spot_img
Home Blog Page 1965

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି। ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଭକ୍ତ ଦର୍ଶନ କରିପାରିବେ ନାହିଁ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବନକଲାଗି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।

ଋଷ ରାଷ୍ଟ୍ରପତିଙ୍କୁ ISIS-K ସଙ୍ଗଠନର ଧମକ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ISIS-K ସଙ୍ଗଠନର ଧମକ। ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କୁ ଧମକ ଦେଇ ଏକ ପୋଷ୍ଟର ଜାରି କରିଛି ଏହି ଆତଙ୍କବାଦୀ ସଙ୍ଗଠନ। ପୋଷ୍ଟରରେ କଳା ମୁଖା ପିନ୍ଧା ଆତଙ୍କବାଦୀ ହାତରେ ଛୁରୀ ଦେଖାଇ ଧମକ ଦେବାର ଫଟୋ ରହିଛି। ଏହି ଫଟୋ ତଳେ ଧମକ ଦେବାର ଲେଖା ଉଲ୍ଲେଖ ରହିଛି। ଆଫଗାନିସ୍ଥାନରେ ସକ୍ରିୟ ISIS ଖୋରାସନ ୟୁନିଟ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ଯା ଧମକ ଦେଇଛି ଆଇଏସଆଇଏସ। ଆଗକୁ ଆହୁରି ହମଲା କରି ଅଧିକ ସଂଖ୍ୟକ ଋଷ ନାଗରିକଙ୍କୁ ହତ୍ଯା କରିବାକୁ ଚେତାବନୀ ଦେଇଛି ଆଇଏଲଆଇଏସ। ଇସଲାମିକ୍ ଷ୍ଟେଟ୍ ଖୋରାସନ ପ୍ରୋଭିନ୍ସ ସମ୍ପର୍କରେ ଥିବା ଅଲ୍ ଅଜିମି ପକ୍ଷରୁ ପ୍ରକାଶିତ ସଂସ୍ଥା ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଛି। ଗତ ମାର୍ଚ୍ଚ ୨୨ରେ ହୋଇଥିବା ମସ୍କୋ ଆକ୍ରମଣକୁ ଉଲ୍ଲେଖ କରି ପୁଣି ଥରେ ଜୋରଦାର ହମଲା କରିବାକୁ ଚେତାବନୀ ଦେଇଛି ISIS।

ଗତ ୨୨ ତାରିଖରେ ମସ୍କୋର କନସର୍ଟ ସେଣ୍ଟର ଆକ୍ରମଣରେ ୧୩୭ ଜଣଙ୍କ ମୃତ୍ଯୁ ଘଟିଛି। ଏହି ଆକ୍ରମଣ ପରେ ନିଜକୁ ଦାୟୀ କରିଥିଲା ଆଇଏସଆଇଏସ-କେ ସଂଗଠନ। କିଛି ବର୍ଷ ଧରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରୋଧ କରିଆସୁଛି ISIS-K। ଋଷର ବିଭିନ୍ନ ନୀତିକୁ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଉଛି। ମୁସଲମାନଙ୍କ ବିରୋଧରେ ଋଷ କାର୍ଯ୍ୟ କରୁଥିବା ନେଇ ସଂଗଠନ ଅଭିଯୋଗ କରି ଆସୁଛି। କେନ୍ଦ୍ରୀୟ ଏସୀୟ ଆତଙ୍କବାଦୀ ସଙ୍ଗଠନଗୁଡିକ ସହ ନିଜର ପ୍ରଭାବ ବିସ୍ତାର ଲାଗି ଉଦ୍ୟମ କରୁଛି ସଙ୍ଗଠନ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ମିଳିବ କି ଆଶ୍ୱସ୍ତି?

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫ ମାମଲାରେ ଆଜି ହେବ ଶୁଣାଣି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଉପରେ ହେବ ଶୁଣାଣି। ଗିରଫକୁ ଚ୍ଯାଲେଂଜ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

ଜଷ୍ଟିସ ସ୍ଵର୍ଣ୍ଣକାନ୍ତ ଶର୍ମା ଆବେଦନର ଶୁଣାଣି କରିବେ। ସକାଳ ସାଢେ ୧୦ଟାରେ ମାମଲାର ଶୁଣାଣି ହେବ। ଗତ ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ଗିରଫ କରି ରିମାଣ୍ଡରେ ନେଇ ପଚରାଉଚରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡିର ନୋଟିସ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କେଜରିୱାଲ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନନେବା ସହ ପୂର୍ବରୁ ଦେଇଥିବା ସମନ ଉପରେ ରହିତାଦେଶ ଜାରି କରିବାକୁ ଦାବି କରିଥିଲେ। ତେବେ ଦିଲ୍ଲୀ ହାଇକୋର୍ଟ ।

ସେତେବେଳେ କେଜରିୱାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରି ଦେଇଥିଲେ। ଏହି ମାମଲାରେ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସଂଜୟ ସିଂହ ଗିରଫ ହୋଇ ଜେଲରେ ଅଛନ୍ତି।

ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ; ଆଜି ନାମାଙ୍କନର ଶେଷ ଦିନ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ। ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ କ୍ଷେତ୍ରରେ ଗତ ୨୦ ତାରିଖରୁ ନୋମିନେସେନ ଆରମ୍ଭ ହୋଇଥିବାବେଳେ ଆଜି ପ୍ରାର୍ଥୀଙ୍କ ପାଇଁ ଶେଷ ସୁଯୋଗ ରହିଛି। କାଲି ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପରେ ୩୦ ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି।

୧୯ ଏପ୍ରିଲରେ ଭୋଟ ହୋଇ ୪ଜୁନରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ନିର୍ବାଚନ ହେବ। ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ହିମାଚଳ, ହରିଆଣା, କେରଳ, ଲାକ୍ଷାଦ୍ବୀପ, ଲଦାଖ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ, ସିକିମ, ତାମିଲନାଡୁ, ପଞ୍ଜାବ, ତେଲଙ୍ଗାନା ଓ ଉତ୍ତରାଖଣ୍ଡରେ ମତଦାନ ଅନୁଷ୍ଠିତ ହେବ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ସହ ନାମାଙ୍କନ ଆରମ୍ଭ ହେବ। ଏପ୍ରିଲ ୨୬ରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ମେ ୭ରେ ତୃତୀୟ, ମେ ୧୩ରେ ଚତୁର୍ଥ, ମେ ୨୦ରେ ପଞ୍ଚମ, ମେ ୨୫ରେ ଷଷ୍ଠ ଓ ଜୁନ ୧ରେ ହେବ ସପ୍ତମ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ଶେଷ ୪ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ।

ଜମି ବାଡି ବିବାଦକୁ କେନ୍ଦ୍ରକରି ପଡୋଶୀଙ୍କୁ ଆକ୍ରମଣ

ଦେବଗଡ଼: ଜମି ବାଡି ବିବାଦକୁ କେନ୍ଦ୍ରକରି ପଡୋଶୀଙ୍କୁ ଆକ୍ରମଣ । ଆକ୍ରମଣରେ ବାପ ପୁଅ ଗୁରୁତର । ରିଆମାଳ ଥାନା ଟିଙ୍କବୀର ଖଲିପଶି ସାହିରେ ଘଟିଛି ଏଭଳି ଘଟଣା । ଖଲିପଶି ସାହିର ମୁନୁ ସାହୁଙ୍କ ଚାଷ ଜମି ନିକଟରେ ପଡୋଶୀ ମିଟୁ ଧଳଙ୍କ ଚାଷ ଜମି ରହିଛି l ଦୁଇଦିନ ତଳେ ମୁନୁ ଜେସିବି ଦ୍ବାରା ଜମି ସଜାଡୁଥିବାବେଳେ କିଛି ମାଟି ମିଟୁଙ୍କ ଜମିରେ ପଡିଯାଇଥିଲା । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ମୁନୁ ସାହୁ ଓ ତାଙ୍କ ପୁଅ ବାଇକରେ ଫେରୁଥିବାବେଳେ ମିଟୁ ଧଳ ଓ ତାଙ୍କ ପୁଅ ପପୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲେ l ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଛତାବର ଓ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଏନେଇ ମୁନୁଙ୍କ  ବୋହୁ ସୁପ୍ରଭା ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍ ।

ସାଙ୍ଗର ଛୁରା ମାଡ଼ରେ ସାଙ୍ଗ ମୃତ

ସମ୍ବଲପୁର: ଝିମିଟି ଖେଳରୁ ମହାଭାରତ । ସାଙ୍ଗର ଛୁରା ମାଡ଼ରେ ସାଙ୍ଗ ମୃତ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କେଛୁପାଣି ଗାଁରେ ଘଟିଛି ଅଭାବନୀୟ ଘଟଣା । ହୋଲି ଖେଳ ପରେ ବଚସାରୁ ସାଙ୍ଗକୁ ଛୁରୀ ଭୁସି ହତ୍ଯା କରିଛି ସାଙ୍ଗ । ଛୁରା ମାଡ଼ରେ ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ଯୁ ହୋଇଛି । ତେବେ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୋଲିସ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।

କୋରାପୁଟ ଜିଲ୍ଲା ପୋଡ଼ାଗଡ ନିକଟରେ ବସ୍ ଦୁର୍ଘଟଣା, ଜଣେ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ପୋଡ଼ାଗଡ ନିକଟରେ ବସ୍ ଦୁର୍ଘଟଣା । ଖମ୍ବେଶ୍ୱରୀ ନାମକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି  । ଭାରସାମ୍ଯ ହରାଇ ବସଟି ରାସ୍ତା ତଳକୁ ଖସିପଡ଼ିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ବସଟି ଯାତ୍ରୀଙ୍କୁ ନେଇ ଜୟପୁରରୁ ବ୍ରହ୍ମପୁର ଯାଉଥିବାବେଳେ ଦୁର୍ଘଟଣା ଘଟିଛି ।

ପୁଣି ଚର୍ଚ୍ଚାରେ କଙ୍ଗନା

ନନ୍ଦିଘୋଷ ବ୍ୟୁରୋ: ଚର୍ଚ୍ଚାରେ କଙ୍ଗନା । ସବୁବେଳେ  ଚର୍ଚ୍ଚାରେ ରହୁଥିବା କଙ୍ଗନା ଏବେ ରାଜନୀତି ମଇଦାନରେ ପାଦ ରଖିବା ପରେ ଅଧିକ ଚର୍ଚ୍ଚାରେ । କଙ୍ଗନାଙ୍କୁ ନେଇ ଏକ ଆପତ୍ତିଜନକ ପୋଷ୍ଟ ଭାଇରାଲ ହେଉଛି । କଂଗ୍ରେସର ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଆପତ୍ତି ଜନକ ପୋଷ୍ଟ ହୋଇଥିଲା ।

ଏହାପରେ ବିଜେପିର ଟାର୍ଗେଟରେ ଆସିଥିଲେ ସୁପ୍ରିୟା ଶ୍ରୀନେତ । ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ହୋଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପ୍ରାର୍ଥୀ କରିଛି। ଅଭିନେତ୍ରୀଙ୍କର ଏକ ଅଶ୍ଳୀଳ ଫଟୋ ପୋଷ୍ଟ କରାଯାଇ ଏକ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିଲା। ଦେଖଉ ଦେଖୁ ଏହି ପୋଷ୍ଟ ଭାଇରାଲ ହୋଇଯାଇଥିଲା ଏବଂ ସୋସିଆଲ ମିଡିଆରେ ଲୋକମାନେ ସୁପ୍ରିୟା ଶ୍ରୀନେତ ଏବଂ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ଟ୍ରୋଲିଂର କିିଛି ସମୟ ପରେ କଂଗ୍ରେସ ନେତାଙ୍କ ଆକାଉଣ୍ଟରୁଏହାକୁହଟାଯାଇଥିଲା।

ଏହି ପ୍ରସଙ୍ଗରେ ତାଙ୍କ ସ୍ପଷ୍ଟୀକରଣ ଦେଇ ସୁପ୍ରିୟା ଶ୍ରୀନେତ କହିଛନ୍ତି – ମୋର ମେଟା ଆକାଉଣ୍ଟ (ଫେସବୁକ ଏବଂ ଇନଷ୍ଟାଗ୍ରାମ) କୁ ଅନ୍ୟ କେହି ଆକ୍ସେସ କରିଛନ୍ତି, ଯାହା ପରେ ଏକ ଅତି ଲଜ୍ଜାଜନକ ଏବଂ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା। ତେବେ ସେହି ପୋଷ୍ଟକୁ ହଟାଇ ଦିଆଯାଇଛି। ଯେଉଁମାନେ ମୋତେ ବ୍ୟକ୍ତିଗତ ଭାବରେ ଜାଣନ୍ତି ସେମାନେ ବୁଝନ୍ତି ଯେ ମୁଁ କୌଣସି ମହିଳାଙ୍କ ବିଷୟରେ ଏପରି କଥା କହି ପାରିବି ନାହିଁ।

କଂଗ୍ରେସର ନେତାହ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟରେ ଅପମାନଜନକ କ୍ଯାପସନ ସହିତ ଏକ ବିବାଦସ୍ପଦ ଫୋଟୋ ସେଯାର ହୋଇଥିଲା । ବିବାଦ ପରେ ଏହି ପୋଷ୍ଟକୁ ଡିଲେଟ କରିଦିଆୟାଇଛି । କଙ୍ଗନା ମଧ୍ଯ ଏହି ପୋଷ୍ଟ ବିରୋଧରେ ପାଲଟା ଜବାବ ରଖିଛନ୍ତି ।

ଅନ୍ଯପଟେ ସୁପ୍ରିୟା ଶ୍ରୀନେତ୍ ଏକ ବୟାନରେ କହିଛନ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଆକ୍ସେସ୍ ହୋଇଛି । ଏଭଳି ଆପତ୍ତିଜନକ ତଥା ଘୃଣିତ ପୋଷ୍ଟ ସେ କରିନଥିବା କହିଛନ୍ତି ।

ସମ୍ବଲପୁର ପୀରବାବା ଛକରେ ବୋମାମାଡ଼

ସମ୍ବଲପୁର: ସମ୍ବଲପୁରରେ ବୋମାମାଡ଼ । ସମ୍ବଲପୁର ପୀରବାବା ଛକରେ ବୋମାମାଡ଼ ହୋଇଛି । ଏକ ବୁଲେଟ୍ ଉପରକୁ ଦୁର୍ବୃତ୍ତ ବୋମା ପକାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗିରହିଥିବାବେଳେ ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଡିଆଇଜି ଓ ଏସପି ପହଞ୍ଚି ତଦନ୍ତ କରୁଛନ୍ତି । ଉତ୍ତ୍ଯକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରୁଛି । କିଏ ଓ କାହିଁକି ବୋମାମାଡ଼ କରିଛି ସେନେଇ କୌଣସି ସୂଚନା ମିଳିପାରିନି । ବୋମାମାଡ଼ରେ ତିନି ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ସିଆରପିଏଫକୁ ମୁତୟନ କରାଯାଇଛି ।

ଭୁବନେଶ୍ବର ନୟାପଲ୍ଲୀ ବ୍ରିଟ କଲୋନୀରେ କେବିଏନ ଗ୍ୟାଙ୍ଗର ଆତଙ୍କ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ନୟାପଲ୍ଲୀ ବ୍ରିଟ କଲୋନୀରେ କେବିଏନ ଗ୍ୟାଙ୍ଗର ଆତଙ୍କ । ଯାହାକୁ ଦେଖିଲେ ତାକୁ ହାଣିଲେ । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗାଡ଼ିକୁ ବି ଭାଙ୍ଗିଲେ । କିଛି ସମୟ ପାଇଁ ଅଞ୍ଚଳରେ ଆତଙ୍କ ଖେଳିଗଲା । ଆକ୍ରମଣରେ 3 ଜଣ ଗୁରୁତର ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।ସନ୍ଧ୍ୟା ସମୟରେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ବ୍ରିଟ କଲୋନୀ ଭିତରକୁ ପଶି ଆତଙ୍କ ରଚିଥିଲେ । ରାସ୍ତାରେ ଯାହାକୁ ପାରିଲେ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହେଇଛି । ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।