spot_img
Home Blog Page 2043

ହସ୍ପିଟାଲକୁ କଲ୍ କଲେ ହ୍ୟାକର ନେଇଯାଉଛି ଟଙ୍କା

ଭୁବନେଶ୍ବର: ହସ୍ପିଟାଲକୁ ଫୋନ କଲେ ଆକାଉଣ୍ଟ ହେଉଯାଉଛି ଗୋଲ । ଗୁଗୁଲରୁ ସର୍ଚ୍ଚ କରି କଲ କଲେ ହ୍ୟାକର ନେଇଯାଉଛି ଟଙ୍କା । ସେପଟେ କ୍ରେଡିଟ କାର୍ଡ ଠକେଇର ଶିକାର ହୋଇଛନ୍ତି ଜଣେ ବିଏସଏଫ ଯବାନ । ଫୋନ ଖୋଲିଲେ ଖାଲି ହୋଇଯାଉଛି ଆକାଉଣ୍ଟ । ହସ୍ପିଟାଲକୁ କଲ କଲେ ହ୍ୟାକର ନେଇଯାଉଛି ଟଙ୍କା । ଯବାନଙ୍କୁ ଚୂନ ଲଗାଇଦେଲେ ସାଇବର ଠକ । ଏ ଯୁବକ ଜଣଙ୍କୁ ଦେଖନ୍ତୁ । ବାପା ବ୍ରେନ ଷ୍ଟୋକରେ ଆକ୍ରାନ୍ତ ହେବା ପରେ ବାଲୁଗାଁରୁ ଆସି ଭୁବନେଶ୍ୱର ଫାୟରଷ୍ଟେସନରେ ଥିବା ବିବେକାନନ୍ଦ ହସ୍ପିଟାଲରେ ଚିକିତ୍ସିତ କରାଇଥିଲେ । କିଛିଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଡିସଚାର୍ଜ ସାର୍ଟିଫିକେଟ ଓ ଅନ୍ୟ କିଛି ଡକ୍ୟୁମେଣ୍ଟ ପାଇଁ ଯୁବକ ଜଣଙ୍କ ଗୁଗୁଲରୁ ସର୍ଚ୍ଚ କରି ଯେତବେଳେ କଲ କରିଥିଲେ ସେତେବେଳେ ସଂପୃକ୍ତ ନମ୍ବରରୁ କିଛି ଟଙ୍କା ପଠାଇବାକୁ କୁହାଯାଇଥିଲା । ୟୁପିଆଇ ଜରିଆରେ ଟଙ୍କା ପଠେଇବା ବେଳେ ଆକାଉଣ୍ଟରୁ କଟିଥିଲା ୨୩ ହଜାର ଟଙ୍କା । ଏହାକୁ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ହସ୍ପିଟାଲ ରିସେପ୍ସନ ନମ୍ବର ହ୍ୟାକ ହୋଇଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଅପରପକ୍ଷରେ ଏହି ନମ୍ବରରେ କେହି ଟଙ୍କା ନପଠାଇବା ପାଇଁ ଅନୁରୋଧ କରିଛି ହସ୍ପିଟାଲ ।

ସେପଟେ ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ବିଏସ୍ଏଫ୍ ଯବାନ । କ୍ରେଡିଟ୍ କାର୍ଡ ବନ୍ଦ କରାଇବା ଆଳରେ ତାଙ୍କ ଠାରୁ ୪ ଲକ୍ଷ ୭୫ ହଜାରର ଠକେଇ ହୋଇଛି । କାର୍ଡ ବନ୍ଦ କରିବାକୁ କହି ସାଇବର ଠକଙ୍କ ଜାଲରେ ପଡ଼ିଥିଲେ ଯବାନ । କ୍ରେଡିଟ୍ କାର୍ଡର ନମ୍ବର ସହ ସିଭିଭି ନମ୍ବର ମାଗି ନେଇଥିଲେ ଠକ । ଯାହା ଜରିଆରେ ଆକାଉଣ୍ଟ ରୁ ୪ ଲକ୍ଷ ୭୫ ହଜାର ଲୁଟ ହୋଇଥିବା ଜାଣିବାକୁ ପାଇଛି ସାଇବର ଥାନା ପୋଲିସ । ବାରମ୍ବାର ଓଡିଶା ପୋଲିସ, କ୍ରାଇମବ୍ରାଞ୍ଚ ପକ୍ଷରୁ ସାଇବର ସଚେତନତା କରାଯାଉଛି । ସାରା ଓଡ଼ିଶାରେ ସଚେତନତା ରଥ ବୁଲିଛି । ତଥାପି ଏଭଳି ଠକେଇର ପୁନରାବୃତ୍ତି ପୋଲିସ ପାଇଁ ଚିନ୍ତା ବଢ଼ାଇଛି ।

ବାସ୍ତୁଦୋଷ ଦୂର କରିବା ଆଳରେ ଠକେଇ କରୁଥିଲେ ଭଣ୍ଡବାବା

ମାହାଙ୍ଗା: ବାସ୍ତୁଦୋଷ ଦୂର କରିବା ଆଳରେ ସୁନା ଠକେଇ । ଠକକୁ କାବୁ କରି ପୋଲିସରେ ଦେଲେ ଲୋକେ । ଘରର ବାସ୍ତୁ ଦୋଷ ଅଛି ଦୂର ହେଲେ ପରିବାରର ସମସ୍ୟା ଦୂର ହେବ ପରିବାରରେ ଶାନ୍ତି ଫେରିବ । ଏହିଭଳି କଥା କହି ନିରୀହ ଲୋକଙ୍କୁ ପୂଜାପାଠ ଆଳରେ ଘରର ସୁନା ଅଳଙ୍କାର ତରଳାଇ ଚୋରି କରି ନେଇଥିବା ଠକ ବାବାକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଚାହାପଡା ପଞ୍ଚାୟତ ବ୍ରହ୍ମଗଦା ଗ୍ରାମରେ । ଗ୍ରାମର ଚନ୍ଦ୍ରମଣି ପୃଷ୍ଟି, ସୂର୍ଯ୍ୟମଣି ଓ  ଦୁର୍ଯ୍ୟୋଧନ ପୃଷ୍ଟିଙ୍କ ଘରେ ଯାଜପୁର ବ୍ରହ୍ମବରଦା ଅଞ୍ଚଳର ହରିଦାସ ନାମକ ଠକ ବାବା ବାସ୍ତୁ ଦୋଷ ଦୂର ପାଇଁ ପୂଜାପାଠ କରିଥିଲେ।

ପୂଜାପାଠ କରିଥିବା ସମୟର ତିନି ଭାଇଙ୍କ ଘରୁ ସୁନା ଆଣିବାକୁ କହିଥିଲେ । ସେମାନେ ୩ ହଳ ସୁନା କାନଫୁଲ ଦେବା ପରେ ଏହାକୁ ଭାଙ୍ଗି ତରଳାଇ ପୂଜାରେ ଲଗାଇ ଥିବା ବେଳେ ସୂର୍ଯ୍ୟମଣିଙ୍କ ପୁଅର ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ତରଳ ସୁନା କମ୍ ଥିବା ଜାଣିପାରି ଥିଲେ । ଏହାପରେ ହରିଦାସଙ୍କୁ କାବୁ କରି ପୋଲିସରେ ଦେଇଥିଲେ । ପୋଲିସ ତଦନ୍ତ କରି ତାଙ୍କ ନିକଟରୁ ସୁନା ତରଳା ଏସିଡ, ଗ୍ୟାସ, ଓଜନ କଣ୍ଟା, ସହ ବିଭିନ୍ନ ତାବିଜ ଜବତ କରିଛି । ଏହାସହ ତାଙ୍କ ନିକଟରୁ ଏକ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଛି । ଯେଉଁଥିରେ ତାଙ୍କ ନାମ କେଶବ ସାହୁ ବୋଲି ଲେଖାଅଛି । ନାମ ବଦଳାଇ ସେ ଏପରି ଠକେଇ କରୁଥିବା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବାବା ସାହେବ ଭୀମରାଓ ଆମ୍ବେଦର ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲୋକାର୍ପିତ ହେଲା ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍‌‌ ଟର୍ମିନାଲ। ଏହି ଅତ୍ଯାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ସବୁଠାରୁ ବଡ଼ ବସ୍ ଟର୍ମିନାଲ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଉଦଘାଟନୀ ସମାରୋହରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିଥିଲେ । ଲୋକାର୍ପଣ ପରେ ବସ ଟର୍ମିନାଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ । ଆହାର କେନ୍ଦ୍ରକୁ ଯିବା ସହ ଖାଦ୍ୟ ମଧ୍ୟ ପରଶିଥିଲେ ।

କହି ରଖୁଛୁ କି, ଯାତ୍ରୀଙ୍କୁ ଏଠାରେ ବିମାନ ବନ୍ଦର ଭଳି ଅନୁଭୂତି ମିଳିବ। ନବୀନ ଓଡ଼ିଶାର ନୂଆରୂପ ଭାବେ ଅନ୍ତଃରାଜ୍ୟ ବରମୁଣ୍ଡା ବସ୍‌‌ ଟର୍ମିନାଲ୍‌‌ ଉଭା ହେଉଛି। BSABT ବରମୁଣ୍ଡାର କୋଣ ଅନୁକୋଣରେ ହାଇଟେକ୍‌‌ ବ୍ୟବସ୍ଥା କରାଯାଇଛି। ଫୁଡ୍‌‌ କୋର୍ଟ ସହ ବୈଦ୍ୟୁତିକ ସିଡ଼ି, ଲିଫ୍ଟ ଲଗାଯାଇଛି। ଯାତ୍ରୀଙ୍କୁ ସୂଚନା ଲାଗି ଅତ୍ୟାଧୁନିକ ଏଲ୍‌‌ଇଡି ସ୍କ୍ରିନରେ ବସ୍‌‌ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବ। ଗାଁଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାକୁ ଯିବା ପାଇଁ ବସ୍‌‌ର ସମସ୍ତ ବିବରଣୀ ଏହି ଏଲ୍‌‌ଇଡି ସ୍କ୍ରିନରେ ପ୍ରଦାନ କରାଯିବ। ଲିଫ୍ଟ, ଏସ୍କାଲେଟରରେ ଗୋଟିଏ ମହଲାରୁ ଅନ୍ୟ ମହଲାକୁ ସହଜରେ ଯା’ଆସ ଲାଗି ବ୍ୟବସ୍ଥା ରହିଛି। ଯାତ୍ରୀଙ୍କ ଲାଗି ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି।। ଗୋଟିଏ ଛାତ ତଳେ ଯାତ୍ରୀଙ୍କୁ ଫ୍ରଣ୍ଟ ଅଫିସରୁ ଆରମ୍ଭ କରି ମେଡିକାଲ୍‌‌, ଏଟିଏମ୍‌‌, ଆହାର କେନ୍ଦ୍ର ଭଳି ସେବା ମିଳିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆହାର ପ୍ଲସ୍‌‌ କେନ୍ଦ୍ର ତିଆରି ହୋଇଛି। ସାଧାରଣ ଆହାର କେନ୍ଦ୍ର ତୁଳନାରେ ଏହା ଯଥେଷ୍ଟ ଉନ୍ନତମାନର ରହିବ।ସେହିପରି ଶୀତତାପ ନିୟନ୍ତ୍ରିତ କୋଠରୀରେ ଷ୍ଟାର୍‌‌ ହୋଟେଲ୍‌‌ ଭଳି ସୁବିଧା ମିଳିବ।

ଏହାସାଙ୍ଗକୁ ଯାତ୍ରୀଙ୍କୁ ମିଶନଶକ୍ତି କାଫେ, ଓର୍‌‌ମାସ ଓ ମିଲେଟ୍‌‌ କାଫେରେ ମା’ ହାତ ତିଆରି ଖାଦ୍ୟ ଖାଇବାକୁ ମିଳିବ। ଏହାସହ ଅପେକ୍ଷାରତ ଶିଶୁଙ୍କ ପାଇଁ କ୍ରୀଡ଼ାଙ୍ଗନ ରହିଥିବାବେଳେ ବାବା ସାହେବ ଭୀମ ରାଓ ଆମ୍ୱେଦକରଙ୍କ ଖୋଦେଇ ପ୍ରତିମୂର୍ତ୍ତି ରହିଛି। କାନ୍ଥବାଡ଼ରେ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ଫାଣ୍ଡି ତିଆରି ହୋଇଛି। ବେସମେଣ୍ଟରେ ୧୧୫ କାର୍‌‌ ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି। ଟର୍ମିନାଲରେ ୫୦ ବସ୍‌‌ ବେ ସହ ୨୦୦ ବସ୍‌‌ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି। ସିଟିବସ୍‌‌ ପାଇଁ ୫ସ୍ଥାନ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ହୋଇଛି। ଦୁଇଚକିଆ ଯାନ ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି। ସ୍ୱତନ୍ତ୍ର ରାସ୍ତା ସହ ବସ୍‌‌ ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌‌ ଅଲଗା ଅଲଗା କରାଯାଇଛି। ଗତମାସ ଦ୍ବିତୀୟ ସପ୍ତାହରେ ଫାଇଭ ଟି ଅଧ୍ୟକ୍ଷ ଭୁବନେଶ୍ବର ବସ ଟର୍ମିନାଲ ନବୀକରଣ କାମର ସମୀକ୍ଷା କରିଥିଲେ। ପେବୃଆରୀ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମୁତାବକ ଠିକ୍ ସମୟରେ ଏହି ବସ ଟର୍ମିନାଲର କାମ ସମ୍ପନ୍ନ ହୋଇଛି। ବିଡିଏ ଦ୍ୱାରା ସାଢେ ୧୫ ଏକରରୁ ଅଧିକ ଜମିରେ ରହିଛି ଏହି ବସ୍ ଟର୍ମିନାଲ।…

ଗମନାଗମନ କ୍ଷେତ୍ରରେ ଯୋଡୁଛି ନୂଆ ଅଧ୍ଯାୟ, ସମ୍ପର୍କର ସେତୁ ପାଲଟିଛି ବିଜୁ ସେତୁ

କଣ୍ଟାବାଞ୍ଜି: ସମ୍ପର୍କର ସେତୁ ପାଲଟିଛି ବିଜୁ ସେତୁ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରାଣୀପୁର- ମଲକା ସଡ଼ା-ଟାଙ୍ଗ ଜୋର ଉପରେ ନିର୍ମାଣ ହୋଇଛି ବିଜୁସେତୁ । ଦୂର ହୋଇଛି ଲୋକଙ୍କ ସମସ୍ଯା । ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ରାଜ୍ଯ ସରକାରଙ୍କୁ ଧନ୍ଯବାଦ ପ୍ରଦାନ କରିଛନ୍ତି ଅଞ୍ଚଳବାସୀ  ସମ୍ପର୍କର ସେତୁ ପାଲଟିଛି ବିଜୁ ସେତୁ । ଗମନାଗମନ କ୍ଷେତ୍ରରେ ଯୋଡୁଛି ନୂଆ ଅଧ୍ଯାୟ।  ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରାଣୀପୁର- ମଲକା ସଡ଼ା- ଟାଙ୍ଗଜୋର ଉପରେ ନିର୍ମାଣ ହେଇଛି ବିଜୁସେତୁ । ଦୂର ହୋଇଛି ଲୋକଙ୍କ ସମସ୍ଯା । ଟାଙ୍ଗ ଜୋର ଉପରେ ସ୍ଥାୟୀ ପୋଲଟିଏ ନଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସେତୁ ନିର୍ମାଣ ପରେ ୪ଟି ପଞ୍ଚାୟତ ଝରିଆଲ, ଠେମରା, ଗରେଇଁ ଲେବଡାର ଲୋକେ ଉପକୃତ ହୋଇପାରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ୬ ଲକ୍ଷ ୬୬ହଜାର ୯୬ ଟଙ୍କାରେ ନିର୍ମାଣ ହେଇଛି ବିଜୁ ସେତୁ । ସେତୁ ନିର୍ମାଣ ପରେ ଶିକ୍ଷା , ସ୍ୱାସ୍ଥ୍ୟ ବ୍ୟବସାୟ ସହ ଅର୍ଥନୈତିକ ସ୍ଥିତିରେ ଉନ୍ନତି ହୋଇପାରିଛି । ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ରାଜ୍ଯ ସରକାରଙ୍କୁ ଧନ୍ଯବାଦ ପ୍ରଦାନ କରିଛନ୍ତି ଅଞ୍ଚଳବାସୀ ।

ପୂରଣ ହେଲା ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ଵପ୍ନ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହେଲା ପୂରଣ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାର ଲୋକାର୍ପଣ କରିଛନ୍ତି ମୁଖ୍ଯମନ୍ତ୍ରୀ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆସିଲା ବୈପ୍ଲବିକ ପରିବର୍ତ୍ତନ । ଚିକିତ୍ସାଳୟରେ ଅତ୍ଯାଧୁନିକ ଚିକିତ୍ସା ସୁବିଧା ପାଇବେ ରୋଗୀ । ଫଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜିଲ୍ଲାରେ ଆଉ ଏକ ବିକାଶର ଫର୍ଦ ଯୋଡି ହୋଇଯାଇଛି ।

ପୂରଣ ହେଲା ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ଵପ୍ନ। ସ୍ଵାସ୍ଥ୍ଯସେବା କ୍ଷେତ୍ରରେ ଆସିଲା ବୈପ୍ଲବିକ ପରିବର୍ତ୍ତନ । ନିର୍ମାଣ ହୋଇଛି ମୁଖ୍ଯ ଚିକିତ୍ସାଳୟର ନୂତନ କୋଠା । ସୃଷ୍ଟି କରୁଛି ବେସରକାରୀ ଚିକିତ୍ସାଳୟର ଭ୍ରମ । ମୁଖ୍ଯମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାରେ ୩୦୦ ଶର୍ଯ୍ଯା ବିଶିଷ୍ଟ ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି । ଏଠାରେ ମିଳିବ ଅତ୍ଯାଧୁନିକ ଚିକିତ୍ସା ସୁବିଧା । ବିଗତ ଦିନରେ ୧୨୦ଶଯ୍ୟା ବିଶିଷ୍ଟ ବେଡ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ନୂତନ କୋଠା ନିର୍ମାଣ ଓ ଶର୍ଯ୍ଯା ସଂଖ୍ଯା ୩ଶହକୁ ବୃଦ୍ଧି ପରେ ସ୍ଥାନୀୟ ଲୋକମାନେ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ପ୍ରଦାନ କରିଛନ୍ତି ।

ଏଠାରେ ଅତ୍ଯାଧୁନିକ ଚିକିତ୍ସା ସିଟି ସ୍କାନ ,ଡାଏଲେସିସ ,ଡିଆଇସି, ଏନଆରସି ,ସେଣ୍ଟ୍ରାଲ ଲାବ, ସେଣ୍ଟ୍ରାଲ ଡାଇଗ୍ନୋଷ୍ଟିକ ୟୁନିଟ ଓ ସ୍ୱତନ୍ତ୍ର ଇନଫେକସନ୍ ୟୁନିଟ ଆଦି ରହିଛି । ବିଶେଷ କରି ରୋଗୀଙ୍କ ସଂପର୍କୀୟ ମାନଙ୍କ ପାଇଁ ୬୦ଶଯ୍ୟା ବିଶିଷ୍ଟ ବିଶ୍ରାମାଗାର ନିର୍ମାଣ ହୋଇଛି । ଏହି କୋଠାଟି ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷଙ୍କ ତତ୍ୱାବଧାନରେ ଲୋକାର୍ପଣ ହୋଇପାରିଛି ବୋଲି ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଫେମିନା ମିସ୍ ଇଣ୍ଡିଆ ତ୍ରିପୁରା ୨୦୧୭ ବିଜେତା ରିଙ୍କି ଚକମାଙ୍କ କ୍ୟାନ୍ସରରେ ପରଲୋକ

ନନ୍ଦିଘୋଷ ବ୍ୟୁରୋ: ମଡେଲିଂ ଜଗତ ପାଇଁ ଦୁଃଖ ଖବର। ଫେମିନା ମିସ୍ ଇଣ୍ଡିଆ ତ୍ରିପୁରା ୨୦୧୭ ବିଜେତା ରିଙ୍କି ଚକମାଙ୍କ କ୍ୟାନ୍ସରରେ ପରଲୋକ  ଘଟିଛି। ୨୦୨୨ରେ ତାଙ୍କୁ ମେଲିଗନେଣ୍ଟ ଫାଇଲୋଡସ୍ ଟ୍ୟୁମର ଥିବା ଜଣା ପଡ଼ିଥିଲା । ଏହପରେ ସେ ସର୍ଜରୀ କରିଥିଲେ। ସର୍ଜରୀ ସତ୍ତ୍ବେ କ୍ୟାନସର ତାଙ୍କ ମସ୍ତିଷ୍କରେ ବ୍ୟାପିଯାଇଥିଲା। ଫଳରେ ତାଙ୍କୁ ବ୍ରେନ ଟ୍ୟୁମର ମଧ୍ୟ ହୋଇଯାଇଥିଲା। ଆଜି ୨୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କ୍ୟାନସର ସହ ୨ ବର୍ଷର ସଂଘର୍ଷ ପରେ ଶେଷରେ ହାରିଗଲେ ରିଙ୍କି ଚକମା। କେମୋ ସହିନପାରି ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି। ୨୨ ଫେବୃଆରୀରେ ତାଙ୍କୁ ଦିଲ୍ଲୀ ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠରେ ଆଇସିୟୁରେ ଭେଣ୍ଟିଲେଟର ଭିତରେ ରଖାଯାଇଥିଲା। ସେତେବେଳେ ତାଙ୍କର ମସ୍ତିଷ୍କ କାମକରୁନଥିବା କୁହାଯାଇଥିଲା। ଗତ ମାସରେ ଚିକିତ୍ସା ପାଇଁ ସୋସିଆଲ ମିଡ଼ିଆରେ ସହାୟତା ପାଇଁ ଅନୁରୋଧ କରିଥିଲେ ରିଙ୍କି। ଇନଷ୍ଟାଗ୍ରାମରେ ତାଙ୍କର ଚ୍ୟାଲେଞ୍ଜିଂ ଜନି ସମ୍ପର୍କରେ ଜଣାଇଥିଲେ।

ଆସନ୍ତା ୫ ତାରିଖରୁ ମାଲକାନଗିରିରୁ ଉଡ଼ିବ ବିମାନ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୫ ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଉଡିବ ବିମାନ । ଏନେଇ ସୂଚନା ଦେଲେ ଏୟାର ୱାନ ବିମାନ ଅଧିକାରୀ । ଆଜି ପୁଣି ଥରେ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ କରାଯାଇଥିଲା । ଏୟାର୍‌ପୋର୍ଟ ଅଥରିଟି ଅଫ ଇଣ୍ଡିଆର ଆଭିଏସନ ଆଡଭାଇଜର  ସୁରେଶ ଚନ୍ଦ୍ର ହୋତା, କ୍ୟାପଟେନ ସବାରିଷ ଏସ କୁମାର, ଏୟାର୍‌ପୋର୍ଟ ସୁରକ୍ଷା ମ୍ୟାନେଜର ଗୁରିବିଲ୍ଲି ଓ ଏୟାର୍ ୱାନ ବିମାନ ମ୍ୟାନେଜର ସମ୍ବିଦ କୁମାର ନାୟକ ପ୍ରମୁଖ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରି ରନ୍ ୱେ ଓ ଟର୍ମିନାଲ୍ ତଦାରଖ କରିଥିଲେ । ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଖୁବଶୀଘ୍ର ଏଠାରୁ ଯାତ୍ରୀବାହୀ ବିମାନ ଚଳାଚଳ କରିବା ନେଇ ସୂଚନା ଦେଇଛନ୍ତି ।

 

ଓ୍ବାସିମ ଆକ୍ରାମ କହିଲେ କରାଚିରେ କାହିଁକି PSL ଦେଖନ୍ତିନି ଦର୍ଶକ ?

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପାକିସ୍ତାନୀ ଅଧିନାୟକ ତଥା ଦକ୍ଷ ବୋଲର ଓ୍ବାସିମ ଆକ୍ରାମ କହିଲେ କରାଚିରେ PSL ଦେଖିବାକୁ ଦର୍ଶକ କାହିଁକି ଷ୍ଟାଡିୟମକୁ ଯାଆନ୍ତି ନାହିଁ । ଏକ ଭିଡିଓ ମାଧ୍ୟମରେ ଏଭଳି କହିଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ପ୍ରିମିୟର ଲିଗକୁ ନେଇ ସବୁବେଳେ ପାକିସ୍ତାନୀ ପ୍ରଶଂସକମାନେ ବଡ଼ ଯୁକ୍ତି ବାଢ଼ି ଆସୁଥିବାବେଳେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ନଜରକୁ ଆସୁଛି । ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ପ୍ରଶଂସକମାନେ ଏହାକୁ ବଡ଼ ଲିଗ ବୋଲି କହୁଥିବାବେଳେ ନିକଟରେ ଖେଳାଯାଇଥିବା କରାଚି କିଙ୍ଗ ଏବଂ କ୍ବେଟା ମ୍ୟାଚରେ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ କମ ସଂଖ୍ୟକ ଦର୍ଶକ ଷ୍ଟାଡିୟମକୁ ଆସିଥିବା ଦେଖିବାକୁ ମିଳିଥିଲା । ଗ୍ୟାଲେରୀ ପୁରା ଖାଲି ଖାଲି ଲାଗୁଥିଲା । ତେବେ ଏହାକୁ ନେଇ ଓ୍ବାସିମ ଆକ୍ରାମ କହିଛନ୍ତି କି, କରାଚିରେ ଟ୍ରାଫିକ୍ ସମସ୍ୟା ପାଇଁ ଦର୍ଶକେ ଷ୍ଟାଡିୟମରେ ପହଞ୍ଚି ପାରିନଥାନ୍ତି । ଯେଉଁ କାରଣରୁ ଷ୍ଟାଡିୟମ ଖାଲି ପଡ଼ିଥାଏ । ଏପିରିକି ଆକ୍ରାମ ମଧ୍ୟ ମ୍ୟାଚ ଦେଖିପାରିନଥିବା କହିଛନ୍ତି । ୩ ଘଣ୍ଟା ଟ୍ରାଫିକରେ ଫସିଥିବା କାରଣରୁ କରାଚି ମ୍ୟାଚ ଦେଖି ପାରିନଥିଲେ । ସେପଟେ କରାଚି କିଙ୍ଗର ପ୍ରଦର୍ଶନ ମଧ୍ୟ ଦର୍ଶକଙ୍କ ଉପରେ ପ୍ରଭାବ ପକାଉଛି । ଟ୍ରାଫିକ ସମସ୍ୟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା କହିଛନ୍ତି ଓ୍ବାସିମ ଆକ୍ରାମ ।

 

ଅନନ୍ତ-ରାଧିକାଙ୍କ ପ୍ରି ଓ୍ବେଡିଙ୍ଗରେ ଅତିଥୀଙ୍କ ପାଇଁ ରହିଛି ଏହି ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ରିଲାଏନ୍ସ ଗୃପର ମୁଖ୍ୟ ତଥା ଭାରତର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଏବଂ ରାଧିକା ମର୍ଚାଣ୍ଡଙ୍କ ପ୍ରି- ଓ୍ବେଡିଂ ରାଜକୀୟ ଢ଼ଙ୍ଗରେ କରାଯାଇଛି । କ୍ରିକେଟର, ସିନେଷ୍ଟାର, ରାଜନେତାଙ୍କ ସହ ବିଦେଶରୁ ମଧ୍ୟ ବହୁ ଅତିଥୀମାନେ ଏହି ଉତ୍ସବରେ ସାମିଲ ହୋଇଛନ୍ତି । ଅତିଥୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବାବେଳେ ଆଜିଠାରୁ  ଗୁଜୁରାଟର ଜାମନଗରରେ ଆରମ୍ଭ ହୋଇଛି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏବଂ ପ୍ରି- ଓ୍ବେଡିଂ ଉତ୍ସବ ଚାଲିବ । ଅତିଥୀଙ୍କ ପାଇଁ ଗ୍ରୀନରୁମ କରାଯାଇଥିବାବେଳେ ବିଦେଶୀ ଫୁଲରେ ମଧ୍ୟ ଏହାକୁ ସଜା ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନର ଖାଦ୍ୟ ଅତିଥୀଙ୍କ ପାଇଁ ପରସାଯାଉଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଏଠାରେ କଡ଼ା ସୁରକ୍ଷା ଦିଆଯାଇଥିବାବେଳେ ବହୁ ସୁରକ୍ଷା କର୍ମୀ ମଧ୍ୟ ନିଯୁକ୍ତ ହୋଇଛନ୍ତି । ଅତିଥୀଙ୍କ ପାଇଁ ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ରଖାଯାଇଥିବାବେଳେ ନାଚ ଗୀତ ସାଙ୍ଗକୁ ସଙ୍ଗୀତ ଗାନ କରାଯଯାଉଛି ।

 

ଛାତ୍ରଛାତ୍ରୀଙ୍କୁ ଦିଆଯିବ ହିଟୱେଭ ମୁକାବିଲା ଟିପ୍ସ

ଭୁବନେଶ୍ବର: ରାଜ୍ଯରେ ବଢୁଛି ଗ୍ରୀଷ୍ମ ପ୍ରବାହ। ଏହାକୁ ଦୃଷ୍ଟିରେ ରଖି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ହିଟ୍ ୱେଭ ମୁକାବିଲା ଟିପ୍ସ । ଗଣଶିକ୍ଷା ବିଭାଗ ଏ ନେଇ ସବୁ ଜିଲ୍ଲାପାଳ, ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି । ସବୁ ଶିକ୍ଷାନୁଷ୍ଠାନ ପାଇଁ ମଧ୍ଯ ମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ । ପାନୀୟ ଜଳ ଓ ORS ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦେବା ସହିତ ଆଉଟଡୋର କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯାଇଛି । ସ୍କୁଲ, କଲେଜ ଯିବା ବେଳେ ପାଣି ବୋତଲ ନେବାକୁ ପରାମର୍ଶ ରହିଛି । ଏଥିପାଇଁ ଅଭିଭାବକ ସଚେତନ ରହିବାକୁ ନିବେଦନ କରାଯାଇଛି ।