spot_img
Home Blog Page 1890

ପ୍ରାର୍ଥୀତ୍ବକୁ ନେଇ ପୁଣି କଂଗ୍ରେସ ଭବନରେ ଜୋରଦାର ପ୍ରତିବାଦ

ଭୁବନେଶ୍ବର: ପ୍ରାର୍ଥୀଙ୍କୁ ନେଇ କଂଗ୍ରେସରେ ତେଜିଲା ଅସନ୍ତୋଷ। କଂଗ୍ରେସ ଭବନରେ ଜୋରଦାର ପ୍ରତିବାଦ, ନାରାବାଜି, ହୋହଲ୍ଲା ସହ ଧସେଇ ପଶିବାକୁ ଉଦ୍ଯମ । ପିପିଲି ଓ ଜୟଦେବ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥିତ୍ବ ନେଇ ଅସନ୍ତୋଷ ଦେଖାଦେଇଛି ।

ପିପିଲିରେ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ଆଶାୟୀ ଥିବା ନିଶିକାନ୍ତ ମିଶ୍ରଙ୍କ ସମର୍ଥକମାନେ ବିରୋଧ କରିଛନ୍ତି । ସେହିପରି ଜୟଦେବ ନିର୍ବାଚନମଣ୍ଡଳୀ ପାଇଁ କୃଷ୍ଣ ଶଗରିଆଙ୍କୁ କଂଗ୍ରେସ ଟିକେଟ ଦେବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି l ୭ ଶହ କିଲୋମିଟର ଦୂରର ଜଣେ ନେତାଙ୍କୁ ଏଠାରେ ଦଳ କାହିଁକି ଟିକେଟ ଦେଇଛି ବୋଲି କଂଗ୍ରେସ ନେତା ଓ କର୍ମୀ ପ୍ରଶ୍ନ କରିଛନ୍ତି।

ଏନେଇ ଭୁବନେଶ୍ବର କଂଗ୍ରେସ ଭବନରେ ପ୍ରତିବାଦ କରାଯାଇଛି। ତୁରନ୍ତ ଜୟଦେବ ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଶଗରିଆଙ୍କୁ ପରିବର୍ତ୍ତନ କରି ଯୋଗ୍ଯ ନେତାଙ୍କୁ ଟିକେଟ ଦେବା ପାଇଁ ନେତା ଓ କର୍ମୀମାନେ ଦାବି କରିଛନ୍ତି l କଂଗ୍ରେସ ଭବନରେ ଜୟନ୍ତ ଭୋଇଙ୍କ ସମର୍ଥକମାନେ ପ୍ରାର୍ଥିତ୍ବ ନେଇ ପ୍ରତିବାଦ କହିଛନ୍ତି l

ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ

ପୁରୀ: ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଲେ ବିଜେଡି ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ପିପିଲି ନିକଟ ଉତ୍ତରାଛକରୁ ବିଜେଡିରେ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା । ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହରଥୀ ଓ ଅରୂପ ପଟ୍ଟନାୟକ ରାଲିରେ ବାହାରିଥିଲେ ।

ଶୋଭାଯାତ୍ରାରେ ଯାଉଥିବା ସମୟରେ ପିପିଲି ହାଟଛକ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଅରୂପ । ଖରା ଓ ଗୁଳୁଗୁଳି କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ପିପିଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ବର ଫେରିଛନ୍ତି ।

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୬ ଜଣଙ୍କ ମଧ୍ୟରୁ ୪ ନୂଆ

ଭୁବନେଶ୍ୱର : ବିଜୁ ଜନତା ଦଳ ବିଧାନସଭା ନିର୍ବାଚନ ପାଇଁ ଏହାର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସୋମବାର ଦିନ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦୁଇ ଜଣ ମହିଳାଙ୍କ ନାମ ରହିଛି । ମୋଟ ୬ ଜଣ ପ୍ରାର୍ଥୀଙ୍କ ନାମ ଆଜି ଘୋଷଣା ହୋଇଛି । ୬ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ନୂଆ ଥିବା ବେଳେ ଦୁଇ ଜଣଙ୍କ ଉପରେ ଦଳ ପୁଣିଥରେ ବିଶ୍ୱାସ ବ୍ୟକ୍ତ କରିଛି ।

ସପ୍ତମ ପର୍ଯ୍ୟାୟରେ କିଏ ?
* ହିନ୍ଦୋଳ: ମହେଶ ସାହୁ
* ରଘୁନାଥପଲ୍ଲୀ: ଅର୍ଚ୍ଚନାରେଖା ବେହେରା(ନୂଆ)
* ବାଲିକୁଦା ଏରସମା: ସାରଦା ପ୍ରସନ୍ନ ଜେନା(ନୂଆ)
* କାକଟପୁର: ତୁଷାରକାନ୍ତି ବେହେରା
* ବାଙ୍ଗିରୀପୋଷି: ରଞ୍ଜିତା ମାରାଣ୍ଡି(ନୂଆ)
* ବରୀ: ବିଶ୍ବରଞ୍ଜନ ମଲ୍ଲିକ(ନୂଆ)

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଓଡିଶାରେ ଡେରା ପକାଇବେ ରାହୁଲ ପ୍ରିୟଙ୍କା ଖଡଗେ

ଭୁବନେଶ୍ବର: ଓଡ଼ିଶାରେ ଜୋରଦାର ପ୍ରଚାର କରିବ କଂଗ୍ରେସ । ରାଜ୍ଯରେ କ୍ୟାମ୍ପେନ କରିବେ କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ।

ରାହୁଲ ଗାନ୍ଧୀ ଦୁଇ ଥର ଓଡ଼ିଶା ଆସିବା ନେଇ ସୂଚନା ମିଳିଛି । କଟକର ସାଲେପୁର ଓ ରାୟଗଡ଼ା ଆସିବେ ରାହୁଲ । ଏପ୍ରିଲ ୨୮ ଓ ମେ ୩ ତାରିଖରେ ରାହୁଲ ଓଡ଼ିଶା ଆସି ପ୍ରଚାର କରିପାରନ୍ତି । ସେହିପରି ମେ ୬ତାରିଖରେ ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା । ମେ ୭ରେ କଂଗ୍ରେସ ଅଧ୍ୟକ୍ଷ ଖଡଗେ ପ୍ରଚାର ପାଇଁ ଓଡ଼ିଶା ଆସିବା ସୂଚନା ମିଳିଛି । କେନ୍ଦ୍ରୀୟ ନେତାଙ୍କ ଗସ୍ତ ନେଇ କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି ।

ପୁଣି CEOଙ୍କ ନିକଟରେ ବିଜେପି ବିରୁଦ୍ଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ନିର୍ବାଚନ ଆଚରଣ ଵିଧି ଉଲଂଘନ ବିଜେପିର ଅଭ୍ୟାସ ହୋଇ ପଡ଼ିଲାଣି । ପିଲା ମାନଙ୍କୁ ନିର୍ବାଚନ କାମରେ ବ୍ୟବହାର କରିବା ହେଉ କି ସରକାରୀ ଅଧିକାରୀଙ୍କୁ ଧମାକାଇବା ପରି ଘଟଣା ନେଇ ଆମେ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ।

ଗତ ୨୦ ତାରିଖରେ କେନ୍ଦୁଝର ସଦର ପଦମପୁର ଗ୍ରାମ ପଞ୍ଚାୟତର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନିର୍ବାଚନ ମିଟିଙ୍ଗ କରିଥିଲେ ବିଜେପି କେନ୍ଦୁଝର ବିଧାୟକ ପ୍ରାର୍ଥୀ ମୋହନ ମାଝୀ । ଶିକ୍ଷାନୁଷ୍ଠାନକୁ ନିର୍ବାଚନ କାମରେ ବ୍ୟବହାର କରିବା ହିଁ ଆଦର୍ଶ ଆଚରଣ ଵିଧିର ଉଲଂଘନ । ଏହା ବିରୋଧରେ ପଦକ୍ଷେପ ନେବାକୁ CEO ଙ୍କୁ ଅନୁରୋଧ କରିଛନ୍ତି ବିଜେଡିର ଏକ ପ୍ରତିନିଧି ମଣ୍ଡଳ  ।

ବ୍ଲାକମେଲ କରି ବୁର୍ଖା ପିନ୍ଧିବାକୁ ବାଧ୍ୟ କଲେ, ପତ୍ନୀଙ୍କ ସାମନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

0

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନେହା ହତ୍ୟାକାଣ୍ଡ ପରେ ଆହୁରି ଏକ ଲଜ୍ୟାଜନକ ଘଟଣା ସାମନାକୁ ଆସିଛି  । ୨୮ ବର୍ଷୀୟା ବିବାହିତା ମହିଳାଙ୍କୁ ବ୍ଲାକମେଲ୍‌ କରି ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇଛି  । ମହିଳାଙ୍କ ଅଭିଯୋଗ ପରେ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  । ମହିଳା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଜଣକ ତାଙ୍କ ପତ୍ନୀଙ୍କ ସାମନାରେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ କରିଥିଲେ  ।

ଅଭିଯୁକ୍ତ ରଫିକ ଓ ତା ପତ୍ନୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ପରେ ଯୌନ ନିର୍ଯାତନା ଦେଇଥିଲେ  । ଏହାପରେ ମହିଳାଙ୍କ ଅଶ୍ଲୀଳ ଫଟୋ ନେଇ ତାଙ୍କୁ ବ୍ଲାକମେଲ କରୁଥିଲେ  । ହିନ୍ଦୁ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଆପଣାଇବାକୁ ସେମାନେ ବାଧ୍ୟ କରୁଥିଲେ  । ରଫିକ ଓ ତା ପତ୍ନୀ ମହିଳାଙ୍କୁ ଗତବର୍ଷ ବେଲଗାବୀ ସ୍ଥିତ ନିଜ ଘରେ ରହିବା ପାଇଁ ବାଧ୍ୟ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି  ।

ସେହି ସମୟରେ ହି ପତ୍ନୀଙ୍କ ସାମନାରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ରଫିକ  । ଚଳିତ ଏପ୍ରିଲ ମାସରେ ଦମ୍ପତି ମହିଳାଙ୍କୁ ସିନ୍ଦୂର ନ ଲଗାଇବା ପାଇଁ କହିଥିଲେ  । ସେହିପରି ଜୋର ଜବରଦସ୍ତ ବୁର୍ଖା ପିନ୍ଧିବାକୁ କହି ଦିନରେ ୫ଥର ନମାଜ ପଢିବା ପାଇଁ ବାଧ୍ୟ କରୁଥିଲେ  ।

ମଧ୍ଯପ୍ରାଚ୍ଯରେ କୁହୁଳୁଛି ନିଆଁ, ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ପାକିସ୍ତାନ ଗସ୍ତ

ଇସଲାମାବାଦ: ମଧ୍ୟପ୍ରାଚ୍ଯରେ ସଙ୍କଟ ବଳବତ୍ତର ରହିଥିବାବେଳେ ପାକିସ୍ତାନ ଗସ୍ତ କରିଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି । ସେ ପାକିସ୍ତାନ ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ସାମରିକ କର୍ତ୍ତୃପକ୍ଷଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଡାମାସ୍କସ ଦୂତାବାସ ହମଲାକୁ ନେଇ ଇସ୍ରାଏଲ ଉପରେ ଇରାନର ହମଲା ଓ ଜବାବରେ ଇରାନ ଉପରେ ଇସ୍ରାଏଲର ହମଲା ନେଇ ମଧ୍ଯପ୍ରାଚ୍ଯରେ ଉତ୍ତେଜନା ଜାରି ରହିଥିବାବେଳେ ରାଇସିଙ୍କ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି ।

ସୀମାରେ ଇରାନର ଏୟାରଷ୍ଟ୍ରାଇକର ଜବାବରେ ଇରାନର କେତେକ ଅଞ୍ଚଳରେ ପାକିସ୍ତାନର ପ୍ରିସିସନ ଏୟାର ଷ୍ଟ୍ରାଇକକୁ ନେଇ ଦୁଇଦେଶ ମଧ୍ଯରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ସେହି ସଙ୍କଟକୁ ହଟାଇ ଦୁଇ ଦେଶ ମଧ୍ଯରେ ଉତ୍ତମ ସମ୍ପର୍କ ସ୍ଥାପନ ଲାଗି ରାଇସିଙ୍କ ଏହି ଗସ୍ତ ଉଦ୍ଦିଷ୍ଟ ବୋଲି କୁହାଯାଉଛି ।

ବାଲୁଚିସ୍ଥାନରେ ଅବସ୍ଥିତ ସୁନ୍ନି ବାଲୁଚ ଆତଙ୍କୀ ଗୋଷ୍ଠୀର ଜୈସ ଅଲ ଆଦଲର କେତେକ ସ୍ଥଳୀ ଉପରେ ଡ୍ରୋନ ଓ ମିସାଇଲରେ ଆକ୍ରମଣ କରିଥିଲା ପାକିସ୍ତାନ । ସେପଟେ ଇସ୍ରାଏଲକୁ ଅଧିକ ଅସ୍ତ୍ରଶସ୍ତ୍ର ଦେବା ଲାଗି ପ୍ରସ୍ତାବ ଆମେରିକାରେ ମଞ୍ଜୁରୀ ମଳିଛି । ଏହାକୁ ନେଇ ଇସ୍ରାଏଲ-ଇରାନ ମଧ୍ୟରେ ମୁହାଁମୁହିଁ ସ୍ଥିତି ସାମାନ୍ଯ ଦୂର ହୋଇଥିବା ସୂଚନା ମିଳିଛି । ୧୩ ବିଲିୟନ ଡଲାରର ସାମରିକ ସହାୟତାରେ ରହିଛି ଆଇରନ ଡ୍ରୋନ ଏୟାର ଡିଫେନସ ସିଷ୍ଟମ ଅନ୍ଯାନ୍ୟ ଯୁଦ୍ଧାସ୍ତ୍ର । ଆମେରିକାର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ ।

ତେଣେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଅଧୀନରେ ଥିବା ନେତଜା ୟେହୁଦା ବାଟାଲିଅନ ଉପରେ ଆମେରିକା ଖୁବ ଶୀଘ୍ର କଟକଣା ଲଗାଇବ ବୋଲି ସୂଚନା ମିଳିଛି। ୱେଷ୍ଟବ୍ଯାଙ୍କ ଓ ଗାଜାରେ ଏହି ବାହିନୀ ମାନବାଧିକାର ଉଲ୍ଲଂଘନ କରିଥିବାର ବହୁ ପ୍ରମାଣ ମିଳିଛି।

ବିବାହ ପୂର୍ବରୁ ଏଠାରେ ଅପହରଣ ହୁଏ କନ୍ୟା, ଟଙ୍କା ମିଳିବା ପରେ ପଡେ ହାତଗଣ୍ଠି

ରୋମ: ବିବିଧତାର ଦେଶ ଭାରତରେ ଭିନ୍ନ ପ୍ରକାରର ବିବାହ ମଧ୍ୟ ଦେଖିବାକୁ ମିଳେ  । ଭାରତୀୟ ବିବାହରେ, ଆପଣ ଏପରି ଅନେକ ରୀତିନୀତି ଦେଖିବାକୁ ପାଇବେ ଯାହା ଆପଣ ପୂର୍ବରୁ କେବେ ଶୁଣି ନଥିବେ  । ଅଧିକାଂଶ ବିବାହରେ କେତେକ ରୀତିନୀତି ସମାନ । ଆପଣ ଏପରି କୌଣସି ବିବାହ ବିଷୟରେ ଶୁଣିଛନ୍ତି ଯେଉଁଥିରେ ବରର ସାଙ୍ଗମାନେ କନ୍ୟାକୁ ଅପହରଣ କରି ଟଙ୍କା ପାଇବା ପରେ ମଣ୍ଡାପକୁ ଫେରାଇ ଦିଅନ୍ତି  । ଆସନ୍ତୁ ଜାଣିବା ଏହି ବିବାହ ପରମ୍ପରା କେଉଁଠୁ ଆସିଛି ଏବଂ ଏହା କାହିଁକି ଏକ ଅଦ୍ଭୁତ ଅଭ୍ୟାସ ?

ଦୁନିଆରେ ଏପରି ଏକ ଦେଶ ଅଛି ଯାହା ଏହାର ଅଦ୍ଭୁତ ପରମ୍ପରା ପାଇଁ ବେଶ୍ ଲୋକପ୍ରିୟ  । ବିବାହ ପୂର୍ବରୁ କନ୍ୟାକୁ ଅପହରଣ କରାଯାଇଥାଏ  । ଇଟାଲୀର ରୋମରେ ଏହା ଏକ ପରମ୍ପରା । ଏହି ପ୍ରକାରର ବିବାହରେ ବରର ସମସ୍ତ ସାଙ୍ଗମାନେ ତାଙ୍କ ସମ୍ପର୍କୀୟଙ୍କ ସହିତ କନ୍ୟାକୁ ଅପହରଣ କରନ୍ତି । ଏହି ପରମ୍ପରାର ମଜାଳିଆ କଥା ହେଉଛି ବେଳେବେଳେ ଲୋକମାନେ ଭାବନ୍ତି ଯେ କନ୍ୟାକୁ ପ୍ରକୃତରେ ଅପହରଣ କରାଯାଇଛି  । ତେବେ ଏହି ଅପହରଣ ସର୍ବଦା ମିଥ୍ୟା ଅଟେ। ଏଥିରେ ବରର ବନ୍ଧୁ ଏବଂ ସମ୍ପର୍କୀୟମାନେ ଅପରାଧୀଙ୍କ ପରି ମାସ୍କ ପିନ୍ଧି ନକଲି ଅସ୍ତ୍ରଶସ୍ତ୍ର ନେଇ ଆସନ୍ତ । ଯେଉଁଥିପାଇଁ ଲୋକମାନେ ସେମାନଙ୍କୁ ପ୍ରକୃତ ଅପରାଧୀ ବୋଲି ଭାବନ୍ତି  ।

ଅପହରଣ ପରେ କନ୍ୟାର ମୁକ୍ତି ବିନା ବିବାହ ସମ୍ଭବ ନୁହେଁ। କନ୍ୟାକୁ ଅପହରଣ କରିବା ପରେ ମୁକ୍ତି ଦାବି କରାଯାଇଥାଏ। ଏଥିରେ ବରର ସାଙ୍ଗମାନେ କନ୍ୟାର ମୁକ୍ତି ପାଇଁ ମଦ ଆବଶ୍ୟକ କରନ୍ତି  । ଏହା ବ୍ୟତୀତ ମୁକ୍ତି ପାଇଁ ବରକୁ କନ୍ୟା ଆଗରେ ଆଣ୍ଠୁମାଡି ବସି ପ୍ରପୋଜ କରିବାକୁ ବି ପଡିଥଆଏ  ।

କେବଳ ମଜାମସ୍ତି ପାଇଁ ଏଭଳି ପରମ୍ପରା ଇଟାଲୀରେ ପାଳନ କରାଯାଇଥାଏ । କେବଳ ଯୁବପିଢି ଏହି ପରମ୍ପରାକୁ ଅଧିକ ଉପଭୋଗ କରିଥାନ୍ତି  ।

 

ସକାଳ ସାଢେ ୮ଟା ସୁଦ୍ଧା ୧୪ ସହରର ତାପମାତ୍ରା ୩୦ ଡିଗ୍ରୀ ପାର୍‌

ଭୁବନେଶ୍ବର: ରାଜ୍ଯରେ କମିଛି ଖରା ଜାରି ରହିଛି ଗୁଳିଗୁଳି । ଆଜି ସକାଳ ସାଢେ ୮ଟା ସୁଦ୍ଧା ୧୪ ସହରର ତାପମାତ୍ରା ୩୦ ଡିଗ୍ରୀ ପାର କରିଛି । ଏହା ସହ ୩୫ ଡିଗ୍ରୀ ଉପରେ ରହିଛି ୨ ସହରର ପାରଦ ।

ଭଦ୍ରକରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବାଲେଶ୍ବରରେ ୩୫.୪, ଫୁଲବାଣୀରେ ୩୪.୬, ଭୁବନେଶ୍ବରରେ ୩୪.୪, କଟକରେ ୩୪.୨, କେନ୍ଦୁଝର ଓ ବାରିପଦାରେ ୩୪, କେନ୍ଦ୍ରାପଡ଼ା ଓ ରାଉରକେଲାରେ ୩୩.୪, ଚାନ୍ଦବାଲିରେ ୩୩.୨, ପୁରୀରେ ୩୩, ସୋନପୁର ଓ ଟିଟିଲାଗଡ଼ରେ ୩୨.୪ ଓ ଜଗତସିଂହପୁରରେ ୩୨.୨ ଡିଗ୍ରୀ ତାତି ରେକର୍ଡ ହୋଇଛି ।

ତେବେ ଆଜି ତାତିରୁ ସାମାନ୍ଯ ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କଳାବୈଶାଖୀ ବର୍ଷା ସହ ଦିନତାପମାତ୍ରା ରେ ବିଭିନ୍ନ ସ୍ଥାନରେ 2 ରୁ 3 ଡ଼ିଗ୍ରୀ ଯାଏଁ ହ୍ରାସ ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ପାଇଁ ୧୯ ଜିଲ୍ଲାକୁ ସତର୍କତା ଜାରି ହୋଇଛି ।

ଚକୋଲେଟ ଖାଇ ହସ୍ପିଟାଲରେ ଭର୍ତ୍ତି ଦେଢବର୍ଷର ଶିଶୁ

0

ପଟିଆଲା: ଏକ୍ସପାଏରୀ ଚକୋଲେଟ ଖାଇ ହସ୍ପିଟାଲରେ ଭର୍ତ୍ତି ଦେଢବର୍ଷର ଶିଶୁ  । ପଞ୍ଜାବର ପଟିଆଲାରେ ଏକ ଗ୍ରୋସରୀ ଦୋକାନ ଚକୋଲେଟ କିଣି ଖାଇବା ପରେ ଅସୁସ୍ଥ ହୋଇପଡିଥିଲା ଶିଶୁ  । ସ୍ବାସ୍ଥ୍ୟ ବିଭାଗ ଓ ପୋଲିସର ତଦନ୍ତ ପରେ ଚକୋଲେଟ ଏକ୍ସପାଏରୀ ହୋଇଯାଇଥିବା ଜଣାପଡିଛି  ।

ଲୁଧିଆନାର କୁନିଝିଅ ପରିବାର ଲୋକଙ୍କ ସହ ନିଜ ସମ୍ପର୍କୀୟଙ୍କ ଘର ପଟିଆଲା ଯାଇଥିଲା  । ସେଠାରେ ତା ସମ୍ପର୍କୀୟ ଏକ ଦୋକାନରୁ ଚକୋଲେଟ କିଣି ଖାଇବାକୁ ଦେଇଥିଲେ  । ଘରକୁ ଫେରିବା ପରେ ଝିଅଟି ରକ୍ତବାନ୍ତି କରିଥିଲା  । ଏହାପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ଡାକ୍ତରୀ ପରୀକ୍ଷାରୁ ସେ କିଛି ବିଷାକ୍ତ ଖାଦ୍ୟ. ଖାଇଥିବା ଜଣାପଡିଥିଲା  । ଏହା ଜାଣିବା ପରେ ଝିଅର ପରିବାର ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରିଥିଲେ  ।

ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଚକୋଲେଟ ଦୋକାନରେ ପହଢ୍ଚି କିଛି ନମୁନା ସଂଗ୍ରହ କରିଥିଲେ  । ସେଠାରେ ଏକ୍ସପାଏରୀ ଜିନିଷ ବିକ୍ରି ହେଉଥିବା ଟିମ୍‌ ନଜରକୁ ଆସିଥିଲା  । ଚକୋଲେଟ ବ୍ୟତୀତ କିଛି ଏକ୍ସପାଏରୀ ସ୍ନାକ୍ସକୁ ବି ଜବତ କରିଥିଲା ସ୍ବାସ୍ଥ୍ୟ ବିଭାଗ । ଘଟଣାର ତଦନ୍ତ ଜାରି ରହିଛି  ।