spot_img
Home Blog Page 1972

ଉପକୂଳ ଅପେକ୍ଷା ଆଭ୍ୟନ୍ତରରେ ବଢ଼ିଛି ତାତି, ୨୮ ତାରିଖରୁ ସ୍ଥିତି ହେବ ସାଂଘାତିକ

ଭୁବନେଶ୍ବର: ସାରା ରାଜ୍ୟରେ ଉପରମୁହାଁ ହୋଇଛି ପାରଦ। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଛି ତାତି। ଆସନ୍ତା ୨୮ ତାରିଖରୁ ଆହୁରି ଜଳିବ ଓଡ଼ିଶା। ପଶ୍ଚିମ ଓଡ଼ିଶାରେ ତାତି ୪୦ ଡିଗ୍ରୀ କିମ୍ବା ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ବଲାଙ୍ଗିର,  ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ଗଜପତି, ମାଲକାନଗିରି ଜିଲ୍ଲା ସମେତ ଟୁଇନ୍ସିଟି କଟକ ଏବଂ ଭୁବନେଶ୍ବରରେ ହଟ୍ ଓ୍ବେଦର କଣ୍ଡିସନ ଦେଖାଦେବ। ଗତ କାଲି ଠାରୁ ରାଜ୍ୟରେ ମେଘ ମୁକ୍ତ ଆକାଶ ସହ ଶୁଖିଲା ପାଗ ଜାରି ରହିଛି। ଏହାସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଛି। ପ୍ରଭାବରେ ତାତି ବଢିଛି।ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀରୁ ୩୮ ଡିଗ୍ରୀରେ ପହଞ୍ଚିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ବା ପଶ୍ଚିମ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ସେପଟେ ଆସନ୍ତା କାଲି ରାଜ୍ୟରେ ଏକ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ରହିଛି। ପ୍ରଭାବରେ ୨୫ ଏବଂ ୨୬ ତାରିଖରେ ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ବାକି ଓଡିଶାର ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବା ସହ ତାତି ଅନୁଭୁତ ହେବ। ୨୭, ୨୮, ୨୯ ଏବଂ ୩୦ ତାରିଖରେ ସାରା ରାଜ୍ୟରେ ଅସମ୍ଭାଳ ତାତି ନେଇ ଆକଳନ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିଥିଲେ ମଧ୍ୟ ରାଜ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ପରିମାଣର ସାମୁଦ୍ରିକ ପବନ ପ୍ରଭାବରେ ତାତି ଯେତିକି ବୃଦ୍ଧି ହେବା କଥା ତାହା ହେଉନାହିଁ।

ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ ନାଁରେ ସାଂଘାତିକ ଅଭିଯୋଗ

ରାଜନଗର: ସୁନା ବନ୍ଧକ ରଖିଥିବା ଗ୍ରାହକଙ୍କୁ ନ ଜଣାଇ ସୁନା ନିଲାମ କରିଦେଲା ଘରୋଇ ଫାଇନାନ୍ସ ସଂସ୍ଥା। ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ ନାମକ ସଂସ୍ଥା ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। କେନ୍ଦ୍ରାପଡ଼ା ରାଜନଗର ସ୍ଥିତ ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ନାଁରେ ଆସିଛି ଏ ସାଂଘାତିକ ଘୋଟାଲା। ନିଜେ ଫାଇନାସ ସଂସ୍ଥାର ଶାଖା ପରିଚାଳକ ଏ ଅନିୟମିିତତା କରିଥିବା ମାନିଛନ୍ତି। ରିଜିଓନାଲ ମ୍ୟାନେଜର ଜୋର ଜବରଦସ୍ତ ଡରାଇ ଧମକାଇ ଏହି ସୁନା ନିଲାମ କରିବାକୁ ବାଧ୍ୟ କରିଥିଲେ ବୋଲି କହିଛନ୍ତି ଫାଇନାନ୍ସ ସଂସ୍ଥା ଶାଖା ପରିଚାଳକ। ରାଜନଗର ବ୍ଲକ କୋଇଲିପୁର ଅଂଚଳର ଦିଲ୍ଲୀପ କୁମାର ବେହେରା ତାଙ୍କ  ଓ ପତ୍ନୀ ମୌସୁମୀ ପ୍ରିୟଦର୍ଶିନୀ ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ ସଂସ୍ଥାରେ ୨୦୨୩ ଫେବୃୟାରୀ ୧୦ତାରିଖରେ ୨୧୦ ଗ୍ରାମ ସୁନା ବନ୍ଧକ ରଖି ୮ ଲକ୍ଷ ୧୦ ହଜାର ଟଙ୍କା ଋଣ ନେଇଥିଲେ। ନଭେମ୍ବର ୨୦୨୩ରେ ସୁଧ ବାବଦକୁ ୧ ଲକ୍ଷ ଟଙ୍କା ଜମା ମଧ୍ୟ କରିଛନ୍ତି। ବାକି ଟଙ୍କା ପରିଶୋଧ କରି ସୁନା ମୁକୁଳାଇବାକୁ ଗଲାବେଳେ ସୁନା ନିଲାମ ହୋଇଛି ଜାଣିବାକୁ ପାଇଥିଲେ। ଏ ନେଇ ମୌସୁମୀ ପ୍ରିୟଦର୍ଶିନୀ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଆଗରେ ବ୍ରାଞ୍ଚ ମ୍ୟାନେଜର ତାଙ୍କୁ ଡରାଇ ଧମକାଇ ସୁନା ଦେବାକୁ ରିଜିଓନାଲ ମ୍ୟାନେଜର କହିଥିବା କହିଛନ୍ତି। ପୋଲିସକୁ ବ୍ରାଂଚ ମ୍ୟାନେଜର ଲେଖିକି ଏହି ସୂଚନା ଦେବା ପରେ କେଳେଙ୍କାରୀକୁ ସାମ୍ନାକୁ ଆସିଛି।

ଶାହାରୁଖଙ୍କ ସହ ପୁରୁଣା ଭିଡିଓ ସେୟାର କଲେ ପ୍ରୀତି ଜିଣ୍ଟା, ଫ୍ୟାନ୍ସ କହିଲେ..

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏକ ପୁରୁଣା ଭିଡିଓ ନିଜର ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଯେଉଁଥିରେ ସେ ଶାହାରୁଖ ଖାନଙ୍କ ସହ ନଜର ଆସିଛନ୍ତି । ’ଜିଆ ଜଲେ’ ଗୀତରେ ଉଭୟ ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି । ଯାହାକି ଉଭୟଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ବୀର ଜାରା’ ଫିଲ୍ମର ଗୀତ । ଏହି ଫିଲ୍ମଟି ଉଭୟଙ୍କ କେମେଷ୍ଟ୍ରିକୁ ବେଶ ପସନ୍ଦ କରିଥିଲେ ଦର୍ଶକେ । ତେବେ ଏହି ଭିଡିଓଟି ଏକ ଆଓ୍ବାର୍ଡ ଶୋ’ ସମୟର । ରିହର୍ସାଲ କରୁଥିବାବେଳେ ଉଭୟଙ୍କ ଏହି ଭିଡିଓଟି ରହିଥିଲା । ଦୀର୍ଘ ବର୍ଷପରେ ପ୍ରୀତି ଏହି ଭିଡିଓଟି ସେୟାର କରିଥିବାବେଳେ ଫ୍ୟାନ୍ସମାନେ ଏହାକୁ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି । ତେବେ ଅନେକ ପ୍ରଶଂସକାମାନେ ବହୁ ମଜାଳିଆ କମେଣ୍ଟମାନ ଦେଇଥିବା ଦେଖିବାକୁ ମିଳିଛି । କହିଛନ୍ତି କି, ବୀର ଜାରା ଫିଲ୍ମକୁ ମନେ ପକାଇ ଦେଇଛନ୍ତି । ଏହା ଆମ ପିଲାଦିନର ଫିଲ୍ମ । ଏଭଳି ମଜାଳିଆ କମେଣ୍ଟମାନ କରିଛନ୍ତି ବହୁ ଫ୍ୟାନ । ଜଣେ ଲେଖିଛନ୍ତି କି, ଡିଡିଏଲଜେ ଠାରୁ ଏହି ଫିଲ୍ମ ମୋର ବେଶ ପସନ୍ଦ ଥିଲା ।

https://www.instagram.com/realpz/?utm_source=ig_embed&ig_rid=d740d9e0-7377-4621-9a2b-4702242b537c

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋ , ’ରାମାୟଣ’ ପାଇଁ ପ୍ରସ୍ତୁତ ହେଉଛନ୍ତି କି ରଣବୀର?

ନନ୍ଦିଘୋଷ ବ୍ୟୁରୋ: ନିର୍ଦ୍ଦେଶକ ନୀତିଶ ତିଓ୍ବାରୀ ବଡ଼ ପରଦାରେ ରିଲିଜ କରିବେ ’ରାମାୟଣ’ । ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଏଯାବତ କୌଣସି ଅଫିସିଆଲ ସୂଚନା ଦିଆଯାଇନାହିଁ । ମାତ୍ର ଷ୍ଟାରକାଷ୍ଟକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି । କୁହାଯାଉଛି କି, ରଣବୀର କପୁର ଏହି ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ । ଏବେ ସୋସିଆଲ ମିଡିଆରେ ରଣବୀର କପୁରଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ହାଜଟ୍ୟାଗ ରାମାୟଣ ମଧ୍ୟ ରହିଛି । ଜିମରେ ଓଲଟା ଲଟକିଥିବାର ଏକ ଫଟୋ ଇନଷ୍ଟାଗ୍ରାମ ପେଜରେ ସେୟାର ହୋଇଛି । ଯାହାକୁ ୟୁଜର୍ସମାନେ ବେଶ ପସନ୍ଦ କରୁଥିବାବେଳେ ସେୟାର ମଧ୍ୟ କରୁଛନ୍ତି । ’ଆନିମଲ’ ବକ୍ସ ଅଫିସରେ ହିଟ୍ ହେବା ପରେ ରଣବୀରଙ୍କ କ୍ରେଜ୍ ମଧ୍ୟ ବଢ଼ିଯାଇଛି । ଦର୍ଶକେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରୁଥିବାବେଳେ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

https://www.instagram.com/trainingwithnam/?utm_source=ig_embed&ig_rid=77cf887f-adc9-44c0-a199-587b49c4f739

ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଏପ୍ରିଲ ମାସରୁ ରାମାୟଣ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ । ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା କୁହାଯାଉଛି । ତେବେ ଏହି ଫିଲ୍ମରେ କଳାକାରଙ୍କ ମଧ୍ୟରେ ସାଇ ପଲ୍ଲବୀ ସୀତା, ୟଶ ରାବଣ ଏବଂ ସନ୍ନି ଦେଓଲ ହନୁମାନ ଭୂମିକାରେ ନଜର ଆସିପାରନ୍ତି । ଲାରା ଦତ୍ତ ମଧ୍ୟ ଏହି ଚଳଚିତ୍ରରେ ଅଭିନୟ କରିବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । କିନ୍ତୁ ଏଯାବତ ଅଫିସିଆଲି କୌଣସି ଘୋଷଣା କରାଯାଇନାହିଁ ।

ମୋବାଇଲ ଫୋନରେ ବିସ୍ଫୋରଣ,୪ ପିଲା ଜୀବନ୍ତ ଜଳିଗଲେ

ନନ୍ଦିଘୋଷ ବ୍ୟୁରୋ: ମୋବାଇଲ ଫୋନ୍ ବିସ୍ଫୋରଣରୁ ବଡ଼ ଅଘଟଣ । ବିସ୍ଫୋରଣରେ ୪ ଜଣ ପିଲା ଜିଅନ୍ତା ଜଳିଗଲେ । ଉତ୍ତରପ୍ରଦେଶର ମେରଠରୁ ଆସିଛି ଏଭଳି ଖବର । ଘରେ ମୋବାଇଲ ଫୋନ ବିସ୍ଫୋରଣ ହୋଇଥିବାବେଳେ ଘଟଣାସ୍ଥଳରେ ହିଁ ୪ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ବାପା ମା ମଧ୍ୟ ଗୁରୁତରଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମେରଠ ପଲ୍ଲବପୁରମ ଥାନା ଜନତା କଲୋନୀ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ଶନିବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ଘଟିଛି । ମୋବାଇଲ ଚାର୍ଜରେ ବସିଥିବାବେଳେ ସର୍ଟସର୍କିଟି କାରଣରୁ ବିସ୍ଫୋରଣ ଘଟିଥିଲା । କେହି କିଛି ଭାବିବା ପୂର୍ବରୁ ହଠାତ ଘରେ ନିଆଁ ଲାଗି ଯାଇଥିଲା । ମା ବାପା ପିଲାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର କିଛି କରିବା ପୂର୍ବରୁ ୪ ପିଲାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ବାପା ମା ଗୁରୁତର ଆହତ ହୋଇଥିବାବେଳେ ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ବାପା ଜଙ୍ଗଲରେ ଖେଳାଇଥିଲେ ଆତଙ୍କ, ଏବେ ଝିଅ ଲଢ଼ିବେ ଲୋକସଭା ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ହେବା ପରେ ରାଜେନୖତିକ ଦଳମାନେ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଅନେକ ରାଜେନତା ନିଜର ଦଳ ମଧ୍ୟ ପରିବର୍ତ୍ତନ କରୁଛନ୍ତି । ବହୁ ନୂଆ ଚେହେରା ମଧ୍ୟ ଚଳିତ ନିର୍ବାଚନରେ ନଜର ଆସିଛନ୍ତି । ତେବେ ଚଳିତ ନିର୍ବାଚନ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଜଙ୍ଗଲ ଦସ୍ୟୁଭାବେ ପରିଚିତ ବିରାପାନଙ୍କ ଝିଅ । ତାମିଲାନାଡୁର କୃଷ୍ଣଗିରିରୁ ବିରାପାନଙ୍କ ଝିଅ ବିଦ୍ୟା ରାଣୀ ନିର୍ବାଚନ ଲଢ଼ିବେ । କିଛିଦିନ ପୂର୍ବରୁ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ତେବେ ସେ ଏକ ପ୍ରତିକ୍ରିୟାରେ କହିଛନ୍ତି କି, ନାମ ତାମିଲର କାଚି ଟିକେଟରେ ନିର୍ବାଚନ ଲଢ଼ିବେ । ଏହାସହ ସେ କହିଛନ୍ତି କି, ମୋ ବାପା ଲୋକଙ୍କ ସେବା କରିବା ପାଇଁ ଚାହୁଁଥିଲେ ମାତ୍ର ସେ ଯେଉଁ ଉପାୟ ଆପଣାଇଥିଲେ ତାହା ଭୁଲ୍ ଥିଲା ।

ତେବେ ବିଦ୍ୟାଙ୍କ ସମ୍ପର୍କରେ ଯଦି କହିବା ତାହେଲେ ସେ ପେଶାରେ ଜଣେ ଆଇନଜୀବୀ । ବିଜେପିରେ ରହିଥିବାବେଳେ ୟୁଥ ବିଗ୍ରେଡ ଉପାଧ୍ୟକ୍ଷ ମଧ୍ୟ ରହିଥିଲେ । ମାତ୍ର ଦଳ ବିରୋଧୀ ମନ୍ତବ୍ୟ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିଲେ । ଏବେ ସେ ବିଜେପିରୁ ଇସ୍ତଫା ଦେଇସାରିଥିବାବେଳେ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଭୋଟରମାନେ ତାଙ୍କୁ କିଭଳି ଗ୍ରହଣ କରୁଛନ୍ତି ତାହା ଚର୍ଚ୍ଚା ବିଷୟ ।

ଇଦରେ ସଲମାନ ୟଶଙ୍କ ମଧ୍ୟରେ ହେବ ଟକ୍କର!

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଭାଇଜାନ ସଲମାନ ଖାନ ନିଜର ଅପକମିଙ୍ଗ ପ୍ରଜେକ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଭାଇଜାନଙ୍କ ପ୍ରଶଂସକ ତାଙ୍କ କମବ୍ୟାକକୁ ଅନେଇ ରହିଛନ୍ତି । ବିଗତ ବର୍ଷ ଭାଇଜାନଙ୍କ ପାଇଁ ଆଭରେଜ ରହିଥିଲା । କିସିକା ଭାଇ କିସି କି ଜାନ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିନଥିଲା । ଅନ୍ୟପଟେ ’ଟାଇଗର ୩’ ଠିକ ଠାକ ବ୍ୟବସାୟ କରିଥିଲା । କିନ୍ତୁ ଦୀର୍ଘ ଦିନରୁ ଭାଇଜାନ ନିଜର କମବ୍ୟାକ ଖୋଜୁଥିବାବେଳେ ଅପକମିଙ୍ଗ ଫିଲ୍ମ ସଲମାନଙ୍କ ପାଇଁ ଖାସ ରହିପାରେ ବୋଲି ଚର୍ଚ୍ଚା ସାଉଥ ଅଭିନେତା ୟଶଙ୍କ ପ୍ରତିଯୋଗିତା ହେବ । ରାକିଙ୍ଗ ଷ୍ଟାର ୟଶଙ୍କ ଫିଲ୍ମ ଟାକ୍ସିକ ମଧ୍ୟ ଇଦରେ ରିଲିଜ ହେବାକୁ ଯାଉଛି । କେଜିଏଫ ଫିଲ୍ମ ପରେ ୟଶଙ୍କ କ୍ରେଜ ଜବରଦସ୍ତ ରହିଥିବା ବେଳେ ଏହାର ପ୍ରଭାବ ସଲମାନ ଖାନଙ୍କ ଫିଲ୍ମ ଉପରେ ପଡିପାରେ ବୋଲି ସିନେ ସମୀକ୍ଷକମାନେ ମତ ରଖିଛନ୍ତି । କହିରଖୁ ଯେ ୨୦୨୫ ଏପ୍ରିଲ ୧୦ ତାରିଖ ଇଦ ମୌକାରେ ଉଭୟଙ୍କ ସିନେମା ବକ୍ସ ଅଫିସରେ ରିଲିଜ ହେବାକୁ ରହିଛି । ତେବେ ବକ୍ସ ଅଫିସରେ ଜବରଦସ୍ତ କ୍ଲେସ ଦେଖାଯିବା ସ୍ବଭାବିକ କଥା । ତେବେ ଏହି କ୍ଲେସରେ କିଏ ଆଗରେ ରହୁଛି ତାହା ଆସୁଥିବା ସମୟ ହିଁ କହିପାରିବ ।

ଦର୍ଶକଙ୍କ ମନମୋହିବ ଅପକମିଙ୍ଗ ସିରିଜ ଓ ଫିଲ୍ମ, ପ୍ରାଇମ ଭିଡିଓ ଘୋଷଣା କରିଛି ୭୦ଟି ସିରିଜ ଓ ଫିଲ୍ମ

ନନ୍ଦିଘୋଷ ବ୍ୟୁରୋ: କଣ୍ଟେଣ୍ଟ ଦେଖିବାର ବଦଳିଛି ଅନ୍ଦାଜ। ଏବେ ଲୋକେ ଫିଲ୍ମରୁ ଅଧିକ ଓଟିଟି ମିଡିଆ ଉପରେ ଗୁରୁତ୍ବ ଦେଲେଣି । ଓଟିଟି ମିଡିଆ ମଧ୍ୟ ନିଜ ଫଲୋଅର୍ସ ପାଇଁ ଆଣୁଛନ୍ତି ନୂଆ ନୂଆ କଣ୍ଟେଣ୍ଟ । ଏହି ସୂଚୀରେ ଯୋଡି ହୋଇଛି ଆଗକୁ ଆସିବାକୁ ଯାଉଥିବା ପ୍ରାଇମର ୭୦ଟି ନୂଆ କଣ୍ଟେଣ୍ଟ । ଆଜ୍ଞା ହଁ ପ୍ରାଇମ ଭିଡିଓ ଘୋଷଣା କରିଛି ୭୦ଟି ଅପକମିଙ୍ଗ ସିରିଜ ଓ ଫିଲ୍ମର । ଏହି ସୂଚୀରେ ଅନେକ ଲୋକପ୍ରିୟ ଓ ମୋଷ୍ଟ ଅୱେଟେଡ ଫିଲ୍ମ ଓ ସିରିଜ ରହିଛି । ଆମ ସମସ୍ତଙ୍କର ପ୍ରିୟ ମିର୍ଜାପୁର ସିଜନ ୩  ଏବଂ ପଂଚାୟତ ସିଜନ ୩ ଖୁବ ଶୀଘ୍ର ଆସିବାକୁ ଯାଇଛି । ଏହା ସହିତ ରହିଛି ଏଣ୍ଟରଟେନମେଣ୍ଟର ଡବଲ ଡୋଜ । ଏଥିରେ ମନୋଜ ବାଜପାୟୀଙ୍କ ଦି ଫ୍ୟାମିଲି ମ୍ୟାନ ନ୍ୟୁ ସିଜନ , କ୍ରାଇମ ଥ୍ରିଲ କାହାଣୀ ଥିବା ପାତାଲଲୋକ ସିଜନ ୩ , ବନ୍ଦିସ ବେଣ୍ଡିଟ ସିଜନ ୨ , ହାଉସଫୁଲ ୫ , ଅନୀଲ କପୁରଙ୍କ ସୁବେଦାର , ଅଭିଷେକ ବଚ୍ଚନଙ୍କ ବି ହାପି , ଅନନ୍ୟା ପାଣ୍ଡେଙ୍କ କଲ ମି ବେ ପରିକା ସିରିଜ ଓ ଫିଲ୍ମ ସାମିଲ ଅଛି । ୭୦ଟି ଫୀଲ୍ମ ଓ ସିରିଜ ମଧ୍ୟରୁ ୪୦ଟି ଅରିଜିନାଲ ସିରିଜ ଓ ୨୯ଟି ଫିଲ୍ମ ସାମିଲ ଅଛି । ତେବେ କହିହେବ ଯେ ୨୦୨୪ ବର୍ଷ ଓଟିଟି ମିଡିଆ ପାଇଁ ଖୁବ ଖାସ ବର୍ଷ ହେବାକୁ ଯାଉଛି ।

ହୋଲି ପାଇଁ ସଜାଗ କମିଶନରେଟ୍ ପୋଲିସ, ସହରର ୩୧ଟି ସ୍ଥାନରେ ଅମାନିଆଙ୍କୁ ଜଗିବ

ଭୁବନେଶ୍ବର: ହୋଲି ପାଇଁ ସଜାଗ ହୋଇଛି କମିଶନରେଟ୍ ପୋଲିସ । ସୁରକ୍ଷା ବ୍ଯବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ସହରର ୩୧ଟି ସ୍ଥାନରେ ଅମାନିଆଙ୍କୁ ଜଗିବ ପୋଲିସ । ପିସିଆର ସହ ୧୭ଟି ମୋବାଇଲ ଭେଇକିଲରେ ବୁଲିବେ ସ୍ବତନ୍ତ୍ର ଟିମ୍ । ଅମାନିଆଙ୍କ ଉପରେ ସିସିଟିଭି ସହାଯ୍ୟରେ ନଜର ରଖାଯିବ । ଏହା ସହିତ ଷ୍ଟାଇକିଂ ଫୋର୍ସ ମୁତୟନ ହେବେ । ୪ଟି ଗାଧୁଆ ତୁଠରେ ପୋଲିସ ବି ପହରା ମାରିବ । ବିଶେଷକରି କେମିକାଲ ରଙ୍ଗ ବିକ୍ରି ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ ।  ଜଣେ ଡିସିପିଙ୍କ ନେତୃତ୍ୱରେ ରଙ୍ଗ ନେଇ ଯାଞ୍ଚ କରାଯିବ । ସେହିପରି ୪ଜଣ ଏଡିସିପିଙ୍କ ନେତୃତ୍ୱରେ ୮ ଜଣ ଏସିପି, ଆଇଆଇସିଙ୍କ ସହ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ହୋଲିରେ ମଦ ପିଇ ଗାଡି ଚଳାଇଲେ ଧରିବ ପୋଲିସ । ରାସ୍ତାରେ ଯୁବତୀଙ୍କୁ କମେଣ୍ଟ ମାରିଲେ ଜଗିବ ମହିଳା ପୋଲିସ । ରୋଡ୍ ରୋମିଓଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋଲି ନାଁରେ କମର୍ସିଆଲ ପାର୍ଟି କରୁଥିଲେ ସମସ୍ତ ତଥ୍ୟ ସ୍ଥାନୀୟ ପୋଲିସକୁ ଦେବାକୁ ପଡ଼ିବ । ପାର୍ଟିରେ ନିଶା କାରବାର ଉପରେ ମଧ୍ଯ କଡ଼ା ନଜର ରହିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ନିର୍ବାଚନ ପ୍ରସ୍ତୁତି: ବିଜୁ ଛାତ୍ର ଜନତା ଦଳକୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଜୋରସୋରରେ ଚଲାଇଛନ୍ତି । ଏହି କ୍ରମରେ ରାଜ୍ୟରେ ବିଜେଡି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସଠାରୁ ଢେର ଆଗରେ ରହିଛି । ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ନବୀନ ନିବାସରେ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଛନ୍ତି । ଏପଟେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ବିଜୁ ଛାତ୍ର ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ହୋଇଯାଇଛି । ଏହି ବୈଠକରେ ବିଜୁ ଛାତ୍ର ଜନତା ଦଳକୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରିବାକୁ ପ୍ରଣବ ଛାତ୍ର ବିଜେଡି କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ପକାଇବାକୁ ବୈଠରେ ଆହ୍ବାନ ଦିଆଯାଇଛି । ଏହାସହ ସ୍କୁଲ, କଲେଜ ରୂପାନ୍ତରଣ ରାଜ୍ୟର ଯୁବବର୍ଗଙ୍କ ପାଖରେ ପହଞ୍ଚାଇବାକୁ ପ୍ରଣବ କହିଛନ୍ତି । ପୁଞ୍ଜି ନିବେଶ ଯୋଗୁଁ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିଛି । ଏହି ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ତୃଣମୂଳ ସ୍ତରରେ କାମ କରିବାକୁ ପଡ଼ିବ । ସେହିପରି ଚଳିତ ନିର୍ବାଚନରେ ପ୍ରଥମ ଥର ଭୋଟ ଦେବାକୁ ଥିବା ସାଢେ ୭ ଲକ୍ଷ ଭୋଟରଙ୍କୁ ନବୀନ ପଟ୍ଟନାୟକଙ୍କ ପ୍ରତି ଅନୁପ୍ରାଣିତ କରିବାକୁ ହେଲେ ଛାତ୍ର ବିଜେଡିକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରଡଣ କରିବାକୁ ପଡିବ । ଆଉ ଏଥିପାଇଁ ବିଜେଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ସୋସିଆଲ ମିଡ଼ିଆକୁ ମଧ୍ୟ୍ୟ ବ୍ୟବହାର କରାଯିବ ସହ ୨୦୩୬ ସୁଦ୍ଧା ସଶକ୍ତ, ସମୃଦ୍ଧ ଓ ନବୀନ ଓଡ଼ିଶା ପାଇଁ ଭିତ୍ତି ପକାଯିବ । ଏଥିପାଇଁ ଯୁବଶକ୍ତିଙ୍କୁ ସଠିକ୍ ଭାବେ ଦାୟିତ୍ବ ତୁଲାଇବାକୁ ବୈଠକରେ କୁହାଯାଇଛି ।