spot_img
Home Blog Page 1898

ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ଯକଳାପ ନେଇ ଉଚ୍ଚସ୍ତରୀୟ ସମୀକ୍ଷା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ଯକ୍ଷତାରେ ନୂଆଦିଲ୍ଲୀରେ ବୈଠକ। ଗତକିଛି ଦିନ ଧରି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ହମଲା ସଂଖ୍ଯା ବଢୁଥିବାବେଳେ ତାହା ଥମିବାର ନାଁ ନେଉନାହିଁ। ଆସନ୍ତା ଜୁନ ୨୯ରୁ ବାର୍ଷିକ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବାବେଳେ ଜାମ୍ମୁ କାଶ୍ମୀରର ସୁରକ୍ଷା ନେଇ ବୈଠକରେ ସମୀକ୍ଷା କରାଯାଇଛି। ଆତଙ୍କବାଦକୁ ଦମନ ଲାଗି ଗାଇଡଲାଇନ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ବୈଠକରେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ, ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ସେନାମୁଖ୍ଯ ଜେନେରାଲ ମନୋଜ ପାଣ୍ଡେ, ନୂଆସେନାମୁଖ୍ଯ ହେବାକୁ ଯାଉଥିବା ଉପେନ୍ଦ୍ର ଦ୍ବିବେଦୀ, କେନ୍ଦ୍ର ଗୃହସଚିବ ଅଜୟ ଭାଲ୍ଲା, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ ଡିଜି ଅନୀଶ ଦୟାଲ ସିଂ, ଜାମ୍ମୁ ଓ କାଶ୍ମୀର ପୋଲିସ ମହାନିର୍ଦେଶକ ଆର. ଆର. ସ୍ବାଇଁ ତଥା ତୁଙ୍ଗ ନିରାପତ୍ତା ଅଧିକାରୀ ବୈଠକରେ ସାମିଲ ହୋଇଛନ୍ତି। ଆନ୍ତର୍ଜାତିକ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷା ବ୍ଯବସ୍ଥା କଡାକଡି କରିବାକୁ ବୈଠକରେ ଆଲୋଚନା ହୋଇଛି। ଗତ କିଛି ଦିନ ମଧ୍ଯରେ ରିଆସି, କାଠୁଆ, ଡୋଡା ଜିଲ୍ଲାରେ ଆତଙ୍କୀ କାର୍ଯ୍ଯକଳାପ ବୃଦ୍ଧି ପାଇଛି ଏବଂ କେତେକ ଯବାନ ପ୍ରାଣ ହରାଇଥିବାବେଳେ ଅନେକେ ଆହତ ହୋଇଛନ୍ତି। ଏନକାଉଣ୍ଟରରେ ଦୁଇ ଜଣ ସନ୍ଦିଗ୍ଧ ପାକ୍ ଆତଙ୍କବାଦୀ ବି ପ୍ରାଣ ହରାଇଥିବାବେଳେ ବିପୁଳ ଗୋଳାବାରୁଦ ଜବତ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ, ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା  

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରେ ବସିଛି ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଆଇନ ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି।

ଖାଦ୍ୟ ପାଇଁ ଗାଁକୁ ଆସି ପଙ୍କ ଭର୍ତ୍ତି ନାଳରେ ଫସିଲେ ୩ ହାତୀ

ନନ୍ଦିଘୋଷ ବ୍ୟୁରୋ: କଟକ ବଡମ୍ବା ରେ ଫସିଲେ ହାତୀ ପଲ। କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ବେଲିଆପାଳ ଗ୍ରାମରେ ଥିବା କିମ୍ଭିରି ନାଳରେ ଫସି ରହିଛନ୍ତି ୩ଟି ହାତୀ। ଦୁଇଟି ଦନ୍ତା ହାତୀ ଥିବାବେଳେ ଗୋଟିଏ ମାଈ ହାତୀ ଥିବା ସୂଚନା। ଘଟଣାସ୍ଥଳରେ ବନ କର୍ମଚାରୀ, ଅଗ୍ନିଶମ କର୍ମଚାରୀ, ବଡ଼ମ୍ବା ପୋଲିସ ପହଞ୍ଚିଛନ୍ତି। ନାଳଟି ପଙ୍କରେ ଭର୍ତ୍ତି ହୋଇଥିବାରୁ ହାତୀ ଫସି ଯାଇଥିବା ଜଣାପଡିଛି।

’ବର୍ଡର ୨’ ପୂର୍ବରୁ ଦର୍ଶକଙ୍କ ହୃଦୟକୁ ଛୁଇଁଛି ସନ୍ନି ଦେଓ୍ବଲଙ୍କ ଏହିସବୁ ଦେଶଭକ୍ତି ସିନେମା

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଦେଶଭକ୍ତି ସିନେମା ଦର୍ଶକଙ୍କ ମହଲରେ ସବୁବେଳେ ଆଦୃତ ହୋଇଥାଏ । ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ ଦର୍ଶକେ ବେଶ ପସନ୍ଦ କରିଥିଲେ । ସନ୍ନି ଦେଓଲଙ୍କ ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିବାବେଳେ ଏବେ ତାଙ୍କର ବହୁ ଫିଲ୍ମର ସ୍ବିକେଲ ଆସିବାକୁ ଯାଉଛି । ଏବେ ’ବର୍ଡର-୨’ ଆସିବାକୁ ଯାଉଛି । ଯାହାକି ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି । ତେବେ ’ବର୍ଡର-୨’ ପୂର୍ବରୁ ବହୁ ଦେଶଭକ୍ତି ସିନେମା ଦର୍ଶକଙ୍କ ମହଲରେ ଆଦୃତ ହୋଇଛି । ତେବେ ଆସନ୍ତୁ ନଜର ପକାଇବା ସନ୍ନି ଦେଓଲଙ୍କ କିଛି ଦେଶଭକ୍ତି ସିନେମା ଉପରେ..

ଦ ହିରୋ : ୨୦୦୩ ମସିହାରେ ରିଲିଜ ହୋଇଥିବା ’ଦ ହିରୋ ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ’ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ପ୍ରିୟଙ୍କା ଚୋପ୍ରା ଏବଂ ପ୍ରିତି ଜିଣ୍ଟା ଏହି ଫିଲ୍ମରେ ସନ୍ନିଙ୍କ ସହ ଅଭିନୟ କରିଛନ୍ତି ।

ବର୍ଡର: ୧୯୯୭ ମସିହାରେ ରିଲିଜ ହୋଇଥିଲା ବର୍ଡର । ୧୯୭୧ ମସିହାରେ ଭାରତ- ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି । ପ୍ରତ୍ୟେକ ଚରିତ୍ର ବେଶ ଭଲଭାବେ ନିଭାଇଥିଲେ ।

ଯାହାର ଏବେ ପାର୍ଟ ୨ ଆସିବାକୁ ଯାଉଛି ।

ମା ତୁଝେ ସଲାମ:  ଦୁଧ ମାଙ୍ଗେଙ୍ଗେ ତେ କ୍ଷୀର ଦେଙ୍ଗେ, କାଶ୍ମୀର ମାଙ୍ଗେଙ୍ଗେ ତୋ ଜିର୍ ଦେଙ୍ଗେ । ଏହି ଡାଇଲଗଟି ବେଶ ଭାଇରାଲ ହୋଇଥିଲା । ବର୍ଡର ଫିଲ୍ମର ଏହି ଡାଇଲଗ ଦର୍ଶକଙ୍କ ବେଶ ପସନ୍ଦ ହୋଇଥିଲା । ଫିଲ୍ମର କାହାଣୀ ସାଙ୍ଗକୁ ଷ୍ଟାରକାଷ୍ଟ ଚର୍ଚ୍ଚାରେ ରହିଥିଲା ।

ଇଣ୍ଡିଆନ: ଏହି ଫିଲ୍ମରେ ସନ୍ନି ଦେଓଲଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଶିଳ୍ପା ସେଟ୍ଟୀ । ଡିସିପି ରାଜ ଶେଖର ଭୂମିକାରେ ନଜର ଆସିଥିବାବେଳେ ଫିଲ୍ମର ଗୀତଗୁଡ଼ିକୁ ବେଶ ପସନ୍ଦ କରିଥିଲେ ଦର୍ଶକେ ।

ଗଦର: ଗଦର ଏକ ପ୍ରେମ କଥା ଯାହାକି ଏକ ଦେଶଭକ୍ତି ଫିଲ୍ମ । ପାକିସ୍ତାନକୁ ଯାଇ ହିରୋଇନକୁ ଆଣିବା ଏବଂ ସେହି ସିନ୍ ସମସ୍ତଙ୍କର ବେଶ ମନେ ରହିଛି । ଏହାସହ ଗଦର-୨ ମଧ୍ୟ ଦର୍ଶକଙ୍କ ମହଲରେ ଆଦୃତ ହୋଇଥିଲା ।

ବିଜେପି ନେତାଙ୍କ ଅଭିଯୋଗ, ଦିଲ୍ଲୀରେ ମୁସମାନ ସଂପ୍ରଦାୟ ରହୁଥିବା ଅଞ୍ଚଳରେ ମିଳୁଛି ପ୍ରଚୁର ପାଣି କିନ୍ତୁ ହିନ୍ଦୁଙ୍କୁ ମିଳୁନି ଜଳ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଜଳ ସଙ୍କଟ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ତେବେ ଜଳ ସଙ୍କଟ ଦିନକୁ ଦିନ ଯେତିକି ଜଟିଳ ହେବାରେ ଲାଗିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି । ଆପ ସରକାରଙ୍କୁ ଦୋଷ ଦେଉଛି ବିଜେପି । ବିଜେପି ନେତା କପିଲ୍ ମିଶ୍ର କହିଛନ୍ତି ହିନ୍ଦୁମାନେ ରହୁଥିବା ଅଞ୍ଚଳରେ ଠିକରେ ପାଣି ମିଳୁନାହିଁ । କିନ୍ତୁ ମୁସଲମାନ ସମ୍ପ୍ରଦାୟର ଲୋକେ ଅଧିକ ପାଣି ପାଉଛନ୍ତି । ହିନ୍ଦୁ ସଂପ୍ରଦାୟ ବିଜେପିକୁ ଭୋଟ ଦେଇଥିବାରୁ ଜାଣିଶୁଣି ଏଭଳି ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା । ଏପରିକି ସେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରି ମଧ୍ୟ କହିଛନ୍ତି । କେଜ୍ରିଓ୍ବାଲଙ୍କ ଅଧିନରେ ଜଳ ବିଭାଗ ଯାଉଥିବାବେଳେ ଲୋକଙ୍କୁ ପାଣି ମିଳୁନଥିବା ଦୁର୍ଭାଗ୍ୟଜନକ କଥା । ସେ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରିଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି ।

ଅମୀରଙ୍କୁ ଟକ୍କର ଦେବେନି କି ଅକ୍ଷୟ ?

ନନ୍ଦିଘୋଷ ବ୍ୟୁରୋ: ଅମୀର ଖାନ ଏବଂ ଅକ୍ଷୟ କୁମାରଙ୍କ ଫ୍ୟାନ, ଫଲୋର୍ସଙ୍କ ସଂଖ୍ୟା ଢ଼େର ରହିଛନ୍ତି । ଡିସେମ୍ବର ମାସରେ ଅକ୍ଷୟ କୁମାରଙ୍କ ଏକ ଫିଲ୍ମ ଆସିବାକୁ ଯାଉଛି । ମଲ୍ଟିଷ୍ଟାର ରହିଥିବା ଏହି ଫିଲ୍ମର ନାମ ହେଉଛି ’ଓ୍ବେଲକମ୍ ୨ ଦ ଦଙ୍ଗଲ’ । ଏହାସହ ଅମୀର ଖାନଙ୍କ ଅଭିନୀତ ଫିଲ୍ମ ’ସିତାରେ ଜମିନ ପର’ ଡିସେମ୍ବର ୨୦ରେ ରିଲିଜ ହେବାକୁ ଯାଉଛି । ତେବେ ଏହି ଖ୍ରୀଷ୍ଟମାସ ସମୟରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ରିଲିଜ ହେବ ବୋଲି କୁହାଯାଉଥିଲା । ମାତ୍ର ଏହି ଫିଲ୍ମର ରିଲିଜ ତାରିଖ ଘୁଞ୍ଚିବାକୁ ଯାଉଛି । ଏହି ଫିଲ୍ମରେ ବହୁ ବଡ଼ ବଡ଼ କଳାକାରମାନେ ଅଭିନୟ କରିବେ ବୋଲି କୁହାଯାଉଛି । ସଞ୍ଜୟ ଦତ୍ତ ଏହି ଫିଲ୍ମରେ ନଜର ଆସିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଥିଲା । ମାତ୍ର ସେ ଏଥିରୁ ନିଜର ନାମକୁ ପ୍ରତ୍ୟାହାର କରିବା ପରେ ଏଥିରେ ତାଙ୍କ ସ୍ଥାନରେ ନାନା ପାଟେକର ଅଭିନୟ କରୁଛନ୍ତି ।

ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ

ନନ୍ଦିଘୋଷ ବ୍ୟୁରୋ: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ l ମୃତକ ହେଲେ ଶlଳକ କୈଳାଶ ନାୟକ l ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭିଣୋଇ ଉଦୟ ନାୟକକୁ କାବୁ କରିବା ସହ ଦେଶି ବନ୍ଧୁକ ଜବତ କରିଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଅପରାହ୍ନରେ ଶାଳକ କୈଳାଶ କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ l ଏହି ସମୟରେ ଭିଣୋଇ ଉଦୟ ନିଜ ଦେଶି ବନ୍ଧୁକରେ କୈଳାଶଙ୍କୁ ଗୁଳି କରିଥିଲା l କୈଳାଶଙ୍କ ଛାତିରେ ୨ ରାଉଣ୍ଡ ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି l ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି l

ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ‘ଫି ଫେରସ୍ତ ନୀତି ୨୦୨୪-୨୫ ଜାରି

ନାମଲେଖା ଫି ଫେରସ୍ତ ନେଇ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ‘ଫି ଫେରସ୍ତ ନୀତି ୨୦୨୪-୨୫ ଜାରି ହୋଇଛି। ନାମଲେଖା ବାତିଲ୍ କିମ୍ବା ପ୍ରତ୍ୟାହାର ପରେ ଫି ଫେରସ୍ତକୁ ନେଇ ଅନେକ ଶିକ୍ଷାନୁଷ୍ଠାନ ମନମାନି କରୁଥିବାର ଅଭିଯୋଗ ଆସିଛି। ଏହାକୁ ଆଧାର କରି ୟୁଜିସି ପକ୍ଷରୁ ପଦକ୍ଷେପ ନିଆଯାଇଛି। ଫି ଫେରସ୍ତ ନେଇ ସ୍ବଚ୍ଛତା କରିବା ପାଇଁ ଏକ ଗାଇଡ୍‌ଲାଇନ୍ ଜାରି କରିଛି। ୟୁଜିସିର ଏକ ବୈଠକରେ ଏହାକୁ ନେଇ ଆଲୋଚନା କରାଯାଇଥିଲା। ଏହାପରେ ଫି ଫେରସ୍ତ ନୀତି ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି ।

ସରକାରୀ କ୍ବାଟରରୁ ଜୁନିୟର କ୍ଲର୍କଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ: ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର କ୍ଲର୍କ କ୍ଷୀରୋଦ କୁମାର ବଳଙ୍କ ମୃତ୍ୟୁ। ରେଢ଼ାଖୋଲ ଲୁକାପାଲି ଭଡା ଘରେ ପଡିରହିଛି ମୃତଦେହ । ଖବର ପାଇ ସମ୍ବଲପୁରରୁ ଲୁକାପାଲିରେ ପହଁଚିଛନ୍ତି କ୍ଷୀରୋଦଙ୍କ ପରିବାର ଲୋକ । ଦେହରେ ବସ୍ତ୍ର ନ ଥିବାବେଳେ ମୁହଁ ମାଡି ଖଟରେ ପଡିଥିବାରୁ ହତ୍ୟା ସନ୍ଦେହ କରିଛନ୍ତି ପରିବାର। ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ନିଆଁ ଲାଗି ୯୦ ବର୍ଷିୟା ବୃଦ୍ଧା ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ବୌଦ୍ଧ ଜିଲ୍ଲା ମଥୁରା ଗାଁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ। ନିଆଁ ଲାଗି ୯୦ ବର୍ଷିୟା ବୃଦ୍ଧା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ସହ ଦୁଇ ବଖରା ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।