spot_img
Home Blog Page 2061

ପୁଣି ଫେରିବ ନବୀନ ସରକାର, ଭବାନୀପାଟଣାରେ କାର୍ତ୍ତିକ କରିଲେ ଦମ୍ଭ

ଭବାନୀପାଟଣା: କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯୋଡି ଶଙ୍ଖକୁ ଭୋଟ ଦେବାକୁ ଅପିଲ୍‌ କଲେ ନବୀନ  । ବିରୋଧୀ ସବୁବେଳେ ମିଛ କହୁଛନ୍ତି  । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଭବାନୀପାଟଣା ସମାବେଶରେ କହିଛନ୍ତି ମୁଖ୍ୟମନ୍ତ୍ରୀ  । ସେହିପରି ଭବାନୀପାଟଣା ମଞ୍ଚରୁ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ  ।

ଆୟୁଶ୍ମାନ ଭାରତ ଯୋଜନାରେ ପୁରା ଦେଶ ପାଇଁ ଭାରତ ସରକାର ଯେତିକି ଟଙ୍କା ବଜେଟ୍ ରଖିଛନ୍ତି ତା’ଠାରୁ ଅଧିକ BSKYର ବଜେଟ । ଓଡ଼ିଶାର ଭାଗ ମାତ୍ର ୩ଶହ କୋଟି ପଡ଼ିବ । ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା କେବଳ ବିପିଏଲ କାର୍ଡ୍ ଧାରୀଙ୍କୁ ମିଳିବ କିନ୍ତୁ ବିଏକେୱାଇ ଯୋଜନାରେ ସମସ୍ତଙ୍କୁ ଏହି ସୁବିଧା ମିଳିଥାଏ ।

ଆୟୁଷ୍ମାନ ଭାରତରେ ବୀମା କମ୍ପାନୀଙ୍କ ଦୟା ଉପରେ ସବୁକିଛି ନିର୍ଭର କରେ । ଆମ ମୁଖ୍ୟମନ୍ତ୍ରୀ ବିଏସକେୱାଇ ଭଳି କାର୍ଡ୍ ଦେଇଛନ୍ତି ଯାହା କ୍ରେଡିଟ୍ କାର୍ଡ୍ ଭଳି । ଯେଉଁଥିରେ ଗରିବ ଗୁରୁବାଙ୍କୁ ବୀମା କମ୍ପାନୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସେମାନେ ଏହି କାର୍ଡରୁ ଚିକିତ୍ସା ପାଇଁ ଖର୍ଚ୍ଚ କରିପାରିବେ ।

ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣିଥରେ ଶପଥ ନେବେ । ଯିଏ ଯାହା କୁହନ୍ତୁ ନବୀନ ସରାକର ପୁଣିଥରେ ଆସିବ । ସେପଟେ ଡବଲ ଇଂଜିନ ସରକାର ଯେଉଁଠି ଆସେ ସେହି ରାଜ୍ୟ ୨୦ ବର୍ଷ ପଛକୁ ଫେରିଯାଏ । କିଛି ରାଜ୍ୟରେ ଡବଲ ଇଂଜିନ ସରକାର ଆସିଥିଲା । ସେମାନଙ୍କ ତେଲ ସରିଗଲା ।

ଲିଭୁନି ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ, ଜଳିଗଲାଣି ୧୧୪୫ ହେକ୍ଟର ଜଙ୍ଗଲ

ଡେରାଡୁନ: ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ଥମିବା ନାଁ ନେଉନି  । ଅଲମୋଡା ଓ ବାଗେଶ୍ବର ସମେତ ଅଧିକାଂଶ ଜିଲ୍ଲାରେ ଜଙ୍ଗଲ ଜଜୁଛି  । ଅଲମୋଡା ଜିଲ୍ଲା ଜଙ୍ଗଲ ନିଆଁ ଧୀରେ ଧୀରେ ଅନିୟନ୍ତ୍ରିତ ହେବାରେ ଲାଗିଛି  । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ଜିଲ୍ଲାଧିକାରୀଙ୍କୁ ଏକ ସପ୍ତାହର ନୋଟିସ ଜାରି କରି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ।

ଗତ ବର୍ଷ ନଭେମ୍ବର ୧ରୁ ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡ ଜଙ୍ଗଲରେ ୯୧୦ଟି ଅଗ୍ନିକାଣ୍ଡ ଘଟଣା ଘଟିସାରିଛି  । ଏହାଦ୍ବାରା ୧୧୪୫ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି  । ମିଡିଆ ରିପୋର୍ଟ ଅନୁସାରେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଜଙ୍ଗଲ ଧୂଆଁ ଯୋଗୁଁ ଲୋକଙ୍କୁ ନିଶ୍ବାସ ନେବାରେ ସମସ୍ୟା ଉପୁଜୁଛି  ।

ଗୁରୁବାର ବାଡାହାଟ ରେଞ୍ଜ ଜଙ୍ଗଲରେ ଲାଗିଥିବା ନିଆଁ ରବିବାର ସୁଦ୍ଧା ନିୟନ୍ତ୍ରଣ ହୋଇପାରିନାହିଁ  । ଏହା ଛଡା ମୁଖେମ ରେଞ୍ଜର ଡାଙ୍ଗ, ପୋଖରୀ ଗାଁରେ ଲାଗିଥିବା ଡୁଣ୍ଡା ରେଞ୍ଜରେ ଚାମକୋଟ ଓ ଦିଲସୋଡ କ୍ଷେତ୍ରକୁ ବି ଜଙ୍ଗଲ ନିଆଁ ବ୍ୟାପିଛି  । ବନ ବିଭାଗ ରିପୋର୍ଟ ଅନୁସାରେ ବନାଗ୍ନି ଯୋଗୁଁ ଉତ୍ତରକାସୀ ବନ ବିଭାଗରେ ୧୯.୫ ହେକ୍ଟର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି  ।

ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକ ଘରେ ଇଡି ରେଡ୍‌, ନଗଦ ୨୦ କୋଟି ଟଙ୍କା ଜବତ

ରାଞ୍ଚି: ଲୋକସଭା ନିର୍ବାଚନ ସମୟରେ ଝାଡଖଣ୍ଡରେ ଇଡିର ବଡ ରେଡ୍‌  । ରାଞ୍ଚିରେ ଇଡି ଅନେକ ସ୍ଥାନରେ ଚଢାଉ କରୁଛି। ଝାଡଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମଙ୍କ ପିଏସ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏହି ଚଢାଉରେ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଛି  । ତଦନ୍ତକାରୀ ଟିମ ଆହୁରି ଟଙ୍କାଗଣା ମେସିନ ମଗାଇଛି  । ଇଡି ଏବେବି ଜବତ ଟଙ୍କା ଗଣୁଛି  ।

ଇଡି ଅଧିକାରୀଙ୍କ ଦ୍ବାରା ରିଲିଜ୍ ହୋଇଥିବା ଭିଡିଓରେ ନୋଟଗୁଡିକ କିପରି ଘରେ ଠୁଳ କରାଯାଇଛି ତାହା ଦେଖିବାକୁ ମିଳିଛି। ନୋଟ୍ ଗୁଡ଼ିକୁ ବ୍ୟାଗ, ସୁଟକେସ୍ ଏବଂ ପଲିଥିନରେ ରଖାଯାଇଥିଲା  । ଅଧିକାରୀମାନେ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ଖୋଜୁଛନ୍ତି।

ଇଡି ଗତ ଫେବୃଆରୀ ୨୦୨୩ରେ ଅର୍ଥ ହେରଫେର ମାମଲାରେ ଝାଡଖଣ୍ଡ ଗ୍ରାମୀଣ ବିକାଶ ବିଭାଗ ମୁଖ୍ୟ ବୀରେନ୍ଦ୍ର ରାମଙ୍କୁ ଗିରଫ କରିଥିଲା  । ସେତେବେଳେ ଏହି ଟଙ୍କା ମନ୍ତ୍ରୀ ଆଲମଗିରି ଆଲମଙ୍କ ହୋଇଥିବା ଅଭିଯୋଗ ହୋଇଥିଲା  ।

PMLA ଅଧୀନରେ ପ୍ରାୟ ୧୨ ସ୍ଥାନରେ ଚଢାଉ କରାଯାଇଛି। ନିଲମ୍ବିତ ମୁଖ୍ୟ ଯନ୍ତ୍ରୀ ବିରେନ୍ଦ୍ର ରାମଙ୍କ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ଘରେ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏକମାତ୍ର ପ୍ରାର୍ଥୀ ଭାବେ ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ୍ବାଇନାଡ ଓ ରାଏବରେଲୀରୁ ପ୍ରାର୍ଥୀ ହୋଇଛନ୍ତି । ସେ ଏକମାତ୍ର ନେତା ଯିଏକି ଦୁଇଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ଜଣେ ପ୍ରାର୍ଥୀ ବହୁ ଆସନରେ ଲଢିବାର ବ୍ଯବସ୍ଥା ଥିଲା । ମାତ୍ର ୧୯୯୬ ରେ ଜନ ପ୍ରତିନିଧି ଆଇନର ଧାରା ୩୩କୁ ସଂଶୋଧନ କରାଯିବା ପରେ ଏହି ସଂଖ୍ଯା ଦୁଇକୁ ହ୍ରାସ ପାଇଥିଲା ।

ସେହି ଅନୁସାରେ ବିଭିନ୍ନ ସମୟରେ ନେତାମାନେ କେବଳ ଦୁଇଟି ଆସନରେ ପ୍ରାର୍ଥୀ ହୋଇପାରୁଛନ୍ତି । ପୂର୍ବ ଆଇନ ଅନୁସାରେ ୧୯୫୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଏକାଦିକ୍ରମେ ମଥୁରା, ଲକ୍ଷ୍ମୌ ଓ ବଳରାମପୁରରୁ ଠିଆ ହୋଇଥିଲା । ସେ କେବଳ ବଳରାମପୁରରୁ ନିର୍ବାଚିତ ହୋଇଥିଲେ । ୧୯୬୨ରେ ବି ସେ ବଳରାମପୁର ଓ ଲକ୍ଷ୍ମୌରୁ ଲଢି ଦୁଇଟିଯାକ ଆସନରୁ ହାରିଯାଇଥିଲେ । ୧୯୯୧ରେ ବାଜପାୟୀ ବିଦିଶା ଓ ଲକ୍ଷ୍ମୌରୁ ଲଢି ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ ।

୧୯୯୬ରେ ସେ ଗାନ୍ଧୀନଗର ଓ ଲକ୍ଷ୍ମୌରୁ ଲଢି ଦୁଇଟି ଯାକ ଆସନରେ ବିଜୟୀ ହୋଇଥିବାବେଳେ ଲକ୍ଷ୍ମୌ ଆସନ ରଖି ଗାନ୍ଧୀନଗର ଛାଡିଦେଇଥିଲେ । ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ନୂଆଦିଲ୍ଲୀ ଓ ଗାନ୍ଧୀନଗରରୁ ଲଢିଥିଲେ । ସେ ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ । ୧୯୯୯ରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଏବରେଲୀ ଓ ଆମେଥିରୁ ଲଢିଥିଲେ । ସେ ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ ।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଦୋଦରା ଓ ବାରାଣସୀରୁ ଲଢି ଦୁଇଟିଯାକରେ ବିଜୟୀ ହୋଇଥିଲେ । ତେବେ ସେ ବାରାଣସୀକୁ ରଖି ଭଦୋଦରା ଛାଡିଦେଇଥିଲେ । ୧୯୮୯ରେ ତତକାଳୀନ ଉପପ୍ରଧାନମନ୍ତ୍ରୀ ଦେବୀ ଲାଲ ରୋହତକ, ସିକାର ଓ ଫିରୋଜପୁରରୁ ଲଢି ରୋହତକ, ସିକାରରୁ ଜିତିଥିଲେ । ୧୯୯୧ରେ ବିଏସପି ନେତା ମାୟାବତୀ ବିଜନୋର, ବୁଲନ୍ଦସହର ଓ ହରିଦ୍ବାରରୁ ଲଢି ସମସ୍ତ ଆସନରେ ହାରିଥିଲେ ।

ଆଜି କିଛି ସ୍ଥାନରେ ଛେଚିବ, କାଲି ଠୁ ବଦଳିବ ଉପକୂଳ ପାଗ

ଭୁବନେଶ୍ବର: ଆଜି ପଶ୍ଚିମ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ବିଭିନ୍ନ ଅଞ୍ଚଳରେ ବାଦଲ ଆଛାଦାନ ବୃଦ୍ଧିପାଇଥିବ ବେଳେ ପୂର୍ବାନୁମାନ ଅନୁଯାୟୀ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରାରେ ୪ ରୁ ୬ ଡ଼ିଗ୍ରୀ ଯାଏଁ ହ୍ରାସ ସମ୍ଭାବନା ରହିଛି  ।

ଆଗାମୀ ମଇ ୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ତିତି ଅଶାନ୍ତ ରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି  ।

ଏହି ସମ୍ଭାବ୍ୟ ପରିସ୍ଥିତି କୁ ନଜର ରେ ରଖି ୬ ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖ ପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି  । ଆଜି ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ଥିବାବେଳେ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ବର୍ଷାର ପ୍ରକୋପ ଟିକେ ଅଧିକ ରହିପାରେ।

ଆସନ୍ତାକାଲି ଉପକୂଳବର୍ତୀ ଜିଲ୍ଲାମାନଙ୍କରେ ବର୍ଷାର ତୀବ୍ରତା ସାମାନ୍ୟ ଅଧିକ ରହିବାର ସମ୍ଭାବନା ରହିଛି।

ଆଜି ୪ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ଆଜି ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥି। ଶ୍ରୀବିଗ୍ରହଙ୍କର ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜିଉଙ୍କ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ଦ୍ଵିତୀୟ ଭୋଗମଣ୍ଡପ ପୂଜା ବଢିବା ପରେ

ସନ୍ଧ୍ଯା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଏହି ଗୁପ୍ତାନୀତିକୁ ଦଇତାପତି ଓ ଅନ୍ୟାନ୍ୟ ସେବାୟତ ମାନେ ସମ୍ପାଦନ କରିବେ।

ଦେଶରେ ଲୋକସଭା ନିର୍ବାଚନରେ ବଦଳୁନି ଲିଙ୍ଗଗତ ଅସମାନତା

ନନ୍ଦିଘୋଷ ବ୍ୟୁରୋ:  ଦେଶରେ ଲୋକସଭା ନିର୍ବାଚନରେ ବଦଳୁନି ଲିଙ୍ଗଗତ ଅସମାନତା। ମହିଳାଙ୍କ ହୋଇପାରୁନି ଉପଯୁକ୍ତ ପ୍ରତିନିଧିତ୍ବ। ୧୨୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ମହିଳାଙ୍କ ସଂଖ୍ଯା ୪୮.୫% । ମାତ୍ର ସଂସଦରେ ସେମାନଙ୍କ ପ୍ରତିନିଧିତ୍ବ ଆଶାନୁରୂପକ ନୁହେଁ । ପ୍ରଥମ ଲୋକସଭା ନିର୍ବାଚନ ଅର୍ଥାତ ୧୯୫୨ରେ ୪୮୯ ଲୋକସଭା ଆସନରୁ ମାତ୍ର ୨୨ମହିଳା ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହି ହାର ଥିଲା ୪.୪%।

୧୯୫୭ ନିର୍ବାଚନରେ ୪୯୪ ଆସନରୁ ୨୭ ଥିଲେ ମହିଳା। ଏହି ହାର ଥିଲା ୫.୪%। ୧୯୬୨ ତୃତୀୟ ନିର୍ବାଚନରେ ୪୯୪ ଆସନରୁ ମହିଳା ଥିଲେ ୩୪। ଏହି ହାର ଥିଲା ୬.୭୧। ଚତୁର୍ଥ ନିର୍ବାଚନ ୧୯୬୭ରେ ମହିଳା ଥିଲେ ୩୧। ଏହି ହାର ଥିଲା ୫.୯%। ପଞ୍ଚମ ନିର୍ବାଚନ ୧୯୭୧ରେ ମହିଳାଙ୍କ ସଂଖ୍ୟା ଥିଲା ୨୨। ଅର୍ଥାତ ହାର ଥିଲା ୪.୨। ଷଷ୍ଠ ନିର୍ବାଚନ ୧୯୭୭ରେ ମହିଳାଙ୍କ ସଂଖ୍ୟା ଥିଲା ୧୯। ହାର ଥିଲା ୩.୪। ସପ୍ତମ ନିର୍ବାଚନ ୧୯୮୦ରେ ସଂଖ୍ୟା ଥିଲା ୨୮। ଅର୍ଥାତ ଏହି ହାର ୫.୧ ।

ଅଷ୍ଟମ ନିର୍ବାଚନ ୧୯୮୪ରେ ମହିଳାଙ୍କ ସଂଖ୍ୟା ଥିଲା ୪୪। ଏହି ହାର ଥିଲା ୮.୧%। ନବମ ନିର୍ବାଚନ ୧୯୮୯ରେ ବିଜୟୀ ହୋଇଥିଲେ ୨୮ ଜଣ। ଏହି ହାର ଥିଲା ୫.୩%। ଦଶମ ନିର୍ବାଚନ ୧୯୯୧ରେ ୫୦୯ ଆସନରୁ ମହିଳା ଥିଲେ ୩୬। ହାର ଥିଲା ୭.୦%। ଏକାଦଶ ନିର୍ବାଚନ ୧୯୯୬ରେ ସଂଖ୍ୟା ଥିଲା ୪୦। ଅର୍ଥାତ ହାର ୭.୪%। ଦ୍ବାଦଶ ନିର୍ବାଚନ ୧୯୯୮ରେ ମହିଳାଙ୍କ ସଂଖ୍ୟା ଥିଲା ୪୪। ତ୍ରୟୋଦଶ ନିର୍ବାଚନ ୧୯୯୯ରେ ମହିଳାଙ୍କୁ ମିଳିଥିଲା ୪୮ ଆସନ। ଅର୍ଥାତ ଏହି ହାର ଥିଲା ୮.୮% ।

ଚତୁର୍ଦ୍ଦଶ ନିର୍ବାଚନ ୨୦୦୪ରେ ମହିଳା ଜିତିଥିଲେ ୪୫ ଆସନରେ। ଏହି ହାର ଥିଲା ୮.୧%। ପଞ୍ଚଦଶ ନିର୍ବାଚନ ୨୦୦୯ରେ ବିଜୟୀ ହୋଇଥିଲେ ୫୯ ଜଣ। ସେମାନଙ୍କ ହାର ଥିଲା ୨୦.୯%। ଷୋଡଶ ନିର୍ବାଚନ ୨୦୧୪ରେ ମହିଳା ବିଜୟୀ ହୋଇଥିଲେ ୬୧ ଆସନରେ। ଏହି ହାର ଥିଲା ୧୧.୨% । ସପ୍ତଦଶ ନିର୍ବାଚନ ୨୦୧୯ରେ ୫୪୨ ଆସନରୁ ନିର୍ବାଚିତ ହୋଇଥିଲେ ସର୍ବାଧିକ ୭୮ ମହିଳା । ତେବେ ସୌଭାଗ୍ଯର କଥା ୧୯୫୭ରେ ଲୋକସଭା ନିର୍ବାଚନରେ ମାତ୍ର ୪୫ ମହିଳା ପ୍ରତିଦ୍ବନ୍ଦ୍ବିତା କରିଥିବାବେଳେ ୨୦୧୯ରେ ଲଢିଥିଲେ ୭୨୬ ମହିଳା । ୨୦୨୪ ନିର୍ବାଚନର ଚାରିଟି ପର୍ଯ୍ୟାୟରେ ମୋଟ ୫୮୯୨ ପ୍ରାର୍ଥୀଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ମାତ୍ର ୫୨୭ ।

ପ୍ରଚାର ପାଇଁ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ବ୍ରହ୍ମପୁରରେ ସମାବେଶ

ଭୁବନେଶ୍ବର: ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋଦି। ଗତକାଲି ରାତିରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ । ଆଜି ସେ ବ୍ରହ୍ମପୁର ଯାଇ ସେଠାରେ ଏକ ସମାବେଶରେ ଯୋଗଦେବେ ।

ବ୍ରହ୍ମପୁର ପରେ ନବରଙ୍ଗପୁରର ଯାଇ ଜନସଭାକୁ ଉଦବୋଧନ ଦେବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୋଦି । ଆସନ୍ତା ୧୦ ଓ ୧୧ରେ ପୁଣି ସେ ଓଡ଼ିଶା ଆସିବାର କାର୍ଯ୍ଯକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯାଇଛି।

ଆଜି ପୁଣି ଦକ୍ଷିଣ ଓଡ଼ିଶାରେ ନବୀନଙ୍କ ହାଇପ୍ରୋଫାଇଲ କ୍ଯାମ୍ପେନ

ଭୁବନେଶ୍ବର: ନବୀନଙ୍କ ଦକ୍ଷିଣ ବିଜୟ ଅଭିଯାନ । ଆଜି ପୁଣି ଦକ୍ଷିଣ ଓଡ଼ିଶାରେ ନବୀନଙ୍କ ହାଇପ୍ରୋଫାଇଲ କ୍ଯାମ୍ପେନ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିନ ୧୧ଟା ୫ରେ କଳାହାଣ୍ଡି ଭବ ଶ୍ରୀକୃଷ୍ଣନଗରରେ ପହଞ୍ଚିବେ ମୁଖ୍ଯମନ୍ତ୍ରୀ । ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

ଏହି ସମୟରେ କଳାହାଣ୍ଡି ଲୋକସଭା କ୍ଷେତ୍ରର ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ଏହାପରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ ବିଶାଳ ଜନସଭାକୁ ଉଦବୋଧନ ଦେବେ ନବୀନ । ୧୨ଟା ୧୦ରେ ଖଡ଼ିଆଳରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ନବୀନଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ଥିବା ବେଳେ ଲୋକଙ୍କ ମଧ୍ଯରେ ଉତ୍କଣ୍ଠା ଭରିରହିଛି । ରାଜ୍ଯରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩ ତାରିଖରେ କଳାହାଣ୍ଡି ସହ ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ।

ବିଜେପିର ନିର୍ବାଚନୀ ଇସ୍ତାହାରକୁ ତୀର ମାରିଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

ବିଜେପିର ନିର୍ବାଚନୀ ଇସ୍ତାହାରକୁ ତୀର ମାରିଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ୧୦ ବର୍ଷରେ ଧାନର ଏମଏସପି ବଢାଇପାରିଲେନି। ଏବେ ନିର୍ବାଚନ ଆସିବାରୁ ଓଡ଼ିଶାର ଚାଷୀଙ୍କୁ ଭୁଆଁ ବୁଲାଇବାକୁ ପଳାଇଆସିଛି ବିଜେପି । ୧୦ ବର୍ଷ ହେଲା ବିଜେପି କଣ ଶୋଇଥିଲା କି ବୋଲି ପ୍ରଶ୍ନ କରିବା ସହ ଇସ୍ତାହାରକୁ କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ । ନୟାଗଡ଼ ଓଡଗାଁରେ ପ୍ରଚାର ସଭାରେ ବିଜେପି ପୂର୍ବରୁ ଦେଇଥିବା ଇସ୍ତାହାର କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ପାଣ୍ଡିଆନ କହିଛନ୍ତି, ଧାନର ଏମଏସପି ଦୁଇଗୁଣ କରିବେ ବୋଲି ବିଜେପି ଗତ ଦୁଇଟି ସାଧାରଣ ନିର୍ବାଚନରେ ଇସ୍ତାହାର ଦେଇଥିଲା । ହେଲେ ନିର୍ବାଚନ ପରେ ଚାଷୀଙ୍କ କଥା ପୂରାପୁରି ଭୁଲିଗଲେ । ହେଲେ ଏବେ ଭୋଟ ଆସିବାରୁ ଚାଷୀଙ୍କୁ ଭୁଆଁ 00ବୁଲାଇବାକୁ ପଳାଇଆସିଛନ୍ତି । ଧାନର ଏମଏସପି ୩୦୦୦ ଟଙ୍କା କରାଯିବ ବୋଲି ସଂକଳ୍ପପତ୍ରରେ ଉଲ୍ଲେଖ କରୁଛନ୍ତି । ଯଦି ଏମଏସପି ବଢାଇବାର ଥିଲା ତେବେ ୧୦ ବର୍ଷ ହେଲା କଣ ଶୋଇଥିଲେ କି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ଭତ୍ତା ପ୍ରସଙ୍ଗରେ ବି ବିଜେପିର ପ୍ରତିଶୃତିକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ଡବଲ ଇଞ୍ଜିନ ସରକାର ୩୦୦ ଟଙ୍କା ଭତ୍ତା ଦେଉଥିବାବେଳେ ନବୀନ ଇଞ୍ଜିନ ଲୋକଙ୍କୁ ହଜାରେ ଟଙ୍କା ଭତ୍ତା ଦେଉଛି । ଏବେ ବିଜେପି ୩୦୦୦ ଟଙ୍କା ଭତ୍ତା ଦେବାକୁ ପ୍ରତିଶୃତି ଦେଉଛି । ୬ ମାସ ଆଗରୁ କାହିଁକି ଭତ୍ତା ବଢାଇଲନି ବୋଲି ଜବାବ ମାଗିଛନ୍ତି ପାଣ୍ଡିଆନ । ଏହାଛଡ଼ା ପେଟ୍ରୋଲ, ଡିଜେଲ ଓ ଗ୍ଯାସ ଦର ବୃଦ୍ଧି ପ୍ରସଙ୍ଗରେ ବର୍ଷିଛନ୍ତି ପାଣ୍ଡିଆନ । ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶୃତି ଦେଇଥିବା ବିଜେପି ୧୦ ବର୍ଷରେ ୨୦ କୋଟି ଚାକିରି ଦେବାକଥା । ଓଡ଼ିଶା ଭାଗରେ ୮୦ ଲକ୍ଷ ଚାକିରି ପଡ଼ିବା କଥା । ହେଲେ ଆଜିଯାଏ କେତେ ଲୋକଙ୍କୁ ଚାକିରି ଦେଇଛ ବୋଲି ଜବାବ ମାଗି ବିଜେପି ଉପରେ ବର୍ଷିଛନ୍ତି କାର୍ତ୍ତିକ ପାଣ୍ଡିଆନ ।