ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ କେରେଡାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା l ରାଜନଗର ତହସିଲ ନିକଟରେ ଏକ ପଟାକୁ ସଂଶୋଧନ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା କଟକ ଭିଜିଲାନ୍ସ ଟିମ l ଦୀର୍ଘ ସମୟ ଧରି ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକକୁ ଭିଜିଲାନ୍ସ ଟିମ ଅନୁସରଣ କରିଥିଲା l ଅଭିଯୋଗକାରୀ ଟଙ୍କା ଦେବା ପରେ ନିରୀକ୍ଷକ ଟଙ୍କା ନେଇ ତହସିଲ ଅଫିସକୁ ଯିବା ବେଳେ ତହସିଲ ଆଗରୁ ଭିଜିଲାନ୍ସ ଟିମ ଧରି ଅଧିକ ପଚରା ଉଚରା ପାଇଁ କେନ୍ଦ୍ରାପଡ଼ା ଭିଜିଲାନ୍ସ ଅଫିସକୁ ନେଇଛି ।
କିଏ ସେହି ଝିଅ ? ଯାହା ପାଇଁ ଜୋହରାନ ମମଦାନି ଟ୍ରମ୍ପଙ୍କୁ ଲଗାଇଲେ ଫୋନ୍, ICE ଏଜେଣ୍ଟ ତୁରନ୍ତ ଛାଡି ଦେଲେ
କିଏ ସେହି ଝିଅ ? ଯାହା ପାଇଁ ଜୋହରାନ ମମଦାନି ଟ୍ରମ୍ପଙ୍କୁ ଲଗାଇଲେ ଫୋନ୍, ICE ଏଜେଣ୍ଟ ତୁରନ୍ତ ଛାଡି ଦେଲେ
ନନ୍ଦିଘୋଷ ବ୍ୟୁରୋ: ନ୍ୟୁୟର୍କ ମେୟର ଜୋହରାନ ମମଦାନି ଜଣେ ଯୁବତୀଙ୍କ ମୁକ୍ତି ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍ ଲଗାଇଲେ । ଆଉ ଏହି ଆଲୋଚନା ପରେ ପରେ ଏମ୍ଲିନା ଅଘାୟେଭା ନାମକ ଉକ୍ତ ଛାତ୍ରୀଙ୍କୁ ତୁରନ୍ତ ମୁକ୍ତ କରିଦିଆଗଲା । ଏମ୍ଲିନା ଏହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେବା ସହ ତାଙ୍କୁ ମୁକ୍ତ କରିଦିଆଯାଇଥିବାର ସୂଚନା ଦେଇଛନ୍ତି । ଏହାସହ ଜେଲରୁ ବାହାରିବା ପରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ, ଏମ୍ଲିନାଙ୍କ ସୋସିଆଲ ମିଡିଆରେ ବହୁତ ଫଲୋଅର୍ସ ରହିଛନ୍ତି । ୨୬ ଫେବ୍ରୁଆରୀରେ ଏମ୍ଲିନା କିଛି ଘଣ୍ଟା ଆଇସିଇ ହେପାଜତରେ ଥିଲେ । ଏବେ ଏହି ଯୁବତୀଙ୍କୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଶ୍ନ ଉଠୁଛି, କିଏ ଏହି ଯୁବତୀ ଯାହାଙ୍କ ପାଇଁ ମେୟର ରାଷ୍ଟ୍ରପତିଙ୍କୁ ଫୋନ୍ ଲଗାଇ ଦେଲେ ଓ ତାଙ୍କୁ ତୁରନ୍ତ ମୁକ୍ତି ମିଳିଗଲା ।
ଏମ୍ଲିନା କିଏ ?
ଏମ୍ଲିନା ଆମେରିକାର କଲୋମ୍ବିଆ ୟୁନିଭର୍ସିଟିରେ ପଢୁଛନ୍ତି । ତାଙ୍କର ସୋସିଆଲ ମିଡିଆରେ ଭଲ ଫଲୋଅର୍ସ ଅଛନ୍ତି । ଏହାସହ ସେ ଜଣେ ଇଫ୍ଲୁଏନ୍ସର ମଧ୍ୟ । ଏମ୍ଲିନା ଅଜରବାଇଜାନ ବାସିନ୍ଦା । ଏମ୍ଲିନା କହିଛନ୍ତି ତାଙ୍କର ଷ୍ଟୁଡେଣ୍ଟ ଭିସା ୨୦୧୬ରୁ ଶେଷ ହୋଇଯାଇଥିଲା । ଏହି କାରଣରୁ ଆଇସିଇ ତାଙ୍କୁ ଗିରଫ କରିଥିଲା । ସେ ୟୁନିଭର୍ସିଟିର ସ୍କୁଲ ଅଫ୍ ଜେନେରାଲ ଷ୍ଟଡିଜରେ ସିନିୟର ଅଛନ୍ତି । ଏହାସହ ନ୍ୟୁରୋସାଇନ୍ସ ଓ ପଲିଟିକାଲ ସାଇନ୍ସରେ ମେଜର କରୁଛନ୍ତି ।
ଜେଲରୁ ବାହାରିବା ପରେ ଏମ୍ଲିନା ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଅପଣମାନଙ୍କୁ ଧନ୍ୟବାଦ ଜଣାଉଛି । ମୁଁ କିଛି ସମୟ ପୂର୍ବରୁ ଜେଲରୁ ବାହାରିଛି । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । କିଛି ସମୟ ପୂର୍ବରୁ ଯାହା ଘଟିଗଲା ତାକୁ ନେଇ ବହୁତ ଚିନ୍ତାରେ ପଡ଼ିଛି । ସୂଚନାଯୋଗ୍ୟ ସୋସିଆଲ ମିଡିଆରେ ଏମ୍ଲିନାଙ୍କର ଏକ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।
ଜଙ୍ଗଲରେ ଚାଲିବନି ଜଙ୍ଗଲରାଜ ; ମାଓବାଦୀଙ୍କୁ ଡିଜିପିଙ୍କ ଶେଷ ଚେତାବନୀ
ନନ୍ଦିଘୋଷ ବ୍ୟୁରୋ : ଜଙ୍ଗଲରେ ଚାଲିବନି ଜଙ୍ଗଲରାଜ । ମାଓବାଦୀଙ୍କୁ ଡିଜିପିଙ୍କ ଶେଷ ଚେତାବନୀ । ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅ । ହିଂସା ଛାଡି ଅହିଂସାର ରାସ୍ତା ଆପଣାଅ । ନହେଲେ ଜେସାକୁ ତେସା ନୀତି ଆପଣାଇବା ଓଡିଶା ପୋଲିସ । କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନର ସମୟସୀମା ମାର୍ଚ୍ଚମାସ ୨୦୨୬ରେ ସରିବାକୁ ଯାଉଥିବାବେଳେ ମାଓ ଅପରେସନକୁ ଆହୁରି ଜୋରଦାର କରାଯାଇଛି । ସରକାରଙ୍କ ପକ୍ଷରୁ ଯେଉଁ ପୁନର୍ବାସ ଯୋଜନା କରାଯାଇଛି ତାର ଫାଇଦା ନେବାକୁ ଅପିଲ କରିଛନ୍ତି ପୋଲିସ ଡିଜି । ଏହାସହ ହତିୟାର ନେଇ ଆତ୍ମସମର୍ପଣ କଲେ ମିଳିବ ସରକାରୀ ସହାୟତା । କିନ୍ତୁ ହିଂସା ପଥ ଆପଣାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି ୱାଇ.ବି. ଖୁରାନିଆ ।
ଟି-୨୦ ବିଶ୍ବକପ୍: ଭାରତ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚ୍ ରଦ୍ଦ ହେଲେ କିଏ ଯିବ ସେମିଫାଇନାଲ ?
ଟି-୨୦ ବିଶ୍ବକପ୍: ଭାରତ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚ୍ ରଦ୍ଦ ହେଲେ କିଏ ଯିବ ସେମିଫାଇନାଲ ?
ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ସୁପର-୮ ମୁକାବିଲା କର ବା ମର ସ୍ଥିତି ସୃଷ୍ଟଇ କରିଛି । ମାର୍ଚ୍ଚ ୧ ତାରିଖରେ କୋଲକାତାର ଇଡେନ ଗାର୍ଡେନରେ ହେବାକୁ ଥିବା ଏହି ହାଇ ଭୋଲଟେଜ୍ ମ୍ୟାଚ୍ ଦୁଇ ଦେଶ ପାଇଁ ଫାଇନାଲ କହିଲେ ଭୁଲ ହେବ ନାହିଁ । ଏହି ମ୍ୟାଚର ଫଳାଫଳ ସ୍ଥିର କରିବ କିଏ ହେବ ଗ୍ରୁପ-୧ର ଦ୍ବିତୀୟ ସେମିଫାଇନାଲିଷ୍ଟ । ହେଲେ ବଡ଼ ପ୍ରଶ୍ନ ହେଲା ଯଦି କୌଣସି କାରଣରୁ ଏହି ମ୍ୟାଚ୍ ରଦ୍ଦ ହୋଇଗଲା ତେବେ କ’ଣ ହେବ ? କେଉଁ ଟିମକୁ ମିଳିବ ସେମିଫାଇନାଲ ଟିକେଟ୍ ? କ’ଣ କହୁଛି ଆଇସିସି ନିୟମ ?
ମ୍ୟାଚ୍ ରଦ୍ଦ ହେଲେ କ’ଣ ହେବ ?
ଗ୍ରୁପ-୧ର ପଏଣ୍ଟସ୍ ଟେବୁଲରେ ବର୍ତ୍ତମାନ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଦୁଇ ପଏଣ୍ଟ ଲେଖାଏଁ ପାଇ ସମାନ ସ୍ଥିତିରେ ରହିଛନ୍ତି । ହେଲେ ନେଟ ରନ୍ ରେଟକୁ ଦେଖିଲେ ଭାରତ ତୃତୀୟ ସ୍ଥାନରେ ରହିଛି । ଯଦି ମ୍ୟାଚ୍ ହେଲା, ତେବେ ଯେଉଁ ଟିମ୍ ଜିତିବ ୪ ପଏଣ୍ଟ ସହ ସିଧାସଳଖ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ ଟିକେଟ୍ ହାତେଇବ । ହେଲେ ବର୍ଷା ହୋଇ କିମ୍ବା ଅନ୍ୟ କୌଣସି କାରଣରୁ ଯଦି ମ୍ୟାଚ୍ ରଦ୍ଦ ହୋଇଗଲା ତେବେ ଆଇସିସି ନିୟମ ଅନୁସାରେ ଦୁଇ ଟିମକୁ ଗୋଟିଏ ଲେଖାଏଁ ପଏଣ୍ଟସ୍ ମିଳିବ । ଏମିତି ସ୍ଥିତିରେ ଦୁଇ ଦଳର ପଏଣ୍ଟସ ୩-୩ ହୋଇଯିବ । ଏହାପରେ ନେଟ୍ ରନ୍ ରେଟ୍ ଅନୁସାରେ ଦ୍ବିତୀୟ ସେମିଫାଇନାଲିଷ୍ଟ ସ୍ଥିର କରାଯିବ । ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜର ନେଟ୍ ରନ୍ ରେଟ୍ +୧.୭୯୧ ରହିଛି । ସେହିପରି ଭାରତର ନେଟ୍ ରନ୍ ରେଟ୍ -୦.୧୦୦ ରହିଛି । ଏହାକୁ ଦେଖିଲେ ଓ୍ବେଷ୍ଟଇଣ୍ଡିଜ୍ ଦୃଢ଼ ସ୍ଥିତିରେ ରହିଛି । ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ମ୍ୟାଚ୍ ରଦ୍ଦ ହୁଏ ତେବେ ଆଇସିସି ନିୟମ ଅନୁସାରେ ଓ୍ବେଷ୍ଟଇଣ୍ଡିଜକୁ ସେମିଫାଇନାଲ ଟିକେଟ ମିଳିଯିବ ଓ ଭାରତ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବ ।
ମ୍ୟାଚ୍ ଦିନ କେମିତି ରହିବ କୋଲକତାର ପାଣିପାଗ ?
ପାଣିପାଗ ରିପୋର୍ଟ ଅନୁସାରେ ମାର୍ଚ୍ଚ ୧ ତାରିଖରେ କୋଲକାତାରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । ମ୍ୟାଚ୍ ସମୟରେ ବି ମୌସମ ସଫା ରହିବାର ଅନୁମାନ କରାଯାଉଛି । ଏହାର ଅର୍ଥ ବର୍ଷାକୁ ନେଇ ଭାରତୀୟ ସମର୍ଥକଙ୍କୁ ଚିନ୍ତା କରିବାର କିଛି କାରଣ ନାହିଁ । ପୂରା ମ୍ୟାଚର ମଜା ଉଠାଇ ପାରିବେ ଦର୍ଶକ ।
ତାଲିବାନଠାରୁ ବଞ୍ଚିବାକୁ ସାଉଦିର ଶରଣରେ ପାକିସ୍ତାନ, ରକ୍ଷା କରିବାକୁ କରୁଛି ବିନତି
ତାଲିବାନଠାରୁ ବଞ୍ଚିବାକୁ ସାଉଦିର ଶରଣରେ ପାକିସ୍ତାନ, ରକ୍ଷା କରିବାକୁ କରୁଛି ବିନତି
ନନ୍ଦିଘୋଷ ବ୍ୟୁରୋ: ତାଲିବାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ସ୍ଥିତି ଗମ୍ଭୀର । ତାଲିବାନର ପାଲଟା ଆକ୍ରମଣରେ ପାକିସ୍ତାନରେ ଭୟର ବାତାବରଣ । ଜୀବନ ବଞ୍ଚାଇବାକୁ ପାକିସ୍ତାନ ସାଉଦି ଆରବ ଶରଣରେ ପଶିଛି । ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମାମଲାର ପ୍ରଭାରୀ ଇଶାକ ଡାର ସାଉଦି ବିଦେଶ ମନ୍ତ୍ରୀଙ୍କୁ ଫୋନ କରି କଥା ହୋଇଛନ୍ତି । ସାଉଦି ବିଦେଶ ମନ୍ତ୍ରାଳୟ ଅନୁସାରେ କ୍ଷେତ୍ରରେ ଅସ୍ତିରତା କେମିତି କମିବ ସେ ନେଇ ସେ ନେଇ ପାକିସ୍ତାନ ପକ୍ଷରୁ ଆଲୋଚନା କରାଯାଇଛି । ସୂଚନାଯୋଗ୍ୟ, ସାଉଦି ଓ ପାକିସ୍ତାନ ପରସ୍ପର ରକ୍ଷା ସହଯୋଗୀ । ଏମିତି ସ୍ଥିତିରେ ଏହି ଫୋନ୍ କଲ ବହୁତ ଗୁରୁତ୍ବ ରଖୁଛି ।
ସାଉଦି ମନ୍ତ୍ରାଳୟ ଅନୁସାରେ, କାବୁଲରେ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଆମ ବିଦେଶ ମନ୍ତ୍ରୀ ପ୍ରିନ୍ସ ଫ୍ୟଜଲ ବିନ୍ ରହମାନଙ୍କୁ ଫୋନ କରିଥିଲେ ।
ସାଉଦିକୁ ପ୍ରଥମ କଲ୍ କାହିଁକି ?
୧. ସାଉଦି ଆରବ ପାକିସ୍ତାନର ରକ୍ଷା ସହଯୋଗୀ । ଗତବର୍ଷ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହି ଅନୁସାରେ ଗୋଟିଏ ଦେଶ ଉପରେ ଆକ୍ରମଣ ଦୁଇ ଦେଶ ଉପରେ ଆକ୍ରମଣ ବୋଲି ଧରାଯିବ । ଏମିତି ସ୍ଥିତିରେ ଯଦି ପାକିସ୍ତାନ ତାଲିବାନ ସହ ଯୁଦ୍ଧ ଆଗକୁ ବଢ଼ାଏ ତେବେ ସାଉଦି ଆରବକୁ ବି ଓହ୍ଲାଇବାକୁ ପଡ଼ିବ । ଏହି କାରଣରୁ ପାକିସ୍ତାନ ପ୍ରଥମ କଲ୍ ସାଉଦି ଆରବକୁ ଲଗାଇଛି ।
୨. ସାଉଦି ଆରବ ଦୀର୍ଘଦିନରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବୁଝାମଣା କରିବାକୁ ଲାଗିଛି । ସାଉଦି କାରଣରୁ କିଛିଦିନ ପୂର୍ବେ ଆଫଗାନିସ୍ତାନ ତିନି ଜଣ ପାକିସ୍ତାନୀ ସୈନିକଙ୍କୁ ଛାଡିଥିଲା । ହେଲେ, ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିବା ଦ୍ବାରା ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି । ସାଉଦି ପୁଣି ଥରେ ମଧ୍ୟସ୍ଥତା କରିବ ବୋଲି ପାକିସ୍ତାନ ଆଶା ରଖିଛି ।
୩. ସାଉଦି ଓ ତାଲିବାନ ମଧ୍ୟରେ ପ୍ରାୟ ୪୦ ମିଲିୟନ ଡଲାରର ବେପାର ହୋଇତାଏ । ଏହାବାଦ ୨୦୨୧ରୁ ୨୦୨୪ ମଧ୍ୟରେ ମାନବୀୟ ସହାୟତା ଭାବେ ସାଉଦି ତାଲିବାନକୁ ୭୦ ମିଲିୟନ ଡଲାର ଦେଇଛି । ଏମିତି ସ୍ଥିତିରେ ସାଉଦି ବି ଚାହିଁବ ନାହିଁ ଦୁଇ ଦେଶ ଯୁଦ୍ଧକୁ ଓହ୍ଲାନ୍ତୁ ।
ତାଲିବାନ କବଜାରେ ପାକିସ୍ତାନର ୧୯ ଚେକ୍ ପୋଷ୍ଟ, ୫୫ ଯବାନ ମୃତ
ଆଫଗାନିସ୍ତାନ ସରକାରଙ୍କ ପ୍ରବକ୍ତା ଜବିବୁଲ୍ଲାହ ମୁଜାହିଦଙ୍କ ଅନୁସାରେ ଆଫଗାନିସ୍ତାନ ଏକ ଅପରେସନରେ ପାକିସ୍ତାନର ୧୯ ଚେକ୍ ପୋଷ୍ଟକୁ ନିଜ ନିୟନ୍ତ୍ରଣକୁ ନେଇଛି । ଏହି ଅପରେସନ ବେଳେ ପାକିସ୍ତାନର ୫୫ ଯବନାଙ୍କ ମୃତ୍ୟୁ ଘଟିଛି । ଏହାବାଦ ଆମେ କିଛି ଯବନାଙ୍କୁ ଧରିଛୁ । ଅନ୍ୟପକ୍ଷେ ପାକିସ୍ତାନ କହୁଛି, ସେ କାବୁଲ ଓ କାନ୍ଧାରରେ ଏୟାର ଷ୍ଟ୍ରାଇକ କରିଛି । ଯେଉଁଥିରେ ୧୩୩ ଲୋକଙ୍କ ମୃତ୍ୟୁ ଘଟିଛି ।
ଦିଲ୍ଲୀ ମଦନୀତି ମାମଲା ; ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କୁ ଦୋଷମୁକ୍ତ କଲେ ଦିଲ୍ଲୀ ହାଇକୋର୍ଟ
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ମଦନୀତି ମାମଲା । ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କୁ ଆଶ୍ବସ୍ତି । ମାମଲାରେ ଉଭୟଙ୍କୁ ଦୋଷମୁକ୍ତ କଲେ ଦିଲ୍ଲୀ ହାଇକୋର୍ଟ । ସ୍ବେଶାଲ ଜଜ ଜଷ୍ଟିସ ଜୀତନ୍ଦ୍ର ସିଂ ଉଭୟଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଏହାସହ ମାମଲାରେ ଜଡ଼ିତ ସମସ୍ତ ୨୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି ହାଇକୋର୍ଟ । ଏହାସହ ୨୦୨୦ ନିର୍ବାଚନ ମାମଲାର ଶୁଣାଣି ପାଇଁ ମନା କଲେ ହାଇକୋର୍ଟ । ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ ଡି.କେ ଉପାଧ୍ୟାୟ ଓ ଜଷ୍ଟିସେ ତଜସ କାରିଆଙ୍କ ଖଣ୍ଡପୀଠ ଏହାକୁ ଉଚ୍ଚନ୍ୟାୟାଳୟର ଶୁଣାଣି ଯୋଗ୍ୟ ନଥିବା ଦର୍ଶାଇ ସୁପ୍ରମକୋର୍ଟକୁ ଯିବାକୁ ପରାମର୍ଶ ଦେଇଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ଗତ ଅଗଷ୍ଟ ୯ ତାରିଖରେ ସିସୋଦିଆଙ୍କୁ ମିଳିଥିଲା ଜାମିନ । ନିଜ ଆବେଦନରେ ସିସୋଦିଆ କହିଛନ୍ତି ଜାମିନ ମିଳିବା ପରଠାରୁ ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ୬୦ ଥର ହାଜର ହେବା ସହ ବିଚାର ପ୍ରକ୍ରିୟାର ସମସ୍ତ ୧୮ଟି ଯାକ ତାରିଖରେ ହାଜର ହୋଇଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ଗତ ୨୦୨୩ ଫେବ୍ରୁଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ସେପଟେ ଏହି ରାୟ ପରେ ସତ୍ଯର ବିଜୟ ହୋଇଥିବା କହିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।
କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ; ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚାଲିଲା ଡ୍ରୋଜର
ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଆଜି ସକାଳୁ ବଡ଼ ଧରଣର ଉଛେଦ ଅଭିଯାନ କରିଛି ବିଏମସି । BMC ପକ୍ଷରୁ ଡ୍ରେନ ଉପରେ ଅବରୋଧ କରି ଦଖଲ ରଖାଯାଇଥିବା ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଡ୍ରୋଜର ଚାଲିଛି । ଭଙ୍ଗାଯାଇଛି ଘର ଓ ଦୋକାନ । ମେୟର ଓ କମିଶନରଙ୍କ ଉପସ୍ଥିତିରେ ହୋଇଛି ସଫେଇ ଓ ଉଛେଦ । ବହୁଦିନ ଧରି ଜବରଦଖଲ କରି ରଖାଯାଇଥିବା ଅବୈଧ ଗଠନକୁ ହଟାଯାଇଛି । କ୍ୟାପିଟାଲ ହସ୍ପିଟାଲ ପଛ ପଟେ ଥିବା ରାସ୍ତାକୁ ମାଡ଼ିଥିବା ଗଛ କଟାଯିବା ସହ ଡ୍ରେନ ସଫା କରାଯାଇଛି । ଯାତାୟାତ ସୁବିଧା ବୃଦ୍ଧି ଲକ୍ଷ୍ୟରେ ଏହି ଅଭିଯାନ କରିଛି BMC । ପୂର୍ବରୁ ପଡି ରହିଥିବା ଆମ୍ବୁଲାନ୍ସକୁ ଅନ୍ୟତ୍ର ଉଠାଯାଇଛି । ତେବେ କୌଣସି ସୂଚନା ନଦେଇ ହଟାତ ଉଛେଦକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଛେଦ ପରେ ଶୀଘ୍ର ପୁନର୍ବାସ ଓ ଘର ବ୍ୟବସ୍ଥା ପାଇଁ BMC ନିକଟରେ ଦାବି ରଖିଛନ୍ତି ପରିବାର । କ୍ୟାପିଟାଲ ହସ୍ପିଟାଲ ପଛ ଅଞ୍ଚଳରେ ଅନ୍ଧାରୁଆ ରହିଥିଲା ଅବୈଧ ଦୋକାନ ସହିତ ମଦପ୍ୟ ମାନଙ୍କ ସଂଖ୍ୟା ବଢ଼ୁଥିଲା । ଆଜି ଉଛେଦ ସହ କ୍ୟାପିଟାଲ ମେଡିକାଲ ପଛ ପଟେ ପଡ଼ିଥିବା ଅଳିଆ ଗଦା BMC ପକ୍ଷରୁ ସଫା କରାଯାଇଛି ।
ବହୁ ଚର୍ଚ୍ଚିତ ଓଲିଉଡ କଳାକାର ନିକିତା ହତ୍ୟା ମାମଲା ; ସ୍ବାମୀଙ୍କୁ ଆଜୀବନ ସଜ୍ଜା
ନନ୍ଦିଘୋଷ ବ୍ୟୁରୋ : ବହୁ ଚର୍ଚ୍ଚିତ ଓଲିଉଡ କଳାକାର ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ସ୍ବାମୀ ଲିପନ ସାହୁଙ୍କୁ ଆଜୀବନ ସଜ୍ଜା । କଟକ ତୃତୀୟ ଏଡିଜେ କୋର୍ଟ ଶୁଣାଇଲେ ରାୟ । ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଘରୋଇ ହିଂସା ମାମଲାରେ ଲିପନଙ୍କ ମାଁ ଓ ବାପାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ୪ ଜାନୁଆରୀ ୨୦୧୯ରେ କଟକ ମହାନଦୀ ବିହାରରେ ଥିବା ଆପାର୍ଟମେଣ୍ଟ ଛାତରୁ ପଡ଼ିବାରୁ ନିକିତା ଗୁରୁତର ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଵାମୀ ଲିପନ ତାଙ୍କୁ ଛାତରୁ ଠେଲି ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ନିକିତାଙ୍କ ପରିବାର । ଏହାସହ ତାଙ୍କୁ ଯୌତୁକ ଜନିତ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା।
କୂଅରେ ପଡି ହାତୀଛୁଆ ମୃତ ; ମୃତ ହାତୀଛୁଆକୁ ଉଦ୍ଧାର କଲା ବନ ବିଭାଗ
ନନ୍ଦିଘୋଷ ବ୍ୟୁରୋ : କୂଅରେ ପଡି ହାତୀଛୁଆ ମୃତ । କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଖସିପଡି ଏକ ହାତୀଛୁଆର ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପିଡ଼ିଥିଲା ହାତୀଛୁଆ । ମୃତ ହାତୀଛୁଆକୁ ଉଦ୍ଧାର କଲା ବନ ବିଭାଗ । ଗତକାଲି ରାତି ୩ଟା ସମୟରେ ଏକ ୧୦ଟିକିଆ ହାତୀପଲ କାଠବାଉଁଶୁଳି ନିକଟରେ ରାସ୍ତା ପାର୍ ହେଉଥିବା ସମୟରେ ନିକଟରେ ଏକ କୂଅ ଭିତରେ ଏହି ୧ ବର୍ଷ ବୟସର ଛୁଆ ହାତୀଟି ପଡ଼ି ଯାଇଥିଲା । ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ, ଉପରୁ ପଥର ଖସି ଛୁଆ ହାତୀ ମୁଣ୍ଡରେ ବାଜିଥିଲା । ଫଳରେ ଛୁଅହାତୀର ମୃତ୍ୟୁ ଘଟିଥିଲା । ପରେ ବନ ବିଭାଗ, ହାତୀ ଛୁଆ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପଦ୍ମପୁର ନର୍ସରୀରେ ପୋତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ।
ଜନ୍ମଦିନ ରିଲ୍ସ କରି ଗୁଣ୍ଡା ହେବା ପଡିଲା ମହଙ୍ଗା ; ମାମଲା ରୁଜୁ କରି ୩ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ
ନନ୍ଦିଘୋଷ ବ୍ୟୁରୋ : ଜନ୍ମଦିନ ରିଲ୍ସ କରି ଗୁଣ୍ଡା ହେବା ପଡିଲା ମହଙ୍ଗା l ଭାଇରଲ ପରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଶିଳ୍ପାଞ୍ଚଳ ଥାନା ସାନ କେରଜାଙ୍ଗ ଅଞ୍ଚଳରେ l ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଗୁଣ୍ଡା ଷ୍ଟାଇଲ୍ରେ ୧୮ ସେକେଣ୍ଡର ଭିଡିଓ ସୁଟ କରି ଭାଇରାଲ କରିଥିଲେ l ପୋଲିସ ଜାଣିବା ପରେ ଘଟଣାକୁ ଗୁରୁତର ସହିତ ନେଇ ସାନ କେରଜାଙ୍ଗ ଗ୍ରାମର ତିନି ଯୁବକ ସୁଶାନ୍ତ ନାୟକ, ରୋହନ ନାୟକ, ସୁଧାଂଶୁ ନାୟକ ଗିରଫ କରି କୋର୍ଟ ଚାଲାଣ କରିଛି l ସାନକେରଜେଙ୍ଗ–ବଡକେରଜେଙ୍ଗ ଗ୍ରାମ ମୁଖ୍ୟ ରାସ୍ତା ପାଖରେ ଥିବା ସୁନାକେରଜେଙ୍ଗ କ୍ରିକେଟ ପଡ଼ିଆରେ କିଛି ଯୁବକ ଲମ୍ବା ଖଣ୍ଡା ଓ ଭୁଜାଲି ଦେଖାଇ କେକ୍ କାଟି ସୁଧାଂଶୁ ନାୟକ ଓ ସୁଶାନ୍ତ ନାୟକଙ୍କ ଜନ୍ମଦିନ ପାଳନ କରୁଥିଲେ । ଏହା ପରେ ସେମାନେ ଜନଗହଳି ସ୍ଥାନରେ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିଥିଲେ। ରୋହିତ ନାୟକ ଓ ମନ୍ମଥ ନାୟକ ଖଣ୍ଡା ଧରିଥିବା ବେଳେ, ରୋହନ ନାୟକ ଧମକମୂଳକ ଡାଇଲଗ ଦେଉଥିଲେ । ଏହାକୁ ରେକର୍ଡ କରି ଇନଷ୍ଟଗ୍ରାମ ଆଇଡିରେ ଅପଲୋଡ କରିଥିଲେ । ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଅସ୍ତ୍ର ଓ ଭିଡିଓ କରିଥିବା ବ୍ୟବହୃତ ମୋବାଇଲ୍ ଫୋନ୍ ଜବତ କରି ଯୁବକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

