spot_img
Home Blog Page 208

ଚିନ୍ତାରେ ରାୟଗଡା ଜିଲ୍ଲାର କପା ଚାଷୀ।: ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ

ଚିନ୍ତାରେ ରାୟଗଡା ଜିଲ୍ଲାର କପା ଚାଷୀ। ନିମ୍ନମାନର ଦର୍ଶାଇ କପା କିଣୁନି ସିସିଆଇ। ଦଲାଲ ହାତରେ ଶାଗ ମାଛ ଦରରେ ଧଳାସୁନା ଟେକି ଦେଇ ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ। ରାଜ୍ୟ ବାହାରେ କପାର ଚାହିଦା ଅଧିକ ରହିଥିବାବେଳେ ଦଲାଲ ହେଉଛନ୍ତି ମାଲାମାଲ। ଜିଲ୍ଲାର ଆଦିବାସୀ ଚାଷୀ ମାନେ ହେକ୍ଟର ହେକ୍ଟର ଜମିରେ କପା ଉତ୍ପାଦନ କରୁଛନ୍ତି । ହେଲେ ଜିଲ୍ଲାରେ ବଜାର ବ୍ୟବସ୍ଥା ନାହିଁ କି ଆବଶ୍ୟକ ମଣ୍ଡି ଖୋଲାଯାଉନି । ସରକାରୀ ସ୍ତରରେ ୬ଟି ମଣ୍ଡି ରହିଥିବା ବେଳେ କେବଳ ୨ଟି ମଣ୍ଡି ଖୋଲାଯାଇଛି । ସିସିଆଇର ନିଜସ୍ବ ଗୋଦାମ ଗୃହ ନଥିବା ଯୋଗୁଁ ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଣ୍ଡିକୁ ନେବା ପାଇଁ ପରିବହନ ଖର୍ଚ୍ଚ ପଡୁଥିବା ବେଳେ କପାର ମାନ କମ୍ ଦର୍ଶାଇ ସିସିଆଇ କମ୍ ଦାମରେ କ୍ରୟ କରୁଥିବା ଅଭିଯୋଗ ହୋଇଛି ।

ସିସିଆଇର ନିଜସ୍ବ ଗୋଦାମ ଗୃହ ନଥିବା ବେଳେ ଅଧିକାଂଶ କପା ଗୁଡିକୁ ମିଲର୍ ମାନଙ୍କ ଗୋଦାମରେ ରଖାଯାଉଛି । ଦଲାଲର ଶିକାର ନହେବା ପାଇଁ ପ୍ରଶାସନ ପକ୍ଷରୁ ଚାଷୀ ମାନଙ୍କୁ ସଚେତନ କରାଯାଉଥିବା ସତ୍ତ୍ବେ ଚାଷୀ ମାନେ ମଣ୍ଡିର ସୁବ୍ୟବସ୍ଥା ନଥିବା ଦର୍ଶାଇ ବାହାର ରାଜ୍ୟର ଦଲାଲ ମାନଙ୍କୁ କମ୍ ଦାମରେ କପା ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ଚାଷୀଙ୍କ ଠାରୁ ନିର୍ଦ୍ଧାରିତ ସରକାରୀ ଦରରେ କପା କ୍ରୟ କରାଯାଉଥିବା ରାୟଗଡା ଉପଜିଲ୍ଲାପାଳ କହିଛନ୍ତି । କେତେବେଳେ ଅଦିନିଆ ବର୍ଷା, ତ ଆଉ କେତେବେଳେ ରୋଗ ପୋକ। କପା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଏହା ଦୁର୍ବଳ କରୁଥିବା ବେଳେ, ମଣ୍ଡି ସମସ୍ୟା ଚାଷୀଙ୍କ ଚିନ୍ତା ବଢ଼ାଉଛି। ଫଳରେ କପା ଚାଷରୁ ମୁହଁ ଫେରାଇବାକୁ ବସିଲେଣି ଚାଷୀ।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘୋର ଅବ୍ୟବସ୍ଥା: ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘୋର ଅବ୍ୟବସ୍ଥା। ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର। ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମରୁଡ଼ି। ହାତ ଗଣିତ କିଛି ଡାକ୍ତରଙ୍କ ଦ୍ୱାରା ଚାଲିଛି ରୋଗୀସେବା । ମେଡିସିନ, ଗାଇନିକ, ସର୍ଜରୀ ଓ ପେଡିଆଟ୍ରିକଙ୍କ ଭଳି ସ୍ପେଶାଲିଷ୍ଟ ମେଡିକାଲରେ ନାହାନ୍ତି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ। ପାନୀୟ ଜଳ ଓ ଶୌଚାଳୟ କଥା ନ କହିଲେ ଭଲ। ପାନୀୟ ଜଳ ଓ ଶୌଚାଳୟ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ପରିତାପର ବିଷୟ ବର୍ଷାଦିନ ପାଣି ଗଳୁଥିବାରୁ ସରକାରୀ ବାସଭବନରେ ଜରି ପାଲ ପକାଇ ରହୁଛନ୍ତି ଡାକ୍ତର ଓ ନର୍ସ । ଅନ୍ୟପଟେ ଡିଜିଟାଲ ଏକ୍ସରେ ମେସିନ ନଥିବାରୁ ଲୋକେ ବାହାରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି।

ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମୋହନାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ସବୁ ସମସ୍ୟା ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିବା କହିଛନ୍ତି ମୋହନା ଭାରପ୍ରାପ୍ତ ଡାକ୍ତର ଜୟ ପଣ୍ଡା l ତେବେ ଖବର ପ୍ରସାରଣ ପରେ ସରକାର କଣ ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା l

ଦେଶର ଏହି ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି HIV, ରୋକିବା ପାଇଁ କ’ଣ ନିଆଯାଇଛି ପଦକ୍ଷେପ ?

ନନ୍ଦିଘୋଷ ବ୍ୟୁରୋ  ; ବହୁ ପଦକ୍ଷେପ ସତ୍ତ୍ବେ ମିଜୋରାମରେ  ବୟସ୍କ HIVଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରସାର ହାର ପ୍ରାୟ ୨.୭୫ ପ୍ରତିଶତ ରହିଛି । ଜଣେ ଅଧିକାରୀଙ୍କ କହିବାନୁସାରେ, ଏଠାରେ ସଂକ୍ରମଣର ଜାତୀୟ ହାର ୦.୨୦ ପ୍ରତିଶତ ତୁଳନାରେ ଅଧିକ ରହିଛି । ମିଜୋରାମ ରାଜ୍ୟ ଏଡ୍‌ସ ନିରୀକ୍ଷଣ ସମାଜର ପରିଯୋଜନା ନିର୍ଦ୍ଦେଶକ ଡ. ଜେନ ଆର ରାଲ୍ଟେଙ୍କ ଅନୁସାରେ, ୨୦୧୮ ମସିହାରୁ HIV ସଂକ୍ରମଣର ନୂଆ ମାମଲାରେ ହ୍ରାସ ଦେଖିବାକୁ ମିଳିଛି । ନିରାକରଣ ରାକିଂରେ ମିଜୋରାମ ୨୦୨୪-୨୫ ମସିହାରେ ପଞ୍ଚମ ସ୍ଥାନରେ ଥିଲା । ବର୍ତ୍ତମାନ ୨୦୨୫-୨୬ ମସିହାରେ ଏହା ତୃତୀୟ ସ୍ଥାନକୁ ଖସି ଆସିଛି ।

ରାଲ୍ଟେ ମିଡିଆ ସାମ୍ନାରେ କହିଛନ୍ତି,  ରାଷ୍ଟ୍ରୀୟ ଏଡ୍‌ସ ନିୟନ୍ତ୍ରଣ ସଂଗଠନ ଅନୁସାରେ ନିରାକରଣ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ପରେ ଏଥିରେ ସୁଧାର ଆସିଛି । ନୂଆ ସଂକ୍ରମଣ ୨୦୧୮ ମସିହା ଠାରୁ ହ୍ରାସ ପାଇବାରେ ଲାଗିଛି । ଏହି ସକାରାତ୍ମକ ଧାରା ସତ୍ତ୍ୱେ, ରାଲ୍ଟେ କହିଛନ୍ତି ଯେ ମିଜୋରାମରେ ଏବେ ବି ଦେଶରେ ସର୍ବାଧିକ ବୟସ୍କ HIV ପ୍ରସାର ହାର ରହିଛି। ରାଲ୍ଟେ କହିଛନ୍ତି ଯେ ଏପ୍ରିଲ ୨୦୨୪ରୁ ନଭେମ୍ବର ୨୦୨୫ମଧ୍ୟରେ ୧.୪ ଲକ୍ଷରୁ ଅଧିକ ରକ୍ତ ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ଅତି କମରେ ୩ହଜାର ୨୫୭ ଜଣ HIV ସଂକ୍ରମଣ ଚିହ୍ନଟ କରାଯାଇଥିଲା ।  ଏହି ସଂକ୍ରମଣ ବ୍ୟକ୍ତିମାନଙ୍କ ମଧ୍ୟରେ  ୧୭୯ ଗର୍ଭବତୀ ମହିଳାଙ୍କ ସମେତ ୯୫୩ ଜଣ ମହିଳା ଥିଲେ ।

ରାଲ୍ଟେ କହିଛନ୍ତି ଯେ ସର୍ବାଧିକ ସଂଖ୍ୟକ HIV ମାମଲା ୨୫-୩୪ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଦେଖାଯାଏ। ମିଜୋରାମରେ ପ୍ରଥମ HIV ମାମଲା ୧୯୯୦ ଅକ୍ଟୋବରରେ ରିପୋର୍ଟ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ମୋଟ ୩୩ ହଜାର ୭୮୧ ମାମଲା ରିପୋର୍ଟ ହୋଇଛି। MSACSର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ପ୍ରାୟ ୨୬ ହଜାର ୩୨୧ ଜଣ HIV ସଂକ୍ରମିତ।

ରାଲ୍ଟେ ଏହା ମଧ୍ୟ ରିପୋର୍ଟ କରିଛନ୍ତି ଯେ ଏପ୍ରିଲ୍ ୨୦୨୪ ରୁ ନଭେମ୍ବର ୨୦୨୫ ମଧ୍ୟରେ ରିପୋର୍ଟ ହୋଇଥିବା ୩ ହଜାର୨୫୭ ନୂଆ ଏଚଆଇଭି ମାମଲା ମଧ୍ୟରୁ ୭୦.୪ ପ୍ରତିଶତ ଯୌନ ସମ୍ପର୍କ ଯୋଗୁଁ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାନ ଛୁଞ୍ଚି ବ୍ୟବହାର କରି ଭିନ୍ନ ଭିନ୍ନ ବ୍ୟକ୍ତି ଦ୍ୱାରା ଔଷଧ ବ୍ୟବହାର ଏବଂ ଇଞ୍ଜେକ୍ସନ ୨୭.୩ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ, ପିତାମାତାଙ୍କଠାରୁ ପିଲାକୁ ସଂକ୍ରମଣ ୧.୮ ପ୍ରତିଶତ ଏବଂ ଅଜଣା କାରଣ ଯୋଗୁଁ ସଂକ୍ରମଣ ୦.୮ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ।

ସ୍ୱାସ୍ଥ୍ୟମନ୍ତ୍ରୀ ଲାଲରିନପୁଇ କହିଛନ୍ତି ଯେ ରାଜ୍ୟ ସରକାର HIV ସଂକ୍ରମଣର ଉଚ୍ଚ ହାରକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଠୋସ୍ ପଦକ୍ଷେପ ନେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମିଜୋରାମରେ ୧୪ଟି ଆଣ୍ଟିରେଟ୍ରୋଭାଇରାଲ୍ ଥେରାପି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି, ଯେଉଁଠାରେ ବର୍ତ୍ତମାନ ୧୮ ହଜାର ୩୫୫ ସଂକ୍ରମିତ ରୋଗୀ ମାଗଣା ଚିକିତ୍ସା ପାଉଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଏବେ ବିବାହ ପୂର୍ବରୁ HIV ପରୀକ୍ଷା କରିବା ବିଷୟରେ ସଚେତନତା ପ୍ରସାର କରିବା ପାଇଁ ଚର୍ଚ୍ଚଗୁଡ଼ିକ ସହିତ କାମ କରିବାକୁ ବିଚାର କରୁଛନ୍ତି ଯାହା ଦ୍ଵାରା ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ଏବଂ ଦାୟିତ୍ୱବାନ ହେବେ।

 

ରାଜ୍ୟରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିନି, ବିଜେପି ସରକାର ଚାଷୀଙ୍କ ପାଇଁ ଶୋଇପଡ଼ିଛି: କଂଗ୍ରେସ

ରାଜ୍ୟରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିନି। ଚାଷୀ ଧାନ ରଖି ରଖି ଋଣ ବୋଝରେ ସଢ଼ୁଛନ୍ତି। ୩୦୦ ୟୁନିଟ ବିଜୁଳି ଛାଡ ପାଇଁ ନିର୍ବାଚନ ପ୍ରତିଶ୍ରୁତି ବଦଳରେ ସ୍ମାର୍ଟମିଟର ନାଁରେ ବିଦ୍ୟୁତ୍ ଖାଉଟିଙ୍କୁ ଶୋଷଣ କରୁଛନ୍ତି । ମନରେଗା ଯୋଜନାର ପୁନଃପ୍ରଚଳନ ନ ହେଲେ ଦାଦନ ବଢ଼ିବ। ଏସବୁ ଦାବି ନେଇ କଂଗ୍ରେସ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଡ଼ାକରା ଦେଇଛି। ଏ ପରିପ୍ରେକ୍ଷୀରେ ଖୋର୍ଦ୍ଧାରେ ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଦଳର ନେତା ସରାକାରଙ୍କୁ ଘେରିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ଶିଶିର ପରିଡ଼ା, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ସ୍ୱାଗତିକା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବିଜେପି ସରକାର ଚାଷୀଙ୍କ ପାଇଁ ଶୋଇପଡିଛି ବୋଲି କଟାକ୍ଷ କରିଛନ୍ତି । ଚାଷୀଙ୍କ ଦୁଃଖ ନ ଶୁଣିଲେ କଂଗେସ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଦଳ କହିଛି ।

ରାମ ମନ୍ଦିରରେ ନମାଜ ପଢିବାକୁ ଉଦ୍ୟମ ବେଳେ ଯୁବକଙ୍କୁ ଅଟକ ରଖିଲା ପୋଲିସ…

ନନ୍ଦିଘୋଷ ବ୍ୟୁରୋ ;  ଅଯୋଧ୍ୟା ରାମ  ମନ୍ଦିର ପରିସରରେ ଜଣେ ମୁସଲମାନ ଯୁବକ  ନମାଜ ପାଠ କରିବାକୁ ଚେଷ୍ଟା କରୁଥିବା ମାମଲା ସାମ୍ନାକୁ ଆସିଛି । ମନ୍ଦିର ପରିସରରେ ନମାଜ ପଢୁଥିବା ଯୁବକ ଜଣକ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବୋଲି କୁହାଯାଉଛି । ଗିରଫ ଯୁବକ ରାମ ମନ୍ଦିର ପରିସରରେ ନମାଜ ପଢାଇବାକୁ ଚେଷ୍ଟା କରିଥିଲେ ।  ପୋଲିସ ନମାଜ ପଢିବାକୁ ଚେଷ୍ଟା କରୁଥିବା ଉକ୍ତ ଯୁବକକୁ ଅଟକ ରଖିଛି । ପୋଲିସ ଅଟକାଇବା ପରେ ସେ ସମ୍ପ୍ରଦାୟ ସମର୍ଥନରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଯୁବକ ଜଣକ କାଶ୍ମୀରର ଶୋପିଆନର ବାସିନ୍ଦା ଅହମ୍ମଦ ଶେଖ୍ ବୋଲି ଜଣାପଡିଛି ।

ମନ୍ଦିର ପରିସରରେ ଉପସ୍ଥିତ ଥିବା ଲୋକଙ୍କ କହିବାନୁସାରେ , ସୁରକ୍ଷା କର୍ମୀ ଯୁବକଙ୍କୁ ଅଟକ ରଖିବା ସମୟରେ ନାରାବାଜି ଆରମ୍ଭ କରିଦେଇଥିଲେ ।  ଫଳରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ତାଙ୍କୁ ତୁରନ୍ତ ଅଟକାଇ ଥିଲେ । ଘଟଣା ସମ୍ପର୍କରେ ଗୁଇନ୍ଦା, ସ୍ଥାନୀୟ ପୋଲିସ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ତୁରନ୍ତ ଅବଗତ କରାଯାଇଥିଲା । ଯୁବକଙ୍କୁ ପଚରାଉଚରା କରାଯାଉଛି। ତାଙ୍କ କାର୍ଯ୍ୟ ପଛରେ କାରଣ ଜାଣିବା ପାଇଁ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।

ରିପୋର୍ଟ ଅନୁଯାୟୀ, ଅହମଦ ଶେଖ ଗେଟ୍ ଡି- ୧ ଦେଇ ମନ୍ଦିରରେ ପ୍ରବେଶ କରିଥିଲେ । ଯୁବକ ଜଣକ ରାମ ମନ୍ଦିର ପରିସରର ଦକ୍ଷିଣ ପ୍ରାଚୀରରେ ପ୍ରାର୍ଥନା କରୁଥିଲେ, ସେତେବେଳେ କିଛି ଲୋକ ତାଙ୍କୁ ଦେଖିପାରିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଉତ୍ତେଜନା ପରେ, ସୁରକ୍ଷା ବାହିନୀ ଯୁବକକୁ ଅଟକ ରଖିଥିଲେ । ଗୁଇନ୍ଦା ସଂସ୍ଥା, ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ଯୁବକଙ୍କୁ ପଚରାଉଚରା କରୁଛନ୍ତି।

ମନ୍ଦିର ପରିସରରେ ନମାଜ ପାଠ କରିବା ଘଟଣା ପରେ ପୋଲିସ ସକ୍ରିୟ ହୋଇଛି । ସହରରେ କାଶ୍ମୀର ଶାଲ ବିକ୍ରୟ କରୁଥିବା ଲୋକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ଏବଂ ପଚରାଉଚରା କରୁଛି । ଘଟଣାଟି ଆଜି ସକାଳେ ଘଟିଥିବା ଜଣାପଡ଼ିଛି। ତଥାପି, ରାମ ମନ୍ଦିର ଟ୍ରଷ୍ଟ ଏ ବିଷୟରେ କୌଣସି ବିବୃତ୍ତି ଜାରି କରିନାହିଁ ।

ଡାକ୍ତର ଅଭାବ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ମେଡିକାଲରେ ANM ଦିଦିଙ୍କ ଔଦ୍ଧତ୍ୟ। ମେଡିକାଲରେ ଡାକ୍ତର ଅଭାବ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର । ୪ଟି ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ । ଔଷଧ ବିତରଣ କେନ୍ଦ୍ରରେ କବାଟ ବନ୍ଦ କରି ସିକ୍ୟୁରିଟି ଗାର୍ଡ କମ୍ପ୍ୟୁଟର ଚଳାଉଥିବା ବେଳେ ANM ସଂଯୁକ୍ତା ପାତ୍ର ପାଖରେ ବସି ରହିଥିଲେ । କ୍ୟାମେରା ଦେଖି ଚିହିଁକି ଉଠିଲେ ଦିଦି। ସାମ୍ବାଦିକଙ୍କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ ଦେଇଥିଲେ।

କେନ୍ଦୁଝରରେ ହଜାର ହଜାର ଅଜଣା ପୋକଙ୍କୁ ନେଇ ଆତଙ୍କିତ ଲୋକେ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୧୪ ନମ୍ବର ୱାର୍ଡ ଝାଡ଼େଶ୍ୱର କଲୋନୀରେ ଅଜଣା ପୋକ ଆତଙ୍କ। ହଜାର ହଜାର ପୋକ ଆତଙ୍କରେ ଆତଙ୍କିତ ବାସିନ୍ଦା । ଦୀର୍ଘ ୪ ଦିନ ଧରି ଅଚାନକ ଏହି ପୋକ ଗୁଡିକ ଧାଡି ବାନ୍ଧି ଘର ଭିତରେ ପଶୁଛନ୍ତି । ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ କରିଛି। ଲୋକମାନେ ହାତରେ ଝାଡୁ ଧରି ପୋକ ମାରିବାକୁ ଚେଷ୍ଟା କରୁଛନ୍ତି । କୌଣସି ବିଷ ମଧ୍ୟ ଏହି ପୋକଙ୍କ ଉପରେ ପ୍ରଭାବ ପକାଇ ପାରୁନାହିଁ। ଘରର ରୋଷେଇ ଘରେ ପୋକ ଗୁଡିକ ପଶୁଥିବାରୁ ରୋଷେଇ ବନ୍ଦ ହୋଇଯାଉଛି। ତୁରନ୍ତ ଏହାର କିଛି ସମାଧାନ ପାଇଁ ୱାର୍ଡବାସୀ ଦାବି କରିଛନ୍ତି ।

ରାଉରକେଲାରେ ବିମାନ ଦୁର୍ଘଟଣା, ୬ ଆହତ

ରାଉରକେଲାରେ ବିମାନ ଦୁର୍ଘଟଣା, ୬ ଆହତ 

ନନ୍ଦିଘୋଷ ବ୍ୟୁରୋ: ରାଉରକେଲାରେ ବିମାନ ଦୁର୍ଘଟଣା । ଭୁବନେଶ୍ବରରୁ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଇଣ୍ଡିଆ ଓ୍ବାନ ବିମାନ । ୯ ସିଟ ବିଶିଷ୍ଟ ବିମାନରେ ପାଇଲଟ ଏବଂ ୬ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ଦୁଇ କ୍ରୁ ମେମ୍ବର ଏବଂ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଯାତ୍ରୀକ ତ୍ରୁଟି ଦେଖା ଦେଇଥିଲା । ପରେ ଏହା ସୁନ୍ଦରଗଡ଼ ଜଲଦା ଜ ବ୍ଲକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାତ୍ରୀ ଏବଂ ପାଇଲଟଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ମେଡିକାଲ ନିଆଯାଇଛି । ଦୁର୍ଘଟଣା କେମିତି ହେଲା ? ଏହାର କାରଣ କ’ଣ ? ତଦନ୍ତ କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ଆମେରିକାରୁ ଭାରତକୁ ଆସିଲା ଡାକରା, ବିରଳ ମୂର୍ତ୍ତିକା ଉପରେ ଶେଷ ହେବ ଚୀନର ଦବଦବା

ଆମେରିକାରୁ ଭାରତକୁ ଆସିଲା ଡାକରା, ବିରଳ ମୂର୍ତ୍ତିକା ଉପରେ ଶେଷ ହେବ ଚୀନର ଦବଦବା

ନନ୍ଦିଘୋଷ ବ୍ୟୁର: ଆଜିର ଦିନରେ ସ୍ମାର୍ଟଫଷାନଠାରୁ ଆରମ୍ଭ କରି ଦେଶ ସୁରକ୍ଷାରେ ମୁତୟନ ଫାଇଟର ଜେଟ୍, ସମସ୍ତ ଅତ୍ୟାଧୁନିକ ଟେକ୍ନୋଲୋଜି କ୍ରିଟିକାଲ ମିନେରାଲ ଅର୍ଥାତ ରେୟର ଅର୍ଥ ଉପରେ ନିର୍ଭର କରୁଛି । ଏବେ ଏହି ରେୟର ଅର୍ଥକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି କ୍ଷେତ୍ରରେ ଚୀନର ଦବଦବା ଶେଷ କରିବାକୁ ଆମେରିକା ବଡ଼ ପଦକ୍ଷେପ ନେଇଛି । ଆମେରିକା ଅର୍ଥମନ୍ତ୍ରୀ ସ୍କଟ ବେମେଣ୍ଟ ସ୍ପଷ୍ଟ କରିଛନ୍ତି, ଓ୍ବାସିଂଟନରେ ହେବାକୁ ଥିବା G7 ଦେଶର ଅର୍ଥମନ୍ତ୍ରୀଙ୍କ ବୈଠକକୁ ଭାରତ ଓ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରାଯାଇଛି । ସୋମବାର ହେବାକୁ ଥିବା ଏହି ବୈଠକର ମୁଖ୍ୟ ଏଜେଣ୍ଡା ଆଗରୁ ସ୍ପଷ୍ଟ ଅଛି । ବିଶ୍ବରେ ମହତ୍ବପୂର୍ଣ୍ଣ ଖଣିଜ ରପ୍ତାନୀ ଚେନକୁ ସୁରକ୍ଷିତ କରିବା ଓ କୌଣସି ଗୋଟିଏ ଦେଶ ଉପରେ ନିର୍ଭର ନକରିବା ଉପରେ ଗୁରୁତ୍ବ ଦିଆଯାଉଛି ।

ଓ୍ବାଟିଂଟନରେ ପ୍ରସ୍ତୁତ ହେଉଛି ନୂଆ ରଣନୀତି

ଏହି ବୈଠକର ଅଧ୍ୟକ୍ଷତା ନିଜେ ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେମେଣ୍ଟ କରୁଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ଗତ ଗ୍ରୀଷ୍ମରେ ହୋଇଥିବା G7 ଶିଖର ସମ୍ମିଳନୀ ପରଠାରୁ ଏହା ଉପରେ ଚର୍ଚ୍ଚା କରିବାକୁ ଚାପ ପଡୁଛି । ଅର୍ଥମନ୍ତ୍ରୀ ଡିସେମ୍ବରରେ ଏକ ଭର୍ଚୁଆଲ ବୈଠକ କରିଥିଲେ । ହେଲେ ଏବେ ହେବାକୁ ଥିବା ସିଧାସଳଖ ଚର୍ଚ୍ଚା ହେବାକୁ ଗୁରୁତ୍ବ ଦିଆଯାଉଛି ।

ବେମେଣ୍ଟ ସ୍ପଷ୍ଟ କରିଛନ୍ତି ଭାରତକୁ ଏହି ବୈଠକ ପାଇଁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି । ତେବେ ସେ ଏହା ବି କହିଛନ୍ତି ଭାରତ ଏହାକୁ ସ୍ବୀକାର କରିଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଏହି ନିମନ୍ତ୍ରଣର ଏଥିପାଇଁ ଗୁରୁତ୍ବ ରହୁଛି କାରଣ G7 ସମୂହ ନିଜର ଆବଶ୍ୟକତା ପାଇଁ ବହୁଳ ଭାବେ ଚୀନ ଉପରେ ନିର୍ଭର କରୁଛନ୍ତି । ଏବେ ଏହି ଦେଶମାନେ ଚାହୁଁଛନ୍ତି ଭାରତ ପରି ସହଯୋଗୀ ଏହି ନିର୍ଭରତାକୁ କମ କରିବାର ମାଧ୍ୟମ ହେଉ ।

ରେୟର ଅର୍ଥ ଉପରେ ଚୀନର ଦବଦବା

ରେୟର ଅର୍ଥ ଏଲିମେଣ୍ଟ ଓ କ୍ରିଟିକାଲ ମିନେରାଲ୍ସ ଉପରେ ଚୀନର ଏକତରଫା ନିୟନ୍ତ୍ରଣ ରହିଛି । IFA ରିପୋର୍ଟ ଅନୁସାରେ କପର, ଲିଥିୟମ, କୋବାଲ୍ଟ, ଗ୍ରାଫାଇଟ ଓ ରେୟର ଅର୍ଥ ରିଫାଇନିଂରେ ୪୭ରୁ ୮୭ ପ୍ରତିଶତ ଭାଗିଦାରୀ ଚୀନର ରହୁଛି । କେବଳ କେବୁଲ ବ୍ୟାଟେରୀ ଓ ରିୟୁଜେବୁଲ ଏନର୍ଜୀ ନୁହେଁ ସେମିକଣ୍ଡକ୍ଟର ଓ ରକ୍ଷା ଉପକରଣ ନିର୍ମାଣ ପାଇଁ ଏହା ବହୁତ ଜରୁରୀ । ନିକଟ ଅତୀତରେ ଚୀନ ଜାପାନକୁ ରେୟର ଅର୍ଥ ଓ ଚୁମ୍ବକ ରପ୍ତାନୀ କରିବା ଉପରେ ପ୍ରତିବନ୍ଧକ ଲଗାଇବା ପଶ୍ଚିମ ଦେଶଙ୍କ ଚିନ୍ତା ବଢ଼ାଇ ଦେଇଛି । ଏମିତି ସ୍ଥିତିରେ ପଶ୍ଚିମ ଦେଶଙ୍କୁ ଏହି ଡରା ଲାଗୁଛି କି ଭବିଷ୍ୟତରେ ଯଦି ଏହାର ଆମଦାନୀରେ ବାଧା ସୃଷ୍ଟି ହୁଏ ତେବେ ସେମାନଙ୍କ ଅର୍ଥବ୍ୟବସ୍ଥା ଓ ସୁରକ୍ଷା ବିପଦରେ ପଡିଯିବ ।

ଗୋଦାମରେ ଚାଉଳ ନଷ୍ଟ ହେଉଛି, ଲୋକଙ୍କୁ ଅଧିକ ୫ କେଜି ଚାଉଳ ଦିଅନ୍ତୁ: : ଅରୁଣ ସାହୁ

ରାସନ କାର୍ଡରେ ଏବେ ୫କେଜି ଚାଉଳ ଦେଉଛନ୍ତି l ସରକାର ଆଉ ୫କେଜି ଚାଉଳ ଦେବାକୁ ନିଷ୍ପତ୍ତି ନେଇଥିଲେ l ଗୋଦାମରେ ଏବେ ଚାଉଳ ନଷ୍ଟ ହେଉଛି l ହେଲେ ସରକାର କିନ୍ତୁ ଅଧିକ ୫କେଜି ଚାଉଳ ଦେଉନାହାନ୍ତି ବୋଲି କହି ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ନଷ୍ଟ ହେବା ପୂର୍ବରୁ ସରକାର ଲୋକଙ୍କୁ ଚାଉଳ ଦେଇ ଦିଅନ୍ତୁ ବୋଲି ଅରୁଣ କହିଛନ୍ତି । ନିଜର ଅପାରଗତା ଲୁଚାଇବା ପାଇଁ ସରକାର ରାସନ ଭେଳିକି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଓଡିଶା ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି l ଦରଦାମ ବଢୁଛି, ତେଣୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି l

ଓଡ଼ିଶାରେ ବର୍ତ୍ତମାନ ଚାଉଳ ପର୍ଯ୍ୟାପ୍ତ ମାତ୍ରାରେ ରହିଥିବା ବେଳେ ଗୋଦାମ ଖାଲି ହେଉନାହିଁ । ଅନ୍ୟପକ୍ଷରେ ଗୋଦାମରେ ଚାଉଳ ନଷ୍ଟ ହେଉଥିବା ବେଳେ ତାହାକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଅରୁଣ କହିଛନ୍ତି ।