି ପ୍ରଶିକ୍ଷଣ। ଏଠାରେ ବର୍ଷକୁ ହଜାର ହଜାର ଯୁବତୀଙ୍କୁ ସିଲେଇ ତାଲିମ ଦେବା ପରେ ଭୂବନେଶ୍ଵର କିମ୍ବା ବଂଗାଲୁରୁରେ ଗାରମେଣ୍ଟ କମ୍ପାନୀରେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଛି।

ଏଠାରେ ତାଲିମ ନେବା ଏବଂ ନିଯୁକ୍ତିର ତିନି ମାସ ପର୍ଯ୍ୟନ୍ତ ପିଲାମାନେ ସରକାରୀ ଅଧିକାରୀମାନଂକ ନଜରରେ ରହିଥାନ୍ତି। ସେମାନଙ୍କ ସମସ୍ତ ପ୍ରକାର ସୁବିଧା ଅସୁବିଧା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତଦାରଖ କରିଥାନ୍ତି। କେବଳ ବାଂକିଶୋଳ ନୁହେଁ, ମୟୂରଭଂଜ ଜିଲ୍ଲାରେ ଏହିଭଳି ୩ ଗୋଟି ଦକ୍ଷତା ବିକାଶ କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିବା କଥା ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ କହିଛନ୍ତି।।