ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଦକ୍ଷ ଦୃତ ବୋଲର ମହମ୍ମଦ ସାମି ଦୀର୍ଘଦିନ ପରେ ଦଳକୁ ଫେରିପାରନ୍ତି । ଆସନ୍ତା ମାସରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ସେ ଦଳକୁ ଫେରିବେ ବୋଲି ସୂଚନା ମିଳିଛି । ବାଂଲାଦେଶ ବିପକ୍ଷରେ ଭାରତ ୨ଟି ଟେଷ୍ଟ ମ୍ୟାଚ ଖେଳିବାକୁ ଥିବାବେଳେ ଜଶପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯିବ ଏବଂ ତାଙ୍କ ସ୍ଥାନରେ ସାମି ଖେଳିବେ ବୋଲି କୁହାଯାଉଛି । ୨୦୨୩ ଦିନିକିଆ ବିଶ୍ବକପରେ ଘାତକ ବୋଲିଂ କରିଥିବା ମହମ୍ମଦ ସାମି ଆହତ କାରଣରୁ ବିଶ୍ବକପ ପରଠାରୁ ବାହାରେ ଅଛନ୍ତି । ତାଙ୍କର ଅସ୍ତ୍ରୋପଚାର ହୋଇଥିବାବେଳେ ସେ ପଡ଼ିଆରେ ନଜର ଆସିନାହାନ୍ତି । ଏମିତି ଟି-୨୦ ବିଶ୍ବକପ ସମୟରେ ମଧ୍ୟ ସେ ଖେଳିବାର ସୁଯୋଗ ମିଳିନଥିଲା । ମାତ୍ର ଏବେ ସେ ଦଳକୁ ଫେରିବା ପରେ ଦଳ ବୋଲିଂରେ ଆହୁରି ସୁଦୃଢ଼ ହୋଇଯିବ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କହିଛନ୍ତି । ଏହାସହ ଗମ୍ଭୀର କହିଛନ୍ତି କି, ଦଳରେ ବୁମରାଙ୍କ ସ୍ଥାନ ସବୁବେଳେ ସ୍ବତନ୍ତ୍ର ।
ଜାଣନ୍ତୁ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରୁ ବାହାରିଲା କେତେ ଟଙ୍କାର ସମ୍ପତ୍ତି
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି। ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରୁ ବାହାରିଲା ବିଭିନ୍ନ ସହରରେ ୧୦ଟି ଦାମିକିଆ ଫ୍ଲାଟ। ଭୁବନେଶ୍ଵର, ଝାରସୁଗୁଡ଼଼ାରେ ଏହି ପ୍ଲାଟ ରହିଛି। ୭ଟି ପ୍ଲଟ ମଧ୍ୟ ଠାବ ହୋଇଛି। ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ଯାଙ୍କ ଓ ବୀମା ଜମା, ପ୍ରାୟ ଦେଢ କେଜି ସୁନା, ୬ ଲକ୍ଷରୁ ଅଧିକ ନଗଦ ଟଙ୍କା ମିଳିଛି। ଗୋଟିଏ ଦାମି ମର୍ସିଜିଜ ଓ କିଆ କାର। ରୋଲେକ୍ସ ପରି ଦାମି ବ୍ରାଣ୍ଡର ୧୩ ଲକ୍ଷ ଟଙ୍କା ମୂଲ୍ୟର ଅନେକ ଘଣ୍ଟା ମିଳିଛି। ଶତାଧିକ ସଂଖ୍ଯା ହଳ ଯୋତା, ଝିଅର ମେଡିିକାଲ ପାଠପଢା ଲାଗି ଖର୍ଚ୍ଚ କରିଛନ୍ତି ୮୦ ଲକ୍ଷ ଟଙ୍କା। ଆମେରିକା, ଥାଇଲାଣ୍ଡ, ଭିଏତନାମ, ୟୁଏଇ, କାନାଡା, ମେକ୍ସିକୋ, ମାଲେସିଆ ଓ ସିଙ୍ଗାପୁର ପରି ଦେଶର ବିଦେଶୀ ଟଙ୍କା ମିଳିଛି।
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ଭୁବନେଶ୍ଵର, କଟକ ଓ ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ। ଚଢାଉରେ ୪୦ରୁ ଅଧିକ ଅଧିକାରୀ ସାମିଲ ହୋଇଛନ୍ତି। ୧୨ ଡିଏସପି, ୧୨ ଇନ୍ସପେକ୍ଟର ଓ ୧୬ ଜଣ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଚାଲିଛି ବିଭିନ୍ନ ସ୍ଥାନରେ ରେଡ୍।
ଭୁବନେଶ୍ଵର ନୟାପଲ୍ଲୀ ଅର୍ପଣ ଆପାର୍ଟମେଣ୍ଟରେ ଥିବା ବାସଭବନରେ ଚାଲିଛି ରେଡ। ଏହାସହ ଭୁବନେଶ୍ଵର କସମୋପଲିସରେ ଥିବା ଦୁଇଟି ଫ୍ଲାଟ, ଝାରସୁଗୁଡ଼ାରେ ଥିବା ଆଶିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ ଏବଂ କଟକ ଆଠଗଡରେ ଥିବା ପୈତୃକ ଘର ଏବଂ ଜଣେ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ।ଭୁବନେଶ୍ଵର ନୟାପଲ୍ଲୀ ନୀଳକଣ୍ଠନଗରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରୁଛି।
ଛାଡ଼ପତ୍ର ଘଟଣାକୁ ନେଇ ଏମିତି କହିଲେ ଅଭିଶେକ
ନନ୍ଦିଘୋଷ ବ୍ୟୁରୋ: ଅଭିଶେକ ବଚ୍ଚନ ଏବଂ ଐଶର୍ଯ୍ୟା ରାୟଙ୍କ ଛାଡ଼ପତ୍ରକୁ ନେଇ ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତି କି ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ଗୁଜମମାନ ପ୍ରଚାର କରାଯାଉଛି । କିଛିଦିନ ହେବ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଅଭିଶେକ ଏବଂ ଐଶର୍ଯ୍ୟା ଅଲଗା ଅଲଗା ପହଞ୍ଚିବାକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ଘଟଣା କିଛି ନୂଆ ନୁହେଁ ଏମିତି ଆଗରୁ ମଧ୍ୟ ଉଭୟଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଛି । ମାତ୍ର ୧୭ ବର୍ଷର ବିବାହ ପରେ ଏମିତି ନିଷ୍ପତ୍ତିକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏପରିକି କିଛି ଅସାଧୁ ବ୍ୟକ୍ତି ଅଭିଶେକଙ୍କ ଏକ ଡିପଫେକ୍ ଭିଡିଓ କରି ଭାଇରାଲ କରିଥିଲେ । ଯେଉଁଥିରେ ସେ ଛାଡ଼ପତ୍ର ଦେବେ ବୋଲି କୁହାଯାଇଥିଲା । ମାତ୍ର ଏହା ଭାଇରାଲ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ଅଭିଶେକ । ସେ କହିଛନ୍ତି କି, ଏହା କେବଳ ମିଛ ପ୍ରଚାର କରାଯାଉଛି । ଆମର ସେମିତି କିଛି ନିଷ୍ପତ୍ତି ହୋଇନାହିଁ ।
କଳିଙ୍ଗ ପୁରସ୍କାର ବନ୍ଦ ପାଇଁ ଚକ୍ରାନ୍ତ!, କେନ୍ଦ୍ରକୁ ନବୀନଙ୍କ କଡ଼ା ଚିଠି
ନନ୍ଦିଘୋଷ ବ୍ୟୁରୋ: କଳିଙ୍ଗ ପୁରସ୍କାର ବନ୍ଦ ପାଇଁ ଚକ୍ରାନ୍ତ। କେନ୍ଦ୍ରକୁ ନବୀନଙ୍କ କଡ଼ା ଚିଠି । ଧରାପଡିଲା ବିଜେପି ସରକାରଙ୍କ ଷଡ଼ଯନ୍ତ୍ର । ୟୁନେସ୍କୋ କଳିଙ୍ଗ ପୁରସ୍କାର ବନ୍ଦ । ଏହାକୁ ପୁଣି ଚାଲୁ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୧୯୫୨ ମସିହାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ବର୍ତ୍ତମାନ ସୁଦ୍ଧା ୭୨ ଜଣ ବିଶିଷ୍ଟ ବୈଜ୍ଞାନିକ ଓ ୭ ଜଣ ନୋବେଲ ପୁରସ୍କାର ବିଜେତାଙ୍କୁ ପ୍ରଦାନ କରାଯାଇଛି । ୟୁନେସ୍କୋର ବଦାନ୍ୟତା ଯୋଗୁ ଏହି ପୁରସ୍କାର ଆନ୍ତର୍ଜାତୀୟ ମାନ୍ୟତା ଲାଭ କରିଥିଲା । ୧୯୫୧ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏହି ପୁରସ୍କାର ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବାକୁ ଆରମ୍ଭ କରିଥିଲେ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୁରସ୍କାରକୁ ପୁଣି ଲାଗୁ କରିବାକୁ ଅନୁରୋଧ କରିଛନ୍ତି ନବୀନ । ଓଡ଼ିଶାର ଗର୍ବ ଓ ସ୍ୱାଭିମାନ ହେଉଛି କଳିଙ୍ଗ ପୁରସ୍କାର। କଳିଙ୍ଗ ପୁରସ୍କାର ଅନୁଦାନ ବନ୍ଦ କରିଛି କେନ୍ଦ୍ର। ଏହି ପୁରସ୍କାର ବନ୍ଦ କରି ମିଛ ଓଡ଼ିଆ ଅସ୍ମିତାର ପ୍ରମାଣ ଦେଇଛି ବିଜେପି ସରକାର। ସାଧାରଣରେ ଏହାକୁ ନେଇ ବଢ଼ୁଛି ତୀବ୍ର ଅସନ୍ତୋଷ। ଓଡ଼ିଶା ସରକାର ସବୁ ଜାଣି ନିରବ ରହିଛନ୍ତି ବିଜେପି ସରକାର। ଏପରିକି କଳିଙ୍ଗ ପୁରସ୍କାରକୁ ଅନୁଦାନ ବନ୍ଦ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଉନାହିଁ।
ଦୁର୍ଘଟଣାରେ ଚାଲିଗଲେ ବାପା ଓ ମାଆ, ଅଳ୍ପକେ ବତ୍ତିଲା ନାବାଳକ ପୁଅ
ନବରଙ୍ଗପୁର : ବୋଲବମ ଯାତ୍ରା ହେଲା ଶେଷ ଯାତ୍ରା। ବୋଲବମରୁ ଫେରିବା ବାଟରେ ବାଇକ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇ ଚାଲିଗଲା ଜୀବନ। ବାପା, ମାଆଙ୍କ ମୃତ୍ଯୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଲା ନାବାଳକ ପୁଅ। ନବରଙ୍ଗପୁର ଉମରକୋଟ କୁନ୍ଦେଇ ରାବଣାଗୁଡାରେ ଘଟିଛି ଏ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମୃତକ ହେଲେ ଅଜିତ ମଜୁମଦାର ଓ ଦୀପିକା ମଜୁମଦାର । ଛତିଶଗଡରେ ରହିଥିବା ସିହାବା ଶୈବପୀଠରେ ପାଣି ଢାଳି ଘରକୁ ଫେରିବା ସମୟରେ ବାଇକକୁ ଧକ୍କା ଦେଇଥିଲା ଟ୍ରକ। ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରିଛି।
ବିଜେପିର ପ୍ରତିଶ୍ରୁତି ପାଣିର ଗାର: ନବୀନ
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନୀ ଇସ୍ତହାରରେ ବିଜେପି ଦେଇଥିବା ପ୍ରତିଶୃତି ପୁରଣ ନକରିବା ନେଇ ନବୀନଙ୍କ ପ୍ରତିକ୍ରିୟା । ବିଜେପି ପ୍ରତିଶ୍ରୁତି ପାଣିରେ ଗାର ବୋଲି କହିଲେ ନବୀନ । ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩,୦୦୦ ତଥା ୩,୫୦୦ ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ। ହେଲେ ବଜେଟରେ କୁହାଯାଉଛି ଯେ କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦% ଅକ୍ଷମତା ଥିବା ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତ୍ତା ପାଇବେ । ଏହାସହିତ ୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ।

ଏଥିରୁ ପୁରା ସ୍ପଷ୍ଟ ହେଉଛି, ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଭତ୍ତାଧାରୀ ବୟସ୍କ ତଥା ସମସ୍ତ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି। ଏପରି ପ୍ରତାରଣା ଲୋକଙ୍କ ଭିତରେ ଜନ ଅସନ୍ତୋଷ ବଢ଼ାଇଛି।
ଏନେଇ ୧୬ ଅଗଷ୍ଟରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପ୍ରତି ପଞ୍ଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ବିଜେଡି ଆଗକୁ ବାହାରିବ। ପ୍ରତିଟି କର୍ମୀ ତଥା ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରିବେ।
ଏହା ସହିତ ନବୀନ କହିଛନ୍ତି ମୁଁ ଆଶା କରୁଛି, ବିଜେପି ଓଡ଼ିଶାର ଲୋକଙ୍କୁ ଭୁଆଁ ନ ବୁଲେଇ, ପ୍ରଦାନ କରିଥିବା ପ୍ରତିଶ୍ରୁତି ପାଳନ କରିବ। ବିଜେପି ନିଜ ପ୍ରତିଶ୍ରୁତି ପୂରଣ ନ କରିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ନିକଟରେ ଏହାକୁ ପହଞ୍ଚାଇବା ପାଇଁ ବିଜେଡି ସର୍ବଦା ନିଜର ଅଭିଯାନ ଜାରି ରଖିବ।
ଆଳୁ ସଂକଟ ପାଇଁ ସରକାରଙ୍କ ପୂର୍ବପ୍ରସ୍ତୁତି ଅଭାବକୁ ଦାୟୀ କଲା ବିଜେଡ଼ି
ନନ୍ଦିଘୋଷ ବ୍ୟୁରୋ: ଆଳୁଠାରୁ ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶ ଓ ରେଳ ପ୍ରକଳ୍ପ ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି ବିଜେଡ଼ି । ଆଳୁ ସଂକଟ ଦୂର କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ଏହା ସହିତ ରାଜ୍ୟରେ ରହୁଥିବା ସମସ୍ତଙ୍କୁ ସୁରକ୍ଷା ଦେବା ସରକାରଙ୍କ କର୍ତ୍ତବ୍ୟ ବୋଲି ସରକାରଙ୍କୁ ମନେ ପକାଇ ଦେଇଛି ବିଜେଡି । ଭୁବନେଶ୍ୱରରେ ବିଜେଡି ମୁଖ୍ୟାଳୟ ଶଂଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ତଥା ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
ଆଳୁ ସଂକଟ ଦୂର କରିବାରେ ସରକାର ବିଫଳ
ଆଳୁ ଦରବୃଦ୍ଧି ଓ ଅଭାବ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସଂତୃପ୍ତ ମିଶ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କଣ କଥା ହୋଇଛନ୍ତି ଆମେ ଜାଣିନୁ । ଆଳୁ ଦର କେମିତି କମିବ, ସାଧାରଣ ଲୋକଙ୍କ କଷ୍ଟ କେମିତି ଦୂର ହେବ, କଳା ବଜାରି ଉପରେ କେମିତି ଅଙ୍କୁଶ ଲାଗିବ ତାହା ଆମର ଚିନ୍ତା । ସରକାର ଆଗରୁ ପ୍ରୋଆକ୍ଟିଭ ହୋଇ କାମ କରିଥିଲେ, ଏପରି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା । ସରକାର ଅନ୍ୟ ଜାଗାରୁ ଆଳୁ ଆଣି ପାରିଥାନ୍ତେ । ବିଜେଡି ସମୟରେ ଏପରି ହେଉ ନଥିଲା କାରଣ ସେତେବେଳେ ସରକାରଙ୍କ ପୂର୍ବପ୍ରସ୍ତୁତି ଥିଲା।
ବାଂଲାଦେଶୀ ଅନୁପ୍ରବେଶ ଓ ସୁରକ୍ଷା
ସମସ୍ତଙ୍କ ସାମ୍ବିଧାନିକ ଅଧିକାରକୁ ସମ୍ମାନ ଦେବା ବିଜେଡ଼ିର ନୀତି । ଭାରତୀୟ ନାଗରିକଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ୱ । ଓଡ଼ିଶାରେ ଵି ଯିଏ ଅଛନ୍ତି, ସେମାନଙ୍କ ସୁରକ୍ଷା ଵି ଓଡ଼ିଶା ସରକାରଙ୍କ ଦାୟିତ୍ୱ । ଯେଉଁ ମାନେ ନାଗରିକ ନୁହେଁ, ତାଙ୍କୁ ଚି଼ହ୍ନଟ କରନ୍ତୁ ।
ରେଳ ପ୍ରକଳ୍ପକୁ ନେଇ ସରକାରଙ୍କୁ ଟାର୍ଗେଟ୍
ସାତ ବର୍ଷ ତଳେ ଘୋଷଣା ହୋଇଥିବା ରେଳ ପ୍ରକଳ୍ପକୁ ପୁଣି ଘୋଷଣା କରିବାର କଣ ଆବଶ୍ୟକ ପଡିଲା ବୋଲି ବିଜେଡି ପ୍ରଶ୍ନ କରିଛି । ପୁରୁଣା ପ୍ରକଳ୍ପ ବାବଦରେ ପୁଣି ଘୋଷଣା କରିବାର କାରଣ କ’ଣ , ତାହା କିଛି ଜଣା ପଡୁନି ବୋଲି ବିଜେଡ଼ି କହିଛି । ସାତ ବର୍ଷ ତଳେ ଯଦି ବଜେଟରେ ଥିଲା, ତାହା କାହିଁକି କାର୍ଯ୍ୟକାରୀ ହୋଇ ନଥିଲା ଏବଂ ତାକୁ ପୁଣି ଥରେ ନୂଆ କରି କରିବା ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ସଂତୃପ୍ତ ମିଶ୍ର ।
ପଶ୍ଚିମବଙ୍ଗର ଜଲପାଇଗୁଡି ଶିଲିଗୁଡିରେ ଦୁର୍ଘଟଣା, ୭ମୃତ
ନନ୍ଦିଘୋଷ ବ୍ୟୁରୋ: ବୋଲବମ ହେଲା ଶେଷଯାତ୍ରା । ଶିବଙ୍କୁ ଜଳଲାଗି କରିବା ପାଇଁ ଯାଉଥିବାବେଳେ ରାସ୍ତାରୁ ନେଇଗଲା ଯମ । ପଶ୍ଚିମବଙ୍ଗର ଜଲପାଇଗୁଡି ଶିଲିଗୁଡିରେ ମର୍ମନ୍ତୁଦ ଦୁର୍ଘଟଣା । କାଉଡିଆ ଶିବ ମନ୍ଦିରରେ ପାଣି ଢାଳିବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଟ୍ରକରେ ଚାପି ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । କାଉଡିଆ ଚାଲି ଚାଲି ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୬ ଜଣ ମୃତ ହୋଇଛି। ଆହତ ସମସ୍ତଙ୍କୁ ନିକଟରେ ଥିବା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରକ ଚାଳକ ଫେରାର ଅଛନ୍ତି ।
ମୁଖ୍ୟଯନ୍ତ୍ରୀ ତାରାପ୍ରସାଦଙ୍କ ଘରେ ମିନି ଜୁଏଲାରୀ ଦୋକାନ
ଭୁବନେଶ୍ବର: ଘର ନୁହେଁତ ଅଳଙ୍କାର ଦୋକାନ । ଘରେ ରହିଛି ଅଳଙ୍କାର ଦୋକାନ ଭଳି ପୁଳା ପୁଳା ସୁନା ଓ ଦାମୀ ଗହଣା । ସରକାରୀ ଟଙ୍କାରେ ବାବୁ ଜଣକ ଚାକଚକ୍ୟ ଜୀବନ ବିତାଉଥିଲେ । ସୁନା ଗହଣା ସହ, ସୁନା ବିସ୍କୁଟ, ସୁନା ଓ ରୂପା କଏନ, ଭିନ୍ନ ଭିନ୍ନ ଡିଜାଇନର ଦାମୀ ଘଣ୍ଟା ଏବଂ ବିଦେଶୀ ମୁଦ୍ରା ଠାବ ହୋଇଛି। ଏସବୁ ଦେଖିଲେ ଲାଗୁଛି ଯେମିତି ବାବୁଙ୍କ ଘରେ ମିନି ଜୁଏଲାରୀ ହୋଇଥିଲା। ନିଜର ଚାକିରି ସମସୟରେ ଏତେ ପରିମାଣର ସୁନା ଗହଣା, ଏକାଧିକ ଫ୍ଲାଟ୍ କିଭଳି କିଣିଲେ ସେ ନେଇ ଖୋଳତାଡ କରୁଛି ଭିଜିଲାନ୍ସ।
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ଵର, କଟକ ଓ ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ। କୋଉଠି କାନ୍ଥରେ ବନ୍ଧୁକ ଟଙ୍ଗା ହୋଇଛିତ ଆଉ କେଉଁଠୁ ମିଳିଛି ବ୍ରାଣ୍ଡେଡ଼ ଘଣ୍ଟା ଓ ବ୍ରାଣ୍ଡେଡ଼ ଚଷମା ଏବଂ ବିଦେଶୀ ମୁଦ୍ରା । ଏବେବି ଭିଜିଲାନ୍ସ ଚଢାଉ ଜାରି ରଖିଛି।
ଭିଜିଲାନ୍ସ ଚଢାଉରେ ୪୦ରୁ ଅଧିକ ଅଧିକାରୀ ସାମିଲ ହୋଇଛନ୍ତି । ୧୨ ଡିଏସପି, ୧୨ ଇନ୍ସପେକ୍ଟର ଓ ୧୬ ଜଣ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଚାଲିଛି ବିଭିନ୍ନ ସ୍ଥାନରେ ରେଡ୍। ଭୁବନେଶ୍ଵର ନୟାପଲ୍ଲୀ ଅର୍ପଣ ଆପାର୍ଟମେଣ୍ଟରେ ଥିବା ବାସଭବନରେ ଚାଲିଛି ରେଡ। ଏହାସହ ଭୁବନେଶ୍ଵର କସମୋପଲିସରେ ଥିବା ଦୁଇଟି ଫ୍ଲାଟ, ଝାରସୁଗୁଡ଼ାରେ ଥିବା ଆଶିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ ଏବଂ କଟକ ଆଠଗଡରେ ଥିବା ପୈତୃକ ଘର ଏବଂ ଜଣେ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । ଭୁବନେଶ୍ଵର ନୟାପଲ୍ଲୀ ନୀଳକଣ୍ଠନଗରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରୁଛି।
ସେଣ୍ଟ୍ ମାର୍ଟିନ ଦ୍ୱୀପ ଉପରେ କ’ଣ ପାଇଁ ଆମେରିକାର ଆଖି ?
ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶ ବିଦ୍ରୋହ ପରେ ଶେଖ ହାସିନା ଭାରତରେ ଆଶ୍ରୟ ନେଇଛନ୍ତି । ଛାତ୍ର ଓ ବିରୋଧୀ ଦଳଙ୍କ ମିଳିତ ମେଣ୍ଟ ଆଗରେ ହାସିନ ଅସ୍ତ୍ରତ୍ୟାଗ କରି ଭାରତ ପଳାୟନ କରିଥିଲେ । ତେବେ ଭାରତ ଆସିବା ପରେ ଶେଖ ହାସିନା ବିଦ୍ରୋହ ପଛରେ ଆମେରିକାର ହାତ ଥିବା ଦାବି କରିଥିଲେ । ସେ କହିଥିଲେ ଯେ, ଆମେରିକା ବାଂଲାଦେଶର ସେଣ୍ଟ୍ ମାର୍ଟିନ୍ ଦ୍ୱୀପକୁ ତା’ର ସାମରିକ ଘାଟି ପାଇଁ ଚାହୁଁଥିଲା । ତେବେ ଏହି ଦ୍ୱୀପକୁ ହସ୍ତାନ୍ତର କରିବାକୁ ମନା କରିବାରୁ ତାଙ୍କ ବିରୋଧରେ ଆମେରିକା ଷଡ଼ଯନ୍ତ୍ର କରିଥିଲା । ଏମିତିରେ ମନକୁ ପ୍ରଶ୍ନ ଉଠିପାରେ ଯେ, କ’ଣ ପାଇଁ ଆମେରିକା ସେଣ୍ଟ୍ ମାର୍ଟିନ୍ ଦ୍ୱୀପକୁ ଏତେ ଆଗ୍ରହୀ ? ଆସନ୍ତୁ ଉତ୍ତର ଜାଣିବା ।
ସେଣ୍ଟ୍ ମାର୍ଟିନ୍ ଦ୍ୱୀପର ଇତିହାସ
ବଙ୍ଗୋପସାଗର ଉତ୍ତର-ପୂର୍ବ ଭାଗରେ ସେଣ୍ଟ୍ ମାର୍ଟିନ୍ ଦ୍ୱୀର ରହିଛି । ମାତ୍ର ତିନି ବର୍ଗ କିଲୋମିଟରର ଏହି ଦ୍ୱୀପ ଉପରେ ଆମେରିକାଠାରୁ ଚୀନ୍ ସମସ୍ତଙ୍କ ଆଖି ରହିଛି । କକ୍ସ ବଜାର-ଟ୍ୟାଙ୍କଫ ଉପଦ୍ୱୀପଠାରୁ ପ୍ରାୟ ୯ କିମି ଦୂରରେ ଥିବା ଏହି ଦ୍ୱୀପକୁ ମଧ୍ୟ ନାରିକେଳ ଓ ଡାଲଚିନ ଦ୍ୱୀପ ବୋଲି କୁହାଯାଏ । କାରଣ ଏହି ଦ୍ୱୀପରେ ପ୍ରଚୁର ପରିମାଣରେ ନଡ଼ିଆ ଓ ଡାଲଚିନ ଗଛ ଦେଖିବାକୁ ମିଳେ । ଏହା ବାଂଲାଦେଶର ଏକମାତ୍ର ପ୍ରବାଳ ଦ୍ୱୀପ । ଏହି ଦ୍ୱୀପର ଜନସଂଖ୍ୟା ପ୍ରାୟ ୩ ହଜାର ୭ଶହ । ଦ୍ୱୀପ ବାସିନ୍ଦାଙ୍କ ମୁଖ୍ୟ ଜୀବିକା ହେଉଛି ମାଛ ଧରିବା,ଧାନଚାଷ ଓ ନଡ଼ିଆ ଚାଷ । ଏଠାରୁ ଧାନ ଓ ନଡ଼ିଆ ମିଆଁମାରକୁ ରପ୍ତାନୀ ହୋଇଥାଏ । ଅଷ୍ଟାଦଶ ଶତାବ୍ଦୀରେ ଆରବ ବ୍ୟବସାୟୀ ମାନେ ଏହି ଦ୍ୱୀପରେ ଅଟକିବା ଆରମ୍ଭ କରିଥିଲେ । ସେବେଠାରୁ ଏଠାରେ ଲୋକ ରହିବା ଆରମ୍ଭ ହୋଇଥିଲା । ଆରବ ବ୍ୟବସାୟୀ ଏହାକୁ ‘ଜଜିରା’ ନାମ ଦେଇଥିଲେ । ୧୯୦୦ ମସିହାରେ ଏହାକୁ ବ୍ରିଟେନ ଭାରତରେ ସାମିଲ କରିଥିଲା । ଜଣେ ଖ୍ରୀଷ୍ଟିଆନ ପାଦ୍ରିଙ୍କ ନାମ ଅନୁସାରେ ଏହାର ନାମ ସେଣ୍ଟ୍ ମାର୍ଟିନ ହୋଇଥିଲା । ୧୯୭୪ ମସିହାର ବୁଝାମଣା ଅନୁସାରେ ମିଆଁମାର ଏହି ଦ୍ୱୀପ ଉପରୁ ନିଜ ଦାବି ଛାଡି ଦେଇଥିଲା ।
ସାମରିକ ମହତ୍ୱ
ବଙ୍ଗୋପସାଗର ମଧ୍ୟରେ ଏହି ଦ୍ୱୀପ ଏମିତି ସ୍ଥାନରେ ଅଛି ଯାହାର ସାମରିକ ଗୁରୁତ୍ୱ ଢେର ଅଧିକ । ଆମେରିକା ଏହି ଦ୍ୱୀପରେ ସାମରିକ ଘାଟି ସ୍ଥାପନ କରିବାକୁ ଚାହୁଁଛି ଯାହାଫଳରେ ଏହା ଚୀନ ଉପରେ ନଜର ରଖି ପାରିବ । ଏହି ଦ୍ୱୀପଠାରୁ ଚୀନ୍ ଓ ମିଆଁମାର ଭଳି ଦେଶର ଦୂରତା କମ । ଦ୍ୱୀପରେ ସାମରିକ ଘାଟି ଦ୍ୱାରା ଆମେରିକା ଚୀନକୁ ଚେକମେଟ୍ କରିବାକୁ ଚାହୁଁଛି । ୨୦୨୩ରେ ଶେଖ ହାସିନା ଆମେରିକା ବିରୋଧରେ ସେଣ୍ଟ୍ ମାର୍ଟିନକୁ ନେଇ ଅଭିଯୋଗ ଆଣିଥିଲେ । ସେ ଅଭିଯୋଗ କରିଥିଲେ ଯେ, ଆମେରିକା ସେଠାରେ ଏକ ସାମରିକ ଘାଟି ସ୍ଥାପନ ପାଇଁ ବଂଲାଦେଶ ସରକାରଙ୍କ ଉପରେ ଚାପ ପକାଉଛି ।

