spot_img
Home Blog Page 1932

ସମ୍ପର୍କୀୟଙ୍କ ଝଗଡ଼ା ମେଣ୍ଟାଇବାକୁ ଯିବା ହେଲା କାଳ, ଛୁରାମାଡ଼ରେ ଯୁବକ ମୃତ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ପଢାଳ ହରିଜନ ସାହିରେ  ଅଭାବନୀୟ ଘଟଣା l ଦୁଇ ପରିବାରର ଝଗଡ଼ା ମେଣ୍ଟାଇବାକୁ ଯାଇ ଜୀବନ ହାରିଲେ ଯୁବକ । ସମ୍ପର୍କୀୟଙ୍କ ଝଗଡ଼ାର ସମାଧାନ କରିବା ବେଳେ ଛୁରା ମାଡରେ ଋଷି ନାୟକ ନାମକ ଯୁବକଙ୍କ ମୃତ୍ୟୁ । ମୃତ ଋଷି ହେଲେ ଧରାକୋଟ ତାଳପାଟଣା ଅଞ୍ଚଳର ।

ମହାବାରୁଣୀ ବୁଡ଼ ପକାଇବା ନେଇ ତାଳପାଟଣା ଗାଁର ଋଷି ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ କୌଣସି କାରଣକୁ ନେଇ ଦୁଇ ସମ୍ପର୍କୀୟଙ୍କ ମଧ୍ୟରେ ଝଗଡା ଲାଗିଥିଲା l ଝଗଡା ଛଡାଇବାକୁ ଯାଇଥିବା ଋଷିଙ୍କୁ ଛୁରୀ ଭୁସିଲେ ସମ୍ପର୍କୀୟ l ଗୁରୁତର ଅବସ୍ଥାରେ ଋଷିକୁ ସ୍ଥାନୀୟ ଲୋକେ ଆସିକା ମେଡିକାଲ ରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ କୋଟିନଟା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆକ୍ରମଣ କରି କଳାକନା ବୁଲାଇଲେ ଦୁର୍ବୃତ୍ତ

ପିପିଲି: ପିପିଲି ସରସ୍ବତୀପୁର ଅଞ୍ଚଳରେ ବଡ଼ ଧରଣର ଲୁଟ । ବିଳମ୍ବିତ ରାତିରେ ଘରେ ପଶି ଲୁଟିଲେ ଦୁର୍ବୃତ୍ତ । ପ୍ରତିବାଦ କରିବାରୁ କଲେ ଆକ୍ରମଣ ।

ମିଳିଥିବା ସୂଚନା ଅନୁସାରେ ସରସ୍ୱତୀପୁର ପଞ୍ଚାୟତ ଦକ୍ଷିଣସାହି ଚକ ଖରିଜା ସାହିରେ ହୋଇଛି ଲୁଟ । ଦୁର୍ବୃତ୍ତମାନେ ଘରେ ପଶି ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟିଛନ୍ତି । ପରିବାର ଲୋକେ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଫଳରେ ରବୀନ୍ଦ୍ର ନାଥ ମହାପାତ୍ର, ତାଙ୍କ ପତ୍ନୀ, ପୁଅ ଓ ବୋହୂ ଆହତ ହୋଇଛନ୍ତି । ସମସ୍ତ ଆହତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପିପିଲି ଏସଡିପିଓ ଏବଂ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ପାର୍କ ଓ ଚା’ ଖଟିରେ ମନ୍ମଥ, ନେଉଛନ୍ତି ଲୋକଙ୍କ ଆଶୀର୍ବାଦ

ଭୁବନେଶ୍ବର: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଜମୁଛି ପ୍ରଚାର । ବିଜେଡି ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ପ୍ରଚାରକୁ ଜୋରଦାର କରିଛି । ଆଜି ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ ସହ ରାଜଧାନୀର ବିଭିନ୍ନ ପାର୍କ ଓ ଚା’ ଖଟିକୁ ଯାଇ ଲୋକଙ୍କ ସହ ମିଶିଛନ୍ତି ।

ଅଶୋକଙ୍କ ସହ କଳିଙ୍ଗ ନଗର ଅଞ୍ଚଳର ବିଭିନ୍ନ ପାର୍କ ଓ ଚା’ ଖଟିକୁ ଯାଇ ଲୋକଙ୍କ ସହ ସମ୍ପର୍କ ଯୋଡିଛନ୍ତି ମନ୍ମଥ । ସକାଳୁ ସକାଳୁ ଏପିଜେ ଅବଦୁଲ କଲାମ ପାର୍କ, ଆନନ୍ଦ ବନ, ଜୟଦେବ ବାଟିକା ପରିସରରେ ବୁଲି ଲୋକଙ୍କ ସହ କଥା ହୋଇ ସୁଖ ଦୁଃଖ ବୁଝୁଛନ୍ତି ମନ୍ମଥ । ମାଆ, ମାଉସୀ ଓ ବରିଷ୍ଠ ନାଗରିକ ମନ୍ମଥଙ୍କୁ କୋଳେଇ ନେଇ ଆର୍ଶୀବାଦ ଦେଉଛନ୍ତି । ଏହି ଆର୍ଶୀବାଦ ଓ ସ୍ନେହକୁ ନେଇ ନିର୍ବାଚନରେ ବିଜୟ ଲାଭ କରିବେ ବୋଲି ଆଶା ରଖିଛନ୍ତି ମନ୍ମଥ ।

ଗୋଟିଏ ପଟେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଚାରିଆଡୁ ନିଜ ଦଳ ଭିତରେ ବିରୋଧର ସମ୍ମୁଖୀନ ହେଉଛନ୍ତି । ହେଲେ, ବିଜେଡି ପ୍ରାର୍ଥୀ ମନ୍ମଥଙ୍କୁ ଲୋକେ ହୃଦୟରୁ ଆଶୀର୍ବାଦ ଦେଉଛନ୍ତି । ଆଉ ଲୋକଙ୍କ ଭଲ ମନ୍ଦ ବୁଝି, ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ମନ୍ମଥ ।

ସୂଚନାଯୋଗ୍ୟ, ଲୋକଙ୍କ ପାଖରୁ ଭଲ ପାଇବା ପାଇ ଭାବବିହ୍ବଳ ହୋଇ ଯାଇଛନ୍ତି ମନ୍ମଥ । ଲୋକଙ୍କୁ ଭେଟିବା ପରେ କହିଛନ୍ତି, ‘ମୋ ଉପରେ ଲୋକଙ୍କ ଆଶୀର୍ବାଦ ଅଛି ଜାଣିଥିଲି । ହେଲେ ଏତେ ଭଲ ପାଇବା ଓ ଆଶୀର୍ବାଦ ମିଳିବ କେବେ ଭାବି ନଥିଲି ।’

ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ବର: ରାଜ୍ୟ ବିଜେପିରେ ଅଲ ଇଜ୍ ନଷ୍ଟ ଓ୍ବେଲ । ପ୍ରାର୍ଥୀ ଘୋଷଣା ପରେ ବିଦ୍ରୋହର ନିଆଁରେ ଜଳୁଛି ରାଜ୍ୟ ବିଜେପି । କିଏ ରାଜ୍ୟ କାର୍ଯ୍ୟାଳୟକୁ ଆସି ହୋହାଲ୍ଲା କରୁଛି ତ କିଏ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ନଦେବାକୁ ଖୋଲା ଧମକ ଦେଉଛି । ଏହାରି ଭିତରେ ଦଳରେ ଇସ୍ତଫା ପର୍ବ ଜାରି ରହିଛି । ଏହି କ୍ରମରେ ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦଳରୁ ଇସ୍ତଫା ଦେଇଛନ୍ତି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ଲେଖାଶ୍ରୀ । ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ବିଜେପିରେ ଉପସଭାପତି ଥିଲେ ଲେଖାଶ୍ରୀ ।

ଦୁର୍ଘଟଣାରେ ଆହତ ଦଣ୍ଡୁଆଙ୍କୁ ଭେଟିଲେ ଆସିକା ବିଜେଡି ପ୍ରାର୍ଥୀ ରଞ୍ଜିତା

ବ୍ରହ୍ମପୁର: ପିକଅପ୍ ଭ୍ୟାନ ଦୁର୍ଘଟଣାରେ ଆହତ ଦଣ୍ଡୁଆଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଯାଇ ଭେଟିଲେ ଆସିକାର ବିଜେଡି ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ । ଆହତଙ୍କୁ ଭେଟିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପରିବାର ବର୍ଗକୁ ଭେଟି ସମବେଦନା ଜଣାଇଛନ୍ତି । ଏଥିସହ ବିଭାଗୀୟ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ରଞ୍ଜିତା ।

ରାଜ୍ଯ ସରକାରଙ୍କ ପକ୍ଷରୁ ଚିକିତ୍ସିତ ହେଉଥିବା ବ୍ଯକ୍ତିଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି । ସେମାନଙ୍କ ଆଶୁ ଚିକିତ୍ସା କାମନା କରିବା ସହ ଦୁର୍ଘଟଣାରେ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ରଞ୍ଜିତା ।

ସୂଚନାଯୋଗ୍ୟ, ଦଣ୍ଡୁଆମାନଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ ହିଞ୍ଜିଳିକାଟୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଦହିମୁଣ୍ଡୁଳି ଦଣ୍ଡନାଚର ୨ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ରୁ ଊର୍ଦ୍ଧ୍ବ ଦଣ୍ଡୁଆ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସରକାରୀ ଡାକ୍ତର ଘରୋଇ ହସ୍ପିଟାଲରେ ଚିକିତ୍ସା କରିବା ପ୍ରସଙ୍ଗରେ ନୋଟିସ୍ ଜାରି

କଟକ: ସରକାରୀ ଡାକ୍ତର ଘରୋଇ ହସ୍ପିଟାଲରେ ଚିକିତ୍ସା କରିବା ବିରୋଧରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି ହାଇକୋର୍ଟ । ଏହି ପ୍ରସଙ୍ଗରେ ସରକାରଙ୍କୁ ନୋଟିସ ଜାରି କରିବା ସହିତ ଜବାବ ତଲବ କରିଛନ୍ତି କୋର୍ଟ । ଆଇନଜୀବୀ ନାରାୟଣ ଚନ୍ଦ୍ର ଜେନାଙ୍କ ଦ୍ଵାରା ହୋଇଥିଲା ଏହି ଆବେଦନ ।

ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରି ଶରଣ ସିଂହ ଏହି ଆବେଦନକୁ ୨ ଜଣିଆ ଖଣ୍ଡପୀଠ ଶୁଣାଣି କରି 4 ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କଟକ ଏସସିବି ବଡ଼ ମେଡିକାଲ ସମେତ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରୁ ରୋଗୀଙ୍କୁ ବାହାର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଉଥିବା ଅଭିଯୋଗ ହୋଇଥିଲା  । ସମ୍ପୃକ୍ତ ହସ୍ପିଟାଲ କଲରେ ଏହି ରୋଗୀଙ୍କୁ ସେଠାରେ ସରକାରୀ ଡାକ୍ତର ଯାଇ ଚିକିତ୍ସା କରୁଛନ୍ତି । ଫଳରେ ରୋଗୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଥିଲା ।

ନିର୍ବାଚନ କମିଶନଙ୍କ ୱେବସାଇଟ୍ ହ୍ଯାକ୍ ଅଭିଯୋଗରେ ଏସଡିଏମ ସସପେଣ୍ଡ

କୈଥଲ: ହରିୟାଣା କୈଥଲ ଏସଡିଏମ ସସପେଣ୍ଡ । ନିର୍ବାଚନ କମିଶନଙ୍କ ୱେବସାଇଟ୍ ହ୍ଯାକ୍ ଅଭିଯୋଗରେ ବ୍ରହ୍ମ ପ୍ରକାଶଙ୍କୁ ନିଲମ୍ବିତ କରିଛନ୍ତି ହରିୟାଣା ରାଜ୍ୟପାଳ ।

ବହ୍ମପ୍ରକାଶଙ୍କ ପୂର୍ବରୁ ଏହି ମାମଲାରେ ୫ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ମାମଲାର ତଦନ୍ତ ଏବେ ହରିୟାଣା ପୋଲିସ କରୁଛି । ଆମ ଆଦମୀ ପାର୍ଟି ପକ୍ଷରୁ କୈଥଲରେ ରାଲି କରିବାକୁ ଆବେଦନ କରାଯାଇଥିଲା । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମାଗିଥିଲା ଆମ ଆଦମୀ ପାର୍ଟି । ଆପ କରିଥିବା ଆବେଦନକୁ ଖାରଜ କରି ଦେବା ସହ ଏହାକୁ ନେଇ ଅଶାଳୀନ ଭାଷାରେ ମନ୍ତବ୍ୟ ପ୍ରକାଶ କରିଥିଲେ । ଏହାସହ ଅନ୍ଯ ଏକ ସାର୍ଟିଫିକେଟରେ ଏକ ଅଭିନେତ୍ରୀଙ୍କ ଫଟୋ ପୋଷ୍ଟ କରି ଆବେଦନକୁ ରଦ୍ଦ କରି ଦେଇଥିଲେ । ଏହି ମାମଲାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ୫ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ । ସାଧାରଣ ଓ ବିଧାନସଭା ନିର୍ବାଚନକୁ ନେଇ କୌଣସି ରାଜନୈତିକ ଦଳ ସାଧାରଣ ସଭା କିମ୍ବା ରାଲି କରିବାକୁ ହେଲେ ପୂର୍ବରୁ ଜିଲ୍ଲା ପ୍ରଶାସନ ପାଖରେ ଅନଲାଇନରେ ଆବେଦନ କରିବାକୁ ପଡିବ । ଏଥିଲାଗି ନିର୍ବାଚନ କମିଶନ ୱେବସାଇଟ ମଧ୍ୟ ଆରମ୍ଭ କରିଛନ୍ତି ।

କେଜ୍ରିଓ୍ବାଲଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆପ ନେତା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଆପ୍ ନେତା ସନ୍ଦୀପ କୁମାର । କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସନ୍ଦୀପ । କେଜ୍ରିଓ୍ବାଲ ଗିରଫ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପଦରେ ସେ ରହିପାରିବେ ନାହିଁ ବୋଲି ଦାବି କରିଛନ୍ତି ।

ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିଓ୍ବାଲ ଗିରଫ ହେବା ପରେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି ସନ୍ଦୀପ କହିଛନ୍ତି । ଏହି ମାମଲାରେ ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ । ଜଷ୍ଟିସ ସୁବ୍ରମଣ୍ଯମ ପ୍ରସାଦ ମାମଲାର ଶୁଣାଣି କରିବେ ।

ଦିଲ୍ଲୀ ସୁଲତାନପୁର ମାଜରାର ପୂର୍ବତନ ଆପ୍ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ହେଉଛନ୍ତି ସନ୍ଦୀପ କୁମାର । ୨୦୧୯ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ ସନ୍ଦୀପ କୁମାର । ଲୋକସଭା ନିର୍ବାଚନରେ ବିଏସପି ନେତାଙ୍କୁ ସମର୍ଥନ କରିବାରୁ ତାଙ୍କ ବିରୋଧରେ ଦଳ ବିରୋଧୀ ଆଇନ ଲାଗୁ ହୋଇଥିଲା । ନିକଟରେ ଅନ୍ୟ ଏକ ଆବେଦନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ଆବେଦନକୁ ଖାରଜ କରି ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ଇଡି ରିମାଣ୍ଡରେ ୧୦ ଦିନ ରହିବା ପରେ ଏବେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

ପ୍ରଚାର ମୈଦାନକୁ ଓହ୍ଲାଇଲେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ

ନନ୍ଦିଘୋଷ ବ୍ୟୁରୋ: ପ୍ରଚାର ମୈଦାନକୁ ଓହ୍ଲାଇଲେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ଶନିବାର ମାଲକାନଗିରି ସହରର ପ୍ରବେଶ ଦ୍ବାର ଭୈରବ ମନ୍ଦିର ଠାରେ ପହଞ୍ଚିବା ପରେ ଶତାଧିକ ବିଜେଡି କର୍ମୀ ଫୁଲ ମାଳ ପିନ୍ଧାଇ ପ୍ରଦୀପ ମାଝୀ ଓ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାନସ ମାଡ଼କାମୀଙ୍କୁ ସ୍ୱାଗତ କରିଥିଲେ । ପରେ ଦୁଇ ନେତା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ବିଶାଳ ଶୋଭାଯାତ୍ରାରେ ମାଲକାନଗିରି ଠାରୁ ମୋଟୁ  ଅଭିମୁଖେ ପ୍ରଚାର ଯାତ୍ରା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ବିକାଶକୁ ନେଇ ଲୋକଙ୍କ ନିକଟକୁ ଯିବେ ଓ ବିପୁଳ ଭୋଟରେ 2024 ନିର୍ବାଚନ ଜିତିବେ ବୋଲି ପ୍ରଦୀପ ମାଝୀ କହିଛନ୍ତି । ଆଜି ବିଧାୟକ ପାର୍ଥି ବିଜୁଜନତା ଦଳର ମାନସ ମାଡକାମୀ ଏବଂ ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ କାଳିମେଳା, ଏମଭି 79 , ମୋଟୁ ଓ ଏହାର ଆଖ ପାଖ ଅଞ୍ଚଳରେ ପ୍ରଚାର କରିଛନ୍ତି ।

ବାଙ୍ଗାଲୋରକୁ ହରାଇ ଟେବୁଲ ଟପ୍ପର ହେଲା ରାଜସ୍ଥାନ

ନନ୍ଦିଘୋଷ ବ୍ୟୁରୋ: ଶନିବାର ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବାଙ୍ଗାଲୋରକୁ ହରାଇଲା ରାଜସ୍ଥାନ । ୬ ଓ୍ବିକେଟରେ ବିଜୟୀ ହୋଇଛି ରାଜସ୍ଥାନ । ବିଜୟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ରାଜସ୍ଥାନ । ୫୮ ବଲରୁ ଶତକ ହାସଲ କରିବା ସହ ଟିମକୁ ବିଜୟୀ କରାଇଲେ ବଟଲର । ୧୮୪ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୫ଟି ବଲ ପୂର୍ବରୁ ବିଜୟୀ ହୋଇଛି । ତେବେ କୋଡଳି ଶତକ ହାସଲ କରିଥିବରବେଳେ ବଟଲର ମଧ୍ୟ ଶତକ ହାସଲ କରିଛନ୍ତି । ଏକ ଛକା ମାରି ଶତକ ହାସଲ କରିବା ସହ ଦଳକୁ ବିଜୟୀ କରିଛନ୍ତି ବଟଲର । ଦଳ ୪ ମ୍ୟାଚରୁ ୪ ବିଜୟ ସହ କୋଲକାତାକୁ ପଛରେ ପକାଇ ଟେବୁଲ ଟପ୍ପର ହୋଇଛି ।