spot_img
Home Blog Page 2068

ସାଧାରଣ ନିର୍ବାଚନ ପାଇଁ ବଢୁଛି ତାତି; ଏଯାବତ୍ କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେଣି ?

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବଢୁଛି ତାତି। ସଭିଙ୍କ ନଜର ରହିଛି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ। ତେବେ କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଜାଣିରଖନ୍ତୁ। ଆଜି କଂଗ୍ରେସ ଆଉ ୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ଦଳ ଏଯାଏଁ ୧୨୮ଜଣଙ୍କ ନାଁ ଘୋଷଣା କଲାଣି। ସେପଟେ ବିଜେଡି ୧୨୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ବିଜେପି ଏଯାଏଁ ୧୩୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେଡି ଆହୁରି ୨୧ ଆସନରେ ପ୍ରାର୍ଥୀ ଦେବାକୁ ବାକି ଥିବାବେଳେ ବିଜେପି ଆଉ ୧୬ଟି ଆସନରେ ଏବଂ କଂଗ୍ରେସ ୩୧ ଆସନରେ ପ୍ରାର୍ଥୀ ଦେବାକୁ ବାକି ଅଛି।

୪ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: କଂଗ୍ରେସର ୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା। ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ଏହି ପର୍ଯ୍ୟାୟରେ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ। ମାହାଙ୍ଗାରୁ ଦେବନ୍ଦ୍ର କୁମାର ସାହୁ, ଭୁବନଶ୍ୱର (ମଧ୍ୟ)ରୁ ପ୍ରକାଶ ଚନ୍ଦ୍ର ଜେନା, ଭୁବନଶ୍ୱର (ଉତ୍ତର)ରୁ ଅଶୋକ କୁମାର ଦାସ, ସତ୍ୟବାଦୀରୁ ମନୋଜ ରଥ ରହିଛନ୍ତି ।

ମୋଟ୍ ୧୨୮ଟି ଟିକେଟ୍ ଘୋଷଣା କଲା କଂଗ୍ରେସ ।

ନବୀନ ନିବାସରେ ଟିକେଟ ପାଇଥିବା ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର: ଟିକେଟ ଘୋଷଣା ପରେ ନବୀନ ନିବାସରେ ଲାଗିଛି ବିଜେଡି ବିଧାନସଭା ପ୍ରାର୍ଥୀଙ୍କ ଭିଡ଼। ଟିକେଟ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ଅନେକ ପ୍ରାର୍ଥୀ। ନବୀନ ନିବାସରେ ପହଁଞ୍ଚିଥିଲେ ରେଢାଖୋଲ ବିଜେଡି ବିଧାନସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ। ସମ୍ବଲପୁର ବଦଳରେ ରେଢ଼ାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସେହିପରି କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ହିନ୍ଦୋଳ ବିଧାୟିକା ସୀମା ନାୟକ ନବୀନ ନିବାସରେ ପହଞ୍ଚିଥିଲେ। ଜୟପୁର ବିଜେଡି ବିଧାୟିକା ପ୍ରାର୍ଥୀ ଇନ୍ଦିରା ନନ୍ଦ ବି ନବୀନ ନିବାସ ପହଞ୍ଚିଥିଲେ। ଜୟପୁରରୁ ବିଜେଡି ଟିକେଟ ଦେଇଥିବାରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇନ୍ଦିରା। ସ୍ୱାଧୀନତା ପରେ ପ୍ରଥମ ଥର ଲାଗି ଜଣେ ମହିଳା ଜୟପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏଥର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଇନ୍ଦିରା।

ସେହିପରି ଚିତ୍ରକୋଣ୍ଡା ବିଧାୟିକା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ ଓ ଦେବଗଡ଼ ବିଧାୟିକା ପ୍ରାର୍ଥୀ ଅରୁନ୍ଧତୀ ଦେବୀ, ନିମାପଡା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ, ଅନୁଗୁଳ ପ୍ରାର୍ଥୀ ସଂଯୁକ୍ତା ସିଂ, ବିଜେଡି ସାନଖେମୁଣ୍ଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବିଜେଡି ପଦ୍ମପୁର ପ୍ରାର୍ଥୀ ବର୍ଷା ସିଂ ବରିହା ନବୀନ ନିବାସରେ ଦଳର ସୁପ୍ରିମୋଙ୍କୁ ସାକ୍ଷାତ କରିଛନ୍ତି।

ଆଜି ବିଶ୍ବ ଐତିହ୍ୟ ଦିବସ, ବିନା ପ୍ରବେଶ ଶୁଳ୍କରେ କୋଣାର୍କ ବୁଲିବେ ପର୍ଯ୍ୟଟକ

ପୁରୀ: ଆଜି ବିଶ୍ବ ଐତିହ୍ୟ ଦିବସ। ଏନେଇ କୋଣାର୍କ ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକଙ୍କୁ ଟିକେଟ ଛାଡ କରାଯାଇଛି। ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ୧୮ ଏପ୍ରିଲକୁ ୟୁନିସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ଦିବସ ଭାବେ ସମଗ୍ର ପୃଥିବୀରେ ଥିବା ବିଭିନ୍ନ ଦେଶର ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ମାନ୍ୟତା ପାଇଥିବା ପ୍ରାଚୀନ କୀର୍ତ୍ତିରାଜି ଗୁଡିକରେ ମହା ଆଡମ୍ୱରରେ ପାଳନ କରାଯାଉଛି ବିଶ୍ବ ଐତିହ୍ୟ ଦିବସ । ବିଶ୍ୱଐତିହ୍ୟ ମାନ୍ୟତା ପାଇବାକୁ ନେଇ ପ୍ରତି ବର୍ଷ ୧୮ ଏପ୍ରିଲକୁ ବିଶ୍ୱଐତିହ୍ୟ ଦିବସ ଭାବେ ପାଳନ କରାଯାଇଥିବା ବେଳେ କୋଣାର୍କ ସୂର୍ଯ୍ୟମନ୍ଦିରରେ ଏଏସଆଇ ପକ୍ଷରୁ ବିଶ୍ୱ ଐତିହ୍ୟ ଦିବସ ପାଳିତ ହେଉଛି।

ଦେଶ ବିଦେଶର ପର୍ଯ୍ୟଟକଙ୍କ ନିମନ୍ତେ କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରବେଶ ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ କରାଯାଇଛି। ଏହି ଅବସରରେ ପର୍ଯ୍ୟଟକଙ୍କ ପାଇଁ ଏକ ଫଟଚିତ୍ର ପଦର୍ଶନୀ ଆୟୋଜିତ କରାଯାଇଥିଲା।

ସିକ୍କିମରେ ଗୋଟିଏ ପର୍ଯ୍ଯାୟରେ ବିଧାନସଭା ନିର୍ବାଚନ, ୩୨ ସଦସ୍ୟ ବିଶିଷ୍ଟ ଗୃହ ଲାଗି ହେବ  ଭୋଟ

ବ୍ୟୁରୋ ରିପୋର୍ଟ: ସିକ୍କିମରେ ଗୋଟିଏ ପର୍ଯ୍ଯାୟରେ ବିଧାନସଭା ନିର୍ବାଚନ। ୩୨ ସଦସ୍ୟ ବିଶିଷ୍ଟ ଗୃହ ଲାଗି ହେବ  ଭୋଟ। ଜୁନ ୨ରେ ଭୋଟ ଗଣତି ହେବ। ଆସନ୍ତା ଜୁନ ୨ରେ ବିଧାନସଭା କାର୍ଯ୍ୟକାଳ ସରୁଥିବା ଦୃଷ୍ଟିରୁ ତା’ପୂର୍ବରୁ ସରିବ ନିର୍ବାଚନ ପ୍ରକ୍ରିୟା । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ନେତା ପ୍ରେମ ସିଂ ତାମଙ୍ଗ ମୁଖ୍ଯମନ୍ତ୍ରୀ ଥିବାବେଳେ ପୁଣି ଥରେ ସେ କ୍ଷମତା ଦଖଲ କରିବାକୁ ଆଶାବାଦୀ। ୩୨ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏ ମେଣ୍ଟ ସଦସ୍ୟ ସଂଖ୍ଯା ରହିଛି ୩୦। ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ୧୯ ବିଧାୟକ ଥିବାବେଳେ ବିଜେପିର ଅଛନ୍ତି ୮ ବିଧାୟକ। ବିରୋଧୀ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟର ଜଣେ ଓ ସ୍ବାଧୀନ ବିଧାୟକ  ୩ ଜଣ ଅଛନ୍ତି।

ରାଜ୍ଯରେ ମୋଟ ଭୋଟର ସଂଖ୍ୟା ଅଛନ୍ତି ୪  ଲକ୍ଷ ୬୬ହଜାର । ୩୨ ଆସନ ଲାଗି ମୋଟ ପ୍ରାର୍ଥୀ ସଂଖ୍ଯା ଅଛନ୍ତି ୧୪୭। ମଇଦାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ ଓ ପାଞ୍ଚଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ ନେତା ପଓ୍ବନ କୁମାର ଚାମଲିଂ । ସୋରେଙ୍ଗ-ଚାକୁଙ୍ଗ ଓ ରେନୋକ ଅର୍ଥାତ୍ ଦୁଇଟି ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ। ପୋକଲୋକ-କାମରଙ୍ଗ ଆସନରୁ ପବନ କୁମାର ଚାମଲିଂ ଲଢୁଥିବାବେଳେ ନାମଚିଂ-ସିଙ୍ଗଥାଙ୍କ ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କ୍ରିଷ୍ଣା କୁମାରୀ ରାୟ ।

 

 

 

BJDର ନିର୍ବାଚନୀ ଇସ୍ତାହାର ପାଇଁ ଲୋକଙ୍କ ମତ ଲୋଡିଲେ 5T ଅଧ୍ୟକ୍ଷ

ଭୁବନେଶ୍ୱର: ବିଜେଡିର ପ୍ରକାଶ ପାଇବ ନିର୍ବାଚନୀ ଇସ୍ତାହାର। ତା’ ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ମାଗିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଗୁରୁତ୍ବ ଦିଅନ୍ତି। ଏନେଇ ଚଳିତଥର ଲୋକଙ୍କ ମତାମତ ଅନୁସାରେ ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବ।

ଏଥିପାଇଁ [email protected]ରେ ମତାମତ ଦେବାକୁ ଲୋକଙ୍କୁ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅପିଲ କରିଛନ୍ତି ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଓଡିଶାର ୪ ଲୋକସଭା ଆସନରେ ହେବ ମତଦାନ

ବ୍ୟୁରୋ ରିପୋର୍ଟ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡିଶାର ୪ ଲୋକସଭା ଆସନରେ ଭୋଟଗ୍ରହଣର ମତଦାନ କେନ୍ଦ୍ରରେ ସମୟ ପ୍ରକାଶ ପାଇଛି। ଚତୁର୍ଥ ପର୍ଯ୍ୟାୟରେ କଳାହାଣ୍ଡି ଲୋକସଭା ଆସନର ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୩୯ ବୁଥରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିଆଯିବ ଭୋଟ। ସେହିପରି ଖଡ଼ିଆଳ ନିର୍ବାଚନମଣ୍ଡଳୀର ୨୯ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ। ବାକି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ହେବ।

ସେହିପରି ଲାଞ୍ଜିଗଡ଼ ବିଧାନସଭା କ୍ଷେତ୍ରର ସମସ୍ତ ଭୋଟଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ। ଜୁନାଗଡ଼, ଧର୍ମଗଡ଼ ଓ ଭବାନୀପାଟଣା ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ। ନର୍ଲା ବିଧାନସଭା କ୍ଷେତ୍ରର ୧୯ ଭୋଟଗ୍ରହଣ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ସେହିପରି ନବରଙ୍ଗପୁର ଲୋକସଭା କ୍ଷେତ୍ରର ଉମରକୋଟ ବିଧାନସଭା କ୍ଷେତ୍ରର ୨୨ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ବାକି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଝରିଗାଁ ବିଧାନସଭା କ୍ଷେତ୍ରର ୨୦ ଭୋଟଗ୍ରହଣ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ବାକି ଆସନରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ନିଆଯିବ।

ସୋସିଆଲ ମିଡିଆ ‘X’ କୁ ବ୍ଲକ କରିଛି ପାକିସ୍ତାନ

ବ୍ୟୁରୋ ରିପୋର୍ଟ: ‘X’ ମାଲିକ ଏଲନ୍‌ ମସ୍କଙ୍କୁ ବଡ ଝଟ୍‌କା। ସୋସିଆଲ ମିଡିଆ ‘X’ କୁ ବ୍ଲକ କରିଛି ପାକିସ୍ତାନ। ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ‘X’ କୁ ବ୍ଲକ କରିଛି ପାକିସ୍ତାନ। ପାକ୍ ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ କରାଯାଇଛି।

ଚଳିତ ବର୍ଷ ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରଠାରୁ ଉପଭୋକ୍ତାମାନେ X କୁ ବ୍ୟବହାର କରିପାରୁ ନାହାଁନ୍ତି। ଏବେ ପାକିସ୍ତାନ ସରକାର ବର୍ତ୍ତମାନ ଏଲନ ମସ୍କଙ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜାତୀୟ ସୁରକ୍ଷା କଥା ଦର୍ଶାଇ ପାକିସ୍ତାନ ସରକାର X ଉପରେ ବ୍ୟାନ୍‌ ଲଗାଇ ଥିବା ସୂଚନା ମିଳିଛି। ସତ୍ୟପାଠ କରି ପାକ୍ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 ସାରା ରାଜ୍ୟରେ ଅସମ୍ଭାଳ ତାତି, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳ ଓଡ଼ିଶାରେ ଅଗ୍ନୀବର୍ଷା ଅଧିକ ହେଉଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ଆଜି ଓ କାଲି ରାଜ୍ୟରେ ସିଭିୟର ହିଟ୍ଓ୍ବେଭ୍ ପାଇଁ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କତା ଜାରି କରାଯାଇଛି।

୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସ୍ଥିତିକୁ ଦେଖି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ୨୧ ତାରିଖ ପରେ ତାତିରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି। ଗୁରୁଚାପବଳୟ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଓଡି଼ଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର: ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଏହି ପର୍ଯ୍ୟାୟରେ ମୋଟ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ହେବାକୁ ଥିବା ବେଳେ ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ବିଶେଷକରି ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ଦକ୍ଷିଣ ଓଡ଼ିଶା ରାଜନୀତି ବେଶ୍ ସରଗରମ ହୋଇଉଠିଛି। ଏହି ପର୍ଯ୍ୟାୟରେ ସମସ୍ତ ୪ ଲୋକସଭା ଆସନ ସହ ପ୍ରାୟ ୭ ରୁ ୮ ବିଧାନସଭା ଆସନ ବେଶ୍ ଚର୍ଚ୍ଚାରେ ରହିଛି। ଏଠାରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ବିଶାରଦମାନେ ଆକଳନ କରୁଛନ୍ତି।

ନର୍ଲା, ନୂଆପଡ଼ା, ପାରଳାଖେମୁଣ୍ଡି, ଧର୍ମଗଡ଼, ଭବାନୀପାଟଣା, କୋରାପୁଟ, ଜୟପୁର ପରି ଆସନରେ ବିଭିନ୍ନ ଦଳର ହେଭିୱେଟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ନିର୍ବାଚନରେ ବିଜୟ ସଭିଁଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ ନେଇ ଭୋଟରଙ୍କ ମନରେ ଉତ୍କଣ୍ଠା ଚରମ ସୀମାରେ ପହଞ୍ଚିଛି।