spot_img
Home Blog Page 1917

ବିଜେପି ନେତାଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲେ ଖୋର୍ଦ୍ଧା ଜିଲ୍ଲାର କର୍ତ୍ତବ୍ୟରତ ସାମ୍ୱାଦିକ

ଖୋର୍ଦ୍ଧା: ବିଜେପି ନେତାଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲେ ଖୋର୍ଦ୍ଧା ଜିଲ୍ଲାର କର୍ତ୍ତବ୍ୟରତ ସାମ୍ବାଦିକ। ଖୋର୍ଦ୍ଧା ଛଣଗିରିରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରିକୁ ତୀବ୍ର ବିରୋଧ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ଏହାପୂର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ ସାମ୍ବାଦିକ।

ଗତକାଲି ଛଣଗିରିରେ ଖବର ସଂଗ୍ରହବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ବିଜେପିର ଜନବିରୋଧୀ ନେତା ପ୍ରଶାନ୍ତ ଜଗଦ୍ଦେବ। ଏନେଇ ତାଙ୍କ ବିରୋଧରେ ଥାନାରେ ଏତଲା ମଧ୍ଯ ଦାୟର ହୋଇଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସର ରଣକୌଶଳ, ଓଡିଶା ଆସିବେ ସୋନିଆ ଗାନ୍ଧୀ

କୋରାପୁଟ: ନିର୍ବାଚନ ରଣକୌଶଳ ପାଇଁ ପ୍ରସ୍ତୁତ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ ଷ୍ଟାର ପ୍ରଚାରକ। ମେ’ ପ୍ରଥମ ସପ୍ତାହରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓଡିଶା ଆସିବାର ଯୋଜନା କରାଯାଇଛି।

ମେ ୧୩ରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ରହିଛି। କୋରାପୁଟ ଗସ୍ତରେ ଆସିବେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ରାୟଗଡ଼ା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ। ସୋନିଆ ରାହୁଲଙ୍କ ସହ ଷ୍ଟାର ପ୍ରଚାରକ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କୋରାପୁଟ ଲୋକସଭା ଅନ୍ତର୍ଗତ ଗୁଣୁପୁର, ରାୟଗଡା, ବିଷମକଟକ ଓ ଜୟପୁର ନିର୍ବାଚନ ମଣ୍ଡଳୀରେ ଯୋଗ ଦେବାର ଯୋଜନା କରାଯାଇଛି। ତେଲୁଗୁ ଭୋଟର ବା ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କହ୍ନେୟା କୁମାର ରୋଡ ସୋ କରିବେ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା।

ଆସନ୍ତା ୧୯ ତାରିଖରେ କୋରାପୁଟରେ ନାମାଙ୍କନ ପତ୍ର ଦାଖଲ କରିବେ ସପ୍ତଗିରି। ଆଜି ଜୟପୁର ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକରେ ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ବିଧାୟକ ତାରା ପ୍ରସାଦ ବାହିନିପତି ଓ ଜିଲ୍ଲାର ଅନ୍ୟ ୪ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଏକାଠି ହୋଇ ଆଲୋଚନା କରିବା ସହ ନିର୍ବାଚନ ପାଇଁ ଗୁରୁମନ୍ତ୍ର ନେଇଛନ୍ତି ।

ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଓ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ କାମ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଦେହାନ୍ତ ଖବର ଶୁଣି ଅତ୍ଯନ୍ତ ମର୍ମାହତ ବୋଲି କହିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ଯମନ୍ତ୍ରୀ।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ସୁଦୀର୍ଘ କ୍ଯାରିଅରରେ ଓଡ଼ିଶାର ଉନ୍ନତିପାଇଁ ତାଙ୍କ କାମକୁ ସ୍ମରଣ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି। ରାଜ୍ଯପାଳ ରଘୁବର ଦାସ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ରାଜ୍ଯସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମଧ୍ଯ କମଳାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଗଦତି କାମନା କରିଛନ୍ତି।

ବିଜୁ ଜନତା ଦଳରେ ୪ ନେତାଙ୍କୁ ନୂଆ ଦାୟିତ୍ଵ

ଭୁବନେଶ୍ୱର: ବିଜୁ ଜନତା ଦଳରେ ୪ ନେତାଙ୍କୁ ନୂଆ ଦାୟିତ୍ଵ ଦିଆଯାଇଛି। ବିଜେଡିର ଭୁବନେଶ୍ଵର ସାଂଗଠନିକ ଜିଲ୍ଲାରେ ୪ ନେତାଙ୍କୁ ପ୍ରଦାନ କରାଯାଇଛି ନୂଆ ଦାୟିତ୍ଵ। ବଦ୍ରି ନାରାୟଣ ମିଶ୍ର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ସଦାଶିବ ଜେନା ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ସୁଲେଖା ରଥ ବିଜେଡି ଭୁବନେଶ୍ଵର ସାଂଗଠନିକ ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।

ସେହିପରି କାଳି ଚରଣ ସିଂହଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି ।

 

ବିଜେଡି ପ୍ରାର୍ଥୀ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବାକୁ ନବୀନ ନିବାସରେ ପହଞ୍ଚିଲେ ପ୍ରାର୍ଥୀ

ଭୁବନେଶ୍ୱର: ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ। ବିଜେଡିର ଚତୁର୍ଥ ପର୍ଯ୍ଯାୟ ପ୍ରାର୍ଥୀ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ ଏବଂ ତାଙ୍କ ଆଶୀର୍ବାଦ ନେବା ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ବହୁ ପ୍ରାର୍ଥୀ।

ବାଲେଶ୍ବର ଲୋକସଭା ଆସନ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର, ଭୁବନେଶ୍ବର-ମଧ୍ଯ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଓ ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ନବୀନ ନିବାସରେ ପହଞ୍ଚିଛନ୍ତି। ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପ୍ରଭୁ ଜlନି, ତାଳଚେର ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ନର୍ଲା ପ୍ରାର୍ଥୀ ମନୋରମା ମହାନ୍ତି ଓ ସମ୍ବଲପୁର ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ପହଞ୍ଚିଛନ୍ତି।

ନିର୍ବାଚନରେ ବିଜୟ ପାଇଁ ସମସ୍ତେ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେବା ସହ ପ୍ରାର୍ଥୀ କରିଥିବାରୁ ଧନ୍ଯବାଦ ଅର୍ପଣ କରିଛନ୍ତି। ବିଧାୟକ ପ୍ରାର୍ଥୀ ପ୍ରଭୁ ଜlନୀ, ଅନନ୍ତ ନାରାୟଣ ଜେନା, ରୋହିତ ପୂଜାରୀ, ଗୀତାଞ୍ଜଳି ରାଉତରାୟ, ବ୍ରଜ ପ୍ରଧାନ, ମନୋରମା ମହାନ୍ତି, ପ୍ରସନ୍ନ ଆଚାର୍ଯ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି ।

ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ରାଜ୍ଯ ମୁଖ୍ଯ ନିର୍ବାଚନଙ୍କ ନିକଟରେ ଫେରାଦ ହେଲା ବିଜେଡି। ଖୋର୍ଦ୍ଧା ଛଣଗିରିରେ ବିଧାୟକଙ୍କ ମନମାନି ନେଇ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ବିଜୁ ଜନତା ଦଳ। ପ୍ରଶାନ୍ତ ଜଗଦ୍ଦେବଙ୍କ ହିଂସା ଆଚରଣ ନେଇ ଫେରାଦ ହୋଇଛି। ଖୋର୍ଦ୍ଧା ଛଣଗିରିରେ ଆକ୍ରମଣ କରିଥିଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କ ହିଂସାତ୍ମକ ଆଚରଣ ନେଇ ଜଣାଇଛନ୍ତି। ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରଶାନ୍ତ ଜଗଦ୍ଦେବ।

ସାଂସଦ ପ୍ରାର୍ଥୀଙ୍କ ଉପସ୍ଥିତିରେ ଏ ମରଣାନ୍ତକ ଆକ୍ରମଣ ହୋଇଛି। ସାମ୍ବାଦିକଙ୍କ ପେଟ, ପିଠି, ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା। ଆକ୍ରମଣ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିରବ କାହିଁକି ବୋଲି ପ୍ରଶ୍ନ ପଚାରିଛି ବିଜେଡି। ଥାନା ଅଧିକାରୀଙ୍କୁ ମଧ୍ୟ ଧମକ ଦେଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ସାମ୍ବାଦିକ ଦେଇଥିବା ଏଫଆଇଆରକୁ ଚିରିଦେବାକୁ ସେ ଧମକ ଦେଇଛନ୍ତି। ନଚିରିଲେ ECIଙ୍କୁ କହି ବଦଳି କରାଇଦେବାକୁ ଧମକ ଦେଇଛନ୍ତି।

ଗାଁ କ୍ଳବ ଘରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଙ୍କୀ: ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର। କଟକ ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଥିବା ନୂଆ ସାହି କ୍ଳବ ଘର ଭିତରୁ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ଘର ବାହାରେ ପଡିରହିଛି ଖଣ୍ଡା, ମୋବାଇଲ ଓ ଚପଲ। ମୃତ ଯୁବକ ଜଣକ ସେହି ଗାଁର ଶୀତଲ ସାହୁ ବୋଲି ପରିଚୟ ମିଳିଛି।

ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟା ସନ୍ଦେହରୁ ବିଭିନ୍ନ ଦିଗକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ।

ନବୀନ ନିବାସରେ ସିନେ କଳାକାରଙ୍କ ଭିଡ଼

ଭୁବନେଶ୍ୱର: ନବୀନ ନିବାସରେ କଳାକାରଙ୍କ ଭିଡ଼। ସିନେ ଅଭିନେତା ଏବଂ ଗୀତିକାରମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ଅଭିନେତା, ଅଭିନେତ୍ରୀ, ଗୀତିକାର ଏବଂ ହାସ୍ୟ ଅଭିନେତା। ଏଥିରେ ଅଭିନେତା ସ୍ୱରାଜ ବାରିକ, ଅମ୍ଲାନ ଦାସ, ସମ୍ବିତ, ଦେବାଶିଷ, ପପୁ ପମପମଙ୍କ ସହ କମେଡିଆନ ସନ୍ତୁ, ଶଙ୍କର, ଗୁଡୁ ଓ ଅଭିନେତ୍ରୀ ଭୂମିକା, ଲିପ୍ସା ଓ ନିକିତା ସାମିଲ ଥିଲେ।

ଏଥିରେ ହାସ୍ୟ କଳାକାର ସହ ଏବଂ ୟୁଟ୍ୟୁବର ମାନେ ମଧ୍ୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟର ବିକାଶଧାରା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ସମସ୍ତ କଳାକାର।

ପାଣି ଚାମ୍ବରରେ ପଡ଼ି କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ପାଣି ଚାମ୍ବରରେ ପଡ଼ି କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ୱାଟକୋରେ କାର୍ଯ୍ଯରତ ଥିବା ଜଣେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଡ୍ୟୁଟି ସମୟରେ ଘଟିଛି ଅଘଟଣ । ମୃତବ୍ୟକ୍ତି ହେଲେ ବଳରାମ ଗୌଡ଼। ସୂଚନା ଅନୁୟାୟୀ, CRP ଛକ ଠାରେ ଥିବା ପାଣି ଚାମ୍ୱର ଚେକିଂ କରିବା ପାଇଁ ଗତକାଲି ଅପରାହ୍ନରେ ଯାଇଥିଲେ। ପାଣି ଚାମ୍ବର୍ ଭିତରେ ଦୀର୍ଘ ୪-୫ ଘଣ୍ଟା ପର୍ଯ୍ୟନ୍ତ ପଡ଼ି ରହିଥିଲେ। ହେଲେ କୌଣସି ବ୍ୟକ୍ତି ଦେଖିନଥିଲେ। ଏପରିକି ତାଙ୍କ ସହ ଯାଇଥିବା ବ୍ୟକ୍ତି ମଧ୍ୟ ବଳରାମଙ୍କୁ ଦେଖି ପାରିନଥିଲେ ।

ଚାମ୍ବରର ଚାବି ଖୋଲିବାକୁ ଯାଇଥିବା ସମୟରେ ଗଳିପଡିଥିବା ଅନୁମାନ କରାଯାଉଛି । ୪-୫ ଘଣ୍ଟା ପଡ଼ିରହିବା ପରେ ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖା ଯାଇଛି। ଅପରପକ୍ଷେ ବଳରାମଙ୍କୁ କୌଣସି ବ୍ୟକ୍ତି ପାଣି ଚାମ୍ବର୍ ଭିତରକୁ ଠେଲି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ବିଜେପି କର୍ମୀଙ୍କ ଦାଦାଗିରି, ଆଖଣ୍ଡଳମଣିଙ୍କ ପୀଠରେ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ

ଆରଡି: ବିଜେପିରେ ମିଶ ନଚେତ ମାଡ଼ ଖାଅ। ଆରଡୀ ଆଖଣ୍ଡଳମଣିଙ୍କ ପୀଠରେ ସେବାୟତଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଜଣେ ସେବାୟତ ସେବାପୂଜା ସାରି ଫେରୁଥିବା ସମୟରେ ମନ୍ଦିରର ପଶ୍ଚିମଦ୍ବାର ନିକଟରେ ବିଜେପି ଦଳର କିଛି କର୍ମୀ ରକ୍ତମୁଖା ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବାବାଜିଙ୍କୁ ବିଜେପିରେ ମିଶିବାକୁ ବାଧ୍ୟ କରିଥିଲେ ବିଜେପି କର୍ମୀ। ହେଲେ ସେ ମନକରିବାରୁ ୫ରୁ ୬ ଜଣ ବିଜେପି କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଆରଡିଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ସେବାୟତ ।

ସୂଚନା ଅନୁଯାୟୀ, ସେବାୟତଙ୍କୁ ବିଜେପିର କିଛି କର୍ମୀ ନାଲିଆଖି ଦେଖାଇ କହିଥିଲେ ଯେ, ବିଜେପି ହେବୁ ବିଜେପି କଥା କହିବୁ ନହେଲେ ତୋତେ ବାଡେଇକି ଏଇଠି ଜୀବନରୁ ମାରିଦେବୁ। ସେବାୟତ ତାଙ୍କ କଥାରେ ରାଜି ନହେବାରୁ ୪ରୁ ୬ଜଣ ବିଜେପି କର୍ମୀ ବାଡି ଠେଙ୍ଗାରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ଧାର କ୍ରମେ ଜୀବନ ବଞ୍ଚାଇ ଦୌଡି ପଳାଇଥିଲେ ସେବାୟତ। ପରେ ସେବାୟତ ଆରଡିଫାଣ୍ଡିରେ ବିଜେପି ଦଳର ଆରଡିର ମୁଖ୍ଯ ଦେବଦତ୍ତ ପାଢୀଙ୍କ ପୁଅ କାଳିଆ ପାଢୀ ତାଙ୍କ ଭାଇ ବଳରାମ, ଅଜିତ, ପଞ୍ଚୁଆ, ଶଙ୍କରର୍ଷଣ ପ୍ରମୁଖଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।