spot_img
Home Blog Page 1785

ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭୁବନେଶ୍ବର: ଭଙ୍ଗ ହେଲା ରାଜ୍ୟ ବିଧାନସଭା । ୧୬ତମ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ଭଙ୍ଗା ପାଇଁ ସୁପାରିଶ କରିଥିଲା ରାଜ୍ୟ କ୍ୟାବିନେଟ୍ । ଆଜି ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।

 

ପୁଣିଥରେ ପଲଟି ମାରିବେ କି ନୀତିଶ? ଏମିତି କହିଲେ ତେଜସ୍ବୀ

ନନ୍ଦିଘୋଷ ବ୍ୟୁରୋ: ୪ ଜୁନରେ ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବାକୁ ଥିବାବେଳେ ଏହାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ବାରମ୍ବାର ମେଣ୍ଟ କରୁଥିବା ନୀତିଶ କୁମାରଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ବିଜେପି ସହ ମେଣ୍ଟ ଭାଙ୍ଗିବେ କି? ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀ ଯାଇଥିବା ନୀତିଶ ୫ ତାରିଖ ପାଟନା ଫେରିବାର ଥିଲା । ମାତ୍ର ସେ ଆଜି ଅର୍ଥାତ ୨ ଦିନ ପୂର୍ବରୁ ଫେରୁଥିବାରୁ ଏଭଳି ଚର୍ଚ୍ଚା ହେଉଛି । ନୀତିଶ ଯେତେବେଳେ ବିଜେପି ବିରୋଧୀ ଏବଂ ଇଣ୍ଡିଆ ଗଠବନ୍ଧନ ବିରୋଧରେ ଥିଲେ । ସେତେବେଳେ ଯେବେ ବି କୌଣସି ବୈଠକ ହେଉଥିଲା ଏବଂ ତାଙ୍କ ମନ ମାନିଲେ କିମ୍ବା ତାଙ୍କ ହିସାବରେ କାମ ନହେଲେ ସେ ସେହି ସ୍ଥାନ ଛାଡ଼ି ପଳାଇ ଆସୁଥିଲେ । ଏପରିକି ମୁମ୍ବାଇ ଏବଂ ଦିଲ୍ଲୀରୁ ମଧ୍ୟ ପାଟନା ପଳାଇ ଆସୁଥିଲେ । ଏଣୁ ୫ ତାରିଖ ପୂର୍ବରୁ ଫେରୁଥିବାରୁ କିଛି ଅଲଗା ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି । ୨୦୧୯ ଶପଥ ଗ୍ରହଣ ସମୟରେ ମଧ୍ୟ ତାଙ୍କ ସାଂସଦଙ୍କୁ ମନ୍ତ୍ରୀପଦ ଦେବାକୁ ନେଇ ବିରକ୍ତ ହୋଇ ଫେରି ଆସିଥିଲେ । ଆଉ ଏବେ ସେ ପୁଣି କାହିଁକି ଫେରି ଆସୁଛନ୍ତି ତାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

କ୍ରିକେଟରୁ ସନ୍ୟାସ ଘୋଷଣା କଲେ କେଦାର ଯାଦବ

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟରୁ ସନ୍ୟାସ ନେଲେ ପୂର୍ବତନ ଭାରତୀୟ କ୍ରିକେଟର କେଦାର ଯାଦବ । ୩୯ ବର୍ଷୀୟ କେଦାର ଯାଦବ ସୋମବାର ନିଜର ସନ୍ୟାସ ସମ୍ପର୍କରେ ଏକ୍ସରେ ପୋଷ୍ଟ କରିଛନ୍ତି । ଜଣେ ଅଲରାଉଣ୍ଡର ଏବଂ ଫିନିସରଭାବେ ଜଣାଶୁଣା ଥିଲେ କେଦାର ଯାଦବ । ୨୦୨୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଅନ୍ତିମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ତେବେ ୨୦୧୪ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ୭୩ ଦିନିକିଆ ଏବଂ ୯ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଦିନିକିଆରେ ୨ଟି ଶତକ ଏବଂ ୬ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି କେଦାର ଯାଦବ । ଧୋନୀ ଯେଭଳି ଷ୍ଟାଇଲରେ କ୍ରିକେଟକୁ ଅଲବିଦା କହିଥିଲେ ସେଭଳି ଷ୍ଟାଇଲରେ ଅବସର ଘୋଷଣା କରିଛନ୍ତି କେଦାର ଯାଦବ ।

 

ରାଜ୍ଯରେ ସରକାର ଗଠନ ପାଇଁ ଦିବାସ୍ବପ୍ନ ଦେଖୁଛି ବିଜେପି: ସସ୍ମିତ ପାତ୍ର

ନନ୍ଦିଘୋଷ ଟିଭି: ରାଜ୍ଯରେ ସରକାର ଗଠନ ପାଇଁ ଦିବାସ୍ବପ୍ନ ଦେଖୁଛି ବିଜେପି। ଯାହାକୁ ରାଜ୍ଯ ବିଜେପିର ଏକ ପୁରୁଣା ଅଭ୍ଯାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ୨୦୧୪ ନିର୍ବାଚନରେ ବି ସେମାନେ ରାଜ୍ୟରେ ସରକାର ଗଠନ କରିବେ ବୋଲି ଦିବାସ୍ବପ୍ନ ଦେଖିଥିଲେ । ସେହିପରି ୨୦୧୯ରେ ମଧ୍ଯ ବିଜେପି ସରକାର ଗଠନ କରିବା ନେଇ ଦିବାସ୍ବପ୍ନ ଦେଖିଥିଲେ। ତେଣୁ ଏଥର ମଧ୍ଯ ଦିବାସ୍ବପ୍ନ ଦେଖିବା କିଛି ନୂଆ କଥା ନୁହେଁ । ବିଜେପି ଓ ଦଳର ନେତାଙ୍କ ଦିବାସ୍ବପ୍ନକୁ ଶୁଭେଚ୍ଛା ଜଣାଇବା ସହ ସେମାନେ ଏଥିରେ ଦକ୍ଷ ହେବା ଭଲ କଥା ବୋଲି କହି କଟାକ୍ଷ କରିଛନ୍ତି ସସ୍ମିତ।

 

ଯୁବରାଜଙ୍କ ଆକଳନ, ଟି-୨୦ ବିଶ୍ବକପରେ ଫାଇନାଲ ପାଇଁ ଏହି ୩ ଟିମ୍ ଦାବିଦାର

ନନ୍ଦିଘୋଷ ବ୍ୟୁରୋ: ଫଟାଫଟ କ୍ରିକେଟ ମହାକୁମ୍ଭ ଟି-୨୦ ବିଶ୍ବକପ ଚାଲିଥିବାବେଳେ ଫାଇନାଲ କାହା ମଧ୍ୟରେ ହେବ ତାକୁ ନେଇ କ୍ରିକେଟ ବିଶେଷଜ୍ଞମାନେ ନିଜର ମତ ଦେଉଛନ୍ତି । ତେବେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ନିଜର ଫାନାଲ ଆକଳନ କରିଛନ୍ତି । ସେ କହିଛନ୍ତି ଫାଇନାଲ ଖେଳିବା ପାଇଁ ୩ଟି ଟିମ୍ ଦାବିଦାର ଅଛନ୍ତି । ସେ କହିଛନ୍ତି କି, ଭାରତ, ପାକିସ୍ତାନ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମୁଖ୍ୟ ଦାବିଦାର । ସେ ଏକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବା ସମୟରେ ଏଭଳି କହିଛନ୍ତି । ସେପଟେ ଦିନିକିଆ ବିଶ୍ବକପ ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆ ନାମ କହିଥିବାବେଳେ ହସିଥିଲେ ଯୁବରାଜ । ଅନ୍ୟପଟେ କହିଥିଲେ କି, ଏହି ଟୁର୍ଣ୍ଣାମେଣ୍ଟରେ ଋଷଭ ପନ୍ଥଙ୍କ ଉପରେ ସମସ୍ତଙ୍କ ନଜର ରହିବ ବୋଲି କହିଛନ୍ତି ଯୁବରାଜ ।

 

ଶୌଚବେଳେ ଦଳିଲା ହାତୀ, ଅଳ୍ପକେ ବର୍ତିଲେ ଛାତ୍ରୀ

ନୀଳଗିରି  : ଦଳିଲା ହାତୀ ହେଲେ ଭାଗ୍ୟ ଜୋର ଅଳ୍ପକେ ବର୍ତ୍ତିଗଲେ ଛାତ୍ରୀ ଜଣକ। ନୀଳଗିରି ଉପଖଣ୍ଡ ଟୁଲୁଙ୍କଡ଼ାବ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଶୌଚ ପାଇଁ ବାଡ଼ି ପଟକୁ ଯାଇଥିବା ବେଳେ ସତ୍ୟ ପଳେଇଙ୍କ ଝିଅ ଅନୁସୟାଙ୍କୁ ହାତୀଟି ଦଳି ଦେଇଥିଲା। ବାପାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଆସନ୍ନ ମୃତ୍ୟୁରୁ ବର୍ତ୍ତିଗଲେ ଅନୁସୟା ।

କୁଲଡିହା ଜଙ୍ଗଲରୁ ଖସି ଆସିଥିବା ହାତୀଟି ହଠାତ ତାଙ୍କୁ ଗୋଡ଼ାଇ ଥିଲା। ସେ ଏକ ଖାଲୁଆ କାଦ ସ୍ଥାନରେ ପଡ଼ି ଯାଇଥିବାବେଳେ ହାତୀଟି ଗୋଡ଼ ପକାଇ ଦଳି ଦେଇଥିଲା। ଝିଅର ଚିତ୍କାର ଶୁଣି ବାପା ପାଟି କରି ହାତୀକୁ ଘଉଡାଇଥିଲେ। ଅନୁସୟାଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି। ତାଙ୍କ ଦେହରେ ଗଭୀର ଆଘାତ ଲାଗିଛି। ଖବର ପାଇ କୁଲଡିହା ରେଞ୍ଜର ଓ ଫରେଷ୍ଟର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅମୁଲ ପରେ ମହଙ୍ଗା ହେଲା ମଦର ଡାଏରୀ, ଲିଟର ପିଛା ୨ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଗ୍ରାହକଙ୍କୁ ପୁଣି ଝଟକା । ଅମୁଲ ପରେ ମଦର ଡାଏରୀ ହେଲା ମହଙ୍ଗା । ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ କମ୍ପାନୀ ମଦର ଡାଏରୀ ଲିଟର ପିଛା କ୍ଷୀର ମୂଲ୍ୟରେ ୨ ଟଙ୍କା ବୃଦ୍ଧି ଘୋଷଣା କରିଛି । ସୋମବାରରୁ ଏହି ନୂଆ ଦର ଲାଗୁ ହୋଇଛି ।

ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୬୮ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ଟୋନଡ ଓ ଡବଲ ଟୋନଡ କ୍ଷୀର ଲିଟର ପିଛା ୫୬ ଓ ୫୦ ଟଙ୍କା ରହିଛି । ମଇଁଷି କ୍ଷୀର ଲିଟର ପିଛା ୭୨ ଓ ଗାଈ କ୍ଷୀର ଲିଟର ପିଛା ୫୮ ଟଙ୍କା ରହିଛି । ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ ସାରା ଦେଶରେ ଆଜିଠାରୁ ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । । ଶେଷଥର ପାଇଁ ଫେବୃଆରୀ ୨୦୨୩ରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା ମଦର ଡାଏରୀ ।

 

ବିଧାନସଭା ଭଙ୍ଗ ନେଇ ରାଜ୍ଯପାଳଙ୍କୁ ସୁପାରିସ

ଭୁବନେଶ୍ୱର : ଭଙ୍ଗ ହେବ ଷୋଡ଼ଶ ଓଡ଼ିଶା ବିଧାନସଭା । ଏ ନେଇ ରାଜ୍ଯ କ୍ଯାବିନେଟ ବୈଠକରେ ମୋହର ବାଜିଛି । ବିଧାନସଭା ଭଙ୍ଗ ନେଇ ରାଜ୍ଯପାଳଙ୍କୁ ସୁପାରିସ କରାଯାଇଛି । ଆଜି ପୂର୍ବାହ୍ନରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସୁପାରିସ ପ୍ରସ୍ତାବ ପାରିତ ହୋଇଛି । ନବୀନଙ୍କ ପଞ୍ଚମ ପାଳି ସରକାରଙ୍କ ଆଜି ଶେଷ କ୍ଯାବିନେଟ ବୈଠକ ଥିଲା ।

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର : ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । www.ojee.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । ଛାତ୍ରଛାତ୍ରୀମାନେ ଏହି ୱେବସାଇଟକୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ । ବି. ଫାର୍ମରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ, ଏମ୍. ଫାର୍ମରେ ପଦ୍ମାଳୟା ମିଶ୍ର, ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ଏମସିଏରେ ବ୍ରହ୍ମାନନ୍ଦ ମହରଣା, ସିଭିଲ ଇଞ୍ଜିନିୟରିଂରେ ରବୀନ୍ଦ୍ର ସାହୁ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପୂର୍ବପ୍ରିୟା ନାୟକ, ମେକାନିକାଲ ଇଞ୍ଜିନିୟରିଂରେ ଗୋବିନ୍ଦ ନାୟକ ଓ କମ୍ପ୍ୟୁଟର ସାଇନ୍ସରେ ଆକାଶ କୁମାର ଦାସ ଟପ୍ପର ହୋଇଛନ୍ତି।

ଚଳିତ ବର୍ଷ ମେ ମାସ ରେ ହୋଇଥଲା ପରୀକ୍ଷା। ଯେଁଉଥିରେ ୬୫ ହଜାର ୭୪୨ ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଥିବା ବେଳେ, ୫୬ ହଜାର ୪୭ ଜଣ ପରୀକ୍ଷା ଦେଇଥିଲେ। ଯେଁଉଥିରୁ ୫୬ ହଜାର ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୨୩ଟି ବିଭାଗରେ ୨୩ ଜଣ ଟପ୍ପର ହୋଇଛନ୍ତି।

ମତଦାନରେ ଭାରତର ବିଶ୍ବ ରେକର୍ଡ : ମୁଖ୍ଯ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ଭୋଟିଂରେ ଭାରତର ବିଶ୍ବ ରେକର୍ଡ । ଚବିଶ ନିର୍ବାଚନ ଐତିହାସିକ ବୋଲି କହିଛନ୍ତି ଦେଶର ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର । ଭୋଟ୍ ଗଣତି ପୂର୍ବରୁ ଆଜି ଏକ ପ୍ରେସମିଟ୍ କରି ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ଯ ନିର୍ବାଚନ କମିଶନର । ତେବେ ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ଯସ୍ତ କରିଥିବାବେଳେ ୩୧ କୋଟିରୁ ଅଧିକ ମହିଳା ଭୋଟର ମତଦାନ ପର୍ବରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଇସିଆଇ ।

ସେହିପରି ଜାମ୍ମୁ ଓ କାଶ୍ମୀରରେ ଗତ ୪ ଦଶନ୍ଧୀରେ ସବୁଠୁ ଅଧିକ ମତଦାନ ହୋଇଛି । ଉପତ୍ଯକାରେ ୫୧.୦୫ ପ୍ରତିଶତ ପୋଲିଂ ହୋଇଛି । ମାତ୍ର ୩୯ଟି ବୁଥରେ ପୁନର୍ବାର ମତଦାନ ହୋଇଛି । ସାରା ଦେଶରେ ଶାନ୍ତି ଶୃଙ୍ଖଳାର ସହ ପୋଲିଂ ସରିଛି । ସାତଟି ପର୍ଯ୍ୟାୟରେ ହୋଇଥିବା ମତଦାନରେ କୌଣସି ବଡ଼ ହିଂସାକାଣ୍ଡ ଘଟିନି । ଏହି ନିର୍ବାଚନରେ ୬୮ ହଜାର ମନିଟରିଂ ଟିମ, ଦେଢ କୋଟି ପୋଲିଂ ଓ ସୁରକ୍ଷା କର୍ମଚାରୀ ନିୟୋଜିତ ଥିଲେ । ୪ ଲକ୍ଷ ଯାନବାହାନ, ୧୩୫ ସ୍ବତନ୍ତ୍ର ଟେର୍ନ, ୧୬୯୨ ବିମାନ, ହେଲିକପ୍ଟର ଆଦି ବ୍ଯବହାର କରାଯାଇଥିଲା । ୪୯୫ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରୁ ୯୦ ପ୍ରତିଶତ ସମାଧାନ ହୋଇଛି ।