spot_img
Home Blog Page 2116

ଶୁଣନ୍ତୁ ଇଭିଏମ ହ୍ୟାକ୍ ପ୍ରସଙ୍ଗରେ କଣ କହିଲେ ନିର୍ବାଚନ କମିଶନ

ନନ୍ଦିଘୋଷ ବ୍ୟୁରୋ: ଘୋଷଣା ହେଲା ନିର୍ବାଚନ ତାରିଖ । ୭ଟି ପର୍ଯ୍ୟାୟରେ ଦେଶରେ ହେବ ଲୋକସଭା ନିର୍ବାଚନ । ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରତି ନିର୍ବାଚନରେ ଇଭିଏମକୁ ନେଇ ରାଜନୈତିକ ଦଳମାନେ ପ୍ରଶ୍ନ ଉଠାଇଥାନ୍ତି । କହିଥାନ୍ତି କି, ଇଭିଏମ ହ୍ୟାକ କରାଯାଏ । ଏବଂ ଇଭିଏମରେ ଦୁର୍ନୀତି କରାଯାଇ ନିର୍ବାଚନ ଜିତାଯାଏ । ତେବେ ସାମ୍ବାଦିକ ସମ୍ମିଳନୀରେ ଏକ ସମ୍ପର୍କରେ ଇସି ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । କହିଛନ୍ତି କି, ଫଳାଫଳ ଆସିବା ପରେ ରାଜନୈତିକ ଦଳମାନେ ଇଭିଏମକୁ ଦାୟୀ କରିଥାନ୍ତି । କିନ୍ତୁ ସବୁ ଭୋଟରଙ୍କ ଉପରେ ନିର୍ଭର କରୁଛି । କୌଣସି ଇଭିଏମ ହ୍ୟାକ୍ ହୋଇନଥାଏ । ଏଡା ଉପରେ କଡ଼ା ନଜର ରଖାଯାଇଥାଏ । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାରା ଦେଶରେ ଆରମ୍ଭ ହୋଇଛି ରାଜନୈତିକ ଉଷ୍ମତା । ପ୍ରେସମିଟରେ ନିର୍ବାଚନ ତାରିଖ ଘୋଷଣା କରୁଛନ୍ତି ସିଇସି ରାଜୀବ କୁମାର । ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ପ୍ରେସମିଟ୍ ଉପରେ ।

ନିର୍ବାଚନ ପରିଚାଳନା ଲାଗି ଇସି ସମ୍ପୂର୍ଣ୍ଣ ପ୍ରସ୍ତୁତ

୧୬ ଜୁନରେ ସରୁଛି ଲୋକସଭା କାର୍ଯ୍ୟକାଳ

ନିର୍ବାଚନ ପ୍ରସ୍ତୁତି ଲାଗି ୨ ବର୍ଷର କସରତ

ଦେଶରେ ୯୭ କୋଟି ପଞ୍ଜି ଭୋଟର

୮୩ ଲକ୍ଷ ଭୋଟରଙ୍କ ବୟସ ୮୦ ବର୍ଷରୁ ଅଧିକ

୪୮ ହଜାର କିନ୍ନର ଭୋଟର

ସବୁ ବୁଥ ଲାଗି ସମସ୍ତ ପ୍ରକାର ସୁବିଧା କରାଯାଇଛି

ହେଲ୍ପ ଫାସିଲିଟି, ରାମ୍ପ ବ୍ୟବସ୍ଥା କରାଯାଇଛି

୮୫ ବର୍ଷରୁ ଅଧିକ ବୟସର ଭୋଟରଙ୍କ ଘରକୁ ଯିବେ ପ୍ରତିନିଧି

ହେଲିକପ୍ଟର, ହାତୀ, ହେଲିକପ୍ଟରରେ ବି ଯିବେ ପ୍ରତିନିଧି

୧୦୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୧୮ ହଜାର

ଅପରାଧ ରେକର୍ଡ ସମ୍ପର୍କରେ ବ୍ୟାପକ ସଚେତନତା କରାଯିବ

ଆଚରଣବିଧି ଉଲ୍ଲଂଘନ, ଅର୍ଥବଳ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ

ବାହୁବଳର ମୁକାବିଲା ସିଏପିଏଫ ମୁତୟନ କରାଯିବ

ଏନବିଡଲ୍ୟୁ ଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ରୋକାଯିବ

ବେଆଇନ କାର୍ଯ୍ୟକଳାପ, ଅନ୍ତରାଷ୍ଟ୍ରୀୟ ସୀମାରେ ଡ୍ରୋନ ବ୍ୟବସ୍ଥା

୫୫ ଲକ୍ଷ ଇଭିଏମ ଜରିଆରେ ହେବ ନିର୍ବାଚନ

ମାଗଣା ସାମଗ୍ରୀ ଘୋଷଣା ଉପରେ ରୋକ୍

ପୋଲିସ, ବିଏସଏଫ, କୋଷ୍ଟଗାର୍ଡ ରହିବେ ସତର୍କ

ପୋଲିସ, ବିଏସଏଫ, କୋଷ୍ଟଗାର୍ଡ ରହିବେ ସତର୍କ

ସମସ୍ତ ବିମାନବନ୍ଦରରେ ଯାଞ୍ଚ ବ୍ୟବସ୍ଥା କରାଯିବ

ରାଜନୈତିକ ପାଣ୍ଠି ପ୍ରଦାନ ଉପରେ ରୋକ୍

ପ୍ରତି ତାରକା ପ୍ରଚାରକଙ୍କୁ ଗାଇଡଲାଇନ ପ୍ରଦାନ କରାଯିବ

ବ୍ୟକ୍ତିଗତ ଆକ୍ଷେପ, ଧାର୍ମିକ ପ୍ରଚାର ଉପରେ କଟକଣା

ରେଡ ଲାଇନ ଅତିକ୍ରମ ନକରିବାକୁ ଇସିଆଇଙ୍କ ପରାମର୍ଶ

ପ୍ରଚାରରେ ଶିଶୁଙ୍କ ବ୍ୟବହାର କରିବା ଉପରେ ବାରଣ

୨୧ଶହ ଅବଜର୍ଭର ନିଯୁକ୍ତ

ଫେକ ନ୍ୟୁଜ ଉପରେ କଟକଣା

 

 

 

 

 

 

 

 

ମେଣ୍ଢାଶାଳସ୍ଥିତ ପୋଲିସ ଆଉଟ ପୋଷ୍ଟ ହେବ ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’

ଭୁବନେଶ୍ବର : ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏହାସହିତ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୋଲିସ ଆଉଟ ପୋଷ୍ଟକୁ ଏକ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ (Industrial Police Station) ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ପୋଲିସ ଷ୍ଟେସନଟି ୧୫୦ ବର୍ଗ କିଲୋମିଟର ପରିମିତ ଏବଂ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ୪ଟି ଗ୍ରାମ ପଞ୍ଚାୟତ ଏବଂ BMCର ଗୋଟିଏ ୱାର୍ଡକୁ ଆଂଶିକ ଭାବେ ନେଇ କାର୍ଯ୍ୟ କରିବ। ଏଥିପାଇଁ ୩୪ଟି ନୂଆ ପଦବୀ ସୃଷ୍ଟି କରାଯିବ। ପୂର୍ବରୁ ଏହି ଆଉଟ ପୋଷ୍ଟରେ ୫ ଜଣ କର୍ମଚାରୀ ଅଛନ୍ତି ଏବଂ ୨ଟି ପଦବୀ ଏସ୍‌.ପି ପୋଲିସ ମୋଟର ଟ୍ରେନିଂ ସଂସ୍ଥାରୁ ନିୟୋଜିତ କରାଯିବ। ଏହିପରି ଏହି ଥାନାରେ ସମୁଦାୟ ୪୧ ଜଣ ଅଧିକାରୀ ଓ କର୍ମଚାରୀ ରହିବେ । ଏହି ୩୪ଟି ନୂତନ ପଦବୀ ଗୁଡିକ ହେଉଛି – ଗୋଟିଏ ଇନ୍‌ସପେକ୍ଟର, ୪ଟି ସବ୍‌ଇନ୍‌ସିପେକ୍ଟର, ୬ଟି ଏ.ଏସ୍‌.ଆଇ, ୨ଟି ହାବିଲଦାର ଓ ୨୧ଟି  କନେଷ୍ଟବଳ । ପୂର୍ବରୁ ଥିବା ୫ଟି ପଦବୀ ହେଉଛି – ଗୋଟିଏ ସବ୍‌ଇନ୍‌ସପେକ୍ଟର ଓ ୪ଟି କନେଷ୍ଟବଳ ।

 

 

ଘରେ ପଶି ଶାଶୁ ଓ ଶଳାକୁ ଛୁରାମାଡ଼ କଲା ଜ୍ବାଇଁ

କାକଟପୁର: ଘରେ ପଶି ଶାଶୁ ଓ ଶଳାକୁ ଛୁରାମାଡ଼ କଲା ଜ୍ବାଇଁ। ପୁରୀ ଜିଲ୍ଲା କାକଟପୁର ଥାନା ମେଡିକାଲ ଛକ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଘରର ଲାଇନ କାଟି ଶାଶୁ ମନ୍ଦାକିନୀ ବେହେରା ଓ ଶଳା ସନ୍ତୋଷ ବେହେରାଙ୍କୁ ଜ୍ୱାଇଁ ସୁଶୀଲ ବେହେରା ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏକ ଧାରୁଆ ଛୁରୀ ସାହାଯ୍ୟରେ ମନ୍ଦାକିନୀଙ୍କ ମୁହଁ ସହ ବାମ ହାତ ଆଙ୍ଗୁଳିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି । ମାଙ୍କୁ ଆକ୍ରମଣ ହେଉଥିବା ଦେଖି ପୁଅ ସନ୍ତୋଷ ବାହାରକୁ ଆସିଥିବା ବେଳେ ତାଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଜ୍ୱାଇଁ ସୁଶୀଲ। ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଜ୍ୱାଇଁ। ଏ ନେଇ କାକଟପୁର ଥାନାରେ ଜ୍ୱାଇଁ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ଶାଶୁ ମନ୍ଦାକିନୀ । କାକଟପୁର ପୋଲିସ ପ୍ରାଥମିକ ତଦନ୍ତ କରି ଛୁରୀ ଜବତ କରିଛି । ମା ଓ ପୁଅଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ପଠାଯାଇଛି।

ଜାଣନ୍ତୁ ଆପଣଙ୍କ ବିଧାନସଭା କ୍ଷେତ୍ରରେ କେବେ ହେବ ଭୋଟ୍ ?

ନନ୍ଦିଘୋଷ ବ୍ୟୁରୋ: ବାଜିଲା ନିର୍ବାଚନ ବିଗୁଲ୍ । ଦେଶରେ ୭ଟି ପର୍ଯ୍ୟାୟ ଏବଂ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମେ’୧୩ରେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ଜୁନ୍ ୪ ତାରିଖରେ ହେବ ଭୋଟ୍ ଗଣତି । ମେ’୧୩ ତାରିଖରେ ୧୮ ବିଧାନସଭା ଆସନରେ ଭାଟ୍ ଗ୍ରହଣ ହେବ । ସହିପରି ମେ’ ୨୦ରେ ୩୫, ମେ’ ୨୫ରେ ୪୨ ଏବଂ ଜୁନ୍ ୧ରେ ୪୨ ବିଧାନସଭା କ୍ଷେତ୍ରରେ ଭୋଟ୍ ପଡ଼ିବ । ତେବେ ଆସନ୍ତୁ ନଜର ପକାଇବା ଏହି ୪ ପର୍ଯ୍ୟାୟରେ କେଉଁ ବିଧାନସଭା ଆସନରେ ପଡ଼ିବ ଭୋଟ୍ ।

୧୩ ମେ’

ନୂଆପଡ଼ା

ଖଡ଼ିଆଳ

ଉମରକୋଟ

ଝରିଗାଁ

ନବରଙ୍ଗପୁର

ଡାବୁଗାଁ

ଲାଞ୍ଜିଗଡ଼

ଜୁନାଗଡ଼

ଧର୍ମଗଡ଼

ଭବାନିପାଟଣା

ନର୍ଲା

ଛତ୍ରପୁର

ଗୋପାଳପୁର

ବ୍ରହ୍ମପୁର

ଦିଗପହଣ୍ଡି

ଚିକିଟି

ମୋହନା

ପାରଳାଖେମୁଣ୍ଡି

ଗୁଣୁପୁର

ବିଷମକଟକ

ରାୟଗଡ଼ା

ଲକ୍ଷ୍ମୀପୁର

କୋଟପାଡ଼

ଜୟପୁର

କୋରାପୁଟ

ପଟ୍ଟାଙ୍ଗୀ

ମାଲକାନଗିରି

ଚିତ୍ରକୋଣ୍ଡା

————————-

ମେ’୨୦

ପଦମପୁର

ବିଜେପିରୁ

ବରଗଡ଼

ଅତାବିରା

ଭଟଲି

ବ୍ରଜରାଜନଗର

ଝାରସୁଗୁଡ଼ା

ତଳସରା

ସୁନ୍ଦରଗଡ଼

ବୀରମିତ୍ରପୁର

ରଘୁନାଥପାଲ୍ଲି

ରାଉରକେଲା

ରାଜଗାଙ୍ଗପୁର

ବଣାଇ

ବୀରମହାରାଜପୁର

ସୋନପୁର

ଲୋଇସିହାଂ

ପାଟଣାଗଡ଼

ବଲାଙ୍ଗୀର

ଟିଟିଲାଗଡ଼

କଣ୍ଟାବାଞ୍ଜି

ବାଲିଗୁଡ଼ା

ଜି.ଉଦୟଗିରି

ଫୁଲବାଣୀ

କଣ୍ଟାମାଳ

ବୌଦ୍ଧ

ଦଶପଲ୍ଲା

ଭଞ୍ଜନଗର

ପୋଲସରା

କବିସୂର୍ଯ୍ଯନଗର

ଖଲ୍ଲିକୋଟ

ଆସ୍କା

ସୋରଡ଼ା

ସାନଖେମୁଣ୍ଡି

ହିଞ୍ଜିଳି

———————

ମେ’ ୨୫

କୁଚିଣ୍ଡା

ରେଙ୍ଗାଲି

ସମ୍ବଲପୁର

ରେଢାଖୋଲ

ଦେବଗଡ଼

ତେଲକୋଇ

ଘଷିପୁରା

ଆନନ୍ଦପୁର

ପାଟଣା

କେନ୍ଦୁଝର

ଚମ୍ପୁଆ

କରଞ୍ଜିଆ

ଢେଙ୍କାନାଳ

ହିନ୍ଦୋଳ

କାମାକ୍ଷାନଗର

ପରଜଙ୍ଗ

ପାଲଲହଡା

ତାଳଚେର

ଅନୁଗୁଳ

ଛେଣ୍ଡିପଦା

ଆଠମଲ୍ଲିକ

ବଡ଼ମ୍ବା

ବାଙ୍କି

ଆଠଗଡ଼

ବାରବାଟୀ କଟକ

ଚୌଦ୍ବାର କଟକ

କଟକ ସଦର

ପୁରୀ

ବ୍ରହ୍ମଗିରି

ସତ୍ୟବାଦୀ

ପିପିଲି

ଜୟଦେବ

ଭୁବନେଶ୍ବର ମଧ୍ୟ

ଭୁବନେଶ୍ବର ଉତ୍ତର

ଏକାମ୍ର ଭୁବନେଶ୍ବର

ଜଟଣି

ବେଗୁନିଆ

ଖୋର୍ଦ୍ଧା

ଚିଲିକା

ରଣପୁର

କେନ୍ଦ୍ରାପଡ଼ା

ନୟାଗଡ଼


ଜୁନ୍ ୧

ଯଶିପୁର

ସାରସକଣା

ରାଇରଙ୍ଗପୁର

ବାଙ୍ଗିରିପୋଷି

ଉଦଳା

ବଡସାହି

ବାରିପଦା

ମୋରଡା

ଜଳେଶ୍ବର

ଭୋଗରାଇ

ବସ୍ତା

ବାଲେଶ୍ବର

ରେମୁଣା

ନୀଳଗିରି

ସୋର

ସିମୁଳିଆ

ଭଣ୍ଡାରିପୋଖରୀ

ଭଦ୍ରକ

ବାସୁଦେବପୁର

ଧାମନଗର

ଚାନ୍ଦବାଲି

ବିଂଝାରପୁର

ବରୀ

ବଡ଼ଚଣା

ଧର୍ମଶାଳା

ଯାଜପୁର

କୋରେଇ

ସୁକିନ୍ଦା

ନିଆଳି

ସାଲେପୁର

ମାହାଙ୍ଗା

ପାଟକୁରା

କେନ୍ଦ୍ରାପଡ଼ା

ଆଳି

ରାଜନଗର

ମହାକାଳପଡ଼ା

ପାରାଦୀପ

ତିର୍ତ୍ତୋଲ

ବାଲିକୁଦା-ଏରସମା

ଜଗତସିଂହପୁର

କାକଟପୁର

ନିମାପଡ଼ା

 

ଲୋକସଭା ନିର୍ବାଚନ ଅଧିସୂଚନା ଜାରି ସହିତ ଲାଗୁ ହେଲା ଆଚରଣବିଧି,ଜାଣନ୍ତୁ ଆଚରଣ ସଂହିତା କ’ଣ ?

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ନିର୍ବାଚନ ଆୟୋଗର ମଡେଲ ଆଚରଣ ବିଧି ଲାଗୁ ହୋଇଛି । ଏହା ଅଧୀନରେ ସାରା ଦେଶରେ ଏକ ଅଭିଯାନ ଚଳାଇ ହୋର୍ଡିଂ, ବ୍ୟାନର ଏବଂ ରାଜନୈତିକ ଦଳର ପୋଷ୍ଟର ହଟାଯିବ। କେବଳ ଏତିକି ନୁହେଁ ସରକାରୀ ଯୋଜନାର ହୋର୍ଡିଂ ମଧ୍ୟ ହଟାଯିବ। ଆଚରଣ ବିଧି ଉଲ୍ଲଂଘନ ବାବଦରେ ସିଧାସଳଖ ନିର୍ବାଚନ ଆୟୋଗଙ୍କୁ ଜଣାଯାଇପାରିବ। ଅଭିଯୋଗ ଠିକ ଥିଲେ  ଆୟୋଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆଚରଣ ବିଧି ଲାଗୁ ପରେ ସରକାରୀ କର୍ମଚାରୀମାନେ ଆଚରଣ ସଂହିତାର  ସୁଯୋଗ ନେଇ ଲୋକଙ୍କ  କାର୍ଯ୍ୟ କରିବାକୁ ମନା କରନ୍ତି। ଅନ୍ୟପକ୍ଷରେ ଲୋକମାନଙ୍କର ମଧ୍ୟ  ଭୁଲ ଧାରଣା ରହିଛି ଯେ ଆଚରଣ ବିଧି କେବଳ ରାଜନୈତିକ ଦଳ ଏବଂ ନେତାଙ୍କ ପାଇଁ ପ୍ରଯୁଜ୍ୟ । ଯଦି ଆପଣ ମଧ୍ୟ ଏହିପରି ଭାବୁଛନ୍ତି  ତେବେ ସାବଧାନ ରୁହନ୍ତୁ । ଏହା ରାଜନୈତିକ ଦଳ,ସରକାରଙ୍କ ସହିତ ସାଧାରଣ ନାଗରିକଙ୍କ ପାଇଁ ମଧ୍ୟ ପ୍ରଜୁଯ୍ୟ ।

କେବଳ ରାଜନୈତିକ ଦଳ କିମ୍ବା ନେତା ନୁହଁନ୍ତି, ଯଦି ଜଣେ ସାଧାରଣ ଲୋକ ମଧ୍ୟ ଆଚରଣ ବିଧି ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ। ତଥାପି, ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଏହି ସମୟ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ହୁଏ ନାହିଁ ।  ତେଣୁ, ଯଦି କୌଣସି ସରକାରୀ ଅଧିକାରୀ ଆପଣଙ୍କ କାମ କରିବାକୁ ମନା କରନ୍ତି, ତେବେ ନିୟମ କ’ଣ ତାହା  ଜାଣିବା ଜରୁରୀ । ଏହା ଜାଣି ରଖନ୍ତୁ ଯେ, ଆପଣଙ୍କ ଜୀବନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପରେ ବି କୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ ।  ମଡେଲ୍ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପରେ ଆପଣ  କ’ଣ କରିପାରିବେ  ଏବଂ କ’ଣ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା ।

ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପରେ ମଧ୍ୟ କେଉଁ କାର୍ଯ୍ୟ ବନ୍ଦ ହେବ ନାହିଁ?

ମଡେଲ ଆଚରଣ ସଂହିତା ଲାଗୁ ହେବା ପରେ ମଧ୍ୟ ଆପଣ ପେନସନ ପାଇବା ପାଇଁ ସରକାରୀ କାର୍ଯ୍ୟାଳୟକୁ ଯାଇପାରିବେ । କୌଣସି ଅଧିକାରୀ ଏହାକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ । ଏହି ସମୟରେ ଆଧାର କାର୍ଡ ଏବଂ ଜାତି ପ୍ରମାଣପତ୍ର ତିଆରି କରିବାର କାର୍ଯ୍ୟ ମଧ୍ୟ ଜାରି ରହିବ ।  ବିଦ୍ୟୁତ୍, ଜଳ ଏବଂ ପରିଷ୍କାର ପରିଚ୍ଛନ୍ନ କାର୍ଯ୍ୟଗୁଡିକ ସୁରୁଖୁରୁରେ ଜାରି ରହିବ । ସେହି ସମୟରେ, ଆପଣ ଚିକିତ୍ସା ପାଇଁ ଆର୍ଥିକ ସହାୟତା ମଧ୍ୟ ନେଇ ପାରିବେ । ରାସ୍ତା ମରାମତି ପାଇଁ ପ୍ରଶାସନ କାର୍ଯ୍ୟ ଜାରି ରଖି ପାରିବ । ଏହା ବ୍ୟତୀତ କୌଣସି ଚାଲୁଥିବା ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯାଇ ପାରିବ ନାହିଁ । କୌଣସି ଅଧିକାରୀ ଆଚରଣ ସଂହିତା ବାହାନା କରି ଆପଣଙ୍କର  ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ କରିପାରିବେ ନାହିଁ ।  ଯଦି ଆପଣ ଘର ପ୍ଲାନ୍  ପାଇଁ ଆବେଦନ କରିସାରିଛନ୍ତି ତେବେ ଏହା ଅନୁମୋଦିତ ହେବ,ତେବେ  ଏଥିପାଇଁ ନୂତନ ଆବେଦନ ଗ୍ରହଣ କରାଯିବ ନାହିଁ ।

ମଡେଲ୍ ଆଚରଣ ସଂହିତା ଅନୁଯାୟୀ କେଉଁ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯିବ?

ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଏବଂ ଆଚରଣ ବିଧି କାର୍ଯ୍ୟକାରୀ ହେବା ମାତ୍ରେ କୌଣସି ନେତା କିମ୍ବା ଅଧିକାରୀ କୌଣସି ପ୍ରକଳ୍ପ ଉଦ୍ଘାଟନ କରିପାରିବେ ନାହିଁ କିମ୍ବା ଶିଳାନ୍ୟାସ କରି ପାରିବେ ନାହିଁ। ଏହା ସହିତ ନୂତନ କାର୍ଯ୍ୟ ପାଇଁ ଅନୁମୋଦନ ମଧ୍ୟ ଦିଆଯିବ ନାହିଁ । ଯେଉଁ ଅଂଚଳରେ ଆଚରଣ ସଂହିତା କାର୍ଯ୍ୟକାରୀ ହେବ, ସେଠାରେ ସରକାରଙ୍କ ସଫଳତାର ହୋର୍ଡିଂ ରହିବ  ନାହିଁ ।  ପୂର୍ବରୁ ଲାଗିଥିବା  ହୋର୍ଡିଂଗୁଡିକ ଅପସାରିତ ହେବ । ସଂପୃକ୍ତ ନିର୍ବାଚନମଣ୍ଡଳୀକୁ କୌଣସି ସରକାରୀ ପରିଦର୍ଶନ ହେବ ନାହିଁ। ସରକାରୀ ଗାଡିରେ ସାଇରନ୍ ଲଗାଯିବ ନାହିଁ ।  ସରକାରୀ ଭବନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଫଟୋ ରଖିବା ଉପରେ ପ୍ରତିବନ୍ଧକ ଲଗାଯିବ। କୌଣସି ବ୍ୟକ୍ତି କିମ୍ବା ନେତା ପ୍ରିଣ୍ଟ୍ କିମ୍ବା ଇଲେକ୍ଟ୍ରୋନିକ୍ ବା ଅନ୍ୟାନ୍ୟ ଗଣମାଧ୍ୟମରେ ସରକାରଙ୍କ ସଫଳତା ବିଷୟରେ ବିଜ୍ଞାପନ ଦେଇ ପାରିବେ ନାହିଁ ।  ଏହି ସମୟ ମଧ୍ୟରେ ସାଧାରଣ ଲୋକମାନେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିବା ସମୟରେ ସାବଧାନ ହେବା ଉଚିତ । ଆପଣଙ୍କର ଗୋଟିଏ ପୋଷ୍ଟ ଆପଣଙ୍କୁ ଜେଲକୁ ପଠାଇବା ପାଇଁ ଯଥେଷ୍ଟ । କୌଣସି ପୋଷ୍ଟ ସେୟାର କରିବା ପୂର୍ବରୁ କିମ୍ବା ଲେଖିବା ପୂର୍ବରୁ ଭଲ ଭାବରେ ବୁଝନ୍ତୁ ଯେ, ତାହା  ଆଚରଣ ସଂହିତା ନିୟମର ଉଲ୍ଲଂଘନ କରୁଛି କି ନାହିଁ ।

କେଉଁ କ୍ଷେତ୍ରରେ ଜଣେ ସାଧାରଣ ଲୋକ ମଧ୍ୟ ଜେଲ ଯାଇପାରନ୍ତି?

ଯଦି କୌଣସି ସାଧାରଣ ବ୍ୟକ୍ତି ଏହି ସମସ୍ତ ନିୟମ ଉଲ୍ଲଂଘନ କରନ୍ତି, ତେବେ ମଡେଲ ଆଚରଣ ସଂହିତା ଅନୁଯାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରଳ ଭାବରେ କହିବାକୁ ଗଲେ, ଯଦି ଆପଣ କୌଣସି ନେତାଙ୍କ ଅଭିଯାନ ସହିତ ଜଡିତ ଅଛନ୍ତି, ତେବେ ଆପଣଙ୍କୁ ଏହି ନିୟମଗୁଡ଼ିକ ବିଷୟରେ ସଚେତନ ହେବାକୁ ପଡିବ । ଯଦି କୌଣସି ରାଜନେତା ଆପଣଙ୍କୁ ଏହି ନିୟମ ବିରୁଦ୍ଧରେ କାର୍ଯ୍ୟ କରିବାକୁ କୁହନ୍ତି, ତେବେ ଆପଣ ତାଙ୍କୁ ଆଚରଣ ସଂହିତା ବିଷୟରେ କହି ତାହା କରିବାକୁ ମନା କରିପାରିବେ । ଯଦି ଆପଣ ଏପରି କିଛି କରନ୍ତି ଯାହାକି ଆଚରଣ ବିଧି ଉଲ୍ଲଂଘନ କରୁଥାଏ,ତେବେ କମିଶନ ତୁରନ୍ତ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଏମିତିକି ଆପଣଙ୍କୁ ଜେଲ ଯିବାକୁ ପଡିପାରେ ।

ପ୍ରାର୍ଥୀ ଏବଂ ଦଳ ପାଇଁ ନିୟମ କ’ଣ ?

ଲୋକସଭା ନିର୍ବାଚନ 2024 ପାଇଁ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବା ପରେ ସରକାର ଭୋଟରଙ୍କୁ ପ୍ରଭାବିତ କରିବାକୁ କୌଣସି ଘୋଷଣା କରିପାରିବେ ନାହିଁ। ରାଜ୍ୟଗୁଡିକରେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ସରକାରୀ କର୍ମଚାରୀମାନେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗର କର୍ମଚାରୀ ହୁଅନ୍ତି। ଆଚରଣ ସଂହିତା ହେଉଛି ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତ ନିୟମ, ଯାହାକୁ ପ୍ରତ୍ୟେକ ଦଳ ଏବଂ ସବୁ ପ୍ରାର୍ଥୀ ପାଳନ କରିବା ଆବଶ୍ୟକ । ଯଦି ଏହାକୁ ଉଲ୍ଲଂଘନ କରାଯାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ପ୍ରାର୍ଥୀଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରାଯାଇପାରେ। ଏଫଆଇଆର ଦାଖଲ  ପରେ ପ୍ରାର୍ଥୀଙ୍କୁ ଜେଲ ପଠାଯାଇପାରିବ।

 

 

 

 

 

 

 

 

 

ବାଜିଲା ବିଗୁଲ : ୭ ପର୍ଯ୍ୟାୟରେ ଦେଶବ୍ୟାପୀ ନିର୍ବାଚନ,ଜୁନ୍ ୪ର ଜଣା ପଡିବ କିଏ ଗଢୁଛି ସରକାର

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ପାଇଁ  ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗତଥର ଭଳି ଏଥର ମଧ୍ୟ ସାତୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ ଆୟୋଗର ଘୋଷଣା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ ୧୯ ରେ ଅନୁଷ୍ଠିତ ହେବ ଯେଉଁଥିରେ ୧୦୨ ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୯ ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ମେ ୭ ରେ ତୃତୀୟ ପର୍ଯ୍ୟାୟରେ ୯୪ ଲୋକସଭା ଆସନରେ ମତଦାନ ହେବ। ଜୁନ୍ ୧୩ରେ ଚତୁର୍ଥ ପର୍ଯ୍ୟାୟରେ ୯୬ ଟି ଲୋକସଭା ଆସନରେ ଭୋଟ୍ ଅନୁଷ୍ଠିତ ହେବ, ପଞ୍ଚମ ପର୍ଯ୍ୟାୟ ମେ ୨୦ରେ ଅନୁଷ୍ଠିତ ହେବ, ଏହି ଦିନ ୪୯ ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ । ମେ ୨୫ରେ ଷଷ୍ଠ ପର୍ଯ୍ୟାୟରେ ୫୭ ଆସନରେ ଭୋଟ୍ ହେବ । ସପ୍ତମ ପର୍ଯ୍ୟାୟ ଭୋଟ୍  ଜୁନ୍ ୧ରେ ହେବ ଓ ଏଥିରେ ୫୭ଟି ସିଟ୍ ଉପରେ ଭୋଟ୍ ଗ୍ରହଣ କରାଯିବ।

ତାରିଖ ଘୋଷଣା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ସର୍ବ ବୃହତ ଗଣତନ୍ତ୍ରର ନିର୍ବାଚନ ଉପରେ ବିଶ୍ୱ ନଜର ରଖିଛି। ସେ କହିଛନ୍ତି ଯେ ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ କହିଛନ୍ତି ଯେ ଆୟୋଗର ଟିମ୍ ସମସ୍ତ ରାଜ୍ୟରେ ସର୍ଭେ କରିଛନ୍ତି ଏବଂ ସମସ୍ତ ବ୍ୟବସ୍ଥା କରିଛନ୍ତି। ସେ କହିଛନ୍ତି ଯେ ଆମେ ସମସ୍ତ ରାଜନୈତିକ ଦଳର ପ୍ରତିନିଧୀଙ୍କୁ ଭେଟି ଏହି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସେମାନଙ୍କଠାରୁ ମତାମତ ନେଇଛୁ।

ଦେଶରେ ଯୁବକ ଏବଂ ମହିଳା ଭୋଟରଙ୍କ ସଂକ୍ୟା ବଢିଛି

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ୧୦.୫ ଲକ୍ଷ ଭୋଟ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ୫୫ ଲକ୍ଷ ଇଭିଏମରେ ଭୋଟ୍ ଦିଆଯିବ । ସେ କହିଛନ୍ତି ଯେ ଦେଶରେ ପ୍ରାୟ ୯୭ କୋଟି ଭୋଟର ଅଛନ୍ତି । ଏଥର ଭୋଟର ତାଲିକାରେ ନୂଆକରି ୧.୮୨ କୋଟି ନୂତନ ଭୋଟର ପ୍ରଥମ ଥର ସାମିଲ ହୋଇଛନ୍ତି । ଏଥିମଧ୍ୟରୁ ୮୫ ଲକ୍ଷ ମହିଳା ଭୋଟର ଅଟନ୍ତି। ମୋଟ ଭୋଟରଙ୍କ ମଧ୍ୟରୁ ୪୯.୭ କୋଟି ପୁରୁଷ ଭୋଟର ହୋଇଥିବାବେଳେ ୪୭.୧ କୋଟି ମହିଳା ଭୋଟର ଅଟନ୍ତି। ଏହା ବ୍ୟତୀତ, ଏଭଳି ୨ ଲକ୍ଷ ୧୮ ହଜାର ଭୋଟର ଅଛନ୍ତି,ଯେଉଁମାନଙ୍କ  ବୟସ ୧୦୦ ବର୍ଷରୁ ଅଧିକ ହୋଇଥିବା ବେଳେ 82 ଲକ୍ଷ ଭୋଟରଙ୍କ ବୟସ ୮୫ବର୍ଷରୁ ଅଧିକ ।

ବରିଷ୍ଠ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ

ଭୋଟ୍କୁ ଉନ୍ନତ ତଥା ସୁବିଧାଜନକ କରିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି। ସେ କହିଛନ୍ତି ଯେ 85 ବର୍ଷରୁ ଅଧିକ ଭୋଟରଙ୍କୁ ବୁଥକୁ ଆସିବା ଆବଶ୍ୟକ ନାହିଁ। ସେମାନଙ୍କୁ ଘରୁ ଭୋଟ୍ ଦେବାର ସୁବିଧା ଦିଆଯିବ। ସେ କହିଛନ୍ତି ଯେ ନାମାଙ୍କନପତ୍ର ପୂର୍ବରୁ ସମସ୍ତ ଭୋଟରଙ୍କୁ 12-D ଫର୍ମ ପଠାଯିବ । ଗଣତନ୍ତ୍ରର ଏହି ପର୍ବରେ ସର୍ବାଧିକ ଅଂଶଗ୍ରହଣ ନିଶ୍ଚିତ କରିବା ଆମର ପ୍ରୟାସ ହେବ ବୋଲି ସେ କହିଛନ୍ତି। ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ସାରା ଦେଶରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ କଡା ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ଯେ ନିର୍ବାଚନ ସମୟରେ ହିଂସା ବନ୍ଦ କରିବାକୁ ଚାହୁଁଛନ୍ତି।

ରାଜନୈତିକ ଦଳଙ୍କ ପାଇଁ ଆୟୋଗର କଡା ନିର୍ଦ୍ଦେଶାବଳୀ

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ଆଜିଠାରୁ ମତଦାନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଗୁଜବ କିମ୍ବା ମିଥ୍ୟା ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ବାଚନ ପ୍ରଚାର ସମୟରେ ଘୃଣା ଭାଷଣ ନଦେବାକୁ ସେ ନେତାମାନଙ୍କୁ କହିଥିଲେ। ଅଭିଯାନରେ ଧାର୍ମିକ କିମ୍ବା ଜାତିଗତ ମନ୍ତବ୍ୟ ଦିଅନ୍ତୁ ନାହିଁ  । ବିଭ୍ରାନ୍ତିକର ବିଜ୍ଞାପନ ଦେବା ଏବଂ ଲକ୍ଷ୍ମଣରେଖା ଉଲ୍ଲଂଘନ କରିବା ଠାରୁ ଦୂରେଇ ରହିବାକୁ ସେ ରାଜନୈତିକ ଦଳଙ୍କୁ ପରାମର୍ଶ ଦେଇଛନ୍ତି ।  ପିଲାମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଷ୍ଟାର ପ୍ରଚାରକମାନଙ୍କ ପାଇଁ ମଧ୍ୟ କମିଶନ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ରାଜୀବ କୁମାର କହିଛନ୍ତି ଯେ ସମସ୍ତ ପ୍ରକାରର ଗାଇଡଲାଇନ୍ ଉପରେ ନଜର ରଖିବା ଏବଂ ମତାମତ ଦେବା ପାଇଁ ୨୧୦୦ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।

୧୭ ତମ ଲୋକସଭାର କାର୍ଯ୍ୟକାଳ ଜୁନ୍ ୧୬ରେ ଶେଷ ହେଉଛି

୧୭ତମ ଲୋକସଭାର କାର୍ଯ୍ୟକାଳ ୧୬ ଜୁନ୍ ୨୦୧୪ ରେ ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ଏକ ନୂତନ ସରକାର ଗଠନ କରିବାକୁ ପଡିବ। ଦେଶରେ ସମୁଦାୟ ୫୪୩ ଲୋକସଭା ଆସନ ଅଛି ଏବଂ ସରକାର ଗଠନ ପାଇଁ କୌଣସି ଦଳ କିମ୍ବା ମେଣ୍ଟ ୨୭୨ ଆସନ ଆବଶ୍ୟକ କରନ୍ତି ।  ୨୦୧୯ ଲୋକସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ୧୧ ଏପ୍ରିଲରୁ ୧୯  ମଇ ମଧ୍ୟରେ ୭ ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଥିଲା ଏବଂ ଫଳାଫଳ ୨୩ ମଇରେ ଘୋଷଣା କରାଯାଇଥିଲା।

ଜାଣନ୍ତୁ ଓଡ଼ିଶାରେ କେଉଁଠି କେବେ ଲୋକସଭା ନିର୍ବାଚନ ?

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ୨୧ ଲୋକସଭା ଆସନରେ କେବେ କେଉଁଠି ପଡ଼ିବ ଭୋଟ୍ । ଆସନ୍ତୁ ନଜର ପକାଇବା ।

ଲୋକସଭା ନିର୍ବାଚନ
ପ୍ରଥମ ପର୍ଯ୍ୟାୟ
କଳାହାଣ୍ଡି
ନବରଙ୍ଗପୁର
ବ୍ରହ୍ମପୁର
କୋରାପୁଟ

ଦ୍ବିତୀୟ ପର୍ଯ୍ୟାୟ
ବରଗଡ଼
ସୁନ୍ଦରଗଡ଼
ବଲାଙ୍ଗୀର
କନ୍ଧମାଳ
ଆସ୍କା

ତୃତୀୟ ପର୍ଯ୍ୟାୟ
ସମ୍ବଲପୁର
କେନ୍ଦୁଝର
ଢ଼େଙ୍କାନାଳ
କଟକ
ପୁରୀ
ଭୁବନେଶ୍ବର

ଚତୁର୍ଥ ପର୍ଯ୍ୟାୟ
ମୟୂରଭଞ୍ଜ
ବାଲେଶ୍ବର
ଭଦ୍ରକ
ଯାଜପୁର
କେନ୍ଦ୍ରାପଡ଼ା
ଜଗତସିଂହପୁର

 

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ଜାଣନ୍ତୁ କେବେ କେଉଁଠି ପଡ଼ିବ ଭୋଟ

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ କମିଶନଙ୍କ ପ୍ରେସମିଟ୍ । ଓଡ଼ିଶାରେ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ । ମେ’୨୦ ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ମେ’ ୨୫ରେ ତୃତୀୟ ପର୍ଯ୍ୟାୟ ଭୋଟ୍ । ଜୁନ୍ ୧ରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ଜୁନ୍ ୪ରେ ପ୍ରକାଶ ପାଇବ ଫଳାଫଳ ।

*୧୩ ମେ’ରେ ୨୮ଟି ବିଧାନସଭା କ୍ଷେତ୍ରରେ ଭୋଟ୍
*୨୦ ମେ’ରେ ୩୫ଟି ବିଧାନସଭା କ୍ଷେତ୍ରରେ ଭୋଟ୍
*୨୫ ମେ’ରେ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ୍
*୧ ଜୁନରେ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ୍

ନିର୍ବାଚନ ପାଇଁ ଆମ ଟିମ୍ ପ୍ରସ୍ତୁତ: ECI

ନନ୍ଦିଘୋଷ ବ୍ୟୁରୋ: ବାଜିଲା ନିର୍ବାଚନ ବିଗୁଲ । ନିର୍ବାଚନ କମିଶନଙ୍କ ପ୍ରେସମିଟ୍ । ନିର୍ବାଚନ ତାରିଖ ଘୋଷଣା କରୁଛନ୍ତି ରାଜୀବ କୁମାର । କହିଲେ ନିର୍ବାଚନ ପରିଚାଳନା ଲାଗି ଇସି ସମ୍ପୂର୍ଣ୍ଣ ପ୍ରସ୍ତୁତ । ୧୬ ଜୁନରେ ସରୁଛି ଲୋକସଭା କାର୍ଯ୍ୟକାଳ । ନିର୍ବାଚନ ପ୍ରସ୍ତୁତି ଲାଗି ୨ ବର୍ଷର କସରତ । ଦେଶରେ ୯୭ କୋଟି ପଞ୍ଜି ଭୋଟର ରହିଛନ୍ତି । ୮୩ ଲକ୍ଷ ଭୋଟରଙ୍କ ବୟସ ୮୦ ବର୍ଷରୁ ଅଧିକ । ୪୮ ହଜାର କିନ୍ନର ଭୋଟର । ସବୁ ବୁଥ ଲାଗି ସମସ୍ତ ପ୍ରକାର ସୁବିଧା କରାଯାଇଛି । ୧୨ ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛନ୍ତି । ହେଲ୍ପ ଫାସିଲିଟି, ରାମ୍ପ ବ୍ୟବସ୍ଥା କରାଯାଇଛି । ୮୫ ବର୍ଷରୁ ଅଧିକ ବୟସର ଭୋଟରଙ୍କ ଘରକୁ ଯିବେ ପ୍ରତିନିଧି ।ହେଲିକପ୍ଟର, ହାତୀ, ହେଲିକପ୍ଟରରେ ବି ଯିବେ ପ୍ରତିନିଧି । ୧୦୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୧୮ ହଜାର । ଅପରାଧ ରେକର୍ଡ ସମ୍ପର୍କରେ ବ୍ୟାପକ ସଚେତନତା କରାଯିବ । ଆଚରଣବିଧି ଉଲ୍ଲଂଘନ, ଅର୍ଥବଳ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ । ବାହୁବଳର ମୁକାବିଲା ସିଏପିଏଫ ମୁତୟନ କରାଯିବ ।

ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକରେ କଣ ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ସେମାନଙ୍କ ସମର୍ଥନ ପାଇଁ କୃତଜ୍ଞତା । ପ୍ରଥମ ଥର ସରକାର ଗଠନ ବେଳେ ଓଡ଼ିଶା ମହାବାତ୍ୟା ଦ୍ୱାରା ପ୍ରଭାବିତ ଥିଲା । ବିଜୁବାବୁଙ୍କ ଦର୍ଶନ ଦେଇଥିଲା ମାର୍ଗଦର୍ଶନ । ଆମେ ସାଢେ ୪ କୋଟି ଓଡ଼ିଆଙ୍କ ଜୀବନରେ ଆଣିଛୁ ପରିବର୍ତ୍ତନ । ୫ ବର୍ଷର ସଙ୍କଳ୍ପ ନେଇ କରାଗଲା ସମୀକ୍ଷା । ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି ରାଜ୍ୟ ସରକାର। ଗତ ୫ ବର୍ଷର ଶାସନ 5T ନୀତି ଉପରେ ଆଧାରିତ। ଏହି ସମୟ ଓଡ଼ିଶା ଇତିହାସର ମାଇଲ ଖୁଣ୍ଟ । ସ୍ୱଛ ଶାସନ ଓ ଟେକ୍ନୋଲୋଜି ଆଣିଛି ତୀବ୍ର ପରିବର୍ତ୍ତନ ।  କୋଭିଡକୁ ସଫଳ ଭାବେ ମୁକାବିଲା କରିଛି ରାଜ୍ୟ। ଦେଶକୁ ଅକ୍ସିଜେନ ଯୋଗାଇ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଛି। ମା’ମାନଙ୍କ ପାଇଁ ମିଶନ ଶକ୍ତି ବିଭାଗ କରାଯାଇଛି। ଗମନାଗମନ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନା ହୋଇଛି। ବଲାଙ୍ଗୀରରେ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ବରଗଡ଼ ଜିଲ୍ଲାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି ସରକାର। ଆଦିବାସୀ ଭାଇ ଭଉଣୀଙ୍କ କଳା, ସଂସ୍କୃତି ଓ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଆଦିବାସୀଙ୍କ ବିକାଶ ପାଇଁ ଗଠନ ହୋଇଛି ଏସଡିସି। ମୁଖ୍ୟମନ୍ତ୍ରୀ ଦେଖିଥିବାର ଓଡ଼ିଆ ଅସ୍ମିତାର ସ୍ବପ୍ନ ସାକାର ହୋଇଛି। ପୁଣି ଥରେ ନିର୍ବାଚନ ସମୟ ଆସିଛି।

ପୁଣି ସରକାର ଗଢ଼ିବା ନେଇ ଓଡ଼ିଶାବାସୀ ଆଶୀର୍ବାଦ ଅଜାଡିଦେବେ ବୋଲି ମୁଖ୍ୟମନ୍ତ୍ରୀ ଅଶା ରଖିଛନ୍ତି। ସମସ୍ତଙ୍କ ସହଯୋଗରେ ଓଡ଼ିଶାରେ ଦେଶରେ ଏକ ନମ୍ବର ରାଜ୍ୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  ଓଡ଼ିଶା ଏକମାତ୍ର ରାଜ୍ୟ ଯାହା ସମସ୍ତଙ୍କୁ ଦେଉଛି ମାଗଣା ଚିକିତ୍ସା । ଆମ ଯୁବକଙ୍କ ସମୃଦ୍ଧିର ପାସପୋର୍ଟ୍ ହେଉଛି ନବୀନ ମ୍ୟାଜିକ୍ କାର୍ଡ୍ । ବିନା ସୁଧରେ ଏକ ଲକ୍ଷଟଙ୍କାର ଋଣ ଯୋଜନା ’ସ୍ୱୟମ’ ହେଉଛି ଯୁବ ଶସକ୍ତିକରଣର ଉଦାହରଣ । ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀ । ଆମର ମିଶନ ଶକ୍ତି ସଦସ୍ୟ ଦେଶ ପାଇଁ ଉଦାହରଣ ।