spot_img
Home Blog Page 202

ଗଣତି ମଣତି ନକରି ସ୍ଥାନାନ୍ତର ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର…

ପୁରୀ : ୨୩ ତାରିଖରେ ସ୍ଥାନାନ୍ତର ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅସ୍ଥାୟୀ ଖଟ ଶେଯ, ଫୁଲ ଶେଯ ଓ ଚାଙ୍ଗଡ଼ା ଘରୁ ଯିବ ମୁଖ୍ୟ ଭଣ୍ଡାର ଘର । ସକାଳ ୭ଟା ୧୭ରୁ  ୧୧ ଟା ୧୭ ମାହେନ୍ଦ୍ର ବେଳାରେ ହେବ ସ୍ଥାନାନ୍ତର । ରତ୍ନ ଭଣ୍ଡାର ସବ କମିଟି ନିଷ୍ପତ୍ତି ପରେ ତେଜିଲା ବିବାଦ । ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ସେବାୟତ ଓ ଗଣନାକାର । ରାଜ୍ୟ ସରକାର ଗଠନ କରିଥିବା ଏସଓପି ବା ମାର୍ଗଦର୍ଶିକା ଆଧାରରେ ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ । ରତ୍ନ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ଉପରେ ଲାଗିବ କଟକଣା । କୌଣସି ଭକ୍ତଙ୍କୁ ନାଟ ମଣ୍ଡପ କିମ୍ବା ବେହରଣ ଦ୍ଵାର ପର୍ଯ୍ୟନ୍ତ ଛଡା ଯିବ ନାହିଁ । ତେବେ ସରକାରଙ୍କ ଷ୍ଟକ ଆଣ୍ଡ ଷ୍ଟୋର ନିୟମ ଅନୁସାରେ ଗଣତି ମଣତି ନକରି ସ୍ଥାନାନ୍ତରକୁ ନେଇ ତେଜୁଛି ବିବାଦ । ସରକାରଙ୍କ ନିଜ ଆଇନ ନିଜେ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ । ସେପଟେ ସ୍ଥିର ହୋଇଥିବା ମାହେନ୍ଦ୍ର ବେଳା ସଠି ନୁହେଁ ବୋଲି କହିଛନ୍ତି ଗଣନାକାର ।

ରତ୍ନ ଭଣ୍ଡାର ଖୋଲିବା ଠାରୁ ଆରମ୍ଭ କରି ଅଳଙ୍କାର ସ୍ଥାନାନ୍ତର ତଥା ମରାମତି ଯାଏଁ ହୋଇ ପାରିଲାନି ଗଣତିମଣତି । ରତ୍ନର ସ୍ଥିତି ନେଇ କୌଣସି ସଠିକ ଆକଳନ କରା ନଯାଇ ସ୍ଥାନାନ୍ତର ହେବାକୁ ଯାଉଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ସେବାୟତ ସନ୍ଦେହ ବ୍ଯକ୍ତ କରିଛନ୍ତି । ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବା ବେଳେ ଗଣତି ମଣତି ନ କରି ସ୍ଥାନାନ୍ତର କରିବା ନିଷ୍ପତ୍ତି କେବଳ ଏକ ପ୍ରହସନ ବୋଲି ସେବାୟତ ଖୋଲାଖୋଲି କହିଛନ୍ତି। ରତ୍ନ ଅଳଙ୍କାର ଗଣତି ମଣତି କେବେ କରାଯିବ ତାହା ଶ୍ରୀମନ୍ଦିର ପରିଚାଳନା କମିଟି ଚୂଡାନ୍ତ ନିଷ୍ପତ୍ତି ନେବାକୁ କୁହାଯାଇଥିବାବେଳେ ଯାହାକୁ ନେଇ ସେବାୟତଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ।

ପୁଣି ଦାଦନ ଦୁଃଖ, ସମ୍ବଲପୁରରୁ ଆସିଲା ସାଂଘାତିକ ଅଭିଯୋଗ

ସମ୍ବଲପୁର : ସମ୍ବଲପୁରରେ ଦାଦନ ଦୁଃଖ । ଆନ୍ଧ୍ରରେ ବନ୍ଧା ପଡ଼ିଛନ୍ତି ଦୁଇ ଯୁବକ । ୫ ମାସ ହେଲା ଛାଡୁନି ମାଲିକ । ଘରକୁ ଫୋନ କରି ଜଣାଇଲେ ନିର୍ଯାତନାର କରୁଣ କାହାଣୀ । ଚିନ୍ତାରେ ପରିବାର ଲୋକେ । ସମ୍ବଲପୁର ବାଉଁସେନମୁରା ଗାଁର ଦୁଇଜଣ ଯୁବକ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମରେ ବନ୍ଧକ ପଡ଼ିଥିବା ଅଭିଯୋଗ ହୋଇଛି । ଲୁଚି ଛପି ଘରକୁ କଲ କରି ଜଣାଇବା ପରେ ଉଭୟଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକ । ଦୁଇ ଯୁବକ କୃଷ୍ଣ ଭୋଇ ଓ ନିର୍ମାଲ୍ୟ କଅଁର ଗତ ୫ ମାସ ତଳେ ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ ।

ମାଲିକଙ୍କ ନିର୍ଯାତନା ଖବର ଶୁଣିବା ପରେ ଆଶା ଆଶଂକାରେ ପରିବାର ଲୋକେ । କାନ୍ଦି କାନ୍ଦି ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଯୁବକଙ୍କ ମାଆ । ଘରର ପରିସ୍ଥିତି ଦେଖି ଭେଣ୍ଡିଆ ପୁଅ କାମକୁ ଯାଇଥିଲା । ସେ ଏବେ କିପରି ଅଛି, ତାକୁ ନେଇ ଚିନ୍ତାରେ ପରିବାର ଲୋକେ । ବାରମ୍ବାର ଅନୁରୋଧ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା କହିଛନ୍ତି ସମ୍ପର୍କୀୟ । ପଶ୍ଚିମ ଓଡ଼ିଶାର ପିଛା ଛାଡୁନି ଦାଦନ ଦୁଃଖ । ବଲାଙ୍ଗୀର ଜିଲ୍ଲାପରେ ଏବେ ସମ୍ବଲପୁରକୁ ବ୍ୟାପିଲାଣି ଏହି ସମସ୍ୟା । ଦୁଇ ଯୁବକଙ୍କୁ ଫେରାଇ ଆଣିବାକୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ପାରାଦୀପରେ ୨୬ରେ ଉର୍ଦ୍ଧ୍ଵ ପେଣ୍ଡାରେ ପୂଜା ପାଉଛନ୍ତି ବିଶ୍ଵକର୍ମା

ପାରାଦୀପ : ସୁଉଚ୍ଚ ତୋରଣ । ଲାଇଟଗେଟ ସାଙ୍ଗକୁ ନାଲି ନେଳି ଆଲୋକମାଳାରେ ଝଲସୁଛି ରାସ୍ତାଘାଟ । ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଇଁ ସଜେଇ ହୋଇଛି ବନ୍ଦରନଗରୀ ପାରାଦୀପ । ଗୋଟିଏ ସ୍ଥାନରେ ୨୬ ରୁ ଉର୍ଦ୍ଧ୍ଵ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ । ସୁଉଚ୍ଚ ଆକର୍ଷଣୀୟ ତୋରଣ ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ । ଗତକାଲି ପ୍ରଥମ ଦିନରେ ପୂଜା ପେଣ୍ଡାଲ ସମେତ ଚଟପଟି ଖାଦ୍ୟ ଓ ଘରକରଣା ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କେତେକ ପୂଜା ପେଣ୍ଡାଲରେ ବିଭିନ୍ନ ଗଛର ଚାରା ବଣ୍ଟନ କରାଯାଇଛି । …

ଆଠଦିନ ଧରି ଚାଲିବାକୁ ଥିବା ପାରାଦୀପର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ସହିତ ଗାଡ଼ି ପାର୍କିଂ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ପ୍ରତ୍ୟେକ ମଣ୍ଡପ ନିକଟରେ ପାଖାପାଖି ୧୦ ଜଣ ପୋଲିସ ଷ୍ଟାଫ ନିୟୋଜିତ ହେବା ସହିତ ପକେଟ୍ ମାର ରୋକିବା ପାଇଁ ସାଧା ପୋଷାକଧାରୀ ପୋଲିସ ନିୟୋଜିତ ହୋଇଛନ୍ତି। ଚଳିତ ବର୍ଷ ପ୍ରତ୍ୟେକ ମଣ୍ଡପ ନିକଟରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରିଛି ପ୍ରଶାସନ । ଆଜି ଠାରୁ ବିଭିନ୍ନ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୂଜା ପାଇଁ ଆସନ୍ତା ୭ ଦିନ ପର୍ଯ୍ଯନ୍ତ ପାରାଦୀପରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ଆକଳନ କରାଯାଇଛି ।

ଧର୍ମଶାଳାରେ ଦିଗହରା ଗ୍ରାମୀଣ ଉଦ୍ୟାନ ଯୋଜନା

ଚଣ୍ଡିଖୋଲ : ଅଧପନ୍ତରିଆ ଅବସ୍ଥାରେ ଯାଜପୁର ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତରେ ନିର୍ମାଣଧୀନ ଗ୍ରାମୀଣ ପାର୍କ । ଜଙ୍ଗଲ ପାଲଟିଗଲାଣି ପାର୍କ ପରିସର । ଗ୍ରାମାଞ୍ଚଳ ଲୋକେ ଯେପରି ପାର୍କର ମଜା ପାଇପାରିବେ ସେହି ଉଦ୍ଦେଶ୍ଯରେ ନିର୍ମାଣ ହୋଇଥିଲା ଏହି ଉଦ୍ଯାନ । ୩୧ ଲକ୍ଷ ଟଙ୍କା ବ୍ୟୟରେ ପାର୍କରେ ପାଚେରୀ ନିର୍ମାଣ ସହ ଗେଟ୍ ଓ ମାଟି କାମ କରାଯାଇଛି । ହେଲେ ନିର୍ବାଚନ ପରଠୁ ପାର୍କ କାମ ପାଇଁ ଆବଶ୍ୟକୀୟ ଅର୍ଥ ଆସୁନାହିଁ । ଫଳରେ ଅଧାଗଢା ଅବସ୍ଥାରେ ପାର୍କଟି ପଡି ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।…

କେବଳ ଥାନୁଆଳ ପଞ୍ଚାୟତ ନୁହେଁ ପୁରୁଣାବଉଳମାଳ ପଞ୍ଚାୟତ ଓ ସାହାଣୀଡିହ ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ପୁରୁଣାବଉଳମାଳ ପଞ୍ଚାୟତରେ ନିର୍ମାଣ ହୋଇଥିବା ପାର୍କର ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଛେଳିଗୋରୁଙ୍କ ଚରାଭୂଇଁ ପାଲଟିଛି । ପାର୍କରେ ନିର୍ମାଣ ହୋଇଥିବା ବିଭିନ୍ନ କାରୁକାର୍ଯ୍ଯ ଭାଙ୍ଗିରୁଜି ଗଲାଣି । ସେହିଭଳି ସାହାଣୀଡିହ ପଞ୍ଚାୟତରେ କେବଳ ପାଚେରୀ ନିର୍ମାଣ କରାଯାଇଛି । ଆବଶ୍ୟକୀୟ ଅର୍ଥ ଆସୁ ନଥିବାରୁ ପାର୍କ କାର୍ଯ୍ୟ ଆଗେଇ ପାରୁନି । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଯୋଜନା କରିଛନ୍ତି ହେଲେ ପ୍ରଶାସନିକ ଅବହେଳାରୁ ଯୋଜନାର ସଠିକ୍ ରୂପାୟନ ହୋଇପାରୁନି । ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।…

ଚାରି ମାସ ହେଲା ଜଳଘେରରେ ଦେଢ ଶହ ପରିବାର…

ବାଙ୍କୀ : ଯୁଆଡେ ଦେଖିବେ ଖାଲି ପାଣି । ବୁଡିଯାଇଛି ଗାଁ ଦାଣ୍ଡ । ଘରେ ଓ ବାହାରେ ଲହଡ଼ି ମାରୁଛି ସଢା ପାଣି । ଘରୁ ବାହାରିବା ହୋଇପଡିଛି ମୁସ୍କିଲ । ଆଉ ଏହି ଜଳଘେରରେ ଜୀବନ ବିତାଉଛନ୍ତି ଦେଢ଼ ଶହ ପରିବାର । ଏହା କୌଣସି ଉପାନ୍ତ ଅଞ୍ଚଳର ଚିତ୍ର ନୁହେଁ । ଖୋଦ ରାଜଧାନୀ ଭୁବନେଶ୍ଵର ଓ କଟକ ମଧ୍ୟରେ ଥିବା ବାରଙ୍ଗ ବ୍ଲକ ଦାଢାପାଟଣା ପଞ୍ଚାୟତ ବଙ୍ଗାଳୀସାହିର ଦୃଶ୍ୟ । ବଙ୍ଗାଳୀସାହି ବାସିନ୍ଦା ଦୀର୍ଘ ଚାରି ମାସ ହେଲା ଜଳଘେରରେ ରହିଛନ୍ତି । ଦୀର୍ଘ ଦିନ ହେଲା ଗାଁରେ ପାଣି ଜମିରହିବାରୁ ପାଣିରେ ସାପ, ପୋକ, ଜୋକ ଅବାଧରେ ବିଚରଣ କରୁଛନ୍ତି । ଛୋଟ ପିଲା ଘରୁ ବାହାରିବାକୁ ଭୟ କରୁଛନ୍ତି । ଅନେକ ଲୋକଙ୍କ ଗୋଡ ହାତରେ ଘା’ ହେବା ସହ କିଛି ଲୋକଙ୍କୁ ଡେଙ୍ଗୁ ହେଇଗଲାଣି । ଖାଲି ଏତିକି ନୁହେଁ ଗାଁ ମୁଣ୍ଡରେ ଥିବା ନଳକୂପଟି ପାଣିରେ ବୁଡି ରହିଥିବାରୁ ପାନୀୟ ଜଳ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । କିଛି ଲୋକ ଘର ଛାଡ଼ି ଭଡ଼ା ଘରେ ରହୁଛନ୍ତି।

ବଙ୍ଗାଳୀସାହିରେ ପ୍ରତିବର୍ଷ ଏହିଭଳି ସମସ୍ୟା ଦେଖାଦିଏ । ବର୍ଷା ଦିନେ ନନ୍ଦନକାନନର କିଆକଣି ହ୍ରଦର ପାଣି ଫୁଲିଉଠେ । ଫଳରେ ଗ୍ରାମ ରାସ୍ତା ଜଳମଗ୍ନ ହେବା ସହ କିଛି ଘରେ ପାଣି ପଶିଯାଏ । ଚଳିତ ବର୍ଷ ବର୍ଷା ଲାଗି ରହୁଥିବାରୁ ଗାଁରୁ ପାଣି କମିବାର ନାଁ ଧରୁନାହିଁ । ପୂର୍ବରୁ ଥିବା ଜଳ ନିଷ୍କାସନ ବାଟ ମାଇନର କେନାଲ ଓ ନାଳ ସବୁକୁ ପୋତି ଦିଆଯାଇଛି । ବହୁ ଜମି ମାଫିଆ ଜଳ ନିଷ୍କାସନ ବାଟକୁ ଜବରଦଖଲ କରି ଅବୈଧ ନିର୍ମାଣ କରି ପକାଇଛନ୍ତି । ତେଣୁ କାଞ୍ଜିଆ ଓ କିଆକଣି ହ୍ରଦର ପାଣି ନିଷ୍କାସନ ହୋଇପାରୁନାହିଁ । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ । ଏପଟେ କଟକ ଜିଲ୍ଲାପାଳ କହିଛନ୍ତି , ବଙ୍ଗାଳୀସାହିର ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ଡ୍ରେନେଜ୍ ପ୍ଳାନିଂ ପ୍ରସ୍ତୁତ ହେଉଛି । ବଙ୍ଗାଳୀସାହି ଲୋକଙ୍କ ଯନ୍ତ୍ରଣା କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ।

ସାଉଦି-ପାକିସ୍ତାନ ପ୍ରତିରକ୍ଷା ଚୁକ୍ତିକୁ ନେଇ ଅଡୁଆରେ ପାକିସ୍ତାନ…

ନନ୍ଦିଘୋଷ ବ୍ୟୁରୋ : ସାଉଦି ଆରବ ସହିତ ପ୍ରତିରକ୍ଷା ଚୁକ୍ତି କରି, ପାକିସ୍ତାନ ସିଧାସଳଖ ୟେମେନର ହାଉଥି ବିଦ୍ରୋହୀଙ୍କ ସହ ନିଜକୁ ଜଡ଼ିତ କରିଛି। ହାଉଥିମାନଙ୍କୁ ସାଉଦି ଆରବର ସବୁଠାରୁ କଠୋର ବିରୋଧୀ ଭାବରେ ବିବେଚନା କରାଯାଏ। ସାଉଦି ଆରବର ସମ୍ପୂର୍ଣ୍ଣ ପ୍ରତିରକ୍ଷା ଗଠନ ହାଉଥି ବିଦ୍ରୋହୀଙ୍କ ଉପରେ ଆଧାରିତ। ହାଉଥିମାନଙ୍କୁ ସମଗ୍ର ମଧ୍ୟପ୍ରାଚ୍ୟରେ ସାଉଦି ଆରବର ସବୁଠାରୁ ବଡ଼ ଶତ୍ରୁ ଭାବରେ ବିବେଚନା କରାଯାଏ।

ସାଉଦି-ପାକିସ୍ତାନ ପ୍ରତିରକ୍ଷା ଚୁକ୍ତି ପରେ, ଅନେକ ପ୍ରଶ୍ନ ଉଠିଛି । କ’ଣ ପାକିସ୍ତାନ ସାଉଦି ଆରବକୁ ସୁରକ୍ଷା ଦେବା ପାଇଁ ୟେମେନି ହାଉଥିମାନଙ୍କ ସହିତ ଲଢ଼ିବ ? ତାହା ମଧ୍ୟ ବିଦ୍ରୋହୀଙ୍କ ବିରୁଦ୍ଧରେ ଯାହାକୁ ଆମେରିକା ଓ ଇସ୍ରାଏଲ ଭଳି ମହାଶକ୍ତି ଫସାଇ ଦେବାକୁ ଚାହାଁନ୍ତି ନାହିଁ।

ହୁଥି ବିଦ୍ରୋହୀମାନେ ଇସ୍ରାଏଲ ଓ ଆମେରିକା ଉଭୟ ପାଇଁ ଚିନ୍ତାର କାରଣ। ଏହି ବର୍ଷ ଆରମ୍ଭରେ, ଆମେରିକା ହୁଥି ବିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲା, କିନ୍ତୁ ସେମାନେ ୫୦ ମିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ନଷ୍ଟ କରିବା ପରେ, ଆମେରିକା ସେମାନଙ୍କ ସହିତ ଏକ ଚୁକ୍ତି କରିଥିଲା।

ହାଉଥିମାନେ ପ୍ରତିଦିନ ଇସ୍ରାଏଲ ଉପରେ ଗୋଟିଏରୁ ଦୁଇଟି କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। ହିଜବୋଲା ଏବଂ ହମାସକୁ ଦୁର୍ବଳ କରିଥିବା ଇସ୍ରାଏଲ ଏବେ ହାଉଥି ବିଦ୍ରୋହୀଙ୍କ ଠାରୁ ପରାଜୟର ସମ୍ମୁଖୀନ ହେଉଛି। ହାଉଥିମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଇସ୍ରାଏଲର ଅନେକ ପ୍ରୟାସ ଏପର୍ଯ୍ୟନ୍ତ ବିଫଳ ହୋଇଛି। ହାଉଥିମାନେ ଇସ୍ରାଏଲର ବାଣିଜ୍ୟକୁ ମଧ୍ୟ ପ୍ରଭାବିତ କରିଛନ୍ତି। ଏହାର ଆଇଲେଟ୍ ବନ୍ଦରରେ କମ୍ ଜାହାଜ ଆସୁଛି। ହାଉଥିମାନେ ଇସ୍ରାଏଲର ପ୍ରତିରକ୍ଷା ଖର୍ଚ୍ଚ ମଧ୍ୟ ବୃଦ୍ଧି କରିଛନ୍ତି। ଏହା ବ୍ୟତୀତ, ଇସ୍ରାଏଲ ସମ୍ପ୍ରତି ହାଉଥିମାନଙ୍କ ସହିତ ମୁକାବିଲା କରିବା ପାଇଁ ସାରା ବିଶ୍ୱରୁ ସହାୟତା ଲୋଡ଼ିଛି।

ସାଉଦି ଓ ହାଉଥିଙ୍କ ମଧ୍ୟରେ ବିବାଦ କ’ଣ?

ୟେମେନରେ ହାଉଥି ବିଦ୍ରୋହ ୧୯୯୦ ରୁ ୨୦୧୩ ପର୍ଯ୍ୟନ୍ତ ଚାଲିଥିଲା, ଯାହା ସାଉଦି ସମର୍ଥିତ ସରକାରକୁ ଭାଙ୍ଗି ଦେଇଥିଲା। ୨୦୧୩ ରେ, ହାଉଥି ବିଦ୍ରୋହୀମାନେ ୟେମେନର ରାଜଧାନୀ ସାନାକୁ କବଜା କରିଥିଲେ। ଏହା ସାଉଦି ଆରବ ପାଇଁ ଏକ ବିପର୍ଯ୍ୟୟ ଥିଲା, କାରଣ ହାଉଥିମାନଙ୍କୁ ଇରାନରୁ ସମର୍ଥନ ମିଳୁଥିଲା। ପରବର୍ତ୍ତୀ ସମୟରେ ସାଉଦି ଆରବ ସାନାରେ ନିଜସ୍ୱ ସରକାର ଗଠନ କରିବାକୁ ଅନେକ ଥର ଚେଷ୍ଟା କରିଥିଲା, କିନ୍ତୁ ବିଫଳ ହୋଇଥିଲା। ଏହା ବଦଳରେ, ହୁଥି ବିଦ୍ରୋହୀମାନେ ସାଉଦି ତୈଳ ସୁବିଧା ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଶେଷରେ ୨୦୨୩ ମସିହାରେ ଏକ ଯୁଦ୍ଧବିରତି ହୋଇଥିଲା, କିନ୍ତୁ ଏବେ ସମ୍ପର୍କ ପୁଣି ଖରାପ ହୋଇଛି। ହୁଥି ବିଦ୍ରୋହୀଙ୍କ ବିରୋଧରେ ଲଢ଼ିବା ପାଇଁ ସାଉଦି ଆରବ ଆମେରିକାଠାରୁ ଅସ୍ତ୍ରଶସ୍ତ୍ର କିଣିଛି।

ଏହା ପାକିସ୍ତାନ ପାଇଁ କାହିଁକି କ୍ଷତିକାରକ?

ହାଉଥିମାନେ ଲାଲ ସାଗରରେ ପ୍ରାଧାନ୍ୟ ବିସ୍ତାର କରନ୍ତି। ପାକିସ୍ତାନ ମଧ୍ୟ ଏହା ଦେଇ ବାଣିଜ୍ୟ କରେ। ଲାଲ ସାଗର ଦେଇ ପାକିସ୍ତାନର ବାଣିଜ୍ୟ ପ୍ରାୟ ୩୫ ଲକ୍ଷ କୋଟି ଟଙ୍କାର ବୋଲି ଆକଳନ କରାଯାଇଛି। ହାଉଥିମାନଙ୍କ ସହିତ ମେଣ୍ଟ କରିବା ଦ୍ୱାରା ଏଠାରେ ସିଧାସଳଖ କ୍ଷତି ହୋଇପାରେ।

ପାକିସ୍ତାନ ଇରାନର ଏକ ପଡ଼ୋଶୀ ଦେଶ। ଇରାନ ହାଉଥିମାନଙ୍କୁ ପାଣ୍ଠି ପ୍ରଦାନ କରେ। ହାଉଥିମାନଙ୍କ ସହିତ ସଂଘର୍ଷ ଇରାନ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ଖରାପ କରିପାରେ। ଏହା ପାକିସ୍ତାନ ପାଇଁ ଉତ୍ତେଜନା ବୃଦ୍ଧି କରିବ। ଇରାନ ଏବଂ ପାକିସ୍ତାନ ପ୍ରାୟ ୯୦୦ କିଲୋମିଟର ସୀମା ଅଂଶୀଦାର କରନ୍ତି।

ପାକିସ୍ତାନରୁ କିଏ ଚୋରି କଲା ୩୨ ହଜାର ପାସପୋର୍ଟ ?

ନନ୍ଦିଘୋଷ ବ୍ୟୁରୋ :  ପାକିସ୍ତାନରେ ପାସକୋର୍ଟ ଚୋରି ମାମଲା ସାମ୍ନାକୁ ଆସିଛି । ଗୋଟିଏ ନୁହେଁ କି ଦୁଇଟି ନୁହେଁ ପୁରା ୩୨ ହଜାର ପାସପୋର୍ଟ ଚୋରି ହୋଇଯାଇଛି । ଏହି ଘଟଣା ପାକିସ୍ତାନ ପବ୍ଲିକ୍ ଆକାଉଣ୍ଟ୍ସ କମିଟି ପକ୍ଷରୁ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଚୋରି ହୋଇଥିବା ପାସପୋର୍ଟ ଏଯାଏଁ ଜବତ କରାଯାଇନି କି, ଏପର୍ଯ୍ୟନ୍ତ ପାକିସ୍ତାନ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର ଦି ପବ୍ଲିକ୍ ଆକାଉଣ୍ଟ୍ସ କମିଟିର ଅଧ୍ୟକ୍ଷ ତାରିଖ ଫଜଲ ଚୌଧୁରୀ ଏକ ବୈଠକ ଡାକିଥିଲେ । ଏହି ବୈଠକକୁ  ପାକିସ୍ତାନ ପାସପୋର୍ଟ ମହାନିର୍ଦ୍ଦେଶକ ମୁସ୍ତାଫା କାଜିଙ୍କୁ ଡକାଯାଇଥିଲା । କାଜିଙ୍କ ଅନୁସାରେ ପାକିସ୍ତାନରେ ଏଭଳି ଅନେକ ଥର ପାସପୋର୍ଟ ଚୋରି ଘଟଣା ସାମ୍ନାକୁ ଆସୁଛି ।

ଆବୋଟାବାଦକୁ ପାକିସ୍ତାନର ଆତଙ୍କବାଦୀ ଗଡ଼ ବୋଲି କୁହାଯାଉଛି । ୨୦୧୧ ମସିହାରେ ଆମେରିକାନ ଫୋର୍ସ ଆତଙ୍କାବଦୀ ଓସୋମା ବିନ  ଲାଡେନକୁ ହତ୍ୟା କରିଥିଲା । ଆବୋଟାବାଦ ଆଫଗାନିସ୍ତାନ ନିକଟରେ ରହିଛି । ଆବୋଟାବାଦରେ ୩୨ ହଜାର ପାସପୋର୍ଟ ହଜିବା ଘଟଣା ଏକ ବଡ଼ ପ୍ରଶ୍ନ ଛିଡା କରିଛି ।

ପାକିସ୍ତାନ ପବ୍ଲିକ୍ ଆକାଉଣ୍ଟ୍ସ କମିଟି ବୈଠକରେ ଫଜଲ ଚୌଧୁରୀ ପାସପୋର୍ଟ ମହାନିର୍ଦ୍ଦେଶକଙ୍କୁ ଏ ବିଷୟରେ ପ୍ରଶ୍ନ ପଚାରିଥିଲେ । ଏହାକୁ ନେଇ କାହିଁକି ଛାନଭିନ କରାଯାଇନି ? ଏହାର ଦୁରୁପଯୋଗ କେଉଁ କେଉଁ ସ୍ଥାନରେ ହେଉନି ଏହି ବିଷୟରେ କେହି ଜାଣନ୍ତି ନାହିଁ । ପବ୍ଲିକ୍ ଆକାଉଣ୍ଟ୍ସ କମିଟି ପାକିସ୍ତାନ ସରକାରଙ୍କୁ ତୁରନ୍ତ ପାସପୋର୍ଟ ପ୍ରକ୍ରିୟା ଅନଲାଇନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ପବ୍ଲିକ୍ ଆକାଉଣ୍ଟ୍ସ କମିଟି ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ତୁରନ୍ତ କାର୍ଯ୍ୟକୁଷ୍ଠାନ ଗ୍ରହଣ କରିବାକୁ ପାଇଁ ଦାବି କରିଛି ।

ବର୍ତ୍ତମାନ, ପାକିସ୍ତାନରେ ତେହେରିକ୍-ଏ-ତାଲିବାନ, ଲସ୍କର-ଏ-ତୈବା, ଜୈଶ୍-ଏ-ମହମ୍ମଦ, ଏଚ୍ଏମ୍ ଏବଂ ଆଇଏସ୍ଆଇଏସ୍ର ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି। ପ୍ରଶ୍ନ ଉଠୁଛି ଯେ ଏହି ଆତଙ୍କବାଦୀମାନଙ୍କର ନକଲି ପାକିସ୍ତାନୀ ପାସପୋର୍ଟ ଅଛି କି? ପୂର୍ବରୁ ପାକିସ୍ତାନ ନକଲି ପାସପୋର୍ଟ ବ୍ୟବହାର କରି ଆତଙ୍କବାଦୀମାନଙ୍କୁ ପଠାଉଥିବା ଅଭିଯୋଗ ହୋଇଛି। ଏଥର ମଧ୍ୟ ଏହି ପାସପୋର୍ଟ ଆତଙ୍କବାଦୀଙ୍କ ହାତରେ ଲାଗିଛି କି ନାହିଁ ତାହା ପ୍ରଶ୍ନ କରାଯାଉଛି।

ନୋ ହେଣ୍ଡସେକ ବିବାଦରେ ବଡ଼ ଖୁଲାସା, ଅସଲ ଦୋଷୀ ପାକିସ୍ତାନ !

ନନ୍ଦିଘୋଷ ବ୍ୟୁରୋ :  ୧୪ ସେପ୍ଟମ୍ବରରେ ଖେଳାଯାଇଥିବା ଭାରତ ଓ ପାକିସ୍ତାନ ମ୍ୟାଚରେ ଉଭୟ ଦେଶର ଖେଳାଳି ହେଣ୍ଡସେକ୍ ନ କରିବାକୁ ନେଇ ଏକ ବିବାଦ ଉଠିଛି । ଏବେ ଏହି ମାମଲାକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟକୁ ଆଇସିସି ନିର୍ଦ୍ଦେଶ ଦେଇଛି କି, ଟସ ସମୟରେ ଭାରତ ଓ ପାକିସ୍ତାନ ଖେଳାଳି ହାତ ମିଳାଇବେ ନାହିଁ ।

ଆଉ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚର ଗୋଟିଏ ଦିନ ପରେ, ପିସିବି ଆଇସିସିକୁ ମେଲ କରିଥିଲା । ଯେଉଁଥିରେ ସେ ମ୍ୟାଚ ରେଫରି ଟସ ସମୟରେ ନିୟମ ପାଳନ କରିନଥିବା ଦାବି କରିଥିଲା । ଆଇସିସି ସଙ୍ଗେସଙ୍ଗେ ଏହି ମାମଲାର ତଦନ୍ତ କରି ପିସିବିକୁ ଏହାର ଜବାବ ଦେଇଥିଲା । ଆଉ ମ୍ୟାଚ ରେଫରି ନିଜ ଆଚରଣ ଉଲ୍ଲଂଘନ କରିନଥିବା କଥା କହିଥିଲା । ଇମେଲରେ ଏହା ମଧ୍ୟ ଦର୍ଶାଯାଇଥିଲା କି, ଟସ୍ ସମୟରେ ହାତ ନମିଳାଇବା ଏସିସିର ନିର୍ଦ୍ଦେଶକୁ ପାଳନ କରାଯାଇଛି । ସବୁଠୁ ବଡ଼ କଥା ହେଲେ ଏସିସି ଅଧ୍ୟକ୍ଷ ପିସିବିର ମୁଖ୍ୟ ମୋହସିନ ନକବି ଅଛନ୍ତି । ଯଦି ଏସିସି ଏହି ନିର୍ଦ୍ଦେଶ ଦେଇଛି ତାହା ହେଲେ ଏହା ମୋହସିନ ନକବିଙ୍କ ନିର୍ଦ୍ଦେଶରେ ହୋଇଛି ବୋଲି ଧରାଯିବ । ଆଇସିସି ପାଇକ୍ରଫ୍ଟଙ୍କ ପ୍ରଶଂସା କରିବା ସହ ସେ ନିଜ କାର୍ଯ୍ୟ ଭଲ ଭାବରେ ସମ୍ପାଦନ କରିଥିବା କଥା କହିଛି । ଅ

ଅନ୍ୟପଟେ ପାକିସ୍ତାନ ବୋର୍ଡ ମଧ୍ୟ ସେମାନଙ୍କର ଦାବି ପୂରଣ ନ ହେଲେ ୟୁଏଇ ବିପକ୍ଷ ମ୍ୟାଚ୍ ସମେତ ଟୁର୍ଣ୍ଣାମେଣ୍ଟ ବର୍ଜନ କରିବାକୁ ଧମକ ଦେଇଥିଲା। ବୁଧବାର ଦିନ, ପିସିବି ଦ୍ୱିତୀୟ ଥର ପାଇଁ ଆଇସିସିକୁ ଇମେଲ୍ କରି ତାର ଦାବିଗୁଡ଼ିକୁ ଦୋହରାଇଥିଲା। ମ୍ୟାଚ ରେଫରିର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲା । କିନ୍ତୁ ଏହାର ଜବାବରେ  ଆଇସିସି ଆଧିକ ସୂଚନା ମାଗିଥିଲା । ଯାହାର ଉତ୍ତର ଏଯାଏଁ ପିସିବି ଦେଇନି ।

୧୭ ସେପ୍ଟେମ୍ବରରେ ପାକିସ୍ତାନ ଦଳ ସମୟ ମଧ୍ୟରେ ପଡ଼ିଆକୁ ଯାଇ ନଥିଲା ଏବଂ ଯେତେବେଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାକୁ ଲାଗିଲା, ସେତେବେଳେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ନିଜେ ଏକ ପରାମର୍ଶ ଦେଇଥିଲେ। ସେ ପାକିସ୍ତାନୀ ଅଧିନାୟକ ସଲମାନ ଆଗା ଏବଂ ମ୍ୟାନେଜର ନାଭିଜ୍ ଆକ୍ରମ ଚିମାଙ୍କ ସହିତ ଏକ ବୈଠକ ଡାକିଥିଲେ। ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ମ୍ୟାଚ୍ ରେଫରିଙ୍କ ରୁମରେ ପ୍ରଶିକ୍ଷକ ମାଇକ୍ ହେସନ୍ ମଧ୍ୟ ଉପସ୍ଥିତ ଥିଲେ  । ପାଇକ୍ରଫ୍ଟ ଭୁଲ ବୁଝାମଣା ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ପାଇକ୍ରଫ୍ଟ କ୍ଷମା ମାଗି ନାହାଁନ୍ତି। ବୈଠକର ଏକ ଭିଡିଓ, ଯାହାର କୌଣସି ଶବ୍ଦ ନାହିଁ, ଭାଇରାଲ ହେଉଛି। ପିସିବି ଦାବି କରୁଛି ଯେ ମ୍ୟାଚ୍ ରେଫରି କ୍ଷମା ମାଗିଛନ୍ତି, କିନ୍ତୁ ବର୍ତ୍ତମାନ ଏହି ରିପୋର୍ଟ ପାକିସ୍ତାନକୁ ପର୍ଦ୍ଦାଫାସ କରିଛି।

କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣା : ମର୍ଡର ପରେ ପୋଲିସ ସେବା ଭବନ ପାର୍କିଂରେ ମୃତଦେହ ରଖିଥିଲା ହତ୍ୟାକାରୀ..

ଭୁବନେଶ୍ବର : କନେଷ୍ଟବଳ ଶୁଭମିତ୍ରା ମର୍ଡର କେସରେ ବଡ଼ ଅପଡେଟ। ପୋଲିସ ସେବା ଭବନ ପାର୍କିଂରେ ଥିଲା ମୃତଦେହ। ୬ ତାରିଖରେ ମର୍ଡର ପରେ ସିପି ଅଫିସ ପାର୍କିଂରେ  ହତ୍ୟାକାରୀ ରଖିଥିଲା ମୃତଦେହ। କାର ଭିତରେ ମୃତଦେହ ରଖି ଡ୍ୟୁଟି କରିଥିଲା କିଲର ଦୀପକ। ଅପରାହ୍ନ ୩ଟାରୁ ୪ ଟା ୧୫ ପର୍ଯ୍ୟନ୍ତ ପୋଲିସ ସେବା ଭବନ ପାର୍କିଂରେ ଥିଲା କାର। ଡ୍ୟୁଟି କରିବାକୁ ଆସି କାର ଭିତରେ ରଖିଥିଲା ମୃତଦେହ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ପାର୍କିଂରେ ଥିଲା ମୃତଦେହ। ଅଫିସ କାମ ସାରି ମୃତଦେହକୁ କେନ୍ଦୁଝର ନେଇଥିଲା ଦୀପକ। ନନ୍ଦିଘୋଷ ଟିଭିକୁ ଏହି ସୂଚନା ଦେଇଛନ୍ତି ବରିଷ୍ଠ ଅଧିକାରୀ ।

ଗତକାଲି ଏହି ବହୁଚର୍ଚ୍ଚିତ ଘଟଣା ଉପରୁ ହଟିଥିଲା ପରଦା। ପତ୍ନୀକୁ ମାରି କାର ଡିକିରେ ପୂରାଇ କେନ୍ଦୁଝର ଘଟଗାଁ ନିକଟ ଏକ ଜଙ୍ଗଲରେ ନେଇ ପୋତିଥିଲା ଅଭିଯୁକ୍ତ। ପୋତାଯାଇଥିବା ସ୍ଥାନରେ ଜେସିବି ସହାୟତାରେ ଖୋଳି ଶବ ବାହାର କରିଥିଲା ପୋଲିସ। ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ଵାମୀ କନଷ୍ଟେବ ଦୀପକ ରାଉତକୁ ଘଟଗାଁ ଥାନାକୁ ନେଇ ଜେରା କରିଥିଲା  କମିଶନରେଟ ପୋଲିସ। ଘଟଗାଁ ଥାନାରେ ଜେରା ପରେ ଶୁଭମିତ୍ରା ସାହୁଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ନେଇଥିଲା କମିଶନରେଟ ପୋଲିସ। ମୃତଦେହ ପୋତିବାରେ ସହାୟତା କରିଥିବା ଦୀପକଙ୍କ ମାଉସୀ ପୁଅ ଭାଇକୁ ମଧ୍ୟ ପୋଲିସ ଗିରଫ କରିଥିଲା।

ବିଧାନସଭାରେ ଚୋରୀ ଅଭିଯୋଗ: ଆବଶ୍ୟକ ପଦକ୍ଷେପ ନେବାକୁ କଂଗ୍ରେସର ଦାବି

ବିଧାନସଭାରେ ଚୋରୀ ଅଭିଯୋଗ। ଗତ ମାର୍ଚ୍ଚ ୨୬ ତାରିଖ ଅପରାହ୍ନ ପ୍ରାୟ ଅଢେଇଟା ବେଳକୁ ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କ କିଛି ଦାମୀ ସାମଗ୍ରୀ ଚୋରୀ ହୋଇଥିଲା। ବିଧାୟକଙ୍କ ସୁନା ଚେନ, ଦାମୀ ଘଣ୍ଟା, ଚସମା, ପ୍ୟାଣ୍ଟ, ସାର୍ଟ ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଚୋରୀ ହୋଇଥିଲା। ଏନେଇ ସେ ସମୟରେ ବିଧାନସଭା ସଚିବାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଚୋରୀ ସାମଗ୍ରୀ ବିଧାୟକଙ୍କୁ ହସ୍ତାନ୍ତର କରାଯାଇନି। ଏନେଇ ଆଜି ପୁଣି ଥରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚୋରୀ ସାମଗ୍ରୀ କିଭଳି ଉଦ୍ଧାର ହେବ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ କାଡାମ ଦାବି କରିଛନ୍ତି