ପାଣି ଚାମ୍ବରରେ ପଡ଼ି କର୍ମଚାରୀଙ୍କ ମୃତ୍ୟୁ

1 min read

ଭୁବନେଶ୍ୱର: ପାଣି ଚାମ୍ବରରେ ପଡ଼ି କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ୱାଟକୋରେ କାର୍ଯ୍ଯରତ ଥିବା ଜଣେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଡ୍ୟୁଟି ସମୟରେ ଘଟିଛି ଅଘଟଣ । ମୃତବ୍ୟକ୍ତି ହେଲେ ବଳରାମ ଗୌଡ଼। ସୂଚନା ଅନୁୟାୟୀ, CRP ଛକ ଠାରେ ଥିବା ପାଣି ଚାମ୍ୱର ଚେକିଂ କରିବା ପାଇଁ ଗତକାଲି ଅପରାହ୍ନରେ ଯାଇଥିଲେ। ପାଣି ଚାମ୍ବର୍ ଭିତରେ ଦୀର୍ଘ ୪-୫ ଘଣ୍ଟା ପର୍ଯ୍ୟନ୍ତ ପଡ଼ି ରହିଥିଲେ। ହେଲେ କୌଣସି ବ୍ୟକ୍ତି ଦେଖିନଥିଲେ। ଏପରିକି ତାଙ୍କ ସହ ଯାଇଥିବା ବ୍ୟକ୍ତି ମଧ୍ୟ ବଳରାମଙ୍କୁ ଦେଖି ପାରିନଥିଲେ ।

ଚାମ୍ବରର ଚାବି ଖୋଲିବାକୁ ଯାଇଥିବା ସମୟରେ ଗଳିପଡିଥିବା ଅନୁମାନ କରାଯାଉଛି । ୪-୫ ଘଣ୍ଟା ପଡ଼ିରହିବା ପରେ ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖା ଯାଇଛି। ଅପରପକ୍ଷେ ବଳରାମଙ୍କୁ କୌଣସି ବ୍ୟକ୍ତି ପାଣି ଚାମ୍ବର୍ ଭିତରକୁ ଠେଲି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।