spot_img
Home Blog Page 1910

ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ପଣା ବାଣ୍ଟିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ପଣା ବାଣ୍ଟିଲେ ବିଧାୟକ ସୁର ରାଉତରାୟ। ଭୁବନେଶ୍ବର ଜୟଦେବ ଭବନ ଠାରେ ବେଲ ପଣା ବାଣ୍ଟିବା ସହ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଉପସ୍ଥିତ ଲୋକଙ୍କ ସହ ବାଟୋଇଙ୍କୁ ପଣା ବାଣ୍ଟି ଖୁସି ପ୍ରକାଶ କରିଛନ୍ତି ବିଧାୟକ ସୁର ରାଉତରାୟ । ଏହା ସହ ଆମ୍ବେଦକର ଜୟନ୍ତୀର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେପଟେ ସବୁବେଳେ ବିରୋଧୀଙ୍କୁ ଟାର୍ଗେଟ କରି କଟାକ୍ଷ ସୁର କିନ୍ତୁ କହିଛନ୍ତି କି, ଆଜି କୌଣସି ରାଜନୀତି କଥା କହିବିନାହିଁ । ଆଜି ହେଉଛି ଏକ ପବିତ୍ର ଦିନ ।

ପ୍ରଚାର ଆରମ୍ଭ କଲେ ଲେଖାଶ୍ରୀ ସାମନ୍ତସିଂହାର

ବାଲେଶ୍ବର: ବାଲେଶ୍ବରରେ ପ୍ରଚାର ଆରମ୍ଭ କଲେ ବିଜୁ ଜନତା ଦଳର ବାଲେଶ୍ବର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିରରେ ପହଞ୍ଚି ଲେଖାଶ୍ରୀ ପୂଜାର୍ଚ୍ଚନା କରିବା ସହିତ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। କ୍ଷୀରଚୋରାଙ୍କ ଆଶୀର୍ବାଦ ନେଇ ଲେଖାଶ୍ରୀ ବିଦ୍ଧିବଦ୍ଧ ଭାବେ ଆଜିଠାରୁ ପ୍ରଚାର ଆରମ୍ଭ କରିଛନ୍ତି। ଶତାଧିକ କର୍ମୀମାନେ ପ୍ରଚାର ଅଭିଯାନରେ ଯୋଗ ଦେଇଥିଲେ ।

ଦୁର୍ଘଟଣାରେ ବାପା – ଝିଅ ମୃତ

ଭଦ୍ରକ: ଭାରସାମ୍ୟ ହରାଇ କଲଭର୍ଟକୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ବାପା ଝିଅ ମୃତ। ଶାଶୁ ବୋହୂ ଗୁରୁତର । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଜସୋଟିକିରି ଠାରେ ଘଟିଛି ଏ ଦୁର୍ଘଟଣା।ଗୋଆରୁ ହାୱଡା ଯିବା ବେଳେ କଲଭର୍ଟକୁ ଧକ୍କା ଦେଇଛି କାର। ଗୋଆରୁ ହାୱଡା ଅଭିମୁଖେ କାରରେ ଆସୁଥିଲେ। ଦୁର୍ଘଟଣା ପରେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଦୁର୍ଘଟଣାଗ୍ରସ୍ତ କାରରୁ ୫ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ବାପାଝିଅଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଅନ୍ୟ ୩ ଜଣ ଗୁରୁତର ରହିଛନ୍ତି। ଗୁରୁତରଙ୍କ ମଧ୍ୟରେ ଶାଶୁବୋହୂ ଥିବା ଜଣାପଡିଛି।

ମହିଳାଙ୍କୁ ଅସମ୍ମାନ କରୁଛି ବିଜେପି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ମହିଳାଙ୍କୁ ଅସମ୍ମାନ କରୁଛି ବିଜେପି। ଧମକ ଦେଇ ଭୟଭୀତ କରୁଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେପି ନେତା, କର୍ମୀ ଓ ପ୍ରାର୍ଥୀମାନେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି । ଆଶା ଓ ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ମହିଳାଙ୍କ ପରି ତୃଣମୂଳ ସ୍ତରରେ କାମ କରୁଥିବା ମହିଳାଙ୍କ ଚରିତ୍ର ସଂହାର ସହ ଧମକାଉଛନ୍ତି ବିଜେପି ନେତା। ସରକାରୀ ଅଧିକାରୀଙ୍କୁ ବଦଳି କରିବା ଦେବାକୁ ଧମକ ଦିଆଯାଉଛି। କେନ୍ଦ୍ରରେ ବିଜେପି ସରକାର ଥିବାରୁ ନିର୍ବାଚନ କମିଶନଙ୍କୁ କହି  ବଦଳି କରିଦେବାକୁ ବିଜେପି ନେତା ଧମକ  ଦେଉଛନ୍ତି। ନିର୍ବାଚନରେ ବିଜେପି ପାଇଁ କାମ କରିବାକୁ ଧମକ ଦିଆଯାଉଛି। ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ କାର୍ଯ୍ଯାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି ବିଜେଡି। ଔଷଧ ବିକଳରେ ତାଟିଆ କାମୁଡ଼ିଲେ କିଛି ହେବ ନାହିଁ । ମହିଳାମାନେ ସମସ୍ତଙ୍କ ପାଇଁ କାମ କରୁଛନ୍ତି। ତାଙ୍କୁ ସମ୍ମାନ ଦିଅନ୍ତୁ। ଗୁଣ୍ଡାଗର୍ଦ୍ଦିକୁ ମହିଳା ବରଦାସ୍ତ କରିବେନି। ନିର୍ବାଚନରେ ଉଚିତ୍ ଜବାବ ଦେବେ ବୋଲି ବିଜେଡି କହିଛି।

ଚିତ୍ରକୋଣ୍ଡା ବିଜେପି ପ୍ରାର୍ଥୀ ଡମ୍ବରୁ ଶିଶାଙ୍କ ପ୍ରାର୍ଥୀତ୍ବକୁ ବିରୋଧ

ଭୁବନେଶ୍ବର: ବିଜେପିରେ ଟିକେଟ ବିବାଦ ଜାରି। ରବିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ବିଜେପି କର୍ମୀମାନେ ରାଜ୍ୟ କାର୍ଯ୍ୟାଳୟକୁ ସମ୍ଭାବ୍ୟ ପ୍ରାର୍ଥୀ ଡମ୍ବରୁ ଶିଶାଙ୍କୁ ଦୃଢ଼ ବିରୋଧ କରିଛନ୍ତି। ଚିତ୍ରକୋଣ୍ଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡମ୍ବରୁ ଶିଶା ୧ କୋଟି ୭ ଲକ୍ଷ ଟଙ୍କା ଦେଇ ଟିକେଟ ଆଣିବେ ବୋଲି ପ୍ରଚାର କରୁଛନ୍ତି। ଏହି ଅପପ୍ରଚାରର ସଂଶୟ ଦୂର କରିବାକୁ ଏବଂ ଡମ୍ବରୁଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଛନ୍ତି ବିଜେପି କର୍ମୀ। ଡମ୍ବରୁ ଶିଶା ପ୍ରାର୍ଥୀ ହେଲେ ଜିଲ୍ଲାର ବିଜେପି କର୍ମୀ ଏହାର ବିରୋଧ କରିବାକୁ ଅଣ୍ଟା ଭିଡିଛନ୍ତି।

ମହୁଲ ଫୁଲ ଗୋଟାଇବାକୁ ଯାଇ ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ଢେଙ୍କାନାଳ: ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ଗୋବରୀ ମୁଣ୍ଡାସାହିର ସୁରୁ ମୁଣ୍ଡା। ସୁରୁ ଭୋର ସମୟରୁ ମହୁଲ ଫୁଲ ଗୋଟାଇବା ପାଇଁ ଗାଁ ପାଖ ଚାଙ୍ଗୁରିଆପାଳ ଜଙ୍ଗଲକୁ ଯାଇଥିଲେ। ସେଠାରେ ମହୁଲ ଫୁଲ ଗୋଟାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡିଥିଲେ ସୁରୁ । ଦନ୍ତା ହାତୀଟି ତାଙ୍କୁ କଚାଡି ମାରିଥିଲା। ତେବେ ଘଟଣା ସ୍ଥଳରେ ହିଁ ସୁରୁଙ୍କର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ମହାବୀରୋଡ଼ ଥାନା ପୋଲିସ ଏବଂ ବନ ବିଭାଗ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି।  ହାତୀ ଆକ୍ରମଣକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାପଡିଛି।

 

ପ୍ରଚାର ବେଳେ ହକି ଷ୍ଟାଡିୟମ୍ ନିର୍ମାଣର କାହାଣୀ ବଖାଣିଲେ ବିଜେଡ଼ି ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବରରେ ଏକ ହକି ଷ୍ଟାଡିୟମ୍ ପାଇଁ କହିଥିଲି ହେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ସହିତ ରାଉରକେଲା ଠାରେ ବିଶ୍ବ ସ୍ତରୀୟ ହକି ଷ୍ଟାଡିୟମ ଏବଂ ସୁନ୍ଦରଗଡ଼ ଜିଲ୍ଲା ରେ ୧୭ ଟି ବ୍ଲକ ରେ ୧୭ ଟି ଆଷ୍ଟ୍ର ଟର୍ଫ୍ କରିକିଦେଲେ । ଏକ ନିର୍ବାଚନୀ ସଭାରେ ଆଦିବାସୀ ସାଦରୀ ଭାଷାରେ ଭାଷଣ ଦେଲା ବେଳେ ଏମିତି କହିଛନ୍ତି ବିଜେଡ଼ି ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ । ସେ କହିଥିଲେ ୨୦୦୩ ରେ ଯେତେବେଳେ ସେ ଭାରତୀୟ ହକି ଦଳର କ୍ୟାପଟେନ ଥିଲେ ଭୁବନେଶ୍ବରରେ ଏକ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଯୋଗ ଦେଇଥିଲେ । ସେଇଠି ମୁଖ୍ୟମନ୍ତ୍ରୀ ଙ୍କୁ କହିଥିଲେ ଭୁବନେଶ୍ବରରେ ଏକ ହକି ଷ୍ଟାଡିୟମ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ କହିଲେ ଖଣ୍ଡେ ଲେଖିକି ଦିଅ । ଲେଖିକି ଦେଲା ପରେ କ୍ରୀଡା ବିଭାଗର ଏକ ଟିମ୍ ଗଠନ ହେଲା ଏବଂ ତା ପରେ ପ୍ରତିଷ୍ଠା ହେଲା କଳିଙ୍ଗ ହକି ଷ୍ଟାଡିୟମ୍ । ଦିଲୀପ ଆହୁରି କହିଲେ ମୁଁ କେବଳ ଷ୍ଟାଡିୟମ୍ ପାଇଁ କହିଥିଲି ମୁଖ୍ୟମନ୍ତ୍ରୀ ବିଶ୍ବ ସ୍ତରୀୟ ଷ୍ଟାଡିୟମ୍ କରିକି ଦେଲେ ଯେଉଁଠି ଆଜି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳା ଯାଉଛି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଙ୍କ ହକି ପ୍ରତି ଭଲ ପାଇବା ଏଥିରୁ ପ୍ରମାଣିତ ହୁଏ ଯେ ରାଉରକେଲା ଠାରେ ବିଶ୍ବ ର ସବୁଠାରୁ ବଡ ହକି ଷ୍ଟାଡିୟମ୍ ।  ୧୭ ଟି ବ୍ଲକ ରେ ୧୭ ଟି ଆଷ୍ଟ୍ର ଟର୍ଫ୍ ନିର୍ମାଣ କରିଛନ୍ତି । ଆଜି ହକି ପାଇଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ବ ଦରବାର ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ତାହା କେବଳ ମୁଖ୍ୟମନ୍ତ୍ରୀ ଙ୍କ ଦୂର ଦୃଷ୍ଟି ଯୋଗୁଁ।

 

ଇସ୍ରାଏଲ ଉପରେ ୨ଶହରୁ ଅଧିକ ଡ୍ରୋନ ଆକ୍ରମଣ କଲା ଇରାନ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ଉପରେ ଇରାନର ହମଲା । ଇସ୍ରାଏଲ ଉପରେ ୨ଶହରୁ ଅଧିକ ଡ୍ରୋନ ଆକ୍ରମଣ କରିଛି ଇରାନ। ଏଥିରୁ ଶହେ ଡ୍ରୋନକୁ  ନଷ୍ଟ କରିବାରେ ସମର୍ଥ ହୋଇଛି ଇସ୍ରାଏଲ। ଡ୍ରୋନ ହମଲା ସହ ବାଲିଷ୍ଟିକ ମିସାଇଲ, କ୍ରୁଜ ମିସାଇଲରେ ହମଲା କରିଛି ଇରାନ। ଡାମାସ୍କସ ସ୍ଥିତ ଦୂତାବାସ ଆକ୍ରମଣର ଜବାବ ଦେଇଛି ଇରାନ। ଇରାନର ଇସଲାମିକ ରିଭଲ୍ଯୁସନାରୀ ଗାର୍ଡ ପକ୍ଷରୁ ଏହି  ହମଲା କରାଯାଇଛି। ଅନେକ ଡ୍ରୋନକୁ ଧ୍ବଂସ କଲେ ଆମେରିକା ଓ ଇଂଲଣ୍ଡର ସେନାବାହିନୀ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ବାଇଡେନ ଆଲୋଚନା କରିଛନ୍ତି। ଇସ୍ରାଏଲ ଉପରେ  ଆକ୍ରମଣ ଲାଗି ବହୁ ବର୍ଷ ତଳୁ ଇରାନ କରିଥିଲା ଯୋଜନା। ଆକ୍ରମଣ ପରେ ସମଗ୍ର ଇସ୍ରାଏଲରେ ଆଲର୍ଟ ଜାରି ହୋଇଛି। ସ୍କୁଲ, କଲେଜ ସବୁ ବନ୍ଦ କରଯାଇଛି। ଏୟାରସ୍ପେସକୁ ସାମୟିକ ବନ୍ଦ କଲେ ଜୋର୍ଡାନ, ଇରାକ ଓ ଲେବାନନ। ସେପଟେ ଇସ୍ରାଏଲକୁ ସାହାଯ୍ୟ କରିବା ଲାଗି ଆମେରିକା ଖୋଲାଖୋଲି ଘୋଷଣା କରିଛି। ଇସ୍ରାଏଲ ଉପରେ ଆକ୍ରମଣ ପରେ ଜାତିସଂଘ ଜରୁରୀ ବୈଠକ ଡାକିଛି। ଆକ୍ରମଣକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ନିନ୍ଦା କରିଛନ୍ତି। ଗତବର୍ଷ ଅକ୍ଟୋବର ୭ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ବିଗିଡିଛି ସ୍ଥିତି। ଆକ୍ରମଣକୁ ୟୁରୋପୀୟ ସଂଘ, ବ୍ରିଟେନ, ଫ୍ରାନ୍ସ, ମେକ୍ସିକୋ ନିନ୍ଦା କରିଛନ୍ତି। ଡେନମାର୍କ, ନରଓ୍ବେ, ନେଦରଲ୍ଯାଣ୍ଡସ ମଧ୍ୟ ନିନ୍ଦା କରିଛନ୍ତି। କୌଣସି ରାଷ୍ଟ୍ର ନିଜର ଆକାଶମାର୍ଗକୁ ଇସ୍ରାଏଲର ବ୍ଯବହାର ଲାଗି ଦିଅନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି। ସେପଟେ ବିଭିନ୍ନ ରାଷ୍ଟ୍ରକୁ ଚେତାବନୀ ଦେଇଛନ୍ତି ଇରାନ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ରେଜା। ଆକାଶ ମାର୍ଗକୁ ଅନୁମତି ଦେଲେ ସ୍ଥିତି ଭୟଙ୍କର ହେବ ବୋଲି କହିଛି ଇରାନ।ଅନ୍ଯପଟେ ଇସ୍ରାଏଲରେ ଓ୍ବାର କ୍ଯାବିନେଟରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ଯାହୁ। ସମର୍ଥନ ଲାଗି ଆମେରିକା, ବ୍ରିଟେନ ଓ ଫ୍ରାନ୍ସକୁ ଧନ୍ଯବାଦ ଜଣାଇଲେ ନେତନ୍ୟାହୁ। ଜୋର୍ଡାନ, ଇରାକ ସହ ବ୍ରିଟେନବି ଇସ୍ରାଏଲର ସୁରକ୍ଷାକୁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।

 

ବଢ଼ୁଛି ଖରାର ପ୍ରକୋପ, ଜନ ଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ପାରଦ। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳରେ ବି ବଢିଛି ତାତି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ଆସନ୍ତା ଦୁଇ ଦିନ ମଧ୍ୟରେ  ୧୨ ରୁ ୧୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ। ବିଶେଷ କରି ଆଭ୍ୟନ୍ତରୀଣ ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ । କାଲିଠୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲା କେନ୍ଦୁଝର, ମୟୁରଭଂଜ, ଯାଜପୁର, ଢେ଼ଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, କଟକ, କନ୍ଧମାଳ, କୋରାପୁଟ, ମାଲକାନଗିରି, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବାକି ୨୦ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଜିଲ୍ଲାରେ ବି ଅଗ୍ନିବର୍ଷା ନେଇ ଆକଳନ କରାଯାଇଛି । ୧୭ରୁ ୨୦ ଆକାଶରୁ ବର୍ଷିବ ନିଆଁ । ଅଧିକାଂଶ ସହରରେ ୪୩ ରୁ ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା। ଅସହ୍ୟ ପାଣିପାଗ ସ୍ଥିତି ପାଇଁ ସତର୍କ କଲା ପାଣିପାଗ କେନ୍ଦ୍ର। ଶରୀର ପାଇଁ ଘାତକ ହୋଇପାରେ ଉଷ୍ମ ଓ ଆର୍ଦ୍ର ପାଣିପାଗ । ଆଜି ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ଗଞ୍ଜାମ ଏବଂ ଜଗତସିଂହପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ ତାପମାତ୍ରା ୩୯ ଡିଗ୍ରୀ ମଧ୍ୟରେ ରହିବା ସହ ଆର୍ଦ୍ରତା ୬୦ ରୁ ୭୦ ପ୍ରତିଶତ ରହିବ । ଫଳରେ ଏକ ଅସହ୍ୟ ପାଗ ସୃଷ୍ଟି ହେବ ।

ଯାଜପୁର ପୌରପାଳିକାରେ ପ୍ରଚାର ଆରମ୍ଭ କଲା ବିଜେଡି

ଯାଜପୁର: ଯାଜପୁର ପୌରପାଳିକାରେ ପ୍ରଚାର ଆରମ୍ଭ କଲା ବିଜେଡି। ସ୍ଥାନୀୟ ବିରଜା କଲ୍ୟାଣ ମଣ୍ଡପରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେଲେ ବିଜେଡି ବିଧାୟିକା ପ୍ରାର୍ଥିନୀ ସୁଜାତା ସାହୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରକୁ ପାଥେୟ କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି। ବିଜେଡି ପ୍ରାର୍ଥୀନି ସୁଜାତାଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ବିଜୟୀ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ କର୍ମୀ ସମ୍ମିଳନୀରେ ଜନ ସାଧାରଣଙ୍କୁ ଆହ୍ବାନ ଦିଆଯାଇଛି। ୧୮ନମ୍ବର ୱାର୍ଡ ର ଶତାଧିକ ମହିଳା, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା କୁ ଟାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।