spot_img
Home Blog Page 2023

ଚେନ୍ନାଇ ସୁପରକିଙ୍ଗ୍ସ ପରାଜୟ ପଛରେ ଧୋନୀ ! ଜାଣନ୍ତୁ କାହିଁକି ଜିତିଲା ବାଙ୍ଗାଲୋର

ନନ୍ଦିଘୋଷ ବ୍ୟୁରୋ: ଶନିବାର ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା । ଯେଉଁ ମ୍ୟାଚ ଚଳିତ ସିଜିନର ଶେଷ ପ୍ଲେଅଫ ଦଳର ଭାଗ୍ୟ ନିର୍ଦ୍ଧାରଣ କରୁଥିଲା । ତେବେ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ଚତୁର୍ଥ ଦଳଭାବେ ପ୍ଲେଅଫରେ ସ୍ଥାନ ପକ୍କା କରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଚେନ୍ନାଇ ପ୍ଲେଅଫରେ ପହଞ୍ଚିବା ପାଇଁ ଅନ୍ତିମ ଓଭରରେ ୧୭ ରନର ଆବଶ୍ୟକତା ରହୁଥିବା ମାତ୍ର ଧୋନୀ ପ୍ରଥମ ବଲରୁ ଏକ ୧୧୦ ମିଟରର ଲମ୍ବା ଛକା ମାରିଥିଲେ । ଯାହାକି ଚେନ୍ନାଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁସି ଭରି ଦେଇଥିଲା । ଗତ ସିଜିନରେ ୟଶ ଦୟାଲଙ୍କ ଶେଷ ଓଭରରେ ୬ ଛକା ମାରି ରିଙ୍କୁ ସିଂ ବିଜୟ କରିଥିଲେ । ଆଉ ଶନିବାର ଚେନ୍ନାଇ ବାଙ୍ଗାଲୋର ମ୍ୟାଚରେ ଧୋନୀ ପଥମ ବଲରେ ଛକା ମାରିଥିଲେ ।

ଆଉ ୫ ବଲରୁ ୧୧ ରନ ଆବଶ୍ୟକ ହେଉଥିଲା । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି, ଧୋନୀ ବଡ଼ ଛକା ମାରିଲେ କିନ୍ତୁ ସେ କିଭଳି ପରାଜୟର କାରଣ ପାଲଟିଲେ । ତେବେ ଏହି ପ୍ରଶ୍ନର ଗୋଟିଏ ଉତ୍ତର ହେଉଛି କି, ଧୋନୀଙ୍କ ଲମ୍ବା ଛକା ଚେନ୍ନାଇ ପରାଜୟର ମୁଖ୍ୟ କାରଣ । କାହିଁକି ନାଁ ଧୋନୀଙ୍କ ୧୧୦ ମିଟର ଛକାଟି ଷ୍ଟାଡିୟମ ବାହାରକୁ ଚାଲି ଯାଇଥିଲା । ଫଲରେ ଅମ୍ପାୟାର ନୂଆ ବଲରେ ଖେଳ ଆରମ୍ଭ କରିଥିଲେ । ତେବେ ପୁରୁଣା ବଲଟି ଓଦା ହୋଇଥିବାବେଳେ ବୋଲରଙ୍କୁ ଅସୁବିଧା ଉପୁଜାଉଥିଲା । ଯେଉଁ କାରଣରୁ ଅମ୍ପାୟାରଙ୍କୁ ବାଙ୍ଗାଲୋର ପକ୍ଷରୁ ବଲ ବଦଳାଇବା ପାଇଁ ଅପିଲ କରାଯାଇଥିଲା । ମାତ୍ର ଅମ୍ପାୟାର ବଦଳାଇନଥିଲେ । କିନ୍ତୁ ଧୋନୀ ବଡ଼ ଛକା ମାରି ଷ୍ଟାଡିୟମ ବାହାରକୁ ବଲ ପଠାଇବା ପରେ ନୂଆ ବଲରେ ବୋଲିଂ ହୋଇଥିଲା । ଯାହାକି ବାଙ୍ଗାଲୋର ପାଇଁ ଲାଭଦାୟକ ହୋଇଥିଲା । ନୂଆ ବଲରେ ୟର୍କର ଏବଂ ନକଲ ବଲ କାମ କରିଥିଲା ।

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ବୁଥ ଅଭିମୁଖେ ପୋଲିଂ ପାର୍ଟିଂ

ନନ୍ଦିଘୋଷ ବ୍ୟୁରୋ: ସୋମବାର ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ବୁଥ ଅଭିମୁଖେ ଯାଉଛନ୍ତି ପୋଲିଂ ପାର୍ଟି । ରାଜ୍ଯର ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ହେବ ଭୋଟ୍ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୬୫ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ମହିଳା। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ଅଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ଅଛନ୍ତି । ମୋଟ ୯ ହଜାର ୧୬୨ଟି ବୁଥ ଥିବା ବେଳେ ୧ ହଜାର ୪୧ ବୁଥକୁ ମହିଳା ପୋଲିଂ କର୍ମଚାରୀ ଓ ୨୫ଟି ବୁଥକୁ ପିଡବ୍ଲୁଡି କର୍ମଚାରୀ ପରିଚାଳନା କରିବେ । ୧୫୪୧ ଆଦର୍ଶ ବୁଥ କରାଯାଇଥିବା ବେଳେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ ।  କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗୀରରେ ୧୪, ବରଗଡ଼ରେ ୧୪, ଝାରସୁଗୁଡ଼ାରେ ୫ ଓ ବୌଦ୍ଧରେ ୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ।

ଆଜି ୨ ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ରବିବାର ଆଉ ଦୁଇ ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦୁଝର ଓ ଭଦ୍ରକ ଲୋକସଭା କ୍ଷେତ୍ରର ତିନିଟି ନିର୍ବାଚନମଣ୍ଡଳିରେ ନବୀନ କରିବେ ହାଇଭୋଲଟେଜ କ୍ଯାମ୍ପେନ । ପ୍ରଥମେ ସକାଳ ୧୦ଟା ୫୫ରେ କେନ୍ଦୁଝର ନିର୍ବାଚନମଣ୍ଡଳିରେ ମୁଖ୍ଯମନ୍ତ୍ରୀ ପହଞ୍ଚି ପ୍ରଚାର କରିବେ। ବିଶାଳ ଜନସଭାକୁ ଉଦବୋଧନ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ଏହାପରେ ଆନନ୍ଦପୁର ନିର୍ବାଚନମଣ୍ଡଳିକୁ ଯାଇ ଶଙ୍ଖ ଚିହ୍ନରେ ଆଶୀର୍ବାଦ ଭିକ୍ଷା କରିବେ। ପରେ ଭଦ୍ରକ ଜିଲ୍ଲା ଲୋକସଭା କ୍ଷେତ୍ରର ଭଣ୍ଡାରିପୋଖରୀକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ମୁଖ୍ଯମନ୍ତ୍ରୀ। ନବୀନଙ୍କ ପ୍ରଚାର ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ଲୋକସଭା ପ୍ରାର୍ଥୀଙ୍କ ସହ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ରହିବେ।

ଖାଲି ଖାଲି ବିଜେପିର ତୁଙ୍ଗ ନେତାଙ୍କ ରାଲି

ବାଲେଶ୍ବର: ବିଜେପିର ତୁଙ୍ଗ ନେତାଙ୍କ ରାଲିରେ ଲୋକ ନାହାନ୍ତି । ଫାଙ୍କା ଫାଙ୍କା ରାଲିରେ ଆସିଲେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏହି ବରିଷ୍ଠ ବିଜେପି ନେତାମାନେ ଆଜି ବାଲେଶ୍ବର ଜିଲ୍ଲା ଗସ୍ତରେ ଆସିଥିଲେ । ହେଲିକେପ୍ଟର ଯୋଗେ ନୋସିରେ ପହଞ୍ଚିବା ପରେ ସେଠାରୁ ସହରର ମାହେଶ୍ବରୀ ଭବନକୁ ଏକ ବାଇକ୍ ରାଲିର ଆୟୋଜନ କରାଯାଇଥିଲା । ନେତାମାନେ ନୋସିରୁ ବାହାରିବା ପରେ ଫାଙ୍କା ଫାଙ୍କା ରାଲିରେ ଶୋଭାଯାତ୍ରା କରାଯାଉଥିବା ଦେଖିବାକୁ ମିଳିଥିଲା । ସେଠାରୁ ଆସିବା ପରେ ମାହେଶ୍ବରୀ ଭବନରେ ଏକ ରୁଦ୍ଧଦ୍ବାର ବୈଠକରେ ଯୋଗଦେଇଥିଲେ । ରାଲିରେ ଲୋକ ନାହାନ୍ତି, ସମର୍ଥନ ମଧ୍ଯ ନାହିଁ । ହେଲେ ଗଣମାଧ୍ୟମକୁ କହିଥିଲେ ଏଥର ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ଗଢିବେ ।

କିରଗିସ୍ତାନରେ ବିଦେଶୀ ଛାତ୍ରଙ୍କ ହଷ୍ଟେଲ ଉପରେ ଆକ୍ରମଣ

କିରଗିସ୍ତାନରେ ଅନ୍ଯ ଦେଶର ଛାତ୍ରଙ୍କ ଉପରେ ଆକ୍ରମଣ । ଏଥିପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦବେଗ। ରାଜଧାନୀ ବିସକେକ୍ ରେ ବିଦେଶୀ ଛାତ୍ରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ବଢ଼ିବାରେ ଲାଗିଛି । ବିଦେଶୀ ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲକୁ ଟାର୍ଗେଟ କରୁଛନ୍ତି ଗଣ୍ଡଗୋଳକାରୀ। ଏପରିକି ପାକିସ୍ତାନ, ଭାରତ, ବାଂଲାଦେଶର ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲ ଉପରେ ଆକ୍ରମଣ କରାଯାଉଛି। ତେଣୁ ସ୍ଥିତି ନ ସୁଧୁରିବା ଯାଏ ହଷ୍ଟେଲରୁ ବାହାରକୁ ନ ଆସିବାକୁ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ପିଲାଙ୍କୁ ଦିଆଯାଇଛି ପରାମର୍ଶ। ଦୂତାବାସ ସହିତ ଯୋଗାଯୋଗ ରଖିବା ପାଇଁ ଜାରି କରାଯାଇଛି ନମ୍ବର। ସେହି ନମ୍ବରଟି ହେଲା 0555710041 । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ଵିଟ କରି ଲେଖିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି। କିରଗିସ୍ତାନରେ ପ୍ରାୟ ୧୫ ହଜାର ଭାରତୀୟ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।

ସମ୍ବଲପୁରରେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶଙ୍କ ମାରାଥନ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ମୁଖ୍ଯମନ୍ତ୍ରୀଙ୍କ ହୃଦୟରେ ରହିଛି ସମ୍ବଲପୁର। ମା ସମଲେଇ ପୀଠର ଉନ୍ନତିକରଣ ଐତିହାସିକ। ଏହି ପ୍ରକଳ୍ପକୁ ବନ୍ଦ କରିବା ଲାଗି କରାଯାଇଥିଲା ଷଡ଼ଯନ୍ତ୍ର। ଏହି ପ୍ରକଳ୍ପକୁ ବିରୋଧ କରିଥିବା ନେତାଙ୍କ ପ୍ରତି ସାବଧାନ ରହିବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଚେରୁଆ ପଡାରେ ଆୟୋଜିତ ସମାବେଶରେ ଯୋଗ ଦେଇ ସେ କହିଛନ୍ତି ସମ୍ବଲପୁର, ରେଙ୍ଗାଳି, ବୁର୍ଲା ଓ ହୀରାକୁଦକୁ ନେଇ ମୁଖ୍ଯମନ୍ତ୍ରୀଙ୍କ ବିରାଟ ଯୋଜନା ରହିଛି। ସ୍ଥାନୀୟ ଅଞ୍ଚଳର ସମସ୍ଯାକୁ ଦୂର କରାଯିବ। ଜୁଲାଇରୁ ବିଜୁଳି ବିଲ୍ ଆସିବନି। ଜଣେ ଏମସି ଓ ଜଣେ ବିଧାୟକଙ୍କୁ ଦାୟିତ୍ବ ଦେଇଥିଲେ। ହେଲେ ସେମାନେ ସେବା କରି ନଥିବାରୁ ଆପଣମାନେ ଜବାବ ଦେବେ। ମୁଖ୍ଯମନ୍ତ୍ରୀ ଯାହା କହନ୍ତି ତାହାକୁ କାର୍ଯ୍ୟରେ ଦେଖାନ୍ତି। ଗ୍ଯାସ ଦର କମିଲାନି। ପେଟ୍ରୋଲ ଦର କମିଲାନି।  ୧୫ ଲକ୍ଷ ଟଙ୍କା ଆକାଉଣ୍ଟକୁ ଆସିଲାନି ବୋଲି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଣବ।

ଆସନ୍ତାକାଲି କେନ୍ଦୁଝର ଜିଲ୍ଲାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ରବିବାର କେନ୍ଦୁଝର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳିକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ୧୦ଟା୧୫ ମିନିଟରେ ପ୍ରଥମେ ସଦର ନିର୍ବାଚନମଣ୍ଡଳିର ସିଲିସୁଆଁ ଫୁଟବଲ ପଡ଼ିଆରେ ବିମାନ ଯୋଗେ ଅବତରଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଠାରେ ୪୦ ହଜାର ଲୋକଙ୍କର ବସିବା ପାଇଁ ଆୟୋଜନ କରାଯାଇଥିବା ବେଳେ, ୫ଟି ନିର୍ବାଚନମଣ୍ଡଳିର ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ଏହାପରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ନିର୍ବାଚନମଣ୍ଡଳିର ହାଟଡିହି ନିକଟ ଅଣା ଫୁଟବଲ୍ ପଡିଆରେ ୧୧ଟା ୧୫ ମିନିଟରେ ପହଞ୍ଚି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ପାଇଁ ପୋଲିସ୍‌ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମହାନତା

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମହାନତା। ଅସହାୟଙ୍କୁ ସାହା ହେଲେ ପ୍ରଣବ ପ୍ରକାଶ । ସମ୍ବଲପୁର ସହର ମୋତିଝରଣର ପାର୍ବତୀ କଣ୍ଟାକୁ ଯୋଗାଇଦେଲେ ଘର। ମୋତିଝରଣ ଅଞ୍ଚଳରେ ଥିବା ବସ୍ତିରେ ରୁହନ୍ତି ପାର୍ବତୀ । ପୂର୍ବରୁ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିବା ବେଳେ କିଛି ଦିନ ପୂର୍ବରୁ ୨୨ ବର୍ଷର ପୁଅ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସ୍ବାମୀ ଏବଂ ପୁଅ ଆରପାରିକୁ ଚାଲିଯିବା ପରେ ଅସହାୟ ହୋଇ ଏକ ଜରିପାଲ ଘରେ ରହୁଥିଲେ ପାର୍ବତୀ। ଯାହାକୁ ପୂର୍ବ ୫ ବର୍ଷ ଭୋଟ ଦେଇ ଜିତାଇଥିଲେ ସେ ବିଧାୟକ କିମ୍ବା ସାଂସଦ ତାଙ୍କୁ ସହାୟତା କରିବା ତ ଦୂରର କଥା ଦେଖା ବି ଦେଲେ ନାହିଁ। ବସ୍ତିବାସିନ୍ଦାଙ୍କ ସହଯୋଗ ରେ ପାର୍ବତୀ ମାଗିଯାଚି ଚଳୁଥିଲେ। ଏହି ଖବର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଦୃଷ୍ଟି କୁ ଆସିବା ପରେ ସେ ତୁରନ୍ତ ଘରଟିଏ ଯୋଗାଇ ଦେଇଛନ୍ତି। ଦଳର ଦୁଇ ନେତା ସୌଭାଗ୍ୟ ନାୟକ ଏବଂ ସିଦ୍ଧାର୍ଥ ଶାହା ପାର୍ବତୀଙ୍କ ନିକଟରେ ପହଞ୍ଚି ସହାୟତା ଯୋଗାଇ ଦେବା ସହ ଘର ତିଆରିର ଶୁଭ ଦେଇଛନ୍ତି। ଘର ପାଇବା ପରେ ପ୍ରଣବଙ୍କୁ ଆର୍ଶୀବାଦ ଅଜାଡି ଦେଇଛନ୍ତି ପାର୍ବତୀ। ସେ କହିଛନ୍ତି ଅସହାୟ କୁ ଯିଏ ବାସ ଯୋଗାଇ ଦେଲେ ସେ କେଉଁ ଭଗବାନଙ୍କ ଠାରୁ କମ୍ ନୁହଁନ୍ତି। ଭଗବାନଙ୍କ ତାଙ୍କୁ କୋଟି ପରମାୟୁ ଦିଅନ୍ତୁ। ସେପଟେ ପାର୍ବତୀ ଙ୍କୁ ସହାୟତା ମିଳିବା ପରେ ଖୁସି ପ୍ରକାଶ କରିବା ସହ ପ୍ରଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ବସ୍ତିବାସିନ୍ଦା।

ବୈଜୟନ୍ତଙ୍କ ଅପରାଗତା ଓ କେନ୍ଦ୍ରାପଡ଼ା ପ୍ରତି ଅବହେଳାକୁ ନେଇ ପଢ଼ନ୍ତୁ ପୁରା ଖବର

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଅଣନିଶ୍ବାସୀ ହୋଇପଡ଼ିଲେଣି ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ନିର୍ବାଚନ ଲଢିବାକୁ ଚାହୁଁନଥିବା ବୈଜୟନ୍ତ ଏବେ ବିଜେଡି ସ୍ରୋତ ଦେଖି ଆକ୍ତାମାକ୍ତା । ସେଥିପାଇଁ କେତେବେଳେ ଆଖି ଅପରେସନର ବାହାନା ଦେଖାଉଛନ୍ତି ଆଉ କେତେବେଳେ ଭୁବନେଶ୍ବର ଆସି ପ୍ରେସମିଟରେ ମିଛ ଗପୁଛନ୍ତି । ଏପଟେ ଏଥର ଗତଥର ଅପେକ୍ଷା ଅଧିକ ଭୋଟରେ ହରାଇବାକୁ କେନ୍ଦ୍ରୀପଡ଼ାବାସୀ କହିବୁଲିଲେଣି । ବୈଜୟନ୍ତଙ୍କ ଅପରାଗତା ଓ କେନ୍ଦ୍ରାପଡ଼ା ପ୍ରତି ଅବହେଳାକୁ ନେଇ ପଢ଼ନ୍ତୁ ପୁରା ଖବର ।

୨୦୧୯ରେ ଏକ ଲକ୍ଷ ୫୨ ହଜାର ୫୮୪ ଖଣ୍ଡ ଭୋଟ୍ । ଏଥର କେତେ ଭୋଟରେ ହାରିବେ ବୈଜୟନ୍ତ ପଣ୍ଡା ? କାରଣ ଚର୍ଚ୍ଚା ହେଉଛି, ଭାରତୀୟ ଗଣତନ୍ତ୍ର ଇତିହାସରେ ପ୍ରଥମ କରି ଜଣେ ନେତାଙ୍କୁ ଠେଲିପେଲି ନିର୍ବାଚନ ଲଢିବାକୁ ପଠାଇଛି ଭାରତୀୟ ଜନତା ପାର୍ଟି । ତା ପୁଣି ନିଶ୍ଚିତ ପରାଜୟ ଜାଣି ପଛ ଦୁଆର ଖୋଜୁଥିବା ବୈଜୟନ୍ତ ପଣ୍ଡାଙ୍କୁ । ଆଉ ରେକର୍ଡ ଭୋଟରେ ହାରିଥିବା ସେଇ କେନ୍ଦ୍ରାପଡ଼ା ମାଟିରୁ । ଏବେ ବୈଜୟନ୍ତଙ୍କୁ ଦେଖି ଲୋକ କହିଲେଣି, ପବନା ପଣ୍ଡା ଫେରିଛନ୍ତି ୫ ବର୍ଷ ପରେ । ୨୦୧୯ରେ ପ୍ରତ୍ଯାକ୍ଷାନ ହେବାପରେ ନିରୁଦ୍ଦିଷ୍ଟ ବୈଜୟନ୍ତଙ୍କୁ ଏଥର ଦୁଇଗୁଣା ଭୋଟରେ ହରାଇବାକୁ ଖୋଲାଖୋଲି କହିବୁଲିଲେଣି କେନ୍ଦ୍ରାପଡ଼ାବାସୀ ।

ଲୋକେ କୁହନ୍ତି ଭାରତର ଏକମାତ୍ର ବିରଳ ରାଜନେତା ବୈଜୟନ୍ତ । କିଏ ତାଙ୍କୁ ଟୁଇଟର ନେତା ଡାକେ ଆଉ କିଏ କହେ ହେଲିକପ୍ଟର ନେତା । କଚ୍ଚା ବେପାରୀଠୁ କେନ୍ଦ୍ରାପଡ଼ାର ବୋଝ ଯାଏଁ ବୈଜୟନ୍ତଙ୍କୁ ଉପାଧିରେ ପୋତିପକାଇଛନ୍ତି କେନ୍ଦ୍ରାପଡ଼ାବାସୀ । ରାଜନୀତି ଇତିହାସରେ ବୈଜୟନ୍ତ ଏକମାତ୍ର ବ୍ଯକ୍ତି ଯିଏ ଲୋକଙ୍କ ପାଖରେ ପାଦରେ ଚାଲିକି ନୁହେଁ ବରଂ ମୁଣ୍ଡ ଉପରେ ବୁଲନ୍ତି । ହେଲିକପ୍ଟରେ ପୁସିଂ କାର୍ଡ ଫୋପାଡନ୍ତି । ସୁଖଦୁଃଖରେ ଠିଆ ହେବା ତ ଦୂରର କଥା, ତାଙ୍କ ଦେଖା ମିଳିବା ବି ସାତସପନ ।

ଗୁଣଜାଣି ବୈଜୟନ୍ତଙ୍କୁ ୨୦୧୯ରେ କଡ଼ା ଜବାବ ଦେଇଥିଲେ କେନ୍ଦ୍ରାପଡ଼ାବାସୀ । ଆଉ ସେବେଠୁ ସେ ପରାଜୟ ଭୟରେ ପଳାତକ ଭୂମିକା ନିଭାଉଥିଲେ । ୟୁପି ପ୍ରଭାରୀ ବାହାନା ଦେଖାଇ ନିର୍ବାଚନ ମଇଦାନକୁ ନଓହ୍ଲାଇବାକୁ ମନେମନେ ମୁଆଁ ଖାଇ ବସିଥିଲେ । ହେଲେ ତାଙ୍କରି ଦଳର ନେତା ହିଁ ଜୟଙ୍କୁ ଫସାଇ ଦେଇ ବାଧ୍ଯବାଧକତାରେ ନିର୍ବାଚନୀ ବୈତରଣୀକୁ ଠେଲିଦେଇଛନ୍ତି । ବିଚରା ବୈଜୟନ୍ତ ପଅଁରା ନଜାଣି ଅଣନିଶ୍ବାସୀ ହୋଇପଡ଼ିଲେଣି । ବିଜେଡି ସ୍ରୋତକୁ ସାମ୍ନା କରିନପାରି କେବେ ଆଖି ଅପରେସନର ବାହାନା ଦେଖାଉଛନ୍ତି ଆଉ କେବେ ଭୁବନେଶ୍ବରରେ ବସି ଗପ ଶୁଣାଉଛନ୍ତି । ଶୁଣନ୍ତୁ ବୈଜୟନ୍ତଙ୍କ ଆଖି ବାହାନା ନେଇ କଣ କହୁଛନ୍ତି ଖୋଦ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ବାସିନ୍ଦା ।

ବିଜେଡି ଟିକେଟରେ ନେତା ହେବାର ସୁଯୋଗ ପାଇଥିଲେ ବୈଜୟନ୍ତ । ରାଜ୍ଯସଭା ସାଂସଦ ସହ ୨୦୦୯ରୁ ୨୦୧୯ ଯାଏଁ କେନ୍ଦ୍ରାପଡ଼ାରୁ ଦୁଇ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେବା କରିବାର ସୁଯୋଗ ପାଇ ବି ବେପାରୀ ଗୁଣ ଛାଡ଼ିନଥିଲେ । ୧୦ ବର୍ଷର ପ୍ରତିନିଧିତ୍ବ ସମୟରେ ନା ଲୋକଙ୍କ ସମସ୍ଯା ବୁଝିଥିଲେ ନା ବିକାଶ ପାଇଁ ପ୍ରୟାସଟିଏ କରିଥିଲେ । ହେଲେ ଏବେ ନିର୍ବାଚନ ଆସିବାରୁ ସେଲୁନରେ ବସି ଚୁଟି କାଟିବାର ବାହାନା ଦେଖାଉଛନ୍ତି । ଶୁଣନ୍ତୁ ବୈଜୟନ୍ତଙ୍କ କାମ ନେଇ କଣ କହୁଛନ୍ତି ଜନସାଧାରଣ

ଶିଳ୍ପବିହୀନ କେନ୍ଦ୍ରାପଡ଼ାରେ ଆଜି ବିଶ୍ବର ଅନ୍ଯତମ ସର୍ବବୃହତ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରୁଛନ୍ତି ରାଜ୍ଯ ସରକାର । କେନ୍ଦ୍ରାପଡାକୁ ରେଳ ସଂଯୋଗ ଓ ମୌଳିକ ଭିତ୍ତିଭୂମି ସହ ଲୋକଙ୍କ ସମସ୍ଯାର ସମାଧାନ କରୁଛନ୍ତି । ମାତ୍ର ରୂପାନ୍ତରଣ ଦେଖି ବୈଜୟନ୍ତଙ୍କ ବଦହଜମି ବାହାରିପଡ଼ିଛି । ହାତରେ ଖଡ଼ା ଶିଝେଇ ନପାରି ଏବେ ଔଷଧ ବିକଳରେ ତାଟିଆ କାମୁଢୁଛନ୍ତି । କେବଳ ନିଜ ପାରିବାରିକ ମାଲିକାନାରେ ଥିବା ନିର୍ଦ୍ଦିଷ୍ଟ ନ୍ଯୁଜ ଚ୍ଯାନେଲକୁ ଲଗାଇ ନିଜକୁ ଲୋକପ୍ରିୟ ନେତାମାନେ ପ୍ରତିପାଦିତ କରୁଛନ୍ତି । ହେଲେ ବୈଜୟନ୍ତଙ୍କ ଔକାତ କେତେ ତାହା ୨୦୧୯ରେ କେନ୍ଦ୍ରାପଡାବାସୀ ପ୍ରମାଣିତ କରିସାରିଛନ୍ତି । ଏଥର ବି ଭଲକି ଜବାବ ଦେବେ ବୋଲି ନିଷ୍ପତ୍ତି ନେଇସାରିଛନ୍ତି ।

 

ବାଙ୍କୀରେ ବିଜେଡି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ବାଙ୍କୀରେ ବିଜେଡିର ଦୁଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ହାଇଭୋଲଟେଜ ପ୍ରଚାର । ବାଙ୍କୀ ବ୍ଲକ ୩୬ନଂ ଜୋନରେ ବାଙ୍କୀ ବିଜେଡି ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ଓ କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ପ୍ରଚାରକୁ ଜୋରଦାର କରିଛନ୍ତି। ଗାଁ ଗାଁ ବୁଲି ନିଜର ପ୍ରଚାର କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଦୁଇ ପ୍ରାର୍ଥୀ ଗାଁ ଗାଁ ବୁଲି ପ୍ରଚାର କରୁଥିବା ବେଳେ ଛକ ଛକରେ ମାଆ ମାନେ ଅରୁଆ ଚାଉଳ ଓ ପୁଷ୍ପ ପକାଇ ବିପୁଳ ସମର୍ଥନ ଦେଉଥିବା ଦେଖିବାକୁ ମିଳିଛି। ବାଙ୍କୀରେ ମେ ୨୫ରେ ଭୋଟ ଗ୍ରହଣ ହେବ। କଟକ ସଂସଦୀୟ କ୍ଷେତ୍ର ସହ ଏହା ଅଧୀନ ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳିରେ ହେବ ମତଦାନ।  ଭୋଟ ପୂର୍ବରୁ ପୂରା ଦମରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ। ବିକାଶକୁ ମୁଖ୍ୟ ମୁଦ୍ଦା କରି ଭୋଟରଙ୍କ ପାଖକୁ ଯାଉଛନ୍ତି। ଭୋଟର ବି ରୋକଠୋକ କହିଛନ୍ତି ବିକାଶର ସାରଥୀଙ୍କୁ ହିଁ ଜଣାଇବୁ ସମର୍ଥନ ।