ଘରେ ପଶି ଶାଶୁ ଓ ଶଳାକୁ ଛୁରାମାଡ଼ କଲା ଜ୍ବାଇଁ

କାକଟପୁର: ଘରେ ପଶି ଶାଶୁ ଓ ଶଳାକୁ ଛୁରାମାଡ଼ କଲା ଜ୍ବାଇଁ। ପୁରୀ ଜିଲ୍ଲା କାକଟପୁର ଥାନା ମେଡିକାଲ ଛକ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଘରର ଲାଇନ କାଟି ଶାଶୁ ମନ୍ଦାକିନୀ ବେହେରା ଓ ଶଳା ସନ୍ତୋଷ ବେହେରାଙ୍କୁ ଜ୍ୱାଇଁ ସୁଶୀଲ ବେହେରା ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏକ ଧାରୁଆ ଛୁରୀ ସାହାଯ୍ୟରେ ମନ୍ଦାକିନୀଙ୍କ ମୁହଁ ସହ ବାମ ହାତ ଆଙ୍ଗୁଳିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି । ମାଙ୍କୁ ଆକ୍ରମଣ ହେଉଥିବା ଦେଖି ପୁଅ ସନ୍ତୋଷ ବାହାରକୁ ଆସିଥିବା ବେଳେ ତାଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଜ୍ୱାଇଁ ସୁଶୀଲ। ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଜ୍ୱାଇଁ। ଏ ନେଇ କାକଟପୁର ଥାନାରେ ଜ୍ୱାଇଁ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ଶାଶୁ ମନ୍ଦାକିନୀ । କାକଟପୁର ପୋଲିସ ପ୍ରାଥମିକ ତଦନ୍ତ କରି ଛୁରୀ ଜବତ କରିଛି । ମା ଓ ପୁଅଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ପଠାଯାଇଛି।