spot_img
Home Blog Page 2069

ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶା, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡର ମୋଟ ୯୬  ଲୋକସଭା ଆସନରେ ହେବ ଭୋଟ । ଆଜିଠୁ ନାମାଙ୍କନ ଆରମ୍ଭ ହେଉଥିବା ବେଳେ ୨୫ ତାରିଖ ଶେଷ ସୁଯୋଗ ରହିଛି। ୨୬ ଏପ୍ରିଲରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ ୨୯ ଏପ୍ରିଲ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ଯାହାର କରିହେବ। ୧୩ ମେ’ରେ ଭୋଟଗ୍ରହଣ ହୋଇ ୪ ଜୁନରେ ଫଳାଫଳ ପ୍ରକାଶ ପାଇବ। ଲୋକସଭା ସହ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ବିଧାନସଭା ପାଇଁ ମଧ୍ଯ ଆଜିଠୁ ନାମାଙ୍କର ଦାଖଲ ଆରମ୍ଭ ହେଉଛି।

ସେପଟେ ଆସନ୍ତାକାଲି ଦେଶରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଭୋଟ ଦେବ ୨୧ଟି ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳ। ଆସାମ, ବିହାର, ଅରୁଣାଚଳ, ଛତିଶଗଡ଼, ମଧ୍ଯପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ରାଜସ୍ଥାନ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ, ଜାମ୍ମୁ କାଶ୍ମୀର, ଲାକ୍ଷାଦ୍ବୀପ, ପୁଡୁଚେରୀର ୧୦୨ ଲୋକସଭା ଆସନରେ ଭୋଟ ପାଇଁ ସବୁ ପ୍ରସ୍ତୁତି ସରିଛି। ଏହାସହ ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭା ଲାଗି ହେବ ନିର୍ବାଚନ।  ୨୧ଟି ରାଜ୍ଯ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ମାଓ ପ୍ରଭାବିତ ଅଞ୍ଚଳରେ ଭୋଟ ଲାଗି ସମସ୍ତ ବ୍ଯବସ୍ଥା କରାଯାଇଛି।

ତମାଣ୍ଡୋ ଥାନା ପାତ୍ରପଡାରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର : ତମାଣ୍ଡୋ ଥାନା ପାତ୍ରପଡାରେ ସିରିଜ ଦୁର୍ଘଟଣା। ଗ୍ୟାସ ବୋଝେଇ ଟ୍ରକକୁ ଧକ୍କା ଦେଲା ଦୁଇଟି ଟ୍ରକ୍। ଦୁର୍ଘଟଣାରେ ଚାପି ହୋଇ ରହିଥିବା ପଛ ଗାଡିର ଡ୍ରାଇଭରକୁ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ତମାଣ୍ଡୋ ଥାନା ପୋଲିସ। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ହଟାଇବାକୁ ଚେଷ୍ଟା କରୁଥିବା ବେଳେ, ଗାଡି ଚଳାଚଳକୁ ସ୍ବାଭାବିକ୍ କରିବାକୁ ଉଦ୍ୟମ କରୁଛି। ଅନ୍ୟପଟେ ରିଲ୍ସ ନିଶା କରୁଛି ଘାଇଲା । ପ୍ରତ୍ୟେକ ଦିନ ହେଉଛି ଦୁର୍ଘଟଣା । ଜାଭିୟର ଛକରୁ ଇନଫୋସିଟି ନୂଆ ରୋଡ ପାଲଟିଛି ଆକ୍ସିଡେନ୍ଟ ଜୋନ । ଲଗାତାର ଭାବେ ସବୁଦିନ ସନ୍ଧ୍ୟାରେ ହେଉଛି ଦୁର୍ଘଟଣା । ଆଜି  ଏକ ଇନୋଭା କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ କେହି ମୃତାହତ ହୋଇନଥିବା ଜଣାପଡିଛି । ତେବେ କାର ରେସିଂ ରୁ ଏହି ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି । ଘଟଣାସ୍ଥଳରେ ମୈତ୍ରୀବିହାର ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡ଼ିକୁ ଥାନାକୁ ନେଇଛି ।

ସାରା ରାଜ୍ୟରେ ପ୍ରବଳ ତାତି ସାଙ୍ଗକୁ ଝାଞ୍ଜି ମାଡରେ ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର : ସାରା ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି ଅସହ୍ୟ ତାତି । ଦିନ ଯେତିକି ଗଡୁଛି ତାତି ସେତିକି ବଢୁଛି । କାରଣ ଲଗାତାର ୩ଦିନ ହୋଇଯିବ ଆକାଶରୁ ଅଗ୍ନିବର୍ଷା ହେଉଛି । ସକାଳ ୮ଟା ବାଜିଲେ ମୁଣ୍ଡରେ ଚିନ୍ତା ପଡୁଛି । କୌଣସି କାର୍ଯ୍ୟରେ ବାହାରକୁ ଯିବା ମୁସ୍କିଲ ହୋଇପଡୁଛି । ଦିନ ୧୧ଟା ବେଳକୁ ରାସ୍ତାଘାଟ ଶୂନଶାନ ହେବା ସହ ଭୁବନେଶ୍ୱର ଖାଁ ଖାଁ ଲାଗୁଛି । ଅାଜି ଦିନରେ ସବୁ ରେକର୍ଡ ଭଙ୍ଗିଛି ତାତି 30 ସହର ରେ ଦିନର ତାପମାତ୍ରା 40°C କିମ୍ବା ଅଧିକ ରେକର୍ଡ ହୋଇଛି । 43.2°C ସହ ତାଳଚେର ରାଜ୍ୟର ଉତ୍ତପ୍ତ ସବୁଠୁ ଉତପ୍ତ ସହର ପାଲଟିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ 41°C ଅତିକ୍ରମ କଲା ଟ୍ୱିନ ସିଟି । କେବଳ ସେତିକି ନୁହେଁ ଭୁବନେଶ୍ୱର ରେ 41.7°C ଏବଂ କଟକ ରେ 41.5°C ରେକର୍ଡ ହୋଇଛି । ଦିନ ତମାନ ଯଦି ଦେଖିବା ତାହେଲେ ଆଜି ଦିନ 2ଟା 30 ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା

ଭୁବନେଶ୍ୱର: 41.7°C      ଚାନ୍ଦବାଲି: 41.4°C

ଝାରସୁଗୁଡା: 41.4°C      ହୀରାକୁଦ: 41°C

ସମ୍ବଲପୁର: 40.8°C       ରାଉରକେଲା: 40.6°C

ବାଲେଶ୍ୱର: 40.4°C        କେନ୍ଦୁଝର:40.2°C

ଗୋପାଳପୁର: 35.9°C    ପୁରୀ: 35.6°C

ପାରାଦ୍ୱୀପ: 34.8°C

ସେପଟେ ସିଭିୟର ହିଟ୍ଓ୍ବେଭ୍ ଆଲର୍ଟରେ ଓଡ଼ିଶା। ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର। ନୟାଗଡ, ମୟୁରଭଞ୍ଜ, ଗଜପତି ଏବଂ ନୂ୍ଆପଡାକୁ ସତର୍କତା। ସ୍ବାଭାବିକ ଠାରୁ ୮ଡିଗ୍ରୀ ଉପରେ ରହିବ ତାପମାତ୍ରା। ପ୍ରବଳ ତାତି ସାଙ୍ଗକୁ ଝାଞ୍ଜି ମାଡରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ୫ ଦିନ ପର୍ଯ୍ୟନ୍ତ ଅସମ୍ଭାଳ ହେବ ତାତି । ଦିନ ୧୧ ରୁ ୩ଟା ଯାଏଁ ଘରୁ ବାହାରିବା ମନା। ୧୮ ରୁ ୨୦ ଯାଏଁ ପିକରେ ରହିବ ଗ୍ରୀଷ୍ମ ପ୍ରବାହ । ଏନେଇ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ସାରା ରାଜ୍ୟରେ ଏବେ ଅସହ୍ୟ ତାତି। ଆଭ୍ୟନ୍ତରୀଣ ଓଡ଼ିଶା ସହ ଜଳୁଛି ଉପକୂଳ ଓଡ଼ିଶା। ଆଜି ସକାଳେ ଭୁବନେଶ୍ବରରେ ଅନୁଭବ ହୋଇଛି ୪୬ ଡିଗ୍ରୀ ତାପମାତ୍ରା। ସକାଳ ସାଢେ ଆଠଟାରେ ୩.୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୭୩ ପ୍ରତିଶତ ଆଦ୍ରତା ରେକର୍ଡ ହୋଇଛି। ଯାହା ୪୬ ଡିଗ୍ରୀ ତାତି ଅନୁଭବର କାରଣ ସାଜିଛି ।

ତଡାଖିଆ ନେତାଙ୍କ ଦାଦାଗିରି, ଜାବାବ ଦେଲେ ଟାଙ୍ଗୀ ଚାନ୍ଦପୁରର ଯୁବକ

ଟାଙ୍ଗୀ : ପୁଣି ତଡାଖିଆ ନେତାଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଆଉ ଦାଦାଗିରି ଛଡେଇ ଦେଲେ ଟାଙ୍ଗୀ ଚାନ୍ଦପୁରର ଯୁବକ ମାନେ । ଘଟଣା କ୍ରମ ଏମିତି ଥିଲା ଯେ, ଜୋର ଜବରଦସ୍ତ  ଶ୍ରୀରାମ ଜୟନ୍ତୀ ଶୋଭାଯାତ୍ରାରୁ ବିଦା କରିଦେଲେ ତଡା ଖିଆ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ । ସାରା ଦେଶରେ ଆଜି ପାଳନ ହେଉଛି ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ରଙ୍କର ଜୟନ୍ତୀ । ଗାଁ ଗାଁ ରେ ଉତ୍ସବ ପାଳୁଛନ୍ତି ଲୋକେ ଏହି ଅବସରରେ ଟାଙ୍ଗୀ ଚାନ୍ଦପୁର କନ୍ଧ ନୟାଗଡ଼ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଶୋଭାଯାତ୍ରାରେ ଖୋର୍ଦ୍ଧା ନୟାଗଡ଼ର  ଯୁବକ ମାନେ  ସାମିଲ ହୋଇ ଆସୁଥିଲେ । ଏହି ସମୟରେ ଖବର ପାଇ ଶୋଭାଯାତ୍ରାରେ ସାମିଲ  ହେବା ପାଈଁ ଦଉଡି ଆସିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପ୍ରଶାନ୍ତ ଜଗଦ୍ଦେବ ଜୋର ଜବର ଦସ୍ତ  ଶୋଭାଯାତ୍ରାରେ ସାମିଲ ହେବାରୁ ପରିସ୍ଥିତି ଉତେଜନା ଦେଖା ଦେଇଥିଲା । ଶୋଭାଯାତ୍ରା କାରୀ ମାନେ ଏହାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା ପରିସ୍ତିତି ଏମିତି ହୋଇଥିଲା ଯେ ପୋଲିସ ତୁରନ୍ତ ହସ୍ତକ୍ଷେପ କରିବା ସହ ପ୍ରଶାନ୍ତ ଜଗଦ୍ଦେବ ଘଟଣା ସ୍ଥଳରୁ ପଳାଇଥିଲେ ।

ଯିଏ ବିକାଶ ସହିତ ରହିଛି ମହାକାଳପଡା ବାସୀ ସେମାନଙ୍କ ସହିତ ଅଛନ୍ତି : ଅତନୁ

କେନ୍ଦ୍ରାପଡ଼ା : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ନିର୍ବାଚନ ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ୨୦୦୯ ମସିହାରେ ନୂତନ ଭାବରେ ମହାକାଳପଡା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲେ ମଧ୍ଯ ଓଡିଶା ରାଜନିତିରେ ମହାକାଳପଡା ନିର୍ବାଚନ ମଣ୍ଡଳୀର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କେନ୍ଦ୍ରପଡା ଲୋକସଭା କ୍ଷେତ୍ରର ମହାକାଳପଡା ବ୍ଲକର ୩୧ଟି ପଞ୍ଚାୟତ ଏବଂ ମାର୍ଶାଘାଇ ବ୍ଲକର ୧୭ ଟି ପଞ୍ଚାୟତକୁ ନେଇ ମହାକାଳପଡା ନିର୍ବାଚନ ମଣ୍ଡଳୀ । ମହାକାଳପଡା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨ ଲକ୍ଷ ୫୨ ହଜାର ୮୭୭ ଜଣ ଭୋଟର ରହିଛନ୍ତି । ସେଥି ମଧ୍ଯରୁ ୧ ଲକ୍ଷ ୩୨ ହଜାର ୩୬୬ ଜଣ ପୁରୁଷ ଭୋଟର ଥିବା ବେଳେ ୧ ଲକ୍ଷ ୨୦ ହଜାର ୫୦୭ ଜଣ ମହିଳା ଭୋଟର ଥିବା ବେଳେ  ୪ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି । ଚଳିତ ନିର୍ବାଚନ ପାଇଁ ବିଜେଡି ପୁଣି ଥରେ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଜଣେ ଯୁବ ପାର୍ଥି ଭାବରେ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟରେ ମହାକାଳପଡା ନିର୍ବାଚନ ମଣ୍ଡଳୀ ପାଇଁ ପାର୍ଥି ଘୋଷଣା କରିପାରିନାହିଁ କଂଗ୍ରେସ। ୨୦୦୯ ମସିହା ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଲଗାତାର ତିନି ତିନିଥର ବିଜେଡି ଦଖଲରେ ରହି ଆସିଛି ମହାକାଳପଡା ନିର୍ବାଚନ ମଣ୍ଡଳୀ । ୨୦୦୯ ରେ ବିଜେଡି ପାର୍ଥୀ ଅତନୁ ସବ୍ୟସାଚୀ ନାୟକ ୭୦ ହଜାର ୪୩୩ ଖଣ୍ଡ ୪୮.୬୯ ପ୍ରତିଶତ ଭୋଟ ପାଇ ବିଜ୍ରୀ ହୋଇଥିଲେ

ସେହିଭଳି ୨୦୧୪ରେ ମଧ୍ୟ ବିଜେଡି ପାର୍ଥୀ ଅତନୁ ସବ୍ୟସାଚୀ ନାୟକ ୮୧ ହଜାର ୫୦ ଖଣ୍ଡ ୪୭.୬୨ ଭୋଟ ପାଇ ବିଧାୟକ ହୋଇଥିଲେ । ବିଜେପି ପାର୍ଥୀ ବିଜୟ ମହାପାତ୍ର ୫୭ ହଜାର ୮୦୪ ଖଣ୍ଡ ଭୋଟ ପାଇ ଦ୍ବିତୀୟରେ ରହିଥିଲେ । ୨୦୧୯ ରେ ବିଜେଡି ପୁଣି ଥରେ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଅତନୁ ସବ୍ୟସାଚୀ ନାୟକ ୯୩ ହଜାର ୧୯୭ ଖଣ୍ଡ ଅର୍ଥାତ ୫୧.୨୯ ପ୍ରତିଶତ ଭୋଟ ପାଇ ବିଜେପିର ବିଜୟ ପ୍ରଧାନଙ୍କ ଠାରୁ ବିଜୟ ହୋଇଥିଲେ । ବିଜୟ ପ୍ରଧାନ ୭୭ ହଜାର ୫୩୪ ଖଣ୍ଡ ଅର୍ଥାତ ୪୨.୬୭ ପ୍ରତିଶତ ଭୋଟ ପାଇଥିଲେ ।

ମହାକାଳପଡା ନିର୍ବାଚନ ମଣ୍ଡଳୀ ଟି ନଦୀନାଳ ଭରା ଏବଂ ବାତ୍ଯା ପ୍ରବଣ ଅଞ୍ଚଳ ଭାବରେ ପରିଚିତ । ଏହି ନିର୍ବାଚନ ମଣ୍ଡଳୀ ରେ ଯାହା ବିକାଶ ହୋଇଛି ୨୦୦୯ ମସିହା ଠାରୁ ହୋଇ ଆସୁଛି । ରାସ୍ତାଘାଟ, ପୋଲ, ବାତ୍ଯା ଆଶ୍ରୟସ୍ଥଳ କିମ୍ବା ଶିକ୍ଷା ସବୁ କ୍ଷେତ୍ରରେ ମହାକାଳପଡାରେ ବିକାଶ ହୋଇଛି । ମାର୍ଶାଘାଇ ଏବଂ ମହାକାଳପଡା ରେ ନୂଆ ବସଷ୍ଟାଣ୍ଡ ମଧ୍ଯ ନିର୍ମାଣ ହୋଇଛି । ଯିଏ ବିକାଶ ସହିତ ରହିଛି ମହାକାଳପଡା ବାସୀ ସେମାନଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି ।

ପରିବାରକୁ ହସ୍ତାନ୍ତର ହେଲା ବସ୍ ଦୁର୍ଘଟଣାରେ ମୃତକଙ୍କ ମୃତଦେହ

କୋଲକାତା : ଯାଜପୁରରେ ଭୟଙ୍କର ବସ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ୪ ଜଣଙ୍କର ମୃତ୍ୟୁ ଦେହ ନିଜ ଘରେ ପହଞ୍ଚିଛି। ଏହା ବ୍ୟତୀତ ଜିଲ୍ଲାର ୧୨ ଜଣ ଲୋକ ଆହତ ହୋଇଛନ୍ତି। ପୂର୍ବ ମେଦିନୀପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା ଜରୁରୀକାଳୀନ ଅପରେସନରେ ମୃତଦେହକୁ ନିଜ ଗ୍ରାମକୁ ନିଆଯାଇଛି। ଏଗ୍ରା ସବ-ଡିଭିଜନାଲ ଅଧିକାରୀଙ୍କ ନିର୍ଦ୍ଦେଶରେ ୪ଜଣଙ୍କ ମୃତଦେହକୁ ଏଗ୍ରା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଅଣାଯାଇଥିଲା। ସବ-ଡିଭିଜନାଲ ମାଜିଷ୍ଟ୍ରେଟ ମଞ୍ଜିତ କୁମାର ଯାଦବ, ଏଗ୍ରା ପୋଲିସ ଷ୍ଟେସନ ଆଇଆଇସି ଅରୁଣ କୁମାର ଖାନ ଏବଂ ସ୍ଥାନୀୟ ବିଧାୟକ ତରୁଣ କୁମାର ମାଇତିଙ୍କ ଉପସ୍ଥିତିରେ ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏହା ବ୍ୟତୀତ ଏଗ୍ରା ବିଧାୟକ ମୃତଦେହକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଗ୍ରା ମ୍ୟୁନିସିପାଲିଟିର ୱାର୍ଡ ନମ୍ବର ୧୨ ର କାଉନସିଲର ଜୟନ୍ତ ସାଓ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଦୁର୍ଘଟଣାର ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ତତ୍ପର ହୋଇଥିଲେ । ଆହତଙ୍କୁ ଉପଯୁକ୍ତ ଚିକିତ୍ସା ତଥା ମୃତଦେହକୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ଏବଂ ମୃତକ ପରିଵାରକୁ ସାହାଯ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ ପାଇବା ପରେ ଜିଲ୍ଲା ପ୍ରଶାସନର ଅଧିକାରୀ ତଥା ଜନ ପ୍ରତିନିଧୀମାନେ ପରିବାର ପାଖରେ ଛିଡା ହୋଇଥିଲେ।

 

ପଦ୍ମ ଛାଡି ଶଙ୍ଖ ଧରିଲେ କଟକ ଜିଲ୍ଲା ବିଜେପି ସଂପାଦକ

ମାହାଙ୍ଗା : ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ବିଜେପି ସଂପାଦକ। ସାଧାରଣ ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ବିଜେଡି ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ଟିକେଟ ବଣ୍ଟନକୁ ନେଇ ବଢୁଛି ଅସନ୍ତୋଷ। ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି ନେତା ଓ କର୍ମୀ। କଟକ ଜିଲ୍ଲା ମାହାଙ୍ଗା  ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ  କେନ୍ଦୁପାଟଣା ପଂଚାୟତ ପୂର୍ବତନ ସରପଂଚ ତଥା କଟକ ଜିଲ୍ଲା ବିଜେପି ସଂପାଦକ ବିବେକାନନ୍ଦ ବେହେରା ୨୦ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ  ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ସ୍ଥାନୀୟ ବିଧାୟକ ପ୍ରତାପ ଜେନା ଓ ତାଙ୍କ ସୁପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।

ଟିଏମସିର ନିର୍ବାଚନୀ ଇସ୍ତାହାରରେ ମମତାଙ୍କ ୧୦ ଶପଥ ଜାଣନ୍ତୁ

କୋଲକାତା : ଲୋକସଭା ନିର୍ବାଚନ ୨୦୨୪ ପାଇଁ  ଟିଏମସିର ନିର୍ବାଚନୀ ଇସ୍ତାହାର ଘୋଷଣା ହୋଇଛି । ବୁଧବାର ଏହି ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୦ଟି ଶପଥ ନେଇଛନ୍ତି । ସେ କହିଛନ୍ତି ନାଗରିକ ସଂଶୋଧନ ଆଇନ, ନାଗରିକ ପଞ୍ଜିକରଣ ଆଇନ ସମାପ୍ତ କରିବା ଲାଗି ଟିଏମସି ଇସ୍ତାହାରରେ ଘୋଷଣା କରାଯାଇଛି । ଟିଏସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯଦି କେନ୍ଦ୍ରରେ ତାଙ୍କ ଦଳ ସରକାରକୁ ଆସେ ତାହେଲେ CAAକୁ ଡଷ୍ଟବିନକୁ ଫୋପଡାଯିବ। ଟିଏମସି ଏହା ମଧ୍ୟ କହିଛି ଯେ ଯଦି କ୍ଷମତାକୁ ଆସେ ତେବେ ଘରେ ଘରେ ପାଞ୍ଚ କିଲୋଗ୍ରାମ ମାଗଣା ରାସନ ଦିଆଯିବ ଏବଂ ଗୋଟିଏ ବର୍ଷରେ ବିପିଏଲ ପରିବାରକୁ ୧୦ ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ।

ଟିଏମସି ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ଦଳର ନେତା ଡେରେକ ଓ’ବ୍ରାଇନ୍ କହିଛନ୍ତି  । ଯଦି କେନ୍ଦ୍ରରେ ଟିଏମସି ସରକାର ଗଠନ ହୁଏ, ତେବେ ଶ୍ରମିକ ମାନଙ୍କ ମଜୁରି ଦିନକୁ ୪୦୦ ଟଙ୍କାକୁ ବୃଦ୍ଧି କରାଯିବ, ସମସ୍ତଙ୍କ ପାଇଁ ସ୍ଥାୟୀ ଘର ଦିଆଯିବ ।  ଶ୍ରମିକ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ମାସକୁ ୧୦୦୦ ଟଙ୍କା ପେନ୍ସନ୍, ୬୦ ବର୍ଷ ବୟସର ବ୍ୟକ୍ତିଙ୍କୁ (ବାର୍ଷିକ ୧୨ ହଜାର ଟଙ୍କା) ଦିଆଯିବ | ଇନ୍ଧନ ଏବଂ ଏଲପିଜି ମୂଲ୍ୟ ଯାଞ୍ଚ କରାଯିବ, ମୂଲ୍ୟ ସ୍ଥିରତା ପାଣ୍ଠି ସୃଷ୍ଟି ହେବ, ୨୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଛାତ୍ରଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିବ।  ଯେଉଁମାନେ ଅଧିକ ଉଚ୍ଚଶିକ୍ଷା ଅଧ୍ୟୟନ କରିବାକୁ ଚାହିଁବେ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଛାତ୍ର କ୍ରେଡିଟ କାର୍ଡ ଦିଆଯିବ। ବଙ୍ଗଳାର ଲକ୍ଷ୍ମୀ ଭଣ୍ଡାର ଜୋଜନାରେ ମହିଳାମାନେ ମାସିକ ରାଶି ପାଇବେ ଏବଂ ସମସ୍ତଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଚିକିତ୍ସା ବୀମା ରହିବ ।

ଝାରପଡା ଜେଲରେ ପାଳିତ ହେଲା ଶ୍ରୀରାମ ନବମୀ

ଭୁବନେଶ୍ୱର : ଆଜି ଶ୍ରୀରାମ ନବମୀ । ସଜେଇ ହୋଇଛି ସାରା ଭୁବନେଶ୍ୱର । ସବୁଠି ରାମମୟ ପରିବେଶ । ବ୍ରାହ୍ମ ମୂହୂର୍ତ୍ତରେ ଚାରିଆଡେ ମନ୍ତ୍ର ଧ୍ୱନିର ସ୍ୱର ଶୁଣିବାକୁ ମିଳୁଥିବା ବେଳେ ଭୁବନେଶ୍ୱର ଝାରପଡା ସ୍ୱତନ୍ତ୍ର ଜେଲରେ ଦେଖିବାକୁ ମିଳିଛି ଭାବମୟ ପରିବେଶ। ଜେଲ କ୍ୟାମ୍ପସରେ ଥିବା ସ ହନୁମାନ ମନ୍ଦିର ପରିସରରେ ନିରାଡ଼ମ୍ବର ସହ ଅନୁଷ୍ଠିତ ହୋଇଛି ରାମ ନବମୀ । ଅନ୍ତେବାସୀଙ୍କ ସହ ଜେଲ କର୍ମଚାରୀଙ୍କ ପାଇଁ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଛି । ବାହାର ଲୋକଙ୍କ ପାଇଁ ଜଳଛତ୍ର ବ୍ୟବସ୍ଥା ହୋଇଛି। ଜେଲ ସୁପାରିନଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ ଓ ଜେଲର ପ୍ରସନ୍ନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରାମନବମୀ ଉତ୍ସବ ଅନୁଷ୍ଠିତ ହୋଇଛି।

 

ବିଜେଡିର ପଂଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୬ ମହିଳା

ଭୁବନେଶ୍ୱର : କେବଳ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ । ବିଜେଡ଼ିର ପଂଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରୁ ଏହା ଜଣା ପଡୁଛି । ଦେଶର ବାକି ଦଳ ମହିଳାଙ୍କୁ ସୁଯୋଗ ଦେବାକୁ କେବଳ ପାଟିରେ କୁହନ୍ତି କିନ୍ତୁ ବିଜୁ ଜନତା ଦଳ ଏହା ବାସ୍ତବରେ କରୁଛି । ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବୁଧବାର ଦିନ ଦଳ ଜାରି କରିଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି । ଏହି ତାଲିକାରେ ୬ ଜଣ ମହିଳା ପ୍ରାର୍ଥୀଙ୍କ ନାମ ରହିଛି ।

ପଂଚମ ପର୍ଯ୍ୟାୟରେ ୬ ମହିଳା ପ୍ରାର୍ଥୀ

ବିଜେଡି଼ର ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ  ଯେଉଁ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ସେମାନେ ହେଲେ ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ,ପଦ୍ମପୁରରୁ ବର୍ଷା ସିଂ ବରିହା,ଦେଓଗଡରୁ ଅରୁନ୍ଧତୀ କୁମାରୀ ଦେବୀ,ଅନୁଗୁଳରୁ ସଞ୍ଜୁକ୍ତା ସିଂ,ସାନଖେମୁଣ୍ଡିରୁ ସୁଶ୍ରୀ ସୁଲକ୍ଷ୍ନା ଗୀତାଞ୍ଜଳୀ ଦେବୀ ଓ ଜୟପୁର ଡକ୍ଟର ଇନ୍ଦିରା ନନ୍ଦ

କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିବେ । ବୁଧବାର ଜାରି ପ୍ରାର୍ଥୀ ତାଲିକାରୁ ସେ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ବୋଲି ଜଣା ପଡ଼ିଛି ।