spot_img
Home Blog Page 1820

ରାଜ୍ଯରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୫ ଲୋକସଭା ଓ ୩୫ ବିଧାନସଭାରେ ହେଉଛି ଭୋଟ

ଭୁବନେଶ୍ବର: ଆଜି ରାଜ୍ଯରେ ହେଉଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ଓ ୩୫ ବିଧାନସଭାରେ ହେଉଛି ଭୋଟ୍ ।ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୬୫ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ମହିଳା । ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ଅଛନ୍ତି । ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ମତଦାନ ସାବ୍ଯସ୍ତ କରୁଛନ୍ତି ।

୯୧୬୨ଟି ବୁଥ ଥିବା ବେଳେ ୧୦୪୧ ବୁଥକୁ ମହିଳା ପୋଲିଂ କର୍ମଚାରୀ ଓ ୨୫ଟି ବୁଥକୁ ପିଡବ୍ଲୁଡି କର୍ମଚାରୀ ପରିଚାଳନା କରୁଛନ୍ତି । ୧୫୪୧ ଆଦର୍ଶ ବୁଥ କରାଯାଇଥିବା ବେଳେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗୀରରେ ୧୪, ବରଗଡ଼ରେ ୧୪, ଝାରସୁଗୁଡ଼ାରେ ୫ ଓ ବୌଦ୍ଧରେ ୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଅଛନ୍ତି ।

କାମାକ୍ଷାନଗରରେ ବାଇକ ଶୋଭାଯାତ୍ରା କରି ଦମ ଦେଖାଇଲା ବିଜେଡି

କାମାକ୍ଷାନଗର : କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ବାଇକ ଶୋଭାଯାତ୍ରା କରି ଦମ ଦେଖାଇଲା ବିଜେଡି l ବିଭିନ୍ନ ପଞ୍ଚାୟତ ସହ ଏନଏସିରେ ହଜାର ହଜାର ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଛି ଦଳ l ସହରର ଆଳତୁମା ଠାରୁ ହଜାର ହଜାର ଦଳୀୟ କର୍ମୀଙ୍କ ସହ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ଇଲେକ୍ଟ୍ରି ଅଫିସ ଛକ, ହନୁମାନ ବଜାର, ଗୋପବନ୍ଧୁ ବଜାର, ଲକ୍ଷ୍ମୀ ବଜାର ଦେଇ ସହର ପରିକ୍ରମା କରି ସ୍ଥାନୀୟ ବାସିନ୍ଦାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ଓ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ l କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ନଗର ବିଜେଡି ସଭାପତି ଆଦିତ୍ୟ ଆଚାର୍ଯ୍ୟ, ସମସ୍ତ ୧୫ ଟି ୱାର୍ଡର କାଉନସିଲରଙ୍କ ସମେତ କାନପୁରା, ବାଉଁଶପାଳ, କାଦୁଆ ପଞ୍ଚାୟତର ସରପଞ୍ଚ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଏଥିରେ ସାମିଲ ହୋଇଥିଲେ l

ନିର୍ବାଚନର ଦିନକ ପୂର୍ବରୁ ପ୍ରଚାର ବନ୍ଦ ଥିଲେ ସୁଦ୍ଧା ବିଜେପି କରୁଛି କ୍ଯାମ୍ପେନ

ଟିଟିଲାଗଡ଼ : ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଛି ବିଜେପି । ନିର୍ବାଚନର ଦିନକ ପୂର୍ବରୁ ପ୍ରଚାର ବନ୍ଦ ଥିଲେ ସୁଦ୍ଧା ଚାଲିଛି କ୍ଯାମ୍ପେନ । ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ଯାନୁଷ୍ଠାନ ଦାବି କଲା ବିଜେଡି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳିରେ ଆସନ୍ତାକାଲି ନିର୍ବାଚନ ହେବାକୁଥିବା ବେଳେ ଗତକାଲି ସଂଧ୍ଯା ୫ଟାରୁ ପ୍ରଚାର ବନ୍ଦ ରହିଛି । ତେବେ ନିୟମକୁ ଉଲ୍ଲଂଘନ କରି ଆଜି ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ମାରୱାଡି ୟୁବା ମଞ୍ଚର ପ୍ରାନ୍ତୀୟ ପରାଗ ଅଗ୍ରୱାଲ ଓ ସମର୍ଥକ ମିଶି ଟିଟିଲାଗଡ ସହରର ବିଭିନ୍ନ ସ୍ଥାନକୁ ବୁଲି ଓ ଘରକୁ ଘର ଯାଇ ନିର୍ବାଚନ ପ୍ରଚାର କରୁଥିବା ଭିଜୁଆଲ ଭାଇରାଲ୍ ହୋଇଥିଲା । ପୋଲିସ ଏ ସମ୍ପର୍କରେ ଖବର ପାଇ ନବୀନ ଜୈନଙ୍କ ଘରକୁ ଯାଇ ତାଗିଦ ମଧ୍ଯ କରିଥିଲା । ଘଟଣାକୁ ନେଇ ଟିଟିଲାଗଡ଼ ବିଜେଡି ପକ୍ଷରୁ ପ୍ରେସମିଟି ଜରିଆରେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଦାବି କରିଛି । ତାଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି କରିଛି ଦଳ ।

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବାରେ ରେକର୍ଡ କରିବ ବିଜେପି

ଭୁବନେଶ୍ୱର : ୨୦୨୪ ନିର୍ବାଚନରେ ଭାରତୀୟ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବାରେ ରେକର୍ଡ କରିବ ବିଜେପି । ବରଗଡ଼ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅଶ୍ଵିନୀ ଷଡ଼ଙ୍ଗୀ ବରଗଡ଼ ନିର୍ବାଚନ ମଣ୍ଡଳୀର ଗୋବିନ୍ଦପାଲି ଠାରେ ମହିଳା ମାନଙ୍କୁ ଶାଢ଼ି ବାଣ୍ଟିଥିଲେ । ପାଖାପାଖି ୨୦୦ ରୁ ଅଧିକ ଶାଢ଼ି ବାଣ୍ଟିଛନ୍ତି । ଏହି ସବୁ ଶାଢ଼ି ଗୁଡିକ ଛତିଶଗଡ଼ରୁ ଆଣି ବଣ୍ଟା ହୋଇଛି ବୋଲି ସୂଚନା ଦେଇଛନ୍ତି ବିଜେଡି । କେବଳ ଅଶ୍ଵିନୀ ଷଡ଼ଙ୍ଗୀ ନୁହନ୍ତି ଏହା ପୂର୍ବରୁ ପୁରୀ ସଂସଦୀୟ କ୍ଷେତ୍ରର ସଂସଦ ପ୍ରାର୍ଥୀ ସମ୍ବିଦ ପାତ୍ର ମଧ୍ୟ ଲୋକମାନଙ୍କୁ ଘଣ୍ଟା ବାଣ୍ଟିଥିଲେ । ଯାହାକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଯଦି ବିଜେପି ନିକଟରେ ସାହସ ଅଛି ତେବେ ଲୋକମାନଙ୍କୁ କିଛି ନଦେଇ ନିର୍ବାଚନ ଲଢ଼ିବା ଦେଖାଉ ବୋଲି କହିଛି ବିଜେଡି ।

ସମ୍ବଲପୁର ରେଙ୍ଗାଲିରେ ପାଣ୍ଡିଆନଙ୍କ ହାଇଭୋଲଟେଜ୍ ପ୍ରଚାର

ରେଙ୍ଗାଲି : ସମ୍ବଲପୁର ଲୋକସଭା କ୍ଷେତ୍ର ରେଙ୍ଗାଲିରେ ପାଣ୍ଡିଆନଙ୍କ ହାଇଭୋଲଟେଜ୍ ପ୍ରଚାର। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାମର ଲମ୍ବା ତାଲିକା ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ପାଣ୍ଡିଆନ। ସେ କହିଛନ୍ତି- ଘଣ୍ଟେଶ୍ବରୀ ମନ୍ଦିରର ବିକାଶ ପାଇଁ ମୁଖ୍ଯମନ୍ତ୍ରୀ ଦେଇଛନ୍ତି ୧୧ କୋଟି ଟଙ୍କା। ରେଙ୍ଗାଲିକୁ କରାଯାଇଛି ଏନଏସି। ରାସ୍ତାଘାଟ, ମନ୍ଦିର, ମସଜିଦର ମଧ୍ଯ ବିକାଶ କରାଯାଇଛି। ପାଣ୍ଡିଆନ ପ୍ରତିଶୃତି ଦେଇଛନ୍ତି- ମୁଖ୍ଯମନ୍ତ୍ରୀ ଭାବେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍ ଛାଡ଼, ଦ୍ବିତୀୟରେ ସମସ୍ତଙ୍କ ପାଇଁ BSKY, ତୃତୀଯରେ ମିଶନ ଶକ୍ତି ମାଆଙ୍କୁ ମିଳିବ ପେନସନ। ସେ ଚେତାଇ ଦେଇଛନ୍ତି, ବିଜେପି ଜିତିଲେ ବନ୍ଦ ହୋଇଯିବ ମିଶନ ଶକ୍ତି।

ସେହିପରି ବିଜେପିର ଆୟୁଷ୍ମାନ ଯୋଜନାରେ ବାଦ୍ ପଡ଼ିବେ ଓଡ଼ିଶାର ୫୦ଲକ୍ଷ  ପରିବାର। କ୍ଷମତା ପାଇଁ ବିଜେପି ରାଜନୀତି କରୁଛି ବୋଲି କହିଛନ୍ତି ପାଣ୍ଡିଆନ। ସେହିପରି ଏହି ସମାବେଶରେ ସମ୍ବଲପୁର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ନବୀନ ପଟ୍ଟନାୟକ ହିଁ ବିକାଶ କରନ୍ତି । ବିିଜେପି କେବଳ ପ୍ରଚାର କରେ। ମାଗଣା ବିଜୁଳି ପାଇଁ ମୁଖ୍ଯମନ୍ତ୍ରୀ ଦେଇଛନ୍ତି ପ୍ରତିଶୃତି। ନବୀନଙ୍କ ବିକାଶ ପାଇଁ ବିଜେଡିକୁ ଭୋଟ ଦେବାକୁ ସେ  ଆହ୍ବାନ ଦେଇଛନ୍ତି।

ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନନ୍ଦିଘୋଷ ବ୍ୟୁରୋ : ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଉଦ୍ଧାରକାରୀ ଦଳ ହେଲିକପ୍ଟର ନିକଟରେ ପହଞ୍ଚିଛନ୍ତି। କୁହାଯାଉଛି ଯେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ କନଭେନରେ ତିନୋଟି ହେଲିକପ୍ଟର ଥିଲା, ସେଥିମଧ୍ୟରୁ କେବଳ ଗୋଟିଏ ଜରୁରୀ ଅବତରଣ କରିଛି। ଇରାନର ଅନ୍ତରୀଣ ମନ୍ତ୍ରୀ ଅହମ୍ମଦ ଭାହିଦିଙ୍କ କହିବାନୁସାରେ, ଇବ୍ରାହିମ ରଇସିଙ୍କ ହେଲିକପ୍ଟର ସହିତ ଯୋଗାଯୋଗ ବିଛିନ୍ନ ହୋଇଛି | ଡ୍ରୋନ୍ ବ୍ୟବହାର କରି ଏହି ହେଲିକପ୍ଟରକୁ ଖୋଜା ଚାଲିଛି। କୁହାଯାଉଛି ଯେ ଇରାନର ବୈଦେଶିକ ମନ୍ତ୍ରୀ ମଧ୍ୟ ହେଲିକପ୍ଟରରେ ଥିଲେ । କୁହାଯାଉଛି ଯେ ରଇସି ଇରାନର ପୂର୍ବ ଆଜେରବୈଇଜାନ ପ୍ରଦେଶରେ ଯାତ୍ରା କରୁଥିଲେ। ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୬ଶହ କିଲୋମିଟର ଦୂରରେ ଆଜେରବୈଇଜାନ ସୀମାରେ ଅବସ୍ଥିତ ଜୋଲଫା ନିକଟରେ ଏହି ଦୁର୍ଘଟଣା ଘଟିଛି।

ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ସମ୍ପୂର୍ଣ୍ଣ ସୂଚନା :

  • ଇରାନରେ ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଯାଇଥିଲା। ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇ ଏହି ଜରୁରୀକାଳୀନ ବୈଠକ ଡାକିଥିଲେ।
  • ଇରାନରେ ଜରୁରୀ ବୈଠକ ଜାରି ରହିଛି, ଯଦି କିଛି ଅଘଟଣ ଘଟେ, ଉପରାଷ୍ଟ୍ରପତି ମହମ୍ମଦ ମୋଖବର ରଇସିଙ୍କୁ ବଦଳାଇ ପାରିବେ।
  • ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟରର ଶେଷ ସ୍ଥାନ ସାଙ୍ଗୋନ୍ ତମ୍ବା ଖଣିରୁ ମିଳିଥିଲା। କାରଣ ଏଠାରେ ଜିପିଏସ୍ ସକ୍ରିୟ ଥିଲା |
  • ଖରାପ ପାଗ ଯୋଗୁଁ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କୁ ଖୋଜାଖୋଜି କରୁଥିବା ବିମାନ ଅପରେସନ ବନ୍ଦ ରହିଛି।
  • ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କ ସହ ଏପର୍ଯ୍ୟନ୍ତ କୌଣସି ଯୋଗାଯୋଗ ହୋଇନାହିଁ ଏବଂ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ପହଞ୍ଚି ନାହାଁନ୍ତି। ଇରାନର ଉପରାଷ୍ଟ୍ରପତି ଏବଂ ଅନ୍ୟ ମନ୍ତ୍ରୀମାନେ ଯାଉଛନ୍ତି।
  • ଇରାନରେ ରାଷ୍ଟ୍ରପତି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଖୋଜିବା ପାଇଁ ୪୦ ଜଣିଆ ଟିମ ନିୟୋଜିତ ହୋଇଛନ୍ତି।
  • ଇରାନର ମନ୍ତ୍ରୀ ପରିଷଦର ସଦସ୍ୟମାନେ ତାବ୍ରିଜ ସହରକୁ ଯାଉଛନ୍ତି ।
  • ଇରାନର ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି, ଇରାନର ଗୃହମନ୍ତ୍ରୀଙ୍କ କହିବାନୁସାରେ, ଘଟଣାସ୍ଥଳକୁ ୪୦ଟି ଟିମ ପଠାଯାଇଛି | ଖରାପ ପାଗ ହେତୁ ଟିମ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ପାରି ନାହାଁନ୍ତି।

 

 

ସମ୍ବଲପୁର କୁଚିଣ୍ଡା ବାମରାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ସମ୍ବଲପୁର : ସମ୍ବଲପୁର ଲୋକସଭା କ୍ଷେତ୍ରର କୁଚିଣ୍ଡା ବାମରାରେ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଏହି ଅବସରରେ କୁଚିଣ୍ଡା, ବାମରା, ଜମନକିରା ବ୍ଲକ ବିକାଶର ଚିଠା ଦେଇଛନ୍ତି । କୁଚିଣ୍ଡା ନିର୍ବାଚନମଣ୍ଡଳିର ବିକାଶ ପାଇଁ ୨୯ କୋଟି ଟଙ୍କା ଦିଆଯାଇଛି । ୫୦ ହଜାର ଚାଷୀ ପରିବାରଙ୍କୁ କାଳିଆ ସହାୟତା ମିଳୁଥିବାବେଳେ ୨ ହଜାର ୪ ଶହ ମିଶନଶକ୍ତି ମା’ ୧୩୫କୋଟି ଟଙ୍କା ପାଇଛନ୍ତି । ୭୦ ହଜାର ୫ଶହ ପରିବାର BSKYରେ ସାମିଲ ହୋଇଛନ୍ତି । କୁଚିଣ୍ଡାର ୫୦ପଞ୍ଚାୟତକୁ ଗଡୁଛି ୧୩ ଲକ୍ଷ୍ମୀ ବସ୍ । ନିର୍ବାଚନମଣ୍ଡଳିର ବିକାଶ ପାଇଁ ମୁଖ୍ଯମନ୍ତ୍ରୀ ଦୁଇ ନେତାଙ୍କୁ ପଠାଛନ୍ତି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବଡ଼ ଭୋଟ ବ୍ଯବଧାନରେ ଜିତାଇବାକୁ ପାଣ୍ଡିଆନ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ମାଗଣା ବିଜୁଳି ନେଇ ପ୍ରଥମେ ଦସ୍ତଖତ କରିବେ । ସମସ୍ତେ BSKYରେ ସାମିଲ ହେବା ନେଇ ଦ୍ୱିତୀୟ ଦସ୍ତଖତ ସହ ତୃତୀୟ ଦସ୍ତଖତ ମିଶନଶକ୍ତି ମା’ଙ୍କୁ ପେନସନ ପାଇଁ କରିବେ ବୋଲି ପାଣ୍ଡିଆନ ପ୍ରତିଶୃତି ଦେଇଛନ୍ତି । ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରି ପାଣ୍ଡିଆନ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଏଠାରେ ଛିଡା ହୋଇଥିଲେ ମଧ୍ୟ ସେ କିଛି କାମ କରିବେନି । ୧୦ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଥିଲେ ବି ବିକାଶ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି । ଦରଦାମ ବୃଦ୍ଧି କମାଇବାକୁ ପ୍ରତିଶୃତି ଦେଇ ବିଜେପି ସରକାର ପେଟ୍ରୋଲ, ଡିଜେଲ, ଗ୍ଯାସ ଦର ବୃଦ୍ଧି କରିବାରେ ଲାଗିଛି ।

ବିଜେପିର ନୀତି ହେଉଛି କାମ କରିବନି କି କରାଇଦେବନି । ଏଣୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ପାଣ୍ଡିଆନ । ସ୍ଥାନୀୟ ଅଞ୍ଚଳରେ ଲଙ୍କା ଚାଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସମ୍ପର୍କରେ ପାଣ୍ଡିଆନ ସୂଚନା ଦେଇଥିଲେ । ପ୍ରଚାର ସଭାରେ ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ରହି ବିଶାଳ ଜନସଭାକୁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଅଭିଭାଷଣରେ ବିକାଶର ଚିତ୍ର ରଖିଛନ୍ତି ପ୍ରଣବ । ପ୍ରଣବ କହିଛନ୍ତି, ମୁଖ୍ଯମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି । ବିଜୁଳି ଦର ବୃଦ୍ଧି ନେଇ ଲୋକ ହଇରାଣ ହେଉଥିବାବେଳେ ୧୦୦ ୟୁନିଟ ମାଗଣା ବିଜୁଳି ଦେବାକୁ ମୁଖ୍ଯମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁଲାଇମାସରୁ ବିଜୁଳି ବିଲରୁ ମୁକ୍ତି ମିଳିବ ।

ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ

ବଲାଙ୍ଗୀର : ବଲାଙ୍ଗୀରରେ ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ I ମୃତ ଶିକ୍ଷକଙ୍କ ନାଁ ସୁଶୀଲ କୁମାର ଆଚାର୍ଯ୍ୟ I ଆଗଲପୁର ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ ଶୁସିଲ I ନିର୍ବାଚନ ଡ୍ୟୁଟି ପାଇଁ ଟିଟିଲାଗଡ ଯାଇଥିଲେ I ଟିଟଲାଗଡ ଷ୍ଟ୍ରଙ୍ଗରୁମରୁ ବୁଥକୁ ଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ସୁଶୀଲ । ପରେ ଟିଟିଲାଗଡ଼ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତି କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା I ଏହାପରେ ପରିବାର ବର୍ଗଙ୍କୁ ଜଣାଯାଇଥିଲା । ପରିବାର ଲୋକ ଜାଣିବା ପରେ ଶୋକାକୁଳ ପରିବେସ ସୃଷ୍ଟି ହୋଇଥିଲା ।

ଅପରାଜିତାଙ୍କୁ ଜବାବଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର : ଅପରାଜିତାଙ୍କୁ ଜବାବଦେଲେ ପ୍ରସନ୍ନ ପାଟ୍ଟଶାଣୀ । ଗରିବ ଅସହାୟ ବସ୍ତିବାସିନ୍ଦାଙ୍କ ପାଖରେ ରହି କାମ କରାଯାଏ । ଅପରାଜିତା ବିବୃତି ଦେବା ବେଳେ ଶାଳୀନତା ରକ୍ଷା କରନ୍ତୁ ବୋଲି କହିଥିଲେ ପାଟ୍ଟଶାଣୀ । ଅନେକ ସମୟରେ ଅପ୍ରାସଙ୍ଗିକ ଓ ଭିତ୍ତୀହିନ ବିବୃତି ଦିଅନ୍ତୁ ନାହିଁ । ସେ କହିଛନ୍ତି ଭୁବନେଶ୍ୱର ସାଂସଦ ମୋ ଠାରୁ ବୟସ ଏବଂ ଅନୁଭବରେ ବହୁତ ସାନ । ସାମ୍ବାଦିକ ସମ୍ମିଳନୀରେ ମୋ ବିଷୟରେ ଯେଉଁ ଟିପ୍ପଣୀ ରଖିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ, ଏହା ସଂପୂର୍ଣ୍ଣ ଭିତ୍ତିହୀନ । ସେ କହିଛନ୍ତି ଭୁବନେଶ୍ୱରରେ ସାଂସଦ ଥିବା ପାଞ୍ଚ ବର୍ଷର ରିପୋର୍ଟ କାର୍ଡ ଦେଖିବେ। ଲୋକସେବା ସରକାରୀ ଚାକିରୀ ନୁହେଁ ଯେ ବର୍ଷ ଶେଷରେ ଗୋଟିଏ ରିପୋର୍ଟ କାର୍ଡ ଡିଜାଇନ କରି ଉପରିସ୍ଥ ଅଧିକାରୀରଙ୍କୁ ଦେବାକୁ ପଡ଼ିବ । ମୋର ରିପୋର୍ଟ କାର୍ଡ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଥିବା ବିଧାନସଭା କ୍ଷେତ୍ରର ଲୋକମାନେ ଦିଅନ୍ତି । ଯାହା ପ୍ରତି ନିର୍ବାଚନରେ ଭୋଟ ବ୍ୟବଧାନରେ ପ୍ରତିଫଳିତ ହୁଏ । ଆଜି ବି ମୋ ସମୟର ହୋଇଥିବା ବିକାଶ ର ଫଳକମାନ ଅଛି, ବିଜେପି ତାର ଲୋକ ପଠାଇ ଅନୁଧ୍ୟାନ କରୁ ପ୍ରମାଣ ସହ ଉତ୍ତର ପାଇଯିବ ।

ସେ ଏହା ମଧ୍ୟ କହିଛନ୍ତି ସାଂସଦ ଅପରାଜିତାଙ୍କୁ, ଖାଲି କିଛି ପିଇବା ପାଣି ଯନ୍ତ୍ର ଲଗାଇଦେଲେ କି କିଛି ସୋଲାର ଲାଇଟ୍ ଲଗାଇଦେଲେ ବିକାଶ ହୁଏନି । ବିକାଶର ଦଳ ନଥାଏ କି ଅଯଥା ରାଜନୀତି କଲେ ବିକାଶ ହୁଏନି । ଏହି ପାଞ୍ଚ ବର୍ଷରେ କେତେ ବିକାଶ ହୋଇଛି କେତେ ଦୁର୍ନୀତି ହୋଇଛି ଲୋକଙ୍କ ପାଖରେ କେତେ ଥର ସାଂସଦ ପହଞ୍ଚିଛନ୍ତି ତାର ହିସାବ ମଧ୍ୟ ମୋ ପାଖରେ ଅଛି । କଡ଼ା ଟିପ୍ପଣୀ ଦେଇ କହିଛନ୍ତି ଅହଂକାର ରଖି ଲୋକସେବା କରାଯାଏନି, ଲୋକଙ୍କ ଆଶୀର୍ବାଦ ପାଇବାକୁ ହେଲେ ସର୍ବଦା ଭଦ୍ର ଏବଂ ନମ୍ର ହେବାକୁ ପଡ଼େ ।

ବଡ଼ଚଣାରେ ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ମାରାଥନ ପ୍ରଚାର

ବଡ଼ଚଣା : ନିର୍ବାଚନ ପାଇଁ ଜମୁଛି ପ୍ରଚାର। ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀମାନେ। ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି। ବଡ଼ଚଣା ନିର୍ବାଚନମଣ୍ଡଳିର ସୂଂଗୁଡା ପଞ୍ଚାୟତରେ ବର୍ଷା ପ୍ରିୟଦର୍ଶନୀ ପହଞ୍ଚି ପ୍ରଚାର କରିଛନ୍ତି। ଏକ ବିରାଟ ପଟୁଆରରେ ଯାଇ ଭୋଟ ଭିକ୍ଷା କରିଛନ୍ତି। ସୂଂଗୁଡା ପଂଚାୟତରେ  ବର୍ଷାଙ୍କୁ ବିଭିନ୍ନ ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା। ବର୍ଷାଙ୍କୁ ଦେଖିବା  ପାଇଁ ସମସ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଥିଲା । ବର୍ଷାଙ୍କ ପାଇଁ ପ୍ରବଳ ଜନ ସାମଗମ ଦେଖିବାକୁ ମିଳିଥିଲା। ବର୍ଷାଙ୍କ ସହ ବିଜୁ ଜନତା ଦଳର ନେତା ଓ କର୍ମୀ ପ୍ରଚାରରେ ସାମିଲ ହୋଇ ବର୍ଷାଙ୍କ ପାଇଁ ଭୋଟ ମାଗିଥିଲେ। ବଡ଼ଚଣାବାସୀଙ୍କ ଯେଉଁ ଭଳି ସମର୍ଥନ ମିଳୁଛି ଆଗାମୀ ଦିନରେ ବିଜେଡି ଵେଶ ସଫଳତା ପାଇବ ବୋଲି ବର୍ଷା ପ୍ରିୟଦର୍ଶନୀ କହିଛନ୍ତି।