spot_img
Home Blog Page 1933

ଦୁଇଟି ଭୟଙ୍କର ଦୁର୍ଘଟଣା ୧୨ମୃତ, ୧୬ ଆହତ

ନନ୍ଦିଘୋଷ ବ୍ୟୁରୋ : ଗୋଟିଏ ଦିନରେ ଦୁଇ ଦୁଇଟି ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୧୨ଜଣଙ୍କ ଜୀବନ । ସୂଚନା ଅନୁସାରେ ତାମିଲନାଡୁରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ। ଦୁର୍ଘଟଣାରେ ବସରେ ଥିବା ୧୫ ଯାତ୍ରୀ ଆହତ ହୋଇଛନ୍ତି। ତାମିଲନାଡୁ ମଦୁରାନ୍ଥକମ ଚେନ୍ନାଇ-ତ୍ରିଚୀ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ଫଳରେ ଘଟିଛି ଦୁର୍ଘଟଣା। ଟ୍ରକକୁ ଓଭରଟେକ୍ କରୁଥିବାବେଳେ ବସଟି ନିୟନ୍ତ୍ରଣ ହରାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସର ସାମ୍ନା ପଟ୍ଟ ସପୂର୍ଣ୍ଣ ଭାଙ୍ଗିଯାଇଛି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚେଙ୍ଗାଲପାଟ୍ଟୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେହିଭଳି ମଧ୍ୟପ୍ରଦେଶ ଇନ୍ଦୋରରେ ମଧ୍ୟ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।।  ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବୋଲେରୋ । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଇନ୍ଦୋର-ଅହମଦାବାଦ ଜାତୀୟ ରାଜପଥ ଘାଟାବିଲ୍ଲୋଡ ନିକଟରେ ଘଟିଛି ଦୁର୍ଘଟଣା। ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଡ୍ରାଇଭର ଫେରାର୍ ହୋଇଯାଇଛି। ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କରିଥିଲେ। ପରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

 

 

ବିଞ୍ଝାରପୁରରେ ମାଟି ଅତଡ଼ା ଧସି ୩ ମୃତ

ବିଞ୍ଝାରପୁର : ମାଟି ଅତଡ଼ା ଧସି ୩ ମୃତ । ଯାଜପୁର ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ରାହାସଗୁହାଳି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ପାଇପ ବିଛାଉଥିବାବେଳେ ଶ୍ରମିକଙ୍କ ଉପରେ ମାଟି ଅତଡ଼ା ଧସିଥିଲା । ମାଟିରେ ପୋତି ହୋଇ ସମସ୍ତଙ୍କର ମୃତ୍ଯୁ ହୋଇଥିବା ସନ୍ଦେହ କରାଯାଉଛି । ଶ୍ରମିକମାନେ ବାହାର ରାଜ୍ଯର ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁସାରେ କିଛିଦିନ ହେବ ଯାଜପୁର ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଅଞ୍ଚଳରେ ପାଇପ୍ ବିଛାଯିବା କାର୍ଯ୍ୟ ଚାଲୁଛି । ବାହାର ରାଜ୍ୟରୁ ଶ୍ରମିକମାନେ ଆସି କାମ କରୁଥିଲେ । କେଉଁ ପରିସ୍ତିତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା ସେନେଇ କାରଣ ଖୋଜୁଛି ପୋଲିସ । ଅପରପକ୍ଷେ ମୋଟ କେତେ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ । ସେମାନଙ୍କ ମଧ୍ୟରେ କୌଣସି ଶତୃତା ଥିଲା କି ? ଯଦି ମାଟି ଅତଡା ଖସି ମୃତ୍ୟୁ ହୋଇଛି ତାହେଲେ ଘଟଣା ସ୍ଥଳରେ ଆଓ କେଉଁମାନେ ଉପସ୍ଥିତ ଥିଲେ ତାହାର ମଧ୍ୟ ତଦନ୍ତ କରୁଛି ପୋଲିସ ।

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ପାଇଁ ଜାରିହେଲା ଟ୍ରାଫିକ କଟକଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ଲାଗି ଟ୍ରାଫିକ କଟକଣା ଜାରି କରାଯାଇଛି। ଆଜି ଅପରାହ୍ନ  ୪ଟା ୩୦ ମିନିଟ ଠାରୁ ରୋଡ ଶୋ ସରିବା ପର୍ଯ୍ୟନ୍ତ ଏହି ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଭୁବନେଶ୍ଵର ୟୁନିଟ୬ ସ୍ଥିତ ଗଙ୍ଗନଗର ଛକଠାରୁ ଏଲଆଇସି ଅଫିସ ଛକଠାରୁ ବାମ ପାର୍ଶ୍ଵ ରାସ୍ତା ଦେଇ ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକରୁ ଡାହାଣ ପାର୍ଶ୍ଵ ରାସ୍ତା ଦେଇଅ ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚଡିଏଫସି ବ୍ୟାଙ୍କ ଛକଠାରୁ ବାମ ପାର୍ଶ୍ଵ ରାସ୍ତା ଦେଇ ବାଲୁଙ୍କେଶ୍ଵର ମନ୍ଦିର ଛକ, ମମତାଜ ଅଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ ଠାରୁ ଡାହାଣ ପାର୍ଶ୍ଵ ରାସ୍ତା ଦେଇ ବେହେରା ସାହି ଛକ, ନିକ୍କୋ ପାର୍କ ଛକ, ବାୟାବାବା ମଠ ଠାରୁ ବାମ ପାର୍ଶ୍ଵ ରାସ୍ତା ଦେଇ ରୂପାଲୀ ଛକଠାରୁ ୟୁଟର୍ଣ୍ଣ ନେଇ ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ଯାଣ୍ଟିନ ଦେଇ ଶିଶୁ ଭବନ ଛକ ରାସ୍ତା ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହାନ ଯିବା ଆସିବା କରିପାରିବ ନାହିଁ। ଏହି ସବୁ ରାସ୍ତା ଗୁଡିକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାର ଯାନବାହନ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ। ଏହି ସବୁ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବାକୁ କମିଶନରେଟ ପୋଲସି ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ଦୁଇ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ପୁଟିନ-ଜିନପିଙ୍ଗଙ୍କ ବୈଠକ ଉପରେ ରହିଛି ବିଶ୍ୱର ନଜର

ନନ୍ଦିଘୋଷ ବ୍ୟୁରୋ : ଚିନ୍ ରେ ଏପରି ଏକ ସଭା ହେବାକୁ ଯାଉଛି, ଯାହା ଉପରେ ସମଗ୍ର ବିଶ୍ୱ ବାସୀ ନଜର ରଖିଛନ୍ତି। ନାଟୋ ଟେନସନରେ ଅଛି, ଆମେରିକା ମଧ୍ୟ ଚିନ୍ତିତ। ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି । ତେବେ ଆଜି ପୁଟିନ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବିଶେଷ ବୈଠକରେ କ’ଣ ଘଟିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପଞ୍ଚମ ଥର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ପୁଟିନ ପ୍ରଥମ ଥର ପାଇଁ ଚୀନ୍ ଗସ୍ତ କରୁଛନ୍ତି। ପାଶ୍ଚାତ୍ୟ ସହର ସହ ଋଷର ତିକ୍ତତା ଏବଂ ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଶ୍ୱର ଦୁଇଟି ବଡ ଶକ୍ତିର ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗତ ବର୍ଷ ପୁଟିନ ଏବଂ ଜିନପିଙ୍ଗ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ବାର୍ତ୍ତାଳାପ ପରେ ଜିନପିଙ୍ଗ କହିଥିଲେ ଯେ ଏଭଳି ପରିବର୍ତ୍ତନ ଘଟୁଛି ଯାହା ଗତ ୧୦୦ ବର୍ଷ ମଧ୍ୟରେ ହୋଇନାହିଁ, ଆମେ ଦୁହେଁ ଏକାଠି ଏହି ପରିବର୍ତ୍ତନକୁ ଆଗେଇ ନେଉଛୁ। ପୁଟିନ ମଧ୍ୟ ଏଥିରେ ରାଜି ହୋଇଥିଲେ।

ଚୀନ୍ ଏବଂ ଋଷ ମଧ୍ୟରେ ଘନିଷ୍ଠତା ବଢୁଛି

ଚୀନ୍ ଏବଂ ଋଷ ମଧ୍ୟରେ ଘନିଷ୍ଠତା କ୍ରମାଗତ ଭାବେ ବୃଦ୍ଧି ପାଉଛି | ଦୁଇ ଦେଶର ବରିଷ୍ଠ ନେତାଙ୍କ ମଧ୍ୟରେ ବସୁଥିବା ବନ୍ଧୁତା ଏହାର ଏକ ଉଦାହରଣ | ବାସ୍ତବରେ, ୨୦୨୩ ମସିହାରେ, ଜିନପିଙ୍ଗ ରାଷ୍ଟ୍ରପତି ହେବା ପରେ ମସ୍କୋ ଗସ୍ତରେ ଯାଇଥିଲେ। ବର୍ତ୍ତମାନ ପୁଟିନ୍ ମଧ୍ୟ ପଞ୍ଚମ ଥର ରାଷ୍ଟ୍ରପତି ହେବା ପରେ ତାଙ୍କର ପ୍ରଥମ ଗସ୍ତ ପାଇଁ ଚୀନ୍ କୁ ଚୟନ କରିଛନ୍ତି। ସେ ୧୬ ଏବଂ ୧୭ ମଇରେ ବେଜିଂରେ ରହିବେ | ଏହି ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ପୂର୍ବତନ କୂଟନୀତିଜ୍ଞ କହିଛନ୍ତି ଯେ ଭ୍ଲାଦିମିର ପୁଟିନ ଚୀନ୍ ଯାଉଛନ୍ତି କାରଣ ଚୀନ ଋଷକୁ ସାହାଯ୍ୟ କରୁଛି। ସେମାନଙ୍କୁ ଅସ୍ତ୍ର ନ ଦେବା, କିନ୍ତୁ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଦେବା କ୍ଷେତ୍ରରେ | ଆମେରିକା ଅତ୍ୟଧିକ କ୍ରୋଧିତ, ଆମେରିକା ଚୀନ୍ ଉପରେ ପ୍ରତିବନ୍ଧକ ଲଗାଇଛି, ଋଷ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି। ଏହିପରି, ଏହି ଦୁଇ ଦେଶ ଆମେରିକାର ଶିକାର ହେଉଛନ୍ତି ଏବଂ ବର୍ତ୍ତମାନ ସେମାନେ ଏକାଠି ହୋଇ ଚ୍ୟାଲେଞ୍ଜ କରୁଛନ୍ତି।

ଅନ୍ୟପଟେ ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନ୍ବର୍ଗ କହିଛନ୍ତି ଯେ ଆଜି ୟୁକ୍ରେନରେ ଯାହା ଘଟୁଛି ତାହା ତାଇୱାନରେ ହୋଇପାରେ, ସେ କହିଛନ୍ତି, ଯେ ଆମେରିକାକୁ ସବୁପରିସ୍ଥିତିରେ ୟୁକ୍ରେନକୁ ସମର୍ଥନ ଜାରି ରଖିବାକୁ ପଡ଼ିବ। ଏହା ଆମେରିକା ନିଜର ସୁରକ୍ଷା ପାଇଁ ବିନିଯୋଗ କରିବା ପରି | ପୂର୍ବତନ କୂଟନୀତିଜ୍ଞ ଦୀପକ ଭୋହରା କହିଛନ୍ତି ଯେ ନାଟୋ ବର୍ତ୍ତମାନ ଏକ ପରିହାସରେ ପରିଣତ ହୋଇଛି, ଏଥିରେ ଥିବା ସମସ୍ତ ଦେଶ ମଧ୍ୟରେ ଆମେରିକାକୁ ବାଦ ଦିଅନ୍ତୁ, କିଛି ପରିମାଣରେ ବ୍ରିଟେନ ଏହାର ଅବଶିଷ୍ଟ ସଦସ୍ୟମାନେ କୌ ଣସି ଯୁଦ୍ଧ କରିନାହାଁନ୍ତି, ସେମାନଙ୍କୁ ଯୁଦ୍ଧ କରିବାକୁ ପଡ଼ିବ ।

ଯାଜପୁରରେ ବସ୍ ସହ ଡମ୍ଫର ମୁହାଁ ମୁହିଁ ଧକ୍କା, ୧୧ ଯାତ୍ରୀ ଆହତ

ବରି : ଯାଜପୁର ୨୦ନଂ ଜାତୀୟ ରାଜପଥ ମହେଶ୍ୱର ପୁର ପେଟ୍ରୋଲ ପମ୍ପ ନିକଟରେ ବସ୍ ସହ ଡମ୍ଫର ମୁହାଁ ମୁହିଁ ଧକ୍କା । ୧୧ ଯାତ୍ରୀ ଆହତ, ବରିରୁ କଟକ ଯାଉଥିବା ଦେବଯାନୀ ନାମକ ବସ୍ ସହ ଏକ ଚିପ୍ସ ବୋଝେଇ ଡମ୍ଫର୍ ସାମ୍ନା ସlମ୍ନୀ ଧକ୍କା ହୋଇଛି । ଫଳରେ ୧୧ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତୁରନ୍ତ ଯାତ୍ରୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ହେବା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ ଗାଡ଼ି ମଟର। ସୂଚନା ଅନୁସାରେ ଯାଜପୁର ବରି ଅଞ୍ଚଳରୁ ବସଟି କଟକ ଅଭିମୁଖେ ପ୍ରତ୍ୟେକ ଦିନ ଜାତାୟତ କରେ । ଆଜି ସକାଳୁ ସକାଳୁ ମଧ୍ୟ ବସଟି କଟକ ଅଭିମୁଖେ ଆସୁଥିଲା ୬ଟା ୧୫ ମିନିଟ୍ ସମୟରେ ଅପରପଟରୁ ଆସୁଥିବା ଚିପ୍ସ ବୋଝେଇ ଡମ୍ଫର ସହ ସାମ୍ନାରୁ ଧକ୍କା ଦେଇଥିଲା ।

ବିଞ୍ଝାରପୁରରେ ବିଜୟ ସହ ଇତିହାସ ରଚିବ ବିଜେଡି : ପ୍ରମିଳା

ବିଞ୍ଝାରପୁର : ବିଞ୍ଝାରପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ। ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଞ୍ଝାରପୁର ନିର୍ବାଚନମଣ୍ଡଳିର ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରମିଳା ମଲ୍ଲିକ ଯୋଗ ଦେବା ସହ ବିରୋଧୀଙ୍କ ଉପରେ ବର୍ଷିଥିଲେ |  କର୍ମୀ ସମ୍ମିଳନୀରେ ଯୋଗଦେଲେ ହଜାର ହଜାର ମହିଳା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ପ୍ରାୟ ସମସ୍ତ ଲୋକ ଉପସ୍ଥିତ ଥିବାବେଳେ ମହିଳାଙ୍କ ସଂଖ୍ୟା ସବୁଠୁ ଅଧିକ ଥିଲା | ଚଳିତ ନିର୍ବାଚନରେ ଏଠାରେ ବିଜୁ ଜନତା ଦଳ ଏକ ତରଫା ଭାବେ ବିଜୟ ହାସଲ କରିବା ସହ ଇତିହାସ ରଚିବ ବୋଲି ସ୍ଥାନୀୟ ଜନତାମାନେ ଆଶା ପ୍ରକଟ କରିଛନ୍ତି |

ବିଜେପିକୁ ବଡ଼ ଝଟକା, ଦଳ ଛାଡ଼ିଲେ ରମାରଞ୍ଜନ ବଳୀୟାରସିଂହ

ସତ୍ୟବାଦୀ : ବିଜେପି ଛାଡ଼ିଲେ ରମାରଞ୍ଜନ ବଳୀୟାରସିଂହ । ସତ୍ୟବାଦୀର ପୂର୍ବତ୍ତନ ବିଧାୟକ ତଥା ରାଜ୍ୟ ବିଜେପିର ମୁଖପାତ୍ର ଥିଲେ ରମାରଞ୍ଜନ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ସେ ଇସ୍ତଫା ଦେବା ସହ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ରମାରଞ୍ଜନ ଇସ୍ତଫାପତ୍ରରେ ଲେଖିଛନ୍ତି ବର୍ଷ ବର୍ଷ ଧରି ଦଳ ଯେଉଁ ଦାୟିତ୍ୱ ଦେଇଛି ତାହା ନିଷ୍ଠାରସହ ତୁଲାଇଛି କିନ୍ତୁ ଦଳ କ୍ରମାଗତ ଭାବେ ସତ୍ୟବାଦୀ ଏବଂ ମୋତେ ପ୍ରତାରିତ କରିଛି ।

ଏଣୁ ସେ ବିଜେପିର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଇଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

ମୁଖ୍ଯମନ୍ତ୍ରୀ ନବୀନଙ୍କ ଗ୍ୟାରେଣ୍ଟି, ଜୁନ୍ ୯ ପରେ ଛାଡ଼ ହେବ ବିଜୁଳି ବିଲ୍

ଭୁବନେଶ୍ବର : ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି । ଜୁନ୍ ୯ ପରେ ଛାଡ଼ ହେବ ବିଜୁଳି ବିଲ୍ । ଜୁଲାଇ ମାସରେ ନିଃଶୁଳ୍କ ବିଜୁଳି । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ବିଏସକେୱାଇ କାର୍ଡ ।  ଦେବଗଡ ପ୍ରଚାର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗ୍ୟାରେଣ୍ଟି ଦେଇଛନ୍ତି । ଏହା ନବୀନ ପଟ୍ଟନାୟକଙ୍କ ବିଜୁଳି ଗ୍ୟାରେଣ୍ଟି ଓ ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ, ମମତା ଯୋଜନା, ଫାଇଭ-ଟି ସ୍କୁଲ, ନୂଆ ଓ ଛାତ୍ରବୃତ୍ତି ଓ କାଳିଆ ଯୋଜନା ଆଦି ସମ୍ପର୍କରେ ଉଲ୍ଲେଖ କରିଥିଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଜୁନ ୯ରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ତିନୋଟି ଗୁରୁତ୍ବପୂର୍ଣ୍ଣ ଫାଇଲ ଦସ୍ତଖତ କରିବେ । ପ୍ରଥମ ବିଜୁଳି ବିଲ ଛାଡ, ଦ୍ବିତୀୟରେ ବିଏସକେୱାଇ ଯୋଜନାରୁ ବାଦ ପଡିଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ନବୀନ-କାର୍ଡ ଓ ତୃତୀୟରେ ୬୦ ବର୍ଷରୁ ଉର୍ଦ୍ଧ୍ବ ସବୁ ମିଶନ ଶକ୍ତି ମାଙ୍କୁ ମିଳିବ ପେନସନ ।

ଭୁବନେଶ୍ବର ପାଣ୍ଡରା ଛକରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ବର : ଭୁବନେଶ୍ବର ପାଣ୍ଡରା ଛକରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ରାତିରେ ରାସ୍ତା କଡ଼ରେ ଥିବା କ୍ଯାବିନରେ ହଠାତ ନିଆଁ ଲାଗିଯାଇଥିଲା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି କାରଣ ଅଧରାତିରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଘଅଗ୍ନିକାଣ୍ଡରେ ଏକାଧିକ କ୍ଯାବିନ ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କ୍ଯାବିନ ଭିତରେ ଥିବା ୨ରୁ ୩ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ିଯାଇଥିବା ସୂଚନା ମିଳିଛି ।

ଆଜି ଭୁବନେଶ୍ବରରେ ହେବ ନବୀନଙ୍କ ବିଶାଳ ରୋଡ ଶୋ’

ଭୁବନେଶ୍ବର : ଆଜି ଭୁବନେଶ୍ବରରେ ହେବ ନବୀନ ଶୋ । ବିଶାଳ ରୋଡ ଶୋ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ରୋଡ ଶୋ ଗଙ୍ଗନଗର ଛକରୁ ଆରମ୍ଭ ହୋଇ ଶିଶୁଭବନ ଛକରେ ଶେଷ ହେବ । ସନ୍ଧ୍ଯା ସାଢେ ୬ଟାରେ ୟୁନିଟ-୬ ଗଙ୍ଗନଗର ଛକରୁ ମୁଖ୍ଯମନ୍ତ୍ରୀଙ୍କ ରୋଡ୍ ଶୋ’  ଆରମ୍ଭ ହେବ । ପ୍ରାୟ ଘଣ୍ଟାଏ ଚାଲିବାକୁ ଥିବା ହାଇଭୋଲଟେଜ ରୋଡ ଶୋରେ ନବୀନ ୮ଟି ସ୍ଥାନରେ ଉଦବୋଧନ ଦେବା କାର୍ଯ୍ଯକ୍ରମ ରହିଛି । ଶୋଭାଯାତ୍ରା ଆରମ୍ଭ ପୂର୍ବରୁ ନବୀନ ପ୍ରଥମେ ଗଙ୍ଗନଗର ଛକରେ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ଏଲଆଇସି ଛକ ଦେଇ ଗୋପବନ୍ଧୁ ଛକରେ ପହଞ୍ଚିବେ । ଯୁନିଟ-୮ ଡିଏଭି ସ୍କୁଲ ନିକଟରେ ପହଞ୍ଚି ସାଧାରଣ ଲୋକଙ୍କ ଉଦ୍ଦେଶ୍ଯରେ ଉଦବୋଧନ ଦେବେ । ସେଠାରୁ ବାହାରି ଏଚଡିଏଫସି ଛକ, ବାଲୁଙ୍କେଶ୍ବର ମନ୍ଦିର, ମମତାଜ ଅଲ୍ଲୀ ସ୍କୁଲ ଦେଇ ଶ୍ରୀକୃଷ୍ଣ କ୍ଲବ ନିକଟରେ ପହଞ୍ଚିବେ ।

ଏଠାରେ ମଧ୍ଯ ମୁଖ୍ଯମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ କଳିଙ୍ଗ ଷ୍ଟାଡିୟମ ଛକ ଓ ନିକୋପାର୍କ ଛକ ଦେଇ ବାୟାବାବା ମଠ ରାସ୍ତା ନିକଟରେ ନବୀନଙ୍କ ରୋଡ୍ ଶୋ ପହଞ୍ଚିବ । ସେଠାରେ ମୁଖ୍ଯମନ୍ତ୍ରୀ ଅଭିଭାଷଣ ରଖି ରୂପାଲି ଛକ ଦେଇ ସତ୍ଯନଗର ନିକଟକୁ ଯିବେ । ସେଠାରେ ମଧ୍ଯ ଉପସ୍ଥିତ ଜନସଧାରଣଙ୍କୁ ସମ୍ବୋଧିତ କରିବେ । ପରେ ଶ୍ରୀୟା ଛକ, ରାଜମହଲ, ମାଷ୍ଟରକ୍ଯାଣ୍ଟିନ ଦେଇ ସନ୍ଧ୍ଯା ସାଢେ ୭ଟାରେ ଶିଶୁଭବନ ଛକରେ ପହଞ୍ଚିବେ । । ରୋଡ ଶୋରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ରୋଡ ଶୋ ପାଇଁ ଦଳୀୟ ନେତା ଓ କର୍ମୀ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ପ୍ରାୟ ଏକ ଘଣ୍ଟା ଧରି ମୁଖ୍ଯମନ୍ତ୍ରୀଙ୍କ ରୋଡ ଶୋ ଚାଲିବାକୁ ଥିବାବେଳେ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି । କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ଯବସ୍ଥା ଦାୟିତ୍ବରେ ରହିବେ।  ରୋଡ ଶୋ ଦୁଇ ପାର୍ଶ୍ଵରେ ଥିବା  କୋଠାମାନଙ୍କରେ ବି ସୁରକ୍ଷା କର୍ମୀ ନିୟୋଜିତ ହେବେ ।