ନନ୍ଦିଘୋଷ ବ୍ୟୁରୋ: ବାଙ୍କୀ ନରାଜ ନିକଟସ୍ଥ କାଠଯୋଡ଼ି ନଦୀରେ ଅଘଟଣ। ୭ ଜଣ ସାଙ୍ଗ ଏକାଠି କାଠଯୋଡ଼ି ନଦୀରେ ଗାଧୋଇବା ବେଳେ ଜଣେ ଯୁବକ ବୁଡି ନିଖୋଜ ହୋଇଯାଇଛନ୍ତି। ୬ ଜଣ ଉଦ୍ଧାର ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ନିଖୋଜ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସମସ୍ତେ ଘର କଟକ ଅଞ୍ଚଳର ବୋଲି ସୂଚନା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି ।
୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ଓଡ଼ିଆ ଫିଲ୍ମ ନନ୍ଦ ମାଷ୍ଟରଙ୍କ ଚାଟଶାଳୀ
ନନ୍ଦିଘୋଷ ବ୍ୟୁରୋ: ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ । ପ୍ରଣବ କୁମାରଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଚଳଚ୍ଚିତ୍ର ନନ୍ଦ ମାଷ୍ଟରଙ୍କ ଚାଟଶାଳୀ। ଏହା ଏକ ଡକ୍ୟୁମେଣ୍ଟ୍ରି ଓଡ଼ିଆ ସିନେମା ହୋଇଥିବା ବେଳେ ଓଡ଼ିଶାର ଶତାୟୁ ଶିକ୍ଷକ ନନ୍ଦ ମାଷ୍ଟରଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେଶିତ । ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଅଭୟ ପତିଙ୍କ ପ୍ରଯୋଜିତ ଏହି ଫିଲ୍ମ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ସ୍ଥାନିତ ହୋଇଛି । ଭାରତ ପର୍ବର ଉଦ୍ଯାପନୀ ସମାରୋହରେ ଚଳଚ୍ଚିତ୍ରର ପୋଷ୍ଟର ଓ ଟ୍ରେଲ୍ର ରିଲିଜ୍ ପାଇଁ ଫିଲ୍ମର ଟିମ୍କୁ ନିମନ୍ତ୍ରଣ ମିଳିଥିବା ବେଳେ ଏନ୍ଏଫ୍ଡିସି ଓ ଫିକି ଦ୍ୱାରା ପରିଚାଳିତ ଇଣ୍ଡିଆ ପାଭିଲିଅନ୍ର ଉଦ୍ଯାପନୀ ସମାରୋହରେ ଚଳଚ୍ଚିତ୍ରର ପୋଷ୍ଟର୍ ଓ ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର୍ଟି ମାର୍ଚ୍ଚ ୨୨ ସନ୍ଧ୍ୟା ୪ଟା୧୫ ସମୟରେ ପ୍ରଦର୍ଶିତ ହୋଇଯାଇଛି । ତେବେ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହୋଇ ବେଶ ପ୍ରଶଂସା ସାଉଁଟିଥିବା ବେଳେ ଶିକ୍ଷା ପାଇଁ ସମର୍ପଣ ଥିବା ଜଣେ ଶତାୟୁ ଶିକ୍ଷକଙ୍କ କାହାଣୀ ଦେଖିଛି ପୁରା ବିଶ୍ୱ । ଆଉ ସିନେମାର ଏହି ସଫଳତାକୁ ନେଇ ଚଳଚ୍ଚିତ୍ରର ପୁରା ଟିମ ଭୁବନେଶ୍ୱରରେ ଫିଲ୍ମର ସଫଳ ଯାତ୍ରା ବିଷୟରେ ଜଣାଇଛନ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଅନ୍ତର୍ଗତ କନ୍ତିରା ଗ୍ରାମର ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଛି ନନ୍ଦ ମାଷ୍ଟରଙ୍କ ଚାଟଶାଳି । ନନ୍ଦ ପୃଷ୍ଟିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ସାଇଶ୍ରେଷ୍ଠ ଦାସ ଓ ଅଙ୍ଗସା ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଶିବାଙ୍ଗୀ । ୧୦୩ ବର୍ଷ ବୟସ୍କ ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ସମୟରେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରି ଚର୍ଚ୍ଚାକୁ ଆସିଥିଲେ । ଅନ୍ୟପଟେ ଚଳଚ୍ଚିତ୍ରଟି ବିଭିନ୍ନ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଭ୍ରମଣ ପରେ ୨୦୨୪ ଶେଷ ସୁଦ୍ଧା ମୁକ୍ତିଲାଭ କରିବାର ପ୍ରୟାସ ରହିଛି ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା ।
୧୫୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍
ନନ୍ଦିଘୋଷ ବ୍ୟୁରୋ: ପୁଣି ସାମନାକୁ ଆସିଲ ବଡ଼ ଦୁର୍ଘଟଣା ଖବର । ଜମ୍ମୁ କଶ୍ମୀରରୁ ଆସିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର। ୧୫୦ ଫୁଟ ତଳକୁ ଖସିପଡ଼ିଛି ତୀର୍ଥଯାତ୍ରୀ ବସ୍। ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

