spot_img
Home Blog Page 1824

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପିକୁ ଧୋଇଲେ କାର୍ତ୍ତିକ ପାଣ୍ଡିଆନ

ବ୍ରହ୍ମଗିରି: ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପିକୁ ଧୋଇଲେ କାର୍ତ୍ତିକ ପାଣ୍ଡିଆନ । ବ୍ରହ୍ମଗିରିରେ ନିର୍ବାଚନ ପ୍ରଚାର କାଳରେ ବିଜେପିର ଅପପ୍ରଚାର ଉପରେ ଜୋରଦାର ଆକ୍ରମଣ କଲେ ପାଣ୍ଡିଆନ । କହିଲେ,ପରିକ୍ରମା ପ୍ରକଳ୍ପ ନେଇ ମିଛ କହୁଛନ୍ତି ବିଜେପି ନେତା । ପ୍ରକଳ୍ପରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଜେପି କହୁଛି । କିନ୍ତୁ ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୩୫୦ କୋଟି ଟଙ୍କା ।

ଓଡ଼ିଶାରେ ବିଜେପିର ମିଛ ପ୍ରଚାର ଚାଲିବ ନାହିଁ । ଯେଉଁ ରାଜ୍ୟକୁ ଯାଉଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବାକୁ କହୁଛନ୍ତି ବିଜେପି ନେତା । ପ୍ରଥମେ ସେମାନେ କେଉଁ ରାଜ୍ୟକୁ ଏକ ନମ୍ବର କରିବେ ତାହାର ନିଷ୍ପତି ନିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣ କାର୍ଯ୍ୟରେ ବିରୋଧୀଙ୍କ ମୁଣ୍ଡ କାମ କରୁନି । ତେଣୁ ସେମାନେ ଛାନିଆ ହୋଇଯାଇଛନ୍ତି । ବିଜେଡ଼ିର ମାଗଣା ବିଜୁଳି ପ୍ରତିଶ୍ରୁତି ମଧ୍ୟ ବିଜେପିକୁ ଝଟକା ଦେଇଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ସ୍ବାତୀ ମାଲିୱାଲଙ୍କ ଆଉ ଏକ ଭିଡିଓ ଭାଇରାଲ, ସିଏମ ଆବାସରୁ ଘୋଷାଡି ନେଉଥିଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ସିଏମ ବାସଭବନରେ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କ ସହ ମାରପିଟ୍‌ ଘଟଣାରେ ଆଉ ଏକ ଭିଡିଓ ସାମନାକୁ ଆସିଛି  । ମେ ୧୩ର ଭାଇରାଲ ହୋଇଥିବା ସିସିଟିଭିରେ ଦେଖାଯାଉଛି ଯେ ସ୍ବାତୀ ମାଲିୱାସ ଖୁବ ଜୋରରେ ସିଏମ ବାସଭବନରୁ ବାହାରକୁ ଆସୁଛନ୍ତି  । ଜଣେ ମହିଳା ସୁରକ୍ଷାର୍ମୀ ତାଙ୍କ ହାତ ଧରି ବାହାରକୁ ଆଣୁଥିବା ବେଳେ ପାଖରେ ଆଉ ତିନି ଜଣ ସୁରକ୍ଷାକର୍ମୀ ନଜର ଆସୁଛନ୍ତି  ।

ବାହାରକୁ ଆସିବା ମାତ୍ରେ ମହିଳା  ସୁରକ୍ଷାକର୍ମୀ ଜଣଙ୍କ ସ୍ବାତୀଙ୍କ ହାତ ଛାଟି ଦେଉଥିବା ଦେଖିବାକୁ ମିଳୁଛି  । ଏହି ସମୟରେ ସେଠାରେ ଆଉ ଦୁଇ ଜଣ ପୋଲିସକର୍ମୀ ନଜର ଆସୁଛନ୍ତି । ଏହା ପୂର୍ବରୁ ଶୁକ୍ରବାର ସ୍ବାତୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା  ।  ଯେଉଁଥିରେ ସିଏମ ଆବାସ ଭିତରେ କିଛି କର୍ମଚାରୀ ତାଙ୍କୁ ବାହାରକୁ ଯିବା ପାଇଁ କହୁଥିଲେ  । ଏହି ସମୟରେ ସେଠାରେ ଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପିଏସ ବିଭବ କୁମାରଙ୍କ ଉପରେ ବିରକ୍ତି ହେଉଥିଲେ ସ୍ବାତୀ  । ‘‘ଯାହା କରିବାର ଅଛି କର, ମୁଁ ଆଜି ତମ ମାନଙ୍କୁ ଦେଖିନେବି  । ତୁମ ମାନଙ୍କ ଚାକିରି ଖାଇବି  । ଡିସିପିଙ୍କ ସହ ମୋର କଥା କରାଇ ଦିଅ  । ମୋତେ ହାତ ଲଗାଇଲେ ମୁଁ ସମସ୍ତଙ୍କୁ ଦେଖିନେବି’’ ।

ଏହି ମାମଲାରେ ଦିଲ୍ଲୀ ପୋଲିସ ସାକ୍ଷ୍ୟ ପ୍ରମାଣଙ୍କ ବୟାନ ରେକର୍ଡ କରିଛି  । ବିଭବ କୁମାରଙ୍କୁ ଗିରଫ କରିବା ପୂର୍ବରୁ ପୋଲିସ ସବୁ ପ୍ରମାଣ ଏକାଠି କରୁଛି  ।

ମେ ୨୦ରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୯୩୩ ବୁଥରେ ୫ଟାରେ ଭୋଟିଂ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍। ଭୋଟଗ୍ରହଣ ପ୍ରସ୍ତୁତି ନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ୟାୟରେ ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଏଥିଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି।

୫ ସଂସଦୀୟ କ୍ଷେତ୍ରରେ ରହିଛନ୍ତି ମୋଟ ୭୯ ଲକ୍ଷରୁ ଅଧିକ ଭୋଟର। ସେମାନଙ୍କ ମଧ୍ୟରେ ୩୯ ଲକ୍ଷରୁ ଅଧିକ ମହିଳା ଓ ୪୦ଲକ୍ଷରୁ ଅଧିକ ପୁରୁଷ ଭୋଟର ଅଛନ୍ତି। ମୋଟ ୨.୬୭ ପ୍ରତିଶତ ଭୋଟର ପ୍ରଥମ ଥର ଲାଦି ମତଦାନ କରିବେ। ଦ୍ଵିତୀୟ ପର୍ଯ୍ୟାୟରେ ପ୍ରତି ହଜାରେ ପୁରୁଷ ଭୋଟରରେ ୯୭୫ ମହିଳା ଭୋଟର ଅଛନ୍ତି। ମୋଟ୍ ୯ ହଜାର ୧୬୨ ମତଦାନ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୨୦ପ୍ରତିଶତ ସମ୍ବେଦନଶୀଳ ବୁଥ। ୧୦୪୧ କେନ୍ଦ୍ରକୁ ମହିଳା ପୋଲିଂ କର୍ମଚାରୀ ପରିଚାଳନା କରିବେ। ସୁରକ୍ଷାରେ ୧୦୨ କମ୍ପାନୀ ସିଏପିଏଫ ନିୟୋଜିତ ହେବେ। କନ୍ଧମାଳରେ ସବୁଠୁ ଅଧିକ ୨୨ କମ୍ପାନୀ ଫୋର୍ସ ମୁତୟନ ହେବେ।

ଗଂଜାମରେ ୨୦ କମ୍ପାନୀ, ସୁନ୍ଦରଗଡ଼ରେ ୧୬, ବଲାଙ୍ଗୀର ଓ ବରଗଡ଼ରେ ୧୪ ଲେଖାଏଁ କମ୍ପାନୀ ଫୋର୍ସ ମୁତୟନ ହେବ। ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ହିଟଓ୍ୱେଭ ଜାରି ରହିବ ନେଇ ପାଣିପାଗ ପୂର୍ବାନୁମାନ କରିଛି। ଏଥିଲାଗି ଭୋଟଗ୍ରହଣ କେନ୍ଦ୍ରରେ ପ୍ରସ୍ତୁତି କରାଯାଇଛି। ୧୭ଟି ବିଧାନସଭା ନିର୍ବାଚନମଣ୍ଡଳି କ୍ଷେତ୍ରକୁ ଆଜି ଯିବେ ପୋଲିଂ ପାର୍ଟି। ମୋଟ ୩୫ବିଧାନସଭା ଆସନରେ ଲଢ଼ୁଛନ୍ତି ୨୬୫ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୨୨୪ ପୁରୁଷ ଓ ୪୧ ମହିଳା ପ୍ରାର୍ଥୀ ମଇଦାନରେ ଅଛନ୍ତି। ୫ସଂସଦୀୟ କ୍ଷେତ୍ର ପାଇଁ ୪୦ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନରେ ୧୦ ଜେନେରାଲ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି। ସକାଳ ୭ଟାରୁ ପୋଲିଂ ଆରମ୍ଭ ହେବ।

ବିଜେଡି ଅଫିସରୁ କର୍ମୀଙ୍କୁ ଅପହରଣ କରିନେଲେ ବିଜେପି କର୍ମୀ

ବରଗଡ: ହାରିବା ଭୟରେ ହିଂସା ଆଚରଣ ଆରମ୍ଭ କରିଦେଇଛି ବିଜେପି । ବିଜେଡି ଅଫିସରୁ ବିଜେଡି କର୍ମୀଙ୍କୁ ଅପହରଣ କରିନେଲେ ବିଜେପି କର୍ମୀ । ଉଦ୍ଧାର କଲା ପୋଲିସ । ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ନେଗିମୁଣ୍ଡା ଗାଁରେ ଏପରି ଘଟଣା ଘଟିଛି । ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂଙ୍କ ସମର୍ଥକ ସାନନ୍ଦ ସାହୁଙ୍କୁ ବିଜେପି କର୍ମୀମାନେ ନେଗିମୁଣ୍ଡା ଗାଁରୁ ଅପହରଣ କରିନେଇଥିଲେ।

ନେଗିମୁଣ୍ଡା ଗାଁରେ ଖୋଲିଥିବା ବିଜେଡି କାର୍ଯ୍ୟାଳୟକୁ ଗତ ରାତି ପ୍ରାୟ ୧୧ଟା ସମୟରେ ବିଜେପିର କିଛି କର୍ମୀ ଦୁଇଟି ଗାଡ଼ିରେ ଆସି ବନ୍ଧୁକ ଓ ଛୁରି ଦେଖାଇ ବିଜେଡି କର୍ମୀମାନଙ୍କୁ ଭୟଭୀତ କରାଇଥିଲେ। ସାନନ୍ଦ ସାହୁ ନାମକ ବିଜେଡି କର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ବିଜେପି କର୍ମୀ ତାଙ୍କୁ ଅପହରଣ କରି ନେଇଥିଲେ ଓ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ସୋହେଲା ଥାନାରେ ବିଜେଡି କର୍ମୀଙ୍କ ଏତଲା ପରେ ପୋଲିସ ଅପହରଣକାରୀଙ୍କ ମୋବାଇଲ ଟ୍ରାକିଂ କରିଥିଲା । ସାନନ୍ଦ ସାହୁଙ୍କୁ ବିଜେପି କର୍ମୀମାନେ ନେଗିମୁଣ୍ଡା ଗାଁରୁ ଅପହରଣ କରି ଛତିଶଗଡ଼ ଦେଇ ପୁଣି ଅମ୍ବାଭୋନା ଅଞ୍ଚଳକୁ ଆଣିଥିବା ମୋବାଇଲ ଟ୍ରାକିଂରୁ ପୋଲିସ ଜାଣିପାରିଥିଲା। ଅପହରଣକାରୀଙ୍କୁ ଠାବ କରି ସାନନ୍ଦ ସାହୁଙ୍କୁ ଉଦ୍ଧାର କରିଥିଲା ପୋଲିସ । ସାନନ୍ଦ ସାହୁଙ୍କ ଦେହ ଓ ମୁହଁରେ ଆଘାତ ଲାଗିଛି। ପ୍ରାୟ ୬ ଜଣ ଅପହରଣକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ସାନନ୍ଦ ସାହୁ ପୂର୍ବରୁ ବିଜେପିରେ ଥିଲେ। ପରବର୍ତ୍ତୀ ସମୟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିଲେ। ନେଗିମୁଣ୍ଡା ଗାଁରେ ସାନନ୍ଦଙ୍କ ଉଦ୍ୟମରେ ବିଜେଡି ଅଫିସ ଖୋଲାଯାଇ ଥିଲା । ବିଜେଡି କର୍ମୀଙ୍କୁ ଭୟଭୀତ କରିବାକୁ ବିଜେପି ହିଂସା ଘଟାଉଥିବା ଅଭିଯୋଗ ହୋଇଛି । ସମସ୍ତେ ଏହାକୁ ନିନ୍ଦା କରିଛନ୍ତି।

ଏହି ସିଟ୍‌ରୁ ହାରିଥିଲେ ଲାଲୁଙ୍କ ପତ୍ନୀ ସମୂଦି, ଝିଅ ଫେରାଇ ଆଣିବେ କି ସାରଣ ?

0

ପାଟନା: ଏଥର ବିହାର ସାରଣ ଲୋକସଭା ନିର୍ବାଚନ ମଣ୍ଡଳୀରେ ରୋଚକ ଲଢେଇ । ରାଜନୀତିରେ ପ୍ରଥମ ଥର ଲାଗି ଭାଗ୍ୟ ପରୀକ୍ଷା କରିବେ ପୂର୍ବତନ ମୁଖ୍ଯମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ । ରୋହିଣୀ ହେଉଛନ୍ତି ଲାଲୁ ପ୍ରସାଦଙ୍କ ଡାକ୍ତରୀ କନ୍ଯା ଏବଂ ସେ ସିଙ୍ଗାପୁରରେ ରୁହନ୍ତି । ଗତ ୨୦୨୨ରେ ବାପାଙ୍କୁ କିଡନୀ ଦାନ କରି ସାରା ଦେଶରେ ଚର୍ଚ୍ଚାରେ ଥିଲେ ରୋହିଣୀ । ତେବେ ତାଙ୍କୁ ଟକ୍କର ଦେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ହେଭିଓ୍ବେଟ ରାଜୀବ ପ୍ରତାପ ରୁଡୀ।

ଏହି ଆସନରୁ ରୁଡୀ ଦୁଇ ଥର ସାଂସଦ ହୋଇଥିଲେ । ୨୦୦୯ରେ ସେ ଲାଲୁ ପ୍ରସାଦଙ୍କ ଠାରୁ ହାରିଥିଲେ । ମାତ୍ର ୨୦୧୪ରେ ସେ ରାବଡୀ ଦେବୀଙ୍କୁ ପରାସ୍ତ କରିଥିଲେ । ୨୦୧୯ରେ ଲାଲୁଙ୍କ ପୁଅ ତେଜପ୍ରତାପଙ୍କ ଶ୍ବଶୁର ଚନ୍ଦ୍ରିକା ରାୟଙ୍କୁ  ପରାସ୍ତ କରିଥିଲେ ରୁଡୀ । ଏବେ ପ୍ରତିଶୋଧ ନେଇପାରିବେ କି ରୋହିଣୀ- ତାହାକୁ ନେଇ ଅନେକ ପ୍ରଶ୍ନ । ଲାଲୁ ପ୍ରସାଦ ଯାଦବ ଶେଷଥର ସାରଣରୁ ୨୦୦୯ରେ ସଂସଦୀୟ ନିର୍ବାଚନ ଲଢି ସାଂସଦ ନିର୍ବାଚିତ ହୋଇଥିଲେ । ଏହା ପରଠୁ ୨୦୧୪ରୁ ସାରଣ ଆସନ ଆରଜେଡି ହାତରୁ ଚାଲିଯାଇଛି  ।

ସେପଟେ ଅନ୍ୟତମ ହାଇପ୍ରୋଫାଇଲ ଆସନ ହାଜିପୁରରେ କିଏ ମାରିବେ ବାଜି ତାହାକୁ ନେଇ ଚର୍ଚ୍ଚା । ଏହି ଆସନରୁ ଏବେ ଲଢୁଛନ୍ତି ଲୋକଜନଶକ୍ତି ପାର୍ଟି(ରାମବିଳାସ) ନେତା ତଥା ରାମ ବିଳାସ ପାଶ୍ବାନଙ୍କ ପୁଅ ଚିରାଗ । ତାଙ୍କୁ ଟକ୍କର ଦେଉଛନ୍ତି ଆରଜେଡିର ଶିବଚନ୍ଦ୍ର ରାମ । ୧୯୭୭ରୁ ୨୦୦୪ ମଧ୍ଯରେ ଏହି ଆସନରୁ ୮ ଥର ସାଂସଦ ହୋଇଥିଲେ ରାମ ବିଳାସ ପାଶୱାନ । ମାତ୍ର ୨୦୧୯ରେ ଏଠାରୁ ନିର୍ବାଚିତ ହୋଇଥିଲେ ତାଙ୍କ ଭାଇ ତଥା ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟି ନେତା ପଶୁପତି କୁମାର ପାରସ । ହାଜିପୁର ଆସନ ଲାଗି ଏନଡିଏ ସହ ବେଶ୍ ଆଲୋଚନା କରିଥିଲେ ପଶୁପତି । ମାତ୍ର ଏହି ଆସନ ଚିରାଗଙ୍କୁ ଦେବା ଲାଗି ଘୋଷଣା ହେବା ପରେ ଖାଦ୍ଯ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପଶୁପତି ।

ଅଶାନ୍ତ ହେଲା ପାକିସ୍ତାନ ଆଫଗାନିସ୍ତାନ ସୀମା, ୬ ଜଣଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନର ପକ୍ତିକା ପ୍ରଦେଶର ଡୁରଣ୍ଡ ସୀମା ରେଖାରେ ପାକିସ୍ତାନ ସହ ତାଲିବାନର ସଂଘର୍ଷ  । ଏହି  ସଂଘର୍ଷରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଉଭୟ ପଟୁ ଏବେବି ଗୁଳି ବିନିମୟ ଚାଲିଛି।

ଆଫଗାନିସ୍ତାନ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବିବାଦରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଖବର ମଧ୍ୟ ରହିଛି। ପକ୍ତିକା ପ୍ରଦେଶ ହେଉଛି ସେହି ଅଞ୍ଚଳ ଯେଉଁଠାରେ ପାକିସ୍ତାନୀ ସେନା ନିକଟରେ ଅନେକ ଥର ଷ୍ଟ୍ରାଇକ୍ କରିଥିଲା।

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ ଏହି ଲଢେଇ ପକ୍ତିକାର ଆର୍ଯ୍ୟୋବ ଜାଜି ଜିଲ୍ଲାରୁ ଆରମ୍ଭ ହୋଇ ଡାଣ୍ଡ-ଏ-ପାଟନରେ ପହଞ୍ଚିଛି।

ଗତ ତିନି ଦିନ ହେବ ପାକିସ୍ତାନ ଏବଂ ଆଫଗାନିସ୍ତାନ ତାଲିବାନ ବାହିନୀ ମଧ୍ୟରେ ଏହି ବିବାଦ ଚାଲିଛି। ଡୁରାଣ୍ଡ ଲାଇନରେ ଉଭୟ ଦେଶ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଟୋଲୋ ନ୍ୟୁଜ୍ ଅନୁଯାୟୀ, ପକ୍ତିକାର ବାସିନ୍ଦା କହିଛନ୍ତି ଯେ ପାକିସ୍ତାନ ପଟୁ ନିକ୍ଷେପ କରାଯାଇଥିବା ୧୨ରୁ ଊର୍ଦ୍ଧ୍ବ ମିସାଇଲ ଲୋକଙ୍କ ଘର ଉପରେ ପଡିଛି।

ବଡେ ମିୟାଁ ଛୋଟେ ମିୟାଁ ରିଲିଜ ପରେ ୭୦ ପ୍ରତିଶତ ଫିସ୍‌ କମ କରିବେ ଟାଇଗର

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଚଳଚ୍ଚିତ୍ର ‘ବଡେ ମିୟାଁ ଛୋଟେ ମିୟାଁ’ ବଡ ପରଦାରେ ଫ୍ଲପ ହୋଇଯାଇଛି। ଏହି ଫିଲ୍ମରେ ଟାଇଗର ପ୍ରଥମ ଥର ପାଇଁ ଅକ୍ଷୟ କୁମାରଙ୍କ ସହ କାମ କରିଥିଲେ, କିନ୍ତୁ ବିଏମସିଏମ ଏହାର ଖର୍ଚ୍ଚ ମଧ୍ୟ ଉଠାଇ ପାରି ନଥିଲା। ୩୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବହୁ କଷ୍ଟରେ ୧୦୦ କୋଟି କ୍ଲବ ଅତିକ୍ରମ କରିଛି। ବଡେ ମିୟାଁ ଛୋଟେ ମିୟାଁର ଅସଫଳତା ବର୍ତ୍ତମାନ ଟାଇଗର ଶ୍ରଫଙ୍କ କ୍ୟାରିଅରକୁ ପ୍ରଭାବିତ କରୁଛି। ଏଥି ଯୋଗୁଁ ଅଭିନେତାଙ୍କୁ ବହୁତ କ୍ଷତି ସହିବାକୁ ପଡିପାରେ  ।

ବାସ୍ତବରେ, ଟାଇଗର ଶ୍ରଫଙ୍କ ହାତରେ ବର୍ତ୍ତମାନ କୌ ଣସି ପ୍ରୋଜେକ୍ଟ ନାହିଁ  । ଅଜୟ ଦେବଗନଙ୍କ ସିଙ୍ଗମ୍ ରେ ତାଙ୍କର ଏକ ଛୋଟ କୋମିଓ ଭୂମିକା ରହିଛି, କିନ୍ତୁ ତାଙ୍କର ହାତରେ ଏବେ କୌଣସି ଫିଲ୍ମ ନାହିଁ  । ବିଏମସିଏମ ପରେ ଟାଇଗରଙ୍କୁ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ମିତ ରାମ୍ବୋ ଫିଲ୍ମରେ ଦେଖିବାକୁ ମିଳଇବ। କିନ୍ତୁ ପରିସ୍ଥିତିକୁ ଦେଖି ସିଦ୍ଧାର୍ଥଙ୍କ ସହଯୋଗରେ ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ଜିଓ ଷ୍ଟୁଡିଓ ନିଷ୍ପତ୍ତି ନେଇଛି ଯେ ବର୍ତ୍ତମାନ ଟାଇଗରଙ୍କ ସହ କୌ ଣସି ଦାମୀ ଫିଲ୍ମ ତିଆରି ହୋଇପାରିବ ନାହିଁ।

ବର୍ତ୍ତମାନ ଟାଇଗରଙ୍କ ହାତରେ ଆଉ କୌଣସି ଫିଲ୍ମ ନାହିଁ। କେବଳ ଏତିକି ନୁହେଁ, ଟାଇଗରଙ୍କ କ୍ୟାରିୟର ଗ୍ରାଫ୍ ଦେଖିବା ପ୍ରଯୋଜକମାନେ ତାଙ୍କୁ ତାଙ୍କ ଫି ହ୍ରାସ କରିବାକୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି। ବ୍ୟାକ୍-ଟୁ-ବ୍ୟାକ୍ ଫ୍ଲପ୍ ଫିଲ୍ମ ଦେବା ହେତୁ ଅଭିନେତାଙ୍କ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଟାଇଗରଙ୍କ ୧୧ ବର୍ଷର କ୍ୟାରିଅରରେ ତାଙ୍କର ୬ଟି ଫିଲ୍ମ ଫ୍ଲପ୍ ହୋଇଛି  ।

କ୍ରମାଗତ ତିନିଟି ଫ୍ଲପ ଫିଲ୍ମ ଦେବା ପରେ ନିର୍ମାତାମାନେ ଟାଇଗରଙ୍କୁ ତାଙ୍କ ଫି ହ୍ରାସ କରିବାକୁ କହିଛନ୍ତି। ଜଣେ ବଡ ନିର୍ମାତା ଅଭିନେତାଙ୍କୁ ତାଙ୍କ ଫି ୭୦ ପ୍ରତିଶତ ହ୍ରାସ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ଟାଇଗର ଏହି ସମୟରେ ଫି ଭାବରେ ମାତ୍ର ୯ କୋଟି ଟଙ୍କା ନେବା ଉଚିତ୍। ଯଦି ଏହା ଘଟେ ତେବେ ଟାଇଗରଙ୍କ ପାଇଁ ଏହା ଏକ ବଡ ଝଟକା ହେବ । କାରଣ ସେ ବଡେ ମିୟାଁ ଛୋଟେ ମିୟାଁଙ୍କ ପାଇଁ ୩୦ କୋଟି ଟଙ୍କା ସାଇନ କରିଥିଲେ।

ଭାରତ ଓ ମାଲଦ୍ବୀପ ବିବାଦରେ ୬ ମାସରୁ ମାଲାମାଲ ଏହି ଦେଶ

କଲମ୍ବୋ: ଭାରତ ଓ ମାଲଦ୍ବୀପ ବିବାଦରେ ତୃତୀୟ ଦେଶକୁ ମିଳୁଛି ଫାଇଦା  । ଭାରତୀୟ ପର୍ଯ୍ୟଟ ମାଲଦ୍ବୀପକୁ ବଏକଟ କରିବା ପରେ ଏବେ ପଡୋଶୀ ଦେଶ ଶ୍ରୀଲଙ୍କାର ରାଜସ୍ବ ବୃଦ୍ଧି ହୋଇଛି  । ଗତ ୨୦୨୨ ତୁଳନାରେ ୨୦୨୩ରେ ଶ୍ରୀଲଙ୍କାରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଦୁଇଗୁଣ ବଢିଛି  । ମାଲଦ୍ବୀପ ସହ ସମ୍ପର୍କରେ ଫାଟ ପରେ ଶ୍ରୀଲଙ୍କା ପାଇଁ ଏହା ବରଦାନ ସାବ୍ୟସ୍ତ ହୋଇଛି  ।

ଏକ ରିପୋର୍ଟ ମୁତାବକ ଗତ ୨୦୨୩ରେ ୩ ଲକ୍ଷ ୨ ହଜାର ୮୪୪ ଭାରତୀୟ ପର୍ଯ୍ୟଟକ ଛୁଟି କାଟିବାକୁ ଶ୍ରୀଲଙ୍କା ଯାଇଥିଲେ  । ଗତ ୨୦୨୨ ତୁଳନାରେ ଏହା ଦୁଇଗୁଣ ଅଧିକ ଅଟେ  । ତେବେ ଟଳିତ ବର୍ଷ ପାଖାପାଖି ୬ ଲକ୍ଷ ପର୍ଯ୍ୟଟକ ଶ୍ରୀଲଙ୍କା ଯିବେ ବୋଲି ସେଠାକାର ସରକାର ଆଶା ପ୍ରକାଶ କରିଛନ୍ତି  । ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶ୍ରୀଲଙ୍କା ପର୍ଯ୍ୟଟନ ବିଭାଗ ଏକ ଖାସ ଅଭିଯାନ ଆରମ୍ଭ କରିଥିଲେ  । ମୁମ୍ବାଇ ଦିଲ୍ଲୀ ଭଳି ସହରରେ ରୋଡ ଶୋ କରି ଲୋକଙ୍କୁ ସଚେତନ କରିଥିଲେ  ।

ଶ୍ରୀଲଙ୍କାର ପର୍ଯ୍ୟଟନ ବିଭାଗ ମୁତାବକ ଗତ ୨୦୨୩ରେ ଏଠାକୁ ୧୪ ଲକ୍ଷରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଆସିଥିଲେ  । ୩୦ ହଜାରରୁ ଊର୍ଦ୍ଧ୍ବ କେବଳ ସୋଲୋ (ଏକାକୀ) ପର୍ଯ୍ୟଟକ ଶ୍ରୀଲଙ୍କା ବୁଲିବାକୁ ଆଶିଥିଲେ  । ଗତ ଜୁଲାଇ ୨୦୨୩ ପର ଠାରୁ ଏହି ସଂଖ୍ୟା ଲଗାତାର ବଢି ଚାଲିଥିଲା  । ଜୁଲାଇରେ ୨୩ ହଜାର ୪୬୧ ଜଣ ପର୍ଯ୍ୟଟକ ଶ୍ରୀଲଙ୍କା ଆସିଥିବା ବେଳେ ଏହି ସଂଖ୍ୟା ଡିସେମ୍ବରରେ ୪୩ ହଜାର ୯୭୩ରେ ପହଞ୍ଚିଥିଲା  ।

ଆହୁରି ତିନି ଦିନ ଜାଳିବ, ସକାଳ ୮ଟା ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଗତ କିଛିଦିନ ଧରି ରାଜ୍ୟରେ ତାତିରେ ବ୍ରେକ ଲାଗିଥିବା ବେଳେ ଆଗାମୀ ୨-୩ ଦିନ ମଧ୍ୟରେ ପୁଣି ଦିନ ତାପମାତ୍ରାରେ ୩ରୁ ୪° ସେଲସିୟସ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୂର୍ବାନୁମାନ ଅନୁଯାୟୀ ଆସନ୍ତାକାଲି ଠାରୁ ରାଜ୍ୟକୁ ପଶ୍ଚିମ/ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହ ହେତୁ ପୁଣି ଦିନ ତାପମାତ୍ରା ବୃଦ୍ଧି ପାଇବ।

ବିଶେଷକରି ଆସନ୍ତା ୪୮ ଘଣ୍ଟା ପରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା (ବଲାଙ୍ଗୀର, ନୂଆପଡା, ବରଗଡ଼, ବୌଦ୍ଧ, ସୋନପୁର, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ) ରେ ଦିନ ତାପମାତ୍ରା ସାମାନ୍ୟ ଠାରୁ ଅଧିକ ରହିବା ସହ ଉକ୍ତ ଜିଲ୍ଲାମାନଙ୍କରେ ଗ୍ରୀଷ୍ମ ପ୍ରବାହ ଜାରି ରହିପାରେ।

ସେପଟେ ୧୯ ତାରିଖ ବେଳକୁ ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡମାନ ସାଗର ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ପ୍ରବେଶ କରିବା ପାଇଁ ପାଣିପାଗ ଅନୁକୂଳ ରହିଛି।

ଆସନ୍ତା ୨୦ ତାରିଖ ପରେ ବଙ୍ଗୋପସାଗର ସକ୍ରିୟ ରହିବ। ୨୧ରୁ ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୪ ରୁ ୫ ଦିନରେ ଅଧିକ ଘନୀଭୂତ ହୋଇପାରେ। ତେବେ ଏହାର ଗତିପଥ, ତୀବ୍ରତା ଇତ୍ୟାଦି ଅସ୍ପଷ୍ଟ ରହିଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏହି ସିଷ୍ଟମ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ।

ମେ ୨୦ରେ ଓଡିଶାର ୫ ଲୋକସଭା ଆସନ ପାଇଁ ମତଦାନ, ଆଜି ସରୁଛି ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ମୋଟ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୯ ଲୋକସଭା ଆସନ ଲାଗି ପ୍ରଚାର ଶେଷ ଦିନ। ଏହି ୪୯ ଆସନ ମଧ୍ୟରେ ରହିଛି ଓଡ଼ିଶାର ୫ ଲୋକସଭା ଆସନ। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କାରେ ଆସନ୍ତା ୨୦ ତାରିଖରେ ଭୋଟଗ୍ରହଣ ହେବ। ଏଥିଲାଗି ଆଜି ସଂଧ୍ୟାରେ ସରୁଛି ପ୍ରଚାର।

ଓଡ଼ିଶାର ଏହି ୫ ଲୋକସଭା ଆସନ ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୩ ଆସନରେ ଭୋଟଗ୍ରହଣ ହେବ। ମହାରାଷ୍ଟ୍ରର ମୋଟ ୪୮ ଆସନ ମଧ୍ୟରୁ ୧୩ ଆସନରେ ଭୋଟଗ୍ରହଣ ହେବ। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଭୋଟଗ୍ରହଣରେ ବିହାରର ୫ ଆସନ, ଝାଡଖଣ୍ଡର ୩, ଉତ୍ତରପ୍ରଦେଶର ୧୪, ପଶ୍ଚିମବଂଗର ୭ ଆସନରେ ଭୋଟ ନିଆଯିବ।

ପଞ୍ଚମ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ବାରାମୁଲା ଏବଂ ଲଦାଖ ଆସନରେ ମଧ୍ୟ ଭୋଟଗ୍ରହଣ ହେବ। ଭୋଟଗ୍ରହଣ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ସୁଦ୍ଧା ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚିଲରେ ପୋଲିଂ ପାର୍ଟି। ପୋଲିସ ପକ୍ଷରୁ ନିର୍ବାଚନ ଲାଗି ବ୍ଯାପକ ବନ୍ଦୋବସ୍ତ କରାଯାଇଛି।