ଭୁବନେଶ୍ବର: ସୋମବାର ପୁଣି ଥରେ ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ଓଡିଶା ମହିଳା ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ଯାଇ ଏକ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି । ୭୦ ଲକ୍ଷ ମହିଳାଙ୍କୁ ଘର କୋଣରୁ ବାହାର କରି ନୂତନ ପରିଚୟ ଦେଇଛନ୍ତି ଓଡିଶା ସରକାର। ଯାହାର ମାଧ୍ୟମ ହେଉଛନ୍ତି MBK। ହେଲେ ଓଡିଶା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ମିଶନ ଶକ୍ତି ମାଆ ମାନଙ୍କୁ ନିର୍ବାଚନ ସଭାକୁ ନପଠାଇବାକୁ ଟାଙ୍ଗୀ ବ୍ଲକ MBK ମାନଙ୍କୁ ଧମାକାଉଛନ୍ତି। ବିଜେପି ତୃଣମୂଳ ସ୍ତରରେ ମହିଳାଙ୍କୁ ହିଂସା କରିବା ଓ ଚରିତ୍ର ସଂହାର ବାରମ୍ବାର କରୁଛି। ସାଧାରଣ ମହିଳାଙ୍କ ପାଇଁ ଏତେ ଇର୍ଷା କାହିଁକି ? ସାଧାରଣ ନିର୍ବାଚନ ପୂର୍ବରୁ ଏପରି ଧାରାବାହିକ କାର୍ଯ୍ୟାକଳାପରୁ ସେମାନଙ୍କ ପରାଜୟ ସ୍ପଷ୍ଟ ବାରି ହେଉଛି। CEOଙ୍କ ପାଖରେ ପ୍ରଶାନ୍ତ ଜଗଦେବ ଏବଂ ବିଜେପି ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜେଡି ମୁଖପାତ୍ର ମଧୁସ୍ମିତା ନାୟକ।
ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ହଟହଟା ହେଲେ ପ୍ରଦୀପ ପାଣିଗ୍ରାହୀ
ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ହଟହଟା ହେଲେ ଖୋଦ୍ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କୁ ଭାଷଣ ଦେବାକୁ ବି ଦେଲେନି ରାଜ୍ଯ ସଭାପତି ମନମୋହନ ସାମଲ। ଉଦବୋଧନ ଦେବାବେଳେ ପ୍ରଦୀପଙ୍କୁ ଅଧାରୁ ଅଟକାଇଦେଲେ ମନମୋହନ। ଏଭଳି ଦୃଶ୍ଯ ଏବେ ଭାଇରାଲ ହେଉଥିବାବେଳେ ଦଳରେ ପ୍ରଦୀପଙ୍କ ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଛି। ବ୍ରହ୍ମପୁରକୁ ଖୋଦ ପ୍ରଧାନମନ୍ତ୍ରୀ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ବିଜେପିର ବ୍ରହ୍ମପୁରପ୍ରାର୍ଥୀ। ପ୍ରଧାନମନ୍ତ୍ରୀ ସଭାରେ ବସିଥିବାବେଳେ ପ୍ରଦୀପ ଭାଷଣ ଦେବାକୁ ପୋଡିୟମ ନିକଟକୁ ଆସିଥିଲେ। ହେଲେ ହଠାତ ରାଜ୍ଯ ସଭାପତି ମନମୋହନ ସାମଲ ଆସି ତାଙ୍କୁ ଭାଷଣ ଦେବାକୁ ମନା କରିଥିଲେ। ଫଳରେ ପ୍ରଦୀପ ଭାଷଣ ନଦେଇ ଫେରିଯାଇଥିଲେ। ଯାହାଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରଚାର କରିବାକୁ ଆସିଥିଲେ ସିଏ ଭାଷଣ ନଦେବା ଦଳରେ ତାଙ୍କର ମୂଲ୍ଯନଥିବା ସହ ସମାନ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।
ଭୁବନେଶ୍ବର ଫେରିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଝାରସୁଗୁଡାରୁ ଭୁବନେଶ୍ବର ଫେରିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ନବୀନ ନିବାସ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । କାଳବୈଶାଖୀ ପ୍ରଭାବରେ ଖଡ଼ିଆଳରୁ ଫେରୁଥିବା ମୁଖ୍ଯମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ବରରେ ଅବତରଣ କରିପାରିନଥିଲା । ଭୁବନେଶ୍ବର ଆକାଶରେ ଅଧଘଣ୍ଟା ଉଡ଼ିବାପରେ ଝାରସୁଗୁଡ଼ା ଚାଲିଯାଇଥିଲା ହେଲିକପ୍ଟର । ଝାରସୁଗୁଡ଼ାରେ ଅପରାହ୍ନ ୪.୪ରେ ମୁଖ୍ଯମନ୍ତ୍ରୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା । ପାଖାପାଖି ଚାଳିଶ ମିନିଟ ଝାରସୁଗୁଡ଼ାରେ ରହିବା ବେଳେ ପୁଣି ଭୁବନେଶ୍ବର ଅଭିମୁଖେ ବାହାରିଥିଲେ ନବୀନ । ଆଜି ଖଡିଆଳ ଏବଂ ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ନିର୍ବାଚନୀ ସଭା ରହିଥିଲା । ଏହି ସଭାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି ଭୁବନେଶ୍ବର ଫେରୁଥିଲେ ନବୀନ ପଟ୍ଟନାୟକ । ଏହି ସମୟରେ ଭୁବନେଶ୍ବରରେ କାଳବୈଶାଖୀ ଯୋଗୁ ପ୍ରବଳ କୁଆପଥର ବର୍ଷା ଓ ପବନ ଲାଗିରହିଥିଲା । ଫଳରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରଟି ବିମାନବନ୍ଦରରରେ ଅବତରଣ କରିପାରିନଥିଲା । ତେଣୁ ଝାରସୁଗୁଡା ବିମନବନ୍ଦର ଫେରିଯାଇ ଜରୁରୀ ଅବତରଣ କରିଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଏବେ ପାଗ ସଫା ହେବା ପରେ ଝାରସୁଗୁଡାରୁ ଭୁବନେଶ୍ବର ଫେରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।
କାଳବୈଶାଖୀ ଯୋଗୁଁ ଭୁବନେଶ୍ବରରେ ଅବତରଣ କରିପାରିଲେନି ମୁଖ୍ଯମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ଖଡ଼ିଆଳରୁ ଫେରୁଥିବା ମୁଖ୍ଯମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ବରରେ କରିପାରିଲାନି ଅବତରଣ । କାଳବୈଶାଖୀ ଯୋଗୁଁ ଭୁବନେଶ୍ବରରେ ଅବତରଣ କରିପାରିଲେନି ମୁଖ୍ଯମନ୍ତ୍ରୀ । ଭୁବନେଶ୍ବର ଆକାଶରେ ଅଧଘଣ୍ଟା ଉଡ଼ିବାପରେ ଝାରସୁଗୁଡ଼ା ଗଲା ହେଲିକପ୍ଟର । ଝାରସୁଗୁଡ଼ାରେ ମୁଖ୍ଯମନ୍ତ୍ରୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ କରିଛି । ରାଜଧାନୀରେ କୁଆପଥର ବର୍ଷା ଯୋଗୁଁ ହେଲିକପ୍ଟର ଅବତରଣରେ ସମସ୍ଯା ଦେଖା ଦେଇଥିଲା ।
ପୁଣି ପୁରୀରେ ଉମା-ସୁଜିତ ସମର୍ଥକ ମୁହାଁମୁହିଁ
ପୁରୀ: ପୁଣି ଉମା-ସୁଜିତ ସମର୍ଥକ ମୁହାଁମୁହିଁ । ଟିକେଟ ବଦଳପରଠାରୁ ଉଭୟଙ୍କ ସମର୍ଥକଙ୍କ ମଧ୍ଯରେ ବାରମ୍ବାର ଗଣ୍ଡଗୋଳ ଓ ହିଂସାକାଣ୍ଡ ଘଟିବାରେ ଲାଗିଛି । ଗତକାଲି ପୁରୀ ଜିଲ୍ଲା କଂଗ୍ରେସ ଭବନରେ ଟିକେଟ ହରାଇଥିବା ସୁଜିତ ମହାପାତ୍ରଙ୍କ ସମର୍ଥକ ଭଙ୍ଗାରୁଜା କରିଥିବାବେଳେ ପରେ ଟିକେଟ ପାଇଥିବା ଉମାବଲ୍ଲଭ ରଥଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ସୁଜିତଙ୍କ ସମର୍ଥକଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ପୁଣି ନୋମିନେସନ ବେଳେ ଉଭୟଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଆଜି କଂଗ୍ରେସ ବିଧାୟକ ପାର୍ଥୀ ଉମା ବଲ୍ଲବ ରଥ ଓ ସ୍ୱାଧୀନ ପାର୍ଥୀ ସୁଜିତ ମହାପାତ୍ର ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଗଣ୍ଡଗୋଳ ଦେଖାଦେଇଥିଲା l ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ସ୍ୱାଧୀନ ଭାବେ ଆଜି ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ l ସେପଟେ କଂଗ୍ରେସ ପାର୍ଥୀ ଉମାବଲ୍ଲଭ ରଥ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବା ଆସିବା ସମୟରେ ଉଭୟ ସମର୍ଥକ ମାନଙ୍କ ମଧ୍ୟରେ ଠେଲା ପେଲା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ରାଜଧାନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଗର୍ଜିଲେ ଉଜ୍ଜଳା ଦିଦି
ଭୁବନେଶ୍ବର: ଭୁବନେଶ୍ବରର ମହାତ୍ମାଗାନ୍ଧୀ ମାର୍ଗରେ ଓଡିଶା ଉଜ୍ଜ୍ବଳା ଦିଦି ସଂଘର ଧାରଣା ଓ ବିକ୍ଷୋଭ। ଧୋକାବାଜ ଧମେନ୍ଦ୍ର ପ୍ରଧାନ ୬ ବର୍ଷ ଧରି ମାଗଣା ଖଟାଇଥିବା ଅଭିଯୋଗ କରିଛନ୍ତି ଉଜ୍ଜ୍ବଳା ଦିଦି । ଏଭଳି ଅବିଚାର ପ୍ରତି ନ୍ୟାୟ ଏବଂ ଉପଯୁକ୍ତ ପ୍ରାପ୍ଯ ଏବଂ ନିଯୁକ୍ତି ଦାବିରେ ବିକ୍ଷୋଭ କରିଛି ସଂଘ । ଧମେନ୍ଦ୍ର ପ୍ରଧାନ ନିଜକୁ ଉଜ୍ଜ୍ବଳା ମ୍ଯାନ ବୋଲାଉଥିବା ବେଳେ ସେ ଏବେ ଇଗୋ ମ୍ଯାନ ପାଲଟି ଯାଇଛନ୍ତି। ଉଜ୍ଜଳା ଦିଦିଙ୍କୁ ମୋହରା କରି ସଫଳତାର ଡିଣ୍ଡିମ ପିଟିଲେ, ଆଉଏ ଏବେ କାମ ସରିଗଲା ପରେ ଅଳିଆ ପରି ଡଷ୍ଟବିନିନକୁ ଫିଙ୍ଗିଦିଲେ। ୬ ବର୍ଷ ଧରି ଦୁଃଖ କଷ୍ଟରେ ପରିବାର ପୋଷୁଛୁ। ଆମ ଲୁହରେ ଧମେନ୍ଦ୍ର ପ୍ରଧାନ ଭାସିଯିବେ ବୋଲି ଅଭିଶପ ଦେଇଛନ୍ତି ଉଜ୍ଜ୍ବଳା ଦିଦି।
କେନ୍ଦ୍ର ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଗରିବ ଲୋକଙ୍କୁ ରିହାତିରେ ଜାଳେଣି ଗ୍ୟାସ ପ୍ରଦାନ ପାଇଁ ଉଜ୍ଜଳl ଯୋଜନା ଆରମ୍ଭ କରିଥିଲେ l ୨୦୧୯ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଥିବା ବେଳେ ଏହି ଯୋଜନାର ପ୍ରଚାର ପ୍ରସାର ତଥା ସଠିକ ପରିଚାଳନା ପାଇଁ ପ୍ରତ୍ୟେକ ପଞ୍ଚାୟରେ ଜଣେ ଓ ଦୁଇଜଣ ଉଜ୍ଜ୍ଵଳା ଦିଦି ମାନଙ୍କୁ ନିଯୁକ୍ତି ଦେଇଥିଲେ l ସେମାନଙ୍କୁ ପ୍ରତି ନୂଆ କନେକ୍ସନ ପାଇଁ ୨୦୦ ଟଙ୍କା ଓ ଗ୍ୟାସ ରିଫିଲିଙ୍ଗ ପାଇଁ ୨୦ ଟଙ୍କା ଦେବା ସହିତ ଆଗାମୀ ଦିନରେ ଅନ୍ୟ ସ୍କିମ ର ପରିଚାଳନା ଦାୟିତ୍ୱ ସହିତ ମାସିକ କିଛି ଦରମା ଦେବାକୁ କହିଥିଲେ l ଖରା, ବର୍ଷା ଓ ଶୀତରେ ଉଜ୍ଜାଲା ଦିଦି ମାନେ ପ୍ରତ୍ୟେକ ଦିନ ବୁଲି ବୁଲି ଯୋଜନା ସମ୍ପର୍କ ରେ ଲୋକଙ୍କୁ ବୁଝାଇବା ସହିତ ଲକ୍ଷ ଲକ୍ଷ କନେକ୍ସନ ମଧ୍ୟ କରାଇଲେ l
ପାଞ୍ଚ ବର୍ଷ ବିନା ପାରିଶ୍ରମିକରେ କାର୍ଯ୍ୟ କଲେ l ଯୋଜନାର ସଫଳତlର ଶ୍ରେୟ ନେଇ ସେ ନିଜକୁ ଉଜ୍ଜ୍ଵଳା ମ୍ୟାନ ଭାବେ ପରିଚୟ କରାଇଦେଲେ ସତ କିନ୍ତୁ ରାଜ୍ୟରେ ୧୦ ହାଜର ଉଜ୍ଜ୍ଵଳା ଦିଦିଙ୍କୁ ଆଜକୁ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି କାଣି କଉଡ଼ି ଟିଏ ନଦେଇ ଠକି ଆସିଛନ୍ତି l ବିଭିନ୍ନ ସମୟରେ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ଓ ଭୋଟ ପାଇଁ ବ୍ୟବହାର ମଧ୍ୟ କରିଛନ୍ତି l ଉଜ୍ବଳା ଦିଦି ମାନଙ୍କୁ ବିଜେପି ସଂଗଠନର କର୍ମକର୍ତ୍ତା ମାନେ ବାରମ୍ବାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ନାମାଙ୍କନ ଦାଖଲ କଲେ ଖଣ୍ଡପଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ସାବିତ୍ରୀ ପ୍ରଧାନ
ନୟାଗଡ଼: ନାମାଙ୍କନ ଦାଖଲ କଲେ ଖଣ୍ଡପଡ଼ା ବିଜେଡି ପ୍ରାର୍ଥିନୀ ସାବିତ୍ରୀ ପ୍ରଧାନ । ୧୫ ହଜାରରୁ ଅଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ ଯାଇ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଶାଳ ରାଲିରେ ବିଜେଡିର କଟକ ଲୋକସଭା ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡ଼ା ବିଜେଡି ପର୍ଯ୍ୟବେକ୍ଷକ ଅମିତ ମଲ୍ଲିକ ଯୋଗଦେଇଥିଲେ । ଖଣ୍ଡପଡ଼ାର ସେବା କରିବାକୁ ସୁଯୋଗ ଦେଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସାବିତ୍ରୀ । ନିର୍ବାଚନରେ ବିଜେଡି ବଡ଼ ବ୍ଯବଧାନରେ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ବିଜେପି ବାହାପିଆ ଦଳ, ସେମାନଙ୍କର କାର୍ଯ୍ୟ ଶୂନ : ପ୍ରତାପ ଦେବ
ଭୁବନେଶ୍ବର: ଓଡ଼ିଶାରେ ବିଜେପିର ସରକାର ଗଠନ ସ୍ବପ୍ନକୁ କଟାକ୍ଷ କରିଛି ବିଜେଡି। ପ୍ରଧାନମନ୍ତ୍ରୀଙ୍କ ବିଜେଡିର ଏକ୍ସପାରୀ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ କହିଛି, ବିଜେଡିର କ୍ଷତିକୁ ବିଜେପି ଅପେକ୍ଷା କରିଛି । ୨୦୧୪ ନିର୍ବାଚନରେ ମଧ୍ଯ ପ୍ରଧାନମନ୍ତ୍ରୀ ସେହି ସମାନ କଥା କହିଥିଲେ। ଏଥର ନବୀନ ବାବୁ ଯାଉଛନ୍ତି । ସେମିତି ଏଥର ବି ନିର୍ବାଚନ ଆସିଛି । ସେମିତି ଏଥର ମଧ୍ଯ ସେମାନେ ସରକାର ଗଢିବେ ବୋଲି କହୁଛନ୍ତି । ଯାହାକି ଦିବାସ୍ବପ୍ନ ବୋଲି କହିଛନ୍ତି ବିଜେଡି ନେତା ପ୍ରତାପ ଦେବ । ସେହିପରି ବିଜେପିର ସରକାର ଗଠନକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମଗିରି ବିଜେଡି ବିଧାୟକ ପ୍ରାର୍ଥୀ ଉମା ସାମନ୍ତରାୟ । ବିଜେପି ବାହାପିଆ ଦଳ ହୋଇଥିବା ବେଳେ ସେମାନଙ୍କର କାର୍ଯ୍ୟ ଶୂନ। ୨୦୧୯ ନିର୍ବାଚନରେ ମିଶନ ୧୨୦ ନାରା ଦେଇଥିବା ବିଜେପି କେତେ ସିଟ ହାସଲ କଲା ତାହା ଓଡିଶା ବାସୀ ଜାଣିଛନ୍ତି।ବିକାଶ କାର୍ଯ୍ୟ କରୁଥିବା ନବୀନ ପଟ୍ଟନାୟକ କଥା କମ କୁହନ୍ତି ଓ କାମ ଅଧିକ କରି ଦେଖାନ୍ତି । ଆଗାମୀ ୪ ତାରିଖରେ ଓଡିଶାରୁ ବିଜେଡି ସରକାର ହଟିଯିବା ନେଇ ମୋଦି ଭାଷଣ ମାଧ୍ୟମରେ କହିଥିବା ବେଳେ ଏହା ଭାଷଣରେ ହି ରହିଯିବ ବୋଲି କହିଛନ୍ତି ଉମା । ବିଜେପିର ଭାଷଣବାଜି ଅଧିକ କାମ କମ। ଗ୍ୟାରେଣ୍ଟିର କଥା କହୁଥିବା ବିଜେପି ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି ବିଜେପିର ମାନିଫେଷ୍ଟକୁ ସମାଲୋଚନା କରି ଏପରି କହିଛନ୍ତି ଉମା ସାମନ୍ତରାୟ।
ରାଜ୍ଯରେ ବଦଳିଲା ପାଗ, ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା
ଭୁବନେଶ୍ବର: ୨୧ ଦିନର ଗ୍ରୀଷ୍ମପ୍ରବାହ ପରେ ମିଳିଲା ଆଶ୍ବସ୍ତି। ରାଜ୍ଯରେ ବଦଳିଲା ପାଗ। ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି। ଟୁଇନସିଟି ଭୁବନେଶ୍ବର ଓ କଟକରେ ଘଡ଼ଘଡ଼ି ଓ ବିଜୁଳି ସହ କୁଆପଥର ବର୍ଷା ହେଉଛି। ଏହା ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି। ସକାଳୁ ପାଗ ମେଘୁଆ ରହିଥିବାବେଳେ ଅପରାହ୍ନରେ କୁଆପଥର ବର୍ଷା ହେଉଛି। ନୟାଗଡ଼, ଗଞ୍ଜାମ, ପୁରୀ ଖୋର୍ଦ୍ଧା, କଟକ ଆଜି ଜିଲ୍ଲାରେ ବି କୁଆପଥର ବର୍ଷା ହେଉଛି । ପବନ ଯୋଗୁ କେତେକ ସ୍ଥାନରେ ଗଛ ଭାଙ୍ଗିଥିବା ଜଣାପଡ଼ିଛି। ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ ପ୍ରଭାବରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଛି। ଆସନ୍ତାକାଲିଠୁ ସାରା ଓଡ଼ିଶାରେ ଏପରି ବର୍ଷା ହେବ । କାଲିଠୁ ୯ ତାରିଖ ଯାଏଁ ଝଡତୋଫାନ ହେବା ଆଶଙ୍କା କରାଯାଉଛି । କାଲି ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, କେଉଁଝର, ମୟୂରଭଞ୍ଜ, ଏବଂ ବାଲେଶ୍ୱରକୁ ଅରେଞ୍ଜ ଆଲେର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ୮ ଏବଂ ୯ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଆଜିଠୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।
ଆକାଶମାର୍ଗରେ ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ
ଭୁବନେଶ୍ବର: ବିଜେପି ଏଥର ଓଡ଼ିଶାରେ ସରକାର ଗଠନ କରିବ ବୋଲି କହି ବୁଲୁଛି । ହେଲେ ଏହାକୁ ଚୁଟକିରେ ଉଡାଇ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭବାନୀପାଟଣାରେ ନିର୍ବାଚନୀ ସଭା ସମ୍ବୋଧନ କରି ଖଡିଆଳ ଯିବା ରାସ୍ତାରେ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମୁଖ୍ଯମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଏଥର ରାଜ୍ଯରେ ବିଜେପି ସରକାର ଗଢିବା ନେଇ କହୁଛନ୍ତି ।
ଏହାର ଜବାବରେ ମୁଖ୍ଯମନ୍ତ୍ରୀ କହିଥିଲେ, ବହୁତ ଦିନ ହେଲା ବିଜେପି ଦିନରେ ସ୍ବପ୍ନ ଦେଖି ଆସୁଛନ୍ତି । ଏହି ଛୋଟିଆ ଭିଡିଓକୁ ପାଣ୍ଡିଆନ ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯାହାକୁ ଢେର ସାରା ଲାଇକ ଓ କମେଣ୍ଟସ ମିଳୁଛି ।

