ରାଉରକେଲା: ସୁନ୍ଦରଗଡ଼ରେ ସମସ୍ତ ବିଧାନସଭା ଆସନରେ ବିଜୟୀ ହେବ ବିଜେଡି। ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହେବା ପରେ ଦିଲୀପ ତିର୍କୀ ରାଉରକେଲାରେ ନିର୍ବାଚନୀ ଅଭିଯାନ ଆରମ୍ଭ କରି ଏହା କହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ନେଇ ଆଗାମୀ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବ ବିଜେଡି। ସୁନ୍ଦରଗଡ଼ ଲୋକସଭା ଆସନ ସହିତ ଜିଲ୍ଲାର ୭ ବିଧାନସଭା ଆସନରେ ଵିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହେଵେ । ମୁଖ୍ୟମନ୍ତ୍ରୀ ନବୀନଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ୩୫ ଆସନରୁ ୩୩ ଟିରେ ଵିଜେଡି ପ୍ରାର୍ଥୀଙ୍କୁ ବିପୁଳ ବିଜୟ ମିଳିଲା। ଚଳିତ ନିର୍ବାଚନରେ ସମସ୍ତ ଆସନ ବିଜେଡି ହାତେଇବ ବୋଲି କହିଚନ୍ତି ଦିଲ୍ଲୀପ ତିର୍କୀ। ସୁନ୍ଦରଗଡ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କୁ ରାଉରକେଲାରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ରାଜପଥରେ ହୁତୁ ହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ
ବାରିପଦା: ହୁତୁ ହୁତୁ ହୋଇ ଜଳୁଛି ଟ୍ରକ୍। ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟି ନିକଟରେ ଜଳିଗଲା ପିଆଜ ବୋଝେଇ ଟ୍ରକ। ନାସିକରୁ ଆସୁଥିବା ପିଆଜ ବୋଝେଇ ଟ୍ରକଟି ବିଶୋଇ ପଟୁ କଲିକତା ଅଭିମୁଖେ ଯାଉଥିଲା। ଟ୍ରକ ଡ୍ରାଇଭର ଓ ହେଲପରର କୌଣସି ସୂଚନା ମିଳିପାରିନାହିଁ। ଖବର ପାଇ ବିଶୋଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ନିଆଁ ଲାଗିବାର କାରଣ ଜଣାପଡିନାହିଁ।
ହଷ୍ଟେଲରେ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ
ଉଦଳା: ହଷ୍ଟେଲରେ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଖୁଂଟା ବ୍ଲକ ଅଧିନ ଶିମିଳିପାଳ ହାଇସ୍କୁଲରେ ଅନିୟମିତତା ଅଭିଯୋଗ। ଅଭିଯୋଗ କରିଛନ୍ତି ଖୋଦ୍ ବିଦ୍ୟାଳୟ ପରିଚାଳନା କମିଟି ସଭାପତି। ବିଦ୍ୟାଳୟରେ ହୋଇଥିବା ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କୁ ଅନେକ ସମୟରେ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଛି । ପାଣି ମିଶା ଡାଲି, ଆମିଷ ବାରରେ ଆମିଷ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି ।ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ଅନେକ ସମୟରେ ଛାତ୍ରମାନେ ଖାଦ୍ୟ ନ ଖାଇ ଫୋପାଡିବାକୁ ବାଧ୍ୟ ହେଉଛନ୍ତି। ସେପଟେ ନିମ୍ନମାନର ଖାଦ୍ୟ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀଙ୍କ ନିକଟରେ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା କୁହାଯାଇଛି।
ସମ୍ବଲପୁରରେ ଡାଇରିଆ ବ୍ୟାପିବା ଖବର ମିଛ
ସମ୍ବଲପୁର: ସମ୍ବଲପୁରରେ ଡାଇରିଆ ବ୍ୟାପିବା ଖବର ମିଛ। ସୂଚନା ଦେଲେ ସିଡିଏମଓ ସୁଜାତା ରାଣୀ ମିଶ୍ର। ଚଳିତ ବର୍ଷ ଦୂଷିତ ପାଣି ପିଇ କେହି ମେଡ଼ିକାଲରେ ଭର୍ତ୍ତି ହୋଇ ନାହାନ୍ତି। ଜଣଙ୍କୁ ମଧ୍ୟ ଡାଇରିଆ ହୋଇନାହିଁ। ହୀରାକୁଦର ପୁରୁଣା ଭିଜୁଆଲକୁ ଦେଖାଇ ଏଭଳି ଖବର ଦେଖାଉଥିବା କହିଲେ ଜନ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ । ଏକ ନିର୍ଦ୍ଦିଷ୍ଟ ନ୍ୟୁଜ୍ ଚ୍ଯାନେଲ ଭୁଲ ଖବର ଦେଖାଇଥିବା ଅଭିଯୋଗ ଆଣିଲେ ସହର ବାସୀ। ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଏହା ଦେଖାଉଥିବା କହିଲେ ସହର ବାସୀ । ଏଭଳି ମିଛ ଖବର ନଦେଖେଇବାକୁ ସିଡିଏମଓ ସୁଜାତା ରାଣୀ ମିଶ୍ର କହିଛନ୍ତି l ପ୍ରତିଦିନ ହେଉଛି ଜଳ ବିଶୋଧନ।
ପୁଣି ପାକିସ୍ତାନ କ୍ରିକେଟରେ ବିବାଦ! ସାହିନ୍ କହିଲେ..
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ କ୍ରିକେଟରେ ଥମିବାର ନାଁ ନେଉନି ବିବାଦ । ହ୍ବାଇଟ୍ ବଲ କ୍ରିକେଟରେ ଦଳର ଅଧିନାୟକକୁ ନେଇ ସବୁକିଛି ଠିକ୍ ଠାକ ହୋଇ ଯାଇଥିଲା । ବାବର ଆଜମଙ୍କ ନାମକୁ ଅଧିନାୟକ ପାଇଁ ପିସିବି ପକ୍ଷରୁ ଘୋଷଣା କରାଯାଇଥିଲା । ଏଭଳି ସମୟରେ ପିସିବି ଓ୍ବେବସାଇଟରେ ଲେଖାଯାଇଥିଲା କି, ବାବରଙ୍କୁ ଅଧିନାୟକ କରାଯିବାକୁ ସାହିନ୍ ସ୍ବାଗତ କରିଛନ୍ତି । ଏହାସହ ସାହିନ୍ କହିଛନ୍ତି କି, ପାକିସ୍ତାନର ଅଧିନାୟକ ରହିବା ମୋ ପାଇଁ ଗର୍ବର ବିଷୟ । ପିସିବି ନେଇଥିବା ପ୪କ୍ଷେପକୁ ମୁଁ ସ୍ବାଗତ କରୁଛି । ବାବରଙ୍କୁ ମୁଁ ସପୋର୍ଟ କରୁଛି । ଯାହାକି ସାହିନ କହିନଥିବା କହିଛନ୍ତି । ତେବେ ପିସିବି ପକ୍ଷରୁ ଏଭଳି କାହିଁକି ଓ୍ବେବସାଇଟରେ ଅପଡେଟ୍ କରାଗଲା ତାକୁ ନେଇ ବିବାଦ ଦେଖିବାକୁ ମିଳିଛି । ଏହାକୁ ନେଇ ସାହିନ ରାଗି ଯାଇଥିବା ମଧ୍ୟ କୁହାଯାଇଛି ।

