spot_img
Home Blog Page 1885

ବିକାଶକୁ ବିରୋଧ କରି କେବେ କେହି ସଫଳ ହୋଇ ନାହାନ୍ତି : ନବୀନ

ହିଞ୍ଜିଳି : ହିଞ୍ଜିଳିରୁ ୨୦୨୪ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରୁ ମଞ୍ଚରୁ ଥାଇ ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ । କହିଲେ ବିକାଶର ବିରୋଧୀଙ୍କୁ ଓଡ଼ିଶାବାସୀ ବାରମ୍ବାର ଜବାବ ଦେଇଛନ୍ତି । ନବୀନ କହିଲେ ୨୦୩୬ରେ  ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୁରଣ କରିବ । ୨୦୩୬ରେ ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ । ବିକାଶ ହେଉଛି ଆମର ପରିଚୟ  କିନ୍ତୁ ଦୁଃଖର କଥା , ବିରୋଧୀ ଦଳ ଗୁଡିକ ସବୁକଥାରେ ରାଜନୀତି କରୁଛନ୍ତି । ସେମାନେ ବିକାଶକୁ ବିରୋଧ କରୁଛନ୍ତି । ଆତ୍ମପ୍ରଚାର କରୁଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ଏକାମ୍ର କିମ୍ବା ସମଲେଇ ପ୍ରକଳ୍ପ, ସବୁକିଛିକୁ ବିରୋଧୀ ବିରୋଧ କରୁଛନ୍ତି । ତେବେ ପୁରା ଦୁନିଆ ସେମାନଙ୍କ ଅସଲ ରୂପ ଜାଣିଛନ୍ତି । ବିକାଶକୁ ବିରୋଧ କରି କେବେ କେହି ସଫଳ ହୋଇ ନାହାନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ମୋର ବିଶ୍ୱାସ ଆପଣଙ୍କ ଆର୍ଶିବାଦରେ ବିଧାନସଭା ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ । ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ । ଯୋଡ଼ିଶଙ୍ଖକୁ ଆର୍ଶିବାଦ ଦିଅନ୍ତୁ ।

ପ୍ରଥମେ ହିଞ୍ଜିଳିବାସୀଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି । ସେଠାରେ ଜନସଭାରେ କହିଥିଲେ ଆପଣ ମାନେ ଏତେ ଖରାରେ ଆସିଛନ୍ତି ସେଥିପାଇଁ ଧନ୍ୟବାଦ ଦେଇଥିଲେ । ଆପଣ ମାନେ ସବୁ ବେଳେ ମୋ ସହ ଅଛନ୍ତି, ଓଡ଼ିଶା ମା’ର ସେବା କରିବାର ସୁଯୋଗ ଆପଣ ମାନେ ମୋତେ ଦେଇଛନ୍ତି । ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସବୁବେଳେ କହି ଆସୁଛି ଓଡ଼ିଶାର ସାଢେ ୪ କୋଟି ଲୋକ ମୋ ପରିବାର । ମୁଁ ସବୁବେଳେ ଓଡ଼ିଶାର ବିକାଶ ପାଇଁ କାମ କରୁଛି ଓ ଶେଷପର୍ଯ୍ୟନ୍ତ କରିବି ।

 

ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟଯାତ୍ରା, ପ୍ରଚାର ଆରମ୍ଭ ଦିନ ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର

ହିଞ୍ଜିଳି : ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡ଼ିର ଜୟଯାତ୍ରା । ୨୦୨୪ପ୍ରଚାର ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର । ଆଜି ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମରଝୋଳରେ ପ୍ରଥମେ ପହଞ୍ଚିଥିଲେ । ସେଠାରେ ଜନସଭାରେ କହିଥିଲେ ଆପଣ ମାନେ ଏତେ ଖରାରେ ଆସିଛନ୍ତି ସେଥିପାଇଁ ଧନ୍ୟବାଦ ଦେଉଛି । ଆପଣ ମାନେ ସବୁ ବେଳେ ମୋ ସହ ଅଛନ୍ତି, ଓଡ଼ିଶା ମା’ର ସେବା କରିବାର ସୁଯୋଗ ଆପଣ ମାନେ ମୋତେ ଦେଇଛନ୍ତି । ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସବୁବେଳେ କହି ଆସୁଛି ଓଡ଼ିଶାର ସାଢେ ୪ କୋଟି ଲୋକ ମୋ ପରିବାର । ମୁଁ ସବୁବେଳେ ଓଡ଼ିଶାର ବିକାଶ ପାଇଁ କାମ କରୁଛି ଓ ଶେଷପର୍ଯ୍ୟନ୍ତ କରିବି । ହିଞ୍ଜିଳି ଓ ଶେରଗଡ଼ ଆଜି ଦେଶରେ ବିକାଶର ମଡେଲ ସାଜିଛି । ୫ ଟି ରୂପାନ୍ତରଣ କାର୍ଯ୍ୟକ୍ରମ କ୍ରମରେ ସ୍କୁଲ ଓ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ହିଂଜିଳିରୁ ଆରମ୍ଭ ହୋଇଥିଲା । ଆପଣ ମାନଙ୍କ ସହଯୋଗରେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିଛି । ଆପଣଙ୍କ ସହଯୋଗ ପାଇଁ ମୁଁ ଚିରଉପକୃତ । ହିଂଜିଳିରୁ ସେବା କରିବା ପାଇଁ ସୁଯୋଗ ପାଇଥିବାରୁ ମୁଁ ଗର୍ବିତ ।

ସେପଟେ ଅଭିଭାଷଣରେ ମିଶନ ମା’ମାନଙ୍କୁ କହିଥିଲେ । ମିଶନ ଶକ୍ତିର ମା’ମାନେ ଆଜି ଉଦ୍ୟୋଗୀ । ଆଜି ଓଡ଼ିଶାର ଚାଷୀମାନେ ଶୂନ ପ୍ରତିଶତ ସୁଧରେ ଋଣ ପାଉଛନ୍ତି । ମିଶନ ଶକ୍ତିର ମା’ମାନେ ବିନା ସୁଧରେ ଋଣ ପାଉଛନ୍ତି । ମୁଁ ବହୁତ ଖୁସି ଯେ, ଆମ ରାଜ୍ୟର ମା’ ମାନେ ୮ ହଜାର କୋଟି ଟଙ୍କାର ଋଣ ନେଇ ସାରିଲେଣି । ମନେ ପକାଇଥିଲେ ଓଡ଼ିଶାର ବିପର୍ଯ୍ୟୟ କଥା, କହିଥିଲେ ବିପର୍ଯ୍ୟୟ ନିୟନ୍ତ୍ରଣ ମାମଲାରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ । ନିବେଶ ମାମଲାରେ ମଧ୍ୟ ଓଡ଼ିଶା ଦେଶର ଆଗୁଆ ରାଜ୍ୟ । ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ପାଇଁ ଯୁବ ବଜେଟ୍ ଆସିବ । ଯୁବ ବଜେଟରେ ଶିଳ୍ପ, କୌଶଳ ବିକାଶ ଓ ନିଯୁକ୍ତି ଉପରେ ଫୋକସ ରହିବ ।

କେବଳ ସେତିକି ନୁହେଁ ବିରୋଧିଙ୍କୁ ଟାର୍ଗେଟ୍ କରିଥିଲେ ନବୀନ, କହିଥିଲେ ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୁରଣ କରିବ । ୨୦୩୬ରେ ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ । ବିକାଶ ହେଉଛି ଆମର ପରିଚୟ  କିନ୍ତୁ ଦୁଃଖର କଥା , ବିରୋଧୀ ଦଳ ଗୁଡିକ ସବୁକଥାରେ ରାଜନୀତି କରୁଛନ୍ତି । ସେମାନେ ବିକାଶକୁ ବିରୋଧ କରୁଛନ୍ତି । ଆତ୍ମପ୍ରଚାର କରୁଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ଏକାମ୍ର କିମ୍ବା ସମଲେଇ ପ୍ରକଳ୍ପ, ସବୁକିଛିକୁ ବିରୋଧୀ ବିରୋଧ କରୁଛନ୍ତି । ତେବେ ପୁରା ଦୁନିଆ ସେମାନଙ୍କ ଅସଲ ରୂପ ଜାଣିଛନ୍ତି । ବିକାଶକୁ ବିରୋଧ କରି କେବେ କେହି ସଫଳ ହୋଇ ନାହାନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ମୋର ବିଶ୍ୱାସ ଆପଣଙ୍କ ଆର୍ଶିବାଦରେ ବିଧାନସଭା ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ । ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ । ଯୋଡ଼ିଶଙ୍ଖକୁ ଆର୍ଶିବାଦ ଦିଅନ୍ତୁ ।

ସଭା ଶେଷରେ ଫାଇଭ୍-ଟି ଅଧ୍ୟକ୍ଷ ହିଞ୍ଜିଳିବାସୀଙ୍କୁ କହିଥିଲେ ଖରା ହେଉ କି ବର୍ଷା ହେଉ । ବାହାରକୁ ଆସିବେ, ଭୋଟ ଦେଇ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ବର ମାର୍ଜିନରେ ଜିତାଇବେ ।

ହିଞ୍ଜିଳିରେ ମୁଖ୍ଯମନ୍ତ୍ରୀ ତଥା ବିଜେଡିର ଶୀର୍ଷ ତାରକା ପ୍ରଚାରକ ନବୀନ ପଟ୍ଟନାୟକ

ହିଞ୍ଜିଳି : ହିଞ୍ଜିଳିରେ ପହଞ୍ଚିଲେ ମୁଖ୍ଯମନ୍ତ୍ରୀ ତଥା ବିଜେଡିର ଶୀର୍ଷ ତାରକା ପ୍ରଚାରକ ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି । ତାଙ୍କ ସହ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଫୁଙ୍କିବେ ବିଜୟର ଶଙ୍ଖ । ଭୁବନେଶ୍ୱର ବାହାରିବା ପରେ ପ୍ରଥମେ ଶଙ୍କର ଆଇ ହସ୍ପିଟାଲ ହେଲିପ୍ୟାଡରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପରେ ସମରଝୋଳ ଜନସଭାକୁ ଯାଇଥିଲେ। ହିଞ୍ଜିଳି ସମରଝୋଳରେ ଆୟୋଜିତ ଜନସଭାରେ ପୀୟ ହିଞ୍ଜିଳିବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ପ୍ରୀୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଲୋକଙ୍କର ଭିଡ ଦେଖିବାକୁ ମିଳିଛି । ବିକାଶର ଶିଖର ଛୁଇଁଥିବା ଓଡ଼ିଶା ଆଜି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି । ଦେଶର ଏକ ନମ୍ବର ରାଜ୍ୟର ମାନ୍ୟତା ପାଇଥିବା ଓଡ଼ିଶାର ବିକାଶକୁ ଆଗକୁ ଏମିତି ଜାରି ରଖିବା ପାଇଁ ନିବେଦନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସାମିଲ ହେବେ। ରାଜ୍ଯ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ତଥା ଫାଇଭ-ଟି ଅଧୀନରେ ଚାଲିଥିବା ରୂପାନ୍ତରଣ ରାଜ୍ଯରେ ମୁଖ୍ଯମନ୍ତ୍ରୀଙ୍କ ଲୋକପ୍ରିୟତାକୁ ବଢ଼ାଇଛି। ଚବିଶ ନିର୍ବାଚନ ଲାଗି ମୁଖ୍ଯମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବା ଦଳରେ ଉତ୍ସାହ ସୃଷ୍ଟି କରିଛି।

ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଗସ୍ତରେ ଯିବେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଛେଣ୍ଡିପଦା ଗସ୍ତ ପୂର୍ବରୁ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି ପ୍ରଣବ ପ୍ରକାଶ । ମା ହିଙ୍ଗୁଳାଙ୍କ ନବାଦିନାତ୍ମକ ଯାତ୍ରା ଚାଲିଥିବା ବେଳେ, ସେ ମା’ ହିଙ୍ଗୁଳାଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ପ୍ରଥମେ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳକୁ ଯାଇ ମା’ ଅଗ୍ନି ସ୍ୱରୂପାଙ୍କ ଦର୍ଶନ କରିବା ପରେ ମା’ଙ୍କ ମନ୍ଦିରକୁ ଆସି ଦର୍ଶନ କରିଥିଲେ । ମାଙ୍କ ଆଶିଷ ଲାଭ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରିଥିଲେ।

କାଳବୈଶାଖୀ ସତ୍ତ୍ୱେ ତାତିରେ ଲାଗୁନି ବ୍ରେକ୍

ଭୁବନେଶ୍ୱର : କାଳବୈଶାଖୀ ସତ୍ତ୍ୱେ ତାତିରେ ଲାଗୁନି ବ୍ରେକ୍ । ଆଜି ପୁଣି ହିଟ୍ଓ୍ବେଭ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସତ୍ତ୍ୱେ ଆସନ୍ତାକାଲିଠୁ ଜାରି ରହିବ ହିଟ୍ଓ୍ବେଭ ସ୍ଥିତି । ୨୬ ତାରିଖରେ ୧୧ ଜିଲ୍ଲା ଓ ୨୭ ତାରିଖରେ ୧୭ ଜିଲ୍ଲାକୁ ସିଭିୟର୍ ହିଟ୍ ୱେଭ୍ ପାଇଁ  ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟକୁ ପଶ୍ଚିମ -ଉତ୍ତର- ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଶୁଷ୍କ ଓ ଗରମ ପବନ ପ୍ରବେଶ କରୁଛି । ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସ୍ଥିତି ଉପୁଜିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ୪୦ରୁ ଖସୁନି ତାପମାତ୍ରା, ଆସନ୍ତାକାଲିଠୁ ପୁଣି ହିଟ୍ଓ୍ବେଭ ନେଇ ସତର୍କ କଲା ପାଣିପାଗ ବିଭାଗ । ଖରା ଓ ଝାଞ୍ଜି ପବନ କରିବ କଲବଲ। କିଛି ସ୍ଥାନରେ ବର୍ଷା ସମ୍ଭାବନା ।  ଆଗକୁ ସାଂଘାତିକ ହେବ ସ୍ଥିତି । ୨୬ ତାରିଖରେ ୧୧ ଜିଲ୍ଲା ଓ ୨୭ ତାରିଖରେ ୧୭ ଜିଲ୍ଲାକୁ ସିଭିୟର୍ ହିଟ୍ ୱେଭ୍ ପାଇଁ  ଅରେଞ୍ଜ ଆଲର୍ଟ ଜାରି ।

ଇସ୍ରାଏଲର ଭିତର ସୀମାରେ ସବୁଠୁ ବଡ଼ ଆକ୍ରମଣ କଲା ହେଜବୁଲ୍ଲା

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲ ଉପରେ ହେଜବୁଲ୍ଲାର ହମଲା। ଗାଜା ଯୁଦ୍ଧ ଆରମ୍ଭ ପରଠାରୁ ଇସ୍ରାଏଲର ଭିତର ସୀମାରେ ସବୁଠାରୁ ବଡ଼ ଆକ୍ରମଣ ହୋଇଥିବା ଜଣାପଡିଛି। ଆଇଡିଏଫ ଶିବିର ଉପରେ ଡ୍ରୋନରୁ ଆକ୍ରମଣ କରିଛି ହେଜବୁଲ୍ଲା। ଲେବାନନ ସମର୍ଥିତ ହେଜବୁଲ୍ଲା ସଂଗଠନ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଥିବା ଜଣାପଡିଛି। ଇସ୍ରାଏଲର ସାମରିକ ଶିବିର ଉପରେ ହୋଇଥିଲା ଏହି ଆକ୍ରମଣ। ଇସ୍ରାଏଲ ଦକ୍ଷିଣାଞ୍ଚଳର ଏକରି ସହରରେ ହୋଇଛି ଏହି ହମଲା। ଗାଜା ଉପରେ ଇସ୍ରାଏଲ ଆକ୍ରମଣ ପରଠାରୁ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହଯାଉଛି। ଗତକାଲି ଏହି ଆକ୍ରମଣ କରିଛି ହେଜବୁଲ୍ଲା। ତେବେ ଆକ୍ରମଣ ନେଇ କୌଣସି ସୂଚନା ଦେଇନି ଇସ୍ରାଏଲ। ସେନା ଶିବିର ଉପରେ କୌଣସି ପ୍ରକାର ଆକ୍ରମଣ ହୋଇନାହିଁ ବୋଲି କହିଛି ଇସ୍ରାଏଲ। ତେବେ ଗତକାଲି ଦୁଇ ଏରିଏଲ ଟାର୍ଗେଟକୁ ନାକାମ କରିଥିଲା ଇସ୍ରାଏଲର ସେନା। ଆକ୍ରମଣକୁ ପ୍ରତିଆକ୍ରମଣ ବୋଲି କହିଛି ହେଜବୁଲ୍ଲା। ଏହା ପୂର୍ବରୁ ଇସ୍ରାଏଲ ହମଲାରେ ହେଜବୁଲ୍ଲାର ଜଣେ ଯୋଦ୍ଧାଙ୍କ ମୃତ୍ଯୁ ଘଟିଥିଲା। ଏହାପରେ ଗତକାଲି ମଧ୍ୟ ହେଜବୁଲ୍ଲାର ଦୁଇ ଲଢୁଆ ଯୋଦ୍ଧାଙ୍କ ମୃତ୍ଯୁ ଘଟିଥିଲା। ଏହାର ଜବାବରେ ଏହି  ଆକ୍ରମଣ ବୋଲି କହିଛି ହେଜବୁଲ୍ଲା।

ଦ୍ଵିତୀୟ ପର୍ଯ୍ୟାୟ ଲାଗି ଆଜି ସରୁଛି ପ୍ରଚାର

ନନ୍ଦିଘୋଷ ବ୍ୟୁରୋ : ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଲାଗି ଆଜି ସରୁଛି ପ୍ରଚାର। ଏଥିଲାଗି ଆସନ୍ତା ୨୬ ଏପ୍ରିଲରେ ଭୋଟଗ୍ରହଣ ହେବ। ପ୍ରଚାର ଲାଗି ଆଉ ମାତ୍ର ୧୨ ଘଣ୍ଟାରୁ କମ ସମୟ ଥିବାରୁ ଜୋରଦାର ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ। ୧୩ ରାଜ୍ୟର ୮୯ ଆସନରେ ହେବ ଭୋଟଗ୍ରହଣ। ଏଥି ମଧ୍ୟରେ ଆସାମର ୫ ଲୋକସଭା ଆସନ, ବିହାରର ୫, ଛତିଶଗଡ଼ ୩, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ରାଜସ୍ଥାନର ୧୩ ଏବଂ ପଶ୍ଚିମବଂଗର ୩ ଆସନରେ ଭୋଟ ଗ୍ରହଣ ହେବ। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ରାଜସ୍ଥାନ ଏବଂ କେରଳରେ ଭୋଟଗ୍ରହଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ। ଏପ୍ରିଲ ୧୯ରେ ରାଜସ୍ଥାନର ୧୨ ଲୋକସଭା ଆସନ ଲାଗି ଭୋଟଗ୍ରହଣ ହୋଇଥିଲା। କେରଳର ୱାଏନାଡ ଆସନରୁ ଲଢୁଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି। ଆସନ୍ତା ୨୬ ତାରିଖ ଦିନ ଏଠାରେ ଭୋଟ ଗ୍ରହଣ ହେବ। ଦ୍ଵିତୀୟ ପର୍ଯ୍ୟାୟ ଭୋଟର ଚର୍ଚ୍ଚିତ ଆସନ ରହିଛି ରାହୁଲଙ୍କ ୱାଏନାଡ୍ ଆସନ। ୨୬ ତାରିଖରେ ହେବାକୁ ଥିବା ଭୋଟ ମଧ୍ୟରେ କର୍ଣ୍ଣାଟକର ୧୪ ଆସନ ରହିଛି। ଏଥିମଧ୍ୟରେ ରହିଛନ୍ତି ବିଜେପିର ତେଜସ୍ଵୀ ସୂର୍ୟା, ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ, ଡିକେ. ଶିବକୁମାରଙ୍କ ସାନଭାଇ ଡିକେ ସୁରେଶ ରହିଛନ୍ତି।

 

ଆଜି ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ନବୀନ

ଭୁବନେଶ୍ୱର : ଆଜି ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ମୁଖ୍ଯମନ୍ତ୍ରୀ ତଥା ବିଜେଡିର ଶୀର୍ଷ ତାରକା ପ୍ରଚାରକ ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବେ ସିଏମ। ତାଙ୍କ ସହ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବି ହିଞ୍ଜିଳି ଗସ୍ତ କରିବେ ବୋଲି ସୂଚନା ମିଳିଛି। ସକାଳ ସାଢ଼େ ୧୦ଟାରେ ହିଞ୍ଜିଳିରେ ଆୟୋଜିତ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ। ସାଢ଼େ ୧୧ଟାରେ ଶେରଗଡ଼ରେ ବି ସେ ଉଦବୋଧନ ଦେବେ। ଆସନ୍ତା ୩୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ଲାଗି ମୁଖ୍ଯମନ୍ତ୍ରୀ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ପରେ ସେ ତାରାତାରିଣୀଙ୍କ ଦର୍ଶନ କରିବେ ଏବଂ ପ୍ରାର୍ଥିପତ୍ର ଦାଖଲ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବେ। ୧ ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ, ଦିଗପହଣ୍ଡି, ଛତ୍ରପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ନିର୍ବାଚନ ପ୍ରଚାର କରିବେ। ୩ ତାରିଖରେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଭଞ୍ଜନଗର, ଆସ୍କା ଲୋକସଭା ଆସନ ଅନ୍ତର୍ଗତ ପୋଲସରା, ସାନଖେମୁଣ୍ଡି ଓ ସୋରଡାରେ ପ୍ରଚାର କରିବେ।

ସେହିପରି ୬ ତାରିଖରେ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଗୋପାଳପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କାରେ ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହେବେ। ୭ ତାରିଖରେ ଶେରଗଡ଼, ହିଞ୍ଜିଳି,ବ୍ରହ୍ମପୁରରରେ ୩ଟି ରୋଡସୋରେ ଯୋଗଦେବେ। ୯ ତାରିଖରେ ଗୋପାଳପୁରରେ ଏକ ରୋଡସୋରେ ମୁଖ୍ଯମନ୍ତ୍ରୀ ଯୋଗଦେବେ। ସମସ୍ତ କାର୍ଯ୍ୟକ୍ରମରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସାମିଲ ହେବେ। ରାଜ୍ଯ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ତଥା ଫାଇଭ-ଟି ଅଧୀନରେ ଚାଲିଥିବା ରୂପାନ୍ତରଣ ରାଜ୍ଯରେ ମୁଖ୍ଯମନ୍ତ୍ରୀଙ୍କ ଲୋକପ୍ରିୟତାକୁ ବଢ଼ାଇଛି। ଚବିଶ ନିର୍ବାଚନ ଲାଗି ମୁଖ୍ଯମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବା ଦଳରେ ଉତ୍ସାହ ସୃଷ୍ଟି କରିଛି।

 

 

 

ଆଜି ୪୦ ଡିଗ୍ରୀ ଉପରେ ରାଜ୍ଯର ୧୮ଟି ସହର, କାଲି ଠୁ ପୁଣି ହିଟ୍‌ୱେଭ

ଭୁବନେଶ୍ବର: କାଳବୈଶାଖୀ ସତ୍ତ୍ୱେ ତାତିରେ ଲାଗୁନି ବ୍ରେକ୍ । ଆଜି ୪୦ ଡିଗ୍ରୀ ଉପରେ ରାଜ୍ଯର ୧୮ଟି ସହର । ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠାରୁ ଉତ୍ତପ୍ତ । ୪୨.୨ ଡିଗ୍ରୀ ସହ ଦ୍ବିତୀୟ ସ୍ଥାନରେ ରହିଛି ନୟାଗଡ଼ ।

ଆଜି ଭୁବନେଶ୍ବର ଓ ବଲାଙ୍ଗୀରରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଅନୁଗୁଳ ୪୧.୭, ମାଲକାନଗିରି ୪୧.୫, ବାରିପଦା ଓ ନୂଆପଡ଼ା ୪୧.୨, ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତାକାଲିଠୁ ପୁଣି ହିଟ୍ଓ୍ବେଭ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସତ୍ତ୍ୱେ ଆସନ୍ତାକାଲି ଠୁ ଜାରି ରହିବ ହିଟ୍ଓ୍ବେଭ ସ୍ଥିତି । ୨୬ ତାରିଖରେ ୧୧ ଜିଲ୍ଲା ଓ ୨୭ ତାରିଖରେ ୧୭ ଜିଲ୍ଲାକୁ ସିଭିୟର୍ ହିଟ୍ ୱେଭ୍ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟକୁ ପଶ୍ଚିମ -ଉତ୍ତର- ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଶୁଷ୍କ ଓ ଗରମ ପବନ ପ୍ରବେଶ କରୁଛି । ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସ୍ଥିତି ଉପୁଜିବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।

ନବୀନଙ୍କ ଲୁଙ୍ଗିପିନ୍ଧା ଭିଡିଓକୁ ନେଇ ଟିପ୍ପଣୀ ଦେଲେ ଧର୍ମେନ୍ଦ୍ର, ଲୁଙ୍ଗିପିନ୍ଧି ବିଜେଡିର ପ୍ରତିବାଦ

ଭୁବନେଶ୍ବର: ମୁଖ୍ଯମନ୍ତ୍ରୀଙ୍କ ଯୋଡିଶଙ୍ଖ ଭିଡିଓ ଅପିଲ୍ ଦେଖି ଛାନିଆ ବିଜେପି। ଗତକାଲି ରାତିରେ ନିଜ ଇନଷ୍ଟା ଆକାଉଣ୍ଟରେ ଖୋଦ୍ ମୁଖ୍ଯମନ୍ତ୍ରୀ ଏହି ଭିଡିଓ ସେୟାର କରିଥିଲେ। ଆଉ ମାତ୍ର କିଛି ଘଣ୍ଟା ଭିତରେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ। ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେଡିର ସୁପରଷ୍ଟାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ବିଜେପିର ନିଦ ହଜାଇ ଦେଇଛି।

ଗତକାଲି ମୁଖ୍ଯମନ୍ତ୍ରୀଙ୍କ ଯୋଡିଶଙ୍ଖ ଅପିଲ ଉପରେ ନବୀନ ଫ୍ଯାନଙ୍କ ଜବରଦସ୍ତ ରେସନପନସ ଦେଖି ରାଜ୍ଯର ବିଜେପି ନେତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହୋସ୍ ଉଡି ଯାଇଥିଲା। ଉପାୟ ନପାଇ ଧର୍ମେନ୍ଦ୍ର ନବୀନ ପିନ୍ଧିଥିବା ଲୁଙ୍ଗିକୁ ନେଇ ଶସ୍ତା ଟିପ୍ପଣୀ ଦେଇଥିଲେ। ଯାହାକୁ ଆଜି ପ୍ରେସମିଟ୍ କରି କାଉଣ୍ଟର କରିଛି ବିଜେଡି।

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ନବୀନ ପିନ୍ଧିଥିବା ଲୁଙ୍ଗି ସମ୍ବଲପୁରୀ ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ। ଶହ ଶହ ବୁଣାକାର ଶ୍ରମ ଦେଇ ଏହି ଲୁଙ୍ଗି ପ୍ରସ୍ତୁତ କରିଥାନ୍ତି। ଏହା ଆମ ପରମ୍ପରା। ଗ୍ରାମାଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଓଡିଆ ଲୁଙ୍ଗି ପିନ୍ଧନ୍ତି। ତେଣୁ ମୁଖ୍ଯମନ୍ତ୍ରୀ ପିନ୍ଧିଥିବା ଲୁଙ୍ଗିକୁ ନୁହେଁ ବୁଣାକାରଙ୍କୁ ଅସମ୍ମାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେବଳ ସେତିକି ନୁହେଁ ସେ ସମ୍ବଲପୁରୀ ସଂସ୍କୃତିକୁ ମଧ୍ଯ ଆଘାତ ଦେଇଛନ୍ତି।

ତେଣୁ ସେ ରାଜ୍ଯର ବୁଣାକାରଙ୍କୁ କ୍ଷମା ମାଗନ୍ତୁ ବୋଲି ସସ୍ମିତ ଦାବି କରିଥିଲେ। ବିଜେଡି ମୁଖପାତ୍ର ସ୍ବଂୟପ୍ରକାଶ ମହାପାତ୍ର କହିଥିଲେ ଗତକାଲି ମୁଖ୍ଯମନ୍ତ୍ରୀଙ୍କ ଯୋଡିଶଙ୍ଖ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସମସ୍ତେ ଏହି ଅପିଲକୁ ପସନ୍ଦ କରିଛନ୍ତି। ଯାହା ବିଜେପି ନେତାଙ୍କ ବଦହଜମି ବଢାଇ ଦେଇଛି। ୨୪ ଘଣ୍ଟାରୁ କମ ସମୟ ମଧ୍ଯରେ ଏହି ଭିଡିଓକୁ ୪ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ଇର୍ଷାକୁ ଦ୍ବଗୁଣିତ କରିଦେଇଛି।

ତେଣୁ ସେ ନିଜ ହିତାହିତ ଜ୍ଞାନକୁ ଭୂଲି ସମାଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି। ଆଜି ବିଜେଡିର ଏହି ଦୁଇ ନେତା ଅଭିନବ ଷ୍ଟାଇଲରେ ପ୍ରେସମିଟ୍ କରିଥିଲେ। ସମ୍ବଲପୁରର ଆବେଗ ସହ ଜଡିତ ଲୁଙ୍ଗିକୁ ଧର୍ମେନ୍ଦ୍ର ଅସମ୍ମାନ କରିଥିବାରୁ ଦଳର ଦୁଇ ମୁଖପାତ୍ର ଲୁଙ୍ଗି ପିନ୍ଧି ପ୍ରେସମିଟ୍ କରିଥିଲେ।