ଭୁବନେଶ୍ବର: ଆକାଶରୁ ଅଗ୍ନିବର୍ଷା । ଅସ୍ତବ୍ୟସ୍ତ ଜନଜୀବନ। ଉପାନ୍ତରୁ ଉପକୂଳ ଖରାର ପ୍ରକୋପ ବଢ଼ିବାରେ ଲାଗିଛି । ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଦିନ ସାଢ଼େ ୧୧ଟା ସୁଦ୍ଧା ରେକର୍ଡ ତାପମାତ୍ରା। ବାଲେଶ୍ବରର ତାପମାତ୍ରା ସର୍ବାଧିକ ୩୯.୬ ଡିଗ୍ରୀ ଥିବା ବେଳେ, ରାଜଧାନୀ ଭୁବନେଶ୍ବରର ପାରା ୩୯.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଚାନ୍ଦାବାଲିରେ ୩୮.୭, ଝାରସୁଗୁଡ଼ାରେ ୩୮.୪, କେନ୍ଦୁଝରରେ ୩୮, ହୀରାକୁଦରେ ୩୭.୫, ରାଉରକେଲାରେ ୩୭, ସମ୍ବଲପୁରରେ ୩୬.୮, ଗୋପାଳପୁରରେ ୩୫.୨, ପାରାଦୀପରେ ୩୫ ଓ ପୁରୀରେ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଅସମ୍ଭାଳ ସ୍ଥିତି। ଓଡ଼ିଶା ସମେତ ଆନ୍ଧ୍ର ଉପକୂଳକୁ ୟେଲୋ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ରାଜ୍ୟକୁ ଉତ୍ତର ପ୍ରଶ୍ଚିମ ଦିଗରୁ ପ୍ରଚୁର ମାତ୍ରାରେ ଗରମ ଶୁଷ୍କ ବାୟୁ ପ୍ରବେଶ କରୁଛି। ଯାହା ଫଳରେ ରାଜ୍ୟର ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।
ବିଜେଡିରେ ମିଶିଲେ ବନ୍ଧୁଗାଁ ଉପାଧ୍ୟକ୍ଷା ଗୀତାଞ୍ଜଳି ପୀଡ଼ିକା
ଭୁବନେଶ୍ବର: ବଢ଼ୁଛି ବିଜେଡି ବଳ । ବିଜେଡିରେ ସାମିଲ ହେଲେ ଲକ୍ଷ୍ମୀପୁରରୁ କଂଗ୍ରେସ ଟିକେଟରୁ ଆଶାୟୀ ପ୍ରାର୍ଥୀ ଗୀତାଞ୍ଜଳି ପୀଡ଼ିକା । ଗୀତାଞ୍ଜଳି ଏବେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ରହିଛନ୍ତି । ତାଙ୍କ ସହ ବହୁ ସମିତିସଭ୍ୟଙ୍କ ସହ ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ସମସ୍ତେ କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକକା କହିଛନ୍ତି କି, ଆଜି ଶତାଧିକ ନେତା କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ଗୀତାଞ୍ଜଳି ଆଗ ଧାଡ଼ିର କଂଗ୍ରେସ ନେତ୍ରୀ ଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇ କୋରାପୁଟ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବେ। ଦଳ ଆହୁରି ଶକ୍ତିଶାଳୀ ହେବ ।
ମନୋଜ ତିଓ୍ବାରୀଙ୍କୁ କହ୍ନେୟା କୁମାରଙ୍କ ପ୍ରଶ୍ନ, କହିଲେ ୧୦ ବର୍ଷରେ କରିଛି କଣ?
ନନ୍ଦିଘୋଷ ବ୍ୟୁରୋ: ବିଜେପି ସାଂସଦ ମନୋଜ ତିଓ୍ବାରୀଙ୍କୁ କହ୍ନେୟା କୁମାରଙ୍କ ପ୍ରଶ୍ନ । କହିଲେ ଦଶ ବର୍ଷରେ କରିଛ କଣ । ନିର୍ବାଚନରେ କୌଣସି ବ୍ୟକ୍ତି ଗୁରୁତ୍ବପୂର୍ଣ୍ଣ ନୁହଁନ୍ତି । ବିଚାରାଧାରା ଏବଂ ମୁଦ୍ଦା ହେଉଛି ମୁଖ୍ୟ ପ୍ରସଙ୍ଗ । ଉତ୍ତର-ପୂର୍ବ ଦିଲ୍ଲୀରୁ ସାଂସଦ ଥିବା ମନୋଜ ତିଓ୍ବାରୀଙ୍କୁ କହ୍ନେୟା କୁମାର କହିଛନ୍ତି ୧୦ ବର୍ଷରେ ସେ କିଛି କାମ କରିନାହାନ୍ତି । ଦିଲ୍ଲୀରେ ବିଜେପି କୌଣସି କାମ କରିନାହିଁ । କେବଳ ଇଣ୍ଡିଆ ଗଠବନ୍ଧନକୁ ହଇରାଣ କରୁଛି । ଏଣୁ ଜନତା ଏହାର ଉଚିତ୍ ଜବାବ ଦେବେ ।
କହି ରଖୁଛୁ କି, ରବିବାର ପ୍ରକାଶ ପାଇଥିବା କଂଗ୍ରେସର ପ୍ରାର୍ଥୀ ତାଲିକାରେ କହ୍ନେୟା କୁମାରଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଛି କଂଗ୍ରେସ । ଗତ ନିର୍ବାଚନରେ ବିହାରରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ କହ୍ନେୟା । ସେ ସିପିଆଇ ଟିକେଟରେ ନିର୍ବାଚନ ଲଢ଼ିଥିବାବେଳେ ଏଠାରେ ପରାସ୍ତ ହୋଇଥିଲେ । ମାତ୍ର ଏଥରକ ଗଠବନ୍ଧନ କାରଣରୁ ତାଙ୍କୁ ଦିଲ୍ଲୀରେ ଟିକେଟ ମିଳିଛି । ଟିକେଟ ମିଳିବା ପରେ ମନୋଜ ତିଓ୍ବାରୀଙ୍କୁ ଟାର୍ଗେଟ କରିଛନ୍ତି କହ୍ନେୟା କୁମାର ।
କଟିଲା ପ୍ରବୋଧଙ୍କ ଟିକେଟ୍, କାନ୍ଦି କାନ୍ଦି ପ୍ରକାଶ କଲେ କ୍ଷୋଭ
ସୁନ୍ଦରଗଡ଼: ଟିକେଟ କଟିଲା ପରେ କାନ୍ଦି କାନ୍ଦି କ୍ଷୋଭ ପ୍ରକାଶ କଲେ ପ୍ରବୋଧ। ପୂର୍ବତନ ଅଲମ୍ପିଆନ ହକି ଖେଳାଳି ପ୍ରବୋଧ ତିର୍କି ପ୍ରଚାର ଆରମ୍ଭ କରିଦେଇଥିଲେ। ତଳସରା ନିର୍ବାଚନ ମଣ୍ଡଳୀର ୪ଟି ବ୍ଲକ ବୁଲି ସାରିଥିଲେ। ଟଙ୍କା ପଇସା ସାରି ନିର୍ବାଚନ ଲଢ଼ିବା ପାଇଁ ପୁରା ପ୍ରସ୍ତୁତ ହୋଇଥିଲେ ପ୍ରବୋଧ ତିର୍କି। ହେଲେ ହଠାତ୍ ରବିବାର କଂଗ୍ରେସ ପକ୍ଷରୁ ଦେବେନ୍ଦ୍ର ଭିତିରିଆଙ୍କୁ ଟିକେଟ ମିଳିଛି। ଭାଙ୍ଗି ପଡିଛନ୍ତି ପ୍ରବୋଧ। କାନ୍ଦି କାନ୍ଦି କ୍ଷୋଭ ପ୍ରକାଶ କରି ଦଳର କାର୍ଯ୍ୟକୁ ନିନ୍ଦା କରିଛନ୍ତି। କଂଗ୍ରେସ ଦଳ ପାଇଁ ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି ପ୍ରବୋଧ।
ବିଜେପି ଉପରେ ବର୍ଷିଲା ବିଜେଡି, ଜନବିରୋଧୀ ପ୍ରଦୀପ,ପ୍ରଶାନ୍ତ ବିଜେପିର ପୋଷ୍ଟର ବୟ’
ଭୁବନେଶ୍ବର: ସୋମବାର ଶଙ୍ଖ ଭବନରେ ବିଜେଡି ପ୍ରେସମିଟ୍ କରି ବିଜେପିର ଗୁଣ୍ଡାଗର୍ଦ୍ଦି କରୁଥିବା ନେତାଙ୍କ ଉପରେ ବର୍ଷିଛି । ମଦ ପିଇ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଥିବା ପ୍ରଶାନ୍ତ ଜଗଦ୍ଦେବ ପୁଣି ଗୁଣ୍ଡାଗର୍ଦ୍ଦି କରୁଛନ୍ତି । ଏବେ ମଦ ପିଇ ପୋଲିସ ଅଧିକାରୀଙ୍କୁ ଡରାଉଥିବାବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ପାଇଁ ପଛାଉନାହାନ୍ତି । ଏହାସହ ବିଜେପିର ରଣନୀତିକାର ସାଜିଥିବା ପ୍ରଦୀପ ପାଣିଗ୍ରାହୀ ଯିଏ କି ଶହ ଶହ ଯୁବକ ଯୁବତୀଙ୍କୁ ଚାକିରୀ ଦେବା ନାଁରେ ଠକେଇ କରିଥିଲେ ତାଙ୍କୁ ଦଳରେ ରଣନୀତିକାର ସଜାଯାଇଛି । ଏହି ଦୁଇ ଜନବିରୋଧୀ ନେତାଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ବିଜେପିର ପୋଷ୍ଟର ବାୟ ପାଲଟିଛନ୍ତି। ଏମାନଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି । ପ୍ରଶାନ୍ତ ଜଗଦେବ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇଲେ. ହେଲେ ବିଜେପି ତାଙ୍କୁ ଉତ୍ତରୀୟ ପକାଇ ସ୍ୱାଗତ କଲେ । ସେ ଏବେ ଜଣେ ସାଂସଦ ପ୍ରାର୍ଥୀଙ୍କ ପାଖ ଲୋକ ମଦ୍ୟାପାନ କରି ଧମକାଉଛନ୍ତି । କେମିତି ମୁହଁ ଦେଖାଉଛି ବିଜେପି ନିଜ କର୍ମୀଙ୍କୁ । ଗରିବ ଲୋକଙ୍କ ଠାରୁ ଚାକିରି କରାଇବା ନେଇ ଠକି ଜେଲ ଯାଇଥିଲେ. ।ସେ ଏବେ ଆଶା କର୍ମୀ ପରି ବିକାଶ କରୁଥିବା ଲୋକଙ୍କୁ ଧମକାଉଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ସବୁ ହେବା କଥା । ଆମେ ଏ ପ୍ରମାଣ ସବୁ CEO ଙ୍କୁ ଦେଇଥିଲୁ । ସେମାନେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ପ୍ରସଙ୍ଗ ଭିତିକ ଲଢେଇ ନ କରିବାର ଓ ବିଜେଡିକୁ ସାମ୍ନା କରି ପାରୁ ନଥିବାରୁ, ଅପରାଧୀ ମାନେ ବିଜେପିର ଆଶାବାଡ଼ି ପାଲଟିଛି. ।ଏହା ଠାରୁ ହାସ୍ୟାସ୍ପଦ ବିଷୟ ଆଉ କିଛି ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର ।
ସେୟାର ବଜାରରେ ହାହାକାର,ବଜାର ଖୋଲିବା ସହିତ ୮ ଲକ୍ଷ କୋଟି ଟଙ୍କା ବୁଡ଼ିଲା
ନନ୍ଦିଘୋଷ ବ୍ୟୁରୋ: ସୋମବାର ସେୟାର ମାର୍କେଟରେ ଦେଖିବାକୁ ମିଳିଛି ହାହାକାର । ସପ୍ତାହର ଆରମ୍ଭ ଡାଉନରୁ ଆରମ୍ଭ ହୋଇଛି । ନିଷ୍ଟି ଏବଂ ସେନସେକ୍ସ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ସୋମବାର ସେୟାର ବଜାର ଖୋଲିବା ମାତ୍ର ନିଫ୍ଟି ୧.୩୩ ପ୍ରତିଶତ ହ୍ରାସ ହୋଇଥିବାବେଳେ ସେନସେକ୍ସ ୧.୧୦ ହ୍ରାସ ହୋଇଛି । ଶନିବାର ଏବଂ ରବିବାର ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା। ଇରାନ ଇସ୍ରାଏଲର ଅନେକ ସ୍ଥାନକୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବାରୁ ସମଗ୍ର ବିଶ୍ୱରେ ଉତ୍ତେଜନା ବୃଦ୍ଧି ପାଇଛି। ଏଥି ସହିତ, ଆଗାମୀ ସମୟ ବହୁତ କଷ୍ଟସାଧ୍ୟ ହେବ ବୋଲି କୁହାଯାଉଛି। ଯେଉଁ କାରଣରୁ ସେୟାର ବଜାରରେ ଡ୍ରାସ ହୋଇଥିବା ଦେଖିବାକୁ ମିଳିଛି । ବିଶେଷକରି ଅଶୋଧିତ ତୈଳ ମୂଲ୍ୟ ଏବଂ ମୁଦ୍ରାସ୍ଫୀତିର ବ୍ୟାପକ ବୃଦ୍ଧି ହେବାର ସମ୍ଭାବନା ଅଛି। ଯେଉଁଥିପାଇଁ ଷ୍ଟକ୍ ମାର୍କେଟରେ ମଧ୍ୟ ବହୁତ ହ୍ରାସ ଘଟିଛି। ଶୁକ୍ରବାର ଷ୍ଟକ୍ ମାର୍କେଟ୍ ୧ ପ୍ରତିଶତ ହ୍ରାସ ପରେ ସୋମବାର ବଜାର ଖୋଲିବା ମାତ୍ରେ ସେନସେକ୍ସ ଏବଂ ନିଫ୍ଟିରେ ଏକ ବଡ଼ ହ୍ରାସ ହୋଇଛି ।
ବାରହା ମାଂସ ସହ ୭ ଜଣ ଶିକାରୀ ଗିରଫ
କାମାକ୍ଷାନଗର: ୭ ଜଣ ଶିକାରୀ ଗିରଫ। ବାରହା ମାଂସ ସହ ୨ ବାଇକ ଓ ୪ଟି ସାଇକେଲ ଜବତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍ ବିରାଶାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଦରତୋଟା ନିକଟରୁ ବାରହା ମାଂସ ସହିତ ୭ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ବାଲିକୁମା ପଞ୍ଚାୟତ ଅନ୍ତର୍ଗତ ଦରତୋଟା ଗାଁର ସାଗର ମୁଣ୍ଡା, ସମୁ ମୁଣ୍ଡା, ବରଗଜି ଗାଁର ସନ୍ଦୀପ ସର୍ଦ୍ଦାର, ଜାଗର ସର୍ଦ୍ଦାର, ସୁନା ପୂର୍ତ୍ତି, ଲାଠୁର ମୁଣ୍ଡା ଏବଂ ଶାମ ସର୍ଦ୍ଦାର। ଏମାନେ ବିରାଶାଳ ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର କରୁଥିବା ବେଳେ ବନ ବିଭାଗ ଧରିଥିଲା।ସେମାନଙ୍କଠାରୁ ବାରହା ମାଂସ, ୨ଟି ବାଇକ ଓ ୪ଟି ସାଇକେଲ ଜବତ କରାଯାଇଛି। ଦୀର୍ଘ ଦିନ ହେବ ଅଭିଯୁକ୍ତମାନେ ଜନ୍ତୁ ଶିକାରରେ ଲିପ୍ତ ଥିଲେ। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ଶିକାରୀମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜ ଅଫିସରେ ପ୍ରକାଶ କରିଛନ୍ତି।
ଜାଣନ୍ତୁ ସଲମାନ ଖାନଙ୍କ ଜୀବନ ରକ୍ଷା କରୁଥିବା ଦୁଇ SUV କାର ସମ୍ପର୍କରେ କିଛି ଅଜଣା କଥା
ନନ୍ଦିଘୋଷ ବ୍ୟୁରୋ: ରବିବାର ସଲମାନ ଖାନଙ୍କ ଘର ଉପରେ ଗୁଳିମାଡ଼ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଲରେନ୍ସ ବିଷ୍ନୋଇର ସାନଭାଇ ନିଜକୁ ଦାୟୀ କରିଛି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଲେଖିଛି କି, ଏହା କେବଳ ଏକ ଟ୍ରେଲର । ଆଗକୁ ଆଉ ଆଉ ଘରେ ଉପରେ ଗୁଳି ଚାଲିବନି । ତେବେ ମୁମ୍ବାଇ ପୋଲିସ ସଲମାନଙ୍କ ଘର ସମ୍ମୁଖରେ କଡ଼ା ସୁରକ୍ଷା ଦେଇଥିବା ମଧ୍ୟ କୁହାଯାଉଛି । ତେବେ ଘରୁ ବାହାରକୁ ବାହାରିବା ପାଇଁ ସଲମାନ ଦୁଇଟି ବୁଲେଟ ଫ୍ରୁଫ୍ SUV କାର ରଖିଛନ୍ତି । ଏହା ସହ ଏକ ରେଞ୍ଜ ରୋଭର ମଧ୍ୟ ରଖିଛନ୍ତି । ଯାହାକି ତାଙ୍କୁ ସୁରକ୍ଷା ଦେଇଥାଏ । ଏହାସହ ସଲମାନଙ୍କ ସହ ତାଙ୍କ ଅଙ୍ଗରଖି ସେରା ସବୁବେଳେ ସାଥୀରେ ରହିଥାନ୍ତି ।
ତିହାର ଜେଲରେ ସଜା କାଟୁଥିବା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ କିଛି ବର୍ଷ ହେବ ସଲମାନ ଖାନଙ୍କୁ ଟାର୍ଗେଟ କରୁଛନ୍ତି । ସେମାନେ ପୂର୍ବରୁ ଅନେକଥର ଧମକ ଦେଉଥିବା ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ସଲମାନ ବାହାରକୁ ଯିବାବେଳେ SUV କାର ବ୍ୟବହାର କରୁଥିବାବେଳେ ଗୋଟିଏର ମୂଲ୍ୟ ୨ କୋଟି ରହିଥିବାବେଳେ ଅନ୍ୟ ଏକ କାରର ଦାମ ୪.୫ କୋଟି ଟଙ୍କା ରହିଛି । ଏଗୁଡ଼ିକ ବହୁ ଶକ୍ତି ରହିଛି । ସିଧାସଳଖ ଆକ୍ରମଣ କରିବା କଷ୍ଟସାଧ୍ୟ ହୋଇଥାଏ ।
ଛୋଟ ପିଲାଙ୍କୁ ନିର୍ବାଚନୀ ପ୍ରଚାରରେ ବିଜେପି କରୁଛି ବ୍ୟବହାର, ସିଇଓଙ୍କ ନିକଟରେ ବିଜେଡ଼ିର ଅଭିଯୋଗ
ଭୁବନେଶ୍ବର: ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେପି ନେତାଙ୍କ ବିରୋଧରେ ଫେରାଦ ହୋଇଛି ବିଜେଡି । ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ଆଚରଣ ବିଧିଙ୍କୁ ଉଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି । ପୋଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ସହ ବଦଳି କରି ଦେବାର ଧମକ ଦେଉଛନ୍ତି ବିଜେପି ପ୍ରାର୍ଥୀ । ଏପରିକି ଛୋଟ ପିଲାଙ୍କୁ ପ୍ରଚାରରେ ବ୍ୟବହାର କରୁଥିବା କହିଛି ବିଜେଡି । ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର ସମୟରେ ଛୋଟ ପିଲାଙ୍କୁ ବ୍ୟବହାର କରିଥିବାର ଉଦାହରଣ ଦେଇଛି ବିଜେଡି । ବିଜେପି ନେତାମାନେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଥିବାବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି । କିଛି ଦିନ ତଳେ ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ରାଲିରେ ପିଲାମାନଙ୍କୁ ବ୍ୟବହାର କରିଥିଲେ। ସେହିପରି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଘଣ୍ଟା ବଣ୍ଚନ କରୁଛନ୍ତି। ବ୍ରହ୍ମପୁର ବିଜ ପ୍ରଶାନ୍ତ ଜଗଦ୍ଦେବ ପୋଲିସ ଓ ଆଶା କର୍ମୀଙ୍କୁ ଧମକାଉଛନ୍ତି। ଏବେ ବିଜେପି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗରଦପୁର ବ୍ଲକ ଟିକାନପୁର ପଂଚାୟତରେ ଗତ ଏପ୍ରିଲ 14 ତାରିଖରେ ପିଲାମାନଙ୍କୁ ନେଇ ରାଲି କରିଥିଲେ. ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି ରଖିଛୁ ଯେ ବିଜେପି ପ୍ରାର୍ଥୀ ଓ କର୍ମୀ ଯେଉଁମାନେ ନିର୍ବାଚନ ଆଚରଣ ଵିଧି ଉଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଆଜିଠୁ ଦୁଇମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ମାରିବା ମନା
ପାରାଦୀପ: ସୋମବାରଠାରୁ ଦୁଇମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ମାରିବା ମନା। ସମୁଦ୍ରରୁ ମାଛ ଧରିବା ଉପରେ ରୋକ୍ ଲଗାଯାଇଛି। ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ମାଛ ମାନଙ୍କର ଅଣ୍ଡାଦାନର ସମୟ , ମାଛ ବଂଶ ବୃଦ୍ଧି ପାଇଁ ସରକାର ଆଜିଠୁ ଜୁନ ୧୫ ପର୍ଯ୍ୟନ୍ତ ମାଛଧରା ଉପରେ ରୋକ୍ ଲଗାଇଛନ୍ତି। ନିଷ୍ପତ୍ତିକୁ ମତ୍ସ୍ୟଜୀବୀ ସ୍ବାଗତ କରିଥିବା ବେଳେ, ଏହି ସମୟରେ ପରିବାର ଚଳାଇବା ପାଇଁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଦୁଇ ମାସ ପାଇଁ ସମୁଦ୍ରରେ ମାଛଧରା ବୋଟ୍ କି ଯନ୍ତ୍ର ଚାଳିତ ଡଙ୍ଗା ଚାଲିବ ନାହିଁ। ଦୁଇମାସ ମାଛଧରା ବନ୍ଦ ପାଇଁ ମତ୍ସ୍ଯ ବିଭାଗ ପକ୍ଷରୁ ପାରାଦ୍ଵୀପ ନେହେରୁ ବଙ୍ଗଳା ମାଛଧରା ବନ୍ଦର, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ଷଣ୍ଢକୁଦ ପ୍ରଭୃତି ମତ୍ସ୍ୟଜୀବୀ ରହୁଥିବା ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ଯରେ ପ୍ରଚାର କରାଯାଇଥିଲା।

