spot_img
Home Blog Page 1860

ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡିର ଟାର୍ଗେଟ୍

ଭୁବନେଶ୍ବର: ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡି ନେତା ସଞ୍ଜୟ ଦାସବର୍ମା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଭାଷା, ସାହିତ୍ୟ ଓ ସଂସ୍କୃତି ଏକ ଜାତିର ପରିଚୟ । ଆମ ସଂସ୍କୃତି ଘୃଣାର ସଂସ୍କୃତି ନୁହେଁ। ଓଡ଼ିଆ ଅସ୍ମିତା କଥା ବିରୋଧୀ ବାରମ୍ବାର ଉଠାଉଛନ୍ତି । ଓଡ଼ିଆ ଅସ୍ମିତାର ଆଧାର ହେଉଛି ଭାଷା ଓ ସଂସ୍କୃତି । ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ କରିଚାଲିଛନ୍ତି ନବୀନ ସରକାର। ଓରିଶାରୁ ଓଡ଼ିଆ ହୋଇଛି।

ଏଥିପାଇଁ ରାଜ୍ଯ ସରକାର ନେଇଥିବା ବିଭିନ୍ନ ପଦକ୍ଷେପର ଉଦାହରଣ ଦେଇଥିଲେ ସଞ୍ଜୟ ଦାସବର୍ମା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ। ଏହାର ଉଦଘାଟନ ଉତ୍ସବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ସତ୍ତ୍ୱେ ଧର୍ମେନ୍ଦ୍ର ଆସିଲେନି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଅସ୍ମିତାକୁ ବିକଶିତ କରିବା ପାଇଁ କ’ଣ କରିଛନ୍ତି ବୋଲି ସଞ୍ଜୟ ଦାସବର୍ମା ପ୍ରଶ୍ନ କରିଛନ୍ତି ?

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କ’ଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ? ବିଜୁବାବୁଙ୍କୁ ଭାରତରତ୍ନ ନମିଳିବା କ’ଣ ଓଡ଼ିଆ ଅସ୍ମିତାର ପରିଚୟ ବୋଲି ପ୍ରଶ୍ନ କରିଛି ବିଜେଡି। ବିଜୁବାବୁଙ୍କୁ କାହିଁକି ଦେଉନାହାନ୍ତି ଭାରତରତ୍ନ ? ବିଜୁବାବୁଙ୍କୁ ଭାରତରତ୍ନ ପାଇଁ ବିଚାର ନକରିବା ଦୁର୍ଭାଗ୍ୟଜନକ । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ବିରୋଧୀ ଓଡ଼ିଆ ଅସ୍ମିତା କଥା ଉଠାଉଛନ୍ତି। ୧୦ ବର୍ଷ ଧରି କେନ୍ଦ୍ର କ୍ୟାବିନେଟରେ ରହି କ’ଣ କରିଛନ୍ତି ଧର୍ମେନ୍ଦ୍ର ? କୋଷ୍ଟାଲ ହାଇଓ୍ୱେ ନେଇ ଖାଲି ଫାଙ୍କା ବୟାନବାଜି କରୁଛନ୍ତି। କାମ କିଛି ହେଉନାହିଁ ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି।

ଓଡିଶା ବିକାଶରେ ସହଯୋଗୀ ହେବା ଉଦ୍ଦେଶ୍ୟରେ ବିଜେଡିରେ ସାମିଲ ଜିନା

0

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ଜିନା ସାମଲ  । ନିର୍ବାଚନର ଠିକ୍‌ ପୂର୍ବରୁ ବିଜେପି ଛାଡିଛନ୍ତି ଜିନା । ଆଜି ସକାଳେ ସେ ବିଜେପି ଛାଡିଥିଲେ  । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ଗ୍ରହଣ କରିବାକୁ ନିବେଦନ କରିଥିଲେ ଜିନା ।

ଦୀର୍ଘଦିନ ଧରି ବିଜେପି ପାଇଁ ଝାଳରକ୍ତ ବୁହାଇ ବି ଉଚିତ ମୂଲ୍ୟ ମିଳିନାହିଁ  । ପରିଶ୍ରମର ଫଳ ମିଳିବା ତ ଦୂରର କଥା ରାଜ୍ୟ ନେତୃବୃନ୍ଦ କୌଣସି ଦାୟିତ୍ବ ଦେଉନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରି ଦଳ ଛାଡିଛନ୍ତି ଜିନା ।

ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିବା ପରେ ଜିନା କହିଛନ୍ତି  ଯେ ଓଡିଶା ବିକାଶରେ ସହଯୋଗୀ ହେବା ଉଦ୍ଦେଶ୍ୟରେ ବିଜେଡିରେ ସାମିଲ ହୋଇଛି  ।

ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଭଞ୍ଜଜନଗରରେ କାର୍ତ୍ତିକ ପାଣ୍ଡିଆନଙ୍କ ଆହ୍ବାନ

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି । ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେମାନଙ୍କ ବିକାଶକୁ ବିରୋଧ କରୁଛନ୍ତି । ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଭଞ୍ଜଜନଗରରେ ବିଜେଡି ପ୍ରଚାର ସମାବେଶରେ ଯୋଗଦେଇ ଭୋଟରଙ୍କୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ।

କୌଣସି ଦଳ କିମ୍ବା ଜାତୀୟ ଦଳ ବିକାଶର ହିସାବ ଦେଉନାହାଁନ୍ତି । କିନ୍ତୁ ନବୀନ ପଟ୍ଟନାୟକ ଲୋକଙ୍କ ସବୁ ଦରଖାସ୍ତର ସମ୍ମାନର ସହ ସମାଧାନ କରୁଛନ୍ତି ଆଉ ଲୋକଙ୍କୁ ହିସାବ ମଧ୍ୟ ଦେଉଛନ୍ତି । ଭଞ୍ଜନଗରରେ ରାଜ୍ୟର ସବୁଠୁ ବଡ ପାନୀୟ ଜଳ ପ୍ରକଳ୍ପ ହେଉଛି । ଭଞ୍ଜନଗରକୁ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଭଲ ପାଆନ୍ତି । ଭଞ୍ଜଜନଗରର ବିକାଶ ପାଇଁ ଯାହା ଆବଶ୍ୟକ ତାହା ମୁଖ୍ୟମନ୍ତ୍ରୀ କରିବେ । ଭଞ୍ଜଜନଗର ଏନଏସିକୁ ମ୍ଯୁନିସିପାଲିଟି କରିବା ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଛି ।

ସେହିପରି ଜନବିରୋଧୀ ଓ ବିକାଶ ବିରୋଧୀ କାମ କରୁଛନ୍ତି ବିରୋଧୀ । ବିଜେଡିକୁ ଗାଳି ଦେଉଛନ୍ତି ଓ ଅପପ୍ରଚାରରେ ମାତିଛନ୍ତି । ବିରୋଧୀ ଦଳ ମିଶନ ଶକ୍ତି, ବିଏସକେୱାଇ, କାଳିଆ, ଲକ୍ଷ୍ମୀ ଭଳି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ଏଭଳି ଜନବିରୋଧୀ ବିରୋଧୀ ଦଳକୁ ଭୋଟରେ ଜବାବ ଦେବାକୁ ପୋଲସରାବାସୀଙ୍କୁ ଆହ୍ବାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ।ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ଦିନ ରାତି କାମ କରୁଛନ୍ତି । ତେଣୁ ପୋଲସରାବାସୀ ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ୫୦ ହଜାରରୁ ଅଧିକ ମାର୍ଜିନରେ ଜିତାଇବାକୁ ସେ ଅପିଲ କରିଛନ୍ତି ।

ବିଜେପି ନେତାଙ୍କ ରାଲିରେ ଫସିଗଲା ଆମ୍ବୁଲାନ୍ସ, ବାଟ ଛାଡିଲେନି କର୍ମୀ

ଭୁବନେଶ୍ବର: ବିଜେପି ରାଲିରେ ଫସିଗଲା ୧୦୮ ଆମ୍ବୁଲାନ୍ସ। OD 02-BN- 7098 ନମ୍ବର ଥିବା ୧୦୮ ଆମ୍ବୁଲଆନ୍ସଟି ଆଜି ଭୁବନେଶ୍ବରରେ ପୁରୀ- କଟକ ରୋଡରେ ଫସିଯାଇଥିଲା। ଭୁବନେଶ୍ବର ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ନାମାଙ୍କନ ରାଲି ଯୋଗୁଁ ଗୋଟେ ପଟ ବନ୍ଦ ହୋଇ ସିଙ୍ଗଲ ୱେ ହୋଇଯାଇଥିଲା।

ଏହି ସମୟରେ ସାଇରନ ବଜାଉଥିବା ଆମ୍ବୁଲାନ୍ସକୁ ବି ବାଟ ମିଳିଲାନି। ବିଜେପି କର୍ମୀ ବାଟ ଛାଡ଼ିନଥିଲେ। ଆମ୍ବୁଲାନ୍ସଟି ଜଣେ ପେଟ ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କୁ ଆଣିବାକୁ ସାମନ୍ତରାପୁର ଯାଉଥିଲା। ହେଲେ ବହୁ ସମୟ ଧରି ଫସି ରହିଥିଲା। ଉଭୟ ପଟୁ ଆମ୍ବୁଲାନ୍ସ ଯିବାରେ ଅସୁବିଧା ହୋଇଥିଲା। ଆଜି ବିଜେପି ରାଲିରେ ଏଭଳି ଅମାନବିକତା ଦେଖିବାକୁ ମିଳିଥିଲା। ଏଭଳି କାମକୁ ସବୁ ମହଲରେ ନିନ୍ଦା କରାଯାଉଛି ।

ନବୀନ ନିବାସରେ ବିଜେଡି ବିଧାୟକ ପ୍ରାର୍ଥୀ, ମୁଖ୍ଯମନ୍ତ୍ରୀଙ୍କୁ ଭେଟି ଜଣାଇଲେ କୃତଜ୍ଞତା

ଭୁବନେଶ୍ବର: ନବୀନ ନିବାସରେ ୪ ଜଣ ବିଜେଡି ପ୍ରାର୍ଥୀ । ଗତକାଲି ଘୋଷିତ କୋରେଇ ବିଧାନସଭା ଆସନ ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ, ନୀଳଗିରି ବିଧାନସଭା ଆସନ ପ୍ରାର୍ଥୀ ସୁକାନ୍ତ ନାୟକ. ଦେବଗଡ଼ ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ଖଣ୍ଡପଡ଼ା ବିଧାନସଭା ଆସନ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ନବୀନ ପଟ୍ଟନାୟକଙ୍କୁ ଭେଟି ଟିକେଟ ଦେଇଥବାରୁ କୃତଜ୍ଞତା ଜଣାଇଛନ୍ତି।

ନବୀନଙ୍କୁ ଭେଟିବା ପରେ ସେମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶୀର୍ବାଦ ନେଲେ। ଏବେ ଗ୍ରାଉଣ୍ଡରେ ଲୋକଙ୍କ ଆଶୀର୍ବାଦ ଲୋଡ଼ିବୁ ବୋଲି ପ୍ରାର୍ଥୀମାନେ କହିଛନ୍ତି । ନବୀନଙ୍କ ବିକାଶଧାରା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବିଜେଡି ବଡ଼ ବିଜୟ ପାଇଁ କାମ କରିବେ ବୋଲି ପ୍ରାର୍ଥୀମାନେ କହିଛନ୍ତି।

ପରାଜୟ ଭୟ ନା ରଣନୀତି ? ଆମେଥିକୁ ଛାଡି ରାଏବରେଲୀକୁ କାହିଁକି ବାଛିଲେ ରାହୁଲ ?

0

ରାଏବରେଲୀ: ଶେଷରେ ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ଗଡ଼ ଭାବେ ଜଣାଶୁଣା ରାଏବରେଲି ଏବଂ ଆମେଥୀ ଲୋକସଭା ଆସନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରାଏବରେଲି ଆସନରୁ ରାହୁଲ ଗାନ୍ଧୀ ଏବଂ ଆମେଥୀ ଆସନରୁ କିଶୋରୀ ଲାଲ ଶର୍ମା (କେ.ଏଲ୍ ଶର୍ମା)ଙ୍କୁ ଟିକେଟ୍ ଦିଆଯାଇଛି। ଉଭୟ ନେତା ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିବେ । ସେପଟେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ରାହୁଲ ଗାନ୍ଧୀ ଆମେଥୀ ବଦଳରେ ରାଏବରେଲି ଆସନ ବାଛିବାର କାରଣ କ’ଣ?

ଆମେଥୀ ଏବଂ ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀ ଗାନ୍ଧୀ ପରିବାରର ପାରମ୍ପାରିକ ଆସନ ଭାବରେ ଜଣାଶୁଣା । ଗତ ଲୋକସଭା ନିର୍ବାଚନରେ ​​ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରି ଜିତିଥିଲେ। ସ୍ମୃତି ଇରାନୀ ପୁଣିଥରେ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି  । ଯାହାଙ୍କ ବିରୋଧରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ବଦଳରେ କିଶୋରୀ ଲାଲ ଶର୍ମାଙ୍କୁ ଫିଲ୍ଡିଂ କରିଛି। ରାହୁଲ ଗାନ୍ଧୀ ଏବେ ତାଙ୍କ ମା ସୋନିଆ ଗାନ୍ଧୀ ଏବଂ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ଆସନରୁ ନିର୍ବାଚନ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିବେ। ଆମେଥୀଙ୍କ ବଦଳରେ ରାଏବରେଲିରୁ ରାହୁଲ ଗାନ୍ଧୀ ଫିଲ୍ଡିଂ କରିବା କଂଗ୍ରେସର ଏକ ସୁଚିନ୍ତିତ ରଣନୀତିର ଏକ ଅଂଶ।

 

 

ରାହୁଲ ଗାନ୍ଧୀଙ୍କ ଆମେଥି ଆସନ ଛାଡିବା ଏବଂ ରାଏବରେଲିଙ୍କ ରୁ ପ୍ରତିଯୋଗିତା କରିବା ନିର୍ବାଚନରେ ​​ହାରିବାର ଭୟ କାରଣରୁ ନୁହେଁ ବରଂ ବିଜେପିର ରଣନୀତି ବିଫଳ ହେବାର ଉଦ୍ଦେଶ୍ୟ ବୋଲି ଜଣାପଡିଛି। ୨୦୨୪ ନିର୍ବାଚନ ପରିବେଶ ମୋଦୀ ବନାମ ରାହୁଲଙ୍କ ଚାରିପାଖରେ ଥିବା ପରି ମନେହୁଏ। ଏଭଳି ପରିସ୍ଥିତିରେ ଯଦି ରାହୁଲ ଗାନ୍ଧୀ ଆମେଥୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତେ, ତେବେ ଏହି କାହାଣୀ ରାହୁଲ ବନାମ ଇରାନୀରେ ପରିବର୍ତ୍ତନ ହୋଇଥାନ୍ତା। ଏହିପରି ଏକ କାହାଣୀ ସୃଷ୍ଟି ନହେବା ପାଇଁ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ଆମେଥୀ ବଦଳରେ ରାଏବରେଲିରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି।

 

ପ୍ରିୟଙ୍କା ଗାନ୍ଧୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାର କାରଣ

 

ଯଦି ରାହୁଲ ଗାନ୍ଧୀ ଆମେଥିରୁ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତେ, ତେବେ ପ୍ରିୟଙ୍କା ଗାନ୍ଧୀ ରାଏବରେଲି ଆସନରୁ ପ୍ରାର୍ଥୀ ହେବାକୁ ବାଧ୍ୟ ହୋଇଥାନ୍ତେ। ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରିୟଙ୍କା ଗାନ୍ଧୀ ଆଗ୍ରହୀ ନଥିଲେ। ଏହା ପଛର କାରଣ ହେଉଛି ଯଦି ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢେଇରେ ପ୍ରବେଶ କରନ୍ତି, ତେବେ ବିଜେପିକୁ ପରିବାରବାଦ ପ୍ରସଙ୍କ ନେଇ କଂଗ୍ରେସକୁ ଟାର୍ଗେଟ କରିବା ପାଇଁ ସୁଯୋଗ ମିଳିଯିବ। କେବଳ ଏତିକି ନୁହେଁ, ଯଦି ଉଭୟ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତେ ତେବେ ସେମାନଙ୍କୁ ନିଜ ନିଜ ଆସନରେ ବ୍ୟସ୍ତ ରହିବାକୁ ପଡ଼ିବ  । ଏଭଳି ପରିସ୍ଥିତିରେ କଂଗ୍ରେସର ନିର୍ବାଚନ ପ୍ରଚାର ଦେଶର ଅନ୍ୟ ଭାଗରେ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଥିଲା। ଯଦି ରାହୁଲ ଏବଂ ପ୍ରିୟଙ୍କା ନିଜ ଅଞ୍ଚଳରେ କମ୍ ସମୟ ଉତ୍ସର୍ଗ କରନ୍ତି, ତେବେ ଏହି ଅଞ୍ଚଳ ପ୍ରତି ଉଦାସୀନତା ଅଭିଯୋଗ ଆସିବ।

 

ରାହୁଲ ଗାନ୍ଧୀଙ୍କୁ ରାଏବରେଲିରୁ ହଟାଇବା ପାଇଁ ରଣନୀତି

 

ରଣନୀତି ଭାବରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ରାଏବରେଲିରୁ ଟିକେଟ ଦେଇଛି ଯାହା ଦ୍ବାରା ସେ ରାଜ୍ୟ ଛାଡି ପଳାଇଥିବାର ଅଭିଯୋଗ ହୋଇପାରିବ ନାହିଁ ଏବଂ ପ୍ରିୟଙ୍କା ଅନ୍ୟ ଅଞ୍ଚଳରେ ପ୍ରଚାର ପାଇଁ ମଧ୍ୟ ଉପଲବ୍ଧ ରହିବେ। ପ୍ରିୟଙ୍କା ଗାନ୍ଧୀ ଆଉ ପ୍ରାର୍ଥୀ ହୋଇ ନ ଥିବାରୁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ କଂଗ୍ରେସ ବିରୋଧରେ ପରିବାରବାଦ ଅଭିଯୋଗକୁ ଗଭୀର କରିବା କଷ୍ଟସାଧ୍ୟ ହେବ। ସେଥିପାଇଁ ରାହୁଲ ଗାନ୍ଧୀଙ୍କୁ ଆମେଥୀ ବଦଳରେ ରା ବରେଲି ଆସନରୁ ଫିଲ୍ଡିଂ କରାଯାଇଛି । ଯାହା ଦ୍ବାରା ​​ବିଜେପିକୁ କୌଣସି ସୁଯୋଗ ମିଲିବ ନାହିଁ।

ପୋଖରୀରେ ବୁଡ଼ି ଯୁବକ ମୃତ, ଅଗ୍ନିଶମ ଉଦ୍ଧାର କଲା ଶବ

ବାଙ୍କୀ: କିଆପଲା ଗାଁରେ ପୋଖରୀରେ ବୁଡ଼ି ଯୁବକ ମୃତ । ଗତକାଲି ରାତିରେ କିଆପଲା ଗାଁର ପ୍ରଶାନ୍ତ ବାରିକ ଘର ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ କୌଣସି କାରଣ ବଶତଃ ସେ ପୋଖରୀରେ ବୁଡି ଯାଇଥିଲେ । ପରବର୍ତ୍ତୀ ସମୟରେ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ କୌଣସି ପତ୍ତା ନପାଇବାରୁ ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ଶେଷରେ ଯୁବକଙ୍କୁ ଉଦ୍ଧାର କରିଥିଲେ  । ପରେ ଯୁବକଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଗୁରୁଚରଣ ସିଂ ନିଖୋଜକୁ ବିତିଲାଣି ୧୧ ଦିନ, ସାମନାକୁ ଆସିଲା ବଡ ସତ

0

ମୁମ୍ବାଇ: ଟିଭି ଜଗତର ଲୋକପ୍ରିୟ ଟେଲିଭିଜନ ସିରିଏଲ ‘ତାରକ ମେହେଟା କା ଓଲଟା ଚଷମା’ର ଲୋକପ୍ରିୟ ଅଭିନେତା ଗୁରୁଚରଣ ସିଂ ଗତ ୧୧ ଦିନ ଧରି ନିଖୋଜ ଅଛନ୍ତି  । ‘ରୋଶନ ସିଂ ସୋଡି’ ଚରିତ୍ରରେ ନଜର ଆସୁଥିବା ଗୁରୁଚରଣ ସିଂ ଦିଲ୍ଲୀରୁ ନିଖୋଜ ହୋଇଯାଇଥିଲେ। ଏହି ମାମଲାରେ ଦିଲ୍ଲୀ ପୋଲିସ ଅପହରଣ ମାମଲା ରୁଜୁ କରିଛି।

ଦିଲ୍ଲୀ ପୋଲିସର ଏକ ଟିମ୍ ବର୍ତ୍ତମାନ ମୁମ୍ବାଇରେ ପହଞ୍ଚିଛି  । ଖୁବ୍ ଶୀଘ୍ର ମୁମ୍ବାଇ ପୋଲିସ୍ ସହିତ ଦିଲ୍ଲୀ ପୋଲିସର ଏହି ଟିମ୍ ଗୁରୁଚରଣ ସିଂଙ୍କ ବନ୍ଧୁ ତଥା ‘ତାରକ ମେହେଟା କା ଓଲଟା ଚଷମା’ର ଷ୍ଟାର କାଷ୍ଟଙ୍କୁ ପଚରାଉଚରା କରିବ ।

 

ସର୍ବପ୍ରଥମେ ପୋଲିସ ଟିମ୍ ମୁମ୍ବାଇର ମଲାଡସ୍ଥିତ ଗୁରୁଚରଣଙ୍କ ଘରକୁ ଯାଇ ତଦନ୍ତ କରିବେ  । ଅଭିନେତାଙ୍କ ପଡ଼ୋଶୀମାନଙ୍କୁ ମଧ୍ୟ ପଚରା ଉଚୁରା କରାଯିବ  । ଏହି ସମୟ ମଧ୍ୟରେ ଭକ୍ତ ସୋନିଙ୍କୁ ମଧ୍ୟ ପଚରାଉଚରା କରାଯିବ। ଅଭିନେତାଙ୍କ ଫୋନକୁ ତଦନ୍ତ ପରିସରଭୁକ୍ତ କରାଯାଉଛି।

ଗତ ୨ରୁ ୩ ମାସ ମଧ୍ୟରେ ଗୁରୁଚରଣ ସିଂ ‘ ତାରକ ମେହେଟା କା ଓଲଟା ଚଷମା‘   କାଷ୍ଟର କାହାରି ସହ କୌଣସି ଯୋଗାଯୋଗରେ ନଥିଲେ। ଜଣେ ଅଭିନେତା ନିଜ ଗାଁ ଗୋପନ ରଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି  । ତାଙ୍କ କହିବାନୁସାରେ, ଏହି ଦୁଇ-ତିନି ମାସ ମଧ୍ୟରେ ଯେତେବେଳେ ଟିଭି ସୋର ଟିମ୍‌ ଗୁରୁଚରଣଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତି, ତାଙ୍କ ଫୋନ୍ କେହି ଉଠାନ୍ତି ନାହିଁ । ନା ଗୁରୁଚରଣ ସେମାନଙ୍କୁ କଲବ୍ୟାକ୍ କରିଥାଆନ୍ତି  ।

ଗାନ୍ଧୀ ପରିବାରର ସହଯୋଗୀଙ୍କୁ ଆମେଠୀ ଟିକେଟ

ବାରଣାସୀ: ଅମେଠୀ ଆସନରୁ କଂଗ୍ରେସ ଟିକେଟ ପାଇଛନ୍ତି କିଶୋରୀଲାଲ ଶର୍ମା। ତେବେ କିଏ ଏହି କିଶୋରୀ ଲାଲ ଶର୍ମା। କିଶୋରୀଲାଲ ଶର୍ମା ହେଉଛନ୍ତି ଗାନ୍ଧୀ ପରିବାର ଅତି ନିକଟତର ବ୍ଯକ୍ତି। ଦୀର୍ଘ ୪ ଦଶନ୍ଧିରୁ ଅଧିକ ହେବ ଗାନ୍ଧି ପରିବାର ସର କିଶୋରିଲାଲଙ୍କ ସମ୍ପର୍କ ରହିଛି। ପ୍ରକୃତରେ କିଶୋରୀଲାଲଙ୍କ ଘର ହେଉଛି ପଞ୍ଜାବର ଲୁଧିଆନାରେ ।

୧୯୮୩ରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମ୍ପର୍କରେ ଆସି ରାୟବରେଲୀ ଓ ଅମେଠୀକୁ ଚାଲି ଆସିଥିଲେ। ୧୯୯୧ ପରେ ରାଜୀବ ଗାନ୍ଧୀଙ୍କ ମୃତ୍ଯୁ ପରେ ଗାନ୍ଧୀ ପରିବାର ସହ ତାଙ୍କର ଘନିଷ୍ଠତା ଆହୁରି ବଢି ଯାଇଥିଲା। କିଶୋରୀଲାଲ ଶର୍ମା ଏହି ଦୁଇ ଆସନରେ ଗାନ୍ଧି ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ବୁଝାବୁଝି କରିଥାନ୍ତି।

ଏହି ଦୁଇ ଆସନରେ କେ. ଏଲ ଶର୍ମାଙ୍କ ସବୁବେଳେ ଗତିବିଧି ଦେଖିବାକୁ ମିଳିଥାଏ। ଆଜି ନାମାଙ୍କନ ଶେଷ ଦିନ ଥିବାରୁ କିଶୋରୀଲାଲ ଶର୍ମା ନାମାଙ୍କନ ଦାଖଲ କରିବେ। ଆସନ୍ତା ୨୦ ତାରିଖରେ ରାୟବରେଲୀ ଏବଂ ଅମେଠୀ ଆସନରେ ଭୋଟଗ୍ରହଣ ହେବ।

କାଳବୈଶାଖୀ ଯୋଗୁଁ ଉପକୂଳ ଓଡିଶାରେ କମିଲା ତାତି

ଭୁବନେଶ୍ବର: ଉପକୂଳ ଓଡ଼ିଶାରେ ତାତି କମିଛି। ହେଲେ ପଶ୍ଚିମ ଓଡ଼ିଶାରେ ଜାଳୁଛି। କାଳବୈଶାଖୀ ଯୋଗୁ ପାଗରେ ପରିବର୍ତ୍ତନ ଆସିଛି । ପ୍ରତିଦିନ ଉପକୂଳ ଓଡ଼ିଶାରେ ବର୍ଷା ପବନ ଯୋଗୁ ତାତି କମିଛି। ହେଲେ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀର ସେତେଟା ପ୍ରଭାବ ନଥିବାରୁ ଗରମ ଗୁଳୁଗୁଳି ଜାରି ରହିଛି । ରାଜ୍ୟରେ ଅନେକ ସ୍ଥାନରେ ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବା ସମ୍ଭାବନା ରହିଛି। ଆଗାମୀ ୨ଦିନ ପରେ ଉପକୂଳ ଓଡ଼ିଶାରୁ ଗ୍ରୀଷ୍ମ ପ୍ରବାହ କମିବ। ୬ ତାରିଖ ପରେ ପୁରା ରାଜ୍ୟରୁ ହିଟଓ୍ବେଭରେ ବ୍ରେକ୍ ଲାଗିବାର ସମ୍ଭାବନା ରହିଛି। ତେବେ ୧୭ ଦିନ ପରେ ୪୦ ଡିଗ୍ରି ତଳକୁ ଖସିଛି ରାଜଧାନୀ ତାପାମାତ୍ରା । ଆସନ୍ତ ୬ ତାରିଖରୁ ସାରା ଓଡ଼ିଶାରେ ଘଡ ଘଡି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।