spot_img
Home Blog Page 2134

ବହୁ ପ୍ରତିକ୍ଷିତ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ପରିକ୍ରମା ପ୍ରକଳ୍ପ । ଐତିହାସିକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରିକ୍ରମା ଫଳକକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳକ ଉନ୍ମୋଚନ ସହ ପୂରଣ ହୋଇଛି ଦୀର୍ଘ ଶତାବ୍ଦୀର ଆଶା ଆକାଂକ୍ଷା । ଏହି ପ୍ରକଳ୍ପ ଏବେ ଶ୍ରୀଜିଉଙ୍କ ଦର୍ଶନର ଦେବ ଅନନ୍ୟ ଅନୁଭୂତି । ୩ ଦିନର ମହାଯଜ୍ଞ ପରେ ଲୋକାର୍ପିତ ହୋଇଛି ପରିକ୍ରମା ପ୍ରକଳ୍ପ । ପୌଷ ସପ୍ତମୀରେ ଲେଖାଯାଇଛି ନୂଆ ଅଧ୍ୟାୟ । ଏଥିସହ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ପରିକ୍ରମା ମାର୍ଗ । ଏହାଦ୍ବାରା ଜଗନ୍ନାଥ ଦର୍ଶନ ସହ ପ୍ରଦକ୍ଷିଣ ସହଜ ହେବ । ଲୋକାର୍ପଣ ଉତ୍ସବରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ । ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଇଛି ।

ଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଯଜ୍ଞ ଓ ଭକ୍ତିପୂତ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ପରିକ୍ରମା ମାର୍ଗ ପ୍ରଦକ୍ଷିଣ, ଜଗନ୍ନାଥ ଧାମ ପ୍ରତି ଆହୁରି ଆବେଗ ବଢ଼ାଇ ଦେଇଥିଲା । ଯଜ୍ଞରେ ପୂର୍ଣ୍ଣାହୁତି ପରେ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ପଦକ୍ଷିଣ କରିଥିଲେ ମୁଖ୍ୟମନ୍ତ୍ରୀ । ନାମ ସଙ୍କୀର୍ତ୍ତନରେ ଫାଟି ପଡ଼ିଥିଲା ବଡ଼ ଦାଣ୍ଡ । ଶ୍ରୀମନ୍ଦିର ପରିକର୍ମା ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ପୂର୍ଣ୍ଣାହୁତି ଓ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବକୁ ସଦା ସ୍ମରଣୀୟ ରଖିବା ଭଳି ଭବ୍ୟ ଆୟୋଜନ କରାଯାଇଥିଲା । ମନ୍ତ୍ରଧ୍ବନିରେ ମୁଖରିତ ହୋଇ ଉଠିଥିଲା ଶ୍ରୀକ୍ଷେତ୍ର । ନାମ ସଂକୀର୍ତ୍ତନ ସହ ଭାବଭକ୍ତିରେ ଉଚ୍ଛୁଳି ପଡିଥିଲା ଶଙ୍ଖକ୍ଷେତ୍ର । ଚାରିଦ୍ବାରରେ ଗୁଞ୍ଜରିତ ହୋଇଥିଲା ବେଦଧ୍ବନି । ପରିକ୍ରମା ମାର୍ଗରେ ହୋଇଥିଲା ନାମ ସଂକୀର୍ତ୍ତନ । ଶେଷରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।

ସାଧାରଣ ନିର୍ବାଚନ ପୂର୍ବରୁ ଖୁସି ଖବର, କମିବ ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଖୁସି ଖବର  । ନିର୍ବାଚନ ପୂର୍ବରୁ ମହଙ୍ଗା ମାଡ ହେବ ନିୟନ୍ତ୍ରଣ  । ତୈଳ କମ୍ପାନୀ ଫେବୃଆରୀରେ ପଟ୍ରୋଲ ଡିଜେଲ ଦର ଶସ୍ତା କରିବେ  । ଲିଟର ପିଛା ୧୦ ଟଙ୍କା କମ କରିବାକୁ ବିଚାର କରାଯାଉଛି  । ତୂତୀୟ ତ୍ରୟମାସରେ ତୈଳ କମ୍ପାନୀକୁ ୭୫ ହଜାର କୋଟି ଟଙ୍କା ଲାଭ ହେବ ବୋଲି ଆଶା କରାଯାୁଚି  । ଯେଉଁ କାରଣରୁ ସରକାର ତୈଳ କମ୍ପାନୀଙ୍କୁ ପଟ୍ରେଲ ଡିଜେଲ ଦର କମ କରିବାକୁ ଚାପ ପକାଇ ପାରନ୍ତି  ।

ଗତ ଏପ୍ରିଲ ୨୦୨୨ରୁ ପେଟେରୋଲ ଓ ଡିଜେଲ ଦର ସରକାର ଅପରବର୍ତ୍ତିତ ରଖିଛନ୍ତି  । ଗତ ମେ ମାସରେ କେନ୍ଦ୍ର ସରକାର ଟ୍ୟାକ୍ସ କମ କରିଥିଲେ  । ଏହାପରେ ତୈଳଦର କମ ହୋଇଥିଲା  ।

ରିପୋର୍ଟ ମୁତାବକ ତୈଳ ଦର ବିକ୍ରିରେ ହାଇ ମାର୍କେଟିଂ ମାର୍ଜିନ କାରଣରୁ ତିନି OMC ବିତ୍ତ ବର୍ଷର ପ୍ରଥମ ଓ ଦ୍ବିତୀୟ ତ୍ରୟମାସରେ ଅଧିକ ଲାଭବାନ ହୋଇଥିଲେ  । ଯାହାକି ତୃତୀୟ ତ୍ରୟମାସରେ ବି ଜାରି ରହିବ  । ଏହି ମାସ ଶେଷ ସୁଦ୍ଧା ତିନି କମ୍ପାନୀର ତ୍ରୟମାସ ଫଳାଫଳ ସାମନାକୁ ଆସିବ  । ଏହାପରେ କମ୍ପାନୀ କଞ୍ଚାତେଲର ଅନ୍ତର୍ଜାତୀୟ ଦରକୁ ଧ୍ୟାନରେ ରଖି ପେଟ୍ରୋଲ ଓ ଡିଜେଲ ଦରରେ ୫ ରୁ ୧୦ ଟଙ୍କା ପର୍ଯ୍ୟନ୍ତ କାଟି ପାରିବେ  । କମ୍ପାନୀର ଲାଂଭାଶକୁ ଦେଖି ତୈଳଦର ହ୍ରାସ ନେଇ ନିଷ୍ପତ୍ତି ନେବେ ସରକାର  ।

 

ଦେଢ କିଲୋ ରୂପା ସୁନାରେ ରାମ ମନ୍ଦିର ପ୍ରତିକୃତି ତିଆରି କଲେ ଶିଳ୍ପୀ

0

ଅଯୋଧ୍ୟା: ଅନ୍ତିମ ପର୍ଯ୍ୟାୟରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପ୍ରସ୍ତୁତି  । ଜାନୁଆରୀ ୨୨ରେ ମନ୍ଦିରରେ ବିରାଜିବେ ରାମଲାଲା  । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଦେଶ ରାମମୟ  । ଶିବନଗରୀ ବା କାହିଁକି ପଛରେ ରହିବ ? କାଶୀର ଶିଲ୍ପୀ କୁଞ୍ଜ ବିହାରୀ ସୁନାରୂପା ଓ ହୀରାରେ ରାମମନ୍ଦିରର ପ୍ରତିକୃତି ତିଆରି କରିଛନ୍ତି  । ୧୦୮ ଦିନର ପରିଶ୍ରମରେ ରାମ ମନ୍ଦିର ରେପ୍ଲିକା ତିଆରି କରାଯାଇଛି  । ସେହିପରି ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଥିବା ଗୋଲାପୀ ମୀନା ପଥରରେ ଏହାକୁ ପ୍ରସ୍ତୁତ କରାଯାଇଛି  ।

ଗୁଲାବୀ ମୀନା ପଥରରେ ସୁନା ରୂପାର ବ୍ୟବହାର କରାଯାଇଛି  । ରାମ ମନ୍ଦିର ପ୍ରତିକୃତିର ଓଜନ ଅଢେଇ କିଲୋଗ୍ରାମ ହୋଇଥିବା ବେଳେ ଉଚ୍ଚତା ୧୨ ଇଞ୍ଚ ଓ ଚଉଡା ୮ ଇଞ୍ଚ  । ସେହିପରି ମନ୍ଦିରର ଲମ୍ବ ୧୨ ଇଞ୍ଚ ରହିଛି  । ସୁନା, ପାଖାପାଖି ଦେଢ କିଲୋଗ୍ରାମ ରୂପା ଓ ହୀରା ପ୍ରତିକୃତିର ଶିଖରରେ ଲାଗିଛି  । ପ୍ରଭୂ ରାମଙ୍କ ମନ୍ଦିରକୁ ୧୦୮ଟି ଭାଗରେ ନିର୍ମାଣ କରାଯାଇଛି  । ମନ୍ଦିର ପ୍ରତିକୃତି ଭିତରେ ରାମଲାଲାଙ୍କ ସୁନା ମୂର୍ତ୍ତି ରହିଛି  ।

ଶିଳ୍ପୀ କହିଛନ୍ତି ଯେ ପ୍ରଥମ ଥର ଗୁଲାବୀ ମୀନାକାରୀରୁ ରାମ ମନ୍ଦିରର ଆକାର ନେବା ପାଇଁ କଷ୍ଟ ସାଧ୍ୟ ହୋଇଥିଲା  । କିନ୍ତୁ ପ୍ରଭୂ ଶ୍ରୀରାମଙ୍କ ନାମ ଓ ଭଜନ ଶୁଣି ଶୁଣି କାମ କରିବା ପରେ ଗୁଲାବୀ ମୀନାକାରୀ ମନ୍ଦିରର ଆକାର ନେଇଥିଲା  ।

ସ୍ପାଇସଜେଟ୍‌ ବିମାନ ଶୌଚାଳୟରେ ଫସିଲେ ଯାତ୍ରୀ, ଦୁଇ ଘଣ୍ଟା ପରେ ଉଦ୍ଧାର

ବେଙ୍ଗାଲୁରୁ: ସ୍ପାଇସଜେଟ୍‌ ବିମାନ ଟଏଲେଟରେ ଫସିଲେ ଯାତ୍ରୀ  । ମୁମ୍ବାଇ ବେଙ୍ଗାଲୁରୁ ବିମାନରେ ପାଖାପାଖି ଦେଢଘଣ୍ଟାରୁ ଅଧିକ ସମୟ ଫସିଯାଇଥିଲେ ଯାତ୍ରୀ  । ଟଏଲେଟ ଡୋର୍‌ ଲକ୍‌ ହୋଇଯିବା କାରଣରୁ ସେ ଟଏଲେଟରୁ ବାହାରି ପାରି ନଥିଲେ  । ଏହାପରେ କେମ୍ପାଗୌଡା ବିମାନ ବନ୍ଦରରେ ପହଞ୍ଚିବା ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା  ।

ବିମାନ ନମ୍ବର SG ୨୬୮ରେ ବେଙ୍ଗାଲୁରୁ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ବାହାରିଥିଲା ସ୍ପାଇସଜେଟ । ରାତି ୧୦ଟା ୫୫ରେ ବିମାନଟି ବେଙ୍ଗାଲୁରୁ ଛାଡିଥିଲା  । କିନ୍ତୁ ମଝି ଆକାଶରେ ଘଟିଗଲା ଅଘଟଣ  । ଯାତ୍ରୀ ଜଣକ ଟଏଲେଟ ଯାଇଥିବାବେଳେ ଅଚାନକ ଏହା ଆପେ ଆପେ ଲକ୍‌ ହୋଇଯାଇଥିଲା । ସେ ଯେତେ ଚେଷ୍ଟା କଲେ ବି ବିମାନ ଶୌଚାଳୟର କବାଟ ଖୋଲି ପାରିନଥିଲେ  ।

ଏହାପରେ ଜଣେ ଏୟାର ହୋଷ୍ଟେସ ବ୍ୟକ୍ତିଙ୍କ ସାହାସ ବଢାଇଥିଲେ  । ଏକ ନୋଟ୍‌ ଲେଖି ସେ କବାଟ ଫାଙ୍କରୁ ତାଙ୍କୁ ଦେଇଥିଲେ  । ସେଥିରେ ସେ ଲେଖିଥିଲେ ସାର୍‌ ଆମେ କବାଟ ଖୋଲିବା ପାଇଁ ଚେଷ୍ଟା ଜାରି ରଖିଛୁ । କିନ୍ତୁ କରିପାରୁନାହିଁ  । ଭୟଭୀତ ହୁଅନ୍ତୁ ନାହିଁ  । କିଛି ସମୟରେ ଆମେ ଅବତରଣ କରିବୁ  ।  କମୋଡର କଭର ବନ୍ଦ କରି ତା ଉପରେ ବସିଥାନ୍ତୁ  । ମେନ୍‌ ଡୋର୍‌ ଖୋଲା ହେବା ମାତ୍ରେ ଇଞ୍ଚିନିଅର ଆସି ପହଞ୍ଚିବେ  ।

ଏହାପରେ ବିମାନଟି ମଧ୍ୟରାତ୍ରି ୩ଟାରେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲା  । ଦୁଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଯାତ୍ରୀଙ୍କୁ ଶୌଚାଳୟରୁ ଉଦ୍ଧାର କରାଯାଇଥିଲା  । ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା  ।

ଆକାଶରୁ ଅଜାଡି ହେଉଛି ଆଶୀର୍ବାଦ, ପୁରୀରେ ଲାଗି ରହିଛି ଝିପିଝିପି ବର୍ଷା

ପୁରୀ: ଆଜି ସକାଳୁ ପୁରୀରେ ଲାଗିରହିଛି ଝିପିଝିପି ବର୍ଷା । ପୂର୍ବାଳି ତରଙ୍ଗାୟିତ ବାୟୁ ପ୍ରଭାବରେ ପୁରୀରେ ବର୍ଷା ଜାରି ରହିଛି  । ହେଲେ ଏ ବର୍ଷାକୁ ଆଶୀର୍ବାଦ ଭାବୁଛି ଜଗନ୍ନାଥ ଭକ୍ତ  । ପରିକ୍ରମା ପ୍ରକଳ୍ପରେ ଦେବଲୋକ ସାମିଲ ହୋଇଥିବା ବିଶ୍ବାସ କରୁଛନ୍ତି ଶ୍ରଦ୍ଧାଳୁ  । ଆଜି ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ରଥଯାତ୍ରା ଭଳି ଆଜି ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି  । ବର୍ଷା, ଶୀତକୁ ଖାତିର ନକରି ପୁରୀରେ ପହଞ୍ଚୁଛନ୍ତି ଶ୍ରଦ୍ଧାଳୁ  ।

ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଉଛି । ଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଯଜ୍ଞ ଓ ଭକ୍ତିପୂତ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ପରିକ୍ରମା ମାର୍ଗ ପ୍ରଦକ୍ଷିଣ, ଜଗନ୍ନାଥ ଧାମ ପ୍ରତି ଆହୁରି ଆବେଗ ବଢ଼ାଇ ଦେଇଛି । ଶ୍ରୀମନ୍ଦିର ପରିକର୍ମା ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ପୂର୍ଣ୍ଣାହୁତି ଓ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି ।

ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ କରାଯାଇଛି ବିଶେଷ ବ୍ୟବସ୍ଥା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବକୁ ସଦା ସ୍ମରଣୀୟ ରଖିବା ଭଳି ଭବ୍ୟ ଆୟୋଜନ କରାଯାଉଛି । ମନ୍ତ୍ରଧ୍ବନିରେ ମୁଖରିତ ହେଉଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ମହାଯଜ୍ଞ । ନାମସଂକୀର୍ତ୍ତନ ସହ ଭାବଭକ୍ତିରେ ଉଚ୍ଛୁଳି ପଡ଼ୁଛି ଶଙ୍ଖକ୍ଷେତ୍ର । ଚାରିଦ୍ବାରରେ ଗୁଞ୍ଜରିତ ହେଉଛି ବେଦଧ୍ବନି । ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ । ଆଜି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ । ପରେ ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ ।

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଦିନ ଏହି ମାଳା ପିନ୍ଧିବେ ପ୍ରଭୁ ଶ୍ରୀରାମ, ବିହାରକୁ ମିଳିଛି ଦାୟିତ୍ବ

0

ଅଯୋଧ୍ୟା: ଆଗାମୀ ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି  । ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ପ୍ରଭୂ ଶ୍ରୀରାମଙ୍କ ମହୋତ୍ସବରେ ସାମିଲ ହେବାକୁ ଅଯୋଧ୍ୟାରେ ପହଞ୍ଚୁଛନ୍ତି  । ଏସବୁ ମଦ୍ୟରେ ବିହାରକୁ ମିଳିଛି ବଡ ଦାୟିତ୍ବ  । ମିଥଳା ଓ ଭୋଜପୁର ଜିଲ୍ଲା ତୁଳସୀ ମାଳା ପ୍ରଭୂ ଶ୍ରୀରାମଙ୍କୁ ସମର୍ପିତ କରିବେ  । ଦିନେ ଛାଡି ଦିନେ ୯ଟି ମାଳା ପ୍ରଭୂ ଶ୍ରୀରାମଙ୍କୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ଅଯୋଧ୍ୟା ପଠାଯିବ  ।

ରାମ ମନ୍ଦିର ଟ୍ରଷ୍ଟ ତିନି ମାସ ପୂର୍ବରୁ ଏକ ଏକର ଜମିରେ ତୁଳସୀ ଚାଷ କରିବାକୁ ଭୋଜପୁରର ଶିକ୍ଷକଙ୍କୁ ଦାୟିତ୍ବ ଦେଇଥିଲା  । ସେତେବେଳେ ହାର ପ୍ରସ୍ତୁତ କରି ପ୍ରଭୂଙ୍କୁ ପିନ୍ଧାଯିବ ବୋଲି ଶିକ୍ଷକଙ୍କୁ କୁହାଯାଇ ନଥିଲା  ।

ସେହିପରି କର୍ଣ୍ଣାଟକ ବେଙ୍ଗାଲୁରୁରୁ ଆସିଥିବା ତୁଳସୀ ମାଳାକୁ ତିଆରି କରିଛନ୍ତି ସ୍ବତନ୍ତ୍ର କାରିଗର  । ମାଳା ତିଆରି କରିଥିବା କାରିଗର ନାରାୟଣ ସ୍ବାମୀ କହିଛନ୍ତି ଗୋଟିଏ ମାଳାର ଓଜନ ପାଖାପ୍ଖି ୩ କିଲୋଗ୍ରାମ  । ଏଥିପାଇଁ ଏକ ଘଣ୍ଟା ସମୟ ଲାଗୁଥିବା ବେଳେ ୩ ଜଣ ଲୋକ ମାଳା ତିଆରି କରିଥାନ୍ତି  । ଶ୍ରୀରାମଙ୍କୁ ଭେଟି ସ୍ବରୂପ ପ୍ରତିଦିନ ୯ଟି ମାଳା ତିଆରି କରାଯାଇ ଅଯୋଧ୍ୟା ପଠାଯାଉଛି  ।

ସ୍ୱିଜରଲ୍ୟାଣ୍ଡରେ ଆତଙ୍କବାଦ ମୁକାବିଲାକୁ ନେଇ ବୈଠକ, ହଠାତ୍‌ ହେଲା ଏୟାରଷ୍ଟ୍ରାଇକ

ତେହରାନ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଅଦାଲ ଉପରେ ଇରାନ ଆକ୍ରମଣ କରିଛି। ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା କୁହାଯାଉଛି। ଇରାନ ଆକ୍ରମଣରେ ଅନେକ ଘର ନଷ୍ଟ ହୋଇଯାଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାହାନ ଏବଂ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାର ଉଲ ହକ କାକରଙ୍କ ମଧ୍ୟରେ ଭେଟଘାଟର କିଛି ସମୟ ପରେ ଏହି ଆକ୍ରମଣ ହୋଇଥିଲା।

ଉଭୟ ନେତା ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଭେଟିଥିଲେ। ବିଶ୍ୱ ଅର୍ଥନୈତିକ ଫୋରମରେ ଭାଗ ନେବାକୁ ଇରାନର ବୈଦେଶିକ ମନ୍ତ୍ରୀ ତଥା ପାକ୍ ପ୍ରଧାନମନ୍ତ୍ରୀ ଡାଭୋସରେ ଅଛନ୍ତି। ଦୁଇ ନେତାଙ୍କ ବୈଠକରେ ଆତଙ୍କବାଦ ମୁକାବିଲା ବିଷୟରେ ଆଲୋଚନା କରାଯାଇଥିଲା।

ଇରାନ ଆତଙ୍କବାଦୀ ସଙ୍ଗଠନ ଜୈଶ ଅଲ-ଅଦାଲ ଉପରେ ଆକ୍ରମଣ କରିଛି। ଜୈଶ ଅଲ-ଅଦାଲ ହେଉଛି ଏକ ସୁନ୍ନି ଆତଙ୍କବାଦୀ ଗୋଷ୍ଠୀ ଯାହା ପାକିସ୍ତାନରେ ସକ୍ରିୟ ରହିଛି । ଆତଙ୍କବାଦୀ ସଂଗଠନ  ଜୈଶ ଅଲ-ଅଦାଲଙ୍କ ବିରୋଧରେ ଇରାନର କାର୍ଯ୍ୟାନୁଷ୍ଠାନକୁ ନେଇ ଖପ୍ପା ହୋଇଛି ପାକିସ୍ତାନ । ଗୁରୁତର ପରିଣାମର ସମ୍ମୁଖୀନ ହେବାକୁ ପାକିସ୍ତାନ ଇରାନକୁ ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ ଆମେ ଇରାନର ଆକ୍ରମଣକୁ ଦୃଢ ନିନ୍ଦା କରୁଛୁ। ଆମେ ବାୟୁସେନାର ଉଲ୍ଲଂଘନକୁ ବରଦାସ୍ତ କରିବୁ ନାହିଁ  । ଏହି ଆକ୍ରମଣରେ ଦୁଇ ନିରୀହ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ପାକିସ୍ତାନ ଦାବି କରିଛି।

ପାକିସ୍ତାନ କହିଛି ଯେ ଇରାନର ଏକପାଖିଆ କାର୍ଯ୍ୟ ଭଲ ପଡ଼ୋଶୀଙ୍କ ସଙ୍କେତ ନୁହେଁ। ଇରାନର କାର୍ଯ୍ୟ ଦ୍ୱିପାକ୍ଷିକ ବିଶ୍ୱାସକୁ ଦୁର୍ବଳ କରିବାକୁ ଯାଉଛି। ଆତଙ୍କବାଦ ସବୁ ଦେଶ ପାଇଁ ଏକ ସାଧାରଣ ବିପଦ। ଆତଙ୍କବାଦ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଇରାନ ଆକ୍ରମଣ ଉପରେ ଜୈଶ-ଅଲ-ଆଦଲଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଇରାନ ଆତ୍ମଘାତୀ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସହିତ ଆକ୍ରମଣ କରିଛି। ଘରଗୁଡ଼ିକୁ ଟାର୍ଗେଟ କରାଯାଇଛି। ଜୈଶ ଅଲ-ଆଡଲ କହିଛି ଯେ ଇରାନ ଅତି କମରେ ୬ଟି ଡ୍ରୋନ ବ୍ୟବହାର କରିଛି।

ଆକ୍ରମଣ ପରେ ଇରାନ-ପାକିସ୍ତାନ ସମ୍ପର୍କ ଖରାପ ହେବ କି?

ଇରାନର ଏୟାରଷ୍ଟ୍ରାଇକ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ବିବାଦ ବଢିପାରେ । ସୀମାରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବି ବଢିପାରେ। ଏହି ଆକ୍ରମଣ ପାଇଁ ଜୈଶ ଅଲ ଅଦାଲ ପ୍ରତିଶୋଧ ନେଇପାରେ । ଯଦି ଉଭୟ ପାର୍ଶ୍ୱରୁ ଆକ୍ରମଣ ବୃଦ୍ଧି ହୁଏ, ତେବେ ଯୁଦ୍ଧ ହେବାର ସମ୍ଭାବନା ଅଛି  । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଆସିଛି।

 

ରାହୁଲଙ୍କୁ ଭେଟିବାକୁ ପ୍ରବଳ ଭିଡ଼, ଚତୁର୍ଥ ଦିନରେ ଭାରତ ଯୋଡୋ ନ୍ୟାୟ ଯାତ୍ରା

କୋହିମା: ଏବେ ନାଗାଲାଣ୍ଡରେ ଚାଲିଛି ଭାରତ ଯୋଡୋ ନ୍ୟାୟ ଯାତ୍ରା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଆଜିକୁ ଚତୁର୍ଥ ଦିନରେ ପହଂଚିଛି । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରରେ ଶେଷ ହେବ । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ନାଗାଲାଣ୍ଡରେ ଅଛି । ନାଗାଲାଣ୍ଡର ରାଜଧାନୀ କୋହିମାରେ ଭରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ ଲୋକ ସ୍ବାଗତ କରିଥିଲେ ।

ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ରାହୁଲ ଗାନ୍ଧୀ କୋହିମାରେ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । ନାଗାଲାଣ୍ଡର ଲୋକମାନେ ରାହୁଲ ଗାନ୍ଧୀଙ୍କୁ ବହୁତ ଉତ୍ସାହର ସହିତ ସ୍ବାଗତ କରିଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ଲୋକଙ୍କ ସହ ହାତ ମିଳାଇଥିଲେ । ବିନା ସୁରକ୍ଷାରେ ଲୋକଙ୍କୁ ଭେଟୁଥିବାରୁ ବେଶ ଉତ୍ସାହିତ ହୋଇପଡ଼ିଥିଲେ । ଅନେକ ଲୋକ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେଉଥିବା ବେଳେ ଅନେକ ଲୋକ ରାସ୍ତାରେ ଠିଆ ହୋଇ ରାହୁଲ ଗାନ୍ଧୀଙ୍କ ନାମରେ ସ୍ଲୋଗାନ ଦେଉଥିଲେ ।

କୋହିମାରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶ, ବିଭିନ୍ନ ସଂସ୍କୃତି, ଭିନ୍ନ ଧର୍ମ, ବିଭିନ୍ନ ଭାଷା ଏକାଠି କରିବା ପାଇଁ ଗତ ବର୍ଷ ଆମେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଏକ ବଡ ଯାତ୍ରା ଆରମ୍ଭ କରିଥିଲୁ । ଏହା ପରେ ଆମର ଧାରଣା ଥିଲା ଯେ ଆମେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବା ଉଚିତ୍ | ଆମେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଭାରତ ଯୋଡୋ ନ୍ତାୟ ଯାତ୍ରା ଆରମ୍ଭ କରିଛୁ |

ଗୋପରେ ପହଞ୍ଚଲେଣି ଭଗବାନ ଶ୍ରୀକୃଷ୍ଣ, ତୃତୀୟ ଦିନରେ ବରଗଡ଼ ଧନୁଯାତ୍ରା

0

ମଥୁରା: ବଢୁଛି କଂସର ଅତ୍ୟାଚାର । ସେପଟେ ଗୋପରେ ପହଞ୍ଚିଛନ୍ତି ଭଗବାନ ଶ୍ରୀକୃଷ୍ଣ । କଂସ ମହାରାଜ କାରଗାରକୁ ଯାଇ ଦେବକୀଙ୍କ ଅଷ୍ଟମ ଗର୍ଭରେ କନ୍ୟା ସନ୍ତାନ ଜନ୍ମ ହୋଇଥିବା ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଦୈବୀବାଣୀ ସତ ହେବା ଭୟରେ ମାଆ କୋଳରୁ ବିଜୁଳିକନ୍ୟାଙ୍କୁ ଆଣି ପାଷାଣରେ ଛେଚି ହତ୍ୟା କରିବାକୁ ଉଦ୍ୟମ କରିବାରୁ ହାତରୁ ଖସିଯାଇ ଦୈବୀ ରୂପରେ ପ୍ରକଟ ହୋଇଛନ୍ତି ବିଜୁଳିକନ୍ୟା । କଂସର ମୃତ୍ୟୁ ଗୋପରେ ବଢୁଛି କହି ଅନ୍ତର୍ଧ୍ୟାନ ହୋଇଛନ୍ତି ।

ବରଗଡ଼ ଧନୁଯାତ୍ରାର ଆଜି ତୃତୀୟ ଦିନରେ ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ପାଇବେ ଦର୍ଶକ । ଏହାସହ ରାଜ ଦରବାରରେ କଂସର ମନ୍ତ୍ରଣା, ନାରଦଙ୍କ ଉପଦେଶ ପରେ ଷଡମଲ୍ଲକୁ ଆବାହନ କରି ଗୋପକୁ ପ୍ରେରଣ କରିବ କଂସାସୁର । ସେପଟେ ବସୁଦେବ କୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଛାଡ଼ି ଆସିବା ପରେ ସକାଳୁ ସକାଳୁ ଗୋପରେ ଆରମ୍ଭ ହୋଇଛି ଉତ୍ସବ ।

ଆଜି ଗୋପପୁରରେ ନନ୍ଦ ଦରବାର ଉଦଘାଟନ ସହ ନନ୍ଦ ଉତ୍ସବ ଓ ନଗର ସଂକୀର୍ତ୍ତନ ମଞ୍ଚସ୍ଥ ହେବ । ଗତକାଲି କାରାଗାରରେ କୃଷ୍ଣ ଜନ୍ମ ପରେ ତାଙ୍କୁ ନେଇ ଗୋପରେ ଛାଡ଼ି ବିଜୁଳି କନ୍ୟାଙ୍କୁ ନେଇ ଆସିଥିଲେ ବସୁଦେବ । ଏହାସହ କଂସ ରଙ୍ଗମହଲ ଉଦଘାଟନ, କଂସ ମହାରାଜାଙ୍କ ନଗର ଭ୍ରମଣ ଦୃଶ୍ୟ ଅଭିନିତ ହୋଇଥିଲା । ଦୁଇଦିନ ହେଲା ମଥୁର ସାଜିଥିବା ବରଗଡ଼ରେ ବିଭିନ୍ନ ଦୃଶ୍ୟ ଅଭିନିତ ହୋଇଥିବେଳେ ଆଜିଠାରୁ ଗୋପପୁର ସାଜିଥିବା ଅମ୍ବାପାଲିରେ ଆରମ୍ଭ ହେବ କୃଷ୍ଣଲୀଳା ।

ଲୋକାରଣ୍ୟ ପୁରୀ, କିଛି ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆଉ କିଛି ମୁହୂର୍ତ୍ତର ଅପେକ୍ଷା । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ । ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଉଛି । ଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଯଜ୍ଞ ଓ ଭକ୍ତିପୂତ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ପରିକ୍ରମା ମାର୍ଗ ପ୍ରଦକ୍ଷିଣ, ଜଗନ୍ନାଥ ଧାମ ପ୍ରତି ଆହୁରି ଆବେଗ ବଢ଼ାଇ ଦେଇଛି । ଶ୍ରୀମନ୍ଦିର ପରିକର୍ମା ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ପୂର୍ଣ୍ଣାହୁତି ଓ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଆସିଲାଣି ।

ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ କରାଯାଇଛି ବିଶେଷ ବ୍ୟବସ୍ଥା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବକୁ ସଦା ସ୍ମରଣୀୟ ରଖିବା ଭଳି ଭବ୍ୟ ଆୟୋଜନ କରାଯାଉଛି । ମନ୍ତ୍ରଧ୍ବନିରେ ମୁଖରିତ ହେଉଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ମହାଯଜ୍ଞ । ନାମସଂକୀର୍ତ୍ତନ ସହ ଭାବଭକ୍ତିରେ ଉଚ୍ଛୁଳି ପଡ଼ୁଛି ଶଙ୍ଖକ୍ଷେତ୍ର । ଚାରିଦ୍ବାରରେ ଗୁଞ୍ଜରିତ ହେଉଛି ବେଦଧ୍ବନି ।

ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ । ଆଜି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ । ପରେ ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ । ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ । ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି ।