spot_img
Home Blog Page 1944

ବନ୍ଧୁକ ବେପାରୀ ଗିରଫ ହେବା ଘଟଣା, ଦୁଇ ଅଭିଯୁକ୍ତଙ୍କୁ ମାରାଥନ ଜେରା

ଭୁବନେଶ୍ୱର: ସ୍ପେଶାଲ କ୍ରାଇମ ୟୁନିଟ ହାତରେ ବନ୍ଧୁକ ବେପାରୀ ଗିରଫ ହେବା ଘଟଣା। ଦିନିକିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତଙ୍କୁ ମାରାଥନ ଜେରା। ଭୁବନେଶ୍ୱର ସାରକନ୍ତରା ଗ୍ରାମର ସୁରଜ ପରିଡା ଓ ବାଲେଶ୍ଵର ଜିଲ୍ଲା ସୋରର ତପୋଧର ନାୟକକୁ ଜେରା। ଜଣେ ଏଡିସିପି ରାଙ୍କର ଅଫିସରଙ୍କ ନେତୃତ୍ୱରେ ମୁଙ୍ଗେର ଲିଙ୍କ ନେଇ ପଚରାଉଚରା କରିଛି ଟିମ୍। ଆବଶ୍ୟକସ୍ଥଳେ ମୁଙ୍ଗେର ମଧ୍ୟ ଯାଇପାରେ ଟିମ।

ତେବେ ଖୋର୍ଦ୍ଧା ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ବବୁଲୁ ଖୁଣ୍ଟିଆ ଏବେବି ଫେରାର ଅଛି। କିଛିଦିନ ତଳେ କାର୍ବାଇନ ବନ୍ଧୁକ ସହ ଧରାପଡିଥିବା ମୋରାମ ମାଫିଆ ସଞ୍ଜୟ ଖୁଣ୍ଟିଆର ବବୁଲୁ ହେଉଛି ଭାଇ। ସୂଚନାଯୋଗ୍ୟ ଗତ ୨୭ ତାରିଖ ଦିନ ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ୫ ଟି ସେମି ଅଟୋମେଟିକ ବନ୍ଧୁକ, ୨୪ ରାଉଣ୍ଡ ଗୁଳିକୁ ଜବତ କରାଯାଇଥିଲା।

ଛତ୍ରପତି ଶମ୍ଭାଜିନଗରରେ ଭୟାବହ ଅଗ୍ନିକାଣ୍ଡ, ୭ ମୃତ

ବ୍ୟୁରୋ ରିପୋର୍ଟ: ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜିନଗରରେ ଛାବିନ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଏଠାରେ ଥିବା ଏକ କପଡା ଦୋକାନରେ ନିଆଁ ଲାଗିବାରୁ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ମହିଳା, ୨ ଶିଶୁ ଓ ୨ ପୁରୁଷ ଅଛନ୍ତି। ଆଜି ଭୋର୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।

ସୂଚନା ଅନୁୟାୟୀ, ଶମ୍ଭାଜିନଗରରେ ଥିବା ଏକ ତିନି ମହଲା ବିଲ୍ଡିଂରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ବିଲ୍ଡିଂର ତଳ ମହଲାରେ ଥିବା କପଡ଼ା ଗୋଦାମରେ ହଠାତ୍‌ ନିଆଁ ଲାଗି ଯାଇଥିବା ବେଳେ ତାହା ଆଖି ପିଛୁଳାକେ ଉପରକୁ ବ୍ୟାପି ଯାଇଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ କରୁଛନ୍ତି। ବିଲ୍ଡିଂ ଭିତରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ରେସ୍କ୍ୟୁ ଅପରେସନ ଜାରି ରହିଛି।

ଗାଜାରେ ଇସ୍ରାଏଲର ବିମାନ ଆକ୍ରମଣ: ଭାରତୀୟ ମହିଳାଙ୍କ ସମେତ ୬ ମୃତ

ବ୍ୟୁରୋ ରିପୋର୍ଟ: ଗାଜାରେ ଇସ୍ରାଏଲର ଏୟାର୍ ଷ୍ଟ୍ରାଇକ୍‌ ଘଟଣାରେ ୱାର୍ଲ୍ଡ ସେଣ୍ଟ୍ରାଲ କିଚେନ (ଡବ୍ଲ୍ୟୁସିକେ) ପାଇଁ କାମ କରୁଥିବା ୬ ଜଣ ଆନ୍ତର୍ଜାତୀୟ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଲାଲଜାବମି ଫ୍ରେଙ୍କକମ୍ ନାମକ ଜଣେ ଭାରତୀୟ ମହିଳା ଅଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ  ଆନ୍ଥୋନୀ ଆଲବାନିଜ ଏକ ବିବୃତିରେ ଦେଇ ନିଶ୍ଚିତ କରିଛନ୍ତି ଯେ, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୪୩ ବର୍ଷିୟ ଫ୍ରେଙ୍କକମ୍ ସାମିଲ ଅଛନ୍ତି। ଏବଂ ଏହି ଘଟଣାରେ ଇସ୍ରାଏଲ୍ ସରକାର ସମ୍ପୂର୍ଣ୍ଣ ଦାୟିତ୍ୱଗ୍ରହଣ କରନ୍ତୁ ବୋଲି  ଦାବି କରିଛନ୍ତି ଆନ୍ଥୋନୀ।

ୱାର୍ଲ୍ଡ ସେଣ୍ଟ୍ରାଲ କିଚେନର ମୁଖ୍ୟ କାର୍ଯ୍ୟନିର୍ବାହୀ ଏରିନ ଗୋରେ କହିଛନ୍ତି, ଏହା କେବଳ ଡବ୍ଲୁସିକେ ବିରୋଧରେ ଆକ୍ରମଣ ନୁହେଁ, ଏହା ମାନବିକ ସଂଗଠନଗୁଡ଼ିକ ଉପରେ ଆକ୍ରମଣ, ଯେଉଁଠାରେ ଖାଦ୍ୟକୁ ଯୁଦ୍ଧର ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ଏହା କ୍ଷମାଯୋଗ୍ୟ ନୁହେଁ। ଇସ୍ରାଏଲ ସରକାର ଏହି ଆଖିବୁଜା ହତ୍ୟାକୁ ରୋକିବା ଦରକାର। ମାନବିକ ସହାୟତା ଉପରେ ପ୍ରତିବନ୍ଧକ ଲଗାଇବା, ସାଧାରଣ ନାଗରିକ ଓ ସହାୟତା କର୍ମୀଙ୍କୁ ହତ୍ୟା କରିବା ଏବଂ ଖାଦ୍ୟକୁ ଅସ୍ତ୍ର ଭାବେ ବ୍ୟବହାର କରିବା ବନ୍ଦ କରିବାର ଆବଶ୍ୟକତା ରହିଛି ବୋଲି ସେ ସୋସିଆଲ ମିଡିଆରେ କହିଛନ୍ତି।

ଗ୍ରହ-ବାସ୍ତୁ ଦୋଷ ଦୂର କରେ ତୁଳସୀ ଜଟା, ଜାଣନ୍ତୁ କେମିତି କରିବେ ଏହାର ସଠିକ୍ ବ୍ୟବହାର

ବ୍ୟୁରୋ ରିପୋର୍ଟ: ପ୍ରତ୍ୟେକ ହିନ୍ଦୁଙ୍କ ଘରେ ତୁଳସୀ ଗଛ ରହିଥାଏ। ଘରେ ତୁଳସୀ ଗଛକୁ ପୂଜାର୍ଚ୍ଚନା କରିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ହେଲେ ଆପଣ ଜାଣିଛନ୍ତି କି ତୁଳସୀ ସହିତ ଏଥିରେ ବାହାରୁଥିବା ଜଟାରୁ ମଧ୍ୟ ବିଶେଷ ଲାଭ ମିଳିଥାଏ। ଏହାକୁ ଘରେ ରଖିବା ଦ୍ୱାରା ଗ୍ରହ-ବାସ୍ତୁ ଦୋଷ ଦୂର ହେବା ସହ ଧନ ଓ ସମୃଦ୍ଧି କେବେ କମ ହୋଇନଥାଏ। କିନ୍ତୁ ଏହାର କିଛି ନିୟମ ରହିଛି ଯାହାକୁ ମାନିବା ଦ୍ୱାରା ଘରୁ ନକାରତ୍ମକ ଶକ୍ତି ଦୂର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ତୁଳସୀ ଜଟାର ଫାଇଦା ଏବଂ ଏହାର ସଠିକ୍ ବ୍ୟବହାର ।

ହିନ୍ଦୁ ଧର୍ମରେ ତୁଳସୀଙ୍କ ପୂଜା ବିନା ଭଗବାନ ବିଷ୍ଣୁଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ବିଶ୍ଵାସ କରାଯାଏ। ଯେଉଁ ଘରେ ତୁଳସୀ ରହିଥାନ୍ତି, ସେଠାରେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଶାସ୍ତ୍ରରେ ତୁଳସୀ ଜଟାକୁ ଖାସ ବୋଲି କୁହାଯାଇଛି। ଯାହାର ପ୍ରୟୋଗ ଦ୍ୱାରା ଧନ ଓ ସମୃଦ୍ଧି କେବେ କମ ହୋଇନଥାଏ । ତେବେ ଚାଲନ୍ତୁ ଜାଣିବା ତୁଳସୀ ଜଟାର ବ୍ୟବହାର।

ଯେତେବେଳେ ତୁଳସୀ ଗଛରେ ଜଟା ହେବା ଆରମ୍ଭ କରେ, ସେତେବେଳେ ଏହାକୁ ଭାଙ୍ଗି ଶ୍ରୀ ହରିଙ୍କ ପାଦରେ ଅର୍ପଣ କରନ୍ତୁ। ଏହାଦ୍ୱାରା ତୁଳସୀ ଗଛ ଶୁଖିବ ନାହିଁ ଏବଂ ଶୀଘ୍ର ବଢିବ। ଯାହା ଘର ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

ସକାଳେ ସବୁଦିନ ଗଙ୍ଗାଜଳରେ ତୁଳସୀ ଜଟାକୁ ବୁଡ଼ାଇ ଘରର ସବୁ କୋଣରେ ଛିଞ୍ଚନ୍ତୁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ଦୂର ହେବା ସହ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ। ଧ୍ୟାନ ରଖିବେ ଏହାର ପାଣି କିମ୍ୱା ଜଟା ଯେପରି ଗୋଡରେ ନପଡେ।

ଏହି ଜଟାକୁ ପ୍ରତ୍ୟେକ ଦିନ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ପୂଜାରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ଅଶେଷ କୃପା ମିଳିବ । ଏବଂ ଧନ ସମୃଦ୍ଧି ବୃଦ୍ଧି ହେବ । ତୁଳସୀ ଜଟାକୁ ଏକ ଲାଲ୍‌ କପଡାରେ ବାନ୍ଧି ଧନ ସ୍ଥାନରେ ରଖିଦିଅନ୍ତୁ। ଏହାକୁ କପଡାରେ ବାନ୍ଧିବା ପୂର୍ବରୁ ଲକ୍ଷ୍ମୀ ନାରାୟଣଙ୍କୁ ଅର୍ପଣ କରନ୍ତୁ। ଏହା ବ୍ୟତୀତ ଆପଣ ଏହାକୁ ଘରର ପୂର୍ବ ଦିନରେ ମଧ୍ୟ ରଖିପାରିବେ । ଏହା କରିବା ଦ୍ୱାରା ପକେଟ ସର୍ବଦା ପୂର୍ଣ୍ଣ ରହିଥାଏ।

ଟିଏମସି ନେତା ମହୁଆଙ୍କ ବଢ଼ିଲା ଅଡୁଆ: ପୁଣି ମହୁଆଙ୍କ ନାଁରେ ଇଡିର ମାମଲା

ବ୍ୟୁରୋ ରିପୋର୍ଟ:  ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କ ବଢ଼ିଲା ଅଡୁଆ। ମହୁଆଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଇଡି ମହୁଆଙ୍କ ବିରୋଧରେ ଦ୍ଵିତୀୟ ମାମଲା ରୁଜୁ କରିଛି। ପୂର୍ବରୁ ଏହି ପ୍ରସଙ୍ଗ ନେଇ ପ୍ରଥମ ମାମଲା ରୁଜୁ କରିଥିଲା ଇଡି। ଘଟଣାକୁ ନେଇ ବାରମ୍ବାର ସମନ ପରେ ମଧ୍ୟ ଇଡି ନିକଟରେ ହାଜର ହୋଇନଥିଲେ ମହୁଆ ମୈତ୍ର। ଦିଲ୍ଲୀ ଅଫିସରେ ହାଜର ହେବାକୁ ନୋଟିସ ଜାରି କରିଥିଲା ଇଡି।

ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ମଧ୍ୟ ଫେମା ଆଇନ ଅନୁସାରେ ସମନ ଜାରି କରିଛି ଇଡି। ଫେମା ଆଇନ ଉଲ୍ଲଂଘନ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିଲା। ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାରେ ସିବିଆଇ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଚଳାଇଛି। ସଂସଦରୁ ବହିଷ୍କୃତ ହୋଇଛନ୍ତି ସାଂସଦ ମହୁଆ ମୈତ୍ର। ପୂର୍ବରୁ ସିବିଆଇ ମହୁଆଙ୍କ ଘର ଉପରେ ରେଡ୍ କରିଥିଲା। ପଶ୍ଚିମବଂଗର କ୍ରିଷ୍ଣାନଗର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ମହୁଆ ମୈତ୍ର।

 

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ଆଜି ଦିଲ୍ଲୀ ହାଇକୋର୍ଟରେ କେଜ୍ରିୱାଲଙ୍କ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫକୁ ଚ୍ଯାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଆଜି ହାଇକୋର୍ଟ କରିବେ ଶୁଣାଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ ଓ ରିମାଣ୍ଡରେ ନେବା ଘଟଣାକୁ ବିରୋଧ କରି ହୋଇଥିଲା ମାମଲା।

ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ କରିଥିଲେ ଶୁଣାଣି। ଗିରଫ ଓ ରିମାଣ୍ଡ ନେଇ ଇଡି ପକ୍ଷ ରଖିବାକୁ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଇଡି ହାଇକୋର୍ଟରେ ଗିରଫ ନେଇ ପକ୍ଷ ରଖିଥିଲା। ଏଥିରେ କେଜ୍ରିୱାଲଙ୍କ ଗିରଫକୁ ସଠିକ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ପକ୍ଷ ଅନୁସାରେ ମାମଲାରେ ଟ୍ରାଏଲ କୋର୍ଟ ଜାରି କରିଥିବା ସମସ୍ତ ଆଦେଶ ଉଚିତ ରହିଛି। ଏହାହସହ ଗିରଫ ନେଇ ଅର୍ଥ ହେରଫେର ଆଇନର ସଠିକ ଅନୁପାଳନ କରାଯାଇଥିବା ଇଡି ଦର୍ଶାଇଛି । କେଜ୍ରିୱାଲଙ୍କ ଏହି ମଦ ମାମଲାରେ ସମ୍ପୃକ୍ତି ରହିଥିବା କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କିଛି ବ୍ଯକ୍ତିଙ୍କୁ ଲାଭ ପହଞ୍ଚାଇବାକୁ ଲାଗି ୨୦୨୧-୨୨ ଅବକାରୀ ନୀତି ପ୍ରସ୍ତୁତ ହୋଇଥିଲା। ନୀତିରେ ବ୍ୟବସାୟୀଙ୍କୁ ଲାଭ ଦେବା ସହ ଲାଞ୍ଚ କାରବାର ହୋଇଥିବା କହିଛି ଇଡି। ସାଉଥ ଗ୍ରୁପକୁ ଲାଭ ପହଞ୍ଚାଇବା ଲାଗି ଏହି ନୀତି ପ୍ରଣୟନ କରାଯାଇଥିବା କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ପଟ୍ଟାମୁଣ୍ଡାଇରେ ଅଂଶୁମାନଙ୍କ ଶକ୍ତି ପ୍ରଦର୍ଶନ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ଅଂଶୁମାନଙ୍କ ଶକ୍ତି ପ୍ରଦର୍ଶନ। ଏଥର ବିଜେଡି ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ କରିଥିବା ବେଳେ ଆଜି ସେ ପଟ୍ଟାମୁଣ୍ଡାଇ ଗ୍ରସ୍ତ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ହଜାର ହଜାର ସମର୍ଥକ ଙ୍କ ସହ ପଟ୍ଟାମୁଣ୍ଡାଇ ବିଭିନ୍ନ ଦେବା ଦେବୀଙ୍କ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଛନ୍ତି । ଏହା ସହ ପଟ୍ଟାମୁଣ୍ଡାଇ ବଜାରରେ ଏକ ବିଶାଳ ବାଇକ ଶୋଭାଯାତ୍ରା  କରିଥିଲେ ଅଂଶୁମାନ। ତାଙ୍କ ସହ ରାଜନଗର ବିଧାୟକ ପ୍ରାର୍ଥୀ ଧୃବ ସାହୁ ଓ ଜିଲ୍ଲା ପ୍ରଭାରୀ ପ୍ରତାପ ଜେନା ଉପସ୍ଥିତ ରହିଥିଲେ। କେନ୍ଦ୍ରାପଡ଼ା ବିଜୁ ବାବୁଙ୍କ କର୍ମ ଭୂମି। କେନ୍ଦ୍ରାପଡ଼ା ବିକାଶକୁ ନେଇ ସେ ଦେଖିଥିବା ସ୍ବପ୍ନକୁ ସାକାର କରିବା ପାଇଁ ଆମେ ପ୍ରାଣପ୍ରଣେ ଉଦ୍ୟମ କରିବୁ ବୋଲି କହିଛନ୍ତି ଅଶୁଂମାନ।

ରାଜ୍ଯର ୭ ବିଧାନସଭା ଗୋଟିଏ ଲୋକସଭା ଆସନରେ ପାର୍ଟି ଦେବ ସିପିଆଇଏମ

ଭୁବନେଶ୍ବର: ରାଜ୍ଯର ୭ ବିଧାନସଭା ଗୋଟିଏ ଲୋକସଭା ଆସନରେ ପାର୍ଟି ଦେବ ସିପିଆଇଏମ । ଆଜି ବଣାଇ ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ଖୁବଶୀଘ୍ର ବାକି ୬ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେବ । କଂଗ୍ରେସ ସହ ମିଶି କେନ୍ଦ୍ରର ଏନଡିଏ ସରକାର ବିରୋଧରେ ଲଢେ଼ଇ ହେବ ବୋଲି ଦଳ କହିଛି । ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ନେଇ ଦଳ ଲୋକଙ୍କ ପାଖକୁ ଯିବା ସହ ଇଣ୍ଡିଆ ମେଣ୍ଟର ବିଜୟ ହେବ ବୋଲି ବରିଷ୍ଠ CPIM  ନେତା ସୀତାରାମ  ୟେଚୁରି କହିଛନ୍ତି ।

ପଞ୍ଚଭୂତରେ ଲିନ ହେଲେ ସଙ୍ଗୀତ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ

ପୁରୀ: ପଞ୍ଚଭୂତରେ ଲିନ ହେଲେ ସଙ୍ଗୀତ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ। ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଛି । ବିଶିଷ୍ଟ କଣ୍ଠଶିଳ୍ପୀଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଦିଆଯାଇଛି ବିଦାୟ। ଶେଷକୃତ୍ୟ ପୂର୍ବରୁ ପୋଲିସ୍ ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର୍ ପ୍ରଦାନ କରଯାଇଥିଲା। ମୁଖାଗ୍ନି ଦେଇଛନ୍ତି ତାଙ୍କ ବଡପୁଅ ଅବିନାଶ ଛୋଟରାୟ । ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଶାନ୍ତି ଲତାଙ୍କୁ ବିଦାୟ ଦେବା ପାଇଁ ସ୍ବର୍ଗ ଦ୍ୱାରରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ଶାନ୍ତିଲତାଙ୍କ ବନ୍ଧୁ, ପରିବାରବର୍ଗ, ପ୍ରଶଂସକ, ଅନେକ କଣ୍ଠଶିଳ୍ପୀ ମଧ୍ୟ ଶେଷ ଦର୍ଶନ କରିଥଲେ। ପୁରୀ ସଂସଦୀୟ ଲୋକସଭା ପାର୍ଥୀ ଅରୂପ ପଟ୍ଟନାୟକ ପହଞ୍ଚି ଶନ୍ତିଲତାଙ୍କ ଶେଷ ଦର୍ଶନ କରିଛନ୍ତି । ଶାନ୍ତିଲତା ସବୁ ବେଳେ ଓଡ଼ିଶା ଓ ଜଗନ୍ନାଥ ସଂସ୍କୃତୀର ପ୍ରଚାର ପ୍ରସାର ପାଇଁ ଗୀତ ମାଧ୍ୟ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ସ୍ବାମୀ ବସନ୍ତ ଛୋଟରାୟ ।

ଉଦଳାରେ ବିଜେପି ବିଧାୟକ ପ୍ରାର୍ଥୀ ଭାସ୍କର ମଢେଇଙ୍କୁ ନେଇ ଅଡୁଆରେ ଦଳ

ଉଦଳା: ଦଳ ଭିତରେ ତୀବ୍ର ବିରୋଧ। ଟିକେଟ ଘୋଷଣା ହେବା ପରେ ସାମ୍ନାକୁ ଆସିଛି ଗୋଷ୍ଠୀ କନ୍ଦଳ। ଉଦଳାରେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ନେଇ ଅଡୁଆରେ ଦଳ। ବିଜେପି ଉଦଳା ବିଧାନସଭା ଆସନରେ ନିର୍ବାଚନ ଲଢ଼ିବାକୁ ଭାସ୍କର ମଢେଇଙ୍କୁ ପୁଣି ରିପିଟ କରିଛି। ହେଲେ ଭାସ୍କରଙ୍କ ନାମ ଘୋଷଣା ପରେ ଏବେ ଦଳରେ ଦେଖିବାକୁ ମିଳିଛି ତୀବ୍ର ବିରୋଧ। ଭାସ୍କରଙ୍କୁ ବିଜେପି ପ୍ରାର୍ଥୀରୁ ହଟାଇବା ଦାବି କରି ବିଜେପିର ବରିଷ୍ଠ ନେତା ଏବଂ କର୍ମୀମାନେ ଏବେ ରାସ୍ତାରେ କରୁଛନ୍ତି ବିରୋଧ। ସ୍ଥାନୀୟ ସ୍ଵପ୍ନେଶ୍ଵର ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ। ବିଜେପି କର୍ମକର୍ତା ଉଦଳା ଦଳୀୟ କାର୍ଯ୍ୟାଳୟ ସମୁଖରେ ନାରାବାଜି କରିଥିଲେ।ବିଧାୟକ ଭାସ୍କର ମଢେଇ ୨୦୧୯ ନିର୍ବାଚନ ଜିତିବା ପରେ କୌଣସି ଉନ୍ନୟନ କାର୍ଯ୍ୟ କରି ନଥିବା  ସହ ଦଳୀୟ କର୍ମୀଙ୍କ ସହ ନଥିବାର ଅଭିଯୋଗ ଆଣିଛନ୍ତି କର୍ମୀ। ଭାସ୍କରଙ୍କ ଟିକେଟକୁ ବାତିଲ କରା ନ ଗଲେ ଦଳୀୟ କର୍ମୀ ଏବଂ ନେତା ଦଳ ବିରୋଧରେ ଯାଇ ଭାସ୍କର ମଢେଇଙ୍କୁ ଉଦଳା ନିର୍ବାଚନ ମଣ୍ଡଳୀରେ ହରାଇବେ ବୋଲି ଚେତାବନୀ ଦେଇଛନ୍ତି। ଦଳରୁ ବିରୋଧ ପରେ ଭାସ୍କରଙ୍କ ପାଇଁ ବଢିଛି ଅଡୁଆ।