spot_img
Home Blog Page 21

ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, ଦୁଇ ମାଓବାଦୀ ମୃତ

ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, ଦୁଇ ମାଓବାଦୀ ମୃତ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଇନ୍ଦ୍ରାବତୀ ନଦୀ ଅଞ୍ଚଳରେ ଏନକାଉଣ୍ଟର । ମାଓବାଦୀ ଥିବା ଖବର ପାଇ ହୋଇଥିଲା ଅପରେସନ । ଏହି ସମୟରେ ଇନ୍ଦ୍ରାବତୀ ନଦୀ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ବିଜାପୁରର ପୋଲିସ ଅଧିକ୍ଷକ ଡକ୍ଟର ଜିତେନ୍ଦ୍ର ଯାଦବ କହିଛନ୍ତି, ଏନକାଉଣ୍ଟର ପରେ ସର୍ଚ୍ଚ ସମୟରେ, ଦୁଇ ୟୁନିଫର୍ମ ପିନ୍ଧା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନକାଉଣ୍ଟର ସ୍ଥଳରୁ ଏକ SLR ରାଇଫଲ୍, ଏକ INSAS ରାଇଫଲ୍ ଓ ଏକ 12-ବୋର ରାଇଫଲ୍, ବିସ୍ଫୋରକ ଏବଂ ଅନ୍ୟାନ୍ୟ ମାଓବାଦୀ ସାମଗ୍ରୀ ଜବତ ହୋଇଛି । ବସ୍ତର ରେଞ୍ଜର ପୋଲିସ ମହାନିରୀକ୍ଷକ ସୁନ୍ଦରରାଜ ପି କହିଛନ୍ତି, ସର୍ଚ୍ଚ ଅପରେସନ ଜାରି ରହିଛି ।

ପିଲା ଚୋରି ସନ୍ଦେହରେ ପଶ୍ଚିମବଙ୍ଗ ବିଏଲଓ ଅଟକ ଘଟଣା, ୧୦୦ରୁ ଅଧିକଙ୍କୁ ଉଠାଇ ନେଲା ପୋଲିସ

ପିଲା ଚୋରି ସନ୍ଦେହରେ ପଶ୍ଚିମବଙ୍ଗ ବିଏଲଓ ଅଟକ ଘଟଣା, ୧୦୦ରୁ ଅଧିକଙ୍କୁ ଉଠାଇ ନେଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ପିଲା ଚୋର ସନ୍ଦେହରେ ପଶ୍ଚିମବଙ୍ଗ ବିଏଲଓଙ୍କୁ ଅଟକ ରଖିବା ଘଟଣା । ୧୦୦ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ଜଳେଶ୍ଵର ପୋଲିସ । ଏସଆଇଆର ସର୍ଭେ ପାଇଁ ଓଡିଶା ଭିତରକୁ ପଶି ଆସିଥିଲେ ଦୁଇ ପଶ୍ଚିମବଙ୍ଗ ଅଧିକାରୀ । ଗତକାଲି ଦୁଇ ଅଧିକାରୀଙ୍କୁ ପିଲା ଚୋର ସନ୍ଦେହରେ ଅଟକ ରଖି ମାଡ ମାରିଥିଲେ ଗ୍ରାମବାସୀ । ଉଦ୍ଧାର କରିବାକୁ ଯାଇ ଥିବା ପୋଲିସକୁ ମଧ୍ଯ ଅଟକ ରଖିଥିଲେ ଲୋକେ । ରାଇବଣିଆ ଥାନା ରାଜନଗର ଗ୍ରାମରେ ଘଟିଥିଲା ଅଭାକନୀୟ ଘଟଣା ।

ପଶ୍ଚିମବଙ୍ଗ ସରକାରଙ୍କ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ପାଇଁ ପଶ୍ଚିମବଙ୍ଗର ଦୁଇ ଜଣ ବିଏଲଓ ଖଡିକା ଅଞ୍ଚଳକୁ ଯାଇଥିଲେ । କାମ ସାରି ଫେରୁଥିବା ବେଳେ ବାଟ ଭୁଲି  ରାଇବଣିଆ ଥାନା ରାଜନଗର ଗ୍ରାମକୁ ପଶି ଯାଇଥିଲେ । ରାସ୍ତାରେ ଯାଉଥିବା ଜଣେ ବାଳକକୁ ରାସ୍ତା ପଚାରିବା ସମୟରେ ପିଲା ଚୋର ଭାବି ଗ୍ରାମବାସୀ ଦୁଇ ଜଣକୁ ଅଟକ ରଖି ମାଡ଼ ମାରିଥିଲେ । ଖବର ପାଇ ରାଇବଣିଆ ପୋଲିସ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ମଧ୍ୟ ଅଟକ ରଖିଥିଲେ। ଜଳେଶ୍ଵର ପୋଲିସ ଏବଂ ଜଳେଶ୍ଵର ତହସିଲଦାର ସତ୍ୟଜିତ ମ‌ହାନ୍ତି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଏହି ମାଡ଼ ଘଟଣାରେ ଜଳେଶ୍ଵର ପୋଲିସ ଗ୍ରାମର ପାଖାପାଖି ୧୦୦ ଜଣକୁ ଅଟକ ରଖିଛି ।

ଚାଷୀଙ୍କ ସ୍ବାର୍ଥରେ ବିଧାନସଭାରେ ବିଜେଡିର ପ୍ରତିବାଦ ସହ କକ୍ଷତ୍ୟାଗ, ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସର ଧାରଣା

ଚାଷୀଙ୍କ ସ୍ବାର୍ଥରେ ବିଧାନସଭାରେ ବିଜେଡିର ପ୍ରତିବାଦ ସହ କକ୍ଷତ୍ୟାଗ, ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସର ଧାରଣା

ନନ୍ଦିଘୋଷ ବ୍ୟୁରୋ: ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ଚାଷୀ ତାତି । ଚାଷୀଙ୍କ ବିରୋଧରେ ବିଜେପି ଷଡ଼ଯନ୍ତ୍ର କରି କଂଗ୍ରେସ କାନ୍ଧରେ ରଖିଛି ଚାଷୀ ବନ୍ଧୁକ । ଯାହାକୁ ନେଇ କଂଗ୍ରେସ ଓ ବିଜେପିକୁ ନିଶାନା କରିଛି ବିଜେଡି । ମଣ୍ଡି ସମସ୍ୟା ନେଇ ବିଜେଡି ପ୍ରତିବାଦ କରିବା ସହ ସରକାରଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟକୁ ନେଇ କକ୍ଷତ୍ୟାଗ କରିଛି । ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା କରି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।

ଚାଷୀଙ୍କ ଧାନ କିଣୁନାହାନ୍ତି ସରକାର । ପ୍ରତାରଣାରେ ପରିଣତ ହୋଇଛି ନିର୍ବାଚନୀ ପ୍ରତିଶୃତି । ଜାରି ରହିଛି ମଣ୍ଡି ସମସ୍ୟା। ୧୦ରୁ ୧୫ କେଜି କଟନୀ ଛଟନୀ ଚାଲିଛି । ଚାଷୀ ହନ୍ତସନ୍ତ ହେଉଥିବା ବେଳେ, ବାଧ୍ୟ ହୋଇ ଧାନର ଅଭାବି ବିକ୍ରୀ କରୁଛି । ବଜେଟ ଅଧିବେଶନର ଆରମ୍ଭରୁ ଚାଷୀଙ୍କ ସ୍ବର ସାଜି ଗୃହରେ ହଟ୍ଟଗୋଳ ଓ ପ୍ରତିବାଦ କରିଛି ବିଜେଡି । ସରକାର ଧାନ ମଣ୍ଡିରୁ ଧାନ ନଉଠାଇବା ଯାଏଁ ଆନ୍ଦୋଳନ ଜାରି ରଖିବ ବୋଲି ଚେତାବନୀ ଦେଇଛି ଦଳ ।

ସପ୍ତମ ଦିନରେ ବି ବିଧାନସଭାରେ ଦେଖିବାକୁ ମିଳିଥିଲା ବିଜେଡିର ସମାନ ଆଭିମୁଖ୍ୟ । ବିଜେଡି ବିଧାୟକ ପ୍ରତାପ ଦେବ ଅଭିଯୋଗ କରିଛନ୍ତି ଯେ, ଚାଷୀ ପ୍ରସଙ୍ଗରେ ପଳାୟନ ପନ୍ଥୀ ରୂପ ଆପଣାଇଛନ୍ତି ସରକାର । ମୁଲତବୀ ପ୍ରସ୍ତାବ ଆଲୋଚନାରେ ସ୍ପଷ୍ଟୀକରଣ ରଖୁନାହାନ୍ତି ଯୋଗାଣ ମନ୍ତ୍ରୀ । କଂଗ୍ରେସ ସବୁବେଳେ କହୁଛି ବିଜେଡି ସବୁବେଳେ ବିଜେପି ସହିତ ଅଛି । କିନ୍ତୁ ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି ଯେ, ବିଜେପି ସହିତ ହାତ ମିଳାଇଛି କଂଗ୍ରେସ । ଗୃହ କାର୍ଯ୍ୟ ସ୍ବାଭାବିକ ହୋଇ ନଥିବା ବେଳେ, ଆଲୋଚନା କିପରି ହେଲା ବୋଲି ପ୍ରଶ୍ନ କରିଛି ବିଜେଡି ।

ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ ଗୋଲାପୀ ଚିତ୍ର ଦେଖାଉଛନ୍ତି । ମନ୍ତ୍ରୀଙ୍କ ଉତ୍ତର ଦୁର୍ଭାଗ୍ୟଜନକ । କାହିଁକି ବର୍ଦ୍ଧିତ ଏମଏସପି ଚାଷୀଙ୍କୁ ଦେଲେ ନାହିଁ ସରକାର । ଚାଷୀଙ୍କୁ ଶୋଷଣ କରୁଛି ଡବଲ ଇଞ୍ଜିନ ସରକାର । ଅଖା ବ୍ୟାଗ୍ ନାଁରେ ହଜାର ହଜାର କୋଟି ଟଙ୍କାର ହୋଇଛି ଦୁର୍ନୀତି । ଅଖା ବ୍ୟାଗ୍ ପଇସା କିଛି ସରକାରୀ ଦଳ ନେତା ଓ ସରକାରୀ କର୍ମଚାରୀ ଭାଗ ବାଣ୍ଟି ଖାଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଅନ୍ୟପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ୧୨ ପ୍ରତିଶତ ଅଧିକ ଧାନ କିଣାଯାଇଛି ।

ମଣ୍ଡି ସମସ୍ୟା ନେଇ ସାରା ରାଜ୍ୟରେ ଜାରି ରହିଛି ଚାଷୀ ଅସନ୍ତୋଷ । ଜିଲ୍ଲାସ୍ତରରୁ ରାଜଧାନୀ ଯାଏଁ ଚାଷୀଙ୍କ ସ୍ବର ସାଜି ଲଢ଼େଇ କରୁଛି ବିଜେଡି । କିନ୍ତୁ ବିଧାନସଭାରେ କଂଗ୍ରେସର ନୀରବତାକୁ ନେଇ ବର୍ଷିଛି ବିଜେଡି ।

ଗଣଦୁଷ୍କର୍ମ ପରେ ହତ୍ୟା ଧମକ: ନାବାଳିକା ୪ ମାସ ଗର୍ଭବତୀ ହେବା ପରେ ଜଣାପଡ଼ିଲା ଘଟଣା, ୪ ଗିରଫ

ଗଣଦୁଷ୍କର୍ମ ପରେ ହତ୍ୟା ଧମକ: ନାବାଳିକା ୪ ମାସ ଗର୍ଭବତୀ ହେବା ପରେ ଜଣାପଡ଼ିଲା ଘଟଣା, ୪ ଗିରଫ

ନନ୍ଦିଘୋଷ ବ୍ୟୁରୋ: ନାବାଳିକାଙ୍କୁ ୪ ଯୁବକ କଲେ ଗଣ ଦୁଷ୍କର୍ମ । କାହାକୁ କହିଲେ ଜୀବନରୁ ମାରି ଦେବାକୁ ଦେଲେ ଧମକ । ଭୟରେ ଚୁପ ରହିଲେ ନାବାଳିକା । ଏବେ ନାବାଳିକା ୪ ମାସର ଗର୍ଭବତୀ । ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ଥାନାରେ କଲେ ଅଭିଯୋଗ । ଘଟଣାର ତଦନ୍ତ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ । ଗିରଫ ୪ ଅଭିଯୁକ୍ତ ହେଲେ ସୋରିଷପାଳ ଅଞ୍ଚଳର ନବ ହାଁସଦା, ବିରୁଡ଼ି ଅଞ୍ଚଳର ସାଲଖାନ ଟୁଡୁ, କଦମଡିହାର ସୁରାରି ହାଁସଦା ଓ ମଝିଗାଁର ଡମନ ହେମ୍ବ୍ରମ ।

ଅଭିଯୋଗ ଅନୁସାରେ, ୪ ଅଭିଯୁକ୍ତ ୪ରୁ ୫ ମାସ ପୂର୍ବେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଫଳରେ ନାବାଳିକା ଜଣଙ୍କ ଚୁପ ରହିଥିଲେ । ହେଲେ କିଛିଦିନ ହେବ ତାଙ୍କ ଶାରୀରିକ ପରିବର୍ତ୍ତନ ଦେଖା ଦେବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା । ଏହାପରେ ପରିବାର ଲୋକ ପଚରାଉଚରା କରିବାରୁ ନାବାଳିକା ଜଣଙ୍କ ସବୁ କହିଥିଲେ । ପରିବାର ଲୋକେ ମେଡିକାଲ ନେଇ ଚେକଅପ୍ କରିବା ପରେ ନାବାଳିକା ୪ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଘଟଣା ଜଣାପଡିବା ପରେ ପରିବାର ଲୋକେ ବାଙ୍ଗିରିପୋଷୀ ଥାନାରେ ୪ ଅଭିଯୁକ୍ତଙ୍କ ନାଁରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ । ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।

କେନ୍ଦ୍ରାପଡ଼ାରେ ୧୩ଟି ପ୍ୟାକ୍ସରେ ବେଧଡ଼କ ଚାଲିଛି ଚାଷୀ ଶୋଷଣ, ନିଘୋଡ଼ ନିଦ୍ରାରେ ଯୋଗାଣ ବିଭାଗ

କେନ୍ଦ୍ରାପଡ଼ାରେ ୧୩ଟି ପ୍ୟାକ୍ସରେ ବେଧଡ଼କ ଚାଲିଛି ଚାଷୀ ଶୋଷଣ, ନିଘୋଡ଼ ନିଦ୍ରାରେ ଯୋଗାଣ ବିଭାଗ

ନନ୍ଦିଘୋଷ ବ୍ୟୁରୋ: ସରି ଆସିଲାଣି ଟାର୍ଗେଟ । ତଥାପି ମଣ୍ଡିରେ ଗଦା ହୋଇଛି ଧାନ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସୁଧୁରୁନି ମଣ୍ଡି ସମସ୍ୟା । ଦଲାଲ ଓ ପ୍ୟାକ୍ସ ସଂପାଦକଙ୍କ ମଧୁଚନ୍ଦ୍ରିକାରେ ବେଧଡ଼କ ଚାଲିଛି ଚାଷୀ ଶୋଷଣ । କିଛି ଚାଷୀ ଧାନ ଦେଇ ଆଖି ସ୍କାନ କରିବାର ୨୦ ଦିନ ବିତିଥିଲେ ସୁଦ୍ଧା ଟଙ୍କା ପାଇନାହାନ୍ତି । ଯାହାକୁ ନେଇ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି

ରାଜନଗର କୃଷି ସମବାୟ ସମିତିର ଚାଷୀ କୂଳମଣି ସେଠୀ । ସେ ଧାନ ବିକ୍ରି କରିବା ପାଇଁ ରାଜନଗର ପ୍ୟାକ୍ସରେ ରେଜିଷ୍ଟ୍ରେସନ କରିଥିଲେ । ତାଙ୍କୁ ଟୋକନ ବି ମିଳିଥିଲା । ମାତ୍ର ଟୋକନର ଅବଧି ସରିଯାଇଥିଲେ ସୁଦ୍ଧା ତାଙ୍କ ଧାନ ମଣ୍ଡିରେ ଗଦା ହୋଇ ରହିଛି । ବୁଲା ଗୋରୁ ଧାନ ନଷ୍ଟ କରି ଦେଉଥିବାରୁ ଧାନକୁ ଜଗି ବସୁଛନ୍ତି କୂଳମଣି । ଖାଲି କୂଳମଣି ନୁହଁନ୍ତି ଶହ ଶହ ଚାଷୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାଜନଗର ବ୍ଲକର କୁରୁଣ୍ଟି, ଚାନ୍ଦିବାଉଁଶମୂଳ, ଡାଙ୍ଗମାଳ, ତାଳଚୁଆ, କୋଇଲିପୁର, ନୋଧାବସନ୍ତ, ଗୁପ୍ତି, ଓସ୍ତିଆ, ବାଲିସାହିପାଟଣା, ରାଜନଗର, ନାଉକନା, ଭାଟପଡା, ଡେରା ଭଳି ୧୩ଟି ପ୍ୟାକ୍ସରେ ଧାନ କିଣା ବ୍ୟବସ୍ଥିତ ହୋଇପାରୁନାହିଁ । କେଉଁଠି ଚାଷୀଙ୍କ ଟୋକନ ଅବଧି ଶେଷ ହେଲାଣି ତ କେଉଁଠି ଚାଷୀ ଧାନ ବିକ୍ରି କରି ଟଙ୍କା ପାଉନାହାନ୍ତି । ଖୋଦ ସମବାୟ ସମିତିର ସମ୍ପାଦକମାନେ ଚାଷୀଙ୍କ ବଦଳରେ ଦଲାଲମାନଙ୍କ ଧାନ କିଣି ସିଧାସଳଖ ମିଲକୁ ପଠାଉଛନ୍ତି । ଫଳରେ ଚାଷୀଙ୍କ ଧାନ ମଣ୍ଡିରେ ଦୀର୍ଘ ଦିନ ଧରି ପଡି଼ ରହୁଛି । ହେଲେ ମଣ୍ଡି ପରିଦର୍ଶନ କରୁନାହାନ୍ତି ଯୋଗାଣ ବିଭାଗର ଅଧିକାରୀ । ଏଠି ପ୍ରଶ୍ନ ଉଠୁଛି, କାହିଁକି ସରକାରଙ୍କ ନୀତି ନିୟମକୁ ଅଧିକାରୀମାନେ ପାଳନ କରୁନାହାନ୍ତି ? ଅନ୍ୟପଟେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ।

ହତ୍ୟା ଘଟଣାର ସାକ୍ଷୀ ନହେବାରୁ ହତ୍ୟା

ହତ୍ୟା ଘଟଣାର ସାକ୍ଷୀ ନହେବାରୁ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ହତ୍ୟା ଘଟଣାର ସାକ୍ଷୀ ହେବାକୁ ମନା କରିବାରୁ ଆଉ ଜଣଙ୍କୁ ହତ୍ୟା । ଏମିତି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ । କାହ୍ନୁ ମଢ଼େଇ ନାମକ ଯୁବକଙ୍କୁ ତିନି ଜଣ ଯୁବକ ପିଟିପିଟି ମାରିଦେବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।

ପୋଲିସ ସୂଚନା ଅନୁସାରେ, ଖୁଣ୍ଟା ଥାନା ଗଡିଗାଁ ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଗାଁର କାହ୍ନୁ ମଢେଇଙ୍କୁ ୩ ଜଣ ଯୁବକ ପିଟି ପିଟି ହତ୍ୟା କରିଥିଲେ । ବାରିପଦାରୁ ସାଇଣ୍ଟିଫିକ ଟିମ ଆସି ଯାଞ୍ଚ କରିଥିବା ବେଳେ ସ୍ଥାନୀୟ ପୋଲିସ ତଦନ୍ତ ତ୍ୱରାନ୍ୱିତ କରିଥିଲା । ଏହି ସମୟରେ ନଭେମ୍ବର ମାସରେ ଗ୍ୟାସ ଟାଙ୍କି ଚୋରି ଘଟଣାକୁ ନେଇ ହୋଇଥିବା ଅନ୍ୟ ଏକ ହତ୍ୟା ଘଟଣାର ଲିଙ୍କ ଥିବା ପୋଲିସ ଜାଣିବାକୁ ପାଇଥିଲା ।

ଉକ୍ତ ଗ୍ୟାସ ଟାଙ୍କି ଚୋରି ଘଟଣାରେ ଦୁଇ ଜଣ ଯୁବକ ବାପି କୋହ୍ଲାର ଏବଂ କାହ୍ନୁ ମଢେଇ ସମ୍ପୃକ୍ତ ଥିଲେ । ଦୁହିଁଙ୍କୁ କାବୁ କରି କିଛି ଲୋକେ ନିର୍ଘାତ ମାଡ଼ ମାରିଥିଲେ । ସେହି ମାଡ଼ରେ ବାପି କୋହ୍ଲାର ମୃତ୍ୟୁ ଘଟିଥିଲା । ସେହି ହତ୍ୟାକାଣ୍ଡର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲେ କାହ୍ନୁ । ତେବେ କାହ୍ନୁଙ୍କୁ ସପକ୍ଷରେ ବୟାନ ଦେବାକୁ ୧୧ ଅଭିଯୁକ୍ତ ଚାପ ପାକାଇଥିଲେ । ହେଲେ ସେ ଏଥିପାଇଁ ରାଜି ହୋଇ ନଥିଲେ । ଯାହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହେବା ସହ ଅଭିଯୁକ୍ତମାନେ କାହ୍ନୁଙ୍କୁ ପିଟିପିଟି ହତ୍ୟା କରିଥିବା ପୋଲିସ କହିଛି ।

ରତ୍ନଭଣ୍ଡାର ଗଣତିମଣତି ପାଇଁ ଦିନ ଧାର୍ଯ୍ୟ କରିବ ଶ୍ରୀମନ୍ଦିର ପରିଚାଳନା କମିଟି

ରତ୍ନଭଣ୍ଡାର ଗଣତିମଣତି ପାଇଁ ଦିନ ଧାର୍ଯ୍ୟ କରିବ ଶ୍ରୀମନ୍ଦିର ପରିଚାଳନା କମିଟି

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଜିଉଙ୍କ ରତ୍ନଅଳଙ୍କାର ଗଣତି ମଣତି ପାଇଁ ଶୁଭ ମୁହୂର୍ତ୍ତ ଓ ଦିନ ଧାର୍ଯ୍ଯ କରିବ ଶ୍ରୀମନ୍ଦିର ପରିଚାଳନା କମିଟି । ଏଥରକ ୩ଟି ଯାକ ରତ୍ନଭଣ୍ଡାର ଗଣତି ମଣତି ୧୯୭୮ ମସିହା ଗଣତି ମଣତି ତାଲିକା ସହ ମେଳକ କରାଯିବ । ରତ୍ନ ଅଳଙ୍କାର କୌଣସି ପ୍ରକାରେ ମୂଲ୍ଯାଙ୍କନ କରାଯିବନି । ରତ୍ନଭଣ୍ଡାର ଗଣତି ମଣତି ନେଇ ସରକାରଙ୍କ ୧୪ ପୃଷ୍ଠା ସମ୍ବଳିତ ଏସଓପି ଜାରି ପରେ ଆଜି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ବୈଠକ କରି ଏପରି ସୂଚନା ଦେଇଛନ୍ତି ।

ମୁଖ୍ଯ ପ୍ରଶାସକ ସୂଚନା ଦେଇ କହିଛନ୍ତି, ପ୍ରଥମେ ବର୍ଗ ୩ରେ ଆସୁଥିବା ଚଳନ୍ତି ଭଣ୍ଡାରରେ ଥିବା ମୂଲ୍ଯବାନ ଧାତବ ଅଳଙ୍କାରର ଗଣତି ମଣତି କରାଯିବ । ପରେ ବର୍ଗ ୨ ଶ୍ରେଣୀ ଅନ୍ତର୍ଭୁକ୍ତ ବାହାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ହେବ ଗଣତି ମଣତି । ସବାଶେଷରେ ହେବ ବର୍ଗ ୧ରେ ଆସୁଥିବା ଭିତର ରତ୍ନଭଣ୍ଡାର ଗଣତିମଣତି । ସବୁ ଗଣତିମଣତିର ହେବ ଡିଜିଟାଇଜେସନ । ଗଣତିମଣତି ପାଇଁ ଦୁଇଟି ଟିମ ଗଠନ କରାଯାଇଛି । ଗୋଟିଏ ତତ୍ତ୍ବାବଧାରକ ଟିମ ଓ ଅନ୍ଯଟି କାର୍ଯ୍ଯନିର୍ବାହୀ ଟିମ । ଦୁଇଟିଯାକ ଟିମ ମୁଖ୍ଯ ପ୍ରଶାସକଙ୍କ ନିର୍ଦ୍ଦେଶରେ କାର୍ଯ୍ଯ ସମ୍ପାଦନ କରିବେ ।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବର୍ଷ ରଥଯାତ୍ରାର ନୀଳାଦ୍ରି ବିଜେ ସୁଦ୍ଧା ଗଣତି ମଣତି ସମ୍ପନ୍ନ କରିବା ନେଇ ଲକ୍ଷ୍ଯ ରଖାଯାଇଛି । ଭିତର ରତ୍ନଭଣ୍ଡାର ଗଣତିମଣତି ପାଇଁ ପ୍ରତ୍ଯେକ ଦିନ ଚାବି ଟ୍ରେଜେରିରୁ ଅଣାଯିବା ସହ ଟ୍ରେଜେରିରେ ଜମା ରଖାଯିବ । ଗଣତିମଣତିରେ ସାମିଲ କାର୍ଯ୍ଯନିର୍ବାହୀ ଦଳର ପ୍ରତ୍ଯେକ ସଦସ୍ଯ ସ୍ବାକ୍ଷର କରିବେ । ଏହାକୁ କମ୍ପ୍ଯୁଟରରେ ଅପଲୋଡ କରାଯିବ । ଗଣତିମଣତି ପ୍ରକ୍ରିୟାରେ ଚାବି ଖୋଲାଠୁ ଆରମ୍ଭ କରି ରତ୍ନଅଳଙ୍କାର ଯାଞ୍ଚ ଓ ଚିହ୍ନଟ ସବୁ କାର୍ଯ୍ଯର ହେବ ଭିଡିଓଗ୍ରାଫି। ଏଥିପାଇଁ ନିୟୋଜିତ କ୍ଯାମେରାମ୍ଯାନ ଓ ଭିଡିଓଗ୍ରାଫର ମହାପ୍ରଭୁଙ୍କ ନାମରେ ନିଷ୍ଠାର ସହ କାର୍ଯ୍ଯ ସମ୍ପାଦନ ପାଇଁ ହଲପନାମା ଦେବେ । ଗଣତିମଣତି ବେଳେ ଶ୍ରଦ୍ଧାଳୁ ବାହାରକାଠରୁ ଦର୍ଶନ କରିପାରିବେ । ଯେଉଁଦିନ ଅଧିକ ନୀତିକାନ୍ତି ଥିବ ସେଦିନ ଗଣତିମଣତିର ସମୟକୁ କାଣ୍ଟଛାଣ୍ଟ କରାଯିବ । ୧୯୭୮ ମସିହାରେ ହୋଇଥିବା ରତ୍ନଅଳଙ୍କାର ଗଣତିମଣତି ୭୨ ଦିନ ପର୍ଯ୍ଯନ୍ତ ଚାଲିଥିଲା ।

ପ୍ରେମ ପାଇଁ ଭୁଲିଗଲା ମା’ର ସ୍ନେହ ମମତା ; ମାଆ ଓ ଭାଇଙ୍କୁ ହତ୍ୟା

କୋରାପୁଟ : ପ୍ରେମ ପାଇଁ ଜନ୍ମ ଦେଇଥିବା ମାଆ ଓ ଭାଇଙ୍କୁ ହତ୍ୟା। ପ୍ରେମିକ ସହିତ ମିଶି ଝିଅ ଜଘନ୍ୟକାଣ୍ଡ ଭିଆଇଥିବା ସନ୍ଦେହ। କୋରାପୁଟ ଜିଲ୍ଲା ଜୟପୁର ବୋରିଗୁମ୍ମାରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ନିଖୋଜ ମା, ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୨୧ତାରିଖରୁ ନିଖୋଜ ଥିବା ନେଇ ବୋରିଗୁମ୍ମା ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି କୋଟପଡ଼ ଥାନା ଅଞ୍ଚଳ ଏକ କେନାଲରୁ ବସ୍ତା ଭିତରେ ବନ୍ଧା ହୋଇ ନିଖୋଜ ପୁଅର ଶବ ଉଦ୍ଧାର ହୋଇଥିବା ବେଳେ ଆଜି ସକାଳୁ ମାଙ୍କ ମୃତଦେହ ଜୟନ୍ତଗିରି ନିକଟସ୍ଥ କେନାଲରୁ ଉଦ୍ଧାର ହୋଇଛି ।

ମୃତ ଭାଇ ଏହେମ ପରିଡ଼ା ଓ ମା ଅନୁଷ୍କା ପରିଡାଙ୍କ ଶବ ଉଦ୍ଧାର ହୋଇଛି । ଝିଅ ସ୍ଥାନୀୟ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଥିଲେ ତାଙ୍କ ମାଆ ଓ ଭାଇ। ଏଥିପାଇଁ ପ୍ରେମିକଙ୍କ ସହ ମିଶି ନିଜ ମା ଓ ଭାଇ କୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି। ଘଟଣାରେ ଯୁବତୀ ଓ ତାଙ୍କ ପ୍ରେମିକକୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ପୋଲିସ । ଖୁବଶୀଘ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ ହେବ ବୋଲି ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି ।

ବିଶାଳ ଚାଷୀ ସମାବେଶରେ ଗର୍ଜିଲେ ନବୀନ ; ସରକାରଙ୍କ ନିଦ ହଜାଇଦେବୁ ବୋଲି ଦେଲେ ଚେତାବନୀ

ଭୁବନେଶ୍ବର : ବିଜେଡିର ବିଶାଳ ଚାଷୀ ସମାବେଶରେ ଗର୍ଜିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଏ ସରକାର କରୁଛି କଣ ? ବିଜେପି ସରକାରର ଦୁଇ ବର୍ଷ ହେବାକୁ ଯାଉଛି । ନା ଠିକ ନିଷ୍ପତ୍ତି ନେଇ ପାରୁଛନ୍ତି ନା କିଛି କାର୍ଯ୍ୟକାରୀ କରୁଛନ୍ତି । ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହି ଲମ୍ବା ଲମ୍ବା ପ୍ରତିଶୃତି ଦେଉଥିଲେ । ହେଲେ କିଛି ମିଳିଲା ନାହିଁ । ବିଜେଡି ସରକାର ଚାଷୀଙ୍କ ପାଇଁ ବଜେଟ ଓ କାଳିଆ ଯୋଜନା କରିଥିଲେ। ଜଳ ସେଚନ ବ୍ୟବସ୍ଥା କରିଥିଲେ। ହେଲେ ଏହି ଡବଲ ଇଂଜିନ ସରକାର କରୁଛି କଣ ? ସାର ମିଳୁନି, ଧାନ କିଣୁନାହାନ୍ତି ସରକାର, କଟନୀ ଛଟଣି ହେଉଛି । ଅଭିଯୋଗ କଲେ, ଚାଷୀ ମିଛ କହୁଛନ୍ତି ବୋଲି ସରକାର କହୁଛନ୍ତି ।

ନିର୍ବାଚନ ପ୍ରତିଶୃତି ରକ୍ଷା କରିବାକୁ ଅନୁରୋଧ କରିଥିଲୁ । କଟନୀ ଛଟନି ବନ୍ଦ କରିବାକୁ କହିଥିଲୁ । ମିଲର ଓ ସରକାର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଚାଲିଛି । ୪୮ଘଣ୍ଟାରେ DBT ମାଧ୍ୟମରେ ଚାଷୀଙ୍କୁ ଦିଆଯାଉ । ୭୨ ଘଣ୍ଟାରେ ଧାନ କିଣା ଯାଉ। ପ୍ରଚାର ପ୍ରସାରରେ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଚାଷୀଙ୍କ ପାଇଁ କିଛି ନାହିଁ। ବିଧାନସଭାରେ ବିଜେଡି ଚାଷୀଙ୍କ ପାଇଁ ସ୍ୱର ଉଠାଉଛି ହେଲେ ସରକାରଙ୍କ ଚାଷୀ ପାଇଁ ଖାତିର ନାହିଁ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। କୌଣସି ସରକାରୀ ପରୀକ୍ଷା କରି ପାରୁନି ସରକାର। ରୋଜଗାର ନାହିଁ । ଖାଲି ଜୟ କିଷାନ କହୁଛନ୍ତି ହେଲେ ଚାଷୀ ପାଉଛି କଣ ? କଥା ନୁହେଁ କାମ ଦରକାର । ବିଜେଡି ଚାଷୀଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ । ବିଜେଡ଼ି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ହଜାଇ ଦେବ ବୋଲି ଚରମ ଚେତାବନୀ ଦେଇଛନ୍ତି ନବୀନ ପଟ୍ଟନାୟକ ।

ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ : ମହାପ୍ରଭୁଙ୍କ ବଡ଼ ସଂଙ୍କେତ ନା ଆଉକିଛି !

ପୁରୀ : ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ସାଧାରଣତଃ ନୀଳଚକ୍ରରେ ପକ୍ଷୀ ବସିବା ଦେଖିବାକୁ ମିଳିନଥାଏ। ଯଦି କୌଣସି ପକ୍ଷୀ ବସେ ତେବେ ତାହାକୁ ଅଶୁଭ ବୋଲି ବିଶ୍ବାସ କରାଯାଏ । ତେବେ ଚିଲ ବସିବା କୌଣସି ଏକ ବଡ଼ ଅଶୁଭ ଘଟଣାର ପୂର୍ବ ସଂକେତ ବୋଲି କୁହାଯାଉଛି । ଚିଲ ବସିବା ଘଟଣାକୁ ନେଇ ପୁରୀରେ ଏବେ ଚର୍ଚ୍ଚା ଜୋର ଧରିଛି।