spot_img
Home Blog Page 1816

ଦୁଇଟି ଭାଗରେ ରିଲିଜ ହେବ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’

ନନ୍ଦିଘୋଷ ବ୍ୟୁରୋ : ନୀତେଶ ତିଓ୍ୱାରୀଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ରାମାୟଣର ଚାଲିଛି ସୁଟିଂ । ଚଳଚ୍ଚିତ୍ରର କାଷ୍ଟିଂ ଠାରୁ ଆରମ୍ଭ କରି VFX ଏବଂ ଦଳର ସଦସ୍ୟଙ୍କ ଏଣ୍ଟ୍ରି-ଏକ୍ଜିଟ୍ ପର୍ଯ୍ୟନ୍ତ ଅନେକ ବଡ ଅପଡେଟ୍ କ୍ରମାଗତ ଭାବରେ ବାହାରକୁ ଆସୁଛି | ନିର୍ମାତାମାନେ ଏପର୍ଯ୍ୟନ୍ତ କୌଣସି ପ୍ରକାର ତଥ୍ୟ ଘୋଷଣା କରିନାହାଁନ୍ତି, କିନ୍ତୁ ଫିଲ୍ମ ବିଷୟରେ ବଡ଼ ଗୁଜବ ସାମ୍ନାକୁ ଆସିଛି। ଫିଲ୍ମର ସେଟରୁ ଲିକ୍ ହୋଇଥିବା ଚିତ୍ରଗୁଡ଼ିକରେ ରଣବୀର କପୁରଙ୍କୁ ପ୍ରଭୁ ରାମଙ୍କ ଭୂମିକାରେ ଦେଖିବା ପରେ ପ୍ରଶଂସକଙ୍କ ଖୁସିର ସୀମା ନାହିଁ।

ତେବେ ସୂଚନା ଅନୁଯାୟୀ ‘ରାମାୟଣ’ର ଷ୍ଟାର କାଷ୍ଟିଙ୍ଗରେ ଅରୁଣ ଗୋବିଲ ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷେ  ଲାରା ଦତ୍ତା କୈକେୟୀ ହୋଇଛନ୍ତି | ସେଟରୁ ଉଭୟଙ୍କ ଲୁକ ମଧ୍ୟ ଲିକ୍ ହୋଇଛି। ଏହା ବ୍ୟତୀତ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ। ଯେତେବେଳେ କି ସାଇ ପାଲ୍ଲବୀ ମାତା ସୀତା ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି | ଅନ୍ୟପକ୍ଷରେ, ଯଶ ରାବଣ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଏବଂ ହନୁମାନଙ୍କ ଭୂମିକା ପାଇଁ ସନ୍ନି ଦେଓଲଙ୍କୁ ଚୂଡ଼ାନ୍ତ ହୋଇଛନ୍ତି। ପୂରା କାଷ୍ଟ ଏପର୍ଯ୍ୟନ୍ତ ସୁଟିଂରେ ଯୋଗ ଦେଇନାହାଁନ୍ତି। କାହାଣୀ ଅନୁଯାୟୀ, ଗୋଟିଏ ପରେ ଗୋଟିଏ ସମସ୍ତେ ନିଜ ନିଜର ସୁଟିଂ ଶେଷ କରିବେ ବୋଲି ସୂଚନା ରହିଛି ।

ନୀତେଶ ତିୱାରୀଙ୍କ ‘ରାମାୟଣ’ର ସୁଟିଂ ମାର୍ଚ୍ଚରୁ ଆରମ୍ଭ ହୋଇଯାଇଛି। ଅଭିନେତା ଏବଂ ଅଭିନେତ୍ରୀଙ୍କ ଲୁକକୁ ଧ୍ୟାନରେ ରଖି ବ୍ୟାକ୍-ଟୁ-ବ୍ୟାକ୍ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି | ଏହି ଫିଲ୍ମର ୨ଟି ଭାଗରେ ଆସିବା ନେଇ ନିଷ୍ପତ୍ତି ନିଆଯାଇଛି ।  ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୫ ସୁଦ୍ଧା ଉଭୟ ଅଂଶର ସୁଟିଂ ଶେଷ ହେବ। ଫିଲ୍ମର ସୁଟିଂ ସହିତ ନିର୍ମାତାମାନେ ପୋଷ୍ଟ ପ୍ରଡକ୍ସନ୍ କାମ ମଧ୍ୟ ଜାରି ରଖିବେ। ବାସ୍ତବରେ ଉଭୟ ଚଳଚ୍ଚିତ୍ରକୁ ଗୋଟିଏ ବର୍ଷର ବ୍ୟବଧାନରେ ରିଲିଜ୍ କରିବାର ଯୋଜନା ରହିଛି  । ଏହା ସହିତ କୁହାଯାଉଛି ଯେ, ପ୍ରଥମ ଭାଗର ସୁଟିଂ ସରିବା ପରେ ହିଁ ଦ୍ୱିତୀୟ ଭାଗର ସୁଟିଂ ଆରମ୍ଭ ହେବ ।

ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର : ଟିଟିଲାଗଡ଼ର ବିଜେପି ପ୍ରାର୍ଥୀ ନବୀନ ଜୈନ କରିଛନ୍ତି ଆଚରଣ ବିଧି ଉଲ୍ଲଂଘନ। ସାଇଲେଣ୍ଟ ଆୱାରରେ ସେ କରିଛନ୍ତି ନିର୍ବାଚନ ପ୍ରଚାର। ସାଧାରଣ ସଭାରେ ଲୋକଙ୍କୁ ସେ ଧମକ ଦେଇଛନ୍ତି । ଏନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ଘରେ ପଶି ପିଟିବା ପରି ଧମକ ଦେଇଥିଲେ ପ୍ରାର୍ଥୀ। କ୍ଷମତା ଲାଳସାରେ ଅନ୍ଧ ହୋଇ ସେ ଏପରି କାର୍ଯ୍ୟ କରିଛନ୍ତି ବୋଲି କହିଛି ବିଜେଡି। ବିଜେପି ନୀତି ଓ ନୈତିକତାକୁ ବି ଭୁଲିଯାଇଛି। ବିଜେପି ପ୍ରାର୍ଥୀ ଟିଟିଲାଗଡରେ ବିଜେପି ପ୍ରାର୍ଥୀ ଶାଢୀ ବାଣ୍ଟିଛନ୍ତି। ଏପରିକି ଭୋଟରଙ୍କୁ ମଦ ବାଣ୍ଟିଥିଲେ ପ୍ରାର୍ଥୀ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି ବିଜେଡି।

‘ଇଣ୍ଡିଆ ସ୍କିଲ୍ସ-୨୦୨୪’ରେ ଟିମ୍ ଓଡ଼ିଶା ଟପ୍ପର, ଏବେ ଲକ୍ଷ୍ୟ ‘ୱାର୍ଲ୍ଡ ସ୍କିଲ୍ସ’

ଭୁବନେଶ୍ୱର : ‘ଇଣ୍ଡିଆ ସ୍କିଲ୍ସ-୨୦୨୪’ରେ ଚମକିଲେ ଓଡ଼ିଶାର ପ୍ରତିଯୋଗୀ। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଟିମ୍ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରିଛି। ସର୍ବଭାରତୀୟ ସ୍ତରରେ ସର୍ବାଧିକ ୫୧ଟି ପଦକ ଏବଂ ୧୭ଟି ସ୍ୱର୍ଣ୍ଣ ଜିତି ରେକର୍ଡ ସୃଷ୍ଟି କରିଛି ଓଡ଼ିଶା । ସୋମବାର ଦିନ ଟିମ୍ ଓଡ଼ିଶାର ପ୍ରତିଯୋଗୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ପହଞ୍ଚିବା ପରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଇଣ୍ଡିଆ ସ୍କିଲ୍ସରେ ସଫଳତା ପାଇଥିବା ଟିମ୍ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ‘ପ୍ରତିଯୋଗୀମାନଙ୍କ କଠିନ ପରିଶ୍ରମ, ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଓଡ଼ିଶାକୁ ଏହି ସଫଳତା ମିଳିପାରିଛି। ଏହା ଆମ ରାଜ୍ୟ ପାଇଁ ଗର୍ବର କଥା। ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ।’

‘ଇଣ୍ଡିଆ ସ୍କିଲ୍ସ’ରେ ଓଡ଼ିଶା ଲଗାତର ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଚଳିତ ଥର ଟିମ୍ ଓଡ଼ିଶା ସର୍ବାଧିକ ୧୭ଟି ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ୧୩ଟି ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକ ପାଇଛି। ସେହିପରି ୧୨ ଜଣଙ୍କୁ ମେଡାଲିୟନ ଅଫ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି। ସେପ୍ଟେମ୍ବର ମାସରେ ଫ୍ରାନ୍ସରେ ହେବାକୁ ଯାଉଛି ‘ୱାର୍ଲ୍ଡ ସ୍କିଲ୍ସ’ ପ୍ରତିଯୋଗିତା। ଇଣ୍ଡିଆ ସ୍କିଲ୍ସ-୨୦୨୪ରେ ଶ୍ରେଷ୍ଠ ପ୍ରଦର୍ଶନ ପରେ ଏବେ ଟିମ୍ ଓଡ଼ିଶାର ଲକ୍ଷ୍ୟ ‘ୱାର୍ଲ୍ଡ ସ୍କିଲ୍ସ’ ରହିଛି।

ଭାରତର ୪ଟି ସହରର ୯ଟି କେନ୍ଦ୍ରରେ ଇଣ୍ଡିଆ ସ୍କିଲ୍ସ-୨୦୨୪ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୯୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ।

ଇଣ୍ଡିଆ ସ୍କିଲ୍ସରେ ଓଡ଼ିଶାରୁ ମୋଟ ୬୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ମୋବାଇଲ ରୋବୋଟିକ୍ସ, ଇନଫରମେସନ୍ ନେଟୱାର୍କ କେବଲିଂ, ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରୋଲ, ମୋବାଇଲ ଆପ୍ଲିକେସନ୍ ଡେଭଲପମେଣ୍ଟ୍, ସାଇବର ସିକ୍ୟୁରିଟି ଭଳି ୪୮ଟି ସ୍କିଲରେ ଭାଗ ନେଇଥିଲେ। ଏଥି ମଧ୍ୟରୁ ୪୧ଟି ସ୍କିଲରେ ଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ଜିତିଛନ୍ତି ଓଡ଼ିଶା ପ୍ରତିଯୋଗୀ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଓଏସଡିଏର ବରିଷ୍ଠ ଅଧିକାରୀମାନେ ବିଭିନ୍ନ କେନ୍ଦ୍ରକୁ ଯାଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ମନ୍ମଥଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ମନ୍ମଥଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ମଥ ରାଉତ ରାୟ ଜଣେ ସଫଳ ପାଇଲଟ୍ ଥିଲେ  । ଆଜି ରାଜଧାନୀବାସୀଙ୍କ ସେବା କରିବା ପାଇଁ ଭୁବନେଶ୍ୱର ମାଟିକୁ ଫେରିଆସିଛନ୍ତି । ଏବେ ରାଜନୀତିରେ ଯୁବପୀଢୀଙ୍କ ଯୋଗଦାନ ବହୁତ ବେଶୀ ରହିଛି। ମନ୍ମଥ ଏହି ଯୁବପୀଢୀଙ୍କ ପାଇଁ ପ୍ରେରଣା ସାଜିଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ନାଁ ନ ନେଇ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଗତ ୫ ବର୍ଷରେ ବିଜେପି ବିଧାୟକ କୌଣସି ବଡ଼ କାମ କରିନାହାନ୍ତି  । ଏକାମ୍ର ଏବଂ ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ କାମକୁ ବନ୍ଦକରିବାକୁ ଚେଷ୍ଟା ବାରମ୍ୱାର ଚେଷ୍ଟା କରିଛନ୍ତି ।

ମନ୍ମଥ ଭୁବନେଶ୍ୱର ଲୋକଙ୍କ ଉନ୍ନତି ପାଇଁ ଦିନ ରାତି ମୋ କାମ କରିବେ । ଭୁବନେଶ୍ୱରକୁ ଓ୍ୱାଲ୍ଡ କ୍ଲାସ୍ ସିଟି ଭାବରେ ଗଢିବାରେ ମୋତେ ସହଯୋଗ କରିବେ । ସେଥିପାଇଁ ମନ୍ମଥଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସେହିପରି ମାଟିର ପୁଅର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ମଧ୍ଯ ଭୋଟ ମାଗିଛନ୍ତି ନବୀନ। ତାଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି।

ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ?

ନନ୍ଦିଘୋଷ ବ୍ୟୁରୋ : ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା । ଅନ୍ତରାଷ୍ଟ୍ରୀୟ ସ୍ତରରେ ତାଙ୍କ ମୃତ୍ୟୁ ସବୁଠୁ ବଡ଼ ରହସ୍ୟରେ ପରିଣତ ହୋଇଯାଇଛି । ରାଇସିଙ୍କୁ ହତ୍ୟା କରାଯାଇଥିଲା କି ସେ ହେଲିକପ୍ଟର ଦୁର୍ଘଟଣା ଏକ ଷଡ଼ଯନ୍ତ୍ର ଥିଲା ତାହା ପ୍ରଶ୍ନ ଉଠିଛି । ହେଲିକପ୍ଟର ଦୁର୍ଘଟଣା ପରେ ଏପରି କିଛି ସୁରାଗ ମିଳିଛି ଯାହା ଷଡଯନ୍ତ୍ର ହେବା ନେଇ ସନ୍ଦେହ ସୃଷ୍ଟି କରୁଛି। ଅନେକ ଦେଶର ଗୁପ୍ତଚର ଏଜେନ୍ସି ଏହା ପଛରେ ଥାଇପାରନ୍ତି ବୋଲି କୁହାଯାଉଛି। ମୃତ୍ୟୁ ପଛରେ ଇସ୍ରାଏଲର ଷଡ଼ଯନ୍ତ୍ର ଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି ।

ଖରାପ ଜଳବାୟୁ ଯୋଗୁଁ ସଠିକ ସମୟରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପାରି ନଥିଲେ ଉଦ୍ଧାକାରୀ ଦଳ । ତେବେ ବର୍ଷା ଏବଂ କୁହୁଡ଼ି ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସୋସିଆଲ ମିଡିଆରେ କିଛି ୟୁଜର ଏହାକୁ ଇସ୍ରାଏଲ ତଥା ଅନ୍ୟ କୌଣସି ଦେଶର ଷଡ଼ଯନ୍ତ୍ର ବୋଲି କହିଛନ୍ତି । ନିକଯରେ ହମାସ ଏବଂ ଇସ୍ରାଏଲ ତିକ୍ତତା ମଧ୍ୟରେ ଇରାନ୍ ହମାସକୁ ସମର୍ଥନ କରିଥିଲା । ଏହାପରେ ଇରାନ ଏବଂ ଇସ୍ରାଏଲ ମଧ୍ୟ କିଛି ଦିନ ପୂର୍ବରୁ ପରସ୍ପରକୁ ଟାର୍ଗେଟ କରି ଆକ୍ରମଣ କରିଥିବା ଦାବି ହୋଇଥିଲା । ତେଣୁ ଇରାନ୍ ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥାଇପାରେ ବୋଲି ଆଲୋଚନା ହେଉଛି । ରାଷ୍ଟ୍ରପତିଙ୍କ ନିକଟବର୍ତ୍ତୀ ୩ଟି ହେଲିକପ୍ଟର ରହିଥିଲା, କିନ୍ତୁ ୨ଟି ସୁରକ୍ଷିତ ଫେରିଥିବା ବେଳେ ଏହି ହେଲିକପ୍ଟର ହିଁ ଦୁର୍ଘଟଣାର ଶିକାର କିପରି ହେଲା ବୋଲି ପ୍ରଶ୍ନ କରିଛନ୍ତି ସୋସିଆଲ ମିଡିଆ ୟୁଜର ।

ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ଇସ୍ରାଏଲର ହାତ ଥିବା ମଧ୍ୟ କୁହାଯାଇଛି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ମଧ୍ୟରେ କିଛି ଦିନ ତଳେ ଇରାନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଇରାନକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି କହିଥିଲା ଇସ୍ରାଏଲ । ତେଣୁ ସେହି ଘଟଣାର ପ୍ରତିଶୋଧ ପାଇଁ ଇସ୍ରାଏଲ ଇରାନର ରାଷ୍ଟ୍ରପତିଙ୍କ ହେଲିକପ୍ଟର ଉପରେ ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି ।

ଆମ୍ ଆଦମୀ ପାର୍ଟିର ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିର ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଥର ଦଳ ବିରୋଧରେ ଇଡି ଆଣିଛି ବୈଦେଶିକ ଅନୁଦାନ ପ୍ରସଙ୍ଗ। ଇଡି କହିଛି ୨୦୧୪ରୁ ୨୦୨୨ ମଧ୍ଯରେ ଆମ ଆଦମୀ ପାର୍ଟି କାନାଡା, ଆମେରିକା, ମଧ୍ଯପ୍ରାଚ୍ୟ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆରୁ ୭ କୋଟି ଟଙ୍କା ଡୋନେସନ ପାଇଛି। ଏହି ଅଭିଯୋଗ ନେଇ ଇଡି ଓ ବିଜେପି ଉପରେ ବର୍ଷିଛନ୍ତି ଆପ୍ ନେତ୍ରୀ ଆତିଶି।

ନିର୍ବାଚନ ଚାଲିଥିବାବେଳେ ବିଜେପି ଦଲ୍ଲୀ ଓ ପଞ୍ଜାବରେ ସମସ୍ତ ଲୋକସଭା ଆସନ ହରାଇବା ଆଶଙ୍କା ଥିବାରୁ ଏପରି ହୀନ ଷଡ଼ଯନ୍ତ୍ର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଇଡି ଦର୍ଶାଇଛି ବୈଦେଶିକ ଅନୁଦାନ ନିୟାମକ ଆଇନ ବା ଏଫସିଆରଏକୁ ଉଲ୍ଲଂଘନ କରି ଆପ୍ ଏହି ଅନୁଦାନ ଲାଭ କରିଛି। ପଞ୍ଜାବର ପୂର୍ବତନ ଆପ୍ ବିଧାୟକ ସୁଖପାଲ ସିଂ ଖଇରା ଓ ଅନ୍ଯମାନଙ୍କ ବିରୋଧରେ ବେଆଇନ ଅର୍ଥ ଚାଲାଣ ମାମଲା ଅନୁସାରେ ଇଡି ତଦନ୍ତ ଚଳାଇଥିବାବେଳେ ଏହି ଅଭିଯୋଗ ଦଳ ଲାଗି ସମସ୍ଯା ସୃଷ୍ଟି କରିଛି। ଗତ ୨୦୨୧ରେ ଖଇରାଙ୍କୁ ଗିରଫ କରିଥିଲା ଇଡି। ଆପକୁ କେଉଁ ଉତ୍ସରୁ କେତେ ଟଙ୍କା ମିଳିଛି, ତାହାର ଦାତା କିଏ ସେ ସମ୍ପର୍କରେ ଗୃହ ମନ୍ତ୍ରାଳୟକୁ ବି ସୂଚନା ଦେଇଛି ଇଡି।

କିଏ ହେବେ ଇରାନର ପରବର୍ତ୍ତୀ ରାଷ୍ଟ୍ରପତି ?

ନନ୍ଦିଘୋଷ ବ୍ୟୁରୋ : କିଏ ହେବେ ଇରାନର ପରବର୍ତ୍ତୀ ରାଷ୍ଟ୍ରପତି। ଏହାକୁ ନେଇ ଜାରି ରହିଛି ସସପେନ୍ସ। ପଶ୍ଚିମ ଏସିଆରେ ସଙ୍କଟ ଜାରି ରହିଥିବାବେଳେ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ନିଧନ ଇରାନ ଲାଗି ସୃଷ୍ଟି କରିଛି ଚାଲେଞ୍ଜ। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ରାଇସି, ବୈଦେଶିକ ମନ୍ତ୍ରୀ ହୋସେନ ଅମିର ଆବଦୋଲହିଆନ ଓ ଅନ୍ଯ ୭ଜଣଙ୍କ ମୃତ୍ଯୁ ଘଟିଥିଲା।

ଆସନ୍ତା ଜୁନ ୨୮ରେ ପରବର୍ତ୍ତୀ ରାଷ୍ଟ୍ରପତି ଲାଗି ନିର୍ବାଚନ ହେବ ବୋଲି ସୂଚନା ମିଳିଛି। ଦେଶରେ ରାଇସିଙ୍କ ବିୟୋଗରେ ୫ଦିନିଆ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରାଯାଇଛି। ସେପଟେ ଇରାନର ତୁଙ୍ଗ ଆଣବିକ ବିଭାଗ କର୍ମକର୍ତ୍ତା ଅଲି ବାଘେରୀଙ୍କୁ କାମଚଳା ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।  ରାଇସିଙ୍କ ମୃତ୍ଯୁରେ ରୁଷିଆ, ଚୀନ, ଜାତିସଂଘ, ଆମେରିକା ପ୍ରମୁଖ ଶୋକବ୍ଯକ୍ତ କରିଛନ୍ତି।

ରାଜ୍ଯରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ମୋଟ ୬୦. ୭୨ ପ୍ରତିଶତ ମତଦାନ ଗ୍ରହଣ

ନନ୍ଦିଘୋଷ ବ୍ୟୁରୋ : ରାଜ୍ଯରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ନିର୍ବାଚନମଣ୍ଡଳି ଏବଂ ଏ ଅଧୀନରେ ଥିବା ୩୫ ବିଧାନସଭା ନିର୍ବାଚନମଣ୍ଡଳିରେ ମତାଧିକାର ସାବ୍ଯସ୍ତ କଲେ ଜନତା। ଇଭିଏମରେ ସିଲ୍ ହେଲା ୩ ଶହ ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ରାଜ୍ୟରେ ମୋଟ ୬୦. ୭୨ ପ୍ରତିଶତ ମତଦାନ ହୋଇଛି। ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। କିଛି ସ୍ଥାନରେ ସାମାନ୍ୟ ହିଂସାକାଣ୍ଡ ସହ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବେ ଭୋଟଗ୍ରହଣ ଶେଷ ହୋଇଛି। ଇଭିଏମରେ ସିଲ୍ ହୋଇଛି ବିଧାନସଭା ନିର୍ବାଚନମଣ୍ଡଳୀର ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ। ୫ ସଂସଦୀୟ କ୍ଷେତ୍ରରେ ଥିବା ୪୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ମଧ୍ୟ ଇଭିଏମରେ ସିଲ୍ ହୋଇଛି ।

କଣ୍ଟାମାଳରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଦାଦାଗିରି

କଣ୍ଟାମାଳ : କଣ୍ଟାମାଳରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଦାଦାଗିରି । ବିଧାୟକ ପ୍ରାର୍ଥୀ ସରୋଜ ପ୍ରଧାନଙ୍କ ଦାଦାଗିରି । ୨୮ ନମ୍ବର ବୁଥ କ୍ୟାପଚର କରିବାକୁ କରିଥିଲେ ଉଦ୍ୟମ । ବୁଥ କ୍ୟାପଚର ବେଳେ ପ୍ରତିବାଦ କଲେ ସ୍ଥାନୀୟ ଭୋଟର । ବିଧାୟକ ପ୍ରାର୍ଥୀଙ୍କ ସମର୍ଥକମାନେ ପୋଲିସକୁ କଲେ ସଂଘବଦ୍ଧ ଆକ୍ରମଣ । ପୁଲିଂ ଅଫିସରଙ୍କୁ ବିଜେପିକର୍ମୀ ଆକ୍ରମଣ କରି କଲେ ଲହୁଲୁହାଣ । ସୂଚନା କଣ୍ଟାମାଳରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା । ବୁଥ ଭିତରେ ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କ ଗୁଣ୍ଡାଗର୍ଦ୍ଦି । ୨୮ ଓ ୯ନମ୍ବର ବୁଥ ଦଖଲ କରିବାକୁ ଉଦ୍ୟମ । ବିଜେପି କର୍ମୀଙ୍କ ଉଦ୍ୟମକୁ ବିରୋଧ କରିଥିଲେ ସ୍ଥାନୀୟ ଭୋଟର । ବିରୋଧ ସହ ପ୍ରତିବାଦ କରିଥିଲେ ସ୍ଥାନୀୟ ଭୋଟର। ବିଜେପି କର୍ମୀ ଓ ଭୋଟରଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ।

ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ପୋଲିସକୁ କଲେ ଆକ୍ରମଣ । ପୋଲିସ ଅଧିକାରୀଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ଅଭିଯୋଗ । ବିଜେପି କର୍ମୀଙ୍କ ଆକ୍ରମଣରେ ପୋଲିଂ ଅଫିସର ଲହୁଲୁହା । ନିଜ ଦୋଷ ଲୁଚାଇବାକୁ ବିଜେପିର ଧାରଣା ଓ ବିକ୍ଷୋଭ ଡ୍ରାମା । ରାସ୍ତାରୋକ ହଟାଇବାକୁ ପ୍ରୟାସ ବେଳେ ପୋଲିସ୍ ଉପରକୁ ଢେଲାମାଡ। ପୋଲିସ୍ ଓ ପୋଲିଂ ଗାଡି ଭଙ୍ଗାରୁଜା ଅଭିଯୋଗ। ପୋଲିସ୍ କଲା ଫାଙ୍କା ଗୁଳିଚାଳନା ଓ ମୃଦୁ ଲାଠି ଚାଳନା ।

ସମ୍ବିତ ପାତ୍ରଙ୍କ ବିରୋଧରେ ରାଜରାସ୍ତାରେ ପ୍ରତିବାଦ କଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର : ପ୍ରଭୁ ଜଗନ୍ନାଥଙ୍କୁ ନେଇ ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଅପମାନସୂଚକ ମନ୍ତବ୍ୟ ନେଇ କଂଗ୍ରେସର ତୀବ୍ର ପ୍ରତିକ୍ରିୟା। ରାଜଧାନୀ ଭୁବନେଶ୍ଵରର  ରାଜରାସ୍ତାକୁ ଆସି ପ୍ରତିବାଦ କରିଥିଲେ କଂଗ୍ରେସ କର୍ମୀ। ସମ୍ବିତ ପାତ୍ର ହାୟ ହାୟ ନାରା ଦେବା ସହ ଓଡ଼ିଶା ଛାଡ଼ିବାକୁ ଦାବି କରିଛନ୍ତି। ବିଜେପି ନେତା ସମ୍ବିତ ପାତ୍ର ମୁର୍ଦ୍ଦାବାଦ ନାରା ଦେଇଥିଲେ। ଭଗବାନଙ୍କ ପ୍ରତି ଏଭଳି ଅପମାନସୂଚକ ମନ୍ତବ୍ୟ ନିନ୍ଦନୀୟ ବୋଲି କହିଥିଲୋ। ଓଡ଼ିଆ ଜାତିକୁ ଅପମାନ ଦେଇଥିବା ସମ୍ବିତ ପାତ୍ରଙ୍କୁ ବିରୋଧ କରି ନାରାବାଜି କରିଥିଲେ କଂଗ୍ରେସ କର୍ମୀ। ଘଟଣା ଅନୁସାରେ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଆଜି ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଏଭଳି ଅହଂକାରର କଥା କହିଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ବଡ଼ଦାଣ୍ଡରେ ଛିଡ଼ା ହୋଇ ଗଣମାଧ୍ଯମକୁ ସମ୍ବିତ ଦେଇଥିବା ଏଭଳି ଅରୁଚିକର ପ୍ରତିକ୍ରିୟା ଆଜି ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ସାରା ରାଜ୍ଯରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏମତିରେ ଚଳିତ ନିର୍ବାଚନରେ ଲଢେଇ ପୂର୍ବରୁ ବିଜେପି ପ୍ରସଙ୍ଗହୀନ ହୋଇ ପଡିଛି।

ଓଡ଼ିଆ ଅସ୍ମିତାକୁ ନେଇ ଲଢେଇ ଆରମ୍ଭ କରିଥିବା ବିଜେପି ନିଜ ଜାଲରେ ନିଜେ ଫସିବା ପରେ ଶେଷରେ ବାଧ୍ଯ ହୋଇ ଧର୍ମ ଓ ଠାକୁରଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଛି। କେତେବେଳେ କନ୍ଧମାଳ ଦଙ୍ଗା କଥା ତ କେତେବେଳେ ରାମ ମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁଣି କେତେବେଳେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମିଛ ତଥ୍ଯ ଯୋଡି ଲୋକଙ୍କୁ ବିଭ୍ରାନ୍ତ କରି ଭୋଟ୍ ରାଜନୀତି କରିବାକୁ ହୀନ ଉଦ୍ଯମ ଚଳାଇ ଆସିଛି। ଶାସକ ଦଳ ବିଜେଡିର ଲୋକପ୍ରିୟତାକୁ ଦେଖି ନିରାଶ ହୋଇ ପଡିଥିବା ବିଜେପି ଏବେ ଅନ୍ଯ ରାଜ୍ଯ ଭଳି ଶାନ୍ତିପ୍ରିୟ ଓଡ଼ିଶାର ଲୋକଙ୍କୁ ଧର୍ମର ଅଫିମ ଖୁଆଇ ଗୁମରାହ କରିବାକୁ ଅପଚେଷ୍ଟା କରୁଛି।