spot_img
Home Blog Page 1964

ବିଜେଡି଼ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୩ ନୂଆ ମୁହଁ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି ବୁଧବାର ଦିନ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣ କରିଛନ୍ତି । ଏହି ତାଲିକାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ବେଳେ ୧୩ ନୂଆ ମୁହଁ ରହିଛନ୍ତି । ବିଧାନସଭା ପାଇଁ ବିଜେଡି ୧୩ ଜଣ ନୂଆ ଚେହେରାଙ୍କ ଉପରେ ଭରସା କରିଛି । ସେହିଭଳି ଗତଥର ଲୋକସଭା ନିର୍ବାଚନ ଲଢିଥିବା ୩ ଜଣ ପ୍ରାର୍ଥୀଙ୍କୁ ଦଳ ଏଥରକ ବିଧାନସଭା ଟିକେଟ୍ ଦେଇଛି ।

ପ୍ରାର୍ଥୀ ତାଲିକାରେ ୧୩ ନୂଆ ମୁହଁ

ବିଜେଡ଼ିର ଏଥରକ ୧୩ ଜଣ ନୂଆ ମୁହଁଙ୍କୁ ବିଧାନସଭା ଟିକେଟ୍ ଦେଇଛି । ଦଳ ଯେଉଁ ୧୩ ଜଣଙ୍କ ଉପରେ ଭରସା କରିଛି ସେମାନେ ହେଲେ ରାୟଗଡା ଲାଗି ଅନୁସୟା ମାଝି,ବସ୍ତା ପାଇଁ ସୁଭାସିନୀ ଜେନା । ସେହିଭଳି ଧାମନଗରରୁ ଡ.ସଂଜୟ ଦାସ,ଯାଜପୁରରରୁ ସୁଜାତା ସାହୁ,ଲୋଇସିଙ୍ଗାରୁ ନିହାର ବେହେରା,ଉମରକୋଟରୁ ନବୀନ ନାୟକ,ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ,ଭବାନୀପାଟନାରୁ ଲଟିକା ନାୟକ,ପାଟକୁରାରୁ ଅରବିନ୍ଦ ମହାପାତ୍ର,ପୁରୀରୁ ସୁନିଲ ମହାନ୍ତି,ସୋରୋଡା଼ରୁ ସଂଘମିତ୍ରା ସ୍ୱାଇଁ,ଦିଗପହଣ୍ଡିରୁ ବିପ୍ଲବ ପାତ୍ର ଓ ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ନୂଆମୁହଁ ଭାବେ ଟିକେଟ୍ ପାଇଛନ୍ତି ।

ଗଲାଥର ଲୋକସଭା,ଏଥରକ ବିଧାନସଭା

ବୁଧବାର ଜାରି ବିଜେଡ଼ିର ପ୍ରାର୍ଥୀ ତାଲିକାରେ ଆଉ ଗୋଟିଏ ବିଶେଷକଥା ଦେଖିବାକୁ ମିଳିଛି । ତା’ହେଲା ଗତଥର ଲୋକସଭା ନିର୍ବାଚନ ଲଢିଥିବା ୩ ଜଣ ପ୍ରାର୍ଥୀଙ୍କୁ ଚଳିତ ଥର ଦଳ ବିଧାନସଭା ଟିକେଟ୍ ଦେଇଛି । କଳିକେଶ ନାରାୟଣ ସିଂଦେଓ ଏଥରକ ଦଳ ଟିକେଟରେ ବଲାଙ୍ଗିର ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିଭଳି ପୁଷ୍ପେନ୍ଦ୍ର ସିଂଦେଓ ଧର୍ମଗଡ଼ ବିଧାନସଭା ଆସନ ପାଇଁ ଲଢିବେ । ଅନ୍ୟପକ୍ଷରେ ରମେଶ ମାଝି ମଧ୍ୟ ଝରିଗାଁରୁ ବିଧାନସଭା ପାଇଁ ନିର୍ବାଚନ ଲଢିବେ ।

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଲଢ଼ିବେ ପ୍ରଣବ ପ୍ରକାଶ ଦାସ, ଭୁବନେଶ୍ବରରେ ଅପରାଜିତାଙ୍କୁ ଟକ୍କର ଦେବେ ମନ୍ମଥ

ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବାବେଳେ ବୁଧବାର ବିଜେଡି ପକ୍ଷରୁ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ବିଜେଡି ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଛନ୍ତି । କୁହାଯାଉଛି କି, ଏହି ଲୋକସଭା ଆସନରେ କଡା ଟକ୍କର ହେବ । ଉଭୟ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା । ଏଣୁ ଏହି ଲୋକସଭା ଆସନରେ ବିଜୟ ପାଇଁ ଉଭୟଙ୍କ ମଧ୍ୟ ଲଢ଼େଇ ଜୋରଦାର ହେବ । ଅନ୍ୟପଟେ ବହୁ ଚର୍ଚ୍ଚିତ ଲୋକସଭା ଆସନ ଭୁବନେଶ୍ବରରେ ଅପରାଜିତା ଷଢ଼ଙ୍ଗୀଙ୍କୁ ଟକ୍କର ଦେବେ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ୁଥିବା ମନ୍ମଥ ରାଉତରାୟ । ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଅପରାଜିତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ । ଗତ ନିର୍ବାଚନରେ ଅପରାଜିତା ଷଢ଼ଙ୍ଗୀ ବିଜୟୀ ହୋଇଥିଲେ । ମାତ୍ର ଏଥର ତାଙ୍କୁ ତାଙ୍କ ସଂସଦୀୟ କ୍ଷେତ୍ରରେ ଜନତା ବିରୋଧ କରୁଥିବାରୁ ଖବର ସାମନାକୁ ଆସୁଛି । ପ୍ରତିଦିନ ଅପରାଜିତାଙ୍କୁ ପ୍ରତିବାଦ କରୁଥିବାବାର ଭିଡିଓ ମଧ୍ୟ ନଜର ଆସିଛି । ତେବେ ଏହାର ଫାଇଦା ଉଠାଇବେ ନୂଆ ପ୍ରାର୍ଥୀ ମନ୍ମଥ ।

 

 

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୪ ମହିଳା

ଭୁବନେଶ୍ବର: ଉଭୟ ଲୋକସଭା ଏବଂ ବିଧାନସଭା ବିଜେଡି ବୁଧବାର ଦିନ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ବିଜେଡି ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଭାବେ ୧୩ ଜଣ ମହିଳାଙ୍କୁ ମଇଦାନକୁ ଉତାରିଛି । ଏହା ମଧ୍ୟରୁ ୧୨ ଜଣ ବିଧାନସଭା ପ୍ରାର୍ଥୀ ହୋଇଥିବାବେଳେ ୨ ଜଣ ଲୋକସଭା ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଜାରି କରିଛନ୍ତି । ଏହି ତାଲିକାରେ ବିଜେଡିର ମହିଳାଙ୍କୁ ସୁଯୋଗ ବିଚାରଧାରା ପ୍ରତିଫଳିତ ହୋଇଛି । ତେବେ ଆସନ୍ତୁ ଜାଣିବା ବିଧାନସଭା ଓ ଲୋକସଭା ପାଇଁ କେଉଁ ମହିଳା ପ୍ରାର୍ଥୀଙ୍କୁ ବିଜେଡି ସୁଯୋଗ ଦେଇଛି ।

ବିଧାନସଭା ପ୍ରାର୍ଥୀ

ବିଜେପୁର – ରୀତା ସାହୁ

ଅତାବିରା – ସ୍ନେହାଙ୍ଗିନି ଛୁରିଆ

ବସ୍ତା – ସୁବାସିନୀ ଜେନା

ବିଞ୍ଝାରପୁର – ପ୍ରମିଳା ମଲ୍ଲିକ

ଯାଜପୁର – ସୁଜାତା ସାହୁ

ଟିଟିଲାଗଡ଼ – ଟୁକୁନି ସାହୁ

ଉମରକୋଟ: ନବୀନା ନାୟକ

ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ

ଭବାନୀପାଟଣା – ଲତିକା ନାୟକ

କବିସୂର୍ଯ୍ୟନଗର – ଲତିକା ପ୍ରଧାନ

ସୋରଡା – ସଂଘମିତ୍ରା ସ୍ବାଇଁ

ରାୟଗଡ଼ା-ଅନୁସୟା ମାଝୀ

ଲୋକସଭା ପ୍ରାର୍ଥୀ

ଆସିକା- ରଞ୍ଜିତା ସାହୁ

କୋରାପୁଟ: କୌଶଲ୍ୟା ହିକ୍କା

 

 

ଲୋକସଭା ଲଢ଼େଇ, ଜାଣନ୍ତୁ କାହା ବିରୋଧରେ କିଏ ଲଢ଼େଇ କରିବେ

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ୯ ଲୋକସଭା ଆସନ ପାଇଁ ଘୋଷଣା ହୋଇଛି ପ୍ରାର୍ଥୀ ତାଲିକା । ପୂର୍ବରୁ ବିଜେପି ଓଡ଼ିଶା ଲୋକସଭା ଆସନ ପାଇଁ ୩ ଆସନକୁ ଛାଡ଼ି ପ୍ରାର୍ଥୀ ଘୋଷଣା କରି ସାରିଛି । ତେବେ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ନଜର ପକାନ୍ତୁ କାହା ବିପକ୍ଷରେ କିଏ ହେଉଛନ୍ତି ପ୍ରାର୍ଥୀ ।

ସମ୍ବଲପୁର: ବିଜେପି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ମୟୂରଭଞ୍ଜ: ବିଜେପି ନବ ଚରଣ ମାଝୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ସୁଦାମ ମାର୍ଣ୍ଡି ।

ଭୁବନେଶ୍ବର: ଅପରାଜିତ ଷଢ଼ଙ୍ଗୀ ଏହି ଆସନରୁ ଗତ ନିର୍ବାଚନରେ ସାଂସଦ ହୋଇଥିଲେ । ଦଳ ଏଥରକ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିବାବେଳେ ବିଜେଡି ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ।

କେନ୍ଦ୍ରାପଡ଼ା: ବିଜେଡି ଅଂଶୁମାନ ମହାନ୍ତିଙ୍କୁ ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇଥିବାବେଳେ ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା ।

କୋରାପୁଟ: ବିଜେପି: କାଳିରାମ ମାଝୀ ବିଜେଡି: କୌଶଲ୍ୟା ହିକ୍କା

ନବରଙ୍ଗପୁର: ବିଜେପି ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ମାଝୀ

ଆସିକା: ବିଜେଡିର ରଞ୍ଜିତା ସାହୁଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ବିଜେପିର ଅନୀତା ଶୁଭଦର୍ଶିନୀ

କଳାହାଣ୍ଡି: ବିଜେଡି: ଲମ୍ବୋଦର ନିଆଲ ବିଜେପି: ମାଳବିକା କେଶରୀ ଦେଓ

ସୁନ୍ଦରଗଡ଼: ବିଜେଡିର ଦିଲ୍ଲୀପ ତିର୍କୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ଜୁଏଲ ଓରାମ

ଲୋକସଭା ଓ ବିଧାନସଭା ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।  ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଆସନ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। ସେହିପରି ୯ଟି  ଲୋକସଭା ଆସନ ପାଇଁ ବିଜେଡି ତା’ର ପ୍ରାର୍ଥିଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରାର୍ଥି ତାଲିକା ଘୋଷଣା କରିଛନ୍ତି । ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲଢିବାକୁ ଥିବା ବେଳେ ଆଜି ବିଜେଡିରେ ସାମିଲ ହୋଇଥିବା ମନ୍ମଥ ରାଉତରାୟଙ୍କୁ ଦଳ  ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ।

ବିଜେଡିର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା

ସମ୍ବଲପୁର –ପ୍ରଣବ ପ୍ରକାଶ ଦାସ
କୋରାପୁଟ-କୌଶଲ୍ୟା ହିକ୍କକା
ସୁନ୍ଦରଗଡ଼- ଦିଲୀପ ତିର୍କୀ
ଭୁବନେଶ୍ବର- ମନ୍ମଥ ରାଉତରାୟ
କେନ୍ଦ୍ରାପଡ଼ା- ଅଂଶୁମାନ ମହାନ୍ତି
କଳାହାଣ୍ଡି – ଲମ୍ବୋଦର ନିଆଲ
ମୟୂରଭଞ୍ଜ- ସୁଦାମ ମାର୍ଣ୍ଡି
ଆସ୍କା- ରଂଜିତା ସାହୁ
ନବରଙ୍ଗପୁର- ପ୍ରଦୀପ ମାଝୀ

ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ବିଷମ କଟକ – ଜଗନ୍ନାଥ ସାରକା

ଗୁଣୁପୁର – ରଘୁନାଥ ଗମାଙ୍ଗ

ରାୟଗଡ଼ା – ଅନୁସୟା ମାଝି

ବରଗଡ଼ – ଦେବେଶ ଆଚାର୍ଯ୍ୟ

ବିଜେପୁର – ରୀତା ସାହୁ

ଅତାବିରା – ସ୍ନେହାଙ୍ଗିନି ଛୁରିଆ

ଭଟଲି – ସୁଶାନ୍ତ ସିଂ

ଜଳେଶ୍ବର – ଅଶ୍ବିନୀ ପାତ୍ର

ବସ୍ତା – ସୁବାସିନୀ ଜେନା

ସୁକିନ୍ଦା – ପ୍ରୀତିରଞ୍ଜନ ଘଡାଇ

ଢେଙ୍କାନାଳ – ସୁଧୀର ସାମଲ

କାମାକ୍ଷାନଗର – ପ୍ରଫୁଲ୍ଲ ମଲ୍ଲିକ

ପରଜଙ୍ଗ – ନୃସିଂହ ସାହୁ

ପାଲଲହଡା – ମୁକେଶ ପାଲ୍

ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା

ସୋନପୁର- ନିରଞ୍ଜନ ପୁଜାରୀ

ଲୋଇସିଂହା – ନିହାର ବେହେରା

ପାଟଣାଗଡ଼ – ସରୋଜ ମେହେର

ଭଣ୍ଡାରିପୋଖରୀ – ସଂଜୀବ ମଲ୍ଲିକ

ଭଦ୍ରକ – ପ୍ରଫୁଲ୍ଲ ସାମଲ

ବାସୁଦେବପୁର – ବିଷ୍ଣୁବ୍ରତ ରାଉତରାୟ

ଧାମନଗର – ଡ. ସଂଜୟ ଦାସ

ଚାନ୍ଦବାଲି – ବ୍ୟୋମକେଶ ରାୟ

ବିଞ୍ଝାରପୁର – ପ୍ରମିଳା ମଲ୍ଲିକ

ଧର୍ମଶାଳା – ପ୍ରଣବ ବଳବନ୍ତରାୟ

ଯାଜପୁର – ସୁଜାତା ସାହୁ

ବଲାଙ୍ଗିର – କଳିକେଶ ସିଂହଦେଓ

ଟିଟଲାଗଡ଼ – ଟୁକୁନି ସାହୁ

ନୂଆପଡ଼ା – ରାଜେନ୍ଦ୍ର ଢୋଲକିଆ

ଉମରକୋଟ – ନବୀନ ନାୟକ

ଝରିଗାଁ – ରମେଶ ମାଝୀ

ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ

ଡାବୁଗାଁ -ମନୋହର ରନ୍ଧାରି

ଲାଞ୍ଜିଗଡ଼ – ପ୍ରଦୀପ ଦିଶାରୀ

ଜୁନାଗଡ଼ – ବିଦ୍ୟଶଙ୍କର ମିଶ୍ର

ଧର୍ମଗଡ଼ – ପୁଷ୍ପେନ୍ଦ୍ର ସିଂହଦେଓ

ଭବାନୀପାଟଣା – ଲତିକା ନାୟକ

ଜି ଉଦୟଗିରି- ସାଲୁଗା ପ୍ରଧାନ

କଣ୍ଟାମାଳ – ମହୀଧର ରଣା

ବୌଦ୍ଧ- ପ୍ରଦୀପ ଅମାତ

ବଡମ୍ବା – ଦେବୀ ମିଶ୍ର

ବାଙ୍କି – ଦେବୀ ରଞ୍ଜନ ତ୍ରିପାଠୀ

ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ବାଇଁ

କଟକ ଚୌଦ୍ବାର – ସୌଭିକ୍ ବିଶ୍ବାଳ

ନିଆଳି – ପ୍ରମୋଦ ମଲ୍ଲିକ

କଟକ ସଦର – ଚନ୍ଦ୍ର ସାରିଥି ବେହେରା

ପାଟକୁରା – ଅରବିନ୍ଦ ମହାପାତ୍ର

ଆଳି – ପ୍ରତାପ ଦେବ

ରାଜନଗର – ଧୃବ ସାହୁ

ମହାକାଳପଡ଼ା – ଅତନୁ ସବ୍ୟସାଚୀ ନାୟକ

ପୁରୀ – ସୁନୀଲ ମହାନ୍ତି

ବ୍ରହ୍ମଗିରି – ଉମା ସାମନ୍ତରାୟ

ସତ୍ୟବାଦୀ – ସଂଜୟ ଦାଶବର୍ମା

ପିପିଲି – ରୁଦ୍ର ମହାରଥି

ଜଟଣି – ବିଭୁତି ବଳବନ୍ତରାୟ

ରଣପୁର – ସତ୍ୟ ପ୍ରଧାନ

ଦଶପଲ୍ଲା – ରମେଶ ବେହେରା

ନୟାଗଡ଼ – ଅରୁଣ କୁମାର ସାହୁ

ଭଞ୍ଜନଗର – ବିକ୍ରମ ଆରୁଖ୍

ପୋଲସରା – ଶ୍ରୀକାନ୍ତ ସାହୁ

କବିସୂର୍ଯ୍ୟନଗର – ଲତିକା ପ୍ରଧାନ

ଛତ୍ରପୁର – ସୁବାସ ବେହେରା

ସୋରଡା – ସଂଘମିତ୍ରା ସ୍ବାଇଁ

ହିଞ୍ଜିଳି – ନବୀନ ପଟ୍ଟନାୟକ

ଗୋପାଳପୁର – ବିକ୍ରମ ପଣ୍ଡା

ଦିଗପହଣ୍ଡି – ବିପ୍ଳବ ପାତ୍ର

ଚିକିଟି – ଚିନ୍ମୟାନନ୍ଦ ଶ୍ରୀରୂପଦେବ

କୋଟପାଡ଼ – ଚନ୍ଦ୍ରଶେଖର ମାଝି

କୋରାପୁଟ- ରଘୁରାମ ପୋଡାଲ

ମାଲକାନଗିରି – ମାନସ ମାଡକାମି

ଘଷିପୁରା – ବଦ୍ରି ପାତ୍ର

ପାଟଣା – ଜଗନ୍ନାଥ ନାୟକ

ତିଗିରିଆରେ ଗୋଷ୍ଠୀ ସଂଘର୍ଷ ଘଟଣା, ସିସିଟିଭିରେ କଏଦ ଆକ୍ରମଣର ଦୃଶ୍ୟ…

ତିଗିରିଆ: ତିଗିରିଆ ଥାନା ଭୋଗଡ଼ା ପଞ୍ଚାୟତର ବେଲଣ୍ଟା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣା। ସିସିଟିଭି ଫୁଟେଜରେ କଏଦ ହୋଇଛି ଗୋଷ୍ଠୀ ସଂଘର୍ଷର ଦୃଶ୍ୟ। ୧୫ରୁ ଅଧିକ ଯୁବକ ହାତରେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଧରି ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଭୋଗଡ଼ାର ମହିଳା ସରପଞ୍ଚ ଏବଂ ତାଙ୍କ ପରିବାର ଉପରେ ଆକ୍ରମଣ କରିଛନ୍ତି କିଛି ଯୁବକ। ସରପଞ୍ଚଙ୍କ ସ୍ବାମୀ ଏବଂ ଦିଅରଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଛନ୍ତି।

ପ୍ରଥମେ ତିଗିରିଆ ମେଡିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାରେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ତିଗିରିଆ ଥାନାରେ ଏତଲା ଦିଆଯାଇଥିବା ବେଳେ ଗାଁରେ ଶାନ୍ତି ଫେରାଇ ଆଣିବାକୁ ଆଇଆଇସିଙ୍କ ସମେତ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଗାଁ ରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଏକ କମ୍ପାନୀ ସିଆଇଏସଏଫ୍ ଙ୍କ ଦ୍ଵାରା ଫ୍ଲାଗମାର୍ଚ୍ଚ କରାଯାଇଛି। CCTV କୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ। ଖୁବଶୀଘ୍ର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

ହୋଲି ସ୍ପେଶାଲ୍ ଟ୍ରେନର ଏସି ବଗିରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

ପାଟଣା: ବିହାର ଆରାରେ ଲୋକମାନ୍ୟ ତିଲକ ହୋଲି ସ୍ପେଶାଲ୍ ସ୍ଵତନ୍ତ୍ର ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଦୁର୍ଘଟଣାରେ କେହି ମୃତାହତ ନଥିବା ଜଣାପଡିଛି। ଦାନାପୁରରୁ ମୁମ୍ବାଇ ଯାଉଥିବା ଏହି ସ୍ଵତନ୍ତ୍ର ଟ୍ରେନରେ ମଧ୍ୟରାତ୍ରି ପ୍ରାୟ ୨ଟା ସମୟରେ ଏକ ଏସି ବଗିରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ଟ୍ରେନର ଏହି ନିଆଁ ପୁରା ବଗିକୁ ବ୍ଯାପି ଥିଲା।

ତେବେ ନିଆଁ ପୁରା ବଗିକୁ ବ୍ଯାପିବା ଆଗରୁ ବଗିରୁ ଡେଇଁ ଜୀବନ ବଞ୍ଚାଇଥିଲେ ସମସ୍ତ ଯାତ୍ରୀ। ସର୍ଟ ସର୍କିଟରୁ ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ବିହାର ଭୋଜପୁର ଅନ୍ତର୍ଗତ କାରିସାଥ ଷ୍ଟେସନ ନିକଟରେ ଟ୍ରେନରେ ଲାଗିଥିଲା ନିଆଁ। ହୋଲି ଥିବାରୁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ଯା କମ ଥିଲା। ଏଥିଲାଗି ଟ୍ରେନରେ ଲାଗିଥିବା ଏହି ନିଆଁରେ କେହି ମୃତାହତ ହୋଇନଥିବା ନେଇ ଇଷ୍ଟ୍ ସେଣ୍ଟ୍ରାଲ୍ ରେଳବାଇ ପକ୍ଷରୁ ସୂଚନା ମିଳିଛି।

ତେବେ ଦୁର୍ଘଟଣାକୁ ନେଇ ରେଲୱେ ବିଭାଗ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଦୁର୍ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମେନ୍ ଲାଇନରେ ଟ୍ରେନରେ ନିଆଁ ଲାଗିଥିବାରୁ ଅନେକ ଟ୍ରେନର ଚଳାଚଳ ପ୍ରଭାବିତ ହୋଇଛି। ୧୦ରୁ ଅଧିକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ନିଆଁ ଲାଗିଥିବା ବଗିକୁ ବାହାର କରାଯାଇ ଟ୍ରେନ ପୁଣିଥରେ ଯାତ୍ରା ଆରମ୍ଭ କରିଛି।

ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରିବା ଘଟଣା, ୨ ଟ୍ରଲର ଜବତ

ଅସ୍ତରଙ୍ଗ: ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ୨ଟି ଟ୍ରଲର ଜବତ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀ ମୁହାଣରେ ବେଆଇନ ଭାବେ ମାଛ ମାରୁଥିବା ବେଳେ କୋଷ୍ଟ ଗାର୍ଡ ଚଢ଼ାଉ କରି ୨ଟି ଟ୍ରଲରକୁ ଜବତ କରିଛି। ବନ ବିଭାଗ, ତଟରଖି ବାହିନୀ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ମିଳିତ ଭାବରେ ଚଢ଼ାଉ କରି ନୂଆଗଡ ଜେଠି ନିକଟରୁ ୨ ଟ୍ରଲର ଜବତ କରିଛି।

ଏହି ୨ଟି ଟ୍ରଲରରୁ ୨୫ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ପଚରାଉଚରା କରୁଛି ମିଳିତ ଟିମ୍ । ଦେବୀ ନଦୀମୁହାଣ ପାର୍ଶ୍ଵବର୍ତ୍ତୀ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ଖବର ପାଇଥିଲେ ବନବିଭାଗ । ସାମୁଦ୍ରିକ ମତ୍ସ୍ୟବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶରେ ଟିମ୍ ରେଡ କରିଥିଲା। ଜବତ ଟ୍ରଲର ମଧ୍ୟରେ ବାଲେଶ୍ୱର ଅଂଚଳର ଚିନ୍ମୟୀ, ପାରାଦ୍ୱୀପର ମା ବୃନ୍ଦାବତୀ ଟ୍ରଲର ରହିଛି।

ତେବେ ସମୁଦ୍ର ଉପକୂଳରେ ଅଲିଭ୍ ରିଡେଲ୍ କଇଁଛଙ୍କ ସୁରକ୍ଷିତ ଆଗମନ ଓ ଅଣ୍ଡା ଦାନ ଏବଂ ପ୍ରଜନନ ପାଇଁ ସମୁଦ୍ର ଉପକୂଳରୁ ୫କିଲୋମିଟର ଏବଂ ଦେବୀ ନଦୀମୁହାଣର ୧୦କିଲୋମିଟର ମଧ୍ୟରେ ଯନ୍ତ୍ର ଚାଳିତ ଡଙ୍ଗାରେ ମାଛ ଧରିବା ଉପରେ କଟକଣା ଜାରି ହୋଇଛି।

ମିଳିଲା ଗୋଆରୁ ନିଖୋଜ ନେପାଳ ମେୟରଙ୍କ ଝିଅଙ୍କ ସନ୍ଧାନ

ପାନାଜୀ: ନେପାଳରୁ ଗୋଆ ବୁଲିବାକୁ ଆସିଥିବା ନେପାଳ ମେୟରଙ୍କ ଝିଅ ନିଖୋଜର ଦୁଇ ଦିନ ପରେ ଉଦ୍ଧାର ହୋଇଛନ୍ତି । ନେପାଳର ଧାନଗଢିର ମେୟର ଗୋପାଳ ହମାଲଙ୍କ ଝିଅ ହେଉଛନ୍ତି ଆରତୀ ହମାଲ। ସେ ଗତ କିଛି ମାସ ଧରି ଓଶୋ ଆଶ୍ରମରେ ରହୁଥିଲେ।

ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଗୋପାଳ । ମୋ ବଡ଼ ଝିଅ ମିଳିଯାଇଛି, ସେ ଏବେ ସୁସ୍ଥ। ମୋ ଝିଅକୁ ଖୋଜିବାରେ ସାହାଯ୍ୟ କରିଥିବା ଗୋଆ ବାସୀ ତଥା ଗୋଆରେ ରହୁଥିବା ସମସ୍ତ ନେପାଳୀ ଭାଇ-ଭଉଣୀଙ୍କୁ ଧନ୍ୟବାଦ ଜଣାଉଛି ।

ଉଲ୍ଲେଖଯୋଗ୍ୟ, ଆରତୀ ଗତ କିଛି ମାସ ଧରି ଗୋଆରେ ରହୁଥିଲେ | ତାଙ୍କୁ ଶେଷ ଥର ପାଇଁ ମାର୍ଚ୍ଚ ୨୫ରେ ଗୋଆର ଅଶ୍ୱେମ୍ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ତା’ପରଠାରୁ ତାଙ୍କର କୌଣସି ଖୋଜଖବର ନଥିଲା। ନେପାଳର ଖବରକାଗଜ ହିମାଳୟ ଟାଇମ୍ସର ରିପୋର୍ଟ ଅନୁଯାୟୀ, ସେ ଗତ କିଛି ମାସ ଧରି ଓଶୋ ମେଡିଟେସନ ସେଣ୍ଟରରେ ରହିଆସୁଥିଲେ।

ପୂର୍ବରୁ ଧାନଗଢି ମେୟର ଗୋପାଳ ହମାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରିବା ସହ ଝିଅ ସମ୍ପର୍କରେ ସୂଚନା ପାଇବା ପାଇଁ ଫୋନ୍ ନଂ ମଧ୍ୟ ଜାରି କରିଥିଲେ । ‘‘ମୋର ବଡ଼ ଝିଅ ଆରତୀ ଜଣେ ଓଶୋ ଧ୍ୟାନକାରୀ, ଯିଏକି ଗୋଆରେ କିଛି ମାସ ଧରି ରହିଆସୁଥିଲେ। ମୁଁ ତାଙ୍କ ବନ୍ଧୁଙ୍କଠାରୁ ଆରତୀଙ୍କ ନିଖୋଜ ସମ୍ପର୍କରେ ଖବର ପାଇଥିଲି। ମୁଁ ବିନମ୍ର ଭାବେ ଅନୁରୋଧ କରୁଛି ଯେ ଗୋଆରେ ରହୁଥିବା ଲୋକମାନେ ମୋ ଝିଅ ଆରତୀକୁ ଖୋଜିବାରେ ସାହାଯ୍ୟ କରନ୍ତୁ’’।

 

ବାସାଗୁଡା ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ବିଜାପୁର: ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏନକାଉଣ୍ଟରରେ ଜଣେ ନକ୍ସଲ ଡେପୁଟି କମାଣ୍ଡରଙ୍କ ସମେତ ୬ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛତିଶଗଡ ବିଜାପୁର ନିକଟ ବାସାଗୁଡା ଜଙ୍ଗଲରେ କରାଯାଇଛି ଏନକାଉଣ୍ଟର। ଏନକାଉଣ୍ଟର ଶେଷ ହେବା ପରେ କୁମ୍ବିଂ ଅପରେସନ ଜାରି ରହିଛି।

ଡିଆରଜି, ସିଆରପିଏଫ ଓ କୋବ୍ରା ବାହିନୀ ପକ୍ଷରୁ ମିଳିତ ଭାବେ ଏନକାଉଣ୍ଟର କରାଯାଇଛି। ନକ୍ସଲଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଥିବା ଜଣାପଡିଛି । ବାସାଗୁଡା ପୋଲିସ ଷ୍ଟେସନ ପରିସରର ଚିପୁରବଟ୍ଟୀ ଅଞ୍ଚଳରେ ତାଲପେରୁ ନଦୀ କୂଳରେ ଏହି ଏନକାଉଣ୍ଟର ହୋଇଥିବା ନେଇ କହିଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ।