spot_img
Home Blog Page 179

ପୁଣି ବଢ଼ିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଅଡୁଆ

ନନ୍ଦିଘୋଷ ବ୍ୟୁରୋ: ପୁଣି ବଢ଼ିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ l  ୧୬ ବର୍ଷ ତଳର ବିଦ୍ରୋହ ମୂଳରେ ହସିନାଙ୍କୁ ଦୋଷୀ ଦର୍ଶାଇଛି ଏକ କମିଶନ l ବାଂଲାଦେଶ ରାଇଫଲ୍ସର ଏକ ବିଦ୍ରୋହରେ ବହୁ ବରିଷ୍ଠ ସାମରିକ ଅଧିକାରୀଙ୍କୁ ହତ୍ୟା ମୂଳରେ ହସିନା ସମ୍ପୃକ୍ତ ଥିଲେ ବୋଲି ଦର୍ଶାଇଛି କମିଶନ l କେବଳ ଏତିକି ନୁହେଁ ବାଂଲାଦେଶ ସେନାକୁ ଦୁର୍ବଳ କରିବାରେ ଭାରତର ହାତ ଥିଲା ବୋଲି କମିଶନ କହିଛ l ମାନବିକତା ବିରୋଧୀ ଅପରାଧ ଅଭିଯୋଗ ଆଧାରରେ ଗତ ନଭେମ୍ବର ୧୭ରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ହସିନାଙ୍କ ଲାଗି ଆଉ ଏକ ବିପଦ ସୃଷ୍ଟି  ହୋଇଛି l

ଗତବର୍ଷ ହୋଇଥିବା ଆନ୍ଦୋଳନ ପରେ ବାଂଲାଦେଶ ଛାଡ଼ି ଭାରତ ଚାଲିଆସିଥିବା ହସିନାଙ୍କ ବିରୋଧରେ ବିଭିନ୍ନ ମାମଲାର ଜାରି ରହିଛି ତଦନ୍ତ l ସାମରିକ ଅଧିକାରୀ ହତ୍ୟା ମାମଲାର ତଦନ୍ତ ଲାଗି ଏକ ତଦନ୍ତ କମିଶନ ଗଠନ କରିଥିଲେ ଅନ୍ତରୀଣ ଶାସକ ମହମ୍ମଦ ୟୁନୁସ l ବିଗତ ୨୦୦୯ରେ ହସିନା କ୍ଷମତାକୁ ଆସିବା ମାତ୍ରେ ବାଂଲାଦେଶ ରାଇଫଲ୍ସରେ ଦେଖାଦେଇଥିଲା ବିଦ୍ରୋହ l  ଏହାର ପ୍ରଭାବ ଢାକ୍କା ସମେତ ସାରା ଦେଶରେ ପଡ଼ିଥିଲା ଏବଂ ଏଥିରେ ପ୍ରାଣ ହରାଇଥିଲେ ବହୁ ସାମରିକ ଅଧିକାରୀ ସମେତ ୭୨ ଜଣ l

କମିଶନର ଅଧ୍ୟକ୍ଷ ଏଏଲଏମ ଫାଜଲୁର ରହମାନ କହିଛନ୍ତି-ଆଓ୍ବାମି ଲିଗ ସରକାର ଏହି ବିଦ୍ରୋହରେ ସାମିଲ ଥିଲା ଏବଂ ହସିନାଙ୍କ ନିର୍ଦ୍ଦେଶରେ ପୂର୍ବତନ ଏମପି ଫାଜଲ ନୁର ତାପୋସ ଏହି ବିଦ୍ରୋରର ମାଷ୍ଟରମାଇଣ୍ଡ ଥିଲେ l କମିଶନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ବିଦ୍ରୋହ ପଛରେ ବିଦେଶୀ ଶକ୍ତିର ହାତ ଥିବା କୁହାଯାଇଛି l ବାଂଲାଦେଶର ଅସ୍ଥିରତା ସୃଷ୍ଟି ଲାଗି ଭାରତ ଚାହିଁଥିଲା l ସେହି ସମୟରେ ପ୍ରାୟ ୯୨୧ ଭାରତୀୟ ବାଂଲାଦେଶକୁ ଚାଲିଆସିଥିଲେ l ସେମାନଙ୍କ ମଧ୍ୟରୁ ୬୭ଜଣଙ୍କ ପତ୍ତା ମିଳି ନଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି l ସେପଟେ ବାଂଲାଦେଶ  ହାତରେ ତୁରନ୍ତ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ପୁଣି ଦାବି ଦୋହରାଇଛନ୍ତି ବିଦେଶ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୁହିଦ ହୋସେନ l

ସଂସଦ ଅଧିବେଶନ ଆରମ୍ଭରୁ ଲୋକସଭାରେ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ: ସଂସଦ ଅଧିବେଶନ ଆରମ୍ଭରୁ ଲୋକସଭାରେ ହଙ୍ଗାମା। ଏସଆଇଆର ପ୍ରସଙ୍ଗକୁ କେନ୍ଦ୍ର କରି ଗୃହରେ ବିରୋଧୀ କରିଛନ୍ତି ହଙ୍ଗାମା। ଅଚଳାବସ୍ଥା ଯୋଗୁ ଗୃହକୁ  ବାରମ୍ବାର ମୁଲତବି ଘୋଷଣା କରାଯାଇଛି।

ସେପଟେ ସଂସଦରେ ନିର୍ବାଚନ ମଣ୍ଡଳୀ ପ୍ରସଙ୍ଗରେ ହେଉ ଆଲୋଚନା। ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିବା ଓ ଯୁବ ସାଂସଦମାନଙ୍କୁ ଆଲୋଚନା କରିବା ଲାଗି ସୁଯୋଗ ଦିଆଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ଶୀତ ଅଧିବେଶନରେ ଉଦବୋଧନ ଦେଇ ମୋଦି କହିଛନ୍ତି- ନବନିର୍ବାଚିତ ଓ ଯୁବ ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ସମସ୍ଯାକୁ ନ ଉଠାଇପାରି ଅସନ୍ତୁଷ୍ଟ ହେଉଛନ୍ତି। ସେମାନଙ୍କୁ ପର୍ଯ୍ଯପ୍ତ ସୁଯୋଗ ଦେବାର ଆବଶ୍ଯକତା ରହିଛି। ଗୃହର ସ୍ବାର୍ଥ ଦୃଷ୍ଟିରୁ ନୂଆ ପିଢ଼ିର ସାଂସଦ, ପ୍ରଥର ଥର ଲାଗି ନିର୍ବାଚିତ ହୋଇଥିବା ସାଂସଦ, ପ୍ରତି ଦଳକୁ ସୁଯୋଗ ଦେବା ଉଚିତ। ସଂସଦରେ ନାରାବାଜି କରି ଗୃହକାର୍ଯ୍ୟରେ ବାଧା ସୃଷ୍ଟିକୁ ନାପସନ୍ଦ କରିଛନ୍ତି ମୋଦି।

ଡ୍ରାମାବାଜି ଗୃହ ଭିତରେ ନ କରିବା ଲାଗି ସେ ଆହ୍ବାନ ଦେବା ସହ ଡ୍ରାମାବାଜି ଲାଗି ବାହାରେ ଅନେକ ସ୍ଥାନ ରହିଛି ବୋଲି  ସେ କହିଛନ୍ତି। ସଂସଦ ସ୍ଲୋଗାନବାଜିର ସ୍ଥାନ ନୁହେଁ, ସମସ୍ତଙ୍କୁ ନୀତି ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଗଠନମୂଳକ ଆଲୋଚନା ଲାଗି ସେ ଆହ୍ବାନ ଦେବା ସହ ସମସ୍ତ ଦଳ ସକରାତ୍ମକ ମନୋଭାବ ପୋଷଣ ଲାଗି ସେ କହିଥିଲେ। ସର୍ବସାଧାରଣଙ୍କ ସ୍ବାର୍ଥ ଲାଗି ବିରୋଧୀ ଦଳଗୁଡ଼ିକ ସଚେତନ ହେବା ସହ ପରାଜୟର ଗ୍ଲାନି ସଂସଦରେ ପ୍ରତିଫଳିତ କରିବା ଅନୁଚିତ ବୋଲି ସେ କହିଥିଲେ।

ଜାତୀୟ ପ୍ରସଙ୍ଗଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଉପସ୍ଥାପନ କରିବା ଲାଗି ସେ ପରାମର୍ଶ ଦେଇଥିଲେ। ସାରା ବିଶ୍ବ ଭାରତର ଗଣତାନ୍ତ୍ରିକ ଶକ୍ତିକୁ କେବଳ ଉପଲବ୍ଧି କରୁନାହିଁ ବରଂ ଗଣତନ୍ତ୍ର ସହ ଭାରତର ସଶକ୍ତ ଅର୍ଥନୀତି ପ୍ରତି ଦୃଷ୍ଟି ନିବଦ୍ଧ କରୁଛି ବୋଲି ସେ କହିଥିଲେ।…

ସେପଟେ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି। ସେ କହିଛନ୍ତି- ଦେଶର ଓ ଲୋକଙ୍କ ପ୍ରସଙ୍ଗ ସଂସଦରେ ଉଠାଇବା ଡ୍ରାମାବାଜି ନୁହେଁ।

ଦିଲ୍ଲୀ ଲାଲକିଲ୍ଲା କାର୍ ବିସ୍ଫୋରଣ ମାମଲା : ଡାକ୍ତର ସାହିନ ସାହିଦର ଘରେ ଏନଆଇଏର ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଲାଲକିଲ୍ଲା କାର୍ ବିସ୍ଫୋରଣ ମାମଲା। ଅଭିଯୁକ୍ତ ଡାକ୍ତର ସାହିନ ସାହିଦର ଲକ୍ଷ୍ମୌସ୍ଥିତ ଘରେ ରେଡ କରିଛି ଏନଆଇଏ। ସାହିନ ସାହିଦ ସହ କାହା କାହାର ଲିଙ୍କ୍ ରହିଛି ତାହାର ଛାନବିନ କରିବା ସହ ଟେରର ମଡ୍ୟୁଲର ବଡ଼ ନେଟୱର୍କ ସମ୍ପର୍କରେ ଯାଞ୍ଚ କରିଛି ଏନଆଇଏ। ଦିଲ୍ଲୀ ବିସ୍ଫୋରଣ ଘଟଣାରେ ପୁଲୱାମାର ଡାକ୍ତର ମୁଜାମିଲ ସକିଲ ଓ ଡାକ୍ତର ମହମ୍ମଦ ଉମର, ଲକ୍ଷ୍ମୌର ଡାକ୍ତର ସାହିନ ସାହିଦ, ଜାମ୍ମୁ ଓ କାଶ୍ମୀର କାଜିଗନ୍ଦର ଡାକ୍ତର ଆଦିଲ ଅହମ୍ମଦ ରାଥେର, ଡାକ୍ତର ଅହମ୍ମଦ ମୋହିଉଦ୍ଦିନ ସୟିଦ ଓ ଡାକ୍ତର ପ୍ରିୟଙ୍କା ଶର୍ମା ସାମିଲ ଥିଲେ। ଅନ୍ୟତମ ଅଭିଯୁକ୍ତ ଯସିର ବିଲାଲ ୱାନି ସହ ଲିଙ୍କ ଅଭିଯୋଗରେ ଜାମ୍ମୁ ଓ କାଶ୍ମୀରର ପୁଲୱାମା, ସୋପିଆନ, କୁଲଗାମ ଜିଲ୍ଲାରେ ୮ଟି ସ୍ଥାନରେ ବି ରେଡ କରିଛି ଏନଆଇଏ।

ଅପରେସନ୍ ସିନ୍ଦୂର ସମୟରେ ଗଭୀର ସମୁଦ୍ରରେ ଫୁଟୁଥିଲା ଗୁଳି!, ନୌସେନା ମୁଖ୍ୟ କଲେ ବଡ଼ ଖୁଲାସା

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆତଙ୍କବାଦ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଭାରତୀୟ ସେନା କିଭଳି ସାହସିକତା ଦେଖାଇ ଆତଙ୍କବାଦୀଙ୍କ ଆଡ୍ଡାକୁ ଉଡ଼ାଇଥିଲେ ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ତେବେ ସେହି ସମୟରେ ନୌସେନା କିଭଳି ପ୍ରସ୍ତୁତ ରହିଥିଲା ଏବଂ ଶତ୍ରୁଙ୍କୁ କିଭଳି ମାତ ଦେଇଥିଲା ସେ ସମ୍ପର୍କରେ ଖୁଲାସା କରିଛନ୍ତି ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ।  ସେ କହିଛନ୍ତି କି, ଆରବ ସାଗରରେ ଭାରତୀୟ ନୌସେନା ନିରନ୍ତର ଭାବେ ଯୁଦ୍ଧ ପ୍ରସ୍ତୁତିକୁ ପ୍ରଦର୍ଶନ କରିଛି । ଭାରତର ଆକ୍ରମଣାତ୍କ କୌଶଳ ଦେଖି ପାକିସ୍ତାନ ନିଜର ବନ୍ଦର ମଧ୍ୟରେ ସୀମିତ ରହିଥିଲା ବୋଲି କହିଛନ୍ତି ।  ଏହାସହ ସେ କହିଛନ୍ତି କି, ଭାରତୀୟ ନୌସେନା ନିଜର ଯୁଦ୍ଧ ପ୍ରସ୍ତୁତି ପାଇଁ ବେଶ ଜଣାଶୁଣା । ଆମେ ସର୍ବଦା ଯୁଦ୍ଧ ପାଇଁ ପ୍ରସ୍ତୁତ, ଯଦିଓ ସେଗୁଡ଼ିକ ବହୁତ କମ୍ । ଆମର ନିରନ୍ତର ପ୍ରସ୍ତୁତି ଏହାର ଏକ ବଡ଼ ପ୍ରମାଣ । ତେବେ ଅପରେସନ ସିନ୍ଦୂର ଏହାର ଏକ କ୍ଲାସିକ୍ ଉଦାହରଣ ।

ଅପରେସନ୍ ସିନ୍ଦୂରର ଉଦାହରଣ ଦେଇ ସେ କହିଛନ୍ତି, ‘ଏହି ଅପରେସନ୍ ନୌସେନାର ନିରନ୍ତର ପ୍ରସ୍ତୁତିକୁ ପ୍ରଦର୍ଶନ କରିଥିଲା, ଯେଉଁଥିରେ ଆମର ଜାହାଜର ଦ୍ରୁତ ନିୟୋଜନ, ପହଲଗାମ୍ ଆକ୍ରମଣର ୯୬ ଘଣ୍ଟା ମଧ୍ୟରେ ବହୁ ଅସ୍ତ୍ରଶସ୍ତ୍ର ଗୁଳିଚାଳନା, ଆକ୍ରମଣାତ୍ମକ ଯୁଦ୍ଧାଭ୍ୟାସ ଏବଂ ଉତ୍ତର ଭାରତ ମହାସାଗରରେ କ୍ୟାରିଅର୍ ବ୍ୟାଟେଲ୍ ଗ୍ରୁପ୍ ର ଉପସ୍ଥିତିର ଚାପ ଅନ୍ତର୍ଭୁକ୍ତ ଥିଲା, ଯାହା ନିଶ୍ଚିତ କରିଥିଲା ​​ଯେ ପାକିସ୍ତାନ ନୌସେନା ଏହାର ଉପକୂଳ ନିକଟରେ କିମ୍ବା ଏହାର ବନ୍ଦର ମଧ୍ୟରେ ରହିବ।’

ଭବିଷ୍ୟତ ଯୋଜନା ବିଷୟରେ କହିବାକୁ ଗଲେ, ଆଡମିରାଲ ତ୍ରିପାଠି କହିଛନ୍ତି, “ଯେତେବେଳେ ଆମେ ଏକ ତୃତୀୟ ବିମାନ ବାହକକୁ ସାମିଲ କରିବୁ (ଯାହାର ପ୍ରସ୍ତାବ ସରକାରଙ୍କ ପାଖରେ ଦୀର୍ଘ ସମୟ ଧରି ପଡ଼ି ରହିଛି), INS ବିକ୍ରମାଦିତ୍ୟ ଏହାର ସେବା ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିବ। ତେଣୁ, ଆମେ ଭବିଷ୍ୟତରେ ଦୁଇଟି ବିମାନ ବାହକ ପରିଚାଳନା କରିବାକୁ ଆଶା କରୁଛୁ।” ସେ ଏହା ମଧ୍ୟ ସୂଚାଇଥିଲେ ଯେ ସରକାର ଗତ ବର୍ଷ ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ପାରମ୍ପରିକ ସଶସ୍ତ୍ର ବୁଡ଼ାଇନ ନିର୍ମାଣକୁ ଅନୁମୋଦନ କରିଥିଲେ, ଯାହା ବୁଡ଼ାଇନ କ୍ଷମତାରେ ଏକ ପ୍ରମୁଖ ପଦକ୍ଷେପ।

ପଡ଼ିଆରେ ଜୟସ୍ବାଲଙ୍କୁ ଏମିତି କହିଲେ ବିରାଟ, ଦେଖନ୍ତୁ ଭାଇରାଲ ଭିଡିଓ..

0

ନନ୍ଦିଘୋଷ ବ୍ୟୁରୋ: ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ । ପ୍ରଥମ ଦିନିକିଆରେ କୋହଲି ଦମଦାର ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବାଉଣ୍ଡୁରୀ ପାଖରେ କୋହଲି ଜୟସ୍ବାଲଙ୍କ ମଜାକ୍ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସାଥୀ ଖେଳାଳି ରୋହିତ ଶର୍ମା, କୁଲଦୀପ ଯାଦବ ଏବଂ ଋଷଭ ପନ୍ତ ହସୁଥିବାର ଦେଖିବାକୁ ମିଳିଛି । ୟୁଜର୍ସମାନେ ଏହି ଭିଡିଓକୁ ସେୟାର କରିବା ସହ ଏଥିରେ ମଜାଳିଆ କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି ।

ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅଭ୍ୟାସ ସମୟରେ ବିରାଟ ହସ ମଜାକ୍ ଅନ୍ଦାଜରେ ନଜର ଆସିଥିଲେ । ଭିଡିଓରେ ଦେଖା ଯାଇଛି କି, ସେ ଜୟସ୍ବାଲଙ୍କ ସହ ମଜାକ୍ କରୁଥିବା ଦେଖିବାକୁ ମିଳିଛି । ତେବେ ଏହାର ମୁଖ୍ୟ କାରଣ ହେଉଛି ଜୟସ୍ବାଲଙ୍କ ହେୟାର ଷ୍ଟାଇଲ୍ । ତେରେନାମ ଫିଲ୍ମରେ ସଲମାନ ଯେଭଳି ହେୟାର କଟ୍ କରିଥିଲେ ସେଭଳି ଜୟସ୍ବାଲଙ୍କ ହେୟାର ଷ୍ଟାଇଲ୍ ରହିଛି । କୋହଲି ଡ୍ୟାନ୍ସ କରିବା ସହ ଜୟସ୍ବାଲଙ୍କ ମଜାକ୍ ଉଡାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ପ୍ରଥମ ଦିନିକିଆ ସମ୍ପର୍କରେ ଯଦି କହିବା ତାହେଲେ ଜୟସ୍ବାଲ ପ୍ରଥମରୁ ଭଲ ଆରମ୍ଭ କରିଥିଲେ । ମାତ୍ର ଏହାକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ସେ ୧୬ ବଲରୁ ଦୁଇଟି ଚୌକା ଏବଂ ଗୋଟିଏ ଛକା ବଳରେ ମାତ୍ର ୧୮ ରନ କରିଥିଲେ । ମାତ୍ର ବିରାଟ ଏହି ମ୍ୟାଚରେ ଶତକ ହାସଲ କରିଥିଲେ । ରୋହିତ ଶର୍ମା ମଧ୍ୟ କୋହଲିଙ୍କ ସହ ଭଲ ପାର୍ଟନରସିପ କରିଥିଲେ । ସେ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସଫଳ ହୋଇଥିଲେ ।

 

ଖର୍ଚ୍ଚ ହୋଇପାରୁନି ବଜେଟ ଅର୍ଥ : ପ୍ରତାପ ଦେବ

ନନ୍ଦିଘୋଷ ବ୍ୟୁରୋ: ଖର୍ଚ୍ଚ ହୋଇପାରୁନି ବଜେଟ ଅର୍ଥ। ଠିକ ଭାବେ ତଥ୍ୟ ଦିଆଯାଉନଥିବା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ। ମୁଖ୍ୟମନ୍ତ୍ରୀଙ୍କ ତାଫରୁ ଗୃହରେ ଉତ୍ତର ରଖୁଥିବା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତରକୁ ନେଇ ପ୍ରଶ୍ନ କରିଛି ବିଜେଡି। ବଜେଟ ଖର୍ଚ୍ଚ ନୈରାଶ୍ୟଜନକ ବୋଲି କହିଛନ୍ତି ପ୍ରତାପ ଦେବ। ଅକ୍ଟୋବର ସୁଦ୍ଧା ମାତ୍ର ୩୯ ପ୍ରତିଶତ ଖର୍ଚ୍ଚ ହୋଇଛି। ଯେଉଁଠି ପ୍ରଶାସନିକ ୪୪ ପ୍ରତିଶତ ଓ ଦରମା ବାବଦ ୩୬ ପ୍ରତିଶତ ରହିଛି। ଆଉ ମାତ୍ର ୧୫ ପ୍ରତିଶତ ହିଁ ଖର୍ଚ୍ଚ ହୋଇ ପାରିବ। କେନ୍ଦ୍ରୀୟ ଅନୁଦାନ ୪୧ ହଜାର କୋଟି ଆକଳନ କରାଯାଇଥିଲା। ହେଲେ ମିଳିଛି ମାତ୍ର ୭ ହଜାର ୬୧୩ କୋଟି। ଯାହା ମାତ୍ର ୧୮ ପ୍ରତିଶତ। ସେହିପରି ବଜେଟ ଖର୍ଚ୍ଚ ନ ହେଲେ ବିକାଶ ହୋଇ ପାରିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ସେପଟେ ଆଇନମନ୍ତ୍ରୀ କହିଛନ୍ତି ଗତ ବର୍ଷ ଅକ୍ଟୋବର ତୁଳନାରେ ଏଥର ଅଧିକ ଖର୍ଚ୍ଚ ହୋଇଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ବଜେଟ ଅର୍ଥ ଭଲ ଭାବେ ଖର୍ଚ୍ଚ ହେବ। ଏହାସହ ଏଥର ଅଧିକ ମୌସୁମୀ ଯୋଗୁଁ ବ୍ୟୟ ଧିମେଇ ଥିବା ଆଇନ ମନ୍ତ୍ରୀ ସ୍ୱୀକାର କରିଛନ୍ତି।

ଜାଣନ୍ତୁ ସଂସଦର ଶୀତ ଅଧିବେଶନ ପୂର୍ବରୁ କଣ କହିଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ନିର୍ବାଚନ ମଣ୍ଡଳୀ ପ୍ରସଙ୍ଗରେ ହେଉ ଆଲୋଚନା। ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିବା ଓ ଯୁବ ସାଂସଦମାନଙ୍କୁ ଆଲୋଚନା କରିବା ଲାଗି ସୁଯୋଗ ଦିଆଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ଶୀତ ଅଧିବେଶନରେ ଉଦବୋଧନ ଦେଇ ମୋଦି କହିଛନ୍ତି- ନବନିର୍ବାଚିତ ଓ ଯୁବ ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ସମସ୍ଯାକୁ ନ ଉଠାଇପାରି ଅସନ୍ତୁଷ୍ଟ ହେଉଛନ୍ତି। ସେମାନଙ୍କୁ ପର୍ଯ୍ଯପ୍ତ ସୁଯୋଗ ଦେବାର ଆବଶ୍ଯକତା ରହିଛି। ଗୃହର ସ୍ବାର୍ଥ ଦୃଷ୍ଟିରୁ ନୂଆ ପିଢ଼ିର ସାଂସଦ, ପ୍ରଥର ଥର ଲାଗି ନିର୍ବାଚିତ ହୋଇଥିବା ସାଂସଦ, ପ୍ରତି ଦଳକୁ ସୁଯୋଗ ଦେବା ଉଚିତ। ସଂସଦରେ ନାରାବାଜି କରି ଗୃହକାର୍ଯ୍ୟରେ ବାଧା ସୃଷ୍ଟିକୁ ନାପସନ୍ଦ କରିଛନ୍ତି ମୋଦି। ଡ୍ରାମାବାଜି ଗୃହ ଭିତରେ ନ କରିବା ଲାଗି ସେ ଆହ୍ବାନ ଦେବା ସହ ଡ୍ରାମାବାଜି ଲାଗି ବାହାରେ ଅନେକ ସ୍ଥାନ ରହିଛି ବୋଲି ସେ କହିଛନ୍ତି।

ସଂସଦ ସ୍ଲୋଗାନବାଜିର ସ୍ଥାନ ନୁହେଁ, ସମସ୍ତଙ୍କୁ ନୀତି ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଗଠନମୂଳକ ଆଲୋଚନା ଲାଗି ସେ ଆହ୍ବାନ ଦେବା ସହ ସମସ୍ତ ଦଳ ସକରାତ୍ମକ ମନୋଭାବ ପୋଷଣ ଲାଗି ସେ କହିଥିଲେ। ସର୍ବସାଧାରଣଙ୍କ ସ୍ବାର୍ଥ ଲାଗି ବିରୋଧୀ ଦଳଗୁଡ଼ିକ ସଚେତନ ହେବା ସହ ପରାଜୟର ଗ୍ଲାନି ସଂସଦରେ ପ୍ରତିଫଳିତ କରିବା ଅନୁଚିତ ବୋଲି ସେ କହିଥିଲେ। ଜାତୀୟ ପ୍ରସଙ୍ଗଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଉପସ୍ଥାପନ କରିବା ଲାଗି ସେ ପରାମର୍ଶ ଦେଇଥିଲେ। ସାରା ବିଶ୍ବ ଭାରତର ଗଣତାନ୍ତ୍ରିକ ଶକ୍ତିକୁ କେବଳ ଉପଲବ୍ଧି କରୁନାହିଁ ବରଂ ଗଣତନ୍ତ୍ର ସହ ଭାରତର ସଶକ୍ତ ଅର୍ଥନୀତି ପ୍ରତି ଦୃଷ୍ଟି ନିବଦ୍ଧ କରୁଛି ବୋଲି ସେ କହିଥିଲେ।…

ସୁନା ଝିଅ ଲୋମାଙ୍କୁ ସମ୍ବର୍ଦ୍ଧନା

ନନ୍ଦିଘୋଷ ବ୍ୟୁରୋ: ସୁନା ଝିଅଙ୍କୁ ସମ୍ବର୍ଦ୍ଧନା। ଜାପାନ ଟୋକିଓଠାରେ ଆୟୋଜିତ ବଧିର ଅଲିମ୍ପିକ୍ସ କରାଟେ ପ୍ରତିଯୋଗିତାରେ ୫୦ କିଲୋ ବର୍ଗ ଫାଇଟ୍‌ରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଓଡ଼ିଶାର ଲୋମା ସ୍ବାଇଁ । ବ୍ରାଜିଲ ପ୍ରତିପକ୍ଷଙ୍କୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପାରାଦୀପ କୁଜଙ୍ଗ ବ୍ଳକ ଭୂତମୁଣ୍ଡାଇସ୍ଥିତ ଜନ୍ମ ମାଟିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମିଠା ଖୁଆଇ ବାଜା ବାଣ ଫୁଟାଇ ଶୋଭାଯାତ୍ରା କରି ଗାଁ ପରିକ୍ରମା କରାଯାଇଥିଲା। ଗାଁର ପ୍ରତ୍ୟେକ ସାହି, ପଡାରେ ତାଙ୍କୁ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା। ଶୋଭାଯାତ୍ରାରେ ଲୋମାଙ୍କ ବାପା ସଞ୍ଜୟ କୁମାର ସ୍ବାଇଁ, ମା’ ଜ୍ୟୋତିର୍ମୟୀ ସ୍ବାଇଁଙ୍କ ସମେତ ପୂର୍ବତନ ସରପଞ୍ଚ ପ୍ରମୁଖ ସାମିଲ ହୋଇଥିଲେ। ଲୋମା ଜନ୍ମରୁ ମୁକ ଓ ବଧିର । କିନ୍ତୁ ତାଙ୍କର କରାଟେ ଖେଳ ପ୍ରତି ଥିବା ଆକୃଷ୍ଟତା ଓ ପ୍ରତିବଦ୍ଧତା ତାଙ୍କୁ ସଫଳତା ଦେଇଛି।।

ନୟାଗଡ଼ରେ ସେକ୍ସ ରାକେଟ ଠାବ

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ରେ ସେକ୍ସ ରାକେଟ ଠାବ। ହୋଟେଲରେ ଦେହ ବ୍ୟବସାୟ କରିବା ଅଭିଯୋଗରେ ହୋଟେଲ ମାଲିକକୁ ଗିରଫ କରାଯାଇଛି। ଏହାସହ ଜଣେ ଦେହଜୀବୀକୁ ଥାନାରେ ଅଟକ ରଖିଛି ପୋଲିସ। ହୋଟେଲରେ ଚଢ଼ାଉ ବେଳେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଇଟାମାଟି ଥାନା ଅଞ୍ଚଳରେ ଥିବା ହୋଟେଲ ଓ ଲଜରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ହେଉଥିଲା। ନୟାଗଡ଼ ଏସଡିପିଓଙ୍କ ତତ୍ବାବଧାନରେ ନୟାଗଡ଼ ସଦର ଥାନା ଓ ଇଟାମାଟି ଥାନା ପାଲିସ ମିଳିତ ଭାବେ ହୋଟେଲରେ ରେଡ୍ କରିଥିଲେ। ରେଡ୍ ବେଳେ ଇଟାମାଟି ଅଞ୍ଚଳର ପ୍ରତାପ ପ୍ରସାଦ ନିକଟରେ ଥିବା ଦୀପକ ହୋଟେଲ ଆଣ୍ଡ ଲଜରୁ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିଲା।

ବଲାଙ୍ଗୀରରେ ଆୟୁଷ ଡାକ୍ତରଙ୍କ ଅହୋରାତ୍ର ଧାରଣା

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ଆୟୁଷ ଡାକ୍ତରଙ୍କ ଅହୋରାତ୍ର ଧାରଣା । ୮ ଦଫା ଦାବି ନେଇ ଆନ୍ଦୋଳନକୁ ଜୋରଦାର କରିଛି ସଂଘ। ଆଗରୁ ୧୫ ଦିନ ଧରି କଳାବ୍ୟାଜ୍ ପରିଧାନ କରିବା ସହ ୭ ଦିନ ହେଲା ଡାକ୍ତରୀ ଛାତ୍ରଛାତ୍ରୀ ବଲାଙ୍ଗୀର ଆୟୁର୍ବେଦିକ କଲେଜ ସମ୍ମୁଖରେ ତାଲା ବନ୍ଦ ଆନ୍ଦୋଳନ କରି ଧାରଣା ଦେଇଥିଲେ। କିନ୍ତୁ ସରକାର ସେମାନଙ୍କ ଦାବି ନ ଶୁଣିବାରୁ ଅହୋରାତ୍ର ଧାରଣାରେ ବସିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ। ପୂର୍ବରୁ ଏନେଇ ଜିଲ୍ଲା ପ୍ରଶାସନ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛି ଆୟୁଷ୍ମ ଡାକ୍ତରୀ ସଂଘ। ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ୍ ମହାଲିଙ୍ଗ ବିରୋଧୀ ଦଳରେ ଥିବା ବେଳେ ଆୟୁର୍ବେଦିକ କଲେଜକୁ ଆସି ତାଙ୍କର ଦାବୀ ଯୁକ୍ତିଯୁକ୍ତ ବୋଲି କହିଥିଲେ। କିନ୍ତୁ ସରକାରକୁ ଆସିବା ପରେ ଏବେ ଚୁପ୍। ତାହାକୁ ନିନ୍ଦା କରି ଶୀତ ରାତିରେ ଶହଶହ ଛାତ୍ରଛାତ୍ରୀ ଅହରାତ୍ର ଧାରଣାରେ ବସିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ବଲାଙ୍ଗୀର ଆସୁଛନ୍ତି ବାହାଘର ଭୋଜି ଖାଇ ଯାଉଛନ୍ତି। କିନ୍ତୁ ସେହି ରାସ୍ତାରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି, ସେମାନଙ୍କ ଆଲୋଚନା ବି କରୁ ନାହାନ୍ତି। ଏହାକୁ ନେଇ ବହୁତ କ୍ଷୁବଧ ହୋଇଛି ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ।