ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ରଥଯାତ୍ରା ପ୍ରସ୍ତୁତି ପାଇଁ ଓଡିଶା ପୋଲିସ ପକ୍ଷରୁ ଦୁଇଟି ବୈଠକରେ ମୁଖ୍ଯମନ୍ତ୍ରୀ ଆଲୋଚନା କରିଛନ୍ତି । ପୁରୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଗତ କିଛିଦିନ ଧରି ଚାରି ଦ୍ୱାର ଖୋଲିବା ପରେ କିଛି ସମସ୍ୟା ଉପୁଜିଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଭୟ ମନ୍ଦିର ଭିତର ଏବଂ ବାହାରେ ପୋଲିସ ବ୍ୟବସ୍ଥା କରାଯାଇଛି । ଚାରିଦିନ ରଜ ଛୁଟି ପଡ଼ିଯିବାରୁ ଭିଡ଼ ଦେଖିବାକୁ ମିଳିଥିଲା । ଚାରିଦ୍ୱାର ଖୋଲିବା ପରର ଭିଡ଼କୁ ଆଖି ଆଗରେ ରଖି ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିରରେ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୃତ୍ୟୟନ କରାଯାଇଛି । ଏଡିଜି ଲ’ ଆଣ୍ଡ ଅର୍ଡର ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ସେଣ୍ଟ୍ରାଲ ଆଇଜି ପୂରା ଘଟଣାର ତର୍ଜମା କରିଛନ୍ତି । ଜଗନ୍ନାଥଙ୍କ ଦର୍ଶନକୁ ନେଇ ପୁରୀ ଯାଉଥିବା ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡିଜିପି ।
ଜାମମୁ କାଶ୍ମୀର ବାନ୍ଦିପୋରାରେ ଟଳିଲା ଜଣେ ଆତଙ୍କବାଦୀ
ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏନକାଉଣ୍ଟର। ବାନ୍ଦିପୋରା ଜିଲ୍ଲା ଆରାଗାମ ଅଂଚଳରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇ ଜଣେ ଆତଙ୍କବାଦୀ ନିପାତ ହୋଇଛି। ମୃତ ଆତଙ୍କୀର ପରିଚୟ ମିଳିପାରନାହିଁ। ଆଉ ଜଣେ ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ।
ଉତ୍ତର କାଶ୍ମୀର ବାନ୍ଦିପୋରା ଅଂଚଳରେ ଗତକାଲି ରାତିରୁ ଆରମ୍ଭ ହୋଇଛି ଏହି ଗୁଳିବିନିମୟ। ଦୁଇ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ। ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି। ଜାମ୍ମୁକାଶ୍ମୀରରେ ଲଗାତାର ଆତଙ୍କବାଦୀ ଆକ୍ରମଣକୁ ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଅପରେସନ ଚାଲିଛି।
ଆଜି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନୀଲ ଚୌହାନ ଜାମ୍ମୁ ଗସ୍ତରେ ଯାଉଛନ୍ତି। ଆତଙ୍କବାଦୀ ନିପାତ ଅପରେସନର ସମୀକ୍ଷା କରିବେ ସିଡିଏସ। ନାଗରୋଟାରେ ବର୍ତ୍ତମାନର ସ୍ଥିତି ନେଇ ଆଲୋଚନା କରିବେ। ଗତକାଲି ଦିଲ୍ଲୀରେ ଜାମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ଏଥିରେ ଅପରେସନକୁ ଜୋରଦାର କରାଯାଇଛି। ଜିରୋ ଟେରର ନୀତି ଆପଣାଇଛନ୍ତି ସରକାର। ଉପଦ୍ରବ ଚଳାଇଥିବା ଆତଙ୍କବାଦୀକୁ ସୁରକ୍ଷାକର୍ମୀ କଡ଼ା ଜବାବ ଦେବାକୁ ନିଷ୍ପତ୍ତି ହୋଇଛି।
ଗତ ଦୁଇ ସପ୍ତାହ ଧରି ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ରିଆସି, କଠୁଆ, ଡୋଡା ଜିଲ୍ଲାରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ ୯ ସାଧାରଣ ଲୋକଙ୍କ ମୃତ୍ୟୁ ହେବା ସହ ଜଣେ ସିଆରପିଏଫ୍ ଯବାନ୍ ସହିଦ ହୋଇଥିଲେ। ଗତ ୧୨ ତାରିଖରେ କଠୁଆରେ ସେନାର ପାଲଟା ଜବାବରେ ଦୁଇ ଆତଙ୍କବାଦୀ ନିପାତ ହୋଇଥିଲେ। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।
ଝାଡ଼ଖଣ୍ଡରେ ବଡ଼ ଧରଣର ଏନକାଉଣ୍ଟର, ପୋଲିସ ଗୁଳିରେ ୪ ଜଣ ନକ୍ସଲ ନିହତ
ନନ୍ଦିଘୋଷ ବ୍ୟୁରୋ : ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ପଶ୍ଚିମ ସିଂହଭୂମ ଜିଲ୍ଲାରେ ପୋଲିସର ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଜଣେ ଜୋନାଲ କମାଣ୍ଡର ଓ ୨ ଜଣ ଏରିଆ କମାଣ୍ଡରଙ୍କ ସମେତ ୪ ଜଣ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ନିହତ ନକ୍ସଲଙ୍କ ମୁଣ୍ଡ ଉପରେ ଥିଲା ପୁରସ୍କାର ରାଶି।
ଖଲ୍ଲିସ୍ତାନ ଆତଙ୍କବାଦୀ ପନ୍ନୁ ହତ୍ୟା ମାମଲା : ଅଭିଯୁକ୍ତ ନିଖିଲଙ୍କୁ ଚେକ୍ ରିପବ୍ଲିକରୁ ଅଣାଗଲା ଆମେରିକା
ଆମେରିକାର ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ତଥା ଆମେରିକାର ନାଗରିକ ଗୁରୁପତଓ୍ୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକରୁ ଆମେରିକା ପ୍ରତ୍ୟର୍ପଣ କରାଯାଇଛି । ଏହା ପୂର୍ବ ବର୍ଷ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ପ୍ରତ୍ୟର୍ପଣ ସମ୍ୱନ୍ଧରେ ଆମେରିକା କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛି ।
ସୂଚନା ଅନୁଯାୟୀ, ୫୨ ବର୍ଷ ଧରି ନିଖିଲ ଗୁପ୍ତାଙ୍କୁ ବ୍ରୁକଲିନର ମେଟ୍ରୋପାଲିଟନ ଡିଟେନସନ ସେଣ୍ଟରରେ ରଖାଯାଇଥିଲା । ଯାହା ଏକ ଫେଡରାଲ ଆଡମିନିଷ୍ଟେଟିବ୍ ଡିଟେନଶନ ସେଣ୍ଟର । ଏକ ସୁତ୍ର ଅନୁଯାୟୀ, ନିଖିଲଙ୍କ ପ୍ରତ୍ୟର୍ପଣ ଏବଂ ବ୍ରୁକଲିନରେ ନଜର ବନ୍ଦୀକୁ ନେଇ ପୃଷ୍ଟି କରାଯାଇଛି । କୁହାଯାଉଛି କି ନିଖିଲ ଗୁପ୍ତାଙ୍କୁ ଆଜି ନ୍ୟୁୟର୍କର ଫେଡରାଲ କୋର୍ଟରେ ହାଜର କରାଯିବ ।
ଟିପ୍ପଣୀ ଦେବାକୁ ମନା କଲା ଆମେରିକା
ଗତମାସରେ ଚେକ୍ କୋର୍ଟ ନିଖିଲ ଗୁପ୍ତଙ୍କ ଆମେରିକା ପଠାଯିବାର ଯାଚିକାକୁ ପ୍ରତ୍ୟାଖାନ କରି ଚେକ୍ ନ୍ୟାୟ ମନ୍ତ୍ରୀଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଟ ଫିଟାଇଦେଇଥିଲେ । ଯାହା ପରେ ଗୁପ୍ତାଙ୍କୁ ଯେକୌଣସି ଦିନ ଆମେରିକା ପଠାଯିବା ନେଇ କୁହାଯାଉଥିଲା । ଗତବର୍ଷ ଜୁନରେ ଭାରତରୁ ଚେକ୍ ରିପବ୍ଲିକ୍ ଯାଇଥିଲେ ନିଖିଲ ଗୁପ୍ତା ଏବଂ ସେଠାରେ ଚେକ୍ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ବର୍ତ୍ତମାନ ପ୍ରତ୍ୟର୍ପଣ କୁ ନଇେଇ ଆମେରିକାର ନ୍ୟାୟ ବିଭାଗର ପ୍ରବୋକ୍ତା ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି । ଅନ୍ୟପଟେ ଗୁପ୍ତାଙ୍କ ଆମେରିକାର ଓକିଲ ମଧ୍ୟ କିଛି ମନ୍ତବ୍ୟ ଦେଇନାହାନ୍ତି ।
ବାସ୍ତବରେ ଆମେରିକା ଏବଂ କାନାଡାରେ ଖଲ୍ଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଘଟଣାକୁ ନେଇ ଭାରତ ସହ ସମ୍ପର୍କରେ ମଧ୍ୟ ଏହା ପ୍ରଭାବ ପକାଇଛି । ଏହି ଷଡ଼ଯନ୍ତ୍ରରେ କୌଣସି ପ୍ରକାର ସଂପୃକ୍ତି ନଥିବା ନେଇ ଭାରତ ସରକାର କ୍ରମାଗତ ଭାବେ ଅସ୍ୱୀକାର କରିଛନ୍ତି ।

