spot_img
Home Blog Page 1806

ପୁଣି ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି, ବୁଥ୍‌ରେ ଇଭିଏମ ଭାଙ୍ଗି ଫେରାର

ଖୋର୍ଦ୍ଧା: ପୁଣି ଦେଖିବାକୁ ମିଳିଲା ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି  । ବୋଲଗଡରେ ଇଭିଏମ ଭାଙ୍ଗି ପ୍ରଶାନ୍ତ ଫେରାର  । ବୁଥରେ ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ।

ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗି ଫେରାର ହୋଇଯାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ଖୋଜୁଛି ପୋଲିସ। ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ବି କରିଛନ୍ତି ଆକ୍ରମଣ  । ହିଂସାକାଣ୍ଡ ପରେ ଅପରାଜିତାଙ୍କ ଗାଡିରେ ବସି ଫେରାର ହୋଇଗଲେ । ଦୁଇ ଦିନ ତଳେ ଧମକ ଦେଇଥିଲେ ପ୍ରଶାନ୍ତ  ।

ଛେଣ୍ଡିପଦାରେ ବିଜେପିର ଦାଦାଗିରି

ନନ୍ଦିଘୋଷ ବ୍ୟୁରୋ: ଖୁଲମଖୁଲା ବିଜେପିର ବୁଥ୍ ଦଖଲ । ଖୋଲାଖୋଲି କହୁଛନ୍ତି ବିଜେପିକୁ ଭୋଟ ଦିଅ । ନିର୍ବାଚନ ହାରିଯିବା ଭୟରେ ବିଜେପି ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଇଛି I ବୁଥରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଲୋକଙ୍କୁ ବାଧ୍ଯ କରୁଛନ୍ତି ବିଜେପି କର୍ମୀ I ସମ୍ବଲପୁର ସଂସଦୀୟ କ୍ଷେତ୍ର ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀ ସନ୍ତରାବନ୍ଧ ବୁଥ ନଂ ୪୦ ଓ ୪୧କୁ ଦଖଲ କରି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ବିଜେପି କର୍ମୀ I ବେକରେ ଗେରୁଆ ଗାମୁଛା ପକାଇ ଭୋଟରଙ୍କୁ ଖୁଲମଖୁଲା ବିଜେପିରେ ଭୋଟ ଦେବାକୁ କହୁଛନ୍ତି I ଖୋଦ୍ ବିଜେପି କର୍ମୀ ମଧ୍ଯ କହୁଛନ୍ତି, ଆମେ ଛେଣ୍ଡିପଦା ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା ଓ ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନକୁ ସମସ୍ତେ ଭୋଟ ଦେବେ ବୋଲି କହିଛୁ I ବୁଥରେ ଶହଶହ ସଂଖ୍ୟାରେ ବିଜେପି କର୍ମୀ ଓ ଗୁଣ୍ଡା ଗେରୁଆ ଗାମୁଛା ପକାଇ ବୁଲୁଥିବା ବେଳେ ଭୋଟର ଭୟଭୀତ ହୋଇ ବିଜେପିକୁ ଭୋଟ ଦେଉଥିବା ଅଭିଯୋଗ ହୋଇଛି I ଆସନ୍ତୁ ଶୁଣିବା କଣ କହୁଛନ୍ତି ବିଜେପି କର୍ମୀ ।

ସୁକିନ୍ଦାରୁ ବିରୋଧୀଙ୍କୁ ପାଣ୍ଡିଆନଙ୍କ ବାଣ,  କହିଲେ ମିଠା ମିଠା କଥା କହୁଛନ୍ତି ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ବିରୋଧୀ ଦଳ ନିର୍ବାଚନ ବେଳେ କେବଳ ମିଠା ମିଠା କଥା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓ ଦିନରେ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି । ଭୋଟରମାନେ ଏଥିପ୍ରତି ସଚେତନ ରହିବାକୁ ଅପିଲ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି,  ସୁକିନ୍ଦା ଜଗନ୍ନାଥ ମନ୍ଦିର ପାଇଁ ଦେଢ କୋଟି ଟଙ୍କା ସହ ସୁକିନ୍ଦାକୁ ଏକ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ, ଦୁଇଟି ରେଳୱେ ଓଭରବ୍ରିଜ ଓ ରେଙ୍ଗାଲି ବାମ କେନାଲ କାର୍ଯ୍ୟକ୍ଷମ ହେବା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇଥାନ୍ତି । ତେଣୁ ଜୁନ ୯ରେ ଷଷ୍ଠ ଥର ପାଇଁ ଶପଥ ନେବା ପରେ ସେହିଦିନ ବିଜୁଳି ବିଲ ଛାଡ, ସମସ୍ତଙ୍କୁ ବିଏସକେୱାଇ କାର୍ଡ ଓ ମିଶନ ଶକ୍ତି ମହିଳାଙ୍କୁ ପେନସନ ଘୋଷଣା କରିବେ ।

ଯାଜପୁରରେ ଭୋଟ ଆଶୀର୍ବାଦ ମାଗିଲେ ପାଣ୍ଡିଆନ

ନନ୍ଦିଘୋଷ ବ୍ୟୁରୋ: ନେତା ଯେମିତି ସେନାପତି ବି ସେମିତି । ଗତଥର ମୁଖ୍ୟମନ୍ତ୍ରୀ ଆସ୍କା ଲୋକସଭା ଆସନରୁ ଜଣେ ଏସଏଚଜି ମାଙ୍କୁ ପ୍ରାର୍ଥୀ କରିଥିଲେ । ଏଥର ବବି ବାବୁ ବି ଜଣେ ଏସଏଚଜି ମାଙ୍କୁ ଯାଜପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯାଜପୁରକୁ ବହୁତ ଭଲ ପାଆନ୍ତି । ତାଙ୍କ ସମ୍ମାନ ରକ୍ଷା କରନ୍ତୁ । ଯାଜପୁରରୁ ଏକ ଲକ୍ଷ ମାର୍ଜିନରେ ଉଭୟ ବିଧାୟକ ଓ ସାଂସଦଙ୍କୁ ଜିତାନ୍ତୁ । ଯାଜପୁରବାସୀଙ୍କୁ ଆଜି ଏଭଳି ଅପିଲ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଯାଜପୁର ବିଧାୟକ ପ୍ରାର୍ଥୀଙ୍କୁ ଏତେ ମାର୍ଜିନରେ ଜିତାନ୍ତୁ ଯେପରି ଆସନ୍ତା ନିର୍ବାଚନରେ ବିରୋଧୀ ନାମାଙ୍କନ ଦାଖଲ କରିବାକୁ ଡରିବେ ବୋଲି ସେ ଆହ୍ବାନ ଦେଇଛନ୍ତି । ମା ବିରଜା ମନ୍ଦିରର ରୂପାନ୍ତରଣ ହେଉ କି ଯାଜପୁରରେ ମେଡିକାଲ କଲେଜ ସବୁ କିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଜପୁର ପ୍ରତି ଥିବା ଭଲପାଇବାର ଉଦାହରଣ । ଯାଜପୁର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇପାରିବ ବୋଲି ସେ କହିଛନ୍ତି ।

ପ୍ରଥମଥର ପାଇଁ ଭୋଟ୍ ଦେଲେ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ଏବଂ ଝିଅ

ନନ୍ଦିଘୋଷ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ଏବଂ ଝିଅ । ଶନିବାର ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି । ରେହାନ ଏବଂ ମୀରା ମତଦାନ କରିଥିବାବେଳେ ବେକାରୀ ସମସ୍ୟା ଏବଂ ମୁଦ୍ରାସ୍ପିତି ଭଳି ବହୁ ପ୍ରସଙ୍ଗ ଉଠାଇଛନ୍ତି । ଏହାସହ କହିଛନ୍ତି ସମସ୍ତେ ଆସନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ ।

ଅପରାଜିତା ଷଡ଼ଙ୍ଗୀ ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ଜୋରଦାର ବିରୋଧ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ଆଇ.ଆର.ସି ଭିଲେଜ ବୁଥରେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ଜୋରଦାର ବିରୋଧ। ବୁଥ ଭିତରକୁ ମୋବାଇଲ ନେଇ ଯାଇଥିଲେ ଅପରାଜିତା। ୧୧୮ ନମ୍ୱର ବୁଥକୁ ଅପରାଜିତା ଭୋଟ ଦେବା ପାଇଁ ଯାଇଥିଲେ ।  ନିୟମକୁ ଭୃକ୍ଷେପ ନକରି ଅପରାଜିତା ମୋବାଇଲ ନେଇ ବୁଥ ଭିତରକୁ ଯାଇଥିବା ବେଳେ ଭୋଟରମାନେ ବିରୋଧ କରିଥିଲେ । ଯାହାକୁ ନେଇ ଏକ ଚାପା ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା ।

ଚାଲି ଚାଲି ଆସି ଭୋଟ୍ ଦେଲେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଚାଲି ଚାଲି ଆସିଲେ, ଭୋଟ୍ ଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଚାଲି ଚାଲି ଆସି ମତଦାନ କରିଛନ୍ତି । ଭୁବେନଶ୍ବର ଏରୋଡ୍ରମ କଲୋନୀସ୍ଥିତ ୟୁପି ସ୍କୁଲ ବୁଥରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ ସାବ୍ୟସ୍ତ କରିଛନ୍ତି। ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ନେଇ ମିଛ ପ୍ରଚାର କରୁଥିବା ବିରୋଧୀ ଏକ ପ୍ରକାର ଶକ୍ତ ଚାପୁଡ଼ା ମାରିବା ଭଳି ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ।

ବୁଥରେ ପୋଲିଂ ଏଜେଣ୍ଟ ଶୁକଦେବ ପଟ୍ଟନାୟକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାହାଳୁଣ୍ଡା ବୁଥରେ ପୋଲିଂ ଏଜେଣ୍ଟ ଶୁକଦେବ ପଟ୍ଟନାୟକଙ୍କ ମୃତ୍ୟୁ। ହିନ୍ଦୋଳ ବିଧାନସଭା ପାଇଁ ମତଦାନ ଚାଲିଥିଲା ବେଳେ ଅସହ୍ୟ ଖରା ଏବଂ ଗରମ ପାଇଁ ସେ ପ୍ରଥମେ ଅଚେତ୍ ହୋଇ ପଡ଼ିଥିଲେ। ହିନ୍ଦୋଳ ନୁଆବଗ ପଞ୍ଚାୟତ ବାହାକୁଣ୍ଡା ବୁଥ ନମ୍ବର ୧୩୬ରେ କାର୍ଯ୍ୟରତ ଥିଲେ ଶୁକଦେବ ପଟ୍ଟନାୟକ।  ଅଚେତ୍ ହୋଇ ତଳେ ପଡ଼ିବା ପରେ ତାଙ୍କୁ ପ୍ରଥମେ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ହିନ୍ଦୋଳ ଉପଖଣ୍ଡ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି। ତେବେ ବୁଥରେ ମତଦାନ ଜାରିରହିଛି।

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୧.୩୦ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନର ଦିନ ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ ସରିଛି । ତେବେ ନଜର ପକାନ୍ତୁ କେଉଁ ସ୍ଥାନରେ କେତେ ପ୍ରତିଶତ ମତଦାନ ।

ଭୁବନେଶ୍ବର- ୨୦.୭୨

କଟକ- ୨୦.୪୭

ଢ଼େଙ୍କାନାଳ- ୨୦.୪୧

କେନ୍ଦୁଝର- ୨୦.୮୯

ପୁରୀ- ୨୧.୫୧

ସମ୍ବଲପୁର- ୨୧.୮୯

ଆନନ୍ଦପୁର- ୨୨.୧୨

ଅନୁଗୁଳ- ୧୯.୭୦

ଆଠଗଡ଼- ୨୨

ଆଠମଲ୍ଲିକ-୧୮.୬୦

ବାଙ୍କୀ- ୧୯.୩୦

ବାରବାଟୀ କଟକ- ୧୯.୫୦

ବଡ଼ମ୍ବା – ୨୧

ବେଗୁନିଆ- ୨୬.୫୦

ଭୁବନେଶ୍ବର ମଧ୍ୟ – ୧୬.୫୦

ଭୁବନେଶ୍ବର ୨୧

ଚମ୍ପୁଆ- ୧୮.୭୯

ଛେଣ୍ଡିପଦା- ୨୦.୩୦

ଚିଲିକା-୨୮

ଚୌଦ୍ବାର କଟକ- ୨୧

କଟକ ସଦର-୧୮

ଦେବଗଡ଼- ୨୪

ଢ଼େଙ୍କାନାଳ- ୨୧.୬୮

ଏକାମ୍ର ଭୁବନେଶ୍ବର- ୨୧

ଘଷିପୁରା-୧୭.୮୫

ହିନ୍ଦୋଳ- ୨୧.୪୩

ଜଟଣୀ-୧୬.୨୦

ଜୟଦେବ ଭୁବନେଶ୍ବର- ୨୪.୩୦

କାମାକ୍ଷାନଗର- ୧୭.୧୬

କରଞ୍ଜିଆ- ୨୧.୨୪

କେନ୍ଦୁଝର- ୨୧.୨୫

ଖଣ୍ଡପଡ଼ା-୨୩

ଖୋର୍ଦ୍ଧା- ୧୯.୭୮

କୁଚିଣ୍ଡା- ୨୯

ନୟାଗଡ଼- ୧୭.୪୨

ପାଲଲହଡ଼ା- ୩୬.୩୪

ପରଜଙ୍ଗ- ୨୨.୧୧

ପାଟଣା- ୨୪.୫୬

ପିପିଲି-୨୨

ପୁରୀ- ୨୦

ରେଢ଼ାଖୋଲ- ୨୦.୭୦

ରଣପୁର- ୧୮

ରେଙ୍ଗାଲି-୨୧.୩୮

ସମ୍ବଲପୁର-୧୮.୩୦

ସତ୍ୟବାଦୀ- ୨୩.୭୫

ତାଳଚେର- ୨୧

ତେଲକୋଇ-୨୦.୭୫

 

ଇନ୍ଦିରା ଗାନ୍ଧୀ ଫାର୍ମାସି କଲେଜର ଦୁଇଟି ବୁଥରେ ଅପରାଜିତାଙ୍କ ରିଗିଂ ଉଦ୍ଯମ

ଭୁବନେଶ୍ବର: ସାଲିଆସାହିରେ ଭୋଟରଙ୍କୁ ପ୍ରଭାବିତ କରୁଥିଲେ ଅପରାଜିତା । ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ବୁଥ୍ ଭିତରେ ଭୋଟରଙ୍କୁ ପ୍ରଭାବିତ କରୁଥିଲେ ଅପରାଜିତା । ଏଭଳି ଅଭିଯୋଗ ଭୋଟରମାନେ ତାଙ୍କ ବିରୋଧରେ ଆଣିଛନ୍ତି ।ଇନ୍ଦିରା ଗାନ୍ଧୀ ଫାର୍ମାସି କଲେଜର ଦୁଇଟି ବୁଥରେ ଅପରାଜିତାଙ୍କ ରିଗିଂ ଉଦ୍ଯମ । ଅପରାଜିତାଙ୍କୁ ସ୍ଥାନୀୟ ଲୋକଙ୍କ ବିରୋଧକରିଛନ୍ତି । ସେପଟେ ବିରୋଧ ପରେ ଘଟଣାସ୍ଥଳରୁ ପଳାଇଲେ ଅପରାଜିତା ।