spot_img
Home Blog Page 1995

ଗିରଫ ହେବା ପୂର୍ବରୁ ଅଞ୍ଜଳିଙ୍କୁ ନେଇ ଏମିତି ପୋଷ୍ଟ କରିଥିଲେ ଏଲଭିଶ୍

ନନ୍ଦିଘୋଷ ବ୍ୟୁରୋ: ସାପ ବିଷ ଚାଲାଣା ମାମଲାରେ ଗିରଫ ହୋଇଛନ୍ତି ଜଣାଶୁଣା ୟୁଟ୍ୟୁବର ଏଲଭିଶ ଯାଦବ । ଯଦିଓ ଅନ୍ୟ ଜଣେ ୟୁଟ୍ୟୁବରଙ୍କୁ ମାଡ଼ ମାରିବା ଘଟଣାରେ ସେ ଲାଇମଲାଇଟରେ ଥିଲେ ତଥାପି ପରେ ଏହା ପ୍ରାଙ୍କ ବୋଲି କୁହାଯାଇଥିଲା । ତେବେ ରେଭ୍ ପାର୍ଟି ଘଟଣାରେ ତାଙ୍କୁ ପୋଲିସ ଗିରଫ କରିଛି । ସାପ ବିଷ ଯୋଗାଉଥିବା ଘଟଣାରେ ୬ ଜଣଙ୍କ ବିରୋଧରେ ମାମଲାରେ ହୋଇଥିବାବେଳେ ୫ଜଣଙ୍କୁ ପୋଲିସ ଗିରଫ କରିସାରିଥିଲା । ଏବେ ଏଲଭିଶ ଗିରଫ ହେବା ପରେ ଖବରକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହେଉଛି । ସେପଟେ ଗିରଫ ହେବା ପୂର୍ବରୁ ଅଞ୍ଜଳି ଅରୋରାଙ୍କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ସେ ଅଞ୍ଜଳିଙ୍କୁ ନେଇ କିଛି ବିବାଦୀୟ ପୋଷ୍ଟ କରିଥିଲେ ।

ମହାପ୍ରଭୁଙ୍କ ଦର୍ଶନ କଲେ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆ

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ। ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ଦୀର୍ଘ ୩୦ ବର୍ଷ ପରେ ମହାପ୍ରଭୁଙ୍କ ଡୋରି ଲାଗିବାରୁ ସେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ପାଇ ବେଶ୍ ଆନନ୍ଦପ୍ରକାଶ କରିଛନ୍ତି । ଶ୍ରୀଜିଉଙ୍କ ସମେତ ମାଆ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ ଦୀପିକା। ସନାତନ ଧର୍ମକୁ ସମସ୍ତେ ରକ୍ଷା କରିବା ସହ ଏହାର ପ୍ରଚାର ପ୍ରସାର କରିବା ଦିଗରେ ଅଗକୁ ଆସିବା ଉଚିିତ ବୋଲି ସେ କହିଛନ୍ତି। ୩୦ ବର୍ଷ ପୂର୍ବେ ଶ୍ରୀମନ୍ଦିକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏବେ ପୁଣିଥରେ ଆସି ମନ୍ଦିର ଚାରିପାଖର ରୂପରେଖ ବଦଳିଯାଇଥିବା ଦେଖି ସେ ଖୁସି ପ୍ରକାଶ କରିଛନ୍ତି । ଆଜି ରବିବାର ଛୁଟିଦିନ ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲେ ହେଁ ଏତେ ଭିଡ଼ ମଧ୍ୟରେ ମହାପ୍ରଭୁଙ୍କ ଏଭଳି ଦିବ୍ୟ ଦର୍ଶନ ପାଇବା ଭାଗ୍ୟରେ ଥିଲେ ମିଳିଥାଏ ବୋଲି କହିଛନ୍ତି ଦୀପିକା ।

 

ବରକୁ ଉଠାଇ ନେଲା ପୋଲିସ

ସୁନ୍ଦରଗଡ଼: ବାଜା ବାଜୁଥିଲା, ବରଯାତ୍ରୀ ନାଚୁଥିଲେ । କନ୍ୟାଘର ପାଖେଇ ଆସୁଥିଲା । ମାତ୍ର ବରଯାତ୍ରୀ ଖୁସିରେ ନାଚୁଥିବାବେଳେ ବରକୁ ଉଠାଇ ନେଇଥିଲା ପୋଲି । ଜଣେ ମହିଳାଙ୍କ ସହ ସମ୍ପର୍କ ରଖି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ଯାଉଥିବାବେଳେ ବରକୁ ଉଠାଇ ଆଣିଛି ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ପୋଲିସ ବରକୁ ଉଠାଇ ଆଣିଥିବା ଦେଖିବାକୁ ମିଳିଛି । ବର ଜଣକ ହେଲେ ବିଷ୍ଣୁ ପିଙ୍ଗର । ତାଙ୍କ ଘର ଗୋବିନ୍ଦପୁର ଥାନା ବାଡ଼ା ଖୋଖୋପଡ଼ା ଗାଁରେ । ସଞ୍ଜୁ ନାମକ ଜଣେ ମହିଳାଙ୍କ ସହ ସେ ସମ୍ପର୍କ ରଖିଥିବାବେଳେ ଦୀର୍ଘଦିନ ହେବ ତାଙ୍କ ଘରକୁ ଯିବାକୁ ଆସିବା କରୁଥିଲେ। ଏପରିକି ସେମାନଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । କିନ୍ତୁ ଏବେ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବାବେଳେ ସଞ୍ଜୁ ବିଷ୍ଣୁଙ୍କ ନାମରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ବିଷ୍ଣୁଙ୍କୁ ଉଠାଇ ଆଣିଥିବା କୁହାଯାଇଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

ବାପ ଘରକୁ ସ୍ତ୍ରୀ ଚାଲିଗଲା ବୋଲି ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ବାମୀ

ଢେଙ୍କାନାଳ: ପାରିବାରିକ କହଳର କରୁଣ ପରିଣତି । ବାପ ଘରକୁ ସ୍ତ୍ରୀ ଚାଲିଗଲେ ବୋଲି ବେକରେ ରଶି ଲଗାଇ ଝୁଲି ପଡ଼ିଲେ ସ୍ବାମୀ। ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ଗାଁରୁ ଆସିଛି ଏଭଳି ଖବର । ମୃତକ ଜଣକ ହେଲେ ଚଣ୍ଡିପାଳ ନୁଆସାହିର ଅର୍ଜୁନ ବେହେରା।  କୁହାଯାଉଛି କି, ଅର୍ଜୁନଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଘର ଚଳାଇବା ପାଇଁ ଅନେକ ଧାର କରଜ କରିଥିଲେ। ଯେଉଁଥିପାଇଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।  ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଶେଷରେ ଝଗଡ଼ା ଉଗ୍ର ନେବାରୁ ସ୍ତ୍ରୀ ମୀନତି ଘରଛାଡ଼ି ବାପ ଘରକୁ ପଳାଇଥିଲେ।  ତେବେ ସ୍ଵାମୀ ଏହାକୁ ସହ୍ୟ କରି ପାରିନଥିଲେ । ଆଉ ଆପଣାଇଥିଲେ ଚରମ ପନ୍ଥା । ଘରେ କବାଟ ବନ୍ଦ କରି ଫ୍ୟାନରେ ରଶି ଲଗାଇ ଝୁଲିପଡ଼ିଥିଲେ ଅର୍ଜୁନ। ପରିବାର ଲୋକ ଖବର ପାଇବା ପରେ ଅର୍ଜୁନଙ୍କୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ପରିବାରରେ ଖେଳିଯାଇଛି ଶୋକର ଛାୟା ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ ସମ୍ଭାବନା। ଘଡଘଡି ବିଜୁଳି ସହ ଝଡ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ୧୯ ଏବଂ ୨୦ ତାରିଖରେ ପଡିବ ବଡ ପ୍ରଭାବ। ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୯ ତାରିଖରେ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି, ବଲାଙ୍ଗିର, ରାୟଗଡା ଏବଂ ନବରଙ୍ଗପୁର କୁ ସତର୍କତା ଜାରି କରାଯାଇଛି। ଏହି ସ ବୁ ଜିଲ୍ଲାରେ ୭୦ ରୁ ୧୧ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ। ଏହାସହ କିଛି ସ୍ଥାନରେ କୁଆପଥର ବର୍ଷା ନେଇ ସତର୍କତା ଜାରି କରାଯାଇଛି। ସେହିଭଳି ୨୦ ତାରିଖରେ ୪ଟି ଜିଲ୍ଲା କଟକ, ଖୋର୍ଦ୍ଧା, ନୟାଗଡ ଏବଂ କନ୍ଧମାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ଉପକୂଳ ଓଡ଼ିଶା ବଙ୍ଗୋପସାଗରରେ ଏକ ଗୁରୁଚାପବଳୟ ସକ୍ରିୟ ରହିଥିବା ବେଳେ ପଶ୍ଚିମା ଝଡର ପ୍ରଭାବ ରହିଛି। ଏହି ନିୟାମକ ଅନୁସାରେ ରାଜ୍ୟରେ ପାଗ ବଦଳିବା ସହ କାଳବୈଶାଖୀ ଜନିତ ବର୍ଷା ଲାଗିରହିଛି। ୨୧ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ବର୍ଷା ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ବର୍ଷା ହେଲେ ବି କିଛି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ପର୍ଯ୍ୟନ୍ତ ରହିବା ସହ ଗରମ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି।

ଦିନକୁ ଦିନ ରାଜ୍ୟରେ ଭୟଙ୍କର ହେଉଛି ବଜ୍ରପାତ। ବିଶେଷ କରି ଖରାଦିନେ ଅତ୍ୟଧିକ ମାତ୍ରାରେ ପ୍ରଚଣ୍ଡ ଘଡଘଡି ସହ ବିଜୁଳି ଦେଖିବାକୁ ମିଳୁଛି। ଏହି ବିଜୁଳିରେ ଦୈନିକ କେଉଁଠି ନା କେଉଁଠି ଜୀବନ ଚାଲିଯାଉଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ଆଗକୁ ରାଜ୍ୟରେ ପ୍ରବଳ ବଜ୍ରପାତ ସମ୍ଭାବନା ଥିବାରୁ ତା ପୂର୍ବରୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅଧିକାଂଶ ସମୟରେ ବଜ୍ରପାତରେ ଇଲେକ୍ଟ୍ରି ପୋଲରେ ନିଆଁ ଲାଗୁଛି ତ କିଛି ଘଟଣାରେ ଜଳିଯାଉଛି ଗଛ । ଆଉ କେଉଁଠି ବିଜୁଳିରେ ମଣିଷ ପୋଡିଯିବାର ବି ନଜର ରହିଛି। ସାଧାରଣ ବିଜୁଳି ବି ଅତି ଭୟଙ୍କର। ଥରେ ବିଜୁଳି ମାରିଲେ ସେଥିରୁ ୧୦ କୋଟିରୁ ୧୦୦ କୋଟି ଭୋଲ୍ଟର ବିଦ୍ୟୁତ୍ ଉତ୍ପନ୍ନ ହୁଏ। ଗୋଟିଏ ଥର ବିଜୁଳି ମାରିଲେ ଏହାର ତାପମାତ୍ରା ୨ହଜାର ଡିଗ୍ରୀ ସେଲସିୟସ୍ ସହ ସମାନ ହୋଇଥାଏ। ଏହି ତାପମାତ୍ରା ଧାତୁକୁ ତରଳାଇବା ସହ ବାଲିକୁ ବି କାଚରେ ପରିଣତ କରିପାରେ। ବିଜୁଳି ପ୍ରଭାବରେ ସୃଷ୍ଟି ହେଉଥିବା ଏହି ଉଚ୍ଚ ତାପମାତ୍ରାରେ ମଣିଷ ସମେତ ଡେଙ୍ଗା ନଡ଼ିଆ ଏବଂ ତାଳ ଗଛ ଜଳୁଥିବାର ଦେଖା ଯାଇଥାଏ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି। ଓଡ଼ିଶାରେ ଗ୍ରୀଷ୍ମ ଋତୁରେ ଅଧିକାଂଶ ସମୟ ବଜ୍ରପାତ ବା ବିଜୁଳି ମାରିଥାଏ। ସ୍ଥଳଭାଗରେ ଅତ୍ୟଧିକ ତାତି, ଗୁରୁଚାପବଳୟ, ଟ୍ରପ୍ଲାଇନ୍ ଏବଂ ପଶ୍ଚିମା ଝଡର ପ୍ରଭାବରେ ବେଶିମାତ୍ରାରେ ବଜ୍ରପାତ ଅନୁଭୁତ ହୁଏ। ଏହି ବଜ୍ରପାତ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ବର, ଭଦ୍ରକ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧୋ ଆଦି ଜିଲ୍ଲାରେ ଅଧିକ ହୁଏ। ବଜ୍ରପାତ ବିଜୁଳି ଆମ ପାଇଁ ଅତ୍ୟନ୍ତ ବିପଦଜନକ ଏବଂ ବିପର୍ଯ୍ୟୟ ସୃଷ୍ଟି କରେ | ତେଣୁ ବିଜୁଳି ଘଡଘଡି ସମୟରେ ନିଜକୁ ନିରାପଦ ସ୍ଥାନରେ ସୁରକ୍ଷିତ କରିବା ଅତ୍ୟନ୍ତ ଜରୁରୀ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର।

ରଣବୀର ସିଂ ଶକ୍ତିମାନ ଭୂମିକାରେ ଅଭିନୟ କରିବା ଖବରକୁ ନେଇ ଏମିତି କହିଲେ ମୁକେଶ ଖାନ୍ନା

ନନ୍ଦିଘୋଷ ବ୍ୟୁରୋ: ’ଶକ୍ତିମାନ’ ଏହି ସିରିଏଲଟି ଘରେ ଘରେ ବେଶ ପସନ୍ଦ ହୋଇଥିଲା । ପିଲାଙ୍କ ମନୋରଞ୍ଜନ କରିଥିବା ଏହି ସିରିଏଲର ପ୍ରତ୍ୟେକଙ୍କ ହୃଦୟରେ ରହିଛି । ତେବେ ଶୁଣାଯାଉଛି କି, ଶକ୍ତିମାନ ସିନେମା ନିର୍ମାଣ କରାଯିବ । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ମଧ୍ୟ ହେଉଛି । ରଣବୀର ସିଂ ଶକ୍ତିମାନ ଭୂମିକାରେ ଅଭିନୟ କରିବେ । ଏପରିକି ତାଙ୍କର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହାକୁ ନେଇ ଶକ୍ତିମାନ ଭୂମିକାରେ ଅଭିନୟ କରି ସମସ୍ତ ହୃଦୟରେ ସ୍ଥାନ ବନାଇଥିବା ମୁକେଶ ଖାନ୍ନା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ନିଜ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ରଣବୀରଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି ।

ମୁକେଶ ଖାନ୍ନା କହିଛନ୍ତି କି, ସେ କେବେ ଶକ୍ତିମାନ ହୋଇପାରିବେ ନାହିଁ । ଯେତେବେଳେ ବଡ଼ କଳାକାର ହେଲେ ସୁଦ୍ଧା ଶକ୍ତିମାନ ହୋଇପାରିବେ ନାହିଁ । ଦୀର୍ଘଦିନ ଧରି ଏନେଇ ଚର୍ଚ୍ଚା ହେଉଥିବାବେଳେ ମୁଁ ଚୁପ ରହିଥିଲି । ମାତ୍ର ଶୁଣିବାକୁ ମିଳିଲା କି, ରଣବୀର ଫିଲ୍ମ ପାଇଁ ସାଇନ କରିଛନ୍ତି । ଏହାପରେ ବାଧ୍ୟ ହୋଇ ପୋଷ୍ଟ କରିଛି । ଏଭଳି କଡ଼ା ଭାଷାରେ ସମାଲୋଚନା କରି ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଯେଉଁଥିରୁ ସ୍ପଷ୍ଠଭାବେ ଜଣାପଡ଼ୁଛି କି, ମୁକେଶ ଖାନ୍ନା କେବେ ମଧ୍ୟ ଚାହୁଁ ନାହାନ୍ତି କି, ରଣବୀର ଶକ୍ତିମାନ ଫିଲ୍ମ କରନ୍ତୁ ।

https://www.instagram.com/iammukeshkhanna/?utm_source=ig_embed&ig_rid=87a7e751-9353-4946-9a64-97dfa7885dea

ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳଙ୍କୁ ଚାନ୍ଦା ପ୍ରସଙ୍ଗ, ସମ୍ପୂର୍ଣ୍ଣ ତଥ୍ଯ ଅପଲୋଡ କଲେ ନିର୍ବାଚନ କମିଶନ

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନୀ ବଣ୍ଡର ଆସିଲା ତାଜା ତଥ୍ୟ। ୱେବସାଇଟରେ ଏହି ତଥ୍ୟ ଅପଲୋଡ୍ କରିଛନ୍ତି ନିର୍ବାଚନ କମିଶନ। ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ କେଉଁ କେଉଁ ରାଜନୈତିକ ଦଳଗୁଡିକୁ କେତେ ଅର୍ଥ ମିଳିଛି ଏସବୁର ତଥ୍ୟ ୱେବସାଇଟରେ ଅପଲୋଡ କରିଛନ୍ତି ନିର୍ବାଚନ କମିଶନ। ଏ ସମସ୍ତ ତଥ୍ୟ ସୁପ୍ରିମକୋର୍ଟକୁ ଏକ ମୁଦା ଲଫାଫାରେ ପ୍ରଦାନ କରିଥିଲେ ନିର୍ବାଚନ କମିଶନ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏହି ସମସ୍ତ ତଥ୍ୟ ମୁଦା ଲଫାଫାରେ ତଥ୍ୟ ଏବଂ ପେନଡ୍ରାଇଭରେ ଥିବା ଡିଜିଟାଲ୍ ରେକର୍ଡ ତଥ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଥିଲା। ନିର୍ବାଚନ କମିଶନ ଏହା ସୁପ୍ରିମକୋର୍ଟରୁ ପାଇବା ପରେ ଏହି ସମସ୍ତ ତଥ୍ୟ ଆଜି ୱେବସାଇଟରେ ଅପଲୋଡ୍ କରିଛନ୍ତି।ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନ ଜାରି କରିଥିବା ତଥ୍ୟରେ କେଉଁ ଦଳକୁ କେତେ ଟଙ୍କା ମିଳିଛି ଏ ସବୁ ତଥ୍ୟ ରହିଛି। ଏଥି ମଧ୍ୟରେ ବଣ୍ଡ ଜାରି ହୋଇଥିବା ତାରିଖ, କେତେ ଟଙ୍କା ଜମା ହୋଇଛିଷ ବଣ୍ଡର ନମ ବର, ଷ୍ଟେଟ ବ୍ଯାଙ୍କର କେଉଁ ଶାଖା ଏହି ବଣ୍ଡ ଜାରି କରିଛି, ବଣ୍ଡ ଜାରି ହୋଇଥିବା ତାରିଖ ଏବଂ ଅର୍ଥ ଜମା ହୋଇଥିବା ତାରିଖ ମଧ୍ୟ ଉଲ୍ଲେଖ ରହିଛି। ତେବେ ଏଥିରେ ବଣ୍ଡ ଗୁଡିକର ସ୍ଵତନ୍ତ୍ର ନମ୍ବର ପ୍ରଦାନ କରାଯାଇନାହିଁ। ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବାର ଦିନକ ପରେ ଏହି ନିର୍ବାଚନ କମିଶନ ଏହି ରଥ୍ୟ ପ୍ରଦାନ କରିଛନ୍ତି। ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ କରିବାକୁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଭୋଟ ଗ୍ରହଣ ଜୁନ ପହିଲାରେ ଶେଷ ହେବ ।

ଜଣାଶୁଣା ୟୁଟ୍ୟୁବର ଏଲଭିଶ ଯାଦବ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବିଗବସ ବିଜେତା ତଥା ଜଣାଶୁଣା ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ଗିରଫ କଲା ନୋଏଡ଼ା ପୋଲିସ । ଦୀର୍ଘଦିନର ପଚରା ଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି । ସାପ ବିଷ ମାମଲାରେ ଗିରଫ ହୋଇଛନ୍ତି ଏଲଭିଶ । ସାପ ବିଷ ଯୋଗାଉଥିବା ଏକ ଗ୍ୟାଙ୍ଗ ଧରା ପଡ଼ିବା ପରେ ଏଲଭିଶଙ୍କ ନାମ ଉଠିଥିଲା । ପୋଲିସ ତାଙ୍କ ପଚରା ଉଚରା କରୁଥିବାବେଳେ ଗିରଫ ହେବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଗତ ବର୍ଷ ସାପ ବିଷ ମାମଲାରେ ସେକ୍ଟର ୪୯ ନଏଡା ପୁଲିସ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ଏଥିପାଇଁ ଏଲଭିଶଙ୍କୁ ଆଜି ପଚରାଉଚରା କରିବା ପାଇଁ ପୁଲିସ ଡକାଇଥିଲା। ଦୀର୍ଘ ଘଣ୍ଟା ଧରି ପଚରାଉଚରା ପରେ ଆଜି ତାଙ୍କୁ ପୁଲିସ ଗିରଫ କରିଛି।

ଟି-୨୦ ବିଶ୍ବକପରେ ରୋହିତ ଶର୍ମାଙ୍କ ଟିମରେ କୋହଲି ଦରକାର: କିର୍ତ୍ତି ଆଜାଦ

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଟିମ ଇଣ୍ଡିଆ ଦିନିକିଆ ବିଶ୍ବକପ ହାତଛଡ଼ା କରିବା ପରେ ଏବେ ଟି-୨୦ ବିଶ୍ବକପ ହାତେଇବା ଲକ୍ଷ୍ୟରେ ରହିଛି । ତେବେ ଏଯାବତ ଟିମରେ କାହାକୁ ସ୍ଥାନ ମିଳିବ ତାକୁ ନେଇ କୌଣସି ଅଙ୍କ ଛିଣ୍ଡିନଥିବାବେଳେ କୋହଲିଙ୍କୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ଏକ ଇଂଲିସ ଖବର କାଗଜରେ ପ୍ରକାଶ ପାଇଛି କି, କୋହଲି ଧିମା ଖେଳୁଥିବାବେଳେ ଓ୍ବେଷ୍ଟଇଣ୍ଡିଜ୍ ପିଚରେ ଖେଳିବା ତାଙ୍କ ପାଇଁ କଷ୍ଟାସାଧ୍ୟ ହେବ । ଏଣୁ ତାଙ୍କୁ ଟି-୨୦ ବିଶ୍ବକପ ଦଳରେ ସ୍ଥାନ ମିଳିନପାରେ । ଯଦି ସେ ଆଇପିଏଲରେ ଭଲ ପ୍ରଦର୍ଶନ କରିବା ତାହେଲେ ସେ ବିଶ୍ବକପ ଦଳରେ ସ୍ଥାନ ପାଇବେ ।

ସେପଟେ ପୂର୍ବତନ ଭାରତୀୟ କ୍ରିକେଟର କିର୍ତ୍ତି ଆଜାଦ କହିଛନ୍ତି କି, ଯେକୌଣସି ହାଲତରେ ହେଉ ନାଁ କାହିଁକି ରୋହିତ ତାଙ୍କ ଟିମରେ କୋହଲିଙ୍କୁ ନେବାକୁ ଚାହୁଁଛନ୍ତି । ଏନେଇ ପୂର୍ବରୁ ମଧ୍ୟ ଜୟ ଶାହାଙ୍କ ସହ ଆଲୋଚନା ହୋଇଛି । କୁହାଯାଉଛି କି, ଚୟନକର୍ତ୍ତାମାନେ ହାତ ଟେକି ଦେଇଥିବାବେଳେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ନିଷ୍ପତ୍ତି ନେବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଚଳିତ ମାସ ୨୨ ତାରିଖରୁ ଆଇପିଏଲ ସିଜିନ ଆରମ୍ଭ ହେବାକୁ ଥିବାବେଳେ କୋହଲିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି । ଦୀର୍ଘ ୧୪ ମାସ ପରେ ଟି-୨୦ ଖେଳିଥିବା କୋହଲି ଆଫଗାନିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଆଇପିଏଲରେ ସେ କିଭଳିଭାବେ ପ୍ରଦର୍ଶନ କରୁଛନ୍ତି ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ରହିଛି ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଏକ ଆଧ୍ୟାତ୍ମିକ ପରିବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ସ୍ବତନ୍ତ୍ର ପଦକ୍ଷେପ

ପୁରୀ: ଏଣିକି ପ୍ରତିଦିନ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୈନିକ ସକାଳୁ ବେଦ ପାଠ ଏବଂ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଏକ ଆଧ୍ୟାତ୍ମିକ ପରିବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି ଏକ ନୂଆ ଅନୁଭୂତି ନେଇ ଫେରିବେ ସେଥିପାଇଁ ଏହି ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି। ଦୋଳପୂର୍ଣ୍ଣିମା ରୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ପ୍ରତିଦିନ ସକାଳ ୬ଟା ରୁ ୭ଟା ମଧ୍ୟରେ ସିଂହଦ୍ଵାର ସମ୍ମୁଖରେ ବେଦ ପାଠ ଅନୁଷ୍ଠିତ ହେବ। ପରେ ପରିକ୍ରମା ମାର୍ଗରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ। ସେହିପରି ପ୍ରତିଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ପଶ୍ଚିମ ଓ ଉତ୍ତର ଦ୍ଵାର କୋଣରେ ଥିବା ସ୍ବତନ୍ତ୍ର ଗ୍ୟାଲେରୀରେ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଗୋଟିପୁଅ, ମାହାରୀ ନୃତ୍ୟ ସହିତ ମହାପ୍ରଭୁଙ୍କ ବିଭିନ୍ନ କଥାବସ୍ତୁକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।