spot_img
Home Blog Page 178

୨୦୨୬ରେ ଏହିସବୁ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇବେ ରାହୁ

୨୦୨୬ରେ ଏହିସବୁ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇବେ ରାହୁ

ନନ୍ଦିଘୋଷ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାହୁକୁ ରହସ୍ୟ, ପରିବର୍ତ୍ତନ ଏବଂ ହଠାତ୍ ଲାଭ ପାଇଁ ଦାୟୀ ଗ୍ରହ ଭାବରେ ବିବେଚନା କରାଯାଏ। ଯେତେବେଳେ ରାହୁ ନିଜର ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କରେ, ସମସ୍ତ 12 ଟି ରାଶି ଉପରେ ଏହାର ପ୍ରଭାବ ଭିନ୍ନ ଭାବରେ ପଡିଥାଏ । 2026 ରେ ରାହୁର ସ୍ଥାନ ପରିବର୍ତ୍ତନକୁ ବିଶେଷ ଭାବରେ ବିବେଚନା କରାଯାଏ କାରଣ ଏହି ସମୟରେ ରାହୁ ନିଜ ନକ୍ଷତ୍ର, ଶତଭିଷାରେ ବାସ କରିବ।  ନୂତନ ବର୍ଷରେ, ରାହୁ ଶତଭିଷା ନକ୍ଷତ୍ରରେ ପ୍ରବେଶ କରିବ, ଯେଉଁଠାରେ ସେ 2 ଅଗଷ୍ଟ, 2026 ପର୍ଯ୍ୟନ୍ତ ରହିବ। ଶତଭିଷା ରାହୁଙ୍କ ନିଜ ନକ୍ଷତ୍ର ତେଣୁ ଏହି ସମୟ ମଧ୍ୟରେ ରାହୁର ଶକ୍ତି ବହୁଗୁଣ ବୃଦ୍ଧି ପାଏ।  ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ସମୟ ମଧ୍ୟରେ ରାହୁର ପ୍ରଭାବ ଗଭୀର, ତୀକ୍ଷ୍ଣ ଏବଂ ନିର୍ଣ୍ଣାୟକ ହେବ। ଏହା ସିଧାସଳଖ ଲୋକଙ୍କ କ୍ୟାରିଅର, ଆର୍ଥିକ, ଚିନ୍ତାଧାରା ଏବଂ ନିଷ୍ପତ୍ତି ଉପରେ ପ୍ରଭାବ ପକାଇବ। ଏହି ଗୋଚର ସମୟରେ, କିଛି ରାଶିର ଲୋକଙ୍କ ଭାଗ୍ୟରେ ହଠାତ୍ ଆର୍ଥିକ ଲାଭ, କ୍ୟାରିଅର ଉନ୍ନତି ଏବଂ ଜୀବନରେ ବଡ଼ ସଫଳତା ପାଇବାର ସମ୍ଭାବନା ଥାଏ । ତେବେ ଆସନ୍ତୁ ଜାଣିବା ୨୦୨୬ରେ କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ରାଜଯୋଗ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇବ ରାହୁ ?

ମୀନ

ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ରାହୁର ଗମନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ଏହି ସମୟ ମଧ୍ୟରେ ରାହୁ ଦ୍ୱାଦଶ ଘରେ ରହିବେ, ଯେତେବେଳେ ଶନି ଲଗ୍ନରେ ରହିବେ। ଏହି ସ୍ଥିତି ବୈଦେଶିକ ବ୍ୟାପାର, ଆମଦାନୀ-ରପ୍ତାନି, ଅନଲାଇନ୍ ବ୍ୟବସାୟ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଲାଭ ଆଣିପାରେ। ମୀନ ରାଶିର ଲୋକମାନେ ଏହି ସମୟରେ ହଠାତ୍ ଆର୍ଥିକ ଲାଭ ପାଇବାର ସମ୍ଭାବନା ଅଛି  । ଦୀର୍ଘଦିନରୁ ପଡିରହିଥିବା କାମଗୁଡିକ ମଧ୍ୟ ଶେଷ ହୋଇପାରେ । ଏଥିସହ ବିଦେଶ ପରିଭ୍ରମଣର ମଧ୍ୟ ସୁଯୋଗ ମିଳିପାରେ । ଖର୍ଚ୍ଚ ବୃଦ୍ଧି ପାଇପାରେ, କିନ୍ତୁ ଆୟ ମଧ୍ୟ ଭଲ ରହିବ, ସନ୍ତୁଳନ ବଜାୟ ରହିବ।

ମକର

ମକର ରାଶିର ବ୍ୟକ୍ତିଙ୍କ ପାଇଁ ଚଳିତ ବର୍ଷ ଭଲ ଯୋଗ ରହିଛି ।  ରାହୁର ରାଶି ପରିବର୍ତ୍ତନର ପ୍ରଭାବ ଏହି ରାଶି ଉପରେ ମଧ୍ୟ ପଡିବାର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରାହୁର ପରିବର୍ତ୍ତନ ଯୋଗୁ୍ଁ ସେମାନଙ୍କ କ୍ୟାରିୟର ଏବଂ ସାମାଜିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ।  ଚାକିରିରେ ଥିବା ଲୋକଙ୍କୁ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ମିଳିପାରେ ।  ବ୍ୟବସାୟରେ ଥିବା ଲୋକଙ୍କୁ ନୂତନ ସମ୍ପର୍କ ଏବଂ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିପାରେ।  ରାଜନୀତି, ପ୍ରଯୁକ୍ତିବିଦ୍ୟା, ଗଣମାଧ୍ୟମ ଏବଂ ଗବେଷଣା ସହିତ ଜଡିତ ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ ।

ତୁଳା

ଯଦି କହିବା ତୁଳା ରାଶିର ଲୋକଙ୍କ କଥା ତେବେ ଏହି ରାଶିରେ ରାହୁର ଗମନ ବିଶେଷ ଶୁଭ ଏବଂ ଲାଭଦାୟକ ରହିବ । ଏହି ସମୟରେ ରାହୂ ପଞ୍ଚମ ଘରେ ଗମନ କରିବେ ଏବଂ ନବମ, ଏକାଦଶ ଏବଂ ଲଗ୍ନ ଘରେ ଦୃଷ୍ଟି ଦେବେ । ଏହି ସ୍ଥାନ ଭାଗ୍ୟ , ଲାଭ ଓ ବ୍ୟକ୍ତିତ୍ବକୁ ସୁଦୃଢ କରିବ ।ତୁଳା ରାଶିର ଲୋକମାନେ ଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷା, ପ୍ରେମ ସମ୍ପର୍କ ଏବଂ ସନ୍ତାନସନ୍ତତି ସମ୍ବନ୍ଧୀୟ କ୍ଷେତ୍ରରେ ସକାରାତ୍ମକ ଫଳାଫଳ ଆଶା କରିପାରିବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଓ ପୂର୍ବ ପ୍ରୟାସ ଫଳପ୍ରଦ ହେବ ।

ନୂଆ ରୂପ ପାଇବ ଲୋକସେବା ଭବନ

ନୂଆ ରୂପ ପାଇବ ଲୋକସେବା ଭବନ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଭୂତଳ ପାର୍କିଂ ସହ ୩ ଥାକିଆ ପାର୍କିଂ ବ୍ୟବସ୍ଥା ହେବ ବୋଲି ପୃଥ୍ବୀରାଜ କହିଛନ୍ତି । ଲୋକସେବା ଭବନର ନବୀକରଣ ପାଇଁ ଡିପିଆର ପ୍ରସ୍ତୁତ ସରିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି । OBCC ଏହାର ରିନୋଭେସନ କାମ କରିବ । ଅଫିସର ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ବାହାରେ ଗାଡ଼ି ରହିବ ନାହିଁ । ଅଫିସ ଷ୍ଟାଫ, ମନ୍ତ୍ରୀଙ୍କ ସମେତ ଭିଜିଟରଙ୍କ ପାଇଁ ଗାଡ଼ି ପାର୍କିଂ ବ୍ୟବସ୍ଥା ହେବ । ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ। ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଇନ୍ଦୋରରେ ବିଷାକ୍ତ ପାନୀୟ ଜଳ ପ୍ରସଙ୍ଗ: ମୃତକଙ୍କ ସଂଖ୍ୟା ୧୦ ଓ ୧୫୦୦ରୁ ଅଧିକ ଅସୁସ୍ଥ

ଇନ୍ଦୋରରେ ବିଷାକ୍ତ ପାନୀୟ ଜଳ ପ୍ରସଙ୍ଗ। ଘଟଣାରେ ମୃତକଙ୍କ ସଂଖ୍ୟା ୧୦ ହୋଇଥିବା ବେଳେ ୧୫୦୦ରୁ ଅଧିକ ଅସୁସ୍ଥ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେଣେ ଇନ୍ଦୋର ମହାନଗର ନିଗମ କମିଶନର ଦିଲୀପ କୁମାର ଯାଦବଙ୍କୁ ପଦରୁ ହଟାଇଛନ୍ତି ମଧ୍ୟପ୍ରଦେଶ ସରକାର। ଏହା ସହ ଅତିରିକ୍ତ କମିଶନର ରୋହିତ ସିସୋନିୟାଙ୍କୁ ସସପେଣ୍ଡ କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ ଦୁବେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି। ତେଣେ ଭାଗୀରଥିପୁରାରେ ଡାଇରିଆ ବ୍ୟାପିବ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପାନୀୟ ଜଳର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦିଆଯାଉଛି। ଇନ୍ଦୋର ହେଉଛି ଦେଶର ସବୁଠୁ ସ୍ଵଚ୍ଛ ସହର। ହେଲେ ଏହି ସହରର ପାଣି ସମସ୍ୟା ଚିନ୍ତାର କାରଣ ହୋଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହିତ ମୁଖ୍ୟମନ୍ତ୍ରୀ ତିନି ଜଣିଆ କମିଟି ମଧ୍ୟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ହାଇକୋର୍ଟ ମଧ୍ୟ ସରକାରଙ୍କୁ କଡ଼ା ଟିପ୍ପଣୀ କରିଛନ୍ତି । ପ୍ରଭାବିତଙ୍କୁ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସହ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

KBC ସେଟରୁ ଦର୍ଶକଙ୍କୁ ଭାବବିହ୍ବଳ ବିଦାୟ ଦେଲେ ବିଗ ବି’

KBC ସେଟରୁ ଦର୍ଶକଙ୍କୁ ଭାବବିହ୍ବଳ ବିଦାୟ ଦେଲେ ବିଗ ବି’

ନନ୍ଦିଘୋଷ ବ୍ୟୁରୋ: ସୋନି ଟେଲିଭିଜନର ସବୁଠୁ ବଡ ଲୋକପ୍ରିୟ ପ୍ଲାଟଫର୍ମ ‘କୌନ ବନେଗା କରୋଡପତି’ ବା କେବିସିର ସିଜିନ ୧୭ ଶେଷ ହୋଇଛି । ଶୋ’ ସରିଥିବା ବେଳେ ବିଦାୟ ନେଇଛନ୍ତି ବିଗ ବି ଅମିତାଭ ବଚ୍ଚନ । କିନ୍ତୁ ଏଥରର ବିଦାୟ ସାଧାରଣ ନଥିଲା । କେବିସି ସିଜିନ ୧୭ର ଶେଷ ଏପିସୋଡ୍‌ରେ ଦର୍ଶକମାନଙ୍କୁ ବିଦାୟ ଦେବା ସମୟରେ ଭାବବିହ୍ବଳ ହୋଇଯାଇଥିଲେ ବିଗ ବି ।

ଶୋ’ର ଶେଷ ଦିନରେ, ଯେତେବେଳେ ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କର ବିଦାୟ ଭାଷଣ ଆରମ୍ଭ କରିଥିଲେ, ତାଙ୍କର ଧୀର କଣ୍ଠସ୍ୱର ଓ ଛଳଛଳ ଆଖି ଲକ୍ଷ ଲକ୍ଷ ଦର୍ଶକଙ୍କୁ ଭାବୁକ କରି ଦେଇଥିଲା । ସେ କହିଥିଲେ, ‘ଦେବୀଓ ଓ ସଦଜନୋ, କେବିସିର ଏହି ସିଜିନ ଶେଷ ହୋଇଗଲା। ଗୋଟିଏ ପରେ ଗୋଟିଏ, ପ୍ରତିଯୋଗୀଙ୍କ ଚେୟାର ଖାଲି ହୋଇଯିବ । ଷ୍ଟୁଡିଓ ସେଟ୍ରୁ ଦର୍ଶକ ସିଟ ଛାଡି ଦେବେ । ଆଜି ଯେଉଁ ଆଲୋକ ଜଳୁଛି ତାହା କାଲି ଅନ୍ୟ କାହା ପାଇଁ ଜଳିବ । କରତାଳି ମଧ୍ୟ ଅନ୍ୟ କାହା ପାଇଁ ବାଜିବ ।’

ଏହି ଅବସରରେ ଭାବ ପ୍ରବଣତାର ସହ ସେ କହିଥିଲେ, ମଞ୍ଚରେ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତର ମଜା ଉଠାଇଛି । ବିଦାୟ ବେଳେ ଶବ୍ଦ ପ୍ରାୟତଃ କମ୍ ପଡ଼ିଯାଏ । ଯେତେବେଳେ ଶବ୍ଦ କମ୍ ପଡ଼ିଯାଏ, ସେତେବେଳେ ସଙ୍ଗୀତର ଆଶ୍ରୟ ନେବା ଉଚିତ । କାରଣ ସଙ୍ଗୀତ ହିଁ ଏକ ମାଧ୍ୟମ ଯାହା ସିଧାସଳଖ ହୃଦୟକୁ ଛୁଇଁଥାଏ ।

ଆଗକୁ ସେ କହିଥିଲେ, ମୋ ଜୀବନର ଏକ ତୃତୀୟାଂଶରୁ ଅଧିକ ସମୟ ଆପଣମାନଙ୍କ ସହିତ ବିତାଇବା ମୋ ପାଇଁ ସମ୍ମାନ ବିଷୟ । ଅମିତାଭଙ୍କ କଥା ଶୁଣି କେବଳ ଷ୍ଟୁଡିଓରେ ଉପସ୍ଥିତ ଥିବା ଲୋକ ନୁହଁନ୍ତି ଟିଭି ସାମ୍ନାରେ ବସିଥିବା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଆଖିରେ ଲୁହ ଆଓିଯାଇଥିଲା ।

ଏହାପରେ ସ୍କ୍ରିନରେ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା । ଯେଉଁଥିରେ ପ୍ରଥମ ସିଜିନରୁ ଆରମ୍ଭ କରି ବର୍ତ୍ତମାନ ସିଜିନ ପର୍ଯ୍ୟନ୍ତ ସ୍ମରଣୀୟ ମୁହୂର୍ତ୍ତ, ପ୍ରତିଯୋଗୀଙ୍କ ସଂଘର୍ଷ ଓ ଚଳିତ ସିଜିନର କୋଟିପତି ବିଜେତାଙ୍କ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଏହି ଭିଡିଓ ଦେଖି ଅମିତାଭ ବଚ୍ଚନ ନିଜେ ନିଜ ଲୁହ ରୋକିପାରି ନଥିଲେ । ଭିଡିଓ ଶେଷ ହେବା ମାତ୍ରେ, ଷ୍ଟୁଡିଓରେ ଉପସ୍ଥିତ ସମସ୍ତ ଦର୍ଶକ ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ । ଆଉ ହୃଦୟର ସହ, ବିଗ୍ ବି ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ହସି ହସି ବିଦାୟ ନେଇଥିଲେ ।

ଗତ ୨୫ ବର୍ଷ ଧରି ଚାଲିଥିବା ଏହି ଶୋ’ ପୁଣି ଥରେ ପ୍ରମାଣ କରିଛି ଯେ କେବିସି କେବଳ ଏକ ଶୋ’ ନୁହେଁ । ଏହା ଭାରତ ଓ ଭାରତୀୟଙ୍କ ଭାବନାର ଏକ ଅବିଚ୍ଛେଦ ଅଂଶ ।

ଭେନେଜୁଏଲା ରାଜଧାନୀ କରାକାସରେ ଲଗାତର ବିସ୍ଫୋରଣ

ଭେନେଜୁଏଲା ରାଜଧାନୀ କରାକାସର ଲଗାତର ବିସ୍ଫୋରଣ। କିଛି ଦିନ ଧରି ଭେନେଜୁଏଲାକୁ ଟାର୍ଗେଟ କରିଆସୁଥିଲା ଆମେରିକା। କମ୍ ଉଚ୍ଚତାରେ ଉଚ୍ଚତାରେ କିଛି ବିମାନ ଉଡୁଥିବା ସୂଚନା ମିଳିଛି। କରାକାସରେ ୭ଟି ବିସ୍ଫୋରଣ ଘଟିଥିବା ଜଣାଯାଇଛି। ଭେନେଜୁଏଲା ଉପରେ ଗ୍ରାଉଣ୍ଡ ଷ୍ଟ୍ରାଇକ କରିବାକୁ ପୂର୍ବରୁ ଧମକ ଦେଇଥିଲେ ଆମେରିକା ରାଷ୍ଟ୍ରପତ ଡୋନାଲଡ ଟ୍ରମ୍ପ। କ୍ଷମତା ହସ୍ତାନ୍ତର ଓ ଡ୍ରଗ୍ସ କାରବାର ପ୍ରସଙ୍ଗରେ ଉତକ୍ଷିପ୍ତ ହୋଇଥିଲେ ଟ୍ରମ୍ପ। ଭୋର ପ୍ରାୟ ୨ଟାରେ ବିସ୍ଫୋରଣ ଶବ୍ଦ ଶୁଭିଥିବା ସୂଚନା ମିଳିଛି। ବିସ୍ଫୋରଣ ପରେ ସହରବାସୀ ନିଜ ନିଜ ଘରକୁ ଆତଙ୍କରେ ଚାଲିଯାଇଥିବା ସୂଚନା ମିଳିଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। କିଛି ଦିନ ତଳେ ଭେନେଜୁଏଲା ଅନ୍ତର୍ଗତ କାରବିୟାନ ଅଞ୍ଚଳରେ ଆମେରିକା ମୁତୟନ କରିଥିଲା ୟୁଏସ ନାଭି ଟାସ୍କଫୋର୍ସ। କରାକାସର ବିଭିନ୍ନ ସ୍ଥାନରେ କିଛି ଏୟାରପ୍ଲେନ ଉଡୁଥିବା ଦେଖିବାକୁ ମିଳିଛି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ହଟାଇବା ଲାଗି କିଛି ଦିନ ଧରି ନାଲିଆଖି ଦେଖାଇଆସୁଛନ୍ତି ଟ୍ରମ୍ପ। ଏହା ସହ ଭେନେଜୁଏଲାର ବିଭିନ୍ନ ଅଞ୍ଚଳରେ ନିଜର ସାମରିକ ଆଧିପତ୍ୟ ବିସ୍ତାର କରିଆସିଛି ଆମେରିକା।

ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇଲା ଓଡ଼ିଶା: ଏନେଇ କ’ଣ କହିଲେ BMC ମେୟର ?

ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀ ସାରା ଦେଶରେ ବେଶ୍ ବଦନାମ ହୋଇଥିବା ବେଳେ ଏବେ ଦିଲ୍ଲୀକୁ ପଛରେ ପକାଇ ଦେଇଛି ଓଡ଼ିଶା। ରାଜ୍ୟର ୭ଟି ସହର ମଧ୍ୟ ଦିଲ୍ଲୀକୁ ପଛରେ ପକାଇ ଦେଇଛନ୍ତି। ଭୁବନେଶ୍ୱର, କଟକ, ବାଲେଶ୍ୱର, ବାରିପଦା, ଅନୁଗୁଳ, ତାଳଚେର ଓ କେନ୍ଦୁଝର ବାୟୁ ସୂଚକାରେ ନିୟମିତ ଭାବେ 300 ପାର୍ କରୁଛନ୍ତି। ଯାହା ଅତି ଖରାପ। ରାସ୍ତା କାମ, ନିର୍ମାଣ, ଶିଳ୍ପ ସଂସ୍ଥାରୁ ନିର୍ଗତ ଧୂଆଁ ଏହାର ପ୍ରମୁଖ କାରଣ। ଶୀତ ଦିନ ଯୋଗୁଁ ଧୂଳି ତଳେ ରହୁଥିବାରୁ ନିଷ୍କାସନ ହୋଇ ପାରୁ ନଥିବାରୁ ମଧ୍ୟ ପ୍ରଦୂଷଣ ହେଉଛି। ଖରାପ ରାସ୍ତା, ଟ୍ରାଫିକ ଭିଡ଼ ଓ ଗାଡି ମୋଟରରୁ ନିର୍ଗତ ଧୂଆଁ ବି ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଜଳ ସିଞ୍ଚନ, ମେକାନିକାଲ ସୁଇପର ପରି ବ୍ୟବସ୍ଥା କରିବାକୁ ବାରମ୍ବାର ପୌର ସଂସ୍ଥା ଗୁଡିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖୁଛି। ମେକାନିକାଲ ସୁଇପର ଫ୍ରିକୁଏନସି ବୃଦ୍ଧି କରିବାକୁ ବି କୁହାଯାଇଛି।

ତେବେ ପ୍ରଦୂଷଣରେ ଦିଲ୍ଲୀକୁ ଭୁବନେଶ୍ଵର ଟକ୍କର ଦେବା ପରେ ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି, ଭୁବନେଶ୍ୱରର AQI ଦିଲ୍ଲୀ ସହିତ ସମାନ ହେଲାଣି। ପ୍ରଦୂଷଣର ମାତ୍ରା ବେଶ୍ ବୃଦ୍ଧି ହୋଇ। ସହର ପରିମଳ ବ୍ୟବସ୍ଥା ମଧ୍ୟ ପ୍ରଦୂଷଣ ବଢ଼ାଇବାରେ ସହାୟକ ହେଉଛି। ଏଣୁ ସହର କିଭଳି ସ୍ୱଚ୍ଛ ରହିବ, ପରିମଳ ବ୍ୟବସ୍ଥା କିଭଳି ଆଉରି ସୁଦୃଢ଼ ହେବ, ବିଏମସି ତାଉପରେ ନଜର ଦେଉଛି । ସହର ଭିତରେ ଥିବା ଟେମ୍ପୋରାରି ଟ୍ରାନଜିଟ ଷ୍ଟେସନ- TTSକୁ ମଧ୍ୟ ଖୁବ୍ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା କରୁଛି ବିଏମସି। ପରିମଳ ବ୍ୟବସ୍ଥାରେ ସୁଧାର ଆସିଲେ ପ୍ରଦୂଷଣ ମଧ୍ୟ କମିବ ।

IIT ହାଇଦ୍ରାବାଦର ୨୧ ବର୍ଷୀୟ ଛାତ୍ରଙ୍କୁ ମିଳିଲା ୨.୫ କୋଟିର ଜବ୍ ଅଫର

IIT ହାଇଦ୍ରାବାଦର ଶେଷ ବର୍ଷର ଜଣେ ଛାତ୍ର ୨.୫ କୋଟିର ଅନ୍ତରାଷ୍ଟ୍ରୀୟ ଜବ୍ ଅଫର ପାଇଛନ୍ତି । ଗୋଟିଏ ପଟେ ହାୟରିଂ ସିଜିନ ମନ୍ଥର ରହିଥିବା ବେଳେ ଅନ୍ୟପଟେ ଏହି ଛାତ୍ର ଜଣଙ୍କ ତାଙ୍କର ଶିକ୍ଷାନୁଷ୍ଠାନରେ ଇତିହାସ ରଚିଛନ୍ତି । ଆଇଆଇଟି ହାଇଦ୍ରାବାଦର କ୍ୟାମ୍ପସ ୨୦୦୮ ମସିହାରେ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଛାତ୍ର ଏତେ ବଡ଼ ପ୍ୟାକେଜ୍ ପାଇନଥିଲେ । ଜଣେ ୨୧ ବର୍ଷୀୟ କମ୍ପ୍ୟଟର ସାଇନ୍ସ ଛାତ୍ର ଏହି ପ୍ୟାକେଜ୍ ଅଫର ପାଇଛନ୍ତି ।

ଏହି ଜବ୍ ଅଫର ପାଇ ରେକର୍ଡ କରିଛନ୍ତି ବି-ଟେକ ଫାଇନାଲ ବର୍ଷର ଛାତ୍ର ଏଡଓ୍ବାର୍ଡ ନାଥନ ଭର୍ଗିସ । ସେ କମ୍ପ୍ୟୁଟର ଇଞ୍ଜିନିୟରିଂର ଶେଷ ବର୍ଷର ଛାତ୍ର ଅଟନ୍ତି । ସେ ଏବେ ଗ୍ଲୋବାଲ ଟ୍ରେଡିଂ ଫାର୍ମ Optiverରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରିବେ । ଆସନ୍ତା ଜୁଲାଇ ମାସରୁ ଏଡଓ୍ବାର୍ଡ ନେଦରଲାଣ୍ଡ ସ୍ଥିର ଏହି କମ୍ପାନୀରେ ଯୋଗଦେବେ । ସବୁଠାରୁ ବଡ଼ କଥା ହେଉଛି, ଏକ ସମର ଇଣ୍ଟର୍ଣ୍ଣଶିପ ପରେ ଏହା ଏକ ପ୍ରି-ପ୍ଲେସମେଣ୍ଟ ଅଫର ଆସିଥିଲା । IITH ଛାତ୍ରଙ୍କ ପାଇଁ ଏହା ସବୁଠାରୁ ବଡ଼ ପ୍ୟାକେଜ ବୋଲି ଶିକ୍ଷାନୁଷ୍ଠାନ ତରଫରୁ କୁହାଯାଇଛି । ଏହା ପୂର୍ବରୁ ୨୦୧୭ରେ ୧ କୋଟି ପ୍ୟାକେଜ ରେକର୍ଡ ରହିଥିଲା । ଏଡଓ୍ବାର୍ଡ Optiverରେ ଦୁଇ ମାସର ଇଣ୍ଟର୍ଣ୍ଣଶିପ କରିଥିଲେ । ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିବା ଏଡଓ୍ବାର୍ଡ ବେଙ୍ଗାଲୁରୁରେ ୭ମରୁ ଦ୍ବାଦଶ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ।

୨୦୨୬ର ପ୍ରଥମ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ଆଜି, କାହାକୁ ମିଳିବ ସ୍ଥାନ ?

୨୦୨୬ର ପ୍ରଥମ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ଆଜି, କାହାକୁ ମିଳିବ ସ୍ଥାନ ?

ନନ୍ଦିଘୋଷ ବ୍ୟୁରୋ: ନୁଆବର୍ଷ ୨୦୨୬ର ପ୍ରଥମ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହେବ । ଆଜି ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବିସିସିଆଇର ବରିଷ୍ଠ ପୁରୁଷ ଚୟନ କମିଟି ବୈଠକ ବସିବ । ଯେଉଁଥିରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ ଚୟନ କରାଯିବା ସହ ଘୋଷଣା କରାଯିବ । ଆଗକୁ ଟି୨୦ ବିଶ୍ବକପ୍ ଥିବାରୁ ଏହି ଦିନିକିଆ ସିରିଜ ଏତେ ଗୁରୁତ୍ବପୂର୍ଣ୍ଣ ହୋଇ ନଥିଲେ ବି କିଛି ଖେଳାଳିଙ୍କ କ୍ରିକେଟ ଭବିଷ୍ୟତ ପାଇଁ ଗୁରୁତ୍ବ ରହିଛି ।

୧୧ ଜାନୁଆରୀରୁ ନ୍ୟୁଜିଲିଣ୍ଡ ଓ ଭାରତ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବ । ଆଉ ଏଥିପାଇଁ ଟିମ୍ ଇଣ୍ଡିଆ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି । ଗତ ଦୁଇଟି ସିରିଜ ପରି ଏଥର ଫୋକସରେ ରୋହିତ ଶର୍ମା ଏବଂ ବିରାଟ କୋହଲି ନାହାନ୍ତି । ହେଲେ ଏମିତି କିଛି ଖେଳାଳିଙ୍କ ଉପରେ ନଜର ରହିଛି ଯେଉଁମାନେ ନିୟମିତ ଟିମରୁ ଇନ, ଆଉଟ୍ ହେଉଚନ୍ତି । ଆଉ ଏମାନଙ୍କ ମଧ୍ୟରେ ଦୁଇଟି ବଡ଼ ନାଁ ରିଷଭ ପନ୍ତ ଏବଂ ମହମ୍ମଦ ସାମି ।

ପନ୍ତ-ଇଶାନ ନା ଜୁରେଲ; କାହାକୁ ମିଳିବ ସୁଯୋଗ ?

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ପନ୍ତ ଭାରତୀୟ ଟିମରେ ଥିଲେ ବି ଗୋଟିଏ ହେଲେ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇ ନଥିଲେ । ସୂଚନା ମିଳୁଛି ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କୁ ପ୍ଲେଇଂ ଇଲେଭେନରେ ଦେଖିବା ତ ଦୂରର କଥା, ତାଙ୍କ ଚୟନ ବି ହୋଇ ନପାରେ । ତାଙ୍କ ସ୍ଥାନରେ ଚୟନକର୍ତ୍ତା ଇଶାନ କିଷାନଙ୍କୁ ଟିମରେ ନେଇପାରନ୍ତି । ସେ ଜବରଦସ୍ତ ଫର୍ମରେ ଥିବା ବେଳେ ଟି୨୦ ବିଶ୍ବକପ୍ ପାଇଁ ଟିକେଟ ହାସଲ କରିସାରିଛନ୍ତି । ଇଶାନ ନିକଟରେ ବିଜୟ ହଜାରେ ଟ୍ରଫିରେ ମାତ୍ର ୩୪ ବଲରେ ଶତକ ଲଗାଇ ନିଜ ଫର୍ମ ଦେଖାଇ ସାରିଛନ୍ତି । ହେଲେ ପ୍ରଶ୍ନ ଉଠୁଛି ଚୟନକର୍ତ୍ତା ଇଶାନଙ୍କୁ ନେବେ ନା ଧ୍ରୁବ ଜୁଏଲଙ୍କ ଉପରେ ନଜର ପକାଇବେ । ଏବେ ସବୁଠି ଇଶାନ କିଷାନଙ୍କୁ ନେଇ ଚର୍ଚ୍ଚା ହେଉଛି । ଆଉ ଯଦି ଇଶାନ ଟିମକୁ ଫେରନ୍ତି ଦିନିକିଆ ବିଶ୍ବକପ୍ ପରେ ଏହି ଫର୍ମାଟରେ ପ୍ରଥମ ଥର ଟିମକୁ ଫେରିପାରନ୍ତି ।

ଶାମୀ ଓ ସିରାଜ ଫେରିବେ କି ?

ସବୁଠାରୁ ବଡ଼ ପ୍ରଶ୍ନ ହେଲା ଟିମ ଇଣ୍ଡିଆକୁ ମହମ୍ମଦ ଶାମୀ ଫେରିବେ କି । ଚାମ୍ପିୟନ୍ସ ଟ୍ରଫି ୨୦୨୫ ପରଠାରୁ ସେ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି । ଫିଟନେଓ କାରଣରୁ ଇଂଲଣ୍ଡ ଗସ୍ତରୁ ବାଦ ପରିବା ପରଠାରୁ ତାଙ୍କୁ ଆଉ ସୁଯୋଗ ମିଳିନି । ଆଉ ଏମିତି ସ୍ଥିତିରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ତାଙ୍କ ସମ୍ପର୍କରେ ତିକ୍ତତା ଆସିଛି । ଘରୋଇ କ୍ରିକେଟରେ ଶାମୀ ନିୟମିତ ଚମତ୍କାର ଦେଖାଇ ଚାଲିଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ଅଜିତ ଅଗରକର ତାଙ୍କୁ ସୁଯୋଗ ଦେବେ ନା ନାହିଁ ? ଆଉ ଆଜିର ବୈଠକରେ ଶାମୀଙ୍କ ଭବିଷ୍ୟତ ସ୍ପଷ୍ଟ ହୋଇଯିବ । ସେହିପରି ମହମ୍ମଦ ସିରାଜଙ୍କ ପାଇଁ ବି ଏହି ଦିନିକିଆରେ ଚୟନ ହେବା ଗୁରୁତ୍ବପୂର୍ଣ୍ଣ ରହିଛି । କିଛିଦିନ ହେବ ସେ ମଧ୍ୟ ଦିନିକିଆ ଓ ଟି୨୦ ଟିମରୁ ବାହାରେ ଅଛନ୍ତି । ତାଙ୍କର ଟି୨୦ କ୍ୟାରିୟର ଏକ ପ୍ରକାର ଶେଷ ହୋଇ ସାରିଥିବା ବେଳେ ଦିନିକିଆ ପାଇଁ ସେ ପ୍ରବଳ ଦାବିଦାର ରହିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ସିରିଜରେ ଥିବା ଅଧିକାଂଶ ଖେଳାଳିଙ୍କୁ ହି ସିରିଜରେ ଦେଖିବାକୁ ମିଳିବ ।

ସମ୍ଭାବ୍ୟ ଦିନିକିଆ ଟିମ୍

ଶବମନ ଗିଲ (ଅଧିନାୟକ)

ରୋହିତ ଶର୍ମା

ବିରାଟ କୋହଲି

ଋତୁରାଜ ଗାୟକଓ୍ବାଡ

କେଏଲ ରାହୁଲ

ରବୀନ୍ଦ୍ର ଜାଡେଜା

ଓ୍ବାସିଂଟନ ସୁନ୍ଦର

କୁଲଦୀପ ଯାଦବ

ମହମ୍ମଦ ଶାମୀ

ମହମ୍ମଦ ସିରାଜ

ପ୍ରସିଦ୍ଧି କ୍ରିଷ୍ଣା

ଇଶାନ କିଷାନ

ଯଶସ୍ବୀ ଜୟସଓ୍ବାଲ

ତିଲକ ବର୍ମା

ଶ୍ରୀୟସ ଆୟର

ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଆଜି ହେଉଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ । ଜାନକୀଙ୍କ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶତବାର୍ଷିକୀ ପାଳନ ଅବସରରେ ଜାତୀୟ ସ୍ତରର ନେତା ଏମ୍ ବିରାପା ମୋଇଲି, ଡି ରାଜା, ସରୋଜ ବାଲା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ନରସିଂହ ମିଶ୍ରଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ସାମିଲ ହେବା ନେଇ ସୂଚନା ରହିଛି । ଭୁବନେଶ୍ବର ୟୁନିଟ ୩ କ୍ୟାପିଟାଲ ହାଇସ୍କୁଲରେ ଧୁମ ଧାମରେ ପାଳନ କରାଯିବ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ।

ଅନ୍ୟପକ୍ଷରେ କଂଗ୍ରେସ କିପରି କ୍ଷମତାକୁ ଫେରିବ ସେନେଇ ଆଜି କଂଗ୍ରେସର ନେତା ଓ କର୍ମୀମାନେ ଶପଥ ଗ୍ରହଣ କରିବେ । ଜାନକୀଙ୍କ ନୀତିକୁ ଆପଣାଇବାକୁ ଅଣ୍ଟା ଭିଡ଼ିଛି ଦଳ । ଅଶୀ ଦଶକର ଚାଣକ୍ୟ କୁହାଯାଉଥିବା ଜାନକୀଙ୍କ ସମୟରେ ରାଜ୍ୟରେ କଂଗ୍ରେସର ସ୍ଥିର ସରକାର ରହିଥିଲା । ତାଙ୍କର ଫର୍ମୂଲାକୁ ଆପଣାଇ ଓଡ଼ିଶାରେ କଂଗ୍ରେସ ସଂଗଠନ ବେଶ୍ ମଜବୁତ ରହିଥିଲା । ତାଙ୍କ ସମୟ ଥିଲା ରାଜ୍ୟ କଂଗ୍ରେସ ପାଇଁ ଗୋଲଡେନ ସମୟ। ତାଙ୍କ ପରେ ଆଉ ଉଧାଉନି କଂଗ୍ରେସ ସଙ୍ଗଠନ। ତେଣୁ ରାଜ୍ୟ କଂଗ୍ରେସ ଏବେ ଜାନକୀ ନୀତିରେ ଅନୁପ୍ରାଣିତ ହେବାକୁ ଅଣ୍ଟା ଭିଡିଛି। ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀରେ ଏହାର ମୂଳଦୁଆ ପକାଇବ କଂଗ୍ରେସ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଓଡ଼ିଶାରେ ହୋଇଥିବା ବିକାଶକୁ ରାଜ୍ୟ କଂଗ୍ରେସ ଏବେ ଜୋରଦାର ପ୍ରଚାର ପ୍ରସାର କରିବ । ଦଳର ବରିଷ୍ଠ ନେତାଙ୍କ ଯୁକ୍ତି, ଜାନକୀଙ୍କ ଶାସନ ସମୟରେ ଆଗେଇଥିଲା ଶିଳ୍ପ କ୍ଷେତ୍ର। ଜଣେ ବିଚକ୍ଷଣ ନେତା ହେବା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବାର କଳା ତାଙ୍କୁ ବେଶ ଜଣାଥିଲା।

ଲାଲବାହିନୀକୁ ବଡ଼ ଧରଣର ଝଟକା: ଏନକାଉଣ୍ଟରରେ ୧୨ ନକ୍ସଲ ନିହତ

ଲାଲବାହିନୀକୁ ବଡ଼ ଧରଣର ଝଟକା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଟା କିସ୍ତାରାମ ଜଙ୍ଗଲରେ ୧୪ ମାଓବାଦୀ ନିହତ। ସେମାନଙ୍କ ମଧ୍ୟରେ ୩ ଜଣ ଏରିଆ କମାଣ୍ଡର ଅଛନ୍ତି। ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ଜାରି ରହିଛି। ଘଟଣାସ୍ଥଳରୁ AK 47 ଏବଂ INSAS ଭଳି ସ୍ୱୟଂଚାଳିତ ରାଇଫଲ ଜବତ କରାଯାଇଛି। ଘଟଣାସ୍ଥଳରେ ସୁକମା DRG ସୈନିକ ଉପସ୍ଥିତ ଥିଲେ। ଏସପି କିରଣ ଚୌହାନ ପରିସ୍ଥିତି ଉପରେ ନଜର ରଖିଛନ୍ତି।