spot_img
Home Blog Page 1977

ଆଜିଠୁ ଭାରତର ଟି-୨୦ ବିଶ୍ବକପ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଭାରତର ଟି-୨୦ ବିଶ୍ବକପ ଅଭିଯାନ । ଆୟାରଲ୍ୟାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ ଭାରତ । ନ୍ୟୁୟର୍କର ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ବୁଧବାର ଆୟର୍ଲାଣ୍ଡ୍‌ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ। ତେବେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ ମେନ ଇନ୍ ବ୍ଲୁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଟିମ ଇଣ୍ଡିଆ ଏବେ ଦମଦାର ଫର୍ମରେ ରହିଥିବାବେଳେ ବିଶ୍ବକପ ଚାମ୍ପିୟନ ହେବାର ମୁଖ୍ୟ ଦାବିଦାର ହେବ ବୋଲି କୁହାଯାଉଛି । ତେବେ ଦଳର ପ୍ରଦର୍ଶନ କିଭଳି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ୟାଦବ, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍‌, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ଯଶସ୍ବୀ ଜୟସ୍ବାଲ, ସଂଜୁ ସାମସନ୍‌, ୟୁଝବେନ୍ଦ୍ର ଚହଲ।
ଆୟର୍ଲାଣ୍ଡ୍ଦଳ: ପଲ୍ ଷ୍ଟର୍ଲିଂ (ଅଧିନାୟକ), ମାର୍କ ଆଡୈର, ଆଣ୍ଡି ବଲ୍‌ବର୍ଣ୍ଣି, କର୍ଟିସ କାମ୍ପର, ଗାରେଥ ଡେଲାନି, ଜର୍ଜ ଡକ୍‌ରେଲ୍‌, ଗ୍ରାହାମ ହୁମ୍, ଜୋସ୍‌ ଲିଟଲ୍‌, ବାରି ମ୍ୟାକର୍ଥି, ନିଲ୍‌ ରକ୍‌ (ୱିକେଟରକ୍ଷକ), ହ୍ୟାରି ଟେକ୍ଟର, ଲୋର୍କାନ ଟକ୍କର (ୱିକେଟରକ୍ଷକ), ବେନ୍ ହ୍ବାଇଟ୍‌, କ୍ରେଗ୍ ୟଙ୍ଗ୍‌।

ସାଢେ ଚାରିକୋଟି ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୨୪ ବର୍ଷ ଧରି ବିଜେଡି ଓ ଏହାର ସଭାପତି ନବୀନ ପଟ୍ଟନାୟକଙ୍କୁ ଅକୁଣ୍ଠ ଆଶୀର୍ବାଦ କରିଛନ୍ତି ସାଢେ ଚାରିକୋଟି ଓଡ଼ିଶାବାସୀ । ଏଥିପାଇଁ ରାଜ୍ଯବାସୀଙ୍କୁ କୃତଜ୍ଞତା ଜଣାଇଛି ବିଜେଡି । ଜନମତକୁ ସମ୍ମାନ ଦେବା ସହ ରାଜ୍ଯବାସୀ ଏବେ ଯେଉଁ ଦାୟିତ୍ବ ଦେଇଛନ୍ତି ତାହା ସୁଚାରୁରୂପେ ପାଳନ କରିବାରୁ ବୋଲି କହିଛି ବିଜେଡି । ବିଜେଡି ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ସୁଲତା ଦେଓ ମିଳିତ ଭାବେ ପ୍ରେସମିଟ କରି ରାଜ୍ଯବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସସ୍ମିତ କହିଛନ୍ତି, ବିଜେଡିକୁ ଓଡ଼ିଶାବାସୀ ନିରନ୍ତର ଆଶୀର୍ବାଦ କରିଆସିଛନ୍ତି । ଲୋକଙ୍କ ଆଶୀର୍ବାଦ ବଳରେ ଆମେ ସେବା କରିଆସିଛୁ । ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ଆମେ କୃତଜ୍ଞ । ଏଥର ନିର୍ବାଚନରେ ବିଜେଡିକୁ ୪୦ ପ୍ରତିଶତ ଭୋଟ ଦେଇଛନ୍ତି ରାଜ୍ଯବାସୀ । ସମର୍ଥନ ପାଇଁ ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛି । ଏହାସହି ବିଜେପିକୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଓଡ଼ିଶାବାସୀ ଯେଉଁ ଭୂମିକା ଦେବେ ଓଡ଼ିଶାର ସ୍ବାର୍ଥ ଓ ଓଡ଼ିଶାବାସୀଙ୍କ ସେବା କରିବାକୁ ତାହା ତୁଲାଇବୁ ବୋଲି ସସ୍ମିତ କହିଛନ୍ତି । ସାଂସଦ ମାନସ ମଙ୍ଗରାଜ କହିଛନ୍ତି,  ୨୪ ବର୍ଷ ଧରି ବିଜେଡି ଓ ନବୀନଙ୍କୁ ଓଡ଼ିଶାବାସୀ ଅକୁଣ୍ଠ ସମର୍ଥନ ଦେଇଛନ୍ତି । ଏଥିପାଇଁ ଓଡ଼ିଶାବାସୀଙ୍କ ପାଖରେ ଆମେ କୃତଜ୍ଞ । ଯେଉଁ ଦାୟିତ୍ବ ଓଡ଼ିଶାବାସୀ ଦେଇଛନ୍ତି ଆମେ ତାହା ତୁଲାଇବୁ । ସାଂସଦ ସୁଲତା ଦେଓ ମଧ୍ଯ ରାଜ୍ଯବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ୟୁସୁଫ ପଠାନଙ୍କ ବିଜୟ ପରେ ଏମିତି ପୋଷ୍ଟ କଲେ ଭାଇ ଇରଫାନ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନଙ୍କ ବଡ଼ ବିଜୟ । କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି । ପଶ୍ଚିମବଙ୍ଗର ବାହରାମପୁର ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇଛନ୍ତି । ତେବେ ବଡ଼ଭାଇଙ୍କ ବିଜୟ ପରେ ଭାବୁକ ହୋଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଇରଫାନ ପଠାନ । ୨୫ ବର୍ଷ ଧରି ବିଜୟୀ ହୋଇ ଆସୁଥିବା ଅଧିର ରଞ୍ଜନ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି । ୟୁସୁଫଙ୍କ ଏକ ଭିଡିଓ ପୋଷ୍ଟ କରି ସେ ଭାବପ୍ରବଣ ଭାବେ ଲେଖିଛନ୍ତି ।

ହିଞ୍ଜିଳିରେ ଜିତିଲେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ମତ ଗଣନା । ଆସୁଛି ରେଜଲ୍ଟ । ହିଞ୍ଜିଳି ଆସନରେ ଜିତିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅଯୋଧ୍ୟାରେ ଅଖିଳେଶ ବିଛାଇ ଥିବା ଜାଲରେ ଫସିଲା ବିଜେପି, ରାମଲଲାଙ୍କ ମନ୍ଦିର କରି ବି ହାରିବା ଦ୍ବାର ଦେଶରେ

ଅଯୋଧ୍ୟା: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଯଦି କେଉଁଠି ସବୁଠାରୁ ଅଧିକ ଧକ୍କା ଲାଗିଛି ସେ ରାଜ୍ୟ ହେଲା ଉତ୍ତର ପ୍ରଦେଶ । ଯେଉଁ ରାଜ୍ୟ ଭରଷାରେ ବିଜେପି ୪ ଶହ ପାର ହେବାର ନାରା ଦେଉଥିଲା, ସେଠାରେ ଏକପ୍ରକାର ଧରାଶାୟୀ ହୋଇଛି । ଏପରିକି ରାମଲଲାଙ୍କ ଭବ୍ୟ ମନ୍ଦିର ଅଯୋଧ୍ୟାରେ ହୋଇଥିବା ବେଳେ ଏଠାରେ ବିଜେପି ନିଶ୍ଚିତ ଜିତିବ ବୋଲି ସମସ୍ତେ ଭାବି ନେଇଥିଲେ । ହେଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏମିତି ଖେଳ ଖେଳିଲେ ଯେ, ସବୁ ଓଲଟପାଲଟ ହୋଇଗଲା । ଆଉ ଅଯୋଧ୍ୟା ଆସୁଥିବା ଫେଜାବାଦରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅବଧେଶ ପ୍ରାସାଦ ଆଗରେ ଅଛନ୍ତି । ସେ ବିଜେପି ପ୍ରାର୍ଥୀ ଲଲ୍ଲୁ ସିଂଙ୍କଠାରୁ ୫୦ ହଜାରରୁ ଅଧିକ ଭୋଟରେ ଆଗରେ ଚାଲିଛନ୍ତି ।

ତେବେ କାହିଁକି ଏଠାରେ ଓଲଟିଲା ଖେଳ ? ରାମଲଲାଙ୍କ ମନ୍ଦିର କରିବା ପରେ ବିନା କିଛି ପ୍ରତିବନ୍ଧକରେ ବିଜେପି ଏଠାରୁ ଜିତିବ ବୋଲି ଆଶା ରଖିଥିଲା । ହେଲେ ଅଖିଳେଶ ଏମିତି କି ଜାଲ ବିଛାଇଲେ ଯେ ବିଜେପି ସେଥିରେ ଛନ୍ଦି ହୋଇଗଲା । ଆସନ୍ତୁ, ଜାଣିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶଙ୍କ ସେଇ ଗୋଟି ଚାଳନା, ଯାହା ବିଜେପିକୁ ପରାଜୟ ଆଡକୁ ଟାଣିନେଲା ।

ଅଯୋଧ୍ୟା ଆଓନରେ ଅଖିଳେଶ ଏଥର ନୂଆ ପ୍ରୟୋଗ କରିଥିଲେ । ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା । ହେଲେ ଏହି ଆସନରେ ଅଖିଳେଶ ଅଯୋଧ୍ୟାର ସବୁଠାରୁ ବଡ ଦଳିତ ପାସି ବର୍ଗରୁ ପ୍ରାର୍ଥୀ ଦେଇଥିଲେ । ତାହା ପୁଣି ପାସି ଦମ୍ପ୍ରଦାୟର ସବୁଠାରୁ ବଡ ଚେହେରା ଅବଧେଶ ପ୍ରାସାଦ । ଯିଏ କି ୬ ଥର ବିଧାୟକ, ମନ୍ତ୍ରୀ ଓ ସମାଜବାଦି ପାର୍ଟିର ସଂସ୍ଥାପକ ସଦସ୍ୟ ଥିଲେ । ସଂଖ୍ୟାକୁ ଦେଖିଲେ ଅଯୋଧ୍ୟାରେ ସବୁଠାରୁ ବଡ଼ ଜାତି ପାସି ବିରାଦରୀ ।

ବିଜେପି ଲଲ୍ଲୁ ସିଂଙ୍କୁ ଏଠାରେ ତୃତୀୟ ଥର ପ୍ରାର୍ଥୀ କରିଛି । ଇଏ ସେହି ଲଲ୍ଲୁ ସିଂ ଯାହାଙ୍କ ପାଇଁ ବିପକ୍ଷଙ୍କୁ ସମ୍ବିଧାନ ବଦଳାଇବା ପ୍ରସଙ୍ଗ ପାଇଥିଲେ । ଲଲ୍ଲୁ କହିଥିଲେ କି ମୋଦି ସରକାର ସମ୍ବିଧାନ ବଦଳାଇବେ, ଏଥିପାଇଁ ମୋଦି ସରକାରକୁ ୪ ଶହ ସିଟ୍ ଦରକାର ।

୨୦୨୪ ବିଧାନସଭା ନିର୍ବାଚନ ଫଳାଫଳ, ନଜର ପକାନ୍ତୁ କେଉଁ ଆସନରେ କିଏ ହେଲେ ବିଜୟୀ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଓଡ଼ିଶାରେ ଉଭୟ ଲୋକସଭା ଓ ରାଜ୍ୟସଭା ଭୋଟ ଗଣତି ଚାଲିଛି । ମିଳିଥିବା ସୂଚନା ଅନୁସାରେ, ବରୀରୁ ବିଜେଡି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକଙ୍କ ବିଜୟ ହୋଇଛି । ସେହିପରି ବାଙ୍କୀରୁ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା, ଭୁବନେଶ୍ବର ମଧ୍ୟ ଆସନରୁ ଅନନ୍ତ ନାରାୟଣ ଜେନା, ବସ୍ତାରୁ ସୁଭାଷିନୀ ଜେନା, ବିଞ୍ଝାରପୁର ପ୍ରମିଳା ମଲ୍ଲିକ, ଆଠମଲ୍ଲିକ ନଳିନୀକାନ୍ତ ପ୍ରଧାନ, ବାଲିଗୁଡ଼ାରୁ ଚକ୍ରମଣୀ କହଁର, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ଘଷିପୁରାରୁ ବଦ୍ରିନାରାୟଣ ପାତ୍ର, ପାଟକୁରରୁ ଅରବିନ୍ଦ ମହାପାତ୍ର, ନୂଆପଡ଼ାରୁ ରାଜେନ୍ଦ୍ର ଢ଼ୋଲକିଆ, ଖଡ଼ିଆଳରୁ ଅଧିରାଜ ମୋହନ ପାଣିଗ୍ରାହୀ, ଭୋଗରାଇରୁ ଗୌତମବୁଦ୍ଧ ଦାସ, ପୁରୀରୁ ସୁନୀଲ ମହାନ୍ତି, ରାଉରକେଲାରୁ ସାରଦା ନାୟକ, ରେଢ଼ାଖୋଲରୁ ପ୍ରଶନ୍ନ ଆଚାର୍ଯ୍ୟ, ସୋନପୁରରୁ ନିରଞ୍ଜନ ପୂଜାରୀ  ଏବଂ  ଆଳିରୁ ପ୍ରତାପ କେଶରୀ ଦେବ ବିଜୟୀ ହୋଇଛନ୍ତି ।

ସେହିପରି ବ୍ରଜରାଜନଗରରେ ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ, ରଘୁନାଥପାଲ୍ଲୀରୁ ଦୁର୍ଗାଚରଣ ସେଠୀ, କୁଚିଣ୍ଡା ରବି ନାରାୟଣ ନାଏକ, ରଣପୁରରୁ ସୁରମା ପାଢ଼ୀ, ଖଣ୍ଡପଡ଼ାରୁ ଦୁଷ୍ମନ୍ତ ସ୍ବାଇଁ, ବରଗଡ଼ରୁ ଅଶ୍ବିନୀ କୁମାର ଷଢ଼ଙ୍ଗୀ, ଅତାବିରାରୁ ନିହାର ରଞ୍ଜନ ମହାନନ୍ଦ, ମାଲକାନଗିରିରୁ ନରସିଂହ ମାଡ଼କାମି, ଯଶୀପୁରରୁ .. କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁ, ବଡ଼ସାହିରୁ ସନାତନ ବିଜୁଳି, ଧର୍ମଗଡ଼ରୁ ସୁଧିର ରଞ୍ଜନ ପାଟ୍ଟଯୋଶୀ, ରଣପୁରରୁ ସୁରମା ପାଢ଼ୀ, ଟିଟିଲାଗଡ଼ରୁ ନବୀନ ଜୈନ, ଫୁଲବାଣୀରୁ ଉମାଚରଣ ମଲ୍ଲିକ, କଣ୍ଟାମାଳରୁ କହ୍ନେଇଚରଣ ହଙ୍ଗ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, କଟକ ସଦରରୁ ପ୍ରକାଶ ସେଠୀ, ଭଟଲିରୁ ଇରାଶିଷ ଆଚାର୍ଯ୍ୟ, ଭୁବନେଶ୍ବର ଏକାମ୍ରରୁ ବାବୁ ସିଂ, ବୌଦ୍ଧରୁ ସରୋଜ କୁମାର ପ୍ରଧାନ, ଚିଲିକା ପୃଥୀରାଜ ହରିଚନ୍ଦନ, ଖୋର୍ଦ୍ଧା ପ୍ରଶାନ୍ତ ଜଗଦ୍ଦେବ ଏବଂ ମାଲକାନଗିରିରୁ ନରସିଂହ ମାଡକାମୀଙ୍କ ବିଜୟ ହୋଇଛି ।

ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ମଙ୍ଗୁ ଖିଲା ଚିତ୍ରକୋଣ୍ଡା ଆସନରେ ବିଜୟୀ ହୋଇଛନ୍ତି । ସାନଖେମୁଣ୍ଡିରୁ ରମେଶ ଜେନା, ଭବାନୀପାଟଣାରୁ ସାଗର ଦାଶ ଏବଂ ପଟ୍ଟାଙ୍ଗୀ ରାମଚନ୍ଦ୍ର କାଡାମ ବିଜୟୀ ହୋଇଛନ୍ତି ।

 

ଓଡ଼ିଶା ବିଧାନସଭା: କିଏ କେଉଁଠି ଜିତିଲେ ?

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଓଡ଼ିଶାରେ ଉଭୟ ଲୋକସଭା ଓ ରାଜ୍ୟସଭା ଭୋଟ ଗଣତି ଚାଲିଛି । ଅପରାହ୍ନ ୩ଟା ସୁଦ୍ଧା ମିଳିଥିବା ଖବର ଅନୁସାରେ ଉଭୟ ବିଜେଡି ୮ ଓ ବିଜେପି ୭ଟି ଲେଖାଏଁ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ଜିତିଛି ।

ମିଳିଥିବା ସୂଚନା ଅନୁସାରେ, ବରୀରୁ ବିଜେଡି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକଙ୍କ ବିଜୟ ହୋଇଛି । ସେହିପରି ବାଙ୍କୀରୁ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା, ଭୁବନେଶ୍ବର ମଧ୍ୟ ଆସନରୁ ଅନନ୍ତ ନାରାୟଣ ଜେନା, ବସ୍ତାରୁ ସୁଭାଷିନୀ ଜେନା, ବିଞ୍ଝାରପୁର ପ୍ରମିଳା ମଲ୍ଲିକ, ଆଠମଲ୍ଲିକ ନଳିନୀକାନ୍ତ ପ୍ରଧାନ ଏବଂ  ଆଳିରୁ ପ୍ରତାପ କେଶରୀ ଦେବ ବିଜୟୀ ହୋଇଛନ୍ତି ।

ସେହିପରି ବ୍ରଜରାଜନଗରରେ ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ, ରଘୁନାଥପାଲ୍ଲୀରୁ ଦୁର୍ଗାଚରଣ ସେଠୀ, କୁଚିଣ୍ଡା ରବି ନାରାୟଣ ନାଏକ, ରଣପୁରରୁ ସୁରମା ପାଢ଼ୀ, ଖଣ୍ଡପଡ଼ାରୁ ଦୁଷ୍ମନ୍ତ ସ୍ବାଇଁ ଏବଂ ମାଲକାନଗିରିରୁ ନରସିଂହ ମାଡକାମୀଙ୍କ ବିଜୟ ହୋଇଛି । ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ମଙ୍ଗୁ ଖିଲା ଚିତ୍ରକୋଣ୍ଡା ଆସନରେ ବିଜୟୀ ହୋଇଛନ୍ତି ।

ରିପୋର୍ଟ ଲେଖାଯିବା ବେଳକୁ ବିଜେଡି ୪୬, ବିଜେପି ୭୫ ଏବଂ ସିପିଆଇ (ଏମ୍) ଗୋଟିଏ ଆସନରେ ଆଗୁଆ ଅଛନ୍ତି ।

କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକ ଆଗରେ

ନନ୍ଦିଘୋଷ ବ୍ୟୁରୋ: କଣ୍ଟାବାଞ୍ଜିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି । ମତ ଗଣନା ଚାଲିଥିବାବେଳେ ବହୁ ହେବିଓ୍ବେଟ ନେତା ପଛରେ ପଡ଼ିଯାଇଛନ୍ତି । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି । ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକ ୨ଟି ଆସନରେ ନିର୍ବାଚନ ଲଢ଼ୁଥିବାବେଳେ କଣ୍ଟାବାଞ୍ଜି ଆସନରେ ଆଗରେ ରହିଛନ୍ତି । ସେପଟେ ହିଞ୍ଜିଳିରେ ମଧ୍ୟ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି ।

ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ବଜାର ଗରମ, ନିବେଶକ ହରାଇଲେ ୧୪.୨୭ ଲକ୍ଷ କୋଟି ଟଙ୍କା

ମୁମ୍ବାଇ: ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ବଜାରରେ ବଡ କ୍ଷତି  । ସେନସେକ୍ସରେ ୧୫୦୦ରୁ ଅଧିକ ଅଙ୍କରେ ସେୟାର ମାର୍କେଟ ଡାଉନ୍‌ ରହିଛି  । ସେପଟେ ନିଫ୍ଟିରେ ୨ ପ୍ରତିଶତରୁ ଅଧିକ ଅଙ୍କ ହ୍ରାସ ଦେଖିବାକୁ ମିଳିଛି  । ରିଲାଏନ୍ସ ଇଣ୍ଡଷ୍ଟ୍ରିର ସେୟାରରେ ୩ ପ୍ରତିଶତରୁ ଅଧିକ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି  ।

ସେହିପରି ଟିସିଏସ ସେୟାରରେ ଏକ ପ୍ରତିଶତ ହ୍ରାସ ଘଟିଛି  । ଏହା ସହ ସନ ଫାର୍ମା ସେୟାରରେ ଦ୍ରୁତ ଗତିରେ ହ୍ରାସ ଦେଖିବାକୁ ମିଳିଛି  । ଯେଉଁ କାରଣରୁ ମାତ୍ର ୧୫ ମିନିଟରେ ନିବେଶକଙ୍କୁ ୧୪.୨୭ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି  ।

୮୬୭ ଭୋଟରେ ଆଗୁଆ ରହିଛନ୍ତି ଦୀପାଳି ଦାସ

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ସୁଦ୍ଧା ଗଣତି ସୁଦ୍ଧା ପ୍ରଥମ ରାଉଣ୍ଡରେ ଝାରସୁଗୁଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ମିଳିଛି ୫୪୦୮ ଖଣ୍ଡ ଭୋଟ୍ । ସେ ୮୬୭ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ସେହିପରି ପିପିଲି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ରହିଛନ୍ତି । ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି । ଦିଗପହଣ୍ଡି ବିଧାନସଭା ଆସନରେ ମଧ୍ୟ ବିଜେଡି ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ର ପୋଷ୍ଟାଲ ବାଲାଟ ଗଣତିରେ ଆଗରେ ଅଛନ୍ତି ।

ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଆଗରେ ରହିଥିବାବେଳେ ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଏବଂ ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହିଛନ୍ତି ।

ଜାରି ରହିଛି ଭୋଟ୍ ଗଣତି । ପୋଷ୍ଟାଲ ବାଲାଟ ଗଣତି ହେଉଥିବାବେଳେ କିଛି ସ୍ଥାନରେ ଶେଷ ହୋଇଛି । ବିଜେଡି ବହୁ ଆସନରେ ଆଗରେ ରହିଛି ।