ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟାର୍ଗେଟ । ତିନି ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ସହ ବିଜେଡି ନିର୍ବାଚନ ଜିତୁଥିବା ଜାଣିସାରିଲେଣି ଧର୍ମେନ୍ଦ୍ର ପ୍ରଧାନ । ଏନେଇ ତାଙ୍କ ମୁଣ୍ଡ କାମ କରୁନଥିବା କହି ଧର୍ମେନ୍ଦ୍ରଙ୍କୁ ତାତ୍ସଲ୍ୟ କରିଛନ୍ତି ପ୍ରଣବ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଭାଷା ପ୍ରୟୋଗ, ଅପମାନସୂଚକ ମନ୍ତବ୍ୟ ଦେବା ପରେ ଶେଷରେ ମଞ୍ଚ ଉପରୁ ନିଜ ଭାଷଣରେ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଧମକ ଦେବାକୁ ମଧ୍ୟ ପଛାଇ ନାହାନ୍ତି ଧର୍ମେନ୍ଦ୍ର। ଆଉ ଏବେ ଶେଷରେ ଟଙ୍କା ବାଣ୍ଟିବାର ଅଭିଯୋଗ ଆଣୁଛନ୍ତି । ଏଥିରୁ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି ଧର୍ମେନ୍ଦ୍ର ଭାରି ହତାଶା ଓ ନିରାଶା ମଧ୍ୟରେ ଅଛନ୍ତି । କାରଣ ଓଡ଼ିଶା ବିଜେପି ଏହି ନିର୍ବାଚନ ବହୁତ ଖରାପ ଭାବେ ହାରୁଥିବା ନିଜ ସୋସିଆଲ ସାଇଡରେ ଉଳ୍ଲେଖ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।
ଚୋରି ଅଭିଯୋଗରେ ୧୧ ଜଣ ଗିରଫ
ନନ୍ଦିଘୋଷ ବ୍ୟୁରୋ: କୋଟିଏ ଟଙ୍କାର ପାଣି ପାଇପ୍ ଚୋରି ଅଭିଯୋଗରେ ୧୧ ଜଣ ଗିରଫ। ଚନ୍ଦକା ପୋଲିସ ସହାୟତାରେ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । RWSSର ପାଣି ପାଇପ କାମ ଚାଲିଥିବା ବେଳେ ମୂଲ୍ୟବାନ ପାଇପ ଚୋରି ନେଇ ଆସିଥିଲା ଅଭିଯୋଗ। ଏକ ୧୫ ଜଣିଆ ଗ୍ୟାଙ୍ଗ ସାରା ଓଡିଶାରୁ ଏଭଳି ପାଣି ପାଇପ ଚୋରି କରୁଥିବା ଖବର ପାଇବା ପରେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଗିରଫ କରାଯାଇଛି। ଚୋରି କରିବା ପରେ ଅଭିଯୁକ୍ତ ମନେ ଫର୍ଜି ଡକ୍ୟୁମେଣ୍ଟ ଓ ଚାଲାଣ ତିଆରି କରି ରାୟପୁର, ଭିଲାଇକୁ ଏସବୁ ସପ୍ଲାଏ କରୁଥିଲେ। ସେଠାରେ ପହଁଚିବା ପରେ ପାଇପ ଗୁଡିକୁ ତରଳାଇ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ ଅଭିଯୁକ୍ତ। ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଚନ୍ଦକା ଅଞ୍ଚଳର ସୁଧୀର ବେହେରାକୁ କାବୁ କରିବା ପରେ ପୋଲିସ ପୁରା ଗ୍ୟାଙ୍ଗ ସମ୍ପର୍କରେ ଖବର ପାଇଥିଲା । ରୋଚକ କଥା ହେଉଛି ଗତ କିଛି ଦିନ ତଳେ ଚର୍ଚ୍ଚାରେ ଥିବା ଟୁଙ୍ଗୁରୁ ଭୋଳ ଏହି କେସରେ ଅନ୍ୟତମ ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି। ରାୟଗଡା, ଖୋର୍ଦ୍ଧା, କଟକ ଓ ଗଞ୍ଜାମ ରେ ମଧ୍ୟ ଏମାନଙ୍କ ନାଁ ରେ ଅନେକ କେସ ରହିଛି। ଅଧିକ ତଦନ୍ତ ପାଇଁ ଖୁବଶୀଘ୍ର ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଡିସିପି ।
ରାଜ୍ୟରେ ଆଗାମୀ ୩ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଆଗାମୀ ୩ ଦିନ ଯାଏ ହିଟ ୱେଭ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଭ୍ୟନ୍ତରୀଣରେ ତାତି ସହ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨୪ ଘଂଟାରେ ସୁନ୍ଦରଗଡ ଝାରସୁଗୁଡା ସମ୍ବଲପୁର ବରଗଡ଼ ସୋନପୁର ବୌଦ୍ଧ ବଲାଙ୍ଗୀର ନୂଆପଡା ମାଲକାନଗିରି କନ୍ଧମାଳ କଳାହାଣ୍ଡି ରେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉଷ୍ମ ରାତିର ସ୍ଥିତି ପାଇଁ ସମ୍ବଲପୁର କଳାହାଣ୍ଡି କନ୍ଧମାଳ ଓ ବଲାଙ୍ଗିରରେ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରିକରାଯାଇଛି । ୨ ଦିନ ଯାଇ ଗ୍ରୀଷ୍ମ ପ୍ରବାହ ଓ ଉଷ୍ମ ରାତିର ଅନୁଭୂତିକୁ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଗାମୀ ୫ ଦିନ ଯାଏ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉପକୂଳ ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ ଆଦ୍ରତା ରହୁଛି ଯେଉଁଥିପାଇଁ ଅସହ୍ୟ ଗୁଳୁଗୁଳି ଲାଗିରହିଛି । ଏଥିପାଇଁ ଉଷ୍ମ ଓ ସ୍ଥିତି ରାଜ୍ୟରେ ତିନିଦିନ ଯାଏ ଲାଗିରହିବ। ଏହାସହ ୩ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ଆକଳନ କରିଛି। ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଖରା ଓ ଗରମ ରହିବ। ତେଣୁ ସତର୍କତା ସହ ଭୋଟ ଦେବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

