spot_img
Home Blog Page 1877

ଅଷ୍ଟମ ଥର ଲାଗି ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ : ରେପୋ ରେଟ୍ ଅପରିବର୍ତ୍ତିତ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ମୁଦ୍ରାନୀତି ଘୋଷଣା ହୋଇଛି। ୬. ୫ ପ୍ରତିଶତରେ ସ୍ଥିର ରହିଲା ରେପୋ ରେଟ୍। ଲଗାତାର ଅଷ୍ଟମଥର ଲାଗି ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ଯାଙ୍କ। ଆରବିଆଇର ଏମପିସି ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି।

ରେପୋ ରେଟ୍ ସ୍ଥିର ରହିବା ପରେ ଗ୍ରାହକ ନେଇଥିବା ଋଣର ସୁଧହାରରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ତେବେ ଜିଡିପି ବୃଦ୍ଧି ଆକଳନ କରିଛନ୍ତି ରିଜର୍ଭ ବ୍ଯାଙ୍କ। ୨୦୨୪-୨୫ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୭.୨୦ ପ୍ରତିଶତ ରହିବ ବୋଲି ଆକଳନ କରିଛି ଆରବିଆଇ। ଗତ ଫେବୃଆରୀ ୨୦୨୩ ପରଠାରୁ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ୨୦୨୩ ଫେବୃଆରୀରେ ରେପୋ ରେଟ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬. ୫ ପ୍ରତିଶତ କରିଦେଇଥିଲେ। ଏହାପରେ ଆଉ ରେପୋ ରେଟରେ ପରିବର୍ତ୍ତନ ଘଟିନାହିଁ। ଏହାସହ ରିଭର୍ସ ରେପୋ ରେଟ୍ ୩. ୩୫ ପ୍ରତିଶତ ରହିଛି। ୨୦୨୪ ସାଧାରଣ ନିର୍ବାଚନ ଭୋଟ ଗଣତି ପରେ ଆରବିଆଇର ଏହା ପ୍ରଥମ ବୈଠକ ଥିଲା।

ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ

ବାଲେଶ୍ୱର : ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଦୁଇ ଥର ପ୍ରଚଣ୍ଡ ଶବ୍ଦ ଶୁଭିବାରୁ ଲୋକେ ଆତଙ୍କିତ । ବାଲେଶ୍ବର, ନୀଳିଗିରି, ସୋର, ବାସୁଦେବପୁର ଅଞ୍ଚଳରେ ଶୂନ୍ୟରୁ ଏହି ଶବ୍ଦ ଶୁଭାଯାଇଥିବା କହିଛନ୍ତି ଲୋକ । ଶବ୍ଦର ପ୍ରଭାବରେ ଘରର କବାଟ, ଝରକା ଦୋହଲି ଯାଇଥିଲା । ଶବ୍ଦ କେଉଁଠୁ ହେଉଛି , ତାହାର କାରଣ ଅସ୍ପଷ୍ଟ ରହିଛି । ଗତକାଲି ମଧ୍ୟ ଏହି ସବୁ ଅଞ୍ଚଳରେ ଏହିଭଳି ପ୍ରଚଣ୍ଡ ଶବ୍ଦ ଶୁଭିଥିଲା ।

ଦିଲ୍ଲୀରେ ପାଣି ପାଇଁ ପୁଣି ହାହାକାର, ଟ୍ଯାଙ୍କରରୁ ପାଣି ନେବାକୁ ଧାଡ଼ି ଲଗାଇଛନ୍ତି ଶହ ଶହ ଜନତା

ନୂଆଦିଲ୍ଲୀ : ଦିଲ୍ଲୀରେ ଥମୁନି ଜଳ ସଙ୍କଟ। ଓଖଲା ଅଞ୍ଚଳରେ ପାଣି ପାଇ ହାହାକାର। ଟ୍ଯାଙ୍କର ଯୋଗେ ପାଣି ଯୋଗାଉଛି ପ୍ରଶାସନ। ତେବେ ଗୋଟିଏ ଟ୍ଯାଙ୍କରକୁ ପାଣି ନେବାକୁ ଲୋକଙ୍କ ଭିଡ଼ ଲାଗିଛି । ଶହ ଶହ ସଂଖ୍ଯାରେ ଲୋକେ ଜମା ହୋଇଛନ୍ତି। ସପ୍ତାହେରୁ ଅଧିକ ସମୟ ହେଲାଣି ପାଣି ସମସ୍ଯାର ସମାଧାନ ହୋଇପାରିିିନି। ଅନେକ ଅଂଚଳରେ ଟ୍ଯାଙ୍କର ଯୋଗେ ପାଣି ଯୋଗାଉଛନ୍ତି ଦିଲ୍ଲୀ ସରକାର। ଟ୍ଯାଙ୍କର ଆସିବାରେ ବିଳମ୍ବ ହେବା ମଧ୍ୟ କହୁଛନ୍ତି ଲୋକେ। ପାଣି ପାଇପରେ ଆସୁଥନଥିବାରୁ ଲୋକେଙ୍କୁ ସମସ୍ଯାର ସମମୁଖୀନ ହେବାକୁ ପଡୁଛି। ପାଣିକୁ ନେଇ ମଧ୍ୟ ରାଜନୀତି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ପାଣି ସଂଗ୍ରହ କରିବାକୁ ଅନେକ ଶ୍ରମିକ ଶ୍ରେଣୀର ଲୋକେ କାମ ପାଇଁ ବାହାରକୁ ଯାଇ ପାରୁନାହାନ୍ତି।

ସାବୁନ ଖୋଳରେ ନିଶା ବେପାର, ଆସାମ କାଚରରୁ ଦେଢ କେଜିରୁ ଅଧିକ ଓଜନର ହେରୋଇନ ସିଜ୍

ଦିଶପୁର : ଆସାମରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ। ସିଲଚରରେ ଆସାମ ପୋଲିସ ୧୭ ଶହ ଗ୍ରାମର ଓଜନର ହେରୋଇନ ଜବତ କରିଛି। ଜବତ ହୋଇଥିବା ଏହି ମାଦକ ଦ୍ରବ୍ୟର ବଜାର ମୂଲ୍ୟ ସାଢେ ୮ କୋଟି ହେବ। ମାମଲାରେ ଜଣେ ନିଶା ବ୍ୟବସାୟୀକୁ ଗିରଫ କରିଛି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଢୋଲାଇଖାଲ ଅଂଚଳରେ ରେଡ୍ କରିଥିଲା।

୧୩୯ଟି ସାବୁନ କେସରେ ଏହି ହେରୋଇନକୁ ଲୁଚାଇ ନେଉଥିଲା ନିଶା ବେପାରୀ। ସେପରେ ମିଜୋରାମରେ ମଧ୍ୟ ବିପୁଳ ପରିମାଣର ହେରୋଇନ ଜବତ ହୋଇଛି। ଚମ୍ପାଇ ଜିଲ୍ଲାରେ ମଧ୍ୟ ୩ ଟି ପୃଥକ ପୃଥକ ସ୍ଥାନରୁ ହେରୋଇନ ଜବତ ହୋଇଛି। ଜବତ ହେରୋଇନର ବଜାର ମୂଲ୍ୟ ପ୍ରାୟ ୧୦ କୋଟି ହଗେବ ବୋଲି କହିଛି। ଆସାମ ରାଇଫଲ୍ସ ରେଡ୍ କରି ପ୍ରାୟ ଦେଢ କେଜି ଓଜନର ହେରୋଇନ ଜବତ କରିଛି।

ଦୁଇଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ଆସନ୍ତା ଦୁଇଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସ୍ବାଭାବିକ ସମୟର ଦୁଇଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବ। ଏଥିପାଇଁ ପାଗ ଅନୁକୂଳ ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଏବଂ ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଥିବା ପାଣିପାଗ ନିୟାମକ ମୌସୁମୀ ସକ୍ରିୟ କରାଇବାକୁ ସକ୍ଷମ ହେବ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରୀ ଉପରେ ରହିଥିବା ବେଳେ ଆର୍ଦ୍ରତା ୬୦ ରୁ ୭୦ ପ୍ରତିଶତ ରହୁଛି । ବଜ୍ରପାତ ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଗରମ ଗୁଳିଗୁଳିରେ ସନ୍ତୁଳିହେବେ ଉପକୂଳବାସୀ । ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଏକ ଅସହ୍ୟ ପାଣିପାଗ ସ୍ଥିତି ସୃଷ୍ଟି ହୋଇଛି। ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ। କାଲିଠୁ ୧୦ ତାରିଖ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ବରଗଡ, ବଲାଙ୍ଗିର ଏବଂ ନୂଆପଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସଂସଦକୁ ଜାଲ ଆଧାର କାର୍ଡ ଦେଖାଇ ପ୍ରବେଶ ଉଦ୍ୟମ, ୩ ଯୁବକ ଗିରଫ

ନୂଆଦିଲ୍ଲୀ : ଜାଲ ଆଧାର କାର୍ଡ ଦେଖାଇ ସଂସଦକୁ ପ୍ରବେଶ ଉଦ୍ୟମ ପଣ୍ଡ । ଧରା ହେଲେ ୩ ଯୁବକ । ଗୁରୁବାର ସଂସଦ ଭବନକୁ ଜାଲ ଆଧାର କାର୍ଡ ଦେଖାଇ ପ୍ରବେଶ କରିବା ବେଳେ ୩ ଯୁବକଙ୍କୁ ଗିରଫ କରିଛି ସିଆଇଏସଏଫ୍  । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାଲ ଆଧାରକାର୍ଡ ବ୍ୟବହାର କରି ହାଇ ସିକ୍ୟୁରିଟି ଯୁକ୍ତ ସଂସଦ ପରିସରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ଏହି ୩ ଯୁବକ ।  ଆଧାର କାର୍ଡରେ ୩ଜଣଙ୍କ ଭିନ୍ନ ଫଟୋ ଥିବା ଜଣାପଡିବା ପରେ ସେମାନଙ୍କୁ ପଚରାଉଚରା କରାଯାଇଥିଲା  । ଏହା ପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ତନାଘନା କରାଯାଉଛି।

ଏହି ୩ଜଣ ଅଭିଯୁକ୍ତଙ୍କ ନାଁ କାଶିମ, ମୋନିସ ଏବଂ ସୋଏବ ବୋଲି ସୂଚନା ମିଳିଛି । ଏମାନେ ସେଠାରେ କାର୍ଯ୍ୟରତ ଶ୍ରମିକ ଥିଲେ ବୋଲି ଜଣା ପଡିଛି । ସେମାନେ କେଉଁ ଉଦ୍ଦେଶ୍ୟ ନେଇ ପ୍ରବେଶ କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ  । ଘଟଣା ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ୟୁକ୍ରେନକୁ ଅଧିକ ସହାୟତା ଯୋଗାଇପାରେ ଫ୍ରାନ୍ସ

ନନ୍ଦିଘୋଷ ବ୍ୟୁରୋ : ୟୁକ୍ରେନକୁ ଅଧିକ ସହାୟତା ଯୋଗାଇପାରେ ଫ୍ରାନ୍ସ। ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ମଧ୍ଯରେ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା। ଯୁଦ୍ଧରେ ୟୁକ୍ରେନର ବ୍ଯାପକ କ୍ଷୟକ୍ଷତି ଘଟିଥିବାବେଳେ ଏବେ ବି ଜାରି ରହିଛି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ।

ୟୁକ୍ରେନରେ ଅସ୍ତ୍ରାଭାବ ଦେଖାଦେଇଥିବାବେଳେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଫ୍ରାନସ ଯୋଗାଇଦେବା ସମ୍ଭାବନା ସୃଷ୍ଟି ହୋଇଛି। ଗ୍ରାଉଣ୍ଡ ଜିରୋରେ ଯୁଦ୍ଧର ସ୍ଥିତି ନେଇ ଦୁଇ ନେତା କରିବେ ସମୀକ୍ଷା। ଜେଲେନସ୍କିଙ୍କୁ ବି ସ୍ବାଗତ କରିବେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାସ୍ତିଆନ ଲେକୋର୍ନୁ। ଉଭୟ ଜେଲେନସ୍କି ଓ ମାକ୍ରନ ପ୍ଯାରିସ ନିକଟସ୍ଥ ଏକ ଅସ୍ତ୍ରାଗାର ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି।

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା, ଆଡମିଶନ ପାଇଁ ଆବେଦନ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆରମ୍ଭ ହେବ ଆବେଦନ। ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ସାମ୍ସ ପୋର୍ଟାଲରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ କରିବେ। ରାଜ୍ୟରେ ଯୁକ୍ତ ଦୁଇ ପାଇଁ ନାମ ଲେଖାଇବାକୁ ଥିବା ୨ ହଜାର ୨୨୧ଟି କଲେଜରେ ଇ-ଆଡମିଶନ୍ କରାଯିବ।

ଯୁକ୍ତ ଦୁଇ କଲେଜରେ ବର୍ତ୍ତମାନ ସୁଦ୍ଧା କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯ଟି ସିଟ ରହିଛି। ସେହିପରି ବାଣିଜ୍ୟରେ ୪୦ ହଜାର ୧୦୪, ସଂସ୍କୃତରେ ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪ ସିଟ୍ ଉପଲବ୍ଧ। ନାମଲେଖା ସମ୍ପର୍କରେ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନଙ୍କ ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି । ଜୁଲାଇ ୬ ତାରିଖ ହେଉଛି ଆବେଦନର ଶେଷ ତାରିଖ। ଆବେଦନ ଫି’ ବାବଦକୁ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ଯ୍ୟ କରାଯାଇଛି।

ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଓ ଅନାଥ ପିଲାଙ୍କ ପାଇଁ ନିଶୁଳ୍କ କରାଯାଇଛି। ନାମଲେଖା ସରିବା ପରେ ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ୯୬.୦୭ % ଛାତ୍ରଛାତ୍ରୀ ମାଟ୍ରିକ ପାସ କରିଛନ୍ତି । ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳଏ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପାସ କରିଛନ୍ତି।

ମାନହାନି ମାମଲାରେ କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ମାନହାନି ମାମଲାରେ ଆଜି କୋର୍ଟରେ ହାଜରେ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେପଟେ ଏହି ମାମଲାରେ କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ଯମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଜାମିନ ଦେଇଛନ୍ତି କୋର୍ଟ। ଜାଲ୍ ବିଜ୍ଞାପନ ଦେବା ଘଟଣାରେ ରାହୁଲ ଓ ଅନ୍ଯମାନଙ୍କ ନାମରେ ଅଭିଯୋଗ କରିଥିଲେ ବିଜେପି ସାଧାରଣ ସମ୍ପାଦକ କେଶରୀ ପ୍ରସାଦ।

ବେଙ୍ଗାଲୁରୁର ଜନପ୍ରତିନିଧିମାନଙ୍କ ଲାଗି ଉଦ୍ଦିଷ୍ଟ ଏକ ସ୍ବତନ୍ତ୍ର କୋର୍ଟରେ ହାଜର ହେବେ ରାହୁଲ। ଦ୍ବିତୀୟ ଥର ଲାଗି ଏହି ମାମଲାରେ ରାହୁଲ କୋର୍ଟରେ ହାଜର ହୋଇ ନଥିଲେ। ସିଆରପିସିର ଧାରା ୨୦୫ ଅନୁସାରେ ରାହୁଲଙ୍କୁ ଆଉ ଛାଡ କରିବା ଅନୁଚିତ ବୋଲି କହିଛନ୍ତି ବିଜେପି ପକ୍ଷରୁ ନିଯୁକ୍ତ ଓକିଲ।ପୂର୍ବରୁ ରାହୁଲଙ୍କୁ କୋର୍ଟ ହାଜର ହେବାରୁ ଛାଡ କରିଥିଲେ ଏବଂ ଜୁନ ୭ରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ୨୦୨୩ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ୪୦ ପର୍ସେଣ୍ଟ ସରକାର ନାମରେ ବିଜ୍ଞାପନ ଦିଆଯାଇଥିଲା। ଏହା ବିରୋଧରେ କୋର୍ଟରେ ମାନହାନି ମାମଲା ରୁଜୁ କରିଥିଲା ବିଜେପି।

ଆଜି ଘୋଷଣା ହେବ ରିଜର୍ଭ ବ୍ଯାଙ୍କ ମୁଦ୍ରାନୀତି

ନୂଆଦିଲ୍ଲୀ : ଆଜି ଘୋଷଣା ହେବ ରିଜର୍ଭ ବ୍ଯାଙ୍କ ମୁଦ୍ରାନୀତି। ଲୋକସଭା ନିର୍ବାଚନ ପରେ ପ୍ରଥମ ମୁଦ୍ରାନୀତି ଘୋଷଣା ଉପରେ ରହିଛି ସମସ୍ତଙ୍କ ନଜର। ତେବେ ନୂଆ ମୁଦ୍ରାନୀତିରେ ସୁଧ ହାର ହ୍ରାସ କରିବା ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି। ଗତ ୨୦୨୩ ଫେବ୍ରୁଆରୀରୁ ରେପୋରେଟ ୬.୫ ପ୍ରତିଶତ ରହିଥିବାବେଳେ ଏହା ଅପରିବର୍ତ୍ତିତ ରହିବ ବୋଲି ସୂଚନା ମିଳିଛି।

ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆରବିଆଇର ମନିଟାରୀ ପଲିସି କମିଟି ବା ଏମପିସି ଏହି ପଦକ୍ଷେପ ନେବ। ଗତ ୫ ତାରିଖଠାରୁ ବସିଥିଲା ଏମପିସି ବୈଠକ। ଯଦି ରେପୋରେଟ ଅପରିବର୍ତ୍ତିତ ରୁହେ ତେବେ ଏହା ଅଷ୍ଟମ ଥର ଲାଗି ଅପରିବର୍ତ୍ତିତ ରହିବ।