ସମ୍ବଲପୁର : ଆଜି ସମ୍ବଲପୁର ବନ୍ଦ। ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ସମ୍ବଲପୁର ବନ୍ଦ ଡାକରା ଦେଇଛି ଚାଷୀ ସଂଗଠନ। ସରକାରଙ୍କୁ ହକ ମାଗି ମାଗି ନୟାନ୍ତ ହୋଇଛନ୍ତି ଅନ୍ନଦାତା। ଏବେ ତେଜିଛି ଅସନ୍ତୋଷ। ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଛି ସମ୍ବଲପୁର କୃଷକ ସୁରକ୍ଷା ସଂଗଠନ। ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଗତକାଲି ଶହ ଶହ ଚାଷୀ ବାଇକ ରାଲି କରି ସହର ପରିକ୍ରମା କରିଥିଲେ। ସକାଳ ୬ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ ଏହି ବନ୍ଦ ପାଳନ। ବନ୍ଦ୍ ପାଳନରେ ସ୍ଵତଃପ୍ରବୃତ ଭାବେ ସହରବାସୀ ସମର୍ଥନ କରିବେ ବୋଲି କହିଛନ୍ତି ଚାଷୀ ନେତା। ଦୋକାନ ବଜାର ବନ୍ଦ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି କୃଷକ ସୁରକ୍ଷା ସଂଗଠନ।
ଡିଲରଙ୍କ ନାଁରେ କୋଟା ପକାଇ କିରୋସିନି ଲୁଟୁଛନ୍ତି ଆରସିଏମଏସ ସମ୍ପାଦକ, ନନ୍ଦିଘୋଷ ଟିଭି ହାତରେ ସାଙ୍ଘାତିକ ପ୍ରମାଣ
ଡିଲରଙ୍କ ନାଁରେ କୋଟା ପକାଇ କିରୋସିନି ଲୁଟୁଛନ୍ତି ଆରସିଏମଏସ ସମ୍ପାଦକ, ନନ୍ଦିଘୋଷ ଟିଭି ହାତରେ ସାଙ୍ଘାତିକ ପ୍ରମାଣ
ନନ୍ଦିଘୋଷ ବ୍ୟୁରୋ: ଫିଟୁଛି କିରୋସିନି କଳାବଜାରୀର ଗୁମର । ଉଦଳା ଆରସିଏମଏସ ସମ୍ପାଦକ ବସନ୍ତ ନାୟକ ଲୁଟୁଥିଲେ କିରୋସିନି । ଡିଲରଙ୍କ ନାଁରେ କୋଟା ପକାଇ ଦୀର୍ଘ ଦିନ ହେବ କିରୋସିନ ଲୁଟୁଥିଲେ ଖୋଦ ସଂପାଦକ । ଯାହାର ସାଙ୍ଘାତିକ ପ୍ରମାଣ ଲାଗିଛି ନନ୍ଦିଘୋଷ ଟିଭି ହାତରେ ।
ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ବାଡ଼ ଖାଉଛି କ୍ଷେତ । ଡିଲରଙ୍କ ନାଁରେ ପକାଇ କିରୋସିନ ଲୁଟୁଛନ୍ତି ଖୋଦ ସମ୍ପାଦକ । ମୟୂରଭଞ୍ଜ ଜିଲ୍ଲା ଉଦଳା ଆରସିଏମଏସର ସମ୍ପାଦକ କିରୋସିନି କଳାବଜାରୀ କରୁଥିବା ଧରାପଡିବା ପରେ ଖୋଲୁଛି ଗୁମର । ଜାଲ ଦସ୍ତାବିଜ ଓ ଡିଲରଙ୍କ ବୟାନ ଖୋଲି ଦେଇଛି ସମ୍ପାଦକଙ୍କ ଅସଲ ମୁଖା । ନିକଟରେ ସମ୍ପାଦକ ବାବୁ ଜଣଙ୍କ କିରୋସିନି କଳାବଜାରୀ କରୁଥିବା ବେଳେ ନନ୍ଦିଘୋଷ ଟିଭି କ୍ୟାମେରାରେ ଧରାପଡିଥିଲେ । ପ୍ରଥମେ ଖବର ଚାପି ଦେବାକୁ କହି ଟଙ୍କା ଯାଚିଥିଲେ । ବଞ୍ଚିବା ପାଇଁ ସେ ପାଞ୍ଚ ଜଣ ଡିଲରଙ୍କୁ କିରୋସିନି ପଠାଉଥିବା କହିଥିଲେ । ଏପରିକି ଅଫିସ ରେକର୍ଡରେ ମଧ୍ୟ ୫ ଜଣ ଡିଲରଙ୍କ ନାଁ ଲେଖି ଜାଲ ଦସ୍ତଖତ କରିଥିଲେ । ଯାହା ଅଫିସ ରେଜିଷ୍ଟରରୁ ହିଁ ସ୍ପଷ୍ଟ ହେଉଛି । ଆଉ ସେହି ୫ ଜଣଙ୍କ ଭିତରେ ଜଣେ ଡିଲର ହେଉଛନ୍ତି ଉଦଳା ବ୍ଲକ ପାଟଶାଣିପୁର ଅଞ୍ଚଳର ପରେଶ ସିଂ । ଯିଏକି ଏକ ବର୍ଷରୁ ଅଧିକ ହେବ କିରୋସିନ ଆଣୁ ନାହାନ୍ତି । ଏପରିକି ତାଙ୍କର ସମସ୍ତ କାଗଜପତ୍ର, ଖାତା ଅଫିସରେ ସମ୍ପାଦକ ରଖିଛନ୍ତି ବୋଲି ସେ କହିଛନ୍ତି । ଆଉ ଜଣେ ଡିଲର ହେଲେ ଖଡ଼ିକାଷୋଳ ଅଞ୍ଚଳର ସଞ୍ଜବତୀ ସ୍ୱୟଂ ସହାୟକ ଗୋଷ୍ଠୀ । ଯାହାର ସଭାପତି ସୂର୍ଯ୍ୟମଣି ସିଂ । ସିଏ ମଧ୍ୟ ୬ରୁ ୭ ମାସ ହେବ କିରୋସିନି ନେଉ ନଥିବା କହିଛନ୍ତି ।
ଘୋଟାଲା ବାବଦରେ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ ବିତଣ୍ଡା ଉତ୍ତର ରଖିଥିଲେ । କାଗଜପତ୍ରରେ ଲେଖା ଯାଇଛି ମାନେ ସବୁ ଠିକ ଅଛି ବୋଲି କହି ସମ୍ପାଦକଙ୍କ କଳାବଜାରୀକୁ ଘଣ୍ଟ ଘୋଡାଇଛନ୍ତି । ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ଯେତେବେଳେ ଡିଲର କିରୋସିନି ନେଇ ନାହାନ୍ତି ସେତେବେଳେ ବ୍ୟାରେଲ ଭର୍ତ୍ତି ତେଲ କୁଆଡେ ଗଲା ? ତାହା ତଦନ୍ତ ସାପେକ୍ଷ ବୋଲି ଦାବି ଉଠିବାରେ ଲାଗିଛି ।
ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ୟୁରୋପର ଏହି ଦୁଇ ନେତା, ଫ୍ରି ଟ୍ରେଡ ଏଗ୍ରିମେଣ୍ଟ ଉପରେ ନଜର
ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ୟୁରୋପର ଏହି ଦୁଇ ନେତା, ଫ୍ରି ଟ୍ରେଡ ଏଗ୍ରିମେଣ୍ଟ ଉପରେ ନଜର
ନନ୍ଦିଘୋଷ ବ୍ୟୁରୋ: ୨୦୨୬ ଗଣତନ୍ତ୍ର ଦିବସ ଭାରତ ପାଇଁ ବିଭିନ୍ନ ଦିଗରୁ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । କୁଟନୈତିକ ସ୍ତରରେ ହେଉ କି ଆର୍ଥିକ ସ୍ତରରେ ଏହା ଭାରତ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ଥ ହୋଇପାରେ । କାରଣ ୨୦୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ୟୁରୋପୀୟ ସଙ୍ଘର ଦୁଇ ଜଣ ଶୀର୍ଷ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି । ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡେର ଲେୟେନ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଏଣ୍ଟୋନିଓ କୋଷ୍ଟାଙ୍କୁ ଆମନ୍ତ୍ରଣ କରାଯାଇଛି ।
କୁହାଯାଉଛି, ଏହି ୟୁରୋପର ଏହି ଦୁଇ ଶୀର୍ଷ ନେତା ଯେତେବେଳେ ଭାରତ ଆସିବେ ସେତେବେଳେ ଦୁଇ ପକ୍ଷ ମଧ୍ୟରେ ବ୍ୟବସାୟ ବୁଝାମଣା ଓ ଶିଖର ସମ୍ମିଳନୀର ବି ଆୟୋଜନ କରାଯାଇପାରେ । ଯେଉଁଠାରେ ଦୁଇ ପକ୍ଷଙ୍କ ମଧ୍ୟରେ ଫ୍ରି ଟ୍ରେଡ ଏଗ୍ରୀମେଣ୍ଟକୁ ନେଇ ଚର୍ଚ୍ଚା ବି ହୋଇପାରେ ।
ସୂଚନାଯୋଗ୍ୟ ଦୀର୍ଘ ସମୟ ହେଲା ଭାରତ ଓ ୟୁରୋପୀୟ ସଙ୍ଘ ଏଫଟିଏକୁ ନେଇ ଆଲୋଚନା କରୁଛନ୍ତି । ବ୍ୟବସାୟ, ପୁଞ୍ଜିନିବେଶ, ଟେକ୍ନୋଲଜି ଓ ସପ୍ଲାଇ ଚେନ ପରି ବିଷୟକୁ ନେଇ ଏହି ବୁଝାମଣା ଦୁଇ ପକ୍ଷଙ୍କ ପାଇଁ ରଣନୈତିକ ସ୍ତରରେ ବହୁତ ଗୁରୁତ୍ବପୂର୍ଣ୍ଣ । ଏବେ ଗଣତନ୍ତ୍ର ଦିବସରେ ଏହି ଦୁଇ ନେତାଙ୍କ ଉପସ୍ଥିତି ଏହା ଦର୍ଶାଉଛି ଯେ, ଏବେ ୟୁରୋପୀୟ ସଙ୍ଘ ଭାରତ ସହ ସମ୍ପର୍କକୁ କେବଳ କୁଟନୈତିକ ସ୍ତରରେ ନୁହେଁ, ବରଂ ଆର୍ଥିକ ବୁଝାମଣା ସହ ନୂଆ ସ୍ତରକୁ ନେବାକୁ ଚାହୁଁଛି ।
ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ପାସ୍ ହୋଇଛି VB G RAM G ବିଲ୍
ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ପାସ୍ ହୋଇଛି VB G RAM G ବିଲ୍। ବିରୋଧୀଙ୍କ ପ୍ରବଳ ପ୍ରତିବାଦ ଭିତରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଛି। କେନ୍ଦ୍ର କୃଷି ମନ୍ତ୍ରୀ ଗୃହରେ ଅଭିଭାଷଣ ରଖିବା ବେଳେ ବିରୋଧୀ ସାଂସଦମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରବଳ ହୋହଲ୍ଲା କରିଥିଲେ। ବିଲର କପି ଚିରି ଫିଙ୍ଗିଥିଲେ। ବିଲକୁ ଷ୍ଟାଣ୍ଡିଂ କମିଟିକୁ ପଠାଯାଉ ବୋଲି ଦାବି କରିଥିଲେ ବିରୋଧୀ। କିନ୍ତୁ କିଛି ଶୁଣିନଥିଲେ ବାଚସ୍ପତି। ଗୃହରେ ବିଲ୍ ଉପରେ ଯଥେଷ୍ଟ ଆଲୋଚନା ହୋଇଥିବା କହିଥିଲେ। ପ୍ରତିବାଦରେ ବିରୋଧୀ ହଟ୍ଟଗୋଳ କରିଥିଲେ। ଏହି ହଙ୍ଗାମା ଭିତରେ ବିଲ୍ ପାସ୍ ହୋଇଛି। ବିରୋଧୀଙ୍କ ହଙ୍ଗାମା ପାଇଁ ଲୋକସଭାକୁ ଆସନ୍ତାକାଲି ଯାଏ ମୁଲତବୀ କରାଯାଇଛି। ଏହା ପରେ ଆଜି ରାଜ୍ଯସଭାରେ VB G RAM G ବିଲ୍ ଆସିବାର ସମ୍ଭାବନା ଅଛି।
ରାଜ୍ୟରେ ମହିଳାଙ୍କ ସୁରକ୍ଷା ବିପର୍ଯ୍ୟସ୍ତ : ମୀନାକ୍ଷୀ ବାହିନୀପତି
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ କେଉଁଠି ବି ମହିଳା ମାନେ ସୁରକ୍ଷିତ ନୁହଁନ୍ତି । ପର୍ଯ୍ୟଟନସ୍ଥଳୀରେ ମହିଳାମାନେ ଆଜି ସମ୍ପୂର୍ଣ୍ଣ ଅସୁରକ୍ଷିତ । ସେଥିପାଇଁ ମହିଳା କଂଗ୍ରେସ ଆଜି ରାଜରାସ୍ତାରେ ଆନ୍ଦୋଳନ କରୁଛି । ମହିଳା ବାଚସ୍ପତି, ମହିଳା ଉପମୁଖ୍ୟମନ୍ତ୍ରୀ । ସେମାନଙ୍କୁ ଲଜ୍ଜା ଲାଗିବା କଥା । ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି । ନାରୀ ସୁରକ୍ଷା ସୁନିଶ୍ଚିତ କରାନଗଲେ ପ୍ରତିବାଦକୁ ଜୋରଦାର କରାଯିବ ବୋଲି ମୀନାକ୍ଷୀ କହିଛନ୍ତି । ପୋଲିସ ଏବେ ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ଗାଡି ଅଟକାଇ ଚାନ୍ଦା ଆଦାୟ କରିବାରେ ଲାଗିଛି । କାହିଁକି ମହିଳାଙ୍କୁ ପୋଲିସ ସୁରକ୍ଷା ଦେଉନାହିଁ ବୋଲି ମୀନାକ୍ଷୀ ପ୍ରଶ୍ନ କରିଛନ୍ତି ।

