ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରେ ବସିଛି ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଆଇନ ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି।
ଅମୀରଙ୍କୁ ଟକ୍କର ଦେବେନି କି ଅକ୍ଷୟ ?
ନନ୍ଦିଘୋଷ ବ୍ୟୁରୋ: ଅମୀର ଖାନ ଏବଂ ଅକ୍ଷୟ କୁମାରଙ୍କ ଫ୍ୟାନ, ଫଲୋର୍ସଙ୍କ ସଂଖ୍ୟା ଢ଼େର ରହିଛନ୍ତି । ଡିସେମ୍ବର ମାସରେ ଅକ୍ଷୟ କୁମାରଙ୍କ ଏକ ଫିଲ୍ମ ଆସିବାକୁ ଯାଉଛି । ମଲ୍ଟିଷ୍ଟାର ରହିଥିବା ଏହି ଫିଲ୍ମର ନାମ ହେଉଛି ’ଓ୍ବେଲକମ୍ ୨ ଦ ଦଙ୍ଗଲ’ । ଏହାସହ ଅମୀର ଖାନଙ୍କ ଅଭିନୀତ ଫିଲ୍ମ ’ସିତାରେ ଜମିନ ପର’ ଡିସେମ୍ବର ୨୦ରେ ରିଲିଜ ହେବାକୁ ଯାଉଛି । ତେବେ ଏହି ଖ୍ରୀଷ୍ଟମାସ ସମୟରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ରିଲିଜ ହେବ ବୋଲି କୁହାଯାଉଥିଲା । ମାତ୍ର ଏହି ଫିଲ୍ମର ରିଲିଜ ତାରିଖ ଘୁଞ୍ଚିବାକୁ ଯାଉଛି । ଏହି ଫିଲ୍ମରେ ବହୁ ବଡ଼ ବଡ଼ କଳାକାରମାନେ ଅଭିନୟ କରିବେ ବୋଲି କୁହାଯାଉଛି । ସଞ୍ଜୟ ଦତ୍ତ ଏହି ଫିଲ୍ମରେ ନଜର ଆସିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଥିଲା । ମାତ୍ର ସେ ଏଥିରୁ ନିଜର ନାମକୁ ପ୍ରତ୍ୟାହାର କରିବା ପରେ ଏଥିରେ ତାଙ୍କ ସ୍ଥାନରେ ନାନା ପାଟେକର ଅଭିନୟ କରୁଛନ୍ତି ।
ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ‘ଫି ଫେରସ୍ତ ନୀତି ୨୦୨୪-୨୫ ଜାରି
ନାମଲେଖା ଫି ଫେରସ୍ତ ନେଇ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ‘ଫି ଫେରସ୍ତ ନୀତି ୨୦୨୪-୨୫ ଜାରି ହୋଇଛି। ନାମଲେଖା ବାତିଲ୍ କିମ୍ବା ପ୍ରତ୍ୟାହାର ପରେ ଫି ଫେରସ୍ତକୁ ନେଇ ଅନେକ ଶିକ୍ଷାନୁଷ୍ଠାନ ମନମାନି କରୁଥିବାର ଅଭିଯୋଗ ଆସିଛି। ଏହାକୁ ଆଧାର କରି ୟୁଜିସି ପକ୍ଷରୁ ପଦକ୍ଷେପ ନିଆଯାଇଛି। ଫି ଫେରସ୍ତ ନେଇ ସ୍ବଚ୍ଛତା କରିବା ପାଇଁ ଏକ ଗାଇଡ୍ଲାଇନ୍ ଜାରି କରିଛି। ୟୁଜିସିର ଏକ ବୈଠକରେ ଏହାକୁ ନେଇ ଆଲୋଚନା କରାଯାଇଥିଲା। ଏହାପରେ ଫି ଫେରସ୍ତ ନୀତି ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି ।

